ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ ହରାଇ ୧୭୬ ରନ କରିଥିଲା । ଧାୱନ ୪୫ ରନ କରିଥିବା ବେଳେ ଶଶାଙ୍ଗ ସିଂହ ୮ ବଲରୁ ୨୧ ରନ କରିଥିଲେ । ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ ।
ଜବାବରେ ବେଙ୍ଗାଲୁରୁ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତି ନେଇଥିଲା । ମ୍ୟାଚରେ ପୁଣି ହିରୋ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ବ୍ୟାଟିଂର ଯାଦୁ ଦେଖିଥିଲେ ଦେଖିଥିଲେ ଫ୍ୟାନ୍ସ । ବ୍ୟକ୍ତିଗତ ଭାବେ ଚୌକା, ଛକା ବର୍ଷାରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ । ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍ ଡୁ ପ୍ଲେସି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ କିଙ୍ଗ୍ସ ୬ ୱିକେଟରେ ୧୭୬ ରନ୍ କରିଥିଲା ।
୧୭୭ ରନର ବିଜୟ ଲକ୍ଷ୍ୟ ନେଇ ଖେଳିବାକୁ ଆସିଥିବା ଆରସିବି ୨୬ ରନରେ ନିଜର ଅଧିନାୟକଙ୍କୁ ହରାଇଥିଲା । ପରେ କ୍ୟାମେରନ ଗ୍ରୀନ ମଧ୍ୟ ନିରାଶ କରିଥିଲେ । ଗୋଟେ ପଟେ ବିରାଟ କୋହଲି ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟ ପଟେ ଗୋଟେ ପରେ ଗୋଟେ ୱିକେଟ ପଡ଼ି ଚାଲିଥିଲା । ଷ୍ଟାର ଅଲରାଉଣ୍ତର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ନିକାଶ କରିଥିଲେ ।
ପରେ ଶେଷ ବେଳକୁ ଦିନେଶ କାର୍ତ୍ତିକ ଓ ମହିପାଲ ଲୋମରୋର ଦମଦାର ବ୍ୟାଟିଂ କରି ଦଳକୁ ମ୍ୟାଚ ଜିତାଇ ଦେଇଥିଲେ । ଲୋମରୋର ମାତ୍ର ୮ ବଲରୁ ୧୭ ରନର ଦ୍ରୁତ ଇଂନିସ ଖେଳିଥିଲେ ।
]]>୯ଟି ବିଜୟରୁ ଗୁଜୁରାଟ ୧୮ ପଏଣ୍ଟ ସହ ଶୀର୍ଷରେ ଅଛି, କିନ୍ତୁ ଅନ୍ୟ ଏକ ବିଜୟ ଏହାକୁ ଶୀର୍ଷ ୨ରେ ରଖିବ। କୌଣସି ବି ଦଳ ତାକୁ ଶ୍ରେଷ୍ଠ ୨ରୁ ବାହାର କରିବାରେ ସମର୍ଥ ହେବ ନାହିଁ। ଶ୍ରେଷ୍ଠ ୨ରେ ନିଜର ସ୍ଥାନ ସୁରକ୍ଷିତ କରିବା ଅର୍ଥ ଦଳ ଫାଇନାଲ୍ରେ ପ୍ରବେଶ କରିବାକୁ ଏକ ଅତିରିକ୍ତ ସୁଯୋଗ ପାଇବ। CSK ଦ୍ୱିତୀୟ ନମ୍ବରରେ ଥିବା ବେଳେ ପଏଣ୍ଟ୍ ଟେବୁଲର ତଳରୁ ୯ମ ସ୍ଥାନରେ ଅଛି।
ଗୁଜୁରାଟ ପୂର୍ବ ମ୍ୟାଚ୍ରେ ଡେବ୍ୟୁ କରିଥିବା ଆଉ ଏକ ଦଳ, ଲକ୍ଷ୍ନୌ ସୁପର୍ ଏଜଣ୍ଟ୍ସକୁ ୬୨ ରନ୍ରେ ପରାସ୍ତ କରିଥିଲା ଏବଂ ଏହା ସହିତ ସେ ପ୍ଲେ ଅଫ୍ରେ ନିଜର ସ୍ଥାନ ପକ୍କା କରି ନେଇଥିଲା। ଯେତେବେଳେ କି CSK କୁ ପୂର୍ବ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ୫ ୱିକେଟ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଗୁଜୁରାଟର ଚମତ୍କାର ଯାତ୍ରାରେ ସବୁଠାରୁ ବଡ ଅବଦାନ ଥିଲା ଓପନର୍ ଶୁଭମାନ ଗିଲ୍, ଅଧିନାୟକ ହାର୍ଦ୍ଦିକ, ଡେଭିଡ୍ ମିଲର୍, ରୁଦ୍ଧିମାନ ସାହା ଏବଂ ରାହୁଲ ତେବତିୟା ଯେଉଁମାନେ ଚମତ୍କାର ବ୍ୟାଟିଂ କରୁଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବା ହେଉଛି ଟାଇଟନ୍ସର ସବୁଠାରୁ ବଡ ଗୁଣ। ଅବଶ୍ୟ, ଗତ କିଛି ମ୍ୟାଚ୍ରେ ପାଣ୍ଡ୍ୟା, ମିଲର୍ ଏବଂ ତେବତିୟା ବାଟବଣା ହୋଇଥିବା ଦେଖାଯାଇଥିଲା। ଗୁଜୁରାଟର ଶକ୍ତି ହେଉଛି ଏହାର ବୋଲିଂ ଆକ୍ରମଣ, ଯେଉଁଥିରେ ମହମ୍ମଦ ଶାମି, ଲକି ଫର୍ଗୁସନ୍ ଏବଂ ରସିଦ ଖାନଙ୍କ ଭଳି ବିଶ୍ୱସ୍ତରୀୟ ବୋଲରମାନେ ଅଛନ୍ତି। ଶାମି ଏପର୍ଯ୍ୟନ୍ତ ୧୬ଟି ୱିକେଟ୍ ନେଇଛନ୍ତି ଏବଂ ସେ ଗୁଜରାଟର ସବୁଠାରୁ ସଫଳ ବୋଲର।
ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆଇପିଏଲ୍ର ଦ୍ୱିତୀୟ ସଫଳ ଦଳ ଚେନ୍ନାଇ ବିଷୟରେ କହିବାକୁ ଗଲେ ଅନେକ କିଛି ସପକ୍ଷରେ ନଥିଲା। ଟୁର୍ନାମେଣ୍ଟ୍ ଆରମ୍ଭ ପୂର୍ବରୁ ଧୋନି ଅଧିନାୟକତ୍ୱକୁ ରବିନ୍ଦ୍ର ଜାଡେଜାଙ୍କୁ ଦେଇଥିଲେ, ଯାହା ଭୁଲ ବୋଲି ପ୍ରମାଣିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ୍ର ମଧ୍ୟଭାଗରେ ଜାଡେଜା ପୁଣିଥରେ ଧୋନିଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ତେବେ ଆହତ କାରଣରୁ ଶେଷ ମ୍ୟାଚ୍ ପୂର୍ବରୁ ଜାଡେଜା ଘରକୁ ଫେରିଥିଲେ।
ଏହା ବ୍ୟତୀତ ଦଳର ଷ୍ଟାର୍ ବୋଲର ଦୀପକ ଚହର ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ ଏବଂ ଦଳ ତାଙ୍କୁ ଏବଂ ଆଡାମ ମିଲନଙ୍କୁ ମଧ୍ୟ ହରାଇଥିଲା। ଅବଶ୍ୟ, ଡିଭନ୍ କନ୍ୱେଙ୍କୁ ଯେତେବି ସୁଯୋଗ ମିଳିଥିଲା ସେ ସବୁର ଫାଇଦା ନେଇଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରିଥିଲେ। ମୁକେଶ ଚୌଧରୀ ଏବଂ ସିମ୍ରନଜିତ ସିଂ ପ୍ରଭାବିତ କରିଥିଲେ, କିନ୍ତୁ ଗୁଣାତ୍ମକ ବୋଲିଂର କମି ଅଭାବରୁ ସ୍ପିନ୍ ବିଭାଗର ମୋଇନ ଅଲି ଏବଂ ମହେଶ ଦୀକ୍ଷଣା ମଧ୍ୟ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।
]]>ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ ଅଧିକାରୀ କିରଣ ମୋରେ ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ୫୮ ର୍ବଷୀୟ ମୋରେ, ଆଇପିଏଲରେ ୫ ଥର ଚାମ୍ପିଅନ ହୋଇଥିବା ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର ୱ୍ୱିକେଟ କିପର ପରାମର୍ଶଦାତା ଦାୟତ୍ୱ ମଧ୍ୟ ତୁଲାଉଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ‘ମୋରେଙ୍କ ନିକଟରେ ଏବେ ସୁଦ୍ଧା କରୋନା ଜନିତ କୌଣସି ଲକ୍ଷଣ ଦେଖାଯାଇ ନାହିଁ । କିନ୍ତୁ ତାଙ୍କୁ କ୍ୱରେଣ୍ଟାଇନରେ ରହିବାକୁ ପରାର୍ମଶ ଦିଆଯାଇଛି । ସେ ଏବେ ସଂଗରୋଧରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିରଣ ମୋରେ ଉଭୟ ଭାରତୀୟ କ୍ରିକେଟ୍ ବୋର୍ଡର ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ମୋରେଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ଏହାସହ ବିସିସିଆଇ ପକ୍ଷରୁ ଯାହା ନିୟମ ରହିଛି ତାହା ଆଗକୁ ଅନୁପାଳନ କରାଯିବ । କୋଭିଡ ନିୟମର କୌଣସି ପ୍ରକାର ଉଲଂଘନ କରାଯିବ ନାହିଁ । ସେହିଭଳି ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରର ଓପନିଂ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡ୍ଡିକଲ ଅଭ୍ୟାସ ଶିବିରରେ ଯୋଗଦେବା ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଏବେ ନିଜ ଘରେ କ୍ୱାରେଣ୍ଟାଇନରେ ରହି ଦିନ କାଟୁଛନ୍ତି ।
ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ ବିଭିନ୍ନ ସ୍ଥାନରେ ରାତ୍ରୀକାଳିନ ର୍କଫ୍ୟୁ ଲାଗୁ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ ଭଳି ରାଜ୍ୟ ମଧ୍ୟ କରୋନା କହରରୁ ବର୍ତ୍ତୀ ପାରିନାହାନ୍ତି ।
]]>