ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆସନ, ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି ଆଉ ୨୦୦୯ରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଛି ଏ ଆସନର ଶାସନ ଡୋରୀ। ଏଠୁ ବିଗତ ୩ଟି ଯାକ ନିର୍ବାଚନକୁ ଏକତରଫା ଭାବେ ଜିତି ଆସିଛନ୍ତି କିଙ୍ଗ୍ ମେକର ପ୍ରଣବ। ୨୦୧୯ରେ ବିଜେପିର ଗୌତମ୍ ରାୟଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ନିର୍ବାଚନ ଜିତିଥିଲେ ପ୍ରଣବ। ଲଗାତର ତୃତୀୟ ଥର ବିଧାୟକ ହୋଇଥିବା ପ୍ରଣବଙ୍କର ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଚଣ୍ଡ ପ୍ରଭାବ ସାଙ୍ଗକୁ ଅଖଣ୍ଡ ଆଧିପତ୍ୟ। ତେଣୁ ତାଙ୍କ ବିନା ଅନୁମତିରେ ଏଠୁ ବିଜେଡିରୁ ଆଉ କିଏ ଲଢେଇ ପାଇଁ ଆଶା କରିବା ଅସମ୍ଭବ।
ତେଣୁ ପ୍ରଣବ ଏଠୁ ଚତୁର୍ଥ ଥର ପାଇଁ ବିଜେଡି ଟିକେଟ୍ ପାଇବାରେ କୌଣସି ଦ୍ୱିଧା ନାହିଁ। ତେବେ ଚର୍ଚ୍ଚା ହେଉଛି ପ୍ରଣବ, ଏଥର ଯାଜପୁରରୁ ନିର୍ବାଚନ ନଲଢି ଅନ୍ୟ କେଉଁ ସ୍ଥାନକୁ ଯାଇପାରନ୍ତି। ଆଉ ପ୍ରଣବ ଅନ୍ୟ କେଉଁ ନିର୍ବାଚନମଣ୍ଡଳୀକୁ ଗଲେ ବି,ଯାଜପୁରରେ କିଏ ପ୍ରାର୍ଥୀ ହେବେ, ସେ ନିଷ୍ପତ୍ତି ତାଙ୍କ ନିର୍ଦ୍ଦେଶ ବିନା ନିଆଯାଇ ନପାରେ।
ଅଣକଂଗ୍ରେସ ଓ ଅଣବିଜେପି ଆସନ ଯାଜପୁରରେ ପ୍ରବେଶ ପାଇଁ ଆଜି ପର୍ଯ୍ୟନ୍ତ ସୁଯୋଗ ପାଇନି ବିଜେପି। ତେବେ ଆଶ୍ୱାସନାର ବିଷୟ, ୨୦୧୯ରେ ଏଠି କଂଗ୍ରେସକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଥିଲା ବିଜେପି। ଦଳରୁ ପ୍ରାର୍ଥୀ ହୋଇଥିବା ଯାଜପୁର ବିଜେପି ଜିଲ୍ଲା ସଭାପତି ଗୈାତମ ରାୟ ୫୯ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଯାହାକି ୨୦୧୪ ତୁଳନାରେ ଥିଲା ବେଶ୍ ଉତ୍ସାହଜନକ। ତେଣୁ ସେ ଦୃଷ୍ଟିରୁ ଗୌତମ ଏଥର ବି ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶା ବାନ୍ଧିଛନ୍ତି। ବିଜେପି ଯୁବ ମୋର୍ଚା ଉପ ସଭାପତି ସଂଗ୍ରାମ ପାତ୍ର ମଧ୍ୟ ଯାଜପୁର ଆସନରୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି।
୧୯୫୧ରେ ଯାଜପୁର ଆସନର ଗଠନ ହେବା ପରେ ପରେ ୩ ଥର ଶାସନକୁ ଆସିବା ପରେ, ତା ପରଠୁ ଆଉ କ୍ଷମତା ଦେଖିନି କଂଗ୍ରେସ ଦଳ। ଗତ ୨୦୧୯ ନିର୍ବାଚନରେ ଏଠୁ ପ୍ରାର୍ଥୀ ହୋଇଥିଲେ ସନ୍ତୋଷ କୁମାର ନନ୍ଦ। ତେବେ ସେ ମାତ୍ର ୪ ହଜାର ୭୪୫ ଭୋଟ୍ ପାଇଁ ଦଳ ପାଇଁ ସୃଷ୍ଟି କରିଥିଲା ଲଜ୍ଜାଜନକ ପରିସ୍ଥିତି। ଏହାସତ୍ତ୍ବେ ସନ୍ତୋଷ ଏଥର କଂଗ୍ରେସରୁ ପୁଣି ଲଢେଇ ପାଇଁ ମନୋବଳ ଦୃଢ଼ କରିଛନ୍ତି। ସେପଟେ କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ ମଧ୍ୟ ଯାଜପୁରରୁ ଲଢିବାକୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି।
]]>ତେବେ ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏପରିକି ପୂର୍ବରୁ ସେ ଗିରଫ ବି ହୋଇଛନ୍ତି I ସଂପୃକ୍ତ ଯୁବକଙ୍କୁ ଉଦ୍ଧାର ପରେ ଖଣ୍ଡଗିରି ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରୁଛି I ଗତ ରାତି ପ୍ରାୟ ୮ଟା ବେଳେ ଘର ସାମ୍ନାରୁ ପିଣ୍ଟୁଙ୍କୁ ଦୁର୍ବୃତ୍ତମାନେ କାରରେ ଆସି ଉଠାଇ ନେଇଥିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ। ଏନେଇ ଖଣ୍ଡଗିରି ଥାନାରେ ଏତଲା ବି ଦେଇଥିଲେ। ପୋଲିସ ଯାଜପୁର ଆରୁହାରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା କରାଇଛି ।
ବୁଖାରୀ ସତମିଛ କହି ଏକାଧିକ ବିବାହ କରିଥିଲା। ଓଡ଼ିଶା ସହ ଉତ୍ତରପ୍ରଦେଶ, କେରଳ, ପଂଜାବ, ଜମ୍ମୁ ଓ କାଶ୍ମୀରରେ ତା’ର ୬/୭ଟି ସ୍ତ୍ରୀ ଅଛନ୍ତି । ତା’ର ୫/୬ ସନ୍ତାନ ମଧ୍ୟ ଥିବା ସୂଚନା ମିଳିଛି। ବୁଖାରୀର ଆଉ କେଉଁଠି ସ୍ତ୍ରୀ ଅଛନ୍ତି ତା’ର ତଦନ୍ତ କରାଯିବ । ଏଥିସହ ମେଡିକାଲ୍ ପାଠ ନ ପଢ଼ି କିଭଳି ଫେକ୍ ଡିଗ୍ରୀ ହାସଲ କଲା ତା’ର ମଧ୍ୟ ତଦନ୍ତ କରାଯାଉଛି।
]]>ସନ୍ଦିଗ୍ଧ ଆତଙ୍କୀ ସଇଦ ଇଶାନ୍ ବୁଖାରୀ। ଯିଏ ଛଅ ଛଅ ଜଣ ଯୁବତୀଙ୍କ ସ୍ୱାମୀ। ୫/୬ ଜଣ ସନ୍ତାନଙ୍କ ବାପା। ନା ବେଶୀ ପାଠଶାଠ ପଢ଼ିଛି ନା ରହିଛି ବିଶେଷ ଶିକ୍ଷାଦୀକ୍ଷା। କିନ୍ତୁ ବାବୁ ବନିଥିଲେ ଡାକ୍ତର। ନିଜକୁ ସଜାଇଥିଲେ PMOର ଅଧିକାରୀ। NIAର ବଡ଼ବଡ଼ ଅଫିସରଙ୍କ ଚିହ୍ନା କହି ଭୁଆଁ ବୁଲାଇ ଚାଲୁଥିଲେ ଓଡ଼ିଶାରୁ କାଶ୍ମୀର, ପଞ୍ଜାବରୁ ମହାରାଷ୍ଟ୍ର, କେରଳରୁ ୟୁପି । କାହାଠୁ ପୋଷ୍ଟିଂ ପାଇଁ ତ ଆଉ କାହାର ଟ୍ରାନ୍ସଫର ପାଇଁ ଲଗାଇଛି ଚୁନା । ବୁଖାରୀର ବାପା ବି କିଛି କମ୍ ନୁହଁ । ଯିଏ ନିଶା କାରବାରରେ ସଂପୃକ୍ତ । ୨୦୧୮ରେ ଓଡ଼ିଶା ଆସି ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇଥିବା ଯାଜପୁର ଧର୍ମଶାଳା ନେଉଳପୁରର ଜଣେ ମହିଳାଙ୍କୁ ବିବାହ କରିଥିଲା। ଆଉ ମିଲତନଗରର ଏହି ଘରକୁ ଭଡ଼ାରେ ନେଇ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲା। ଗତକାଲିଠୁ ଗିରଫ ପରଠୁ ବୁଖାରି ଏବେ ଯାଜପୁର ରଗଡ଼ି ଜେଲରେ । ତେଣୁ ଯାଜପୁର ଏସପିଙ୍କ ଚିଠି ପରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବୁଖାରୀ।
]]>
ସେହିପରି ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତା’ର ସଂପର୍କ ଥିବା ବି ସେ କହୁଥିଲା। ତା ନିକଟରୁ ବହୁ ପରିମାଣର ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି। ସେଥିରେ ରହିଛି- ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ ।
ତା ସହ ସେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୬ ରୁ ୭ ଜଣଙ୍କୁ ବିବାହ କରିଥିବା ମଧ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି ରହିଛି।
STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ କ୍ରାଇମବ୍ରାଞ୍ଚ IGଙ୍କ ପ୍ରେସମିଟ୍। ଗିରଫ ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି କହିଲେ IG। ବୁଖାରୀ ବହୁତ ବଡ଼ ଠକ ଥିଲା, ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବି ଯୋଗାଯୋଗରେ ଅଛୁ। ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି ବୁଖାରୀ କହୁଥିଲା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ IG।
]]>ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା। ତଥ୍ୟ ପ୍ରମାଣ ମିଳିବା ପରେ ସମସ୍ତ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।
ଏବେ ଧଳାଜହର ବେପାରରେ ଡାକ୍ତର। ତେବେ ପୂର୍ବରୁ କଲେଜ ଛାତ୍ର, ଇଂଜିନିୟର ଓ କୋର୍ଟ ପିଅନ ବି ଏହି କାରବାରରେ ବନ୍ଧା ହୋଇଛନ୍ତି। ନଭେମ୍ବର-୧- ୨୦୨୩ । କଟକ ତିଗିରିଆ ଅଞ୍ଚଳରୁ ଜଣେ ଗ୍ରାଜୁଏଟ୍ ଯୁବକ ସୂର୍ଯ୍ୟକାନ୍ତ ମନ୍ତ୍ରୀଙ୍କଠାରୁ ୧ କେଜି ୨୨ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ୍। ଅକ୍ଟୋବର- ୨୮- ୨୦୨୩। ରାଜଧାନୀରେ ପ୍ରୀତମ ଶାହ ନାମକ ଜଣେ ଡିପ୍ଲୋମା ଇଞ୍ଜିନିୟରଙ୍କୁ ଏହି ବେପାର ଅଭିଯୋଗରେ ବାନ୍ଧିଥିଲା ଖଣ୍ଡଗିରି ପୋଲିସ। ସେହିପରି ଅକ୍ଟୋବର ୧୬ରେ କେନ୍ଦୁଝର କୋର୍ଟରେ ପିଅନ ଚାକିରି କରୁଥିବା ଦେବାନନ୍ଦ ସାମାଲଙ୍କଠାରୁ ଅଧ କେଜି ବ୍ରାଉନ ସୁଗାର ଜବତ କରି କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ତେବେ ଉଚ୍ଚଶିକ୍ଷିତ ହୋଇ କାହିଁକି ଏମାନେ ବାଛୁଛନ୍ତି ନିଶା ବେପାର ଧନ୍ଦା ? ସହଜରେ ରାତାରାତି କୋଟିପତି ହେବାର ନିଶାରେ ଏମାନେ ପଥଭ୍ରଷ୍ଟ ହେଉଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ।
]]>ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି । ତେଣୁ ସଂସ୍କୃତ ବିଷୟ ଉତ୍ତର ଖାତାରେ, ଆମର ପାଠ ପଢା ହୋଇନି, ଅଧିକ କିଛି ଆଶା କରନ୍ତୁ ନାହିଁ ବୋଲି ଲେଖିଛନ୍ତି। ସେପଟେ ଏ ଘଟଣା ଜଣାପଡ଼ିବା ପରେ କିଛି ଅଭିଭାବକ ସ୍କୁଲକୁ ଆସି ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ବେଳେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା।
]]>କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ । ବସୟ ୮୦ ପାର କଲାଣି । ଥୁରୁ ଥୁରୁ ହାତ, ଦେହରେ ଲୋଳିତ ଚର୍ମ ସାଙ୍ଗକୁ ଆଖିକୁ ବି ଭଲରେ ଦେଖାଯାଉନି ।
ହେଲେ ଏ ବୟସ ଆଉ ଏ ଅବସ୍ଥାରେ ବି କମିନି କୋକିଳା ମାଆଙ୍କ ରୋଷେଇ ଝୁଙ୍କ୍ । ରୋଷେଇ ଚାଳିଆରେ କୋକିଳା ପ୍ରବେଶ କରିବା ମାତ୍ରେ ଚାରିଆଡ଼େ ମହକି ଉଠେ ତାଙ୍କ ହାତରନ୍ଧା ଖାଦ୍ୟର ବାସ୍ନା । ଶାଗ ଭଜାଠୁ ସଜନା ବେସର, ସାଦା ତରକାରୀରୁ ମାଛ ପୋଡ଼ା, ସବୁକିଛି ସୁସ୍ୱାଦୁ ଢଙ୍ଗରେ ପ୍ରସ୍ତୁତ କରିବାରେ ମାହିର କୋକିଳା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶୀ ଜିନିଷକୁ ନେଇ କମ୍ ତେଲ ମସଲାରେ ଦେଶୀ ଢଙ୍ଗରେ ଖାଦ୍ୟ ପ୍ରସ୍ତୁତ କରିବା କୋକିଳାଙ୍କ ସ୍ୱତନ୍ତ୍ରତା ।
କୋକିଳା ମାଆଙ୍କ କାହାଣୀ ଏଇଠି ସରିନି । ତାଙ୍କ ରୋଷେଇର ତାରିଫ୍ ଏବେ ଖାଲି ତାଙ୍କ ପରିବାର ଭିତରେ ସୀମିତ ନାହିଁ। ପାଖ ପଡ଼ୋଶୀ, ଗାଁ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ପରେ ତାଙ୍କ ରୋଷେଇକୁ ଘରେ ଘରେ ପହଞ୍ଚାଇବାକୁ ତାଙ୍କ ଅଣ-ନାତୁଣୀ ଦୁଇ ବର୍ଷ ତଳେ ଆରମ୍ଭ କରିଥିଲେ ଜେଜେମା ହାଣ୍ଡିଶାଳ ନାଁରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ । ଯେଉଁଥିରେ କୋକିଳାଙ୍କ ହାତ ତିଆରି ଖାଦ୍ୟ ଓ ରାନ୍ଧିବାର ସବୁ କୈାଶଳ ଉପଲବ୍ଧ ।
କୋକିଳାଙ୍କ ଦେଶୀ ଷ୍ଟାଇଲ ହାତ ତିଆରି ଖାଦ୍ୟ ତାଲିକା ଖୁବ୍ ଲମ୍ବା । ତେବେ ତା’ ଭିତରେ ସଜନା ଶାଗ ମୁଗଯାଇ ଖରଡା, ସାରୁ କାହାଳି, ବୋଇତାଳୁ ଡଙ୍କ ରାଇ, ଛତୁ ପୋଡ଼ା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଂଚଡ଼ା, ମାଛ ଓ ଶୁଖୁଆ ବେସର ଆଦି ଦେଶୀ ଖାଦ୍ୟ ଯେ କୌଣସି ଖାଦ୍ୟପ୍ରେମୀଙ୍କ ପାଟିରୁ ଲାଳ ବୁହାବାକୁ ବେଶ୍ ସକ୍ଷମ ।
]]>ଶୈବକ୍ଷେତ୍ର, ବିରଜା କ୍ଷେତ୍ର, ବରାହ କ୍ଷେତ୍ର ନାଁରେ ପୂରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ଓଡିଶାର ପୂରାତନ ରାଜଧାନୀ ଯାଜପୁର । ସହର କୋଣଅନୁକୋଣରେ ଶହଶହ ଶିବଲିଙ୍ଗ ରହିଥିବା ବେଳେ ବୈତରଣୀ କୂଳରେ ବରାହ ମନ୍ଦିରକୁ ଲାଗି ଏବେ ଶିବମୂର୍ତ୍ତିର ନିର୍ମାଣ ଚାଲିଛି। ଯାହାକି ବିଶ୍ୱର ଉଚ୍ଚତମ ମୂର୍ତ୍ତି ବୋଲି କୁହାଯାଉଛି।
୧୮୩ ଫୁଟ୍ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।
କୁହାଯାଉଛି, ମୂର୍ତ୍ତି ଏତେ ଉଚ୍ଚତା ଯେ ପୂରା ମୁହଁର ସାମ୍ନା ଦର୍ଶନ କରିବାକୁ ଲିଫ୍ଟର ବ୍ୟବସ୍ଥା କରାଯିବ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଏବେଠୁ ବଢିଲାଣି ଉତ୍କଣ୍ଠା। ପୂରାଣ ଆଉ ଇତିହାସ କହେ ଯାଜପୁର ପ୍ରଥମେ ଶୈବକ୍ଷେତ୍ର ତାହା ପରେ ଶକ୍ତିପୀଠ ବିରଜା କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ପ୍ରଭୁ ପରମେଶ୍ୱର ଏଠାରେ ଦେବତ୍ୱ ପ୍ରାପ୍ତି ପାଇଥିବାରୁ ସମସ୍ତ ଶିବ ଲିଙ୍ଗ କେବଳ ଯାଜପୁରରେ ଇଶ୍ୱର ଭାବେ ପୂଜା ପାଆନ୍ତି । ଯେଉଁଥି ପାଇଁ ବିରଜା ମନ୍ଦିର ବେଢାରେ ୧୦୮ ଲିଙ୍ଗ ପୂଜା ବି ପାଆନ୍ତି। ପବିତ୍ର