• translate

Tag: Jajpur

Jajpur Police Bust Turtle Smuggling Racket - 43 Turtles Rescused, 1 Arrested
ଚାଲିଥିଲା କଇଁଛ ଚୋରା ଚାଲାଣ, ଧରିପକେଇଲା....

କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।

Venomous Snake Rescued In Odisha’s Jajpur
କାର୍ ଭିତରୁ ଶୁଭିଲା ଗର୍ଜନ.. ଦେଖିଲା ବେଳକୁ ବିରାଟ ନାଗ

ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..

OTV Impact- Jajpur Elderly Man Abandoned By Son Welcomed Back By Family
ଖବର ପ୍ରସାରଣ ପରେ ଚେତିଲେ ପୁଅ-ବୋହୂ, ବୁଢ଼ା ବାପାକୁ ଫୁଲ ମାଳ ପକାଇ ଘରକୁ ନେଲେ

୫ ମାସ ତଳେ ଯେଉଁ ପୁଅ-ବୋହୂ ବୁଢ଼ା ବାପାକୁ ଧକ୍କା ମାରି ଘରୁ ବାହାର କରିଦେଇଥିଲା, ଆଜି ଖବର ପ୍ରସାରଣ ପରେ ଫୁଲମାଳ ଦେଇ ଘରକୁ ନେଲେ। ନିଜ ଦୋଷକୁ ସ୍ୱୀକାର କରିବା ସହ ଆଗକୁ ପୂର୍ଣ୍ଣଚନ୍ଦ୍ରଙ୍କର ପୂରା ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଯାଜପୁରର ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...

Jajpur
ବୁଢ଼ା ବାପାକୁ ପର କରିଦେଲା ଭେଣ୍ଡିଆ ପୁଅ

ଦିନେ ସ୍ୱପ୍ନ ଦେଖିଥିଲେ, ପୁଅ ଓ ବୋହୂ ମୋର ବୃଦ୍ଧ କାଳରେ ଯତ୍ନ ନେବେ ବୋଲି। କିନ୍ତୁ ଆଜି ସେମାନେ ବୁଢ଼ା ବାପାକୁ ପର କରିଦେଲେ

Peanuts farmer problem
ବାଦାମ ବିହନ ମିଳୁନି, ଚିନ୍ତାରେ ଚାଷୀ

ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ

jajpur
ଏଇଠି ଚୋରା ଗାଡ଼ିକୁ କଟର୍‌ରେ କଟାଯାଉଛି, ଯଦି ଆପଣଙ୍କ ଗାଡ଼ି....

ସହର ମଧ୍ୟରେ ଚାଲିଥିଲା ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥିଲେ କବାଡ଼ିଆ, ପୋଲିସ ପାଖରେ ଖବର ନଥିଲା...ଏବେ ଜଣାପଡ଼ିବା ପରେ ରେଡ୍‌ ମାରିଲା ଟାଉନ୍‌ ପୋଲିସ୍‌

Inmates Engaged In Mushroom Farming, Phenyl Making In Jajpur Sub-Jail
ଖାଲି ବସିବେନି ଅନ୍ତେବାସୀ

ଜେଲରେ ଥିବା ଅନ୍ତେବାସୀଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ । ଜେଲରୁ ମୁକୁଳିବାପରେ ନିଜକୁ ଆର୍ଥିକ କ୍ଷେତ୍ରରେ ସକ୍ଷମ କରିବା ପାଇଁ ସାନିଟାଇଜର, ମହମବତୀ ତିଆରି ଠାରୁ ଆରମ୍ଭ କରି ଛତୁଚାଷ ପ୍ରଣାଳୀ ବି ଶଖୁଛନ୍ତି ଅନ୍ତେବାସୀ । ଦେଖନ୍ତୁ ଏହି ରିପୋର୍ଟ.

Kali Puja
୯ ହାତ ଦେଉଳରେ ୧୮ ହାତ କାଳୀ : ଏହା କେମିତି ସମ୍ଭବ?

ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା

Jajpur
ଆମେ ବି କାହାଠୁ କମ୍‌ ନୁହେଁ, ଭାରିଯାନ ଚଳାଇବା ପାଇଁ ଅଂଟା ଭିଡ଼ିଛନ୍ତି ଦୁଇ ଭଉଣୀ

ମହିଳା ମାନେ ପୁରୁଷଙ୍କ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା ।

Maa Biraja Temple
କାହିଁକି ‌ଖୋଲା ଯାଏ ନାହିଁ ବିରଜା ମନ୍ଦିରର ପଶ୍ଚିମ ଦ୍ୱାର ? ଜାଣନ୍ତୁ ଏହା ପଛର ମାଳିକା ଭବିଷ୍ୟବାଣୀ...

ମା’ ବିରଜାଙ୍କର ରହିଛି ଅନେକ ସ୍ୱତନ୍ତ୍ରତା। ମା’ଙ୍କ ମହିମାକୁ ନେଇ ରହିଛି ମାଳିକା ଭବିଷ୍ୟବାଣୀ। ବିଶ୍ୱାସ ରହିଛି, ମନ୍ଦିର ବେଢାର ପଶ୍ଚିମ ଦ୍ୱାର ଆଜି ପର୍ଯ୍ୟନ୍ତ କେବେବି ଖୋଲି ନାହିଁ। କାହିଁକି ଖୋଲେନି ଏହି ପଶ୍ଚିମ ଦ୍ୱାର ? କ’ଣ ଏହାର ବିଶେଷତ୍ୱ ? କ’ଣ ଏହି ଅଲୌକିକ କିମ୍ବଦନ୍ତୀ, ଜାଣନ୍ତୁ.... 

4 Awarded Life Imprisonment For Killing Woman In Jajpur
ସ୍ୱାମୀ, ଶ୍ୱଶୁର, ଦିଅର, ଶାଶୁଙ୍କୁ ଆଜୀବନ

ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

TRUCK DRIVER
ବାପା ଟ୍ରକ୍‌ ଚଲାଉଥିଲେ, ପୁଅ OAS ପାଇଲେ

ବାପା ଟ୍ରକ୍‌ ଡ୍ରାଇଭର, ପୁଅ ପାଇଲା ଓଏଏସ୍‌ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ।

Roads Yet To Reach Many Villages In Mayurbhanj & Jajpur
ନଦୀ ସାଜିଛି ଦୁଃଖ

ନଦୀ ସାଜିଛି ଦୁଃଖ । ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଉଦଳା ଶିମିଳିପାଳ ପାଦଦେଶରେ ଥିବା ଏ ହେଉଛି ବାଲମା ଗାଁ। ଦେଖନ୍ତୁ ଏଠି ଗାଁ ଲୋକେ କେତେ ହନ୍ତସନ୍ତ

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

Maa Biraja Ratha Jatra
କୋଭିଡ୍ କଟକଣାରେ ଗଡିବ ମା' ବିରଜାଙ୍କ ରଥ

ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ, କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ। ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Jajpur | Sec 144 To Be Clamped For Maa Biraja Rath Yatra
ବିନା ଭକ୍ତରେ ଗଡ଼ିବ ମା ବିରଜାଙ୍କ ରଥ

କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା ବିରଜାଙ୍କ ରଥ । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

MGNREGA scam
ସବୁ ଭାଗବାଣ୍ଟି କରି ଖାଇଦେଲେ, ସାମ୍ନାକୁ ଆସିଲା ମନରେଗା ଦୁର୍ନୀତିର ଚିତ୍ର

ମନରେଗା ଏବଂ ପଞ୍ଚାୟତିରାଜ୍ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଆସିଛି ଅଭିଯୋଗ ।ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ

Jajpur
ଯାଜପୁରରେ ସ୍ୱାସ୍ଥ୍ୟ ସେବା ଢିଲା: ହାଡ଼ ରୋଗୀଙ୍କୁ ଦେଖୁଛନ୍ତି ମେଡ଼ିସନ୍‌ ଡାକ୍ତର

ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ

Dead Bodies Of Two Youths Found On NH
ଏନ୍‌ଏଚ୍‌ରୁ ଯୁବକଙ୍କ ମୃତଦେହ ଠାବ, ରାତିରେ ଭେଟିବାକୁ ଆସିଥିଲେ ପ୍ରେମିକାଙ୍କୁ !

ଏନ୍‌ଏଚ୍‌ରୁ ୨ ଜଣ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଆଜି ସକାଳେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

JAJPUR FARMER
ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି: ଚିନ୍ତାରେ ଚାଷୀ

ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି

Drought Threat Raises Concerns For Farmers In Odisha After Huge Rainfall Deficit
ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ

ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ହନ୍ତସନ୍ତ । ବର୍ଷା ନଥିବାରୁ ସମୁଦ୍ରରେ ମାଛ ବି ମିଳୁନାହାନ୍ତି ।

Nagada Village
ପୁଣି ଚର୍ଚ୍ଚାରେ ନଗଡା,ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ। ଡିଏମଏଫ ଫଣ୍ଡର ଦୂରୁପଯୋଗ କରାଯାଇ ରାସ୍ତା, ଡ୍ରେନ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ନାଁରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । ଆଉ ପାହାଡି ଇଲାକାରେ ଏହିସବୁ କାମର ତଦାରଖ କରିବାକୁ କେହି ନ ଥିବାରୁ ହରିଲୁଟର ସୁରାକ ମଧ୍ୟ କେହି ପାଇପାରୁନାହାନ୍ତି । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

Kalamatia Sahid Peetha
ରାକ୍ଷୀ ଆସିଲେ ମନେ ପଡ଼େ ବରୀର ସହିଦ୍‌ ପୀଠ କଳାମାଟିଆ, ଗୋଟିଏ ଦିନରେ ସହୀଦ ହୋଇଥିଲେ ୪ ଯୁବକ

ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି

Mayurbhanj
ଅସୁରକ୍ଷିତ ଜାତୀୟ ରାଜପଥ : ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା

ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ

roads Turn Into Death Traps
ଅକାଳରେ ଚାଲି ଯାଉଛି ଜୀବନ, ଏହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି ଲୋକେ

ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ।