ଏହି ନିଯୁକ୍ତି ପ୍ରକ୍ରିୟାରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫୦ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RCF ର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RCF Kapurthala invites applications for 550 Rail Coach Factory Apprentice Posts Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ ଫିଟର, ମେସିନିଷ୍ଟ୍, ୱେଲ୍ଡର୍, ମେକାନିକ୍, ବଢେଇ, ଇଲେକ୍ଟ୍ରୀସିଆନ୍ ଆଦି ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫୦ ପ୍ରାର୍ଥୀ ନିଯୁକ୍ତି ପାଇବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Get apprentice job in Indian railway without exam notification ଉପରେ କ୍ଲିକ୍ କରି ଦେଖିପାରିବେ।
ହରିୟାଣା ଦେଇ ଯାଇଥିବା ଦ୍ୱାରକା ଏକ୍ସପ୍ରେସର ମଧ୍ୟ ଲୋକାର୍ପଣ କରିଛନ୍ତି ମୋଦି। ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା। ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ। ଗୁରୁଗ୍ରାମରେ ମୋଦି ରୋଡ ଶୋ କରିବା ସହ ଏସବୁ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଏନଏଚ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦ୍ୱାରକା ଏକ୍ସପ୍ରେସ୍ ଦେଶର ପ୍ରଥମ ଏଲିଭେଟେଡ୍ ଅର୍ବାନ ଏକ୍ସପ୍ରେସ୍ ୱେ । ଏହି ଏକ୍ସପ୍ରେସ୍ ୱେ କାର୍ଯ୍ୟକାରୀ ହେବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍ ୱେ’ରେ ଜମୁଥିବା ଗହଳି କମିବ । ଏହି ୧୬ ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ ୱେରେ ଅନ୍ୟୁନ ୩ଟି ଲେନ୍ରେ ଉଭୟ ପାର୍ଶ୍ୱରେ ଯିବା ଆସିବା ବ୍ୟବସ୍ଥା କରାଯିବ। ଦିଲ୍ଲୀର ଦ୍ୱାରକାରୁ ହରିୟାଣାର ଗୁରୁଗ୍ରାମକୁ ଏହି ଏକ୍ସପ୍ରେସ୍ ୱେ ସଂଯୋଗ କରିବ। ଫଳରେ ଦିଲ୍ଲୀରେ ଦେଖାଯାଉଥିବା ସାଂଘାତିକ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳି ପାରିବ ବୋଲି କୁହାଯାଉଛି।
]]>ଏହି ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିସିଆନ ପଦବୀ ପୂରଣ ହେବ। ଦଶମ ପାଶ୍ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ। ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୯୧୪୪ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ https://rrbbbs.gov.in/କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Railway RRB Technician Recruitment Apply Online For 9144 Post notification ଉପରେ କ୍ଲିକ୍ କରି ଦେଖିପାରିବେ।
ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୦୦୦ଟି ପଦଦୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ମଧ୍ୟ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ https://indianrailways.gov.inକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଅଫ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଗ୍ରୁପ୍ C ଏବଂ ଗ୍ରୁପ୍ D ଆଦି ପଦବୀ ପୂରଣ ହେବ। ଦଶମ ପାଶ୍ ପିଲା ମଧ୍ୟ ଏହାର ଫାଇଦା ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍ସାଇଟ୍ www.rrcbbs.org.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ East Cost Railway Bhubaneswar Recruitment Apply For Group C & D Post ଉପରେ କ୍ଲିକ୍ କରି ଦେଖିପାରିବେ।
Assistant Personnel Officer ( HQ ), 2nd Floor, South Block, Rail Sadan, Chandrasekharpur, Bhubaneswar, Pin – 751017.
]]>ଏହାରି ଭିତରେ ଜଣେ ଷ୍ଟେସନ ମାଷ୍ଟର ନିଜ ଅଫିସ ରୁମରେ ଥିବା ଡେସ୍କର ଫଟୋ ସେୟାର କରିଛନ୍ତି। ଯେଉଁଠି ପ୍ରାୟ ୧୦ରୁ ଅଧିକ ଲ୍ୟାଣ୍ଡ ଫୋନ ରଖାଯାଇଛି। ରେଳ ବିଭାଗରେ ଚାକିରି କରିବା ପରେ କିପରି ଏସବୁ ନିଭାଇବାକୁ ହୁଏ ତାହା ସେ ଲେଖିଛନ୍ତି। ତେବେ ଏହି ପୋଷ୍ଟଟି ଏହି ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆ Xରେ ସେୟାର ହୋଇଥିବା ପୋଷ୍ଟରେ ଅନେକ ଗୁଡିଏ ଫୋନ ଏକତ୍ର ରଖାଯାଇଛି। ଷ୍ଟେସନ ମାଷ୍ଟରଙ୍କ ଅନେକ କାମ ରହିଛି । ଟ୍ରାଫିକ ସିଗନାଲ ତଦାରଖ, ଯାତ୍ରୀଙ୍କ ସୁରକ୍ଷା ତଦାରଖ, ଷ୍ଟେସନ କର୍ମଚାରୀଙ୍କୁ ଦେଖିବା ସହ ଷ୍ଟେସନ ଏପରି ଅନେକ କାମ କରନ୍ତି। ଏହି ଫଟୋରେ ଅତି କମରେ ଦଶଟି ଫୋନ୍ ଏବଂ ଏକ ଖୋଲା ରେଜିଷ୍ଟର ସହିତ ଏକ ଷ୍ଟେସନ୍ ମାଷ୍ଟରଙ୍କ ଡେସ୍କ ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାପସନ୍ ଅଛି, "ଷ୍ଟେସନ ମାଷ୍ଟରଙ୍କର ଡେସ୍କ। "
The Station Master’s desk.
— Prashasti/ प्रशस्ति / پرشستی (@prashastisri) February 6, 2024
Show me a busier professional. #railwaymen #railwaywomen #indianrailways pic.twitter.com/q3bDMt9jtK
ବର୍ତ୍ତମାନ ସୁଦ୍ଧା ଏହି ପୋଷ୍ଟକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଅନେକ ୟୁଜର୍ସ ଏହା ଉପରେ କମେଣ୍ଟ କରିଛନ୍ତି। କିଛି ୟୁଜର୍ସ ଲେଖିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ଏହି କାମକୁ ସରଳ କରିପାରେ।
]]>ALP, ଟେକ୍ନିସିଆନ୍, ଅଣ ଟେକ୍ନିସିଆନ୍, JE ଏବଂ ଅନ୍ୟାନ୍ୟ ପଦବୀ ପାଇଁ RRBର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି।
ଏହି ନିଯୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ଅଫିସିଆଲ୍ ୱେବସାଇଟ୍ rrbajmer.gov.in ପରିଦର୍ଶନ କରି ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RRB Annual Calendar 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।
RRB ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ, ALP ପୋଷ୍ଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାନୁୟାରୀରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କରାଯିବ। ଟେକ୍ନିସିଆନମାନଙ୍କର ନିଯୁକ୍ତି ପ୍ରକ୍ରିୟା ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ କରାଯିବ। ନନ୍-ଟେକ୍ନିସିଆନ ପପୁଲାର୍ କ୍ୟାଟେଗୋରୀ – ଗ୍ରାଜୁଏଟ୍ (ସ୍ତର ୪, ୫ ଏବଂ ୬), ନନ୍-ଟେକ୍ନିସିଆନ ପପୁଲାର୍ କ୍ୟାଟେଗୋରୀ – ଅଣ୍ଡର୍ ଗ୍ରାଜୁଏଟ୍ (ସ୍ତର ୨, ୩), ଜୁନିୟର ଇଞ୍ଜିନିୟର ଏବଂ ପାରାମେଡିକାଲ୍ ବର୍ଗ ନିଯୁକ୍ତି ପ୍ରକ୍ରିୟା ଜୁଲାଇରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କରାଯିବ। ଲେବଲ-୧ ଏବଂ ମିନିଷ୍ଟ୍ରୀଆଲ୍ ଏବଂ ଆଇସୋଲେଟେଡ୍ ବର୍ଗ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଅନୁଷ୍ଠିତ ହେବ।
RRB ALP ପୋଷ୍ଟ CBT ପରୀକ୍ଷା ଜୁନ୍ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ (ସିବିଟି ୨) ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଦକ୍ଷତା ପରୀକ୍ଷା (CBAT) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷଣ ପରେ, ନଭେମ୍ବର / ଡିସେମ୍ବର ୨୦୨୪ରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ପ୍ରକାଶ ପାଇବ।
ପ୍ରକାଶଥାଉ ଯେ ୯୦୦୦ ପୋଷ୍ଟ ପାଇଁ RRBର ଟେକ୍ନିକାଲ୍ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୨୦୨୪ରେ ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ରେ ଏହା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚରେ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହା ବ୍ୟତୀତ, ପ୍ରାର୍ଥୀମାନେ ଏହି ସମ୍ବନ୍ଧୀୟ ଅଧିକ ବିବରଣୀ ପାଇଁ RRB ର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।
]]>ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷା ପରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ତାଲିକା ନଭେମ୍ବର / ଡିସେମ୍ବର ୨୦୨୪ରେ ପ୍ରକାଶ ପାଇବ।
ତେବେ ପ୍ରାର୍ଥୀମାନେ ମନେ ରଖିବା ଉଚିତ ଯେ ଏହି ପରୀକ୍ଷା ତାରିଖଗୁଡିକ ପରୀକ୍ଷାମୂଳକ ଭାବେ କରାଯାଇଛି। ପ୍ରାର୍ଥୀମାନେ ସଠିକ୍ ତାରିଖ ଯାଞ୍ଚ କରିବାକୁ ପୋର୍ଟାଲକୁ ଯିବାକୁ ପଡିବ।
ପ୍ରକାଶଥାଉ ଯେ ରେଳବାଇରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷା ଆଧାରରେ କରାଯିବ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ CBT 1, ଦ୍ୱିତୀୟ ପର୍ଯ୍ୟାୟରେ CBT 2 ରହିଛି। ଏହା ବ୍ୟତୀତ, ତୃତୀୟ ପର୍ଯ୍ୟାୟରେ କମ୍ପ୍ୟୁଟର ଆଧାରିତ ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT) ଏବଂ ଚତୁର୍ଥ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ୍ ଭେରିଫିକେସନ୍ (DV) ଏବଂ ମେଡିକାଲ୍ ଟେଷ୍ଟ ରହିଛି।
ରେଳବାଇରେ ALP ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାରେ କୋହଳ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ବର୍ତ୍ତମାନ ୩୩ ବର୍ଷ ବୟସ୍କ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ, ପୂର୍ବରୁ କେବଳ ୩୦ ବର୍ଷ ବୟସର ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରେଳବାଇ ପ୍ରାର୍ଥୀଙ୍କୁ ଏହି ସୁବିଧା ଦେଇଛି।
ଏନେଇ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୨୦ ଜାନୁୟାରୀ ୨୦୨୪ ରେ ଆରମ୍ଭ ହୋଇଥିଲା। ଏହି ଆବେଦନ ୧୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୫୬୯୬ଟି ପଦବୀ ପୂରଣ ହେବ।
ସୋସିଆଲ ମିଡିଆ ପ୍ଲାଟର୍ଫମ ‘X’ରେ MumbaiMatterz ନାମକ ଜଣେ ୟୁଜର୍ସ ଜାନୁଆରୀ ୨୪ରେ ୧୩ ସେକଣ୍ଡର ଏକ ଭିଡିଓକୁ ସେୟାର କରିଛନ୍ତି। ଭିଡିଓ ସେଆର କରିବା ସହ କ୍ୟାପ୍ସନ୍ରେ ‘ମହିମା ଜଙ୍କସନ୍ ରେଲୱେ ଟ୍ରାକ୍’ ବୋଲି ଲେଖିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍ରେ ଦୌଡୁଛନ୍ତି। ଅନ୍ୟପଟେ ଆଉ କିଛି ଲୋକ ଟ୍ରାକ୍ରେ ଶୋଇଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ୟୁଜର୍ସ ଏହାକୁ ବିପଜ୍ଜନକ କହିବା ସହ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲୱେ କର୍ତ୍ତୁପକ୍ଷଙ୍କ ନିକଟରେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରେଲ କର୍ତ୍ତୁପକ୍ଷ। ଏହି ପୋଷ୍ଟର ପ୍ରତିକ୍ରିୟାରେ କେନ୍ଦ୍ରୀୟ ରେଳବାଇର ଡିଆରଏମ୍ ମୁମ୍ବାଇ କେନ୍ଦ୍ରୀୟ ପଶ୍ଚିମ ରେଳବାଇର ଡିଆରଏମ୍ଙ୍କୁ ଏହି ଘଟଣାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।
]]>ଏହି ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମୋଡ୍ରେ ହେଉଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୬୪୬ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ https://rrcjaipur.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Apprentice job in Indian railway without exam Notification ରେ କ୍ଲିକ୍ କରି ଦେଖିପାରିବେ।
ୟୁପିର ବାରବାଙ୍କୀ ଜିଲ୍ଲା ବୁରୱାଲ ଜଙ୍କସନରେ ୨ଟି ଏକ୍ସପ୍ରେସ ଟ୍ରେନ ଅଟକିଯିବାରୁ ୨୫୦୦ ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା, ତଥାପି ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଟ୍ରେନ୍ କର୍ମଚାରୀଙ୍କ ଜିଦ୍ରୁ ହଇରାଣ ହେଲେ ଯାତ୍ରୀ । ଟ୍ରେନ୍ର କର୍ମଚାରୀ ନିଜ ସିଫ୍ଟ ଶେଷ ହୋଇଯାଇଥିବା କହି ଟ୍ରେନ୍କୁ ଛାଡ଼ି ପଳାଇଲେ । ଏହା ଦେଖି ଅନ୍ୟ ଏକ ଟ୍ରେନ୍ର ଲୋକୋ ପାଇଲଟ୍ ଶରୀର ଅସୁସ୍ଥ ଥିବା କହି ପଳାଇଲେ ।
ଟ୍ରେନ୍ ଭିତରେ ଜଳ, ଖାଦ୍ୟ ଏବଂ ବିଦ୍ୟୁତ୍ ଅଭାବ ହେତୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା । ଟ୍ରେନ ଆଗରେ ଯାତ୍ରୀମାନେ ଟ୍ରାକରେ ବସି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହି ଘଟଣା ସହରସା-ନୂଆଦିଲ୍ଲୀ ଛଟ୍ ପୂଜା ସ୍ପେଶାଲ (04021) ଏବଂ ବାରୁନି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସ (15203) ରେ ଘଟିଛି । ଲୋକଙ୍କ ପ୍ରତିବାଦର ବହୁ ସମୟ ପରେ ଉତ୍ତର ପୂର୍ବାଞ୍ଚଳ ରେଳ ଅଧିକାରୀ ଗୋଣ୍ଡା ଜଙ୍କସନରୁ କର୍ମଚାରୀ ପଠାଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।
ଟ୍ରେନ୍ ନ ଗଡ଼ିବାରୁ ଯେଉଁ ଟ୍ରେନ୍ ୨୭ ନଭେମ୍ବର ସଂଧ୍ୟା ୭ଟା ୧୫ ମିନିଟ୍ରେ ଷ୍ଟେସନ ଛାଡ଼ିବା କଥା ନଭେମ୍ବର ୨୮ ସକାଳ ୯ଟା ୩୦ ମିନିଟ୍ରେ ଷ୍ଟେସନ୍ରୁ ଛାଡ଼ିଥିଲା । ଯାହା ଫଳରେ ଟ୍ରେନ୍ ୧୯ ଘଣ୍ଚା ବିଳମ୍ବରେ ଗୋରଖପୁରରେ ପହଞ୍ଚିଲା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।
]]>ପୂର୍ବରୁ ଅଧିକାଂଶ ସମୟରେ ଟ୍ରେନ୍ ପାଇଁ ଗେଟ୍ ପଡିଯାଇଉଥିବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ରେଲୱେ ପକ୍ଷରୁ ଭୂତଳ ବ୍ରିଜ୍ ତିଆରି କରାଗଲା । ହେଲେ ନିର୍ମାଣ ଢାଞ୍ଚା ଭୁଲ ଥିବାରୁ ଏବେ ଟିକିଏ ବର୍ଷା ହେଲେ ଅଣ୍ଟାଏ ଉଚ୍ଚର ଜମିରହୁଛି ପାଣି । ସମସ୍ୟା ଏତିକିରେ ସରିନି ବରଂ ପୋଲ ତଳେ ଅନେକ ଗର୍ତ୍ତ ହୋଇଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ବି ହେଉଛି । ଜାଣିଆଶ୍ଚର୍ଯ୍ୟ ହେବେ କି, ଏହି ରାସ୍ତା ସ୍ଥାନୀୟ ଅଂଚଳର ମୁଖ୍ୟ ରାସ୍ତା ହୋଇଥିବା ପରେ ବି ରେଲୱେ ଭୂତଳ ପୋଲ ସାମ୍ନାରେ ସ୍ପଷ୍ଟ ଭାବରେ ଲେଖାଯାଇଛି ସ୍କୁଲ ବସ୍ ଯିବା ନିଷେଧ । ତେଣୁ ଥରେ ଚିନ୍ତା କରନ୍ତୁ ଏହି ପୋଲ ଲୋକଙ୍କ ସୁବିଧା କରୁଛି ନା ଅସୁବିଧା ?
