ଏହାସତ୍ତ୍ୱେ ଟିମ୍ର ପ୍ରଦର୍ଶନକୁ ନେଇ ବିଶେଷ ଅଙ୍ଗୁଳି ଉଠି ନାହିଁ, କାରଣ ଡବ୍ଲ୍ୟୁଟିସି ହେଉ ବା ଦିନିକିଆ ବିଶ୍ୱକପ୍ - ଟିମ୍ ଫାଇନାଲ୍ ଯାଏଁ ଯିବା ଛୋଟ ଉପଲବ୍ଧି ନ ଥିଲା । ଦିନିକିଆ ବିଶ୍ୱକପ୍ରେ ଭାରତ ତା’ର ଫାଇନାଲ୍ ପଥରେ ଅପରାଜେୟ ରହିଥିଲା।
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ୫୦-ଓଭର୍ ଫର୍ମାଟ୍ରେ ଖେଳାଯାଇଥିବା ଏସିଆ କପ୍ ଜିତିଥିଲା । ବିଶ୍ୱ ମାନ୍ୟତାର ସବୁ ଫର୍ମାଟ୍ରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଥିଲା । ଏତଦ୍ଭିନ୍ନ, ଅନେକ ଦ୍ୱିପାକ୍ଷିକ ସିରିଜ୍ରେ ଟିମ୍କୁ ସଫଳତା ମିଳିଥିଲା।
ଟି-୨୦ ଫର୍ମାଟ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେତୃତ୍ୱ ମିଳିଥିଲା । ପ୍ରୟୋଗ ସଫଳ ବି ହୋଇଥିଲା । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରେ ଅଷ୍ଟ୍ରେଲିଆକୁ ୪-୧ରେ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍କୁ ୧-୧ରେ ଟାଇ କରିଥିଲା।
ଏବେ ପ୍ରଶ୍ନ ଉଠୁଛି ଯେ ୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?
୨୦୨୪ରେ ମଧ୍ୟ ଏକ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ଟୁର୍ଣ୍ଣାମେଣ୍ଟ ହେବ । ଜୁନ୍ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଚଳିତ ବର୍ଷ ଏହା ଟିମ୍ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ।
ଭାରତୀୟ ଟିମ୍ ଅନେକ ଟେଷ୍ଟ ସିରିଜ୍ ଖେଳିବ, ଯାହା ୨୦୨୫ରେ ହେବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍ ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରୁ ଭାରତ ଫାଇନାଲ୍କୁ ଯିବ କି ନାହିଁ, ତାହା ଆପାତତଃ ସ୍ଥିର ହେବ।
ଏତଦ୍ଭିନ୍ନ, ଭାରତର ୧୯ ବର୍ଷରୁ କମ୍ ଟିମ୍ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ୍ ଖେଳିବ, ଯାହାକି ଜାନୁଆରୀ ୧୯ରୁ ଫେବ୍ରୁଆରୀ ୧୧ ଯାଏଁ ଆୟୋଜିତ ହେବ । ସେହିପରି ସେପ୍ଟେମ୍ବରରେ ବାଂଲାଦେଶ ଠାରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିବ।
ଭାରତୀୟ ଟିମ୍ ୨୦୧୩ ପରଠାରୁ ଆଉ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ଶେଷ ଥର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଧୋନିଙ୍କ ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ହାତକୁ ନେତୃତ୍ୱ ଯାଇଥିଲା, ହେଲେ କେହି ବି ଟିମ୍କୁ ଆଇସିସି ଟ୍ରଫି ଜିତାଇପାରି ନାହାନ୍ତି।
ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ୍ର ପ୍ରଥମ ସଂସ୍କରଣ ଜିତିଥିଲା । ତାହା ବି ଧୋନିଙ୍କ ନେତୃତ୍ୱରେ । ଏହି ସଫଳତାକୁ ୧୬ ବର୍ଷ ପୂରିଗଲାଣି । ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ରେ କିଏ ନେତୃତ୍ୱ ନେବେ, ତାହା ଏବେଠାରୁ କହି ହେବ ନାହିଁ । ରୋହିତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟକତ୍ୱ ମିଳିପାରେ । ତେବେ ଭାରତ ପୁନର୍ବାର ଏହି ମୁକୁଟ ହାସଲ କରିପାରିବ କି?
ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା ସରିଲାଣି । ଜୁନ୍ ୧ରୁ ୨୯ ଯାଏଁ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଟିମ୍ ଇଣ୍ଡିଆ ମଧ୍ୟ ତା’ର ପ୍ରସ୍ତୁତି ଚଳାଇଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ତା’ର ଶେଷ ସିରିଜ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିବ, ଯାହାକି ଜାନୁଆରୀ ୧୧ରୁ ଆରମ୍ଭ ହେବ।
ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ । ଏହି ସିରିଜ୍ ସରିବା ପରେ ଆଇପିଏଲ୍ ଆରମ୍ଭ ହୋଇଯିବ । ପ୍ରାୟ ଦୁଇ ମାସ ଧରି ହେବାକୁ ଥିବା ଏହି ଲିଗ୍ ଟି-୨୦ ମହାମୁକାବିଲା ପୂର୍ବରୁ ଖେଳାଳିଙ୍କ ପ୍ରସ୍ତୁତି ପାଇଁ ଭଲ ମଞ୍ଚ ହେବ।
୨୦୨୩ ଜୁନ୍ରେ ଡବ୍ଲ୍ୟୁଟିସି ଫାଇନାଲ୍ ପରେ ଚାମ୍ପିଅନ୍ସିପ୍ର ନୂଆ ଚକ୍ର ଆରମ୍ଭ ହୋଇଥିଲା । ଭାରତ ୨୦୨୩-୨୫ ଚକ୍ରରେ ଏ ଯାବତ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଉଭୟ ଦେଶରେ ଟିମ୍ ଇଣ୍ଡିଆ ଦୁଇ ଲେଖାଏଁ ଟେଷ୍ଟ ଖେଳିଥିଲା।
ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ରେ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଅନ୍ୟ ମ୍ୟାଚ୍କୁ ଡ୍ର’ ରଖିଥିଲା । ସେହିପରି ଦକ୍ଷିଣ ଆଫ୍ରିକାରେ ରୋହିତ ଶର୍ମାଙ୍କ ଟିମ୍ ଗୋଟିଏ ମ୍ୟାଚ୍ ଜିତିଥିଲା ଓ ଗୋଟିଏ ମ୍ୟାଚ୍ ହାରିଥିଲା।
୨୦୨୪ରେ ଭାରତ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଟେଷ୍ଟ ଖେଳିଥିଲା । ଏହି ବର୍ଷ ଟିମ୍ ଆଉ ୧୫ ଟେଷ୍ଟ ଖେଳିବ । ଟିମ୍ ଇଣ୍ଡିଆ ଘରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ, ଯାହାକି ଜାନୁଆରୀ ୨୫ରୁ ଆରମ୍ଭ ହେବ।
ଭାରତ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଦୁଇ ଟେଷ୍ଟ ଓ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟେଷ୍ଟ ଆୟୋଜନ କରିବ । ଏହାପରେ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏସବୁ କାର୍ଯ୍ୟସୂଚୀ ଜାରି କରାଯାଇ ନାହିଁ।
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ବଡ଼ ଆହ୍ୱାନ ହେବ । ଉଭୟ ଶକ୍ତିଶାଳୀ ଟିମ୍ । ଅବଶ୍ୟ ଏହା ଭିନ୍ନ କଥା ଯେ ଅଷ୍ଟ୍ରେଲିଆ ୧୦ ବର୍ଷ ହେଲା ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିପାରି ନାହିଁ ।
ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍ରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ଫର୍ମାଟ୍ରେ ଟିମ୍କୁ ଏକ ସ୍ଥାୟୀ ଅଧିନାୟକ ମିଳିବାର ସମ୍ଭାବନା ରହିଛି । ଏଠାରୁ କ୍ଷୁଦ୍ରତମ ଫର୍ମାଟ୍ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇପାରେ।
ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟି-୨୦ ଟିମ୍ର ସ୍ଥାୟୀ ଅଧିନାୟକ ହୋଇପାରନ୍ତି । ଏମିତି ବି ଚର୍ଚ୍ଚା ହେଉଛି ଯେ ବିଶ୍ୱକପ୍ରେ ସେ ଟିମ୍ର ନେତୃତ୍ୱ ନେଇପାରନ୍ତି । ତେବେ ଆଇପିଏଲ୍ ୨୦୨୪ ଟିମ୍ ଓ ଅଧିନାୟକ ଚୟନ ପାଇଁ ମୁଖ୍ୟ ଆଧାର ହେବ ବୋଲି କୁହାଯାଉଛି।
ଏତଦ୍ଭିନ୍ନ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଟି-୨୦ ବିଶ୍ୱକପ୍ ୨୦୨୪ ଯାଏଁ ଟିମ୍ ସହିତ ରହିବେ । ଏହାପରେ ପ୍ରଦର୍ଶନ ଆଧାରରେ ତାଙ୍କ କାର୍ଯ୍ୟକାଳକୁ ପୁନର୍ବାର ବଢ଼ାଯାଇପାରେ, ଅନ୍ତତଃ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଓ ଡବ୍ଲ୍ୟୁଟିସି ଫାଇନାଲ୍ ଯାଏଁ । ଯଦି ଦ୍ରାବିଡ଼ ରାଜି ନ ହୁଅନ୍ତି କିମ୍ବା ତାଙ୍କ କାର୍ଯ୍ୟକାଳକୁ ବଢ଼ା ନ ଯାଏ, ତା’ହେଲେ ଜୁଲାଇରୁ ଭାରତୀୟ ଟିମ୍ ନୂଆ ମୁଖ୍ୟ କୋଚ୍ ପାଇବ।
୨୦୨୩ ଭଳି ୨୦୨୪ରେ ମଧ୍ୟ ଭାରତୀୟ ଟିମ୍ ଚର୍ଚ୍ଚାରେ ରହିବ । ପ୍ରାୟ ସବୁ ଫର୍ମାଟ୍ରେ ଟିମ୍ ଇଣ୍ଡିଆ ଭଲ ଫର୍ମରେ ରହିଛି । ଯୁବ ଖେଳାଳିମାନେ ଚମକପ୍ରଦ ପ୍ରଦର୍ଶନ କରୁଛନ୍ତି । ଏ ବର୍ଷ ଟି-୨୦ ବିଶ୍ୱକପ୍ ସହିତ ଟେଷ୍ଟ ମୁକାବିଲା ମଧ୍ୟ ରୋମାଞ୍ଚ ବଢ଼ାଇବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ବୟାନ ଦେଇ ଚେତନ ଶର୍ମା ଉଦାହରଣ ଦେଇ କହିଛନ୍ତି, ଯେତେବେଳେ ୨ ଜଣ ବଡ଼ ନେତା ଥାନ୍ତି, ସେତେବେଳେ ଉଭୟଙ୍କ ମଧ୍ୟରେ ବଡ଼ ସଂଘର୍ଷ ହୋଇଥାଏ। ତେବେ ରୋହିତ ଓ କୋହଲିଙ୍କ ମଧ୍ୟରେ କୌଣସି ମତଭେଦ କିମ୍ବା ବିବାଦ ନାହିଁ। ବରଂ ଅହଙ୍କାର ରହିଛି। କୋହଲି ଓ ରୋହିତ ଜଣେ ଅନ୍ୟ ଜଣଙ୍କୁ ସପୋର୍ଟ କରିଥାନ୍ତି। ହେଲେ ଅନେକ ଥର ଉଭୟଙ୍କ ମଧ୍ୟରେ ଅହଙ୍କାର ଆସି ଯାଇଥାଏ।
ଏପରିକି ଅନେକ ଥର ଗଣମାଧ୍ୟମରେ ସାମ୍ନାକୁ ଆସିଛି ଯେ, ଅଧିନାୟକତ୍ୱକୁ ନେଇ ରୋହିତ ଓ ବିରାଟଙ୍କ ମଧ୍ୟରେ ବିବାଦ ଜାରି ରହିଛି। ହେଲେ ଅଧିନାୟକତ୍ୱକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନଥିଲା। ବରଂ ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ଅନ୍ୟ ଜଣଙ୍କୁ ସପୋର୍ଟ କରିଥାନ୍ତି। ଅଧିନାୟକତ୍ୱକୁ ନେଇ କେବେବି ବିରାଟ ଓ ରୋହିତଙ୍କ ମଧ୍ୟରେ ଝଗଡ଼ା ନଥିଲା। ଏସବୁ ଗୁଜବ ବୋଲି ଚେତନ ଶର୍ମା କହିଛନ୍ତି। କିନ୍ତୁ ଯେତେବେଳେ ଟିମ୍ ଇଣ୍ଡିଆ ସମ୍ବନ୍ଧିତ କୌଣସି ବଡ଼ ନିଷ୍ପତ୍ତି ନିଆଯାଏ, ସେତେବେଳେ ବିରାଟ ଓ ରୋହିତଙ୍କ ମଧ୍ୟରେ ଇର୍ଷା ଦେଖିବାକୁ ମିଳିଥାଏ।
]]>ଭାରତୀୟ କ୍ରିକେଟ୍ ଟିମ୍ର କିଛି ବଡ଼ ଓ ଅଭିଜ୍ଞ କ୍ରିକେଟରମାନେ ମଧ୍ୟ ଇଞ୍ଜେକସନ୍ ନେଇଥାନ୍ତି। ଏପରିକି ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ବି ଏହି ଖେଳାଳିମାନେ ଆହତ ହୁଅନ୍ତି, ସେତେବେଳେ ଡାକ୍ତର ସେମାନଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକସନ୍ ଯୋଗାଇ ଦେଇଥାନ୍ତି ବୋଲି ଚେତନ ଶର୍ମା ସୂଚନା ଦେଇଛନ୍ତି।
ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ଚେତନ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ୨୦୨୧ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ। ତେବେ ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନୁହେଁ, ଅହଙ୍କାର ରହିଛି। ଇର୍ଷା ଓ ଭୁଲ ବୁଝାମଣା ଯୋଗୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଷ୍ଟିଙ୍ଗ ଅପରେସନ୍ ବେଳେ ଚେତନ ଶର୍ମା କହିଛନ୍ତି।
୨୩ ବର୍ଷର କ୍ରିକେଟ୍ କ୍ୟାରିୟରକୁ ସ୍ମରଣୀୟ ଏବଂ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ । ୧୭ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ହରଭଜନ ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଥିଲେ ।
୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷ ଗାଭାସ୍କର-ବର୍ଡର ସିରିଜ୍ରେ ୩ଟି ମ୍ୟାଚରେ ୩୨ ଓ୍ୱିକେଟ୍ ନେଇ ଭାରତକୁ ଐତିହାସିକ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ ପଞ୍ଜାବର ