କେବଳ ଗୌତମ ଗମ୍ଭୀର ନୁହଁନ୍ତି ବରଂ ଆକାଶ ଚୋପ୍ରା ଏବଂ ସଞ୍ଜୟ ମାଞ୍ଜରେକର ମଧ୍ୟ ଏଭଳି କିଛି ମତ ରଖିଛନ୍ତି । ସେମାନେ କହିଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱଧିନ ଟିମ୍ ଚେନ୍ନାଇ ପ୍ଲେ-ଅଫରେ ପ୍ରବେଶ କରିପାରିବ ନାହିଁ ।
ଇଏସପିଏନ୍ କ୍ରିକ୍ ଇନଫୋ ସହ ଆଲୋଚନା ବେଳେ ଆକାଶ ଚୋପ୍ରା କହିଥିଲେ ଯେ, ‘ମୁଁ ଭାବୁଛି ଏଥର ଚେନ୍ନାଇ ଟିମ ପୂର୍ବଥର ଅପେକ୍ଷା ଭଲ ପ୍ରଦର୍ଶନ କରିବ । କିନ୍ତୁ ପ୍ଲେ-ଅଫରେ ପହଞ୍ଚିବା ଦଳ ପାଇଁ ସେତେ ବି ସହଜ ହେବ ନାହିଁ ।
ଅନ୍ୟପଟେ ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଇୟାନ ବିଶପଙ୍କ ବିଶ୍ୱାସ ରହିଛି, ଚେନ୍ନାଇ ସୁପର କିଙ୍ଗସ ପ୍ଲେ-଼ଅଫରେ ପହଞ୍ଚି ପାରିବ । ସେ ଆହୁରି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ, ଲିଗ୍ ପର୍ଯ୍ୟାୟରେ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିବ ।
ଗୋଟିଏ ପଟେ ଆଇପିଏଲକୁ ନେଇ ଉତ୍ସୁକତା ବଢ଼ୁଥିବା ବେଳେ କରୋନା ଭୟ ମଧ୍ୟ ସମସ୍ତଙ୍କୁ ଘାରିଛି । କାରଣ କରୋନାର ଏହି ଦ୍ୱିତୀୟ ଲହର ପ୍ରଥମେ ସାଧାରଣ ଲୋକ ଓ ପରେ ବଲିଉଡକୁ ଗ୍ରାସ କରିଥିଲା । ଆଉ ଏବେ କ୍ରିକେଟ ଜଗତରେ କାୟା ବିସ୍ତାର କରିବାରେ ଲାଗିଛି। ଅନେକ ଖେଳାଳି କ୍ୟାମ୍ପକୁ ଅଭ୍ୟାସ ପାଇଁ ଆସିବା ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।
ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ ଅଧିକାରୀ କିରଣ ମୋରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଥିଲା । ୫୮ ର୍ବଷୀୟ ମୋରେ, ଆଇପିଏଲରେ ୫ ଥର ଚାମ୍ପିଅନ ହୋଇଥିବା ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର ୱ୍ୱିକେଟ କିପର ପରାମର୍ଶଦାତା ଦାୟତ୍ୱ ମଧ୍ୟ ତୁଲାଉଛନ୍ତି ।
ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ରାତ୍ରୀକାଳିନ ର୍କଫ୍ୟୁ ଲାଗୁ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ ଭଳି ରାଜ୍ୟ ମଧ୍ୟ କରୋନା କହରରୁ ବର୍ତ୍ତୀ ପାରିନାହାନ୍ତି ।
]]>