ଏହି ଅବସରରେ ନିତିନ ଗଡ଼କରୀ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି । ୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ। ଉଚ୍ଚ ମାନର ରାସ୍ତା ଓଡ଼ିଶା ର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ । ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି।
ତେବେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଓଟିଭିର ଏହି ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ପ୍ରତିଥର ପରି ଏଥର ମଧ୍ୟ ଏଠାରେ, ରାଜ୍ୟ ଓ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚାଲିଛି ଦିବସ ବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା । ନିଜ ମତ ରଖିଛନ୍ତି ପ୍ରସଙ୍ଗ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ।
]]>ତେବେ ଜଗିଙ୍କ ତରଫରୁ ଓଟିଭିର ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ଟଙ୍କିକିଆ କ୍ଲିନିକ ପାଇଁ ଚର୍ଚ୍ଚାରେ ଥିବା ଡାକ୍ତର ଶଙ୍କର ରାମ ଚନ୍ଦାନିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ଗୌରବ ସମ୍ମାନ। ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।
]]>ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା। ରାଉରକେଲା ଦିବସ ପାଳନ ଅବସରରେ ରାଉରକେଲାରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି...#Rourkela #Odisha pic.twitter.com/7HXS8tpu7T
— ଓଟିଭି (@otvkhabar) March 4, 2023
ଏହି ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଇଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।
ଏହି ଅବସରରେ ଆଲୋଚନା ବେଳେ ଲୋକଙ୍କୁ ଅଧିକରୁ ଅଧିକ ବହି ପଢ଼ିବାକୁ ପରାମର୍ଶ ଦେଇଛନ୍ତି ଜଗୀ ମଙ୍ଗତ ପଣ୍ଡା । ଆଲୋଚନାରେ ଭାରତୀୟ ଦର୍ଶନର ବିଶ୍ଳେଷକ ପ୍ରଫେସର କମଳାକାନ୍ତ ଦାସ ଭାଗ ନେଇଥିଲେ ।
]]>ବାର୍କ ପକ୍ଷରୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଉଛି ବୋଲି ଓଟିଭି ନେଟୱର୍କ ଏମଡି ଜଗିମଙ୍ଗତ ପଣ୍ଡା ପ୍ରଶ୍ନ କରିଥିଲେ।ଡିଟିଏଚରେ ନମୁନା ସଂଖ୍ୟା ବୃଦ୍ଧି ସମ୍ଭବ ହୋଇଥିଲା ବେଳେ ଏହାକୁ ନେଇ ଅନେକ କେବୁଲ ଅପରେଟର ରାଜି ହେଉ ନଥିବା ବାର୍କ ଚେୟାରମ୍ୟାନ୍ ଶଶି ସିହ୍ନା ମତ ଦେଇଥିଲେ।
ପୂର୍ବରୁ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏଥିରେ ଏନବିଏଫ୍ର ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ବାମୀ, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
]]>]]>