ପୂର୍ବରୁ ସ୍ତ୍ରୀର ସମ୍ମାନ ନମିଳିଲେ ଶ୍ରୀକାନ୍ତଙ୍କ ବାସଭବନ ଆଗରେ ବସିବା ପାଇଁ ଧମକ ଦେଇଥିଲେ ସଂଯୁକ୍ତା । ବିଧାୟକ ଶ୍ରୀକାନ୍ତଙ୍କ ଘର ଆଗରେ ବସି ରହିବା ସହ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ ସଂଯୁକ୍ତା । ଖବର ପାଇ ବିଧାୟକଙ୍କ ଘର ଆଗରୁ ସଂଯୁକ୍ତାଙ୍କୁ ପୁଲିସ ଉଠାଇନେଇ ଗିରଫ କରିଥିଲା।
ପରେ ତାଙ୍କୁ ପୋଲସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ କୋଦଳା ଜେଲ ହାଜତକୁ ପଠାଇଛନ୍ତି । ତାଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ଘରେ ଜୋର୍ ଜବରଦସ୍ତ ପଶିବା, ସୁନା ଅଳଙ୍କାର ଚୋରି କରିବା ଭଳି ସଂଗୀତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରୁ ଜାମିନ ପାଇବା ପରେ କୋଦଳା ଜେଲରୁ ମୁକ୍ତ ହୋଇଛନ୍ତି ।
]]>ଅନ୍ୟପଟେ ପାକିସ୍ତାନରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଓ ସସପେନ୍ସ ଜାରି ରହିଛି । ଏହାରି ମଧ୍ୟରେ ଚାଲିଛି ଭୋଟ୍ ଗଣତି । ତା ପୂର୍ବରୁ ଉଭୟ ନୱାଜ ସରିଫ୍ ଓ ଇମ୍ରାନ୍ ଖାନ୍ ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ତେବେ ଭୋଟ୍ ଗଣତିରେ ଆଗରେ ରହିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ । ଜେଲ୍ ଭିତରୁ ନିର୍ବାଚନ ଭାର ସମ୍ଭାଳିଥିବା ଇମ୍ରାନ୍ ଖାନ୍ଙ୍କ ପିଟିଆଇ ସମର୍ଥିତ ସାଂସଦ ନୱାଜ ସରିଫଙ୍କୁ ପଛରେ ପକାଇଛନ୍ତି । ନୱାଜ ସରିଫଙ୍କ ପ୍ରତି ପାକିସ୍ତାନ ସେନାର ସମର୍ଥନ ଥିବା ସତ୍ତ୍ୱେ ଇମ୍ରାନ୍ ଆଗରେ ରହିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନ, ଇମ୍ରାନ ଖାନଙ୍କ ପିଟିଆଇର ଚିହ୍ନ ବ୍ୟାଟକୁ ରଦ୍ଦ କରିଦେଇଥିଲେ ।
ଏହାପରେ ତାଙ୍କ ଦଳର ପ୍ରାର୍ଥୀ ନିର୍ଦଳୀୟ ଭାବେ ନିର୍ବାଚନ ଲଢିଥିଲେ । ଏବେ ସେହି ନିର୍ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ଗେମ୍ ଚେଞ୍ଜର । ସେପଟେ ପିଏମଏଲ ଏନ ବିଜୟୀ ହୋଇଛି ବୋଲି କହି ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଦଳର ସୁପ୍ରିମୋ ନୱାଜ ଶରିଫ । ତେବେ ପାକିସ୍ତାନ ନିର୍ବାଚନ ଲାଗି ଭୋଟ ଗଣତି ମଧ୍ୟରେ ନୱାଜ ସରିଫ କହିଛନ୍ତି ଯେ ତାଙ୍କ ଦଳ ଦେଶରେ ସରକାର ଗଠନ କରିବାକୁ ଯାଉଛି ।
ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଥରେ ନୁହେଁ ବରଂ ଅନେକ ଥର କହି ସାରିଛି । ମୁଁ ଆପଣଙ୍କ ଆଖିରେ ଏକ ଚମକ ଏବଂ ଖୁସି ଦେଖୁଛି । ଆମେ ଦେଶର ଯନ୍ତ୍ରଣାକୁ ଛାତିରେ ରଖିଥାଉ । ଆମେ ସମସ୍ତେ ଏକାଠି ଦେଶ ପାଇଁ କାମ କରିବା । ଦେଶର ସମସ୍ତ ଅନୁଷ୍ଠାନକୁ ଏକତ୍ର ହୋଇ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ହେବ । ଯାହା ଦେଶର ଜନସାଧାରଣଙ୍କ ଜୀବନ ଏବଂ ଭବିଷ୍ୟତର ପ୍ରଶ୍ନ ।
]]>ଦେଶରେ ଆସିବାକୁ ଯାଉଛି ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ । ଆଉ ଏହାକୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା, କାରଣ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ ବିଧେୟକ । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲ୍ ଆଣିଛନ୍ତି ।
ଉତ୍ତରାଖଣ୍ଡରେ ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍ ଲିଭ୍-ଇନ୍ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ । ବିଶେଷ କରି ୨୧ ବର୍ଷରୁ କମ୍ ବୟସର ଯୁବକ-ଯୁବତୀମାନେ ଏକାଠି ରହିବାକୁ ହେଲେ ସେମାନଙ୍କ ବାପା-ମା’ଙ୍କ ସହମତି ଆବଶ୍ୟକ । ଏଥି ସହିତ ଅନେକ ନିୟମ ମଧ୍ୟ ରହିଛି ।
ଜାତୀୟ ଗଣମାଧ୍ୟମକୁ ଏନେଇ ଜଣେ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲିଭ୍-ଇନ୍ ରିଲେସନସିପ୍ର ସମସ୍ତ ତଥ୍ୟ ପାଇଁ ଏକ ୱେବସାଇଟ୍ ହେଉଛି । ଯାହାକି ଜିଲ୍ଲା ରେଜିଷ୍ଟ୍ରାର ଯାଞ୍ଚ କରିବେ । ୱେବସାଇଟ୍ରେ ଦିଆଯାଇଥିବା ତଥ୍ୟକୁ ନେଇ ଯଦି କୌଣସି ସନ୍ଦେହ ହୁଏ ତେବେ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି । ବିଶେଷ କରି ୨୧ ବର୍ଷରୁ କମ୍ ହୋଇଥିଲେ କାର୍ଯ୍ୟାନୁଷ୍ଠ ମଧ୍ୟ ହେବ ।
ସବୁଠାରୁ ବଡ଼ କଥା ହେଉଛି, ଲିଭ୍-ଇନ୍ ସମ୍ପର୍କରେ ସମସ୍ତ ତଥ୍ୟ ଦାଖଲ କରିବାରେ ଯଦି ତାହା ମିଛ ବୋଲି ଜଣାପଡ଼େ, ତେବେ ତିନି ମାସ ପାଇଁ ଜେଲ ସହ ୨୫ ହଜାର ଟଙ୍କା ଜୋରିମାନା ଉଭୟ ଦେଇପାରନ୍ତି ।
ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ ବିଧେୟକ । ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲ୍ ଆଣିଛନ୍ତି । ଏହି ବିଲ ଆଇନରେ ପରିଣତ ହେଲେ ରାଜ୍ୟର ସବୁ ବର୍ଗ ଓ ଧର୍ମର ଲୋକ ଉପକୃତ ହେବେ ବୋଲି କହିଛନ୍ତି ଧାମି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ- ଏକ ଭାରତ, ଶ୍ରେଷ୍ଠ୍ ଭାରତର ଉଦାହରଣ ।
ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡ ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଂଜନ ପ୍ରକାଶ ଦେଶାଇ । ୭୪୯ ପୃଷ୍ଠା ବିଶିଷ୍ଟ ଡ୍ରାଫଟରେ ରହିଛି ୪ଟି ବିଷୟ । ୟୁନିଫର୍ମ ସିଭିଲ କୋଡ ଆଇନରେ ପରିଣତ ହେଲେ ବହୁ ବିବାହ, ବାଲ୍ୟ ବିବାହ, ସମସ୍ତ ଧର୍ମରେ ବିବାହ ପାଇଁ ଝିଅଙ୍କ ବୟସ ଓ ବିବାହ ବିଚ୍ଛେଦ ପାଇଁ ସବୁ ବର୍ଗ, ସବୁ ଧର୍ମ ପାଇଁ ସମାନ ଆଇନ ରହିବ ।
]]>ପାକିସ୍ତାନରେ ରାଜନୈତିକ ତାମ୍ସା । ଗଣତନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କଲା ଭଳି ଆସନ୍ତା ୮ ତାରିଖରେ ଏଠାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେବେ ଏହା ଇଲେକସୱନ ନୁହେଁ ସେନା ଦ୍ୱାରା ସିଲେକସନ୍ ବୋଲି କୁହାଯାଉଛି । କାରଣ ପାକିସ୍ତାନ ମୁସଲିମ୍ ଲିଗ୍ (ନୱାଜ) ଗୋଷ୍ଠୀର ନେତା ନୱାଜ୍ ସରିଫ ଏବେ ସେନାର ଶୁଭ ଦୃଷ୍ଟିରେ ଅଛନ୍ତି ।
ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଜେଲ୍ରେ ସଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥାର ଦେଶର ସବୁଠୁ ଲୋକପ୍ରିୟ ନେତା ଇମ୍ରାନ ଖାନ୍ । ତାଙ୍କ ଦଳ ତେହରିକ-ଏ- ପାକିସ୍ତାନକୁ ନିର୍ବାଚନ ଲଢିବାରୁ ବ୍ୟାନ୍ କରାଯାଇଥିବା ବେଳେ ଦଳର ଚିହ୍ନ, କ୍ରିକେଟ ବ୍ୟାଟକୁ ବି ବାତିଲ କରିଦେଇଛନ୍ତି ସେଠିକାର ନିର୍ବାଚନ କମିଶନ ।
ପାକିସ୍ତାନରେ ଗଣତନ୍ତ୍ରର ବିଚିତ୍ର ସ୍ଥିତି। ସେନା ଯାହାକୁ ଚାହିଁବ କାଠ କଣ୍ଡେଇ ଭଳି ନଚେଇବ । ଆସନ୍ତା ୮ ତାରିଖରେ ଏଠାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେବେ ଭୋଟ ପଡ଼ିବା ଆଗରୁ ଫଳାଫଳ ଘୋଷଣା ସରିଥିବା ଅଭିଯୋଗ ହେଉଛି। କାରଣ ଦେଶର ସାଢେ ଦଶ କୋଟିରୁ ଅଧିକ ଜନତା ନୁହନ୍ତି, ମାତ୍ର କ୍ଷମତାଶାଳୀ ସେନା ହିଁ ବାଛିବ କିଏ ହେବେ ପ୍ରଧାନମନ୍ତ୍ରୀ ।
ଆତ୍ମଘୋଷିତ ନିର୍ବାସନରେ ଦୀର୍ଘ ଦିନ ଲଣ୍ଡନରେ ରହି ସ୍ୱଦେଶ ଫେରିଥିବା ପାକିସ୍ତାନ ମୁସଲିମ ଲିଗ୍ ନୱାଜ ଗୋଷ୍ଠୀର ନେତା ନୱାଜ ସରିଫଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବାକୁ ସେନା ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି । ଏଭଳି କ୍ଷେତ୍ରରେ ନିର୍ବାଚନ ଏକ ଔପଚାରିକତାରେ ପରିଣତ ହୋଇଛି ।