ଜାଗର ପରି ଦିନରେ କେବଳ ବିରଜା ମନ୍ଦିରରେ ହିଁ ଏକାସାଙ୍ଗରେ ୧୦୮ ଲିଙ୍ଗଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି ଭକ୍ତ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈତରଣୀକୁ ପୁରାଣରେ ଦ୍ୱିତୀୟ ଗଙ୍ଗା ଭାବରେ ବର୍ଣ୍ଣନା କରାଯାଇଛି। ଏବେ ସେହି ପବିତ୍ର ନଦୀ କୂଳରେ ଦେଶର ଉଚ୍ଚତମ ଶିବମୂର୍ତ୍ତି ସ୍ଥାପନ କରାଯାଉଥିବାରୁ କେବଳ ଯାଜପୁର ନୁହେଁ ବରଂ ଭାରତବର୍ଷରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।
(ଯାଜପୁରରୁ ସଂଜୀବ ନାୟକଙ୍କ ରିପୋର୍ଟ)
]]>ଦକ୍ଷିଣା ମାଗିବେନି, ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବେ। ହୁଏତ ଏହି ଘଟଣା ଓଡ଼ିଶା ଇତିହାସରେ ବିରଳ। କାରଣ ଅନେକ ସମୟରେ ଆମେ ମାନେ ଦେଖୁ କି ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କ ନନା ମାନେ ଅନେକ ସମୟରେ ଟଙ୍କା ଡିମାଣ୍ଡ କରନ୍ତି। ଆଉ ଏହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ତୁ ତୁ ମେ ମେ ହୁଏ । ତେଣୁ ଏସବୁ ନଜରରେ ରଖି ବିରଜା ମନ୍ଦିର ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ବିରଜା ମନ୍ଦିରରେ ଭକ୍ତଙ୍କ ଲାଗି ଭାବମୟ ପରିବେଶ ସହ ଆକୃଷ୍ଟ କରି ପୁଜାର୍ଚନାରେ ସନ୍ତୁଷ୍ଟ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସଂସ୍କାର ମୁଳକ ପଦକ୍ଷେପ ନିଆଯାଇଛି ।
କେବଳ ଏତିକି ନୁହେଁ ବରଂ ପଞ୍ଜିକୃତ ସେବାୟତ ମନ୍ଦିରକୁ ଆସିବାକୁ ଅନୁମତି ମିଳିବ। ଶିକ୍ଷାଗତ ଯୋଗ୍ୟତାକୁ ବାଧ୍ୟତାମୁଳକ କରାଯିବା ଲାଗି କମିଟି ଗଠନ ସହ ଶ୍ରଦ୍ଧାଳୁଙ୍କୁ ଦକ୍ଷିଣା ପ୍ରଦାନ ଲାଗି ବାଧ୍ୟ ନକରିବା ଭଳି ପଦକ୍ଷେପ ନିଆଯାଇଛି। ପ୍ରଶାସନର ଏହି ପଦକ୍ଷେପକୁ ସେବାୟତ ମାନେ ମଧ୍ୟ ବେଶ୍ ଭଲରେ ଗ୍ରହଣ କରିଛନ୍ତି ।
]]>ଶୁକ୍ରବାର ଦିନ ବଡ଼ସୁଆର ଗାଁରେ ସଂକୀର୍ତ୍ତନ ସହ ହୋଲି ଖେଳ ହୋଇଥିଲା । ହୋଲି ଖେଳିବା ପରେ ଗୋଟିଏ ପରିବାରର ୪ ଜଣ ଓ ତାଙ୍କ ଘରକୁ ବନ୍ଧୁବାନ୍ଧବ ଭାବେ ଆସିଥିବା ୨ ଜଣ ମିଶିକି ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ଜଣକ ପରେ ଜଣେ ୭ ଜଣ ଭାସି ଯାଇଥିଲେ ।
ସ୍ଥାନୀୟ ଲୋକେ ତତକ୍ଷଣାତ ଜଣକୁ ଉଦ୍ଧାର କରିଥିଲେ ପରେ ସେହିଦିନ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାସହ ଅନ୍ୟମାନଙ୍କୁ ଠାବ କରିବା ଲାଗି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଗତକାଲି ନଦୀ ଗର୍ଭରୁ ଆଉ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଆଜି ସକାଳୁ ଆଉ ଜଣକର ମୃତଦେହ ଉଦ୍ଧାର କରାଯାଇଛି ।
]]>ଭୋଟ୍ ବାକ୍ସ ଉଠାଇବା ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା କାରଣରୁ ବୁଥ୍ରେ ମତଦାନ ବନ୍ଦ ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ, ବୁଥ୍ରେ ସକାଳୁ ଶୃଙ୍ଖଳିତ ଭାବେ ମତାମତ ଚାଲିଥିଲା । ଭୋଟିଂର କିଛି ସମୟ ପରେ ତଥା ପ୍ରାୟ ୯ଟା ୨୫ ମିନିଟ୍ରେ କିଛି ଦୁର୍ବୃତ୍ତ ଆସି ହଠାତ୍ ଗଣ୍ଡଗୋଳ କରିବା ସହ ଭୋଟ୍ ବାକ୍ସକୁ ଉଠାଇ ନେଇଥିଲେ । ୬ ନମ୍ବର ବୁଥ୍କୁ ଆସି ୪ ଜଣ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗିଦେଲେ ଯାହା ପରଠାରୁ ହିଁ ଭୋଟିଂକୁ ବନ୍ଦ କରିଦିଆଯାଇଛି ।
]]>ଯାଜପୁର ବ୍ଳକର ଏହି ସ୍ମାର୍ଟ ସ୍କୁଲରେ ପିଲାଙ୍କ ପାଇଁ ରହିଛି ସ୍ମାର୍ଟ ବ୍ୟବସ୍ଥା । ଏମିତିକି ସ୍ମାର୍ଟ କ୍ଲାସ୍ରୁମ୍ , ସ୍ମାର୍ଟ ବ୍ଲାକ୍ ବୋର୍ଡ ଓ ପ୍ରୋଜେର ହେଲେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଏପରି ଅବହେଳା ହେଉଥିବା ଦେଖିବାକୁ ମିଳିଛି । କେବଳ ଚାଉଳ ନୁହେଁ, ସ୍କୁଲର ଶୌଚାଳୟ ଓ ଅନ୍ୟ କିଛି କାମମଧ୍ୟ ମନ୍ଥର ଗତିରେ ଚାଲୁଥିବାର ଅଭିଯୋଗ କରାଯଆଇଛି ।
