ୟୁକ୍ରେନ ବିରୋଧରେ ଲଢୁଛନ୍ତି ଭାରତୀୟ ଯୁବକ । ଋଷ ସେନାରେ ଫ୍ରଣ୍ଟ ରନର ସାଜି ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ଭାରତୀୟ । ଖାଲି ଏତିକି ନୁହେଁ, ୩୫ରୁ ଅଧିକ ଭାରତୀୟ ଯୁବକ ଏବେ ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି । ସେମାନଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ଆଉ ଯୁଦ୍ଧ ନକଲେ ୧୦ ବର୍ଷ ଜେଲ୍ ।
ଏହା ପଛରେ କାମ କରୁଛି ବଡ଼ ରାକେଟ୍ । ଭାରତୀୟଙ୍କୁ ରୁଷ୍ ନେବା ସହ ସେଠାରେ ବନ୍ଧୁକ ଚଳାଇବା ପାଇଁ ଦିଆଯାଉଛି ପ୍ରଶିକ୍ଷଣ । ପେଟପୁରା ଖାଇବା ବି ନାହିଁ । ଦେଶର କୋଣ ଅନୁକୋଣରୁ ଏଭଳି ଅଭିଯୋଗ ଏବେ ଲମ୍ବିବାରେ ଲାଗିଲାଣି । ଆଉ ଏହା ପରେ ବେଆଇନ ଭାବେ ଯୁବକଙ୍କୁ ଋଷ୍ ନେଉଥିବା ଏଜେଣ୍ଟମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି ଭାରତ ସରକାର ।
ହର୍ଷ କୁମାର, ଘର ହରିୟାଣା କର୍ଣ୍ଣାଲରେ । ଦେହରେ ଋଷ ସେନାର ବର୍ଦ୍ଦି । ଋଷ ଯାଇ ବୁଲିବାର ସ୍ୱପ୍ନ ତାଙ୍କୁ ରାଜଧାନୀ ମୋସ୍କୋ ପହଞ୍ଚାଇଥିଲା । ଦୁଇ ମାସ ପାଇଁ ଭିସା ବି ସହଜରେ ମିଳିଯାଇଥିଲା । ସାହିଲ ମୋସ୍କୋରେ ପହଞ୍ଚି ବୁଲିବା ସହ ସେଠାକାର ଭିଡିଓ ଓ ଫଟୋ ଘର ଲୋକଙ୍କୁ ପଠାଉଥିଲେ । ବେଶ ଖୁସିରେ ହୋଟେଲରେ ରହୁଥିଲେ ।
୭ରୁ ୮ ଦିନ ଆରମରେ ଦିନ ବିତିବା ପରେ ଋଷରେ ଥିବା ଏଜେଣ୍ଟଙ୍କ ହାବୁଡରେ ପଡ଼ିଥିଲେ ହର୍ଷ । ତାଙ୍କୁ ବେଲାରୁସ ବୁଲାଇ ନେବାକୁ କହି ଏଜେଣ୍ଟ ଫସାଇ ଦେଇଥିବା ଅଭିଯୋଗ ହୋଇଛି । ହର୍ଷ ଜାଣିନଥିଲେ ବେଲାରୁଷ ପାଇଁ ଭିସାର ଆବଶ୍ୟକ ଥାଏ । ବେଲାରୁଷ ପହଞ୍ଚିବା ପୂର୍ବରୁ ଋଷ ସେନା ତାଙ୍କୁ ଗିରଫ କରିଥିଲା । ଏବେ ସେ ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ଟ୍ରେନିଂ ନେଉଛନ୍ତି ।
ତାଙ୍କ ପରିବାର ଏକଥା ଜାଣିବା ପରେ ତାଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି । ହାଇଦ୍ରାବାଦର ମହମ୍ମଦ ଅସଫାନ ମଧ୍ୟ ଋଷ ଭ୍ରମଣରେ ଯାଇ ଜୀବନ ହାରିଛନ୍ତି । ରକେଟ ମାଡରେ ଗତ ୬ ତାରିଖରେ ୟୁକ୍ରେନ ସୀମାରେ ତାଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ।
ବିଦେଶରେ ଚାକିରି ସାଙ୍ଗକୁ ଚାକଚକ୍ୟ ରହଣୀର ସ୍ୱପ୍ନ ଦେଖାଇ ତାଙ୍କୁ ମଧ୍ୟ ଟ୍ରାପ କରିଥିଲେ ଏଜେଣ୍ଟ । ପର୍ଯ୍ୟାୟ କ୍ରମେ ପାଖାପାଖି ୨୦ ଜଣ ଋଷ ଯାଇଥିବା ଜଣାପଡ଼ିଛି । ଏବେ ଅସଫାନଙ୍କ ମୃତଦେହ ହାଇଦ୍ରାବାଦ କେମିତି ଫେରିବ ତାକୁ ନେଇ ଚିନ୍ତାରେ ପରିବାର ବର୍ଗ ।
ଜାମ୍ମୁ କାଶ୍ମୀରରେ ବି ସମାନ ଘଟଣା । ଡିସେମ୍ବର ୧୪ରୁ ରଷ ଯାଇଛନ୍ତି ଆଜାଦ ୟୁଶୁଫ କୁମାର । ସେଠାରେ ମୋଟା ଦରମାରେ ହେଲପର ସହ ରୋଷେଇ କରିବା ସ୍ୱପ୍ନରେ ଆଉ ଜଣେ ଯୁବକ ଜହୁର ଅହମ୍ମଦ ଶୈଖଙ୍କୁ ଧରି ସେ ବାହାରିଥିଲେ । ଚେନ୍ନାଇରେ ସେମାନଙ୍କ ଫୋନ ଏଜେଣ୍ଟ ନେଇଯାଇଥିବା ବେଳେ ଏବେ ସେଠାରୁ ଫେରିବାର ବାଟ ପାଉନାହାନ୍ତି । ୟୁସୁଫଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ତାଙ୍କ ଭାଇ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।
]]>ଖାଲି ସେତିକି ନୁହେଁ, ୩୧ ପ୍ରତିଶତ ଲୋକ ନିଜୟ ସମୟ ସ୍ମାର୍ଟଫୋନ୍ରେ ବିତାନ୍ତି । ମାତ୍ର ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ସେହିପରି ବିଭିନ୍ନ ଭିଡିଓ ଓ ଅନ୍ୟାନ୍ୟ କିଛି ଚେକ୍ ପାଇଁ ୫୦ ପ୍ରତିଶତ ସମୟ ସ୍ମାର୍ଟଫୋନ୍ ଉପରେ ଧ୍ୟାନ ଦିଅନ୍ତି । ବିସିଜି ତା’ର ରିପୋର୍ଟରେ ଆହୁରି କହିଛି ଯେ, ପୂର୍ବ ଅପେକ୍ଷା ବର୍ତ୍ତମାନ ସ୍ମାର୍ଟଫୋନ୍ର ବ୍ୟବହାର ଦ୍ରୁତଗତିରେ ବଢ଼ିଛି ।
୨୦୧୦ ତୁଳନାରେ ଏବେ ଯଥେଷ୍ଟ ବଢ଼ିଛି ସ୍ମାର୍ଟଫୋନ୍ ବ୍ୟବହାର । ସେହି ସମୟରେ ସ୍ମାର୍ଟଫୋନ୍ର ବ୍ୟବହାର ପ୍ରାୟ ୨ ଘଣ୍ଟା ରହିଥିବାବେଳେ ଏବେ ୪.୯ ଘଣ୍ଟାକୁ ବୃଦ୍ଧି ପାଇଛି । ସବୁଠାରୁ ବଡ଼ କଥା ହେଉଛି ଏବେର ଯୁବପିଢ଼ି ସ୍ମାର୍ଟଫୋନ୍ ବ୍ୟବହାରରେ ଅଧିକ ବ୍ୟସ୍ତ ରହୁଛନ୍ତି । ୧୮ରୁ ୨୪ ବୟସ ବର୍ଗର ଯୁବକ-ଯୁବତୀମାନେ ଇନଷ୍ଟାଗ୍ରାମ ରିଲ୍ସ, ୟୁଟ୍ୟୁବ୍ ସର୍ଟ ଇତ୍ୟାଦି ଭିଡିଓ ଦେଖିବାରେ ବ୍ୟସ୍ତ ରହୁଛନ୍ତି ।
ରିପୋର୍ଟରେ ଆହୁରି ଦର୍ଶାଯାଇଛି, ସ୍ମାର୍ଟଫୋନ୍ ୟୁଜର୍ସମାନେ ନିଜର ଆବଶ୍ୟକତା ଅପେକ୍ଷା ନିଜ ଫୋନ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ବ୍ୟବହାର କରୁଛନ୍ତି । ଭାରତରେ ଅଧିକାଂଶ ଲୋକ ଇଣ୍ଟରନେଟ ସହ ଜଡ଼ିତ । ମୋବାଇଲ୍ ଫୋନ୍ ଦ୍ୱାରା ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ଯାହାକି ଡେକ୍ସଟପ୍ ଓ ଅନ୍ୟାନ୍ୟ ତୁଳନାରେ ଯଥେଷ୍ଟ କମ୍ ରହିଛି ।
]]>ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଥାଇଲାଣ୍ଡକୁ ଯାଇଛନ୍ତି ୨ କୋଟି ୨୦ ଲକ୍ଷ ପର୍ଯ୍ୟଟକ ।
ଏହା ଦ୍ୱାରା ରୋଜଗାର ହୋଇଛି ପ୍ରାୟ ୨୬ ଶହ କୋଟି ଡଲାର । ଥାଇଲାଣ୍ଡ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦେଖିଲେ ଭାରତର ସ୍ଥାନ ଚତୁର୍ଥ । ବର୍ଷକୁ ପ୍ରାୟ ୧୦ ଲକ୍ଷ ୨୦ ହଜାରରୁ ଅଧିକ ଭାରତୀୟ ଥାଇଲାଣ୍ଡ ବୁଲିବାକୁ ଯାଇଥାନ୍ତି । ଥାଇଲାଣ୍ଡର ଟାର୍ଗେଟ ହେଉଛି ଏ ବର୍ଷ ୨ କୋଟି ୮୦ ଲକ୍ଷ ପର୍ଯ୍ୟଟକ ଆସନ୍ତୁ ।
ଭାରତୀୟ ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ, ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କ ସଂଖ୍ୟା କ୍ରମାଗତ ଭାବରେ ୨୦୧୧ରେ ୧.୪ କୋଟିରୁ ବୃଦ୍ଧି ପାଇ ୨୦୧୯ରେ ୨.୭ କୋଟିରେ ପହଞ୍ଚିଛି । ତା’ପରେ ଦୁଇ ବର୍ଷର ମହାମାରୀ ବର୍ଷର ଯାତ୍ରା ପ୍ରତିବନ୍ଧକ ଏବଂ ବନ୍ଦ ଆଦେଶ ପରେ ଏହା ପୁଣି ୨୦୨୨ରେ ୨.୧କୋଟିରେ ପହଞ୍ଚିଛି । ସେହିପରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଗତବର୍ଷର ଭାତୀୟଙ୍କ ଗସ୍ତର ସୂଚନା ଦେଇଛି ।
]]>ୱେବସାଇଟ୍ରେ ଦିଆଯାଇଥିବା ସୂଚନା ଅନୁସାରେ ସୁଜୟ କୁମାର ମିତ୍ର ଓ ଡକ୍ଟର ଅଲ୍ଲୀ ଇରାନୀ ୭ଟି ମହାଦେଶକୁ ଭ୍ରମଣ କରିବା ପାଇଁ ଏମାନଙ୍କୁ ୩ ଦିନ ୧ ଘଣ୍ଟା ୫ମିନିଟ୍ ସମୟ ଲାଗିଥିଲା। ଏମାନେ ଦୁହେଁ ଭାରତୀୟ ।
Guinness World Records ଅନୁସାରେ ସୁଜୟ କୁମାର ମିତ୍ର ଓ ଡକ୍ଟର ଅଲ୍ଲୀ ଇରାନୀ ସବୁ ରେକର୍ଡ ଭାଙ୍ଗିଛନ୍ତି। ଆଜି ଆମେ ରେକର୍ଡ ଭାଙ୍ଗିଛୁ ହୁଏତ କାଲି ଆମ ରେକର୍ଡ ଆଉ କିଏ ଭାଙ୍ଗିଦେଇଥିବ ବୋଲି ସେ ଉଭୟ କହିଛନ୍ତି। ୪ ଦିନ ମଧ୍ୟରେ ଇରାନୀ ଓ ମିତ୍ର ୭ଟି ମହାଦେଶ ତଥା ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାକର୍ଟିକା ଓ ଓସେନିଆ ଭ୍ରମଣ କରିଛନ୍ତି।
ଉଭୟେ ଡିସେମ୍ବର ୪ରେ ଆଣ୍ଟାକର୍ଟିକାରୁ ଭ୍ରମଣ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ମହାଦେଶ ଅତିକ୍ରମ କରି ଡିସେମ୍ବର ୭ରେ ଅଷ୍ଟ୍ରେଲିଆରେ ପହଞ୍ଚି ବିଶ୍ୱରେକର୍ଡ କରିଛନ୍ତି।
]]>ଆଦିତ୍ୟନାଥ ଟ୍ୱିଟରରେ କହିଛନ୍ତି ଯେ “ବାଲାକୋଟ୍ ଏୟାର ଷ୍ଟ୍ରାଇକ ବାର୍ଷିକୀ ଅବସରରେ ଭାରତୀୟ ବାୟୁସେନାର ଅସାଧାରଣ ବୀରତ୍ୱକୁ ନମସ୍କାର। ଏହାକୁ ସର୍ବଦା ଗର୍ବର ସହିତ ସ୍ମରଣ କରାଯିବ। ଜୟ ହିନ୍ଦ!” ଉଲ୍ଲେଖନୀୟ କଥା ହେଉଛି, ପୁଲ୍ୱାମା ଆକ୍ରମଣ ପରେ ହିଁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୪୦ ଯବାନଙ୍କ ଶହୀଦିତ୍ୱ ବ୍ୟର୍ଥ ହେବ ନାହିଁ ଏବଂ ଶତ୍ରୁମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଯାହାର ଫଳାଫଳ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଭୋଗିବାକୁ ପଡିଲା।
ପ୍ରକାଶଥାଉ ଯେ ୨୦୧୯ ଫେବୃଆରୀ ୧୪ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ଦକ୍ଷିଣ କାଶ୍ମୀରର ପୁଲୱାମା ନିକଟ ଜମ୍ମୁ-ଶ୍ରୀନଗର ରାଜପଥରେ ଏକ ସିଆର୍ପିଏଫ୍ କନ୍ଭେନ୍କୁ ଟାର୍ଗେଟ୍ କରିଥିଲେ, ଯେଉଁଥିରେ ୪୦ ଜଣ ସିଆର୍ପିଏଫ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଭାରତୀୟ ବାୟୁସେନା (IAF) ପାକିସ୍ତାନର ଖୈବର ପଖ୍ତୁନଖୱା ପ୍ରଦେଶର ବାଲାକୋଟ୍ରେ ଥିବା ଏକ (ଜେଏମ୍) ଶିବିରରେ ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା।
ଉଲ୍ଲେଖଥାଉ ଯେ ବାଲାକୋଟ୍ ଆକ୍ରମଣ ପରେ ଇଣ୍ଡିଆନ୍ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏକ ମିଗ୍-21 ବାଇସନ୍ ଯୁଦ୍ଧ ବିମାନ ଉଡ଼ାଇବା ଏବଂ ପାକିସ୍ତାନୀ ଜେଟ୍ ପଛରେ ଗୋଡ଼ାଇବା ସମୟରେ ପୋକ୍ ଅତିକ୍ରମ କରିଥିଲେ। ତାଙ୍କ ବିମାନକୁ ପାକ୍ ବିମାନ ଦ୍ୱାରା ଗୁଳି କରି ଖସେଇ ଦିଆଯାଇଥିଲା। ଏହା ପରେ ପାକିସ୍ତାନ ତାଙ୍କୁ ଗିରଫ କରିଥିଲା। ଭାରତ ମଧ୍ୟ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୁଳି କରିଥିଲା।
ବିଶେଷ କଥା ହେଉଛି ଅଭିନନ୍ଦନଙ୍କୁ ଗିରଫ କରିବା ପରେ ପାକିସ୍ତାନ ଭାରତ ଉପରେ ଚାପ ପକାଇବା ନୀତି ଅନୁସରଣ କରୁଥିଲା, କିନ୍ତୁ ଭାରତର ବିଶ୍ୱ କୂଟନୈତିକତା ହେତୁ ତାକୁ ନତମସ୍ତକ ହେବାକୁ ପଡିଲା ଏବଂ ଅଭିନନ୍ଦନଙ୍କୁ ୪୮ ଘଣ୍ଟା ଭିତରେ ଛାଡିବାକୁ ବାଧ୍ୟହେଲା।
]]>ବିସିସିଆଇ ଏବଂ ଇସିବି ମଧ୍ୟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ବଦଳାଇବା ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଥିଲା । ଆଇପିଏଲ୍ ୨୦୨୧ର କାର୍ଯ୍ୟସୂଚି ପ୍ରସ୍ତୁତ କରିବା ପାଇଁ ଏହି ସବୁ ଚେଷ୍ଟା କରାଯାଉଥିଲା । କିନ୍ତୁ ଦୁଇ ବୋର୍ଡ ମଧ୍ୟରେ କୌଣସି ସଫଳ ଆଲୋଚନା ହୋଇପାରିଲା ନାହିଁ । ଏହା ପରେ ବିସିସିଆଇ ପକ୍ଷରୁ ୟୁଏଇରେ, ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଗତ ଥର ୟୁଏଇରେ IPL ଖେଳା ଯାଇଥିଲା
ସୂଚନାଯୋଗ୍ୟ, କରୋନା ଭାଇରସ୍ କାରଣରୁ, ଆଇପିଏଲ୍ ୨୦୨୦ ମଧ୍ୟ ୟୁଏଇରେ ଆୟୋଜନ କରାଯାଇଥିଲା । ସେହି ସମୟରେ ମଧ୍ୟ ଭାରତରେ କରୋନା ସଂକ୍ରମଣ ମାମଲା ଖୁବ୍ ଅଧିକ ରହିଥିଲା । ଏଥର ଆଇପିଏଲ୍ ମ୍ୟାଚ୍ ଭାରତରେ ହିଁ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀର ପ୍ରଭାବ ପଡ଼ିବା ହେତୁ, ଏହାକୁ କେବଳ ୨୯ଟି ମ୍ୟାଚ୍ ପରେ ସ୍ଥଗିତ ରଖିବାକୁ ପଡିଥିଲା । ଅନେକ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇପିଏଲ ସ୍ଥଗିତ ହେବା ଯୋଗୁଁ ବିସିସିଆଇକୁ ବଡ଼ କ୍ଷତିର ଭୟ କରିଥିଲା । ଏମିତିକି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ, ଯଦି ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍ ଖେଳାନଯାଏ ତେବେ ବୋର୍ଡକୁ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିପାରେ । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ବିସିସିଆଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିସାରିଛି। ଖୁବ୍ଶୀଘ୍ର ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରାଯାଇପାରେ ।
]]>ରାଜ ପରିବାରର ପରମ୍ପରା ଅନୁଯାୟୀ ଦିଲୀପ ସିଂହଜୀଙ୍କୁ ମଧ୍ୟ ପିଲାଦିନରୁ ଅଧ୍ୟୟନ ପାଇଁ ଇଂଲଣ୍ଡ ପଠାଯାଇଥିଲା । ସେଠାରେ ପଢ଼ିବା ସହିତ ସେ ସ୍କୁଲ କ୍ରିକେଟ୍ ଖେଳିଥିଲେ । ପ୍ରାରମ୍ଭରେ ତାଙ୍କ ପରିଚୟ ଏକ ଲେଗ୍ ବ୍ରେକ୍ ବୋଲର ଭାବେ ରହିଥିଲା । ୧୯୨୨ ମସିହାରେ ସେ ୧୩.୬୬ ହାରରେ ୫୦ ୱିକେଟ୍ ନେଇ ଇଂଲଣ୍ଡ ସ୍କୁଲ କ୍ରିକେଟ୍ ଶୀର୍ଷରେ ରହିଥିଲେ । କିନ୍ତୁ ସ୍କୁଲରେ ଶେଷ ବର୍ଷରେ ପହଞ୍ଚିବା ବେଳକୁ ସେ ବୋଲିଂ ଛାଡି ବ୍ୟାଟିଂ ଆରମ୍ଭ କରିଥିଲେ ।
କେବଳ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି ଦିଲୀପ
ମହାରାଜା ଦିଲୀପ ସିଂ ତାଙ୍କ କାକାଙ୍କ ଭଳି ସବୁବେଳେ ବ୍ରିଟିଶ କ୍ରିକେଟର ରହିଆସିଥିଲେ । ଦିଲୀପଙ୍କ କାକା ନୱାନଗରର ତତ୍କାଳୀନ ମହାରାଜା ରଣଜିତ୍ ସିଂ ଥିଲେ । ଯାହାକୁ କ୍ରିକେଟ୍ ଜଗତ ‘ରଣଜୀ’ ଭାବରେ ଜାଣୁଛି । ସେହି ସମୟରେ ତାଙ୍କୁ ଇଂଲଣ୍ଡ ମାଟିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ଗଣାଯାଇଥିଲା । ୧୯୨୬ ମସିହାରେ ଦିଲୀପ ସିଂହଜୀ ମଧ୍ୟ ଇଂଲଣ୍ଡର କାଉଣ୍ଟି ଦଳ ସସେକ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ସେ ନିଜ କ୍ରିକେଟ୍ କ୍ୟାରିୟରର ଶେଷ ସିଜନରେ ଏହାର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୧୯୩୦ ମସିହାରେ, ସସେକ୍ସ ପାଇଁ ଖେଳୁଥିବା ବେଳେ ସେ ନର୍ଥଥମ୍ପଟନ୍ଶର ବିପକ୍ଷରେ ସାଢ଼େ ପାଞ୍ଚ ଘଣ୍ଟା ମଧ୍ୟରେ ୩୩୩ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ସେ ନିଜ କାକା ରଣଜିତ୍ ସିଂହଜୀଙ୍କ ୨୮୫ ରନ୍ର ରେକର୍ଡ ଭାଙ୍ଗିଥିଲେ । ଆଉ ତାଙ୍କର ୩୩୩ ରନ୍ର ରେର୍କ୍ଡ ସସେକ୍ସ ପାଇଁ ଆଜି ବି ସର୍ବାଧିକ ।
ସ୍କୁଲ କ୍ରିକେଟ୍ରେ ହିଁ ନିଜକୁ ପ୍ରମାଣିତ କରିସାରିଥିଲେ ଦିଲୀପ
ଦିଲୀପ ସିଂହଜୀଙ୍କ ଟେଷ୍ଟ କ୍ୟାରିୟର ଅଧିକ ଲମ୍ବା ନଥିଲା ସତ କିନ୍ତୁ ଆଜି ବି ତାଙ୍କୁ ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଉଛି । ସ୍କୁଲ କ୍ରିକେଟ୍ ଖେଳିବା ସମୟରେ ହିଁ ଦିଲୀପ ସିଂହଜୀ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଚକିତ କରିଥିଲେ । ତାଙ୍କ ଖେଳ ଦେଖି କ୍ରିକେଟ ସଞ୍ଚାଳନ କରୁଥିବା ସଂସ୍ଥା ଏମସିସିର ତତ୍କାଳୀନ ଅଧ୍ୟକ୍ଷ ପ୍ରସିଦ୍ଧ କ୍ରିକେଟ୍ ପତ୍ରିକା ୱିସଡେନ୍ରେ ଲେଖିଥିଲେ ଯେ ଆଖି-ରିଷ୍ଟ-ପାଦର ଅଭୂତ ତାଳମେଳ ରହୁଥିବାରୁ ସେ ଦିଲ୍ଲୀପ ସିଂହଜୀ ଜଣେ ସ୍ୱତନ୍ତ୍ର ଖେଳାଳି ।
ଦିଲୀପ ସିଂହଜୀ ଭାରତର ହାଇ କମିଶନର ଥିଲେ
ତେବେ ଅସୁସ୍ଥତା କାରଣରୁ ଦିଲ୍ଲୀପଙ୍କ ଟେଷ୍ଟ କ୍ୟାରିୟର ମାତ୍ର ଦୁଇ ବର୍ଷରେ ଶେଷ ହୋଇଯାଇଥିଲା । ୧୯୩୧ରେ ସେ ଇଂଲଣ୍ଡ ପାଇଁ ଶେଷ ଟେଷ୍ଟ ଖେଳିଥିଲେ । ଦିଲୀପ ସିଂହଜୀ ୧୯୪୯ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ । ସେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଭାରତର ହାଇ କମିଶନର ଥିଲେ । ୧୯୫୪ରେ ତାଙ୍କୁ ସୌରାଷ୍ଟ୍ରର ପବ୍ଲିକ୍ ସର୍ଭିସ କମିଶନର ଚେୟାରମ୍ୟାନ୍ ଦାୟିତ୍ୱ ଦିଆଯାଇଥିଲା । ସେ ମୃତ୍ୟୁ ପୂର୍ବରୁ କିଛି ମାସ ପର୍ଯ୍ୟନ୍ତ ସର୍ବ ଭାରତୀୟ କ୍ରୀଡ଼ା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ ।
]]>