ନିକଟରେ ପାକିସ୍ତାନରେ ହୋଇଥିବା ଜନମତ ସର୍ଭେ ଅନୁସାରେ ପିଟିଆଇ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହିଁ ଏଠିକାର ସବୁଠି ଲୋକପ୍ରିୟ ନେତା । ମାତ୍ର ସେ ଜେଲ୍ରେ । ବିଦେଶରୁ ମିଳିଥିବା ଉପହାରର ବେଆଇନ ବିକ୍ରି ମାମଲାରେ ତାଙ୍କୁ ହୋଇଥିଲା ୧୫ ବର୍ଷ ଜେଲ । ଆଉ ବୁସରା ବିବିଙ୍କ ସହ ତାଙ୍କ ବିବାହ ଆଇନ ସମ୍ମତ ହୋଇନଥିବା ଦର୍ଶାଇ ଏବେ ଦିଆଯାଇଛି ଆଉ ୭ ବର୍ଷର ଜେଲ ଦଣ୍ଡ । ଏଥିରୁ ସ୍ପଷ୍ଟ ବୁଝା ପଡୁଛି ଇମ୍ରାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରାଇନଦେବାକୁ କିଭଳି ହୋଇଛି ସାଂଘାତିକ ଷଡ଼ଯନ୍ତ୍ର ।
ତାଙ୍କ ଦଳକୁ ୫ ବର୍ଷ ବ୍ୟାନ କରାଯାଇଥିବା ବେଳେ ନିର୍ବାଚନୀ ଚିହ୍ନକୁ ବି ବାତିଲ କରିଦେଇଛନ୍ତି ନିର୍ବାଚନ କମିଶନର । ଦଳର କର୍ମୀ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ସଭାସମିତି ଉପରେ କଟକଣା ଲଗାଯାଇଛି । ଏମିତିକି ଇମ୍ରାନ ଖାନ୍ଙ୍କ ଫଟୋ ବି ଯେଭଳି ଟିଭି କିମ୍ବା ଡିଜିଟାଲ ମିଡିଆରେ ନଦିଶିବ ସେନେଇ ବି ପୂରା ବନ୍ଦୋବସ୍ତ କରାଯାଇଛି । ଖୁଲମଖୁଲା ଗଣତାନ୍ତ୍ରିକ ବ୍ୟବସ୍ଥାର କଣ୍ଠରୋଧ କରାଯାଉଥିବା ବେଳେ ନିରବ ବସିଛି ସାରା ବିଶ୍ୱ ।
ପୂର୍ବ ସରକାରରେ ନୱାଜଙ୍କ ସହଯୋଗୀ ଥିବା ପାରିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ଅଲଗା ନିର୍ବାଚନ ଲଢୁଛନ୍ତି । ତେବେ ତାଙ୍କର ସେଭଳି ଦବଦବା ନାହିଁ । ଏଣୁ ସେନା, ରାଜନେତା ଚୋର ପୋଲିସ ଖେଳରେ ନବାଜ ସରିଫଙ୍କର ଜିତାପଟ ହେବା ନିଶ୍ଚିତ ହୋଇଯାଇଛି ।
]]>ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ମିଳିଛି । ଏହା ବ୍ୟତୀତ ଏହି ଦମ୍ପତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ବାରଣ କରାଯାଇଥିବା ବେଳେ ୭୮୭ ନିୟୁତ ପାକିସ୍ତାନୀ ଟଙ୍କା ମଧ୍ୟ ଜୋରିମାନା ଲଗାଯାଇଛି ।
ଗତକାଲି ପାକିସ୍ତାନର ସ୍ୱତନ୍ତ୍ର ଅଦାଲତ ଇମ୍ରାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପିଟିଆଇ ଉପାଧ୍ୟକ୍ଷ ଶାହ ମହମ୍ମଦ କ୍ୟୁରେଶୀଙ୍କୁ ଗୁପ୍ତ ଦସ୍ତାବିଜ ଲିକ ପାଇଁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିଲା ।
ଇସିପି ପ୍ରଥମେ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ପରେ ଅପରାଧିକ ମାମଲା ଦାୟର କରିଥିଲେ । ଇମ୍ରାନ ଓ ତାଙ୍କ ସହଯୋଗୀ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସୂଚନାଯୋଗ୍ୟ, ତୋସାଖାନା ନିୟମ ଅନୁଯାୟୀ, ଉପହାର ସହ ଅନ୍ୟାନ୍ୟ ସାମଗ୍ରୀ କିଛି ନେଲେ ତାହା କ୍ୟାବିନେଟକୁ ଜଣାଇବା ବାଧ୍ୟତାମୂଳକ ।
ଖବର ଅନୁଯାୟୀ, ଇମ୍ରାନ ନିଜର ସାଢ଼େ ତିନି ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ବିଶ୍ୱ ନେତାଙ୍କ ଠାରୁ ୧୪୦ ମିଲିୟନରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିଥିଲେ । ବେଆଇନ ଭାବେ ଉକ୍ତ ଉପହାର ବିକ୍ରୟ ଅଭିଯୋଗରେ ଜିଲ୍ଲା କୋର୍ଟ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଗତବର୍ଷ ଅଗଷ୍ଟରେ ଇମ୍ରାନ ଗିରଫ ହୋଇଥିଲେ ।
ଅନ୍ୟପଟେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇମ୍ରାନଙ୍କ ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି । ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ନେତା ଶାହ ମେହମୁଦ କୁରେଶୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ରାୱଲପିଣ୍ଡିର ଆଦିଆଲା ଜେଲରେ ଶୁଣାଣି ସମୟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅବୁଲ ହସନାଟ୍ ଜୁଲକର୍ନାଇନ୍ ଏହି ଦଣ୍ଡ ଘୋଷଣା କରିଛନ୍ତି ।