ତେବେ ଏନେଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଉତ୍ତର, ପୋକରା ଚାଉଳକୁ ସଫା କରିବୁ ଯଦି ତାହା ଭଲ ଥିବ ତାହାଲେ ପିଲାଙ୍କୁ ଦେବୁ । ସେହିପରି ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଘରୋଇ ସ୍କୁଲ ଢାଞ୍ଚାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ସରକାର ର୍ନିମାଣ କରିଥିବା ସ୍ମାର୍ଟ ସ୍କୁଲରେ ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଯଦି ଏପରି ଅବହେଳିତ ଅବସ୍ଥାରେ ରହିବ କେବେ ରାଜ୍ୟର ସାଧାରଣ ସରକାରୀ ସ୍କୁଲର ଅବସ୍ଥା କଣ ତାହା ସହଜରେ ଅନୁମେୟ ।
ତେବେ ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି କେବେ ପ୍ରଶାସନର ଦୃଷ୍ଟି ପଡିବ ଏବଂ ଆଗାମୀ ଦିନରେ ଏନେଇ କେଉଁ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା ।
]]>ସୂଚନା ଅନୁସାରେ, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଆସୁଥିବା ଦତ୍ତପୁର ବାସିନ୍ଦାଙ୍କ ଦାବି ପରେ ୨୦୧୯ ନିର୍ବାଚନ ପୂର୍ବରୁ ଫେବୃଆରୀ ୧୯ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଆଜିକୁ ପ୍ରାୟ ଅଢ଼େଇ ବର୍ଷ ହେଲାଣି ପୋଲ ତ ଦୂରର କଥା ପଥର ଖଣ୍ଡେ ବି ରଖାଯାଇନି । ଫଳରେ ଲୋକମାନଙ୍କ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗୁଛି । କିଏ ସାଇକେଲ ତ କିଏ ମୋଟର ସାଇକେଲ ଗଡ଼େଇ ଗଡ଼େଇ ନଦୀ ପାର୍ ହେଉଥିବା ବେଳେ ଅନ୍ୟ କିଏ ବୋଝ ମୁଣ୍ଡେଇ ଚାଲିଛି ।
ଉକ୍ତ ପଞ୍ଚାୟତ ଓ ଏହାର ପଡ଼ୋଶୀ ଗ୍ରାମବାସୀ, ଯାଜପୁର ସୀମାନ୍ତରେ ଥିବାରୁ ଏମାନେ ଭଦ୍ରକ ବେତାଳି ଗାଁରେ ଥିବା ସ୍କୁଲ, କଲେଜ, ମେଡିକାଲ୍ ଓ ବଜାର ଘାଟ ଉପରେ ଅଧିକ ନିର୍ଭର କରନ୍ତି । କିନ୍ତୁ ଯିବାଆସିବା ପାଇଁ ଦୀର୍ଘଦିନ ଧରି ଏହି ଦୁଃସ୍ଥିତି ଲାଗି ରହିଛି । ଗତ ୧୮ ବର୍ଷ ହେଲାଣି ନିଜସ୍ୱ ଉଦ୍ୟମରେ ତିଆରି କରିଆସୁଥିବା ବାଉଁଶ ପୋଲ ସେମାନଙ୍କ ସାହା ପାଲଟିଗଲାଣି ।
ପୂର୍ବରୁ ଗାଁ ଲୋକେ ଦେଶୀ ଡଙ୍ଗା ଉପରେ ଭରସା କରି ରହିଥିଲେ । ହେଲେ ଡଙ୍ଗା ବୁଡ଼ି ହୋଇ ଅନେକ ଜୀବନ ଯିବାରୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ବାଉଁଶ ପୋଲଟି ତିଆରି କରିଛନ୍ତି । ହେଲେ ସେଟା ବି କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ । ତେଣୁ ଏବେ ସେଠାକାର ଲୋକେ ସରକାରୀ ପ୍ରତିଶ୍ରୃତିର ପ୍ରହେଳିକା ଭିତରେ ହିଁ ଦିନ କାଟୁଛନ୍ତି । ଭିତ୍ତି ପ୍ରସ୍ତର ସ୍ଥାପନ ପରେ ବି ପୋଲ ନିର୍ମାଣ ହେଉନି ଯାହାର ଦୋଷ ଲୋକମାନେ ସିଧାସଳଖ ପ୍ରଶାସନ ଓ ରାଜନେତାଙ୍କୁ ଦେଇଛନ୍ତି । ସେମାନଙ୍କ ଅବହେଳା ହେତୁ ଏହିପରି ସମସ୍ୟା ଉପୁଜିଥିବାର ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ହିଁ ସେତୁ ନିର୍ମାଣରେ ବିଳମ୍ବ ହୋଇଛି । ହେଲେ ଖୁବ୍ଶୀଘ୍ର ଏ ସମସ୍ୟାର ସମାଧାନ କରାଯିବ ।
]]>ଠିକ୍ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ପଂଞ୍ଚାୟତ ବଣିଆଗାଡ଼ିଆ ଗ୍ରାମରେ l ଗାଁ ସ୍କୁଲ ବାରଣ୍ଡାରେ ପଡି ରହିଛନ୍ତି ୭୪ ବର୍ଷୀୟା ବୃଦ୍ଧ। ଏ ହେଉଛନ୍ତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ l ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ଛୋଟିଆ ସଂସାର l ସ୍ତ୍ରୀ ଆଜକୁ ପନ୍ଦର ବର୍ଷ ପୂର୍ବେ ଆଖି ବୁଜିଛନ୍ତି l ଉଭୟ ପୁଅ ଝିଅଙ୍କର ବିବାହ ବି ସରିଛି l ଦୁଇ ପୁଅଙ୍କ ପାଖରେ ଜୀବନ ବିତିବା ପାଇଁ ଆଶା କରିଥିଲେ କିନ୍ତୁ ପୁଅ ତାଙ୍କର ବୃଦ୍ଧାବସ୍ଥାରେ ସାହାରା ହେବା ପରିବର୍ତ୍ତେ ଘରୁ ବାହାର କରିଦେଇଛି l ସମ୍ପତ୍ତି ନେବା ପରେ ବାପାକୁ ଘରୁ ବାହାର କରିଦେଲେ କଳିଯୁଗର କୁଳାଙ୍ଗାର ପୁଅ l ବାପା ଦେଖିଥିବା ସ୍ଵପ୍ନ ସବୁ ପାଣିଫୋଟକା ପରି ମିଳେଇ ଯାଇଛି । ଆଖୁର ଲୁହକୁ ପିଇ କେବଳ ଭାଗ୍ୟକୁ ଭରସା କରି ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛି ବୁଢା ବାପ।
ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ମାସିକ ପାଞ୍ଚଶହ ଟଙ୍କାରେ ବିସ୍କୁଟ ଓ ପାଣି ପିଇ ଜୀବନ ଜିଉଛନ୍ତି ପୂର୍ଣ୍ଣଚନ୍ଦ୍ର l ବେଳେ ବେଳେ ମନ୍ଦିରରେ ହେଉଥିବା ରୋଷେଇ ଓ ବଦାନ୍ୟ ବ୍ୟକ୍ତି କିଛି ଖାଇବାକୁ ଦିଅନ୍ତି। ହେଲେ ଅଧିକାଂଶ ଦିନ ବିସ୍କୁଟ ଓ ପାଣିରେ ହିଁ ବିତେ।
ସ୍ତ୍ରୀ ଆରପାରିକୁ ଯିବା ପରେ ସମ୍ପତ୍ତି ସବୁକୁ ୨ ପୁଅଙ୍କ ମଧ୍ୟରେ ବାଂଟ କରିଦେଲେ ପୂର୍ଣ୍ଣଚନ୍ଦ୍ର। ଆଉ ଏହାପରେ ପୁଅ ଓ ବୋହୁ ମିଶି ନିର୍ଯାତନା ଦେବା ଆରମ୍ଭ କରିଦେଲେ। ୫ ମାସ ତଳେ ସାନ ବୋହୂ ଧକ୍କା ମାରିଦେଲା ଆଉ ସେହିଦିନଠୁ ସ୍କୁଲ ବାରଣ୍ଡା ପାଲଟିଲା ପୂର୍ଣ୍ଣଚନ୍ଦ୍ରଙ୍କ ଘର। ବୃଦ୍ଧ ପିତାମାତାଙ୍କ ନିର୍ଯ୍ୟାତନା ବିରୁଦ୍ଧରେ କଠୋର ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହି ବୃଦ୍ଧଙ୍କ କ୍ଷେତ୍ରରେ ଏହି ଆଇନ ର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଏହି ବୃଦ୍ଧଙ୍କ ଥଇଥାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଏ ଘଟଣା ସମ୍ପର୍କରେ ନେଇ ଆମେ ବୃଦ୍ଧଙ୍କ ପୁଅ ଏବଂ ବୋହୂଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ମାତ୍ର ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି।
]]>ଆଉ ଏହି କାମ ଖୋଦ୍ ଯାଜପୁର ଟାଉନ୍ ସହର ଭିତରେ ହିଁ ହେଉଥିଲା। ଯାଜପୁର ଥାନା ଅର୍ନ୍ତଗତ ଶୀତଳେଶ୍ୱର ରାଧା କବାଡିଆ କେନ୍ଦ୍ରରେ ଏପରି କାମ ଏବେ ନୁହେଁ ବରଂ ବହୁ ପୂର୍ବରୁ ହେଉଥିବା ନେଇ ଅଭିଯୋଗ ବି ହୋଇଛି। ଖବର ପାଇ ଯାଜପୁର ପୋଲିସ ଚଢାଉ କରି ୧୦ଟି ୪ ଚକିଆ ଗାଡିର ପାର୍ଟସ ଜବତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଆଉ ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ବାହାରୁ ଚୋରି ହୋଇଥିବା ଗାଡି ମାଲିକଙ୍କ ଏବେ ଯାଜପୁର ଥାନାକୁ ସୁଅ ଛୁଟିଛି ।
ଯାଜପୁର ସହରରେ ଚାଲିଛି ବେଆଇନ ଷ୍କାର୍ପ ବ୍ୟବସାୟ । ଏହି କବାଡି ଦୋକାନ ଆଳରେ ଚାଲିଥିଲା ଚୋରି ଅଟୋ ବୋଲେରୋ, କାର ଓ ବାଇକ ଆଦିର କଟିଙ୍ଗ କରି ମାଲେ ମାଲ ହେଉଛନ୍ତି ଚୋର ଓ କବାଡ଼ିବାଲା । ଯାଜପୁର ଥାନା ଅର୍ନ୍ତଗତ ଶୀତଳେଶ୍ୱର ଗ୍ରାମରେ ଚାଲିଥିଲା ଏଭଳି ଚୋରା ଗାଡିର କଟିଙ୍ଗ । ଆଉ ଅଭିଯୋଗ ପରେ ଯାଜପୁର ପୋଲିସ ଚଢାଉ କରି ଷ୍କାର୍ପ ବ୍ୟବସାୟୀ ରାଧା ବେହେରା, ଗାଡି ଚୋରି କରୁଥିବା ମାନସ ପାଲ ଓ କଟିଙ୍ଗ କରୁଥିବା ସେକ ଇସଲାମ କଟରକୁ ଗିରଫ କରିଥିବା ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।
ନକଲି ଚାବି ମାଧ୍ୟମରେ ଏମାନେ ନେଟୱାର୍କ ବିଛାଇ ନୂଆ ଗାଡିକୁ ଚୋରି କରିବା ପରେ ତୁରନ୍ତ ଗ୍ୟାସରେ କାଟି ଖଣ୍ଡ ଖଣ୍ଡ କରି ଗାଡିର ଇଞ୍ଜିନ ଓ ପାର୍ଟସ ଅଲଗା କରିଦେଉଥିଲେ । ଗତ ଜୁଲାଇରୁ ନଭେମ୍ବର ମାସ ଭିତରେ ଏମାନେ ଯାଜପୁର ସମେତ କଟକ ଓ କେନ୍ଦ୍ରାପଡାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୧୦ ଟି ଗାଡିକୁ କାଟିଥିବା ମାନିଛନ୍ତି । ପୁର୍ବରୁ ଏହିଭଳି କେତେ ଗାଡି କଟାଯାଇଛି? ଏମାନଙ୍କ ସହ ଅନ୍ୟ କିଏ ସମ୍ପୃକ୍ତ ତାହାର ତଦନ୍ତ ହେବ ବୋଲି କହିଛନ୍ତି ଯାଜପୁର ଏସଡିପିଓ । ସେପଟେ ଚୋରି ଗାଡି କୁ ଠାବ ଲାଗି ବିଭିନ୍ନ ଆଡୁ ଗାଡି ମାଲିକଙ୍କ ସୁଅ ଛୁଟିଛି ।
ପୋଲିସର ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଯାଜପୁର ଥାନା ଅଂଚଳରୁ ଗୋଟିଏ ବୋଲେରୋ ଚୋରି ଅଭିଯୋଗର ତଦନ୍ତ ବେଳେ ଜଣା ପଡିଥିଲା ଯେ, କଟକ ଜଗତପୁର ଅଂଚଳରୁ ଟାଟା ଏସସି ଗାଡ଼ି ଚୋରି ହୋଇ ଯାଜପୁର ଆସିଛି । ଗାଡିର ଜିପିଏସ ଯାଂଚରୁ ଜଣାପଡିଥିଲା ତାହା ଶୀତଳେଶ୍ୱର କବାଡିଖାନା ନିକଟରେ ରହିଛି । ଚଢାଉ ବେଳେ ଟାଟା ଏସିକୁ ଜବତ କରାଯାଇଥିବା ବେଳେ ଅନେକ ଗାଡିର କଟା ପାର୍ଟସ ମିଳିଛି । ଏହି ଖବର ପାଇବା ପରେ ଚୋରି ହୋଇଥିବା ଗାଡି ମାଲିକଙ୍କ ଥାନାକୁ ସୁଅ ଛୁଟିଛି । ନିଜ ଗାଡିର ଟୁକୁରା ଟୁକୁରା ପାର୍ଟସ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଗାଡି ମାଲିକ । ଏହି ଗ୍ୟାଙ୍ଗରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଧରି ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ଗାଡି ମାଲିକ । ତେବେ ସହର ଭିତରେ ଏପରି ବେଆଇନ କାମ ଚାଲୁଥିବା ପରେ ବି କେମିତି ଏତେଦିନ ପର୍ଯ୍ୟନ୍ତ ପୋଲିସ ଜାଣିପାରିଲାନାହିଁ ତାହା ତଦନ୍ତ ସାପେକ୍ଷ।
]]>କେଉଁ ଆବହମାନ କାଳରୁ ମାଆଙ୍କୁ ଏଠାରେ ପୂଜା କରାଯାଉଛି। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମାଆଙ୍କର ବିଶେଷ ପୂଜା କରାଯାଏ ବୋଲି ପଣ୍ଡିତମାନେ କହନ୍ତି। ସାଧାରଣ ଭାବରେ ମାଆଙ୍କ ପାଖରେ ବଳିର ପରମ୍ପରା ରହିଥାଏ। ପୁରାଣ ଶାସ୍ତ୍ରରେ କୁହାଯାଏ, ମାଆଙ୍କ ପାଖରେ ଥିବା ଯୋଗିନୀଗଣ ବଳିକୁ ଭକ୍ଷଣ କରିଥାଆନ୍ତି। କିନ୍ତୁ ଏହି ମନ୍ଦିରରେ ବଳି ପଡୁନଥିବା ଜଣାଯାଏ। ସ୍ଥାନୀୟ ଲୋକମାନେ କହନ୍ତି, ମାଆଙ୍କ ପାଖରେ ମନସ୍କାମନା କଲେ ତାହା ପୂର୍ଣ୍ଣ ହୁଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାଜପୁର ଶକ୍ତିର କ୍ଷେତ୍ର ଆଉ ତନ୍ତ୍ରର କ୍ଷେତ୍ର।
ଶାସ୍ତ୍ରରେ କୁହାଯାଇଛି ପୁରର ଅର୍ଥ ହେଉଛି ଜ୍ଞାନର ଭଣ୍ଡାର ଅର୍ଥାତ୍ ଯେଉଁ ଅଂଚଳରେ ଦେବାଦେବୀଙ୍କୁ ପ୍ରତ୍ୟକ୍ଷ ଭାବରେ ଆରଧାନା କରାଯାଏ ତାହାକୁ ପୁର କୁହାଯାଏ। ସରଳ ଭାଷାରେ କହିବାକୁ ଗଲେ, ପୁରର ଅର୍ଥ ପୁରିଥିବା ସ୍ଥାନ। ପୂର୍ବରୁ ଯାଜପୁରର ନାଁ ଯଜ୍ଞପୁର ମଧ୍ୟ ରହିଥିଲା। କେବଳ ଏଠାରେ ନୁହେଁ, ଯାଜପୁର ଜିଲ୍ଲାରେ ୪ଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ ପୂଜା କରାଯାଉଛି। ସେହି ସ୍ଥାନ ଗୁଡ଼ିକ ହେଲା ଗୁଆମାଳ, ଅଙ୍ଗାଳ, ବ୍ରାହ୍ମଣୀପାଳ ଓ ମୂଳାପାଳ। ଏହି ୪ ସ୍ଥାନରେ ମାଆଙ୍କୁ ବେଶ୍ ଭଲରେ ପୂଜା ଆରାଧନା କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୪ ସ୍ଥାନରେ ମାଆଙ୍କ ପାଖରେ କେହି ଯୋଗିନୀ ନଥାନ୍ତି।
କେବଳ ମାଆ କାଳୀଙ୍କ ସହ ମହାଦେବଙ୍କୁ ପୂଜା କରାଯାଏ। ଆଉ ମାଆ ଉଗ୍ର ରୂପ ଧାରଣ କରିଥିବା ବେଳେ ବେକରେ କେବଳ ଅସୁରମାଳା, ହାଡ଼ ମାଳା ଏବଂ ବାମ ହାତରେ କଟା ଅସୁର ମୁଣ୍ଡ ଧରିଥାଆନ୍ତି। ଏହାସହ ମାଆଙ୍କ ବକ୍ଷରେ ପୂଜା ସମୟରେ ଏକ ଅଷ୍ଟଧାତୁର ସ୍ୱତନ୍ତ୍ର ସାମଗ୍ରୀ ରଖାଯାଏ। କୁହାଯାଏ ମାଆଙ୍କର ଜୀବନ୍ୟାସ କରିବା ସମୟରେ ଏହା ରଖାଯାଏ। ତେବେ ଯାଜପୁରର କାଳୀପୂଜା ସାରା ରାଜ୍ୟରେ ସ୍ୱତନ୍ତ୍ର ଓ ନିଆରା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହା ଏମିତି ଏକ ସହର ଯେଉଁଠାରେ ୪ ଦିଗରେ ମାଆଙ୍କୁ ସ୍ୱତନ୍ତ୍ର ଭାବରେ ପୂଜା କରାଯାଏ।
]]>ଯାଜପୁର ବଡଚଣା ବ୍ଲକ ବରପଦା ଗାଁର ଦୁଇ ଭଉଣୀ ସୁପ୍ରଭା ଜେନା ଏବଂ ଶୁଭଦର୍ଶିନି ଜେନା । ପାରିବାରିକ ଆର୍ଥିକ ଦୁରାବସ୍ଥା ଯୋଗୁଁ କୌଣସି ଧନ୍ଦାମୁଳକ ଶିକ୍ଷା ଗ୍ରହଣ କରିପାରିନଥିଲେ ଦୁଇ ଭଉଣୀ । କେବଳ ସ୍ନାତକ ଶେଷ କରି ବିଭିନ୍ନ ପ୍ରତିଯୋଗୀତା ମୁଳକ ପରିକ୍ଷା ପାଇଁ ନିଜକୁ ପ୍ରସ୍ତୁତ ହେଉଛନ୍ତି । ଏଥିସହିତ ଛତିଆ ଠାରେ ଥିବା ଭାରିଯାନ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ତାଲିମ ଗ୍ରହଣ କରିଛନ୍ତି ଏହି ଦୁଇ ଭଉଣୀ । ଯେତେବେଳେ ମହିଳା ମାନେ ନିଜକୁ ଦୁର୍ବଳ ମନେ କରି ପାଠ ପଢ଼ା ଶେଷ ପରେ ଘରେ ରହି ରୋଷେଇ କରନ୍ତି ସେତେବେଳେ ଏହି ଦୁଇ ଭଉଣୀ କିଭଳି ବସ,ଟ୍ରକ ଏବଂ ଟ୍ରଲର ଭଳି ଟନ ଟନ ଓଜନର ଗାଡି ଚଳାଉଛନ୍ତି ଏହି ଦୁଇ ଭଉଣୀ। ଏଠାରୁ ତାଲିମ ନେବା ପରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କୁ ସ୍ୱତନ୍ତ୍ର ସୁବିଧା ମିଳିବା ନେଇ ଆଶା ରଖିଛନ୍ତି । ଭାରିଯାନ ଚଳାଇବା କ୍ଷେତ୍ରରେ ଏହି ଦୁଇ ଭଉଣୀଙ୍କ ସଫଳତା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
ଦେଶରେ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ତୃଟିପୂର୍ଣ୍ଣ ଗାଡିଚାଳନା । ତେଣୁ ତାଲିମ ପ୍ରାପ୍ତ ଡ୍ରାଇଭର ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏବଂ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ଛତିଆରେ ୨୦୧୩ ମିସିହାରୁ ପ୍ରତିଷ୍ଠା ହୋଇଛି ଏହି ତାଲିମ କେନ୍ଦ୍ର । ଓଡିଶାର ବେକାର ଛାତ୍ର ଛାତ୍ରୀ ମାନଙ୍କୁ ଭାରିଯାନ ତାଲିମ ସଂପୂର୍ଣ୍ଣ ମାଗଣାରେ ଦେବା ସହିତ ମାଗଣାରେ ହଷ୍ଟେଲର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଏହି କେନ୍ଦ୍ରରେ ଏବେ ମହିଳାଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ତାଲିମଦାତାଙ୍କ ସହିତ ରହିବା ପାଇଁ ହଷ୍ଟେଲର ସୁବିଧା କରାଯାଇଛି । ତାଲିମ ଶେଷ ହେବା ପରେ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତିର ସୁଯୋଗ ଦେଉଛି ଏହି ତାଲିମ କେନ୍ଦ୍ର । ସେଥିପାଇଁ ମହିଳା ମାନେ ଘରେ ନ ବସି ସୁପ୍ରଭା ଏବଂ ଶୁଭଦର୍ଶିନିଙ୍କ ଭଳି ଆସି ମାଗଣାରେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ।
ଭାରିଯାନ ତାଲିମ ପ୍ରାୟ ୧ ମାସ ଚାଲୁଛି ଯେଉଁଥିରେ ଥିଓରି ଓ ପ୍ରାକ୍ଟିକାଲ ବିଷୟରେ ତାଲିମ ଦିଆଯାଉଛି । ତାଲିମ ଶେଷ ପରେ ଛାତ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଯୋଗାଇ ଦିଆଯାଉଛି ।
]]>ବିରଜା କ୍ଷେତ୍ରର ମାହାତ୍ମ୍ୟ ୫୧ଟି ଶକ୍ତିପୀଠରୁ ଭିନ୍ନ। ରାଜ୍ୟ ଏବଂ ରାଜ୍ୟ ବାହାରୁ ମା’ ବିରଜାଙ୍କ ପୀଠକୁ ଅନେକ ଶ୍ରଦ୍ଧାଳୁ ଆସି ଥାଆନ୍ତି। ମା’ଙ୍କ ମନ୍ଦିରରେ ରହିଛି ଅନେକ ସ୍ୱତନ୍ତ୍ରତା। ଏହି ପୀଠକୁ ନେଇ ଅନେକ ବିଶ୍ୱାସ ରହିଛି। ଯାହା ଏବେ ବି ଅନେକ ଲୋକେ ଜାଣି ନଥିବେ। ବିରଜା ମନ୍ଦିରରେ ରହିଛି ଚାରିଟି ଦ୍ୱାର। ଏଥିମଧ୍ୟରୁ ମନ୍ଦିରର ପଶ୍ଚିମ ଦ୍ୱାରଟି ସବୁବେଳେ ବନ୍ଦ ରହିଥାଏ। ଅର୍ଥାତ୍ ଆଜି ପର୍ଯ୍ୟନ୍ତ କେବେ ହେଲେ ପଶ୍ଚିମ ଦ୍ୱାରଟି ଖୋଲାଯିବାର ନଜିର ନାହିଁ। ମାଳିକାରେ ବର୍ଣ୍ଣିତ ଓ ଲୋକଙ୍କ ବିଶ୍ୱାସ ଅନୁସାରେ, କଳିଯୁଗ ଶେଷରେ ଭୈରବୀ ଡାକ ଦେଲେ ପଶ୍ଚିମ ଦ୍ୱାର ଆପେ ଆପେ ଖୋଲିବ। ତେଣୁ ମା’ଙ୍କ ଏହି ଦ୍ୱାର କେବେ ଖୋଲାଯାଏ ନାହିଁ କି ଖୋଲାଯିବାର କେହି ଦେଖି ନ ଥିବା ସେବାୟତ କହିଛନ୍ତି।
କଳିଯୁଗର ଶେଷରେ ପଶ୍ଚିମ ଦ୍ୱାର ଖୋଲା ଯିବାର ବିଶ୍ୱାସକୁ ଆଜି ଯାଏ ସେବାୟତ ଓ ଶ୍ରଦ୍ଧାଳୁ ମାନି ଆସିଛନ୍ତି। ମା’ଙ୍କ ଚାରି ପାଖରେ ୧୦୮ ଶିବଲିଙ୍ଗ, ଗଣେଶ ଓ କାର୍ତ୍ତିକ ରହି ଥିବାବେଳେ ବାମ ପାର୍ଶ୍ୱରେ ପିଣ୍ଡଦାନ ଲାଗି ରହିଛି ନାଭିଗୟା କୁଣ୍ଡ। ସେହିପରି ଶାରଦୀୟ ପୂଜା ବେଳେ ମହିଷାସୁର ନିଧନ ଲାଗି ଲାଖ ବିନ୍ଧା ପର୍ବ ଅନ୍ୟ କୌଣସି ଶକ୍ତି କ୍ଷେତ୍ରରେ ଦେଖାଯାଏନି। କେବଳ ଏତିକି ନୁହେଁ, ବିରଜା କ୍ଷେତ୍ରର ରହିଛି ଅନେକ ମହାତ୍ମ୍ୟ।
]]>