ଏହି ପୋଲ ପାଇଁ ୨୦୧୯ ମସିହା ଅଗଷ୍ଟ ୨୨ ତାରିଖରେ ୧୧ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ବତଟ ରେଲୱେ ପକ୍ଷରୁ ଏହାର ଉଦଘାଟନ ହୋଇଥିଲା । ଏହାରି ଭିତରେ ୪ ବର୍ଷ ବିତିଗଲାଣି...ଅନେକ ଅଭିଯୋଗ ଆସିଲାଣି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଏମିତିକି ମାମଲା ଯାଇ କୋର୍ଟରେ ପହଞ୍ଚିବା ପରେ ରେଲୱେ ଓ ଟିଟିଲାଗଡ ପୌରପରିଷଦକୁ କାରଣ ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ କୋର୍ଟ । ରେଲୱେ ଯନ୍ତ୍ରୀ ଓ ପୌରପରିଷଦ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । କିନ୍ତୁ ଏବେ ବି ସ୍ଥିତିରେ ସୁଧାର ନଆସିଥିବାରୁ ତେଜୁଛି ଅସନ୍ତୋଷ ।
(ଟିଟିଲାଗଡରୁ ଅବିନାଶ ନନ୍ଦଙ୍କ ରିପୋର୍ଟ)
]]>ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ । ପ୍ରଥମ ପର୍ଯ୍ୟାୟରେ ପୁନର୍ବିକାଶ ହେବ ୫୦୮ ଷ୍ଟେସନ । ନିବେଶ ହେବ ୨୪ ହଜାର ୪୭୦ କୋଟି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୦୮ ଷ୍ଟେସନର ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଅମୃତ କାଳରେ ନୂଆ ଭାରତ ଦ୍ରୁତ ଗତିରେ ଏକ ବିକଶିତ ଭାରତ ଦିଗରେ ଗତି କରୁଛି ।
ଆଜିଠୁ ଭାରତୀୟ ରେଳରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ । ଯେଉଁଥିରେ ରହିଛି ନୂଆ ଉର୍ଜା, ନୂଆ ଉତ୍ସାହ ଓ ନୂଆ ସଂକଳ୍ପ । ପର୍ଯ୍ୟାୟକ୍ରମେ ଦେଶର ପ୍ରାୟ ୧ ହଜାର ୩୦୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯିବ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ବର୍ଷକ ଭିତରେ ଭାରତ ଯେତିକି ନୂଆ ଟ୍ରାକ୍ ବିଛାଇଛି, ତାହା ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ମିଳିତ ରେଳ ଟ୍ରାକ୍ଠୁ ବି ଅଧିକ । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଟ୍ରେନ୍ରୁ ଆରମ୍ଭ କରି ଷ୍ଟେସନ ଯାଏଁ ସବୁଠି ସର୍ବୋତ୍ତମ ଯାତ୍ରୀ ଅଭିଜ୍ଞତା ଦେବାକୁ ପ୍ରଚେଷ୍ଟା କରାଯାଉଛି । ଏ ଅବସରରେ ରେଳମନ୍ତ୍ରୀ କହିଛନ୍ତି, ଆସନ୍ତା ୫୦ ବର୍ଷକୁ ନଜରରେ ରଖି ଅମୃତ ଭାରତ ଷ୍ଟେସନକୁ ପୁନଃବିକାଶ କରାଯାଉଛି ।
ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାରେ ୫୭ଟି ଷ୍ଟେସନର ପୁନଃବିକାଶ ହେବ । ପ୍ରଥମ ପର୍ଯ୍ୟାୟରେ ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ଖୋର୍ଦ୍ଧା ରୋଡ୍, ବରଗଡ଼ ଭଳି ୨୫ଟି ରେଳ ଷ୍ଟେସନର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଖର୍ଚ୍ଚ ହେବ ୫୩୧ କୋଟି ୮୦ ଲକ୍ଷ ଟଙ୍କା । ଅମୃତ ଷ୍ଟେସନ ସ୍କିମ୍ ଅଧୀନରେ ଥିବା ସମସ୍ତ ଷ୍ଟେସନ ବିଲଡିଂ ପୁନଃନିର୍ମାଣ ହେବ । ଷ୍ଟେସନକୁ ସିଟି ସେଣ୍ଟର ଭାବେ ବିକାଶ କରାଯିବ ।
ଷ୍ଟେସନରୁ ସହରର ଉଭୟ ପାର୍ଶ୍ଵକୁ ଯୋଡ଼ିହେବ ରାସ୍ତା । ସବୁ ଅମୃତ ଷ୍ଟେସନରେ ରହିବ ଅତ୍ୟାଧୁନିକ ଯାତ୍ରୀ ସେବା, ଦିବ୍ୟାଙ୍ଗ ଅନୁକୂଳ ସେବା । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଲିଙ୍ଗରାଜ ରୋଡ୍ ଷ୍ଟେସନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମଞ୍ଚେଶ୍ୱର ଷ୍ଟେସନରେ ଖୋର୍ଦ୍ଧା DRM ଏଚ୍ ଏସ୍ ବାଜୱା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
]]>ଏହି ସବୁ ସମସ୍ୟାର ସମାଧାନ ପାଇଁ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ରେଳ ବିଭାଗକୁ ନିବେଦନ କରିଥିବା ବେଳେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । କିନ୍ତୁ ଏବେ ଶାସ୍ତାରେ ଯାତ୍ରୀଙ୍କୁ ଖାଦ୍ୟ ପରସା ଯିବ ବୋଲି କହିଛି IRCTC । ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।
ନୂଆ ଘୋଷଣା ଅନୁସାରେ ଏଣିକି ଟ୍ରେନର ସାଧାରଣ ବଗିରେ ଯାତ୍ରୀଙ୍କୁ ମିଳିବ ଭାରତୀୟ ରେଳ ପକ୍ଷରୁ ଖାଦ୍ୟ ଓ ପାଣି । ୨୦ ଟଙ୍କାରେ ମିଲ୍ ଓ ପାଣି ବୋତଲ ଯୋଗାଇବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ମେଲ ଓ ଏକ୍ସପ୍ରେସ ଟ୍ରେନରେ ଥିବା ଦୁଇଟି ଜେନେରାଲ କୋଚରେ ଯାତ୍ରା କରୁଥିବା ପାସେଂଜରଙ୍କୁ ଏହି ସୁବିଧା ମିଳିବ । ଏହାଦ୍ୱାରା ଯାତ୍ରୀ ଭାରତୀୟ ରେଳ ପ୍ରତି ଭଲ ଅନୁଭୂତି ପାଇବେ । ଏକ୍ସପ୍ରେସ ଟ୍ରେନର ପ୍ରଥମ ଓ ଶେଷରେ ଜେନେରାଲ କୋଚ୍ ଥିବାରୁ ଏହାକୁ ଦେଖି ଖାଦ୍ୟ କାଉଣ୍ଟର ପ୍ଲାଟଫର୍ମରେ କରାଯିବ ।
ତେବେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ଦୁଇ ପ୍ରକାର କରାଯାଇଛି । ୭ ପଟ ପୁରୀ, ଶୁଖିଲା ଆଳୁ ତରକାରୀ ଓ ଆଚାରର ଦାମ ୨୦ ଟଙ୍କା ରଖାଯାଇଥିବା ବେଳେ ଭାତ, ରାଜମା, ଚଣା ତରକାରୀ, କୁଲଚା, ଭଟୁରେ, ପାଓ ଭାଜି ଓ ମସଲା ଦୋଷା ଭଳି ଖାଦ୍ୟର ଦାମ ୫୦ ଟଙ୍କା ରଖାଯାଇଛି । ତେବେ ଖାଦ୍ୟ କାଉଣ୍ଟର କେଉଁଠି ରହିବ ଏହା ରେଲୱେ ଜୋନ ଅନୁସାରେ ନିଷ୍ପତ୍ତି ହେବ । ପରୀକ୍ଷାମୂଳକ ଭାବେ ଏହା ୬ ମାସ ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଶାର ରାଉରକେଲା ଓ ଝାରସୁଗୁଡ଼ା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଛି । ଓଡ଼ିଶାର ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।
]]>जनसाधारण के लिए भारतीय रेल की अभूतपूर्व पहल!
— Ministry of Railways (@RailMinIndia) July 19, 2023
भारतीय रेल द्वारा यात्रियों के लिए 20 रुपये में किफायती भोजन उपलब्ध कराया जा रहा है। यात्रियों को यह सुविधा जनरल कोच के पास दी जा रही है। pic.twitter.com/762Np8Fyzs
ଗତକାଲି ଭଦ୍ରକରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଲୁପ୍ ଲାଇନରେ ପଶି ଯାଇଥିଲା ମେମୁ ଟ୍ରେନ୍। ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ୍ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି।
ସୂଚନାଯୋଗ୍ୟ ଜୁନ ୨ ତାରିଖ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ସିଗ୍ନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଯେଉଁ କ୍ରସ୍ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ୍ ଭୁଲ୍ବଶତଃ ଲୁପ୍ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା ।
]]>ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଥିବା ଏକ ପୋଷ୍ଟ ଅନୁଯାୟୀ ହଳଦିଆ "X" ଚିହ୍ନ ସୂଚାଇ ଦିଏ ଯେ ଟ୍ରେନ୍ କୌଣସି କୋଚ୍ ନ ଛାଡି ଚାଲିଯାଇଛି। ଅର୍ଥାତ ଏହା ହେଉଛି ଶେଷ ବଗି।
Did you Know?