]]>୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା । ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଳିଲେ । ଅର୍ଚ୍ଚନାଙ୍କୁ ନେବାକୁ ଜେଲ୍କୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଅନ୍ୟପଟେ ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗ କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟଙ୍କ ନିକଟରେ ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ ।
୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ । ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଳୀ ଥାନା ମାମଲାରେ ସେ ବେଲ ପାଇଥିଲେ । ବଡବଡିଆଙ୍କୁ ବ୍ଲାକମେଲ ଓ ହନିଟ୍ରାପ୍ କରି ସେ ତିଆରି କରିଥିଲେ କଳା ସାମ୍ରାଜ୍ୟ । ପୂର୍ବରୁ ଅର୍ଚ୍ଚନା ନାଗର ଦାମି ଗାଡି ଓ ଆଲିସାନ୍ ଘରକୁ ସିଜ୍ କରିଥିଲା ଇଡି ।
ସୂଚନା ଥାଉ କି ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଥିଲା । ଆଇନ୍ ଅନୁସାରେ ଆଜି ଅର୍ଚ୍ଚନା ଜେଲରୁ ବାହାରିଛନ୍ତି ।
ଅର୍ଚ୍ଚନାଙ୍କ ନାଁରେ ପୂର୍ବରୁ ନୟାପଲ୍ଲୀ ଥାନାରେ ମାମଲା ହୋଇଥିଲା । ସେହିପରି ଖଣ୍ଡଗିରି ଥାନା ମାମାଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ଘଟଣାରେ ଜଣକ ପରେ ଜଣେ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଘଟଣାକୁ ନେଇ ଯାଞ୍ଚ କରିବା ପରେ ଜଣକ ପରେ ଜଣକୁ ଅଫିସକୁ ଡକାଇ ଜେରା କରିଥିଲା ଇଡି ।
]]>ଏଣିକି ଜେଲ୍ରେ କଏଦୀ ଲୁଚାଇ ବ୍ୟବହାର କରିପାରିବେନି ମୋବାଇଲ୍। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲାଗିଲା ଅତ୍ୟାଧୂନିକ NLJD ମେସିନ୍..#MobilePhone #Jail #Berhampur pic.twitter.com/ejDU8ExwbQ
— ଓଟିଭି (@otvkhabar) October 11, 2023
ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଜେଲ ଭିତରେ ରହି ବାହାରର ନେଟୱାର୍କ ଚଳାଉଥିବା କଏଦୀମାନଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ । ଏହି ମେସିନର ମୂଲ୍ୟ ୧୫ ଲକ୍ଷ ଟଙ୍କା । ଟ୍ରେନିଂ ନେଇଥିବା କର୍ମଚାରୀ ମାନେ ଏହି ମେସିନକୁ ଜେଲ୍ କୋଠରୀ ଭିତରେ ବୁଲାଇ ଚେକିଂ କରିବେ । ଏପରିକି ମାଟି ତଳେ ମୋବାଇଲ ଲୁଚାଇ ରଖିଥିଲେ ବି ଏହି ମେସିନର ସାଇରନ ବାଜିବ ।
ସେହିଭଳି ଯଦି ମୋବାଇଲକୁ ବନ୍ଦ କରି ଖୋଲି ପାର୍ଟ ପାର୍ଟ କରି ରଖାଯାଇଇଛି ତେବେ ବି ତାହାର ସିମ୍ ଯେଉଁଠି ଥିବ ଏହି ମେସିନ ଦ୍ୱାରା ଜାଣିହେବ । ଯାହା ଫଳରେ ଜେଲ ମଧ୍ୟରେ ଲୁଚା ଛପାରେ ମୋବାଇଲ ବ୍ୟବହାରକୁ ଏହି ମେସିନ ରୋକି ପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
]]>ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅନ୍ତେବାସୀଙ୍କ ନାମ ଲାଶନ୍ ଥମ୍ପସନ୍ । ଅଭିଯୁକ୍ତ ଜଣକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ । ଦଣ୍ଡାଦେଶ ପରେ ଥମ୍ପସନଙ୍କୁ କିଛି ଦିନ ସାଧାରଣ ଜେଲରେ ରଖାଯାଇଥିଲା ହେଲେ କିଛି ଦିନ ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା ।
କୋର୍ଟରେ ମାମଲାର ଶୁଣାଣି ସମୟରେ ବିଚାରପତି ଅଭିଯୁକ୍ତକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି ରାୟ ଦେବା ପରେ ତାଙ୍କୁ ଜେଲର ମାନସିକ ରୋଗ ଗୃହରେ ରଖାଯାଇଥିଲା । ସେଠାରେ ତାଙ୍କୁ ପଶୁ ପରି ଖରାପ ବ୍ୟବହାର କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏପରି ଏକ ଖବର ଆମେରିକାର ଅଟଲାଣ୍ଟା ଜେଲ୍ରୁ ଆସିଛି । ଯେଉଁଠି କିଛି କୀଟ ଓ ଓଡ଼ଶ କାମୁଡ଼ିବା ଫଳରେ ଜଣେ କଏଦୀର ମୃତ୍ୟୁ ହୋଇଥିବା ଦାବି କରାଯାଇଛି ।
ଘଟଣାକୁ ନେଇ ମୃତ ଅଭିଯୁକ୍ତର ଓକିଲ ପ୍ରତିକ୍ରିୟା ରଖିଛନ୍ତି । ଓକିଲ ମାଇକେଲ ଡି ହାରପର୍ଙ୍କ ଦାବି କରିଛନ୍ତି କି, କଏଦୀ ଜଣଙ୍କୁ ପଶୁ ଠାରୁ ଖରାପ ବ୍ୟବହାର କରାଯାଇଥିଲା । କଏଦୀ ରହିଥିବା ଗୃହରେ କୌଣସି ପଶୁ ମଧ୍ୟ ରହିପାରିବ ନାହଁ ବୋଲି ସେ କହିଛନ୍ତି ।
ଏଥିସହିତ କଏଦୀଙ୍କ ମୃତ୍ୟୁ ପାଇଁ ଓକିଲ ଜଣକ ଜେଲ୍ ପ୍ରଶାସନକୁ ଦାୟୀ କରିଛନ୍ତି । ପ୍ରଶାସନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ମୃତ କଏଦୀଙ୍କ ଶରୀରର ଫଟୋ ସେୟାର କରିଛନ୍ତି ଓକିଲ । କଏଦୀଙ୍କ ମୃତଦେହରେ ଲକ୍ଷ ଲକ୍ଷ କୀଟ ଏବଂ ଓଡ଼ଶର କାମୁଡ଼ିବାର କ୍ଷତଚିହ୍ନ ଦେଖାଯାଇଥିଲା ।
ଘଟଣାକୁ ନେଇ ଜେଲ୍ ପ୍ରଶାସନ ସ୍ପଷ୍ଟୀକରଣ ରଖିଛି । ଜେଲ୍ ପ୍ରଶାସନ କହିଛି, ଥମ୍ପସନଙ୍କୁ ତିନିମାସ ପୂର୍ବରୁ ଗିରଫ କରାଯାଇଥିଲା । ଜେଲର ବ୍ୟାରେଜରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଡାକ୍ତରୀ ରିପୋର୍ଟ ଅନୁଯାୟୀ ଥମ୍ପସନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତ କଏଦୀ ଜଣକ ରହୁଥିବା ଗୃହରେ କୀଟ ଏବଂ ଓଡ଼ଶ ରହିଥିବା ଜେଲ ପ୍ରଶାସନ ସ୍ୱୀକାର କରିଛି ।
]]>କ’ଣ ଆପଣ ଜାଣନ୍ତି କି ? ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ରଗାଉଛନ୍ତି କିମ୍ୱା ଚିଡାଉଛନ୍ତି ଏହା ଆଇନ ଗତ ଅପରାଧ । ଆଉ ଆପଣ ଏହାକୁ ନେଇ ଯଦି ଅଭିଯୋଗ ଆଣିଲେ ବ୍ୟକ୍ତି ଜଣକ ଜେଲ୍ ଯାଇପାରନ୍ତି । ଆଜ୍ଞା ହଁ, ଆପଣଙ୍କୁ ଏହି ଆଇନ୍ ଅଜବ ଲାଗୁଥିଲେ ମଧ୍ୟ ସତ ।
ଏପରି ଏକ ଦେଶ ରହିଛି ଯେଉଁଠି ଏହିଭଳି ଆଇନ୍ ଲାଗୁ କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ରଗାଇଲେ କିମ୍ୱା ଚିଡାଇଲେ ଜେଲ ଯିବେ ବୋଲି କୁହାଯାଇଛି । ଏକ ରିପୋର୍ଟ ଆନୁସାରେ ଫିଲିଫାଇନ୍ସରେ ଏହି ନିୟମ ଲାଗୁ କରାଯାଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଜେଲ୍ ଦଣ୍ଡ ସହ ୭ହଜାର ୫ଶହ ଟଙ୍କା ଆଦାୟ କରିବାକୁ କୁହାଯାଇଛି ।
ଖାଲି ସେତିକି ନୁହେଁ, ସୂଚନା ମୁତାବକ ଏହି କାନୁନ ୧୯୩୦ରେ ତିଆରି କରାଯାଇଥିଲା । ସେହି ସମୟରେ ଜଣେ ବ୍ୟକ୍ତିଙ୍କୁ ଚିଡାଇବା ଅପରାଧରେ ସଜା ମିଳିଥିଲା । ଅଭିଯୁକ୍ତ ଜଣଙ୍କୁ ୩ ପାଉଣ୍ଡ ଜରିମାନା ସହ ୩୦ ଦିନ ଜେଲ୍ ଦଣ୍ଡ ଦିଆଯାଇଥିଲା । ଯାହାକି ବର୍ତ୍ତମାନ ପାଇଁ ଏହି ସଜାକୁ ବଢ଼ାଇ ଦିଆଯାଇଛି ।
]]>ଏମିତି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ଯେଉଁଠି ଏମିତି ଆଇନର ପାଳନ କରାଯାଏ। ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି କୁହାଯାଏ। ଖାଲି ଅପରାଧ ବୋଲି ଧରାଯାଏ ତାହା ନୁହେଁ ବରଂ ଜେଲ୍ ଦଣ୍ଡାଦେଶ ସହିତ ଦେବାକୁ ପଡେ ଜୋରିମାନା। ପ୍ରଥମଥର ଜନ୍ମଦିନ ଭୁଲିଗଲେ ୱାର୍ଣ୍ଣିଂ ଦେଇ ଛଡାଯାଉଥିବା ବେଳେ ଦ୍ୱିତୀୟଥର ଭୁଲିଗଲେ ଜେଲ ଦଣ୍ଡାଦେଶ ସହିତ ଜୋରିମାନା ଦେବାକୁ ପଡେ। ତେବେ ଏହି ନିୟମ ଉତ୍ତରକୋରିଆରେ ରହିଥିବା ଚର୍ଚ୍ଚା ବି ହୁଏ। କିନ୍ତୁ ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଏମିତି କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।
]]>
କାରଣ ଜେଲ୍ରେ ଅପରାଧୀ ମାନଙ୍କୁ ଖାଇବା ଓ ରହିବାର ସୁବିଧାକୁ ନେଇ ଅନେକ ସମୟରେ ଅଭିଯୋଗ ହୁଏ। ହେଲେ ଆପଣ ଜାଣିଛନ୍ତି କି, ଜେଲ୍ ପରିବେଶ ଭିତରେ ବି ରେଷ୍ଟୁରାଣ୍ଟ ରହିଛି । ଏହା ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଆପଣଙ୍କୁ ଜେଲ୍ ପରିବେଶର ଅନୁଭବ ଆସିବ। କିନ୍ତୁ ଏଠି ଆପଣଙ୍କୁ ଗରମାଗରମ ମନପସନ୍ଦର ଖାଦ୍ୟ ମିଳିଥାଏ ।
ପାଟନାରେ ଏମିତି ଏକ ଜେଲ୍ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ଏମିତି ଖାଦ୍ୟ ମିଳିଥାଏ । ଏଥି ସହ ଅନେକ ଲୋକ ଏକାଠି ବସି ଖାଦ୍ୟ ଖାଇଥାଆନ୍ତି । ମୋଟ୍ ୮ଟି ଲକଅପ୍, ୨ଟି ସ୍ପେଶାଲ ଜୋନ୍ ଓ ଗୋଟିଏ ବଡ଼ ହଲ୍ର ବ୍ୟବସ୍ଥା ଏଠାରେ ରହିଛି । ଯେଉଁଠାରେ କୌଣସି ପାର୍ଟି କିମ୍ବା ବିବାହ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।
ଏହା ଭିତରକୁ ପଶିଲେ ଆପଣଙ୍କୁ ଜେଲ୍ ଭଳି ଲାଗିବ। ପାଟଣାର ସଗୁଡ଼ା ମୋଡ୍ରେ The Royal Jail Restro ରହିଛି । ଯାହାର ନିର୍ମାଣ ଶୈଳୀ ସମ୍ପର୍ଣ୍ଣ ଜେଲ୍ ପରି ଦେଖିବାକୁ ମିଳେ । ରେଷ୍ଟୁରାଣ୍ଟର ପ୍ରତ୍ୟେକ କୋଠରି ଲକଅପ୍ ପରି ରହିଛି ।
ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି । ଜେଲ୍ ସହିତ ଏଠାରେ ଫିଲ୍ମ ଥିଏଟର ମଧ୍ୟ ରହିଛି । ଯେଉଁଠାରେ ଏକାଠି ବସି ସିନେମା ଦେଖିହେବ ।
ସିନେମା ଦେଖିବାକୁ ହେଲେ ଦୁଇ ଘଣ୍ଟାକୁ ୧୦୦୦ ଟଙ୍କା ଦେବାକୁ ହେବ । ଏକା ଥରକେ ୭୦ ଜଣ ବସି ସିନେମା ଦେଖିପାରିବେ । ଏଥି ସହିତ ଭିଡ଼ ଅଧିକ ହେଲେ ୪୦ରୁ ୫୦ ଜଣ ଲୋକ ଖାଦ୍ୟ ଖାଇବା ପାଇଁ ୱେଟିଂ ହଲର ବ୍ୟବସ୍ଥା ମଧ୍ୟ ରହିଛି।
]]>ମୟୂରଭଂଜ ଜିଲ୍ଲା କରଞ୍ଜିଆର ଭଅଁରା ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକ ମିଳିଛି । ଗାଁର ମଙ୍ଗଲ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଜ୍ୟୋତି ନିଜ ବାପାଙ୍କୁ ହତ୍ୟା କରି ଏବେ ଜେଲ ଯାଇଛନ୍ତି । ଆଉ ତାଙ୍କ ସହ ଜେଲ ଯାଇଛି ୩ ବର୍ଷର କୁନି ପୁଅ । ୨୫ ତାରିଖ, ବିଳମ୍ବିତ ରାତିରେ ଘଟିଥିଲା ଭୟଙ୍କର ଘଟଣା । ରାତିରେ ପୁଅ ବୋହୂ ଶୋଇଥିବା ବେଳେ ଲୋଚନ ମାଛ ଧରିବାକୁ ପୁଅକୁ ଡାକିଥିଲେ । ହେଲେ ପୁଅ ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ରରେ ପୁଅକୁ ଆକ୍ରମଣ କରିଥିଲେ ଲୋଚନ । ଆଉ ଏହାକୁ ପ୍ରତିରୋଧ କରିବାକୁ ଯାଇ ପୁଅ-ବୋହୂ ବି ଲୋଚନଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଆଉ ଏହି ଆକ୍ରମଣରେ ଲୋଚନଙ୍କ ପ୍ରାଣ ଯାଇଥିବା ବେଳେ ପୁଅ-ବୋହୂ ଆହତ ହୋଇଥିଲେ । ଲୋଚନଙ୍କର ମୃତ୍ୟୁ ହୋଇଥିବା ଜାଣିନଥିଲେ ପୁଅ-ବୋହୂ। ତେଣୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଇଥିଲେ।
କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏମିତିକି ପୁଅ ବୋହୂ ଆକ୍ରମଣରେ ଗୁରୁତର ହୋଇଥିବାରୁ ସେମାନେ ବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଖବର ପ୍ରଚାରିତ ହେବା ପରେ ପୋଲିସ ମାମଲା ରୁଜୁ କରିବା ସହ ପୁଅ-ବୋହୂଙ୍କୁ ଗିରଫ ବି କରିଥିଲା । ପରେ ପୋଲିସ ସାମ୍ନାରେ ସବୁ ସତ ମାନିଯାଇଥିଲେ ଉଭୟ ଦମ୍ପତି । ବାପା-ମାଆ ଦୋଷ କରି ଜେଲ ଯିବା ପରେ ଏବେ କିନ୍ତୁ ଅନାଥ ପରି ବଂଚୁଛନ୍ତି ୪ଟି ପିଲା । କାରଣ ବାପା-ମାଆ ଜେଲ ଯିବା ପରେ ଏମାନଙ୍କ କଥା ବୁଝିବାକୁ ଆଉ କେହି ନାହିଁ ।
କିନ୍ତୁ କ୍ରାଇମ ସିନ୍ ରିକ୍ରିଏସନ କରିବା ବେଳେ ନିଜ ପିଲାଙ୍କୁ ଦେଖି କାନ୍ଦି ପକାଇଥିଲା ମାଆ । ଆଉ କହିଥିଲା ମୁଁ ସାଙ୍ଗରେ ମୋ ଛୁଆଙ୍କୁ ନେଇଯିବି । କିନ୍ତୁ ଆଇନ ଅନୁସାରେ, ମା’ କ୍ଷୀର ଖାଉଥିବା ଛୁଆ ହିଁ ମାଆ ସହ ଯାଇପାରିବ । କିନ୍ତି ଏହି ୩ ବର୍ଷର କୁନି ପୁଅକୁ ଛାଡି ଅନ୍ୟ ସମସ୍ତେ ଗାଁରେ ରହିବେ ବୋଲି ଜଣାପଡ଼ିଛି । ସେପଟେ ୪ ଛୁଆଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ବାପା-ମାଆ । ବାପା-ମାଆ ସିନା ଦୋଷ କରି ଜେଲ ଗଲେ କିନ୍ତୁ ଏ କୁନି ପୁଅର କୌଣସି ଦୋଷ ନଥିଲେ ବି ସେ ଜେଲକୁ ଯାଇଛି।
(ରିପୋର୍ଟ- ଦୀପକ କୁମାର ମହାନ୍ତ, କରଂଜିଆ)
]]>ତେବେ ଜେଲ୍ର ରହଣୀ କାଳ ମଧ୍ୟରେ ସାଥୀ କଏଦୀଙ୍କ ସହ କଥାବାର୍ତ୍ତା ମଧ୍ୟରେ ଜଣାପଡ଼ିଥିଲା ଏସ.ପାଇତି ରାଜୁ ଜଣେ ମାନସିକ ରୋଗୀ। ଏହା ଜାଣି ଜେଲ୍ ଅଧିକ୍ଷକ ଭାଇଜାଗ୍ରେ ରହୁଥିବା ପରିବାର ଲୋକଙ୍କୁ ଯୋଗାଯୋଗ କରିବା ପରେ ଘଟଣା ସ୍ପଷ୍ଟ ହୋଇଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି, ୬ ମାସ ଯାଏଁ ଏସ୍.ପାଇତି ରାଜୁଙ୍କ କୌଣସି ପତ୍ତା ନମିଳିବାରୁ ଭାଇଜାଗରେ ରହୁଥିବା ପରିବାର ଲୋକେ ଅନ୍ତିମ ସଂସ୍କାର ସାରିଦେଇଥିଲେ।
ଏବେ ୬ ମାସ ପରେ, ସଂର୍ପକୀୟ ବଲାଙ୍ଗିର ଆସି ଯାହା କାଗଜପତ୍ର ଦେଖାଇଥିଲେ ସମସ୍ତଙ୍କୁ ଅବାକ କରିଛି। ରାଜୁ କୌଣସି ଅପରାଧି ନଥିଲେ। ସେ ଜଣେ ମାନସିକ ରୋଗୀ। ତେଣୁ ଚିକିତ୍ସା ସମୟରେ ଭାଇଜାଗ୍ରୁ ଟ୍ରେନ୍ରେ ଫେରାର ମାରି ବଲାଙ୍ଗିର ପହଞ୍ଚି ଯାଇଥିଲେ ବୋଲି ଜଣାପଡ଼ିଛି। ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଟାଉନ ଥାନା ପୋଲିସ ଏବଂ ଏସଡିପିଓ।
]]>କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ତ୍ତମାନ ପଟିଆଲା ଜେଲରେ ବ୍ୟାରେକ୍ ନମ୍ବର ୭ ରେ ୨୪୧୩୮୩ କଏଦୀ ଭାବରେ ରଖାଯାଇଛି । ଗତକାଲି ସଂଧ୍ୟା ୪ ଟା ବେଳେ ସିଦ୍ଧୁ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମେଡ଼ିକାଲ୍ ଚେକପ୍ ପାଇଁ ନିଆଯାଇଥିଲା । ଏହାପରେ ପୋଲିସ ତାଙ୍କୁ ଜିପ୍ରେ ଜେଲ୍ ନେଇଯାଇଥିଲେ ।
ସିଦ୍ଧୁ ନିଜର ବେଶଭୂଷା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ଜେଲରେ କେବଳ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି । ଜେଲ୍ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍ ଖାଇ ଶୋଇ ପଡ଼ିଥିବାର ଜେଲ୍ର ଅଧିକାରୀ ସୂଚନା ଦେଇଛନ୍ତି । ଜେଲ୍ କର୍ମଚାରୀଙ୍କ କହିବାନୁଯାୟୀ ସିଦ୍ଧୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇନଥିଲା । ଜେଲ୍ ମୁଖ୍ୟଙ୍କ ପରାମର୍ଶ ଅନୁଯାୟୀ ସିଦ୍ଧୁ ଯଦି ଚାହିଁବେ ଜେଲ୍ର କ୍ୟାଣ୍ଟିନ୍ରୁ କିଣି ଖାଇପାରିବେ ନଚେତ୍ ନିଜେ ରୋଷେଇ କରି ମଧ୍ୟ ଭୋଜନ କରିପାରିବେ ।
ଯେହେତୁ ସିଦ୍ଧୁଙ୍କୁ ସଶ୍ରମ କାରାଦଣ୍ତ ଦିଆଯାଇଛି, ତେଣୁ ତାଙ୍କୁ ଜେଲ୍ ନିୟମ ଅନୁସାରେ କାମ କରିବାକୁ ପଡ଼ିବ । ଏଥିପାଇଁ ତାଙ୍କୁ ଦୈନିକ ପାରିଶ୍ରମିକ ମଧ୍ୟ ଦିଆଯିବ । ସେହି ଜେଲ୍ରେ ଆଉ ଜଣେ ହାଇ ପ୍ରୋଫାଇଲ୍ କଏଦୀ ତଥା ସିଦ୍ଧୁଙ୍କ ପ୍ରତିଦ୍ୱନ୍ଦୀ ଅକାଳୀ ଦଳର ନେତା ବିକ୍ରମ ସିଂ ମାଜିଥିଆ ମଧ୍ୟ ରହିଛନ୍ତି । ଡ୍ରଗ୍ସ ମାମଲାରେ ଜେଲରେ ଥିବା ବିକ୍ରମ ମାଜିଥିଆ ବିଧାନସଭା ନିର୍ବାଚନ ପାଇଁ ଅମୃତସର ଆସନରୁ ସିଦ୍ଧୁଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ନେତା ନିର୍ବାଚନରେ AAP ର ଜୀବନଜୋତ କୋର୍ଙ୍କଠୁ ହାରିଥିଲେ ।
]]>ଜେଲ୍ ପରିଦର୍ଶନ କରି ପାଇଖାନାର ସ୍ୱଚ୍ଛତା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି । ଏହାସହ ଅନ୍ତେବାସୀଙ୍କ ଖାଦ୍ୟର ମାନ ଓ ପରିମାଣକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଉତ୍କୃଷ୍ଟ ମାନର ଖାଦ୍ୟ ଓ ପରିମାଣ ନିଶ୍ଚିତ କରିବାକୁ ଉଚ୍ଚସ୍ତରୀୟ କମିିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚସ୍ତରୀୟ କମିିଟି ଗଠନ ପାଇଁ ଜେଲ୍ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିମଳ ଓ ରୋଷେଇ ବ୍ୟବସ୍ଥାକୁ ଆଉଟସୋର୍ସିଂ କରିବାକୁ ବି ପରାମର୍ଶ ଦିଆଯାଇଛି ।
ଗତ ୧୩ ତାରିଖରେ ଜେଲ୍ରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ନଥିବାରୁ ଦୁଇ ଜେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଯାଇଥିଲା । ଜେଲରେ ଅନ୍ତେବାସୀଙ୍କ ଲାଗି ଅବ୍ୟବସ୍ଥା ଯୋଗୁଁ କୋରାପୁଟ ସବ୍ ଜେଲର ନିଲମ୍ବିତ ହେବା ସହ ଓ ନୟାଗଡ଼ ଖଣ୍ଡପଡ଼ା ଉପକାରାଗାର ଜେଲରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କୋରାପୁଟ ସବ ଜେଲ୍କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା । ସେହିଭଳି ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ କରାଯାଇଥିଲା ।
ଏପଟେ ହାଇକୋର୍ଟ ବିଚାରପତିଙ୍କ ରିପୋର୍ଟ ଆଧାରରେ ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ସେହି ଅନୁସାରେ ଜେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜେଲ ଡିଜି । ସେହିଭଳି ନୟାଗଡ଼ ଜିଲ୍ଲା ଜଜ୍ ଖଣ୍ଡପଡା ଉପକାରାଗାରକୁ ଅଚାନକ ଗସ୍ତ କରିବା ପରେ ଅବ୍ୟବସ୍ଥା ସାମ୍ନାକୁ ଆସିବାରୁ ଜେଲରଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
]]>]]>
ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।
ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଖୋର୍ଦ୍ଧା ଏସ୍ସି/ଏସ୍ଟି ସ୍ୱତନ୍ତ୍ର କୋର୍ଟରେ ଜାମିନ ପାଇଁ ଆବେଦନ କରିବେ।
ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ପୁରୀର ତତ୍କାଳୀନ ଏସ୍ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ହେଲେ ଏ ସବୁ ଘଟଣାରେ ମାଫ୍ ପାଇଯାଉଥିବା ଜଗଦେବଙ୍କୁ କିନ୍ତୁ ଏହି ଘଟଣା ମହଙ୍ଗା ପଡ଼ିଥିଲା।
]]>ସେପଟେ ଆଜି ବି ଯୋଧପୁର ଜେଲ୍ରେ ରହିବେ ସଲମାନ୍। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ୍ ଆବେଦନର ଶୁଣାଣି ହେବାର ଥିଲା। ତେବେ କୋର୍ଟ ତାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ଖୁସି ଖବର ଶୁଣିବା ପାଇଁ ତାଙ୍କର ପ୍ରଶଂସକମାନେ ଆଜି କୋର୍ଟ ବାହାରେ ଭିଡ ଜମାଇଥିଲେ। ତେବେ ସେମାନଙ୍କୁ ନିରାଶ ହେବାକୁ ପଡିଛି।
ସୋସିଆଲ ମିଡିଆରେ ସଲୁଙ୍କୁ ଛୁଟିଛି ସମର୍ଥନର ସୁଅ। ସଲମାନଙ୍କ ପ୍ରତି କୋର୍ଟଙ୍କ କଠୋର ଆଭିମୁଖ୍ୟକୁ ନେଇ ସେମାନେ ନିରାଶ ହୋଇଛନ୍ତି। ତେବେ ସେମାନଙ୍କ ପ୍ରିୟ ଷ୍ଟାରଙ୍କୁ ଶୀଘ୍ର ବେଲ୍ ମିଳିଯିବ ବୋଲି ପ୍ରଶଂସକମାନେ ଆଶାବାଦୀ ଅଛନ୍ତି।
ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ର ବାରାକ୍ ନମ୍ବର ଟୁ ଏବେ ସଲମାନଙ୍କ ନୂଆ ଠିକଣା। ସେ ହେଉଛନ୍ତି କାରାଗାରର କଏଦୀ ନମ୍ବର ୧୦୬। କାଲି ରାତିରେ ସଲମାନଙ୍କୁ ଜେଲର ରୁଟି, ଡାଲି ଓ ବନ୍ଧା କୋବି ତରକାରୀ ଖାଇବାକୁ ଦିଆଯାଇଥିଲା। ତେବେ ସେ ଏହାକୁ ଖାଇବାକୁ ମନା କରିଥିବା ଜଣାପଡିଛି। ସେପଟେ ଏବେ ଯୋଧପୁରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାରୁ ଜେଲ କର୍ତ୍ତପକ୍ଷ ସଲୁଙ୍କ ପାଇଁ ଫ୍ୟାନ୍ ବ୍ୟବସ୍ଥା କରିଥିବା ଜଣାପଡିଛି।
]]>