— Ministry of Railways (@RailMinIndia) March 5, 2023
The letter ‘X’ on the last coach of the train denotes that the train has passed without any coaches being left behind. pic.twitter.com/oVwUqrVfhE
ପୋଷ୍ଟ୍ର କ୍ୟାପ୍ସନ୍ରେ ଲେଖାଥିଲା, "ଆପଣ ଜାଣିଛନ୍ତି କି? ଟ୍ରେନର ଶେଷ କୋଚ୍ରେ ଥିବା 'X' ଚିହ୍ନ ସୂଚିତ କରେ ଯେ ଟ୍ରେନଟି କୌଣସି କୋଚ୍କୁ ଛାଡି ଚାଲିଯାଇନି। ଶେୟାର ହେବା ପରଠାରୁ ଏହି ପୋଷ୍ଟ୍କୁ ୨ ଲକ୍ଷ ୬୦ ହଜାର ଲୋକ ଦେଖିସାରିଛନ୍ତି। ସେହିପରି ୪ହଜାରରୁ ଅଧିକ ଲାଇକ୍ ମିଳିଛି।
ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ କହିଛନ୍ତି, “ମୁଁ ସବୁବେଳେ ଭାବୁଥିଲି ଯେ ଏହା ଲୁଟ୍ ପାଇଁ ଥିଲା।” ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, "ଆହୁରି ମଧ୍ୟ LV (ଶେଷ ଯାନ)। ଏହି ଚିହ୍ନ 'X' ଏବଂ 'LV' ପିଲାଦିନରୁ ମୋ ମନରେ ଥିଲା। ଉତ୍ତର ପ୍ରଦାନ କରିଥିବାରୁ ଧନ୍ୟବାଦ।"
ଆଉ ଜଣେ କହିଛନ୍ତି, "ଦିନରେ LV ଅର୍ଥାତ୍ ଲାଷ୍ଟ ଭେଇକିଲ୍ ବୋର୍ଡ ଏବଂ ରାତିରେ ଝଲସି ଉଠୁଥିବା ଟେଲ୍ ଲ୍ୟାମ୍ପର ଅର୍ଥ ହେଉଛି ଟ୍ରେନ୍ ସମ୍ପୂର୍ଣ୍ଣ ରୂପେ ପହଞ୍ଚିଛି। ଦିନରେ LV ବୋର୍ଡ ଏବଂ ରାତିରେ ଟେଲ ଲ୍ୟାମ୍ପ ଲଗେଇବା ଗାର୍ଡଙ୍କ କର୍ତ୍ତବ୍ୟ।
ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, "ମୁଁ ଭାବୁଥିଲି ଏହାର ଅର୍ଥ ହେଉଛି ଏକ ଏକ୍ସପ୍ରେସ ଟ୍ରେନ୍। ତେବେ ଅନେକ ଯାତ୍ରୀବାହୀ ଟ୍ରେନର ଶେଷରେ ଏହି ପ୍ରତୀକ ନାହିଁ... ।"
]]>ଯୋଗ୍ୟ ପ୍ରାର୍ଥୀମାନଙ୍କ ନିଯୁକ୍ତିକୁ ନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ କିଛି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ । ତାହାସହିତ ସେମାନଙ୍କ ପାଇଁ ସରକାର କିଛି ନିୟମ ମଧ୍ୟ କରିଛନ୍ତି । ନିୟମ ଅନୁଯାୟୀ ନୂତନ ପ୍ରାର୍ଥୀମାନଙ୍କୁ ଷ୍ଟାଇପେଣ୍ଡ ଦିଆଯିବ । ପରେ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଯାଞ୍ଚ କରାଯିବ ।
୧. ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ସେମାନଙ୍କ ଯୋଗ୍ୟତା ଉପରେ ଧ୍ୟାନ ଦେବାକୁ ହେବ । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍ ରହିଛି ।
୨. ଅବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ମାଟ୍ରିକ୍ରେ ୫୦% ମାର୍କ ରଖିଥିବା ଆବଶ୍ୟକ ।
୩. କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITI ପାସ୍ କରିଥିବା ଆବଶ୍ୟକ ରହିଛି ।
୪. ଏଥିପାଇଁ ଆବେଦନ କରିବାକୁ ହେଲେ ବୟସସୀମା ସର୍ବନିମ୍ନ ୧୫ ବର୍ଷ ହେବା ଆବଶ୍ୟକ । ସର୍ବାଧିକ ବୟସସୀମା ୨୪ ଯାଏଁ ରଖାଯାଇଛି ।
୫. ପ୍ରାର୍ଥୀମାନଙ୍କ ଉଭୟ ମାଟ୍ରିକ୍ ଏବଂ ITIର ଶତକଡ଼ା ମାର୍କକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ ବୋଲି କୁହାଯାଇଛି ।
୧. ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in ପରିଦର୍ଶନ କରି ପ୍ରାର୍ଥୀମାନେ ଆବେଦନ କରିପାରିବେ ।
୨. ୱେବସାଇଟ୍ ପରିଦର୍ଶନ କରିବା ସମୟରେ ମୂଳପୃଷ୍ଠାରେ, ଆପ୍ରେଣ୍ଟିସ୍ ପଞ୍ଜୀକରଣ ଲିଙ୍କ୍ ଖୋଜି ନିଅନ୍ତୁ ।
୩. ସେଠାରେ ଫର୍ମ ପୂରଣ କରିବା ସହ ବୟସ ପ୍ରମାଣ ଏବଂ ଏକ ଫଟୋ ଆପଣଙ୍କୁ ଅପଲୋଡ୍ କରିବାକୁ ହେବ ।
୪. ଶେଷରେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବା ପରେ ଆବେଦନ କରିବାର ସଫଳ ପୃଷ୍ଠାଟିକୁ ଡାଉନ୍ଲୋଡ୍ କରିନିଅନ୍ତୁ ।
ଏପରି ପରିସ୍ଥିତିରେ, ଯଦି ଆପଣ ସାଧାରଣ ବଗିରେ କୌଣସି ସ୍ଥାନକୁ ଯାଉଥା’ନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଭାରତୀୟ ରେଳ ପକ୍ଷରୁ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଛି ଘୋଷଣା କରାଯାଇଛି । ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
ଏକ୍ସପ୍ରେସ ଏବଂ ମେଲ ଟ୍ରେନରେ ସାଧାରଣ କୋଚ ଗୁଡ଼ିକଙ୍କ ପାଇଁ ଭାରତୀୟ ରେଳବାଇ ଏକ ମିଶନ ଆରମ୍ଭ କରିଛି । ଯାହାଫଳରେ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନେ କିଛି ସୁବିଧା ପାଇପାରିବେ ।
ସାଧାରଣ ବଗି ନିକଟରେ ପାନୀୟ ଜଳ ଓ ଶସ୍ତା ଖାଦ୍ୟର ବ୍ୟବସ୍ଥା କରାଯିବ । ତାହାସହ ଭେଣ୍ଡିଂ ଟ୍ରଲିର ଉପଲବ୍ଧତା ପାଇଁ ବ୍ୟବସ୍ଥା କରିବାକୁ ଭାରତୀୟ ରେଳ ନିର୍ଦ୍ଦେଶ ଦେଇଛି । ଯାହାଫଳରେ ଏହି ବଗିରେ ଯାତ୍ରାକରୁଥିବା ଯାତ୍ରୀମାନେ ଉପକୃତ ହୋଇପାରିବେ ।
ଖାଲି ସେତିକି ନୁହେଁ, ଟ୍ରେନ୍ ସିଟ୍ ନିକଟରେ ଜଳ ଏବଂ ପରିମଳର ଉପଲବ୍ଧତା ନିଶ୍ଚିତ କରିବାକୁ କୁହାଯାଇଛି । କୋଚ୍ ସଫା କରିବା ପାଇଁ ନିୟମିତ ବ୍ୟବଧାନରେ ଗୃହରକ୍ଷୀ କର୍ମଚାରୀ ନିୟୋଜିତ ହେବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି । ଏଥି ସହିତ ଏହି ବଗିରେ ଅନ୍ୟ କିଛି ସୁବିଧା ମଧ୍ୟ ରହିବ । ପ୍ରାରମ୍ଭରେ ସମସ୍ତ ଜୋନାଲ ରେଳବାଇର ଜେନେରାଲ ମ୍ୟାନେଜରମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
]]>କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦ୍ମପୁର ଉପନିର୍ବାଚନ ବେଳେ ବରଗଡ଼-ନୂଆପଡ଼ା ଲାଇନକୁ ନେଇ ଉଠିଥିଲା ପ୍ରସଙ୍ଗ । କିଛି ମାସ ତଳେ ସଡକ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ଗତବର୍ଷ ନଭେମ୍ବର ୨୧ ତାରିଖରେ ଏକ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ, ଓଡିଶା ସରକାରଙ୍କ ଆବେଦନ କ୍ରମେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବା ଡିପିଆର ଏନେଇ ଅନୁମୋଦନ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା ।
]]>ଦୁଇ ନୂଆ ରେଳଲାଇନ ଲାଗି ବିଜ୍ଞପ୍ତି । ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ଲେଳ ଲାଇନ୍ । ଅନୁଗୁଳ-ତାଳଚେର ନୂଆ ୱାଇ କନେକ୍ସନ ଲାଇନ୍ ନିର୍ମାଣ ହେବ । #OTV pic.twitter.com/1dwj8C5r67
— ଓଟିଭି (@otvkhabar) May 20, 2023
ପ୍ରାୟତଃ ଦେଖାଯାଏ ଯେ, ରେଳ ଷ୍ଟେସନରେ ଅନେକ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ଅନ୍ୟପକ୍ଷରେ, ଯେତେବେଳେ ଦୋକାନୀଙ୍କୁ ଏ ବିଷୟରେ ପଚରାଯାଏ, ସେମାନେ ଯୁକ୍ତି କରନ୍ତି । ଫଳରେ କିଛି ବିକଳ୍ପ ନପାଇ ଯାତ୍ରୀମାନେ ସେହି ଜିନିଷକୁ MRP ଠାରୁ ଅଧିକ ଟଙ୍କାରେ କିଣିବାକୁ ପସନ୍ଦ କରିଥା’ନ୍ତି ।
ଏମିତି କହିବାକୁ ଗଲେ MRP ଠାରୁ ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ଅପରାଧ ବୋଲି ଧରାଯାଏ । ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ସୂଚନା ଅନୁସାରେ ଯଦି ଷ୍ଟେସନରେ ଜଣେ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ । ଆପଣଙ୍କର ଅଭିଯୋଗ ପଞ୍ଜୀକରଣ କରିବା ପରେ ରେଳ ନିୟମ ଅନୁଯାୟୀ ସେହି ଦୋକାନୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯଦି ଆପଣ ଦୋକାନୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହାନ୍ତି । ତେବେ ସେହି ଦୋକାନ ସହିତ ଜଡ଼ିତ କିଛି ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ରହିଛି । ତଥ୍ୟ ମଧ୍ୟରେ ଆପଣ ନିଶ୍ଚିତ ଭାବେ ସେହି ଷ୍ଟଲ୍, ପ୍ଲାଟଫର୍ମ ନମ୍ବର, ଅପରେଟରଙ୍କ ନାମ, ଷ୍ଟଲ୍ ନମ୍ବର ଏବଂ ସଠିକ୍ ସମୟକୁ ଧ୍ୟାନ ରଖିବାକୁ ହେବ ।
ଅଭିଯୋଗ ଦାଖଲ କରିବାବେଳେ ଏହି ସବୁ ତଥ୍ୟ ଆପଣଙ୍କ ମାମଲାକୁ ମଜବୁତ କରିବ । ଭାରତୀୟ ରେଳ ଅନୁଯାୟୀ, ଯଦି ଜଣେ ଦୋକାନୀ, ଖାଦ୍ୟ ଷ୍ଟଲ୍ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରେ। ଏହି ପରିସ୍ଥିତିରେ, ଆପଣ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ରେ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ରେଳ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ ।
]]>ବିହାରର ବେଗୁସରାଇରେ ଥିବା ବରୌନୀ ଷ୍ଟେସନକୁ ସବୁବେଳେ ଚର୍ଚ୍ଚା ଲାଗିରହେ । ଏହି ଅଜବ ରେଲୱେ ଷ୍ଟେସନ୍ ବରୌନୀ ଜଙ୍କସନ୍ ନାଁରେ ବି ଜଣାଯାଏ । ୧୮୮୩ରେ ଏହି ଷ୍ଟେସନ୍ ନିର୍ମାଣ ହୋଇଥିଲା । ସେହି ସମୟରେ ଏହି ରେଲୱେ ଷ୍ଟେସନ୍ରେ ପ୍ଲାର୍ଟଫର୍ମର ସଂଖ୍ୟା ୧ରୁ ହିଁ ଆରମ୍ଭ ହୋଇଥିଲା । ଆଉ ସେଥିରେ କେବଳ ମାଲ୍ଗାଡି ଛିଡା ହେଉଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କଲେ । ପରେ ବରୌନୀ ଜଙ୍କସନରୁ ୨ କିମି ଦୂରରେ ବରୌନୀ ରେଲୱେ ଷ୍ଟେସନ୍ ନିର୍ମାଣ ହେଲା ।
ତେବେ ଗୋଟିଏ ସ୍ଥାନରେ ମାତ୍ର କିଛି ଦୂରରେ ଦୁଇଟି ଷ୍ଟେସନ ରହିଗଲା । ତେଣୁ ନୂଆ ଷ୍ଟେସନ୍ ହେବା ପରେ ପୁରୁଣା ଷ୍ଟେସନରୁ ୧ ନମ୍ବର ପ୍ଲାର୍ଟଫର୍ମକୁ ଉଠାଇ ଦିଆଗଲା । ସେବେଠୁ ପୁରୁଣା ବରୌନୀ ଷ୍ଟେସନ୍ରେ କେବଳ ୨ ନମ୍ବରରୁ ହିଁ ପ୍ଲାର୍ଟଫର୍ମ ଆରମ୍ଭ ହୁଏ । ହେଲେ ବର୍ତ୍ତମାନ ବି ପ୍ଲାର୍ଟଫର୍ମକୁ ନେଇ ଚର୍ଚ୍ଚାରେ ଅଛି ବରୌନୀ ପ୍ଲାର୍ଟଫର୍ମ ।
]]>
NWR ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrcjaipur.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ୭ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ୬ ମେ ୨୦୨୩ରେ ବନ୍ଦ ହୋଇଯିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟଗୁଡିକରେ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଦିଆଯାଇଥିବା ତଥ୍ୟଗୁଡିକୁ ଭଲଭାବେ ପଢି ନିଅନ୍ତୁ।
ଶିକ୍ଷାଗତ ଯୋଗ୍ୟତା:
ବୟସ:
ଚୟନ ପ୍ରକ୍ରିୟା:
ଷ୍ଟେସନ ନଯାଇ କେମିତି ଟ୍ରେନ ଟିକେଟ ମିଳିପାରିବ ତାହା ଆମେ ସମସ୍ତେ ଚାହାଁନ୍ତି । ହେଲେ ଅନେକ ସମୟରେ ଟିକେଟ୍ କରିବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଟିକିଏ ଡେରି ହୋଇଗଲେ ଏହି ଟିକେଟ୍ ମିଳିବା ବଡ଼ କଷ୍ଟକର । କିନ୍ତୁ ଜାଣିରଖନ୍ତୁ ଆଇଆରସିଟିସି ଆପ୍ରେ କିଛି ଏମିତି ଟୁଲ ରହିଛି ଯାହା ଦ୍ୱାରା ଆପଣ ସହଜରେ ଟିକେଟ ବୁକ କରିପାରିବେ ଓ ସମୟ ସରିବା ଆଗରୁ ଆପଣଙ୍କ ପାଖରେ କନଫର୍ମ ଟିକେଟ ମଧ୍ୟ ଥିବ ।
ଆଇଆରସିଟିସି ଆପରେ ମାଷ୍ଟରଲିଷ୍ଟ ତିଆରି କରିବାର ବିକଳ୍ପ ରହିଛି । ଏହି ମାଷ୍ଟର ଲିଷ୍ଟରେ ଯାତ୍ରୀଙ୍କ ନାଁ, ବୟସ ଆଦି ଲେଖାଯାଏ । ତେବେ ଏହି ମାଷ୍ଟର ଲିଷ୍ଟ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ...
ପ୍ରଥମେ IRCTC ଆପ୍ ଖୋଲନ୍ତୁ
ପରେ My ଆକାଉଣ୍ଟରେ କ୍ଲିକ୍ କରି ମାଷ୍ଟର ଲିଷ୍ଟରେ କ୍ଲିକ୍ କରନ୍ତୁ
ପରେ ଯାତ୍ରୀଙ୍କ ନାଁ, ବୟସ ସହ ଅନ୍ୟ ବିବରଣୀ ଦିଅନ୍ତୁ
ଏହାପରେ ସେଭ୍ କରନ୍ତୁ
ପେମେଣ୍ଟ କରିବାର ଅଳ୍ପ ସମୟ ମଧ୍ୟରେ ଟିକେଟ ବୁକିଂ ହୋଇଯିବ
ତେବେ ଟ୍ରେନ୍ରେ ଟିକେଟ୍ କନଫର୍ମ ନହେଲେ ଅନେକ ଲୋକ ଟେନ୍ସନ୍ ହୁଅନ୍ତି । ହେଲେ ଏବେ ଆଉ ଟେନ୍ସନ୍ ହେବାର କୌଣସି କାରଣ ନାହିଁ । କାରଣ ଏଇ ଉପାୟରେ ଆପଣ ବି କରିପାରିବେ ଟିକେଟ୍...
]]>ମିଳିଥିବା ସୂଚନା ଅନୁସାରେ, ବାଙ୍ଗିରିପୋଷି- ରୁପ୍ସା ଡିଏମୟୁ ଗତକାଲି ସକାଳ ୯ ଟାରେ ଯୁଗୁପୁରା ଷ୍ଟେସନରେ ପହଞ୍ଚିଥିଲା I ଉଭୟ କଡ଼ରେ ଫାଟକ ବି ବନ୍ଦ ଥିଲା। କିନ୍ତୁ ଫାଟକରେ ଡ୍ୟୁଟିରେ ଥିବା ରତ୍ନାକର ମହନ୍ତ ନାମକ ଜଣେ କର୍ମଚାରୀଙ୍କ ଦର୍ଶନ ମିଳିନଥିଲା କି କେହି ସିଗ୍ନାଲ ବି ଦେଖାଇବାକୁ ଆସି ନଥିଲେ। ନିଶା ଖାଇ ସେ ନିଦରେ ଶୋଇ ପଡ଼ିଥିଲେ।ଶେଷରେ ଟ୍ରେନ୍ର ଲୋକ ପାଇଲଟ୍ ଟ୍ରେନ୍ ଅଟକାଇ ତଳକୁ ଓହ୍ଲାଇ ଆସି ଦେଖିବାରୁ ଜଣାପଡ଼ିଥିଲା କର୍ମଚାରୀ ଜଣକ ଶୋଇ ପଡ଼ିଛନ୍ତି।
ଲୋକୋ ପାଇଲଟ ଜଣକ ରତ୍ନାକରଙ୍କୁ ନିଦରୁ ଉଠାଇବା ସହ ନିଜେ ସବୁଜ ପତାକା ଦେଖାଇ ଟ୍ରେନ୍କୁ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍ ଟ୍ରେନ୍ ଚଲାଇ ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଜଣେ କର୍ତ୍ତ୍ୟବରତ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଯଦି ଲୋକଙ୍କ ପ୍ରାଣ ଯାଇଥାନ୍ତା, ତା’ହେଲେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା ? ରତ୍ନାକର ମହନ୍ତଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ଘଟଣାର ତଦନ୍ତ କରାଯାଉଥିବା ରୁପ୍ସା ଷ୍ଟେସନର ବିଭାଗୀୟ ଯନ୍ତ୍ରୀ କହିଛନ୍ତି।
(ରିପୋର୍ଟ- ମାଣିକଲାଲ୍ ପାଣି, ବାରିପଦା)
]]>ଯାତ୍ରୀମାନଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରେଳବାଇ ଟେଣ୍ଡର ବ୍ୟବସ୍ଥାକୁ ବଦଳାଇ ଦେଇଛି । ଯାହାଫଳରେ ଆଉ ମଇଳା କମ୍ୱଳ ଓ ବେଡ୍ସିଟ୍ ସହ ଖରାପ ଖାଦ୍ୟ ମଧ୍ୟ ଟ୍ରେନ୍କୁ ଆସିବ ନାହିଁ । ରେଳବାଇର ନୂତନ ନିୟମ ଅନୁସାରେ ଯଦି ଟ୍ରେନ୍ର ଏସି କୋଚ୍ରେ ମଇଳା କମ୍ୱଳ, ବେଡ୍ସିଟ୍ ଓ ଖରାପ ଖାଦ୍ୟ ଦିଆଯାଇଛି, ତେବେ ଏହାକୁ ଗୁରୁତର ସହ ନେବ ରେଳ ବିଭାଗ ।
ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି । ତାହା ସହ ଟେଣ୍ଡର ପାଇଥିବା କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟକୁ ସମୀକ୍ଷା କରିବ ରେଳ ବିଭାଗ । ଯଦି ସଠିକ୍ ଭାବେ ଟେଣ୍ଡର ଚାଲୁରହେ ତେବେ ୬ମାସର ଅବଧିକୁ ବଢ଼ାଇବ ରେଳବାଇ । ଫଳରେ ଟ୍ରେନ୍କୁ ଆଉ ମଇଳା ବେଡସିଟ୍ କିମ୍ୱା କମ୍ବଳ ଆସିବ ନାହିଁ ଏବଂ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।
ସେହିପରି ଟ୍ରେନ୍ରେ ଯାତ୍ରୀମାନଙ୍କୁ ଭଲ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ରେଳବାଇ । ଟ୍ରେନରେ କ୍ୟାଟରିଂ ଏବଂ ଅନ୍ୟାନ୍ୟ ସେବା ପାଇଁ ଟେଣ୍ଡର ଅବଧିକୁ ୬ମାସକୁ ହ୍ରାସ କରିଦିଆଯାଇଛି । ପୂର୍ବରୁ ଟେଣ୍ଡର ଗୁଡ଼ିକର ଅବଧି ୩ରୁ ୫ ବର୍ଷ ରହୁଥିଲା ।
]]>ପୂରଣ ହେଲା ଭଦ୍ରକ ଓ ନୟାଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆଶା । ରାମନବମୀରେ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ ଶୁଭାରମ୍ଭ ହୋଇଛି । କଟକ ରେଳ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ରେନ୍ ପ୍ରଚଳନ ଦ୍ୱାରା ଉଭୟ ଭଦ୍ରକ ଓ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷା ପୂରଣ ହୋଇପାରିବ ।
ଆଜି ଶୁଭାରମ୍ଭ ଦିବସରେ ଟ୍ରେନ୍ କଟକ ଷ୍ଟେସନରୁ ଛାଡିଛି । କିନ୍ତୁ ଆସନ୍ତାକାଲିଠାରୁ ମେମୁ ଟ୍ରେନର ନିୟମିତ ସେବା ଉଭୟ ପାର୍ଶ୍ବରୁ ଆରମ୍ଭ କରାଯିବ । ମେମୁ ଟ୍ରେନ୍ ଭଦ୍ରକରୁ ସକାଳ ୫ଟା ୪୫ ମିନିଟରେ ଛାଡି ଦିନ ୧୧ଟା ୫୫ରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକରେ ରାତି ୧୦ଟା ୪୫ ମିନିଟରେ ପହଞ୍ଚିବ। ଟ୍ରେନ୍ ଚାଲିବା ବେଳେ ସମସ୍ତ ଷ୍ଟେସନ୍ ଓ ପାସେଞ୍ଜର ହଲ୍ଟ ଗୁଡିକରେ ରହଣି କରିବ।
ଭୁବନେଶ୍ୱର ରେଳ ଷ୍ଟେସନର ମଧ୍ୟ ନବୀକରଣ ଆରମ୍ଭ ହୋଇଯାଇଛି । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ସେହି ଉତ୍ସବରେ ସାମିଲ ହୋଇଥିଲେ ।
ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲାଗି ୩୯୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଦୁଇ ବର୍ଷ ମଧ୍ୟରେ କାମ ଶେଷ ହେବ । ମାଷ୍ଟର କ୍ୟାଣ୍ଟିନ ପଟେ ୧୧ ମହଲା ବିଶିଷ୍ଟ ଏବଂ ପୁରୁଣା ଷ୍ଟେସନ ପଟେ ୪ ଓ ୬ ମହଲା ବିଶିଷ୍ଟ ଦୁଇଟି ବିଲ୍ଡିଂ ନିର୍ମାଣ ହେବ । ଷ୍ଟେସନର ଉଭୟ ପ୍ରବେଶ ପଥକୁ ପ୍ରଶସ୍ଥ ଏବଂ ଉଚ୍ଚା କରାଯିବା ସହ ପାର୍କିଂ ଲାଗି ହେବ ସ୍ୱତନ୍ତ୍ର ବ୍ୟବସ୍ଥା ।
ଷ୍ଟେସନରେ ଏକାଧିକ ଫୁଟ୍ ଓଭରବ୍ରିଜ ନିର୍ମାଣ କରାଯିବ । ଦୈନିକ ଦେଢ ଲକ୍ଷ ଯାତ୍ରୀ ଯାଆସ କରିବା ଭଳି ଭିତ୍ତିଭୂମିର ସଂପ୍ରସାରଣ ହେବ । ପ୍ଲାଟଫର୍ମ ଭିତରେ ଯାତ୍ରୀ ଲାଉଞ୍ଜ, ୩୪ଟି ଲିଫ୍ଟ, ୨୦ ଏସ୍କାଲେଟର, ୨୧ଟି ରିଟାୟରିଂ ରୁମ, ୧୫୦ ବେଡ୍ ବିଶିଷ୍ଟ ଡର୍ମିଟୋରୀ, ଫୁଡ କୋର୍ଟ ଓ ଏଟିଏମ୍ ବି ସ୍ଥାପନ କରାଯିବ ।
]]>ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜୋରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ରୋଜାଲିନଙ୍କ ଫଟୋ ଟ୍ୱିଟ କରି କ୍ୟାପସନରେ ଲେଖାଯାଇଛି, ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କାର୍ଯ୍ୟ କରୁଛନ୍ତି ରୋଜାଲିନ୍ । ବିନା ଟିକେଟରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କା ଜରିମାନା ଆକାରରେ ସଂଗ୍ରହ କରିଛନ୍ତି ।
ଅନେକ ସମୟରେ ଭାରତୀୟ ରେଳକୁ ନେଇ ଜୋରଦାର ଚର୍ଚ୍ଚା ହୁଏ । ଏମିତିକି ପୃଥିବୀର ସର୍ବାଧିକ ଯାତ୍ରା କେବଳ ରେଳରେ ହୁଏ ବୋଲି କୁହାଯାଏ । ପୂର୍ବରୁ ରେଳ ବିଭାଗ ଲାଗି ସ୍ୱତନ୍ତ୍ର ବଜେଟ୍ ବି ହେଉଥିଲା । ହେଲେ ଟ୍ରେନ୍ରେ ଟିକେଟ୍ ଅନେକ ଲୋକ କରନ୍ତି ନାହିଁ । ତେଣୁ ସେମାନଙ୍କୁ ସାବାଡ଼୍ କରିବାକୁ ରୋଜଲିନ ପଣ କରିଛନ୍ତି । ଆଉ ବୁଲି ବୁଲି ଟିକେଟ୍ ଚେକ୍ କରିବା ସହିତ ଜରିମାନା ବି ଆଦାୟ କରୁଛନ୍ତି...
]]>ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଯେଉଁ ଯାତ୍ରୀ ଅନ୍ଲାଇନ୍ରେ କିମ୍ବା କାଉଣ୍ଟରରେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କୁ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ପାଇଁ ଅତିରିକ୍ତ ଟଙ୍କା ଫେରସ୍ତ ମିଳିବ। ନିର୍ଦ୍ଦେଶ ଅନୁସାରେ, ଗତବର୍ଷ ଜାରି ହୋଇଥିବା ସର୍କୁଲାର ଅନୁସାରେ ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଭଡ଼ା, ଏସି-୩ ଟାୟର ଟିକେଟ୍ ଭଡ଼ା ସହ ସମାନ କରାଯାଇଥିଲା। ଯାହାକି ଏବେ ହ୍ରାସ ପାଇଛି।
ଯାତ୍ରୀଙ୍କୁ 'ସର୍ବୋତ୍ତମ ଓ ଶସ୍ତା ଏସି ଭ୍ରମଣ' ସେବା ଯୋଗାଇବା ଲାଗି ରେଲ୍ୱେ ବୋର୍ଡ ପକ୍ଷରୁ ୩ ଟାୟର ଇକୋନୋମି କୋଚ୍ ଆରମ୍ଭ ହୋଇଥିଲା। ଏହି କୋଚ୍ର ଭଡ଼ା ସାଧାରଣତଃ ଏସି-୩ ଟାୟର କୋଚ୍ ତୁଳନାରେ ୬-୭ ପ୍ରତିଶତ କମ୍। ସୂଚନା ଅନୁସାରେ, ଏସି-୩ ଟାୟର କୋଚ୍ରେ ୭୨ଟି ବର୍ଥ ଥିବାବେଳେ ଏସି-୩ ଟାୟର ଇକୋନୋମିରେ ୮୦ଟି ବର୍ଥ ରହିଛି।
ସୂଚନାଥାଉ କି, ଏସି-୩ ଟାୟର ଇକୋନୋମି କ୍ଲାସ୍ କୋଚ୍ ଯେବେ ଆରମ୍ଭ ହେଲା ପ୍ରଥମ ବର୍ଷ ରେଲ୍ୱେ ୨୩୧ ଟଙ୍କା କମାଇଥିଲା। ତଥ୍ୟ ଅନୁସାରେ, ଗତବର୍ଷ ଏପ୍ରିଲ-ଅଗଷ୍ଟରେ ୧୫ ଲକ୍ଷ ଲୋକ ଏହି କୋଚ୍ରେ ଯାତ୍ରା କରିଛନ୍ତି। ଏହାଦ୍ୱାରା ୧୭୭ କୋଟି ଟଙ୍କା ରେଲ୍ୱେ କମାଇଥିଲା।
]]>ଅନେକ ହୁଏତ ଜାଣିନଥିବେ, ଆପଣ ମାଗଣାରେ ରେଳ ଲାଉଞ୍ଜ(Railway Lounge Access)ର ସୁବିଧା ପାଇପାରିବେ । ବର୍ତ୍ତମାନ କ୍ରେଡିଟ କାର୍ଡ ମାଧ୍ୟମରେ ରେଳ ଲାଉଞ୍ଜର ସୁବିଧା ଉପଲବ୍ଧ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ କ୍ରେଡିଟ କାର୍ଡ ହିଁ କାମରେ ଆସେ । ଯଦି ଆପଣ ବାରମ୍ବାର ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ପୂର୍ବରୁ ରେଳ ଲାଉଞ୍ଜରେ ଆରାମ କରିପାରିବେ ।
ବଜାରରେ ଅନେକ କ୍ରେଡିଟ୍ କାର୍ଡ ଅଛି ଯାହା ଏହି ପ୍ରକାର ସୁବିଧା ପ୍ରଦାନ କରିଥାଏ । ରେଳ ଲାଉଞ୍ଜ ଅପରେଟର ଦ୍ୱାରା non-refundable card validation charge ସ୍ୱରୂପ ୨ ଟଙ୍କାର ଟ୍ରାନଜାକ୍ସନ୍ କରାଯିବ । ମାଗଣା ରେଳ ଲାଉଞ୍ଜ ସୁବିଧା ପ୍ରଦାନ କରୁଥିବା ସର୍ବୋତ୍ତମ କ୍ରେଡିଟ କାର୍ଡ ଗୁଡ଼ିକର ତାଲିକା ଦେଖନ୍ତୁ . .
ଆମେ ସମସ୍ତେ ପ୍ରାୟ ରେଳ ଷ୍ଟେସନ୍ ଯାଇଥିବା । ଟ୍ରେନ୍ରେ ବି ଯାତ୍ରା କରିଥିବା । ଆଉ ଏଇଟା ବି ଦେଖିଥିବା ଯେ, ଟ୍ରେନ୍ର ସବୁଠାରୁ ଶେଷରେ ଲାଗିଥିବା ବଗି ପଛରେ ଏକ ବିରାଟ ଛକ ଚିହ୍ନ ରହିଥାଏ । କିନ୍ତୁ ଏହି ଛକ ଚିହ୍ନ କାହିଁକି ରହିଥାଏ । କ’ଣ ଏହାର କାମ । କାହିଁକି ଏହାର ଆକାର ବଡ଼ ରଖାଯାଇଥାଏ । ଆଉ କାହିଁକି ଏହାର ରଙ୍ଗ ହଳଦିଆ ରହିଥାଏ । ଏଭଳି ପ୍ରଶ୍ନ ବୋଧ ହୁଏ କେବେ ଆମ ମନକୁ ଆସିଥିବ । ଆମେ ଏହାକୁ କେବେ ଗୁରୁତ୍ୱ ଦେଇ ନଥାଉ । କିମ୍ବା କାହାକୁ କେବେ ପଚାରିନଥାଉ ।
ତେବେ ଏହାକୁ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପାରେ ଆପଣ ବି ତାଜୁବ ହେବେ । ଏହି ‘X’ ଚିହ୍ନ ସାଧାରଣତଃ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଅଙ୍କାଯାଇଥାଏ । ଦୂରରୁ ଯେଭଳି ଏହା ସ୍ପଷ୍ଟ ବାରି ହେବ ସେଥିପାଇଁ ଏହାକୁ ବଡ଼ ଆକାରର କରାଯାଇଥାଏ । ଆଉ ହଳଦିଆ ରଙ୍ଗ ଥିଲେ ଏହା ଦୂରରୁ ବି ସ୍ପଷ୍ଟ ନଜର ଆସେ ।
Did you Know?
— Ministry of Railways (@RailMinIndia) March 5, 2023
The letter ‘X’ on the last coach of the train denotes that the train has passed without any coaches being left behind. pic.twitter.com/oVwUqrVfhE
ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି । କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ତେଣୁ ନିଶ୍ଚିତ ହେବା ପାଇଁ ‘X’ ଲେଖାଯାଇଥାଏ । ଯଦି ଏହି ‘X’ ଚିହ୍ନ ବଗିରେ ନ ଥିବ ତେବେ ଷ୍ଟେସନ କର୍ମଚାରୀ ଟ୍ରେନ୍ ଅଟକାଇବା ପାଇଁ ସଙ୍କେତ ଦେଇଥାଆନ୍ତି। ଆଉ ସମସ୍ୟା ଅବଗତ କରାଇଥାଆନ୍ତି ।
ପୂର୍ବରୁ ଟ୍ରେନ୍ର ଶେଷ ବଗିରେ ଲ୍ୟାମ୍ପ ବା ଲଣ୍ଠନ ମଧ୍ୟ ଲଗାଯାଇଛି । ଏହି ଲ୍ୟାମ୍ପ ଆଗରୁ ତେଲରେ ଜଳୁଥିଲା। ଏବେ ଏହା ବିଦ୍ୟୁତଶକ୍ତି ଦ୍ୱାରା ଜଳୁଛି । ନିୟମ ଅନୁସାରେ ସବୁ ଟ୍ରେନର ଶେଷ ବଗିରେ ଏହି ଚିହ୍ନ ରଖିବା ବାଧ୍ୟତା ମୂଳକ । ଏହାଛଡା ଟ୍ରେନର ଶେଷ ବଗିରେ ଏକ ବୋର୍ଡ ଟଙ୍ଗାଯାଇଥାଏ ଯେଉଁଥିରେ କି ‘LV’ ଲେଖାଯାଇଥାଏ । ‘ଏଲଭି’ ହେଉଛି ଲାଷ୍ଟ ଭେଇକିଲ ବା ଶେଷ ବଗି।
]]>ଏପରିକି ମନ୍ତ୍ରୀଙ୍କ ଟେବୁଲ ଉପରେ ବି କଲିଂବେଲ୍ ରହିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜ ପ୍ରକୋଷ୍ଠରୁ କଲିଂବେଲ୍କୁ ହଟାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଯଦି କୌଣସି ଅଧସ୍ତନ କର୍ମଚାରୀଙ୍କ ଆବଶ୍ୟକତା ପଡେ, ତା’ହେଲେ ଅଧିକାରୀ ନିଜେ ନିଜ ଆସନରୁ ଉଠିକି ଯାଇ ଡାକି ଆଣିବେ।
ଯଦି କାର୍ଯ୍ୟବ୍ୟସ୍ତତା ଯୋଗୁ ଉଠିକି ଯାଇପାରୁ ନାହାନ୍ତି ତା’ହେଲେ ଫୋନ୍ କରି ଡାକିପାରିବେ ବୋଲି ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଆବଶ୍ୟକସ୍ଥଳେ ଜୁନିୟର କର୍ମଚାରୀଙ୍କ ସହାୟତା ମଧ୍ୟ ନେଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶନାମା ଜାରି କରିଛନ୍ତି।
]]>ସୂଚନା ଅନୁସାରେ ଟ୍ରେନ୍ ଯାତ୍ରା ସମୟରେ ସମ୍ବଲପୁର DRMଙ୍କ ଝିଅର ଜୋତା ଚୋରି ହୋଇଥିଲା। ବରେଲି-ମୋରଦାବାଦ ଡିଭିଜନର ରେଳ ମୁଖ୍ୟାଳୟ ନିକଟରେ ଏହି ଜୋତା ଚୋରି ହୋଇଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା ।
ରେଳ ଅଧିକାରୀ ଏବଂ କର୍ମଚାରୀ ଘଟଣାକୁ ଦେଖି ଭୟଭୀତ ମଧ୍ୟ ହୋଇଥିଲେ । ପରେ ଜୋତା ଚୋରି ହେବାକୁ ନେଇ ଥାନାରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ମାମଲା ହେବା ପରେ ଦୁଇଟି ବିଭାଗର ରେଳ ପୋଲିସ ଜୋତା ଖୋଜିବା କାର୍ଯ୍ୟରେ ନିୟୋଜିତ ରହିଥିଲେ । ପ୍ରାୟ ଏକ ମାସ ଧରି ଏହି କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।
ଦୁଇଟି ବିଭାଗର ରେଳ ପୋଲିସକୁ ଜୋତା ଖୋଜିବା ଦାୟିତ୍ୱ ଦିଆଯିବା ପରେ ରେଳ ପୋଲିସକୁ ମଧ୍ୟ ଆକ୍ସନ୍ ମୋଡ୍ରେ ଦେଖିବାକୁ ମିଳିଥିଲା । ନିଖୋଜ ଜୋତାର ଜୋରଦାର ତଦନ୍ତ କରିଥିଲା ପୋଲିସ ।
ବିଭାଗୀୟ ସୂତ୍ର ଅନୁଯାୟୀ, ଗତ ଜାନୁଆରୀ ୪ ତାରିଖରେ ଲକ୍ଷ୍ନୌ ମେଲରେ ଓଡିଶାର ଡିଆରଏମଙ୍କ ଝିଅର ଜୋତା ଚୋରି ହୋଇଥିଲା । ଚୋରି ହୋଇଥିବା ଜୋତାର ମୂଲ୍ୟ ପ୍ରାୟ ୧୦ହଜାର ଟଙ୍କା ବୋଲି କୁହାଯାଉଛି । ଏଥିସହ ପାଖ ସିଟରେ ବସିଥିବା ମହିଳା ଯାତ୍ରୀ ତାଙ୍କ ଜୋତା ଛାଡ଼ି ଭୁଲ୍ ବଶତଃ ଏହି ଜୋତା ନେଇଯାଇଥିବା ଅଭିଯୋଗ ହୋଇଛି ।
ଏହି ମହିଳା ଯାତ୍ରୀ ଜଣକ ବରେଲି ଜଙ୍କସନରେ ଓହ୍ଲାଇଥିଲେ । ଏହି ମାମଲା DRM ସହ ଜଡିତ ଥିବାରୁ ରେଳବାଇ ଅଧିକାରୀମାନେ ତୁରନ୍ତ ମାମଲା ରୁଜୁ କରିଥିଲେ । ଦୁଇଟି ବିଭାଗର ରେଳ ପୋଲିସ ଚୋରି ହୋଇଥିବା ଜୋତା ଖୋଜିବାରେ ନିୟୋଜିତ ରହିଥିଲେ ।
ତେବେ ଏହି ଘଟଣା ଭଳି ଅନ୍ୟ ସବୁ ଘଟଣାରେ ଯଦି ବିଭାଗୀୟ ଅଧିକାରୀମାନେ ଏଭଳି ତତ୍ପରତା ଦେଖାନ୍ତେ, ସାଧାରଣ ଯାତ୍ରୀମାନେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି କୁହାଯାଉଛି।
]]>
ସାଧାରଣତଃ ସମସ୍ତେ ରେଳ ଧାରଣା ଦେଖିଥିବେ । ହେଲେ ରେଳ ଧାରଣାକୁ ନେଇ ସେମିତି କିଛି ଚିନ୍ତା କରିନଥିବେ । ଜାଣନ୍ତି କି, ରେଳ ଟ୍ରାକ୍ର ଲେୟାର ସାଧାରଣତଃ ୩ ପ୍ରକାରର ହୋଇଥାଏ ।
ରେଳ ଟ୍ରାକ୍ର ପ୍ରଥମ ଲେୟାର କଂକ୍ରିଟ୍ ହୋଇଥାଏ । ଯାହାକୁ ରେଳ ଧାରଣାର ତଳେ ସିଧାସିଧା ରଖି ଦିଆଯାଇଥାଏ । ଦ୍ୱିତୀୟରେ ଟ୍ରାକ୍ରେ ଛୋଟ ଛୋଟ ଖଣ୍ଡ ପଥର ଦିଆଯାଇଥାଏ । ଆଉ ତୃତୀୟ ଲେୟାରଟି ହେଉଛି ପଥର ମଝିରେ କିଛି ମାଟି ଦିଆଯାଇଥାଏ ।
ରେଳ ଟ୍ରାକ୍ରେ ବ୍ୟବହାର ହୋଉଥିବା କଂକ୍ରିଟ୍କୁ ସ୍ଲିପର ବୋଲି କୁହାଯାଏ । ସେହିପରି ରେଳ ଟ୍ରାକ୍ରେ ବ୍ୟବହାର ହେଉଥିବା ଛୋଟଛୋଟ ପଥରକୁ ବେଲେଷ୍ଟ ବୋଲି କୁହାଯାଏ । ଟ୍ରାକ୍ରେ ବ୍ୟବହାର ହେଉଥିବା କଂକ୍ରିଟ୍ ବା ସ୍ଲିପର ଟ୍ରେନ୍ର ଓଜନକୁ ସମ୍ଭାଳିଥାଏ ।
ଟ୍ରେନ୍ ଧାରଣାରେ ବ୍ୟବହୃତ ହେଉଥିବା ପଥର ବା ବେଲେଷ୍ଟ ମଧ୍ୟ ଟ୍ରେନ୍କୁ ଦୁଇଟି ଦିଗରେ ସୁରକ୍ଷା ଦେଇଥାଏ । ପ୍ରଥମଟି ଟ୍ରେନ୍ ଯେତେବେଳେ ଦ୍ରୁତ ଗତିରେ ଯାତ୍ରା କରିଥାଏ, ସେତେବେଳେ ଟ୍ରେନ୍ର ଭାଇବ୍ରେସନ ଯୋଗୁଁ ଛୋଟ ଛୋଟ ପଥର ଖଣ୍ଡ ସବୁ ଯୋଡ଼ି ହୋଇ ରହିଥାଆନ୍ତି । ଯାହାଦ୍ୱାରା ଟ୍ରେନ୍ର ବାଲାନ୍ସ ରହିଥାଏ ।
ଦ୍ୱିତୀୟଟି ଯେବେ ଟ୍ରେନ୍ଟି ଦୁର୍ଘଟଣା ହୋଇଥାଏ । ସେତେବେଳେ ପ୍ରବଳ ଶବ୍ଦ ସହ କମ୍ପନ ହୋଇଥାଏ । ଯାହାକୁ କମ୍ କରିବାରେ ବେଲେଷ୍ଟ ବେଶ୍ ସାହାଯ୍ୟ କରିଥାଏ ।
]]>
ଏହି ନମ୍ବର ଜରିଆରେ ଯାତ୍ରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ । ତେବେ ନିକଟରେ ଥିବା ଲୋକାଲ୍ ରେଷ୍ଟୁରାଣ୍ଟରୁ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି କୁହାଯାଇଛି।
ଯାତ୍ରୀ ମାନେ ଖାଦ୍ୟ ଅର୍ଡର କରିବାକୁ ହେଲେ ୮୭୫୦୦୦୧୩୨୩କୁ ମେସେଜ କରିପାରିବେ । ଖାଦ୍ୟ ଅର୍ଡର କରିବାକୁ ହେଲେ ଆପଣଙ୍କୁ ୨ଟି ପର୍ଯ୍ୟାୟ ଦେଇ ଯିବାକୁ ହେବ । ପ୍ରଥମେ ପର୍ଯ୍ୟାୟଟି ଆପଣ ଇ-ଟିକେଟ୍ ବୁକିଂ କରି ଲିଂକ୍କୁ http://www.ecatering.irctc.co.in କ୍ଲିକ୍ କରି କ୍ୟାଟେରିଂ ସେବା ପାଇପାରିବେ ।
ଅନ୍ୟଟି ବିକଳ୍ପ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ପାଇଁ ବାର୍ତ୍ତା ପଠାଇପାରିବେ । ଏଥିପାଇଁ ଗ୍ରହକ ମାନଙ୍କୁ କୌଣସି ମେସେଜିଂ ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିବନାହିଁ । ପରବର୍ତ୍ତୀ ସମୟରେ ହ୍ୱାଟ୍ସଆପ୍ ମାଧ୍ୟମରେ ଦ୍ୱିପାକ୍ଷିକ ଯୋଗାଯୋଗ ହେବ ।
ଗ୍ରାହକଙ୍କ ମତାମତକୁ ଆଧାର କରି ଆଇଆରସିଟିସି ଏହି ସେବାକୁ ତ୍ୱରାନ୍ୱିତ କରିବ । ଯାହାଦ୍ୱାରା ଆପଣ ମନପସନ୍ଦର ଖାଦ୍ୟ ପାଇପାରିବେ ।
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏପରି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ରେଳରେ ଯାତ୍ରା କରିବା ସମୟରେ ଏଣିକି ଯାତ୍ରୀ ମାନେ ଭଲ ଖାଦ୍ୟର ସୁବିଧା ପାଇପାରିବେ । ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଅନେକ ସୁବିଧା ମଧ୍ୟ କରାଯାଉଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଭାରତୀୟ ରେଳବାଇ ।
କୋରାଇ ଟ୍ରେନ୍ ଟ୍ରାଜେଡିର କାରଣ ଖୋଜା। କେଉଁ ସ୍ଥିତିରେ ଘଟିଲା ଏମିତି ଅଭାବନୀୟ ଦୁର୍ଘଟଣା ? କେମିତି ଟିକେଟ୍ କାଉଣ୍ଟର ଓ ଫୁଟ୍ ଓଭରବ୍ରିଜ୍ ଉପରକୁ ମାଡିଗଲା ଡବା? ଯାଜପୁର କୋରେଇରେ ଏଭଳି ଟ୍ରେନ ଦୁର୍ଘଟଣାକୁ ନେଇ ଚର୍ଚ୍ଚା। କଣ ହେଲା ଯେ ଆଗର ୧୮ ଓ ପଛର ୨୬ ବଗି ଲାଇନ୍ ଉପରେ ଥିଲେ ମଝିରୁ ୮ ବଗି ଅଲଗା ହୋଇ ଧୂଳିସାତ୍ କରିଦେଲା କୋରେଇ ଷ୍ଟେସନ ଓ ନେଇଗଲା ୩ ଅମୂଲ୍ୟ ଜୀବନ ? କୁହାଯାଉଛି, ଯଦି ଯାତ୍ରୀବାହୀ ଟ୍ରେନ୍ ଭଳି ମାଲବାହୀ ଟ୍ରେନ୍ର ବଗି ସେଣ୍ଟ୍ରାଲ ବଫର କପ୍ଲିଙ୍ଗ୍ ହୋଇଥାନ୍ତା, ଏତେ ଭୟାନକ ହୋଇ ନଥାନ୍ତା ଦୁର୍ଘଟଣା। ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ଡବା ଷ୍ଟେସନ ଭିତରକୁ ମାଡ଼ିଯାଇ ନଥାନ୍ତା।
ବିଶେଷଜ୍ଞଙ୍କ ମତ ଆଗରୁ ସବୁ ଟ୍ରେନ୍ର ବଗି ସ୍କ୍ରୁ କପ୍ଲିଙ୍ଗ୍ ଦ୍ୱାରା ସଂଯୋଗ ହେଉଥିଲା। ଫଳରେ ଦୁର୍ଘଟଣା ଘଟିଲେ, ବଗିରେ ବଗି ବାଡ଼େଇ ହୋଇ କପଲିଙ୍ଗ୍ ଖୋଲିଯାଉଥିଲା ଓ ଡବାଗୁଡିକ ପୃଥକ ହୋଇଯାଉଥିଲା। ମାତ୍ର ଏବେ ଯାତ୍ରୀବାହୀ ଟ୍ରେନର ବଗି ସେଣ୍ଟ୍ରାଲ ବଫର୍ କପ୍ଲିଙ୍ଗ୍ ଦ୍ୱାରା ଯୋଡ଼ା ଯାଉଥିଲେ ମଧ୍ୟ ମାଲବାହୀ ଟ୍ରେନ୍ ବଗି ସ୍କ୍ରୁ ଲକିଙ୍ଗ୍ ସିଷ୍ଟମରେ ଯୋଡ଼ା ଯାଉଛି। ସେଥିଯୋଗୁ କୋରାଇ ଦୁର୍ଘଟଣା ଏତେ ଭୟାନକ ହୋଇଥିବା କୁହାଯାଉଛି।
ଦେଶରେ ଏବେ ୧୬ ହଜାର ଟ୍ରେନ୍ ଚଳାଚଳ କରୁଛି। ସେଥିରୁ ପାଖାପାଖି ୪ ହଜାର ମାଲବାହୀ ଟ୍ରେନ୍। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀବାହୀ ଟ୍ରେନଗୁଡ଼ିକରେ ଏବେ ସେଣ୍ଟ୍ରାଲ ବଫର୍ କପ୍ଲିଙ୍ଗ୍ ଯୁକ୍ତ ଲିଙ୍କ୍ରେ ହଫମ୍ୟାନ୍ ବସ୍କ- ଏଲ୍ଏଚବି କୋଚ୍ ବ୍ୟବହାର କରାଯାଉଛି। କିନ୍ତୁ ମାଲବାହୀ ଟ୍ରେନଗୁଡ଼ିକରେ ଏହି ଆଧୁନିକ ବ୍ୟବସ୍ଥା ପ୍ରଚଳନ କରାଯାଇନି। ତେବେ ଆଗାମୀ ଦିନରେ ମାଲବାହୀ ଟ୍ରେନ୍ରେ ମଧ୍ୟ ସେଣ୍ଟ୍ରାଲ ବଫର୍ କପଲିଙ୍ଗ୍ ବ୍ୟବସ୍ଥା କରାଯିବ ବୋଲି ପୂର୍ବତଟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।
କୋରେଇ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କମିଶନର ଅଫ୍ ରେଲେଓ୍ବ ସେଫ୍ଟି- ସିଆର୍ଏସ୍ଙ୍କୁ ଦିଆଯାଇଛି। ୧୦ରୁ ୧୨ ଦିନ ଭିତରେ ଏହା ରେଳ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ରିପୋର୍ଟ ମିଳିବା ପରେ କୋରେଇରେ ବାସ୍ତବରେ କଣ ଘଟିଥିଲା ତାହା ଜଣାପଡିବା ଆଶା କରାଯାଉଛି।
(ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)
]]>ସୂଚନା ଅନୁସାରେ, ଡିବରୁଗଡ଼-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ରେ ସୋନୁ ଯାତ୍ରା କରୁଥିଲେ। ଏହି ସମୟରେ ଟିକେଟ୍କୁ ନେଇ ଟିଟିଇ ସୁପନ ବୋରେ ଓ ସୋନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସୁପନ, ସୋନୁଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ସୋନୁ ଟ୍ରେନ୍ ତଳେ ପଡ଼ି ଯିବାରୁ ଗୁରୁତର ଆହତ ହୋଇଥିଲେ।ଗୁରୁବାର ସକାଳେ ବରେଲି ଜଙ୍କସନ୍ ରେଲ୍ୱେ ଷ୍ଟେସନର ପ୍ଲାଟ୍ଫର୍ମ ନମ୍ବର ୨ରେ ଏହି ଘଟଣା ଘଟିଥିଲା।
ଗୁରୁତର ଅବସ୍ଥାରେ ସୋନୁଙ୍କୁ ଉଦ୍ଧାର କରାଯାଇ ମିଲିଟାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତର ସୋନୁଙ୍କ ଗୋଟିଏ ଗୋଡ଼ କାଟିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷେ, ଘଟଣାକୁ ନେଇ ଟିଟିଇ ସୁପନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହେଲେ ଘଟଣା ପରଠୁ ସୁପନ ଫେରାର ଅଛନ୍ତି ଓ ତାଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଛି। ସେପଟେ ଘଟଣା ପରେ କିଛି ଯାତ୍ରୀ ଟିଟିଇଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।
]]>ଏହା ପାଇଁ ଯାତ୍ରୀମାନେ ଟିକେଟ୍ ବୁକ୍ କରିବା ପାଇଁ ଲମ୍ବା ଧାଡିରେ ଠିଆ ହେବାକୁ ପଡିବ ନାହିଁ। ସମସ୍ତ ଯାତ୍ରୀ ଜେନେରାଲ୍ ଟିକେଟ୍ ବୁକିଂରେ ଏହି ଆରାମର ଲାଭ ପାଇପାରିବେ।
ବର୍ତ୍ତମାନ ସୁଦ୍ଧା, ଯାତ୍ରୀମାନେ ସେମାନଙ୍କ ମୂଳ ଷ୍ଟେସନ୍ଠାରୁ ୫ କିଲୋମିଟର ପରିଧି ମଧ୍ୟରେ ଟିକେଟ୍ ବୁକ୍ କରିପାରୁଛନ୍ତି। ମୋବାଇଲ୍ରେ ନେଟ୍ୱାର୍କ ସମସ୍ୟା ହେତୁ ଅନେକ ଥର ଲୋକମାନେ ଟିକେଟ୍ ବୁକ୍ କରିପାରୁ ନାହାନ୍ତି। ଏହି କାରଣରୁ ଅନେକ ଥର ଲୋକମାନେ ଟିକେଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମନ୍ତ୍ରଣାଳୟ ଏହି ଦୂରତାକୁ ବୃଦ୍ଧି କରିଛି। ବର୍ତ୍ତମାନ ଯାତ୍ରୀମାନେ ଯାତ୍ରା ଆରମ୍ଭ ଷ୍ଟେସନ୍ଠାରୁ ୨୦ କିଲୋମିଟର ଦୂରରୁ ମଧ୍ୟ ଟିକେଟ୍ ବୁକ୍ କରିପାରିବେ।
ନୂଆ ବ୍ୟବସ୍ଥା ଅନୁଯାୟୀ, ଅଣ-ଉପାନ୍ତ ଯାତ୍ରୀମାନେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ୫ କିଲୋମିଟର ବଦଳରେ ୨୦ କିଲୋମିଟର ଦୂରରୁ ମଧ୍ୟ ଏହି ସୁବିଧା ନେଇ ଜେନେରାଲ୍ ଟିକେଟ୍ ବୁକ୍ କରିପାରିବେ। ସେହିପରି ଉପାନ୍ତ ଅଞ୍ଚଳ ପାଇଁ ଟିକେଟ୍ ବୁକିଂ ପାଇଁ ଥିବା ୨ ରୁ ୫ କିମି ସୀମାକୁ ବୃଦ୍ଧି କରି ୧୦ କିମି ପର୍ଯ୍ୟନ୍ତ କରାଯାଇଛି।
ମନ୍ତ୍ରଣାଳୟର ଏହି ପରିବର୍ତ୍ତନ ସହିତ ଯାତ୍ରୀମାନେ ଅନେକ ସୁବିଧା ପାଇବେ। ବର୍ତ୍ତମାନ ଯାତ୍ରୀମାନେ ଜେନେରାଲ୍ ଟିକେଟ୍ ସହଜରେ ବୁକ୍ କରିପାରିବେ। କମ୍ ଦୂରତା ହେତୁ ମୋବାଇଲ୍ ନେଟ୍ୱାର୍କର ସମସ୍ୟାକୁ ଯାତ୍ରୀମାନେ ଆଉ ସମ୍ମୁଖିନ ହେବେ ନାହିଁ।
ଯାତ୍ରୀମାନେ ସହଜରେ UTS ମୋବାଇଲ୍ ଆପ୍ ମାଧ୍ୟମରେ ପ୍ଲାଟ୍ଫର୍ମ ଟିକେଟ୍, ମାସିକ ପାସ୍ ଏବଂ ଜେନେରାଲ୍ ଟିକେଟ୍ ଅର୍ଡର କରିପାରିବେ। UPI ଏବଂ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରି ଏଥିରେ ଟଙ୍କା କାରବାର ମଧ୍ୟ କରିପାରିବେ।
ଗତବର୍ଷ ରେଲ୍ୱେ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ ଟ୍ରାଭେଲ ଟିକେଟ୍ ଏକ୍ଜାମିନର୍(TTE) ରାତି ୧୦ଟା ପରେ ଯାତ୍ରୀଙ୍କ ଟ୍ରେନ୍ ଟିକେଟ୍ ଚେକ୍ କରିପାରିବେ ନାହିଁ। (ଯେଉଁମାନେ ରାତି ୧୦ଟା ପରେ ଟ୍ରେନ୍ରେ ଯାତ୍ରା କରୁଛନ୍ତି, ଏହି ନିୟମ ସେମାନଙ୍କ ପାଇଁ ଲାଗୁହେବ ନାହିଁ) ମିଡଲ୍ ବର୍ଥର ଯାତ୍ରୀମାନେ ସେମାନଙ୍କର ବର୍ଥରେ ଶୋଇପାରିବେ (ରାତି ୧୦ଟା ପରଠୁସକାଳ ୬ଟା ପର୍ଯ୍ୟନ୍ତ)। ଯଦି କୌଣସି ଯାତ୍ରୀ ଟ୍ରେନ୍ରେ ସିଟ୍ ନ ପାଆନ୍ତି, ତା’ହେଲେ TTE ସେମାନଙ୍କୁ ସିଟ୍ ଉପଲ୍ଲବ୍ଧ କରାଇବେ। ୧ ଘଣ୍ଟା କିମ୍ବା ୨ଟି ଷ୍ଟେସନ୍ ଅତିକ୍ରମ କଲା ପରେ TTE ସେମାନଙ୍କୁ ସିଟ୍ ଉପଲ୍ଲବ୍ଧ କରାଇବେ। ବର୍ତ୍ତମାନ ଏସବୁ ନିୟମ ଜାରି ରହିଥିବା ବେଳେ ସରକାର ଏଥିରେ ଆଉ ଏକ ନୂଆ ନିୟମ ସାମିଲ କରିଛନ୍ତି।
ଜାଣନ୍ତୁ, ରେଲ୍ୱେର ନୂଆ ନିୟମ....
କୌଣସି ଯାତ୍ରୀ ଆପଣଙ୍କ ସିଟ୍, କମ୍ପାର୍ଟମେଣ୍ଟ୍ କିମ୍ବା କୋଚ୍ରେ ବସି ମୋବାଇଲ୍ ଫୋନ୍ରେ ଉଚ୍ଚ ସ୍ୱରରେ କଥା ହୋଇପାରିବେନି। ଏପରିକି ଉଚ୍ଚ ଶବ୍ଦରେ ଗୀତ ମଧ୍ୟ ଶୁଣିପାରିବେ ନାହିଁ। ଅନ୍ୟ ଯାତ୍ରୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଏହି ନୂଆ ନିୟମ ଲାଗୁ କରାଯାଇଛି। ଯାତ୍ରା ସମୟରେ ଅନେକ ଯାତ୍ରୀ ସେମାନଙ୍କ ସିଟ୍ରେ ବସି ମୋବାଇଲ୍ ଫୋନ୍ରେ ଉଚ୍ଚ ସ୍ୱରରେ କଥା ହେବା ସହ ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିବା ନେଇ ଅଭିଯୋଗ ହୋଇଛି। ଏପରିକି ରେଲ୍ୱେ ଷ୍ଟାଫ୍ମାନେ ମଧ୍ୟ ଏଭଳି କରୁଥିବା ନେଇ ଅଭିଯୋଗ ହୋଇଛି। ଫଳରେ ଏଥିଯୋଗୁ ଅନ୍ୟ ଯାତ୍ରୀଙ୍କ ଅସୁବିଧା ହେଉଛି।
ସୂଚନାଥାଉ କି, ରାତି ୧୦ଟା ପରେ କିଛି ଯାତ୍ରୀ ଲାଇଟ୍କୁ ଅନ୍ କରି ରଖିବା ସହ ଅନ୍ୟମାନଙ୍କୁ ଅସୁବିଧାରେ ପକାଉଥିବା ଅଭିଯୋଗ ହୋଇଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ରେଲ୍ୱେ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଯଦି କୌଣସି ଯାତ୍ରୀ ଏହି ନିୟମକୁ ନମାନନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାତିରେ ଯାତ୍ରା ସମୟରେ ଯାତ୍ରୀମାନେ ହେଡ୍ଫୋନ୍ ବ୍ୟବହାର କରି କଥା ହେବା କିମ୍ବା ଗୀତ ଶୁଣିବା ପାଇଁ ପରାମର୍ଶ ଦିଆଯାଇଛି।
]]>ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ଏହି ଟ୍ରେନ୍ ନିର୍ମାଣ ହେଉଛି। ଡିଜାଇନ୍ରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁ କିଛି ଭାରତରେ ହେବ। ଆସନ୍ତାବର୍ଷ ସ୍ୱାଧୀନତା ଦିବସରେ ଭାରତରେ ହାଇଡ୍ରୋଜେନ୍ ଟ୍ରେନ୍ ସେବାର ଶୁଭାରମ୍ଭ ହେବ।
ଗତ ଅଗଷ୍ଟ ମାସରେ ବିଶ୍ୱରେ ପ୍ରଥମ ଦେଶ ଭାବେ ଜର୍ମାନୀରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଅନ୍ୟ କୌଣସି ଦେଶରେ ଏହି ଅତ୍ୟାଧୁନିକ ରେଳ ସେବା ଆରମ୍ଭ ହୋଇନାହିଁ।
ସୂଚନାଥାଉ କି, ନିକଟରେ ଦେଶର ପ୍ରଥମ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ (Vande Bharat Train) ଟ୍ରାଏଲ୍ ରନ୍ରେ ନିଜର ସମସ୍ତ ରେକର୍ଡ ଭାଙ୍ଗିଥିଲା। ବନ୍ଦେ ଭାରତ ଟ୍ରେନ୍ ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ଦୌଡ଼ିଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Ashwini Vaishnav) ଟ୍ରାଏଲ୍ ରନ୍ର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଥିଲେ।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ରେ ଅଲଗା ଇଞ୍ଜିନ ନାହିଁ। ଭାରତ ସରକାର ଏହି ଟ୍ରେନ୍ ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ୧୬ କୋଚ୍ ବିଶିଷ୍ଟ ଏହି ସେମି ହାଇ ସ୍ପିଡ୍ ଟ୍ରେନ୍ RDSO(Research Design and Standards Organisation) ଟିମ୍ର ତତ୍ତ୍ୱାବଧାନରେ ପରୀକ୍ଷା ଚାଲିଥିଲା।
]]>ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଥିଲେ, ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଖାଦ୍ୟ ଆପଣଙ୍କୁ IRCTC ଦ୍ୱାରା ମାଗଣାରେ ଦିଆଯାଏ । ଭାରତୀୟ ରେଳବାଇ ର ନିୟମ ଅନୁଯାୟୀ, ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ କ୍ୟାଟରିଂ ନୀତି ଅନୁସାରେ ଜଳଖିଆ ଏବଂ ଭୋଜନ ଯୋଗାଇ ଦିଆଯାଉଛି । ଏପରି ସ୍ଥିତିରେ ଆପଣ ଏବିଷୟରେ ଅବଗତ ଥିଲେ, ଏହି ଅଧିକାରର ଲାଭ ଉଠାଇ ପାରିବେ ।
IRCTC ର ନିୟମ ଅନୁଯାୟୀ, ଯଦି ଟ୍ରେନ୍ ଦୁଇ ଘଣ୍ଟା କିମ୍ବା ତା’ଠାରୁ ଅଧିକ ବିଳମ୍ବରେ ପହଞ୍ଚେ, ତେବେ କେବଳ ମାଗଣା ମିଲ୍ ସୁବିଧା ପ୍ରଦାନ କରାଯିବ । IRCTC ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ଭାତ, ଡାଲି, ଆଚାର ପ୍ୟାକେଟ୍ ଯୋଗାଇ ଦିଆଯିବ । ଏସବୁ ନଥିଲେ ପୁରୀ, ମିକ୍ସ-ଭେଜ୍, ଆଚାର ପ୍ୟାକେଟ୍ ଓ ଲୁଣ ଦିଆଯିବ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କୁ ଜଳଖିଆ ପାଇଁ ଚା କିମ୍ବା କଫି ଏବଂ ଦୁଇଟି ବିସ୍କୁଟ ମଧ୍ୟ ଦିଆଯାଏ ।
ସେହିପରି ସନ୍ଧ୍ୟାରେ ଚା କିମ୍ବା କଫି ଏବଂ ଚାରି ଖଣ୍ଡ ପାଉଁରୁଟି ସହିତ ଏକ ବଟର ପରିବେଷଣ କରାଯାଏ । ଏହି ସୁବିଧା କେବଳ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ । ଅର୍ଥାତ୍ ଆପଣ ଯଦି ଶତାଦ୍ଦୀ, ରାଜଧାନୀ ଏବଂ ଦୂରୋନ୍ତୋ ପରି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଆପଣ ଏହି ସୁବିଧା ପାଇପାରିବେ ।
]]>ସତ୍ୟମ୍ ଚେନ୍ନାଇ ଯିଇଥାନ୍ତେ । ଏଥିପାଇଁ ସେ ଗୁଜୁରାଟ୍ର ଏକ୍ତା ନଗରରୁ ବୋଡଦରାକୁ ଟ୍ରେନ୍ ବୁକ୍ କରିଥିଲେ । ହେଲେ ଗୁଜୁରାଟ୍ର ଏକ୍ତା ନଗରରୁ ବୋଡଦରାକୁ ଯିବାକୁ ଥିବା ଟ୍ରେନ୍ ମିସ୍ ହୋଇଥିଲା । ଭାରତୀୟ ରେଳ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେବା ସହ ଯୁବକଙ୍କ ପାଇଁ କ୍ୟାବ୍ କୁକ୍ କରିଦେଲେ । ଫଳରେ ଯୁବକ ଜଣକ ବୋଡଦରାରୁ ଟେନ୍ନାଇ ଯାଇପାରିଛନ୍ତି ।
ସୂଚନା ଅନୁସାରେ, IIT ମାଡ୍ରାସ୍ର ଇଞ୍ଜିନିୟରିଂ ଛାତ୍ର ସତ୍ୟମ୍ ଗାଡିଙ୍କୁ ତାଙ୍କ କଲେଜକୁ ଫେରିବାକୁ ପଡିଲା। ସେଥିପାଇଁ ସେ ଏକ୍ତା ନାଗରରୁ ବୋଡଦରା ପର୍ଯ୍ୟନ୍ତ ଟ୍ରେନ୍ ବୁକ୍ କରିଥିଲେ । ହେଲେ ବର୍ଷା କାରଣରୁ ଟ୍ରେନ୍ ଟ୍ରାକ୍ ଜଳମଗ୍ନ ହୋଇଥିବାରୁ ଟ୍ରେନ୍ ବାତିଲ୍ ହୋଇଗଲା । ତେଣୁ ଭାରତୀୟ ରେଳ ବିଭାଗ ପକ୍ଷରୁ ଛାତ୍ରଙ୍କ ସହାୟତା ପାଇଁ ଏହିପରି ପଦକ୍ଷେପ ନେଇଛନ୍ତି । ଫଳରେ ରେଳ ବିଭାଗ ଏକତା ନଗରରୁ ବୋଡଦରା ପର୍ଯ୍ୟନ୍ତ ଏକ କ୍ୟାବ ବୁକ୍ କରିଥିଲେ ।
ଘଟଣାକୁ ନେଇ ସତ୍ୟମ୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରି ରେଳ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଭଡ଼ିଓଟିକୁ ଶେୟାର କରି ଲେଖିଛନ୍ତି ଯେ, “ଆଜି ମୁଁ ଏକ୍ତା ନଗର ଏବଂ ବୋଡଦରାର ରେଳ ବିଭାଗକୁ ମୋର ଯାତ୍ରାକୁ ସଫଳ କରିଥିବାରୁସେମାନଙ୍କ ନିକଟରେ ମୁଁ କୃତଜ୍ଞ । ମୁଁ ବୁକ୍ କରିଥିବା ଟ୍ରେନ୍ ଏକ୍ତା ନଗରରୁ ୯ଟା ୧୫ରେ ଯାତ୍ରା ଆରମ୍ଭ କରିଥାନ୍ତା । ହେଲେ ବର୍ଷା ଯୋଗୁଁ ଟ୍ରାକଗୁଡିକ ଜଳମଗ୍ନ ହୋଇଥିଲା ତେଣୁ ଶେଷ ମୁହୂର୍ତ୍ତରେ ଟ୍ରେନ୍ ବାତିଲ କରାଯାଇଥିଲା ’ ।
पश्चिम रेलवे के चाँदोद - एकता नगर रेल खंड के क्षतिग्रस्त होने के कारण रेल यातायात बंद होने से 20920 एकतानगर- एमजीआर चेन्नई सेंट्रल के एकता नगर - वडोदरा के बीच निरस्त होने के कारण इस ट्रेन के एकतानगर से एकमात्र यात्री को कार से वडोदरा पहुँचाया गया @WesternRly @RailMinIndia pic.twitter.com/6kzLaxCYwu
— DRM Vadodara (@DRMBRCWR) July 13, 2022
ଏହାସହ ସେସିଆଲ୍ ମିଡିଆରେ ଶେୟାର ହୋଇଥିବା ଏହି ଭିଡ଼ିଓରେ ଅନେକ ୟୁଜର୍ସ ନିଜ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଭଲ କାମ କରିଥିବାରୁ ତାଙ୍କୁ ନମସ୍କାର। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ସେଠାରେ ଥିବା ପ୍ରତ୍ୟେକ ରେଳ କର୍ମଚାରୀଙ୍କୁ ନମସ୍କାର। ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରୁ ଲୋକେ ଭାରତୀୟ ରେଳ ବିଭାଗର ପ୍ରଶଂସା କରିଛନ୍ତି ।
]]>ବାସ୍ତବରେ, ଗତକାଲି ସମ୍ପର୍କକ୍ରାନ୍ତୀ ଏକ୍ସପ୍ରେସ (ଟ୍ରେନ ନଂ- ୧୨୬୫୦)କର୍ଣ୍ଣାଟକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଅପରାହ୍ନ ୪ଟା ସମୟରେ କୃଷ୍ଣ ଚନ୍ଦ୍ର ବେହେରା ନାମକ ଜଣେ ଓଡ଼ିଆ ବ୍ୟକ୍ତି ଟ୍ରେନ ହାଇଜ୍ୟାକ ହୋଇଯାଇଥିବା ନେଇ ଟ୍ୱିଟରରେ ସୂଚନା ଦେଇଥିଲେ। । ଏନେଇ ସେ ଲେଖିଥିଲେ ଯେ, ‘ଟ୍ରେନ ହାଇଜ୍ୟାକ ହୋଇଯାଇଛି, ଦୟାକରି ସହାୟତା କରନ୍ତୁ’ । ତେବେ ଏଭିଳି ମେସେଜ ଦେଖି ଷ୍ଟେସନରେ ଲୋକେ ପ୍ରାୟ ଦୁଇ ଘଣ୍ଟା ଧରି ଆତଙ୍କିତ ଅବସ୍ଥାରେ ଥିଲେ । ଏମିତିକି ପ୍ରାୟ ଦୁଇ ଘଣ୍ଟା ଧରି ହଜାର ହଜାର ଲୋକଙ୍କ ଛାତିରେ ଛନକା ପଶିଥିଲା । ଏହି ଆତଙ୍କ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଖବର ପାଇ ରେଳବାଇ ପୋଲିସ ସ୍ପଷ୍ଟିକରଣ ଦେଇଥିଲା । ଯାହା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
The train is not hijacked. Train is diverted. Don’t get panic
— rpfscr (@rpfscr) July 10, 2022
ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଟ୍ରେନ୍ ଡାଇଭର୍ଟ ହୋଇଛି । ଖରାପ ପାଣିପାଗ, ଟ୍ରାକ ମରାମତି କିମ୍ବା ଅନ୍ୟାନ୍ୟ କାରଣ ଗୁଡିକ ପାଇଁ ମଧ୍ୟ ରେଳ ଡାଇଭର୍ଟ କରାଯାଇଥାଏ। କିଛି ଟ୍ରେନ ଡାଇଭର୍ଟର ସୂଚନା ପୂର୍ବରୁ ଦିଆଯାଇଥାଏ ତ ବେଳେ ବେଳେ ଯାତ୍ରା ସମୟରେ ଟ୍ରେନର ଗତିପଥ ବଦଳାଇ ଦିଆଯାଏ।
]]>ସାଧାରଣତଃ ଲମ୍ୱା ଯାତ୍ରା କାରଣରୁ ଟ୍ରେନ୍ରେ ହିଁ ଲୋକଙ୍କୁ ନିଦ ହୋଇଯାଇଥାଏ । ଶୋଇଥିବା କାରଣରୁ ସେମାନଙ୍କ ଗନ୍ତବ୍ୟସ୍ଥଳୀର ଷ୍ଟେସନ୍ ପଳାଇଥାଏ । ଫଳରେ ସେମାନେ ଚାହିଁନଥାଇ ମଧ୍ୟ ନିଜ ଷ୍ଟେସନରେ ପହଞ୍ଚିବା ବଦଳରେ ଅନ୍ୟ ଷ୍ଟେସନ୍ରେ ପହଞ୍ଚିଯାଇଥାନ୍ତି । ଯାହା ପରେ ଯାତ୍ରୀମାନେ ହଇରାଣରେ ପଡ଼ିଥାନ୍ତି । ତେଣୁ ଯାତ୍ରୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ରେଲୱେ ପକ୍ଷରୁ ଏକ ନୂଆ ସେବା ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, ରେଲୱେ ପକ୍ଷରୁ ଏକ ନୂଆ ସେବା ଉପଲବ୍ଧ କରାଯାଇଛି । ଯାହାର ନାଁ ହେଉଛି ‘ଡେଷ୍ଟିନେସନ୍ ଆଲର୍ଟ ବ୍ୟାକ୍ଆପ୍ ଆଲାରାମ୍’ । ଟ୍ରେନ୍ ଯାତ୍ରୀ ୧୪୯ ନଂ ଇନ୍କ୍ୱାରୀ ସିଷ୍ଟମ୍ ମାଧ୍ୟମରେ ଏହି ଆଲର୍ଟ ସୁବିଧା ପାଇପାରିବେ । ଏମିତିକି ଟ୍ରେନ୍ର କୌଣସି ଯାତ୍ରୀ ମଧ୍ୟ ଏହି ସୁବିଧାର ଉପଭୋଗ କରିପାରିବେ । ଏହି ସୁବିଧା ଯାତ୍ରୀଙ୍କୁ ରାତି ୧୧ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ମିଳିପାରିବ । ଏଥିପାଇଁ ଯାତ୍ରୀଙ୍କୁ ମାତ୍ର ୩ ଟଙ୍କା ଦେୟ ଦେବାକୁ ପଡିବ ।
କ’ଣ ଏହି ନୂଆ ସେବା ?
ଡେଷ୍ଟିନେସନ୍ ଆଲର୍ଟ ବ୍ୟାକ୍ଆପ୍ ଆଲାରାମ୍’ ଦ୍ୱାରା ଗନ୍ତବ୍ୟସ୍ଥଳୀ ପହଞ୍ଚିବାର ଠିକ୍ ୨୦ ମିନିଟ୍ ପୂର୍ବରୁ ଯାତ୍ରୀଙ୍କ ଫୋନ୍କୁ ଏକ ଆଲର୍ଟ ମେସେଜ୍ ପଠାଯିବ । ଫଳରେ ଯାତ୍ରୀମାନେ ନିଜ ଲଗେଜ୍କୁ ଠିକ୍ ଭାବରେ ରଖିବା ସହ ଷ୍ଟେସନ୍ରେ ଓହ୍ଲାଇପାରିବେ ।
କେମିତି ଏହି ସେବାର ଲାଭ ଉଠାଇବେ ?
ଡେଷ୍ଟିନେସନ ଆଲର୍ଟ ବ୍ୟାକଆପ ଆଲାରାମ ସେବା ଆରମ୍ଭ କରିବା ପାଇଁ ଆରସିଟିସି ହେଲ୍ପଲାଇନ୍ ନମ୍ୱର ୧୩୯ରେ କଲ୍ କରିବାକୁ ପଡ଼ିବ । ଏହାପରେ ନିଜ ଭାଷା ଚୟନ କରି ୭ କିମ୍ୱା ୨ ନମ୍ବର ଚୟନ କରିବାକୁ ପଡ଼ିବ। ପରେ ଯାତ୍ରୀଙ୍କଠାରୁ ୧୦ ଅଙ୍କର ପିଏନଆର ନମ୍ୱର ପଚରାଯିବ । ପିଏନଆର ଏଣ୍ଟର କରିବା ପରେ ଏହାକୁ କନଫର୍ମ କରିବାପାଇଁ ୧ ଡାୟଲ କରିବାକୁ ପଡ଼ିବ । ଏହାପରେ ପିଏନଆର ନମ୍ୱର ଭ୍ୟାରିଫିକେସନ୍ କରି ବ୍ୟାକଆପ ଆଲର୍ଟ ସେଟ ହୋଇଯିବ । ଯାହାପରେ ଯାତ୍ରୀଙ୍କ ମୋବାଇଲ୍କୁ କନଫର୍ମେସନ କୋଡ ଥିବା ଏକ ମେସେଜ ଆସିବ । ତେବେ ରେଲୱେର ଏହି ନୂଆ ସୁବିଧା ଦ୍ୱାରା ଯାତ୍ରୀଙ୍କ ସମସ୍ୟା ସମାଧାନ ହେବା ସହ ସେମାନେ କିଛିମାତ୍ରାରେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।
]]>ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଟିକେଟ୍ ବୁକିଂ ସମୟରେ ଗନ୍ତବ୍ୟ ସ୍ଥଳର ଠିକଣା ଦେବା ପାଇଁ ଯେଉଁ ନିୟମ ଥିଲା, ଏବେ ଏହାକୁ ହଟାଇ ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କୁ ଟ୍ରେସିଂ କରିବା ପାଇଁ ଡେଷ୍ଟିନେସନ୍ ଆଡ୍ରେସ୍ ବାଧ୍ୟତାମୂଳକ କରାଯାଇଥିଲା। ଏବେ ସଂକ୍ରମଣ ହ୍ରାସ ପାଇବା ପରେ ଏହି ନିୟମ ହଟାଇ ଦିଆଯାଇଛି।
ସୂଚନାଥାଉ କି, ଦେଶରେ ଯେତେବେଳେ ମହାମାରୀ କରୋନା ଆରମ୍ଭ ହୋଇଥିଲା, ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ବହୁତ ଦିନ ଧରି ରେଲ୍ୱେ ପକ୍ଷରୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଥିଲା। ଯେତେବେଳେ ଟ୍ରେନ୍ ଚଳାଚଳ ପୁଣି ଆରମ୍ଭ ହୋଇଥିଲା, ଅନେକ କଟକଣା ମଧ୍ୟ ବଳବତ୍ତର ରହିଥିଲା।
ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବା ନେଇ କିଛିଦିନ ପୂର୍ବେ ରେଲ୍ୱେ ପକ୍ଷରୁ ଘୋଷଣା କରାଯାଇଥିଲା। କରୋନା ସଂକ୍ରମଣ ହ୍ରାସ ପରେ ରେଳବାଇ ପକ୍ଷରୁ ଏହିସବୁ ସେବା ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବା ସହ ପୁନର୍ବାର ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
]]>ମହାମାରୀ କରୋନା ଏବଂ କୋଭିଡ୍ ପ୍ରୋଟୋକଲ୍କୁ ଦୃଷ୍ଟିରେ ରଖି ଟ୍ରେନ୍ରେ ଯାତ୍ରୀଙ୍କ ସୁବିଧା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଥିଲା। ଏହାଦ୍ୱାରା ଟ୍ରେନ୍ ଭିତରେ ଯାତ୍ରୀମାନଙ୍କ ପାଇଁ ଚାଦର, କମ୍ବଳ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ତେବେ କରୋନା ସଂକ୍ରମଣ ହ୍ରାସ ପରେ ରେଳବାଇ ପକ୍ଷରୁ ଏହିସବୁ ସେବା ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବା ସହ ପୁନର୍ବାର ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ପୂର୍ବ ଅବଧି ଭଳି ଆବଶ୍ୟକ ଅନୁସାରେ, ଗତକାଲିଠୁ ଏହି ସେବା ପୁନର୍ବାର ପ୍ରଦାନ କରାଯାଇଛି। ପୂର୍ବରୁ କରୋନା କଟକଣା ଯୋଗୁ ରେଲ୍ୱେ ଏସବୁ ସେବା ବନ୍ଦ ରଖିଥିଲା।
]]>ଯଦି ବିନା କାରଣରେ ଆପଣ ଟ୍ରେନ୍ରେ ଚେନ୍ ପୁଲିଂ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଅର୍ଥଦଣ୍ଡ ସହ ଜେଲ୍ ଯିବାକୁ ମଧ୍ୟ ପଡ଼ିପାରେ। ଏପରିକି ସରକାରୀ ଚାକିରି ମଧ୍ୟ ମିଳିନପାରେ। ରେଲ୍ୱେ ନିୟମ ଅନୁସାରେ, ଯଦି କୌଣସି ଯାତ୍ରୀ ଟ୍ରେନ୍ରେ ଯାତ୍ରା ସମୟରେ ବିନା କାରଣରେ ଚେନ୍ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ଏକ ଅପରାଧ ବୋଲି ଧରି ନିଆଯାଇଥାଏ। ଅଧିକାଂଶ ଲୋକ ଏହି ନିୟମ ବିଷୟରେ ଜାଣିନଥାନ୍ତି। ଏମିତିରେ ବି ଟ୍ରେନ୍ରେ ଏହି ସୂଚନା ସମ୍ପର୍କରେ ଲେଖାଯାଇଥାଏ।
ଦେଖାଯାଇଥାଏ, ଲୋକମାନେ ହଠାତ୍ ଚେନ୍ ପୁଲିଂ କରି ମନଇଚ୍ଛା ଟ୍ରେନ୍ରୁ ଓହ୍ଲାଇ ଯାଇଥାନ୍ତି। ଫଳରେ ଟ୍ରେନ୍ ବିଳମ୍ବରେ ଚାଲିଥାଏ। ଟ୍ରେନ୍ରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀ ପୋଲିସ୍ ଭୟରେ ଏଭଳି କରିଥାନ୍ତି। ଯଦି କୌଣସି ବ୍ୟକ୍ତି ବିନା କାରଣରେ ଚେନ୍ ପୁଲିଂ କରି ଧରାପଡ଼ୁଛନ୍ତି, ତା’ହେଲେ ତାଙ୍କୁ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ କିମ୍ବା ୧ ବର୍ଷ ପର୍ଯ୍ୟନ୍ତ ସେ ଜେଲ୍ଦଣ୍ଡ ଭୋଗି ପାରନ୍ତି।
ଜାଣନ୍ତୁ, କେଉଁ ସ୍ଥିତିରେ ଟ୍ରେନ୍ରେ ଚେନ୍ ପୁଲିଂ କରାଯାଇଥାଏ....
କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ଦିବ୍ୟାଙ୍ଗ ଟ୍ରେନ୍ରେ ଚଢ଼ିବା ପାଇଁ ପ୍ରୟାସ ସମୟରେ ଚେନ୍ ପୁଲିଂ କରାଯାଇଥାଏ
ରେଲ୍ୱେ ଷ୍ଟେସନରେ ଛୋଟ ଛୁଆ ନିଖୋଜ ସ୍ଥିତିରେ
କୌଣସି ଯାତ୍ରୀ ଅସୁସ୍ଥ ଅନୁଭବ କଲେ
ଟ୍ରେନ୍ରେ ଡକାୟତି କିମ୍ବା ଚୋରି ହେଲେ ଚେନ୍ ପୁଲିଂ କରାଯାଇଥାଏ
]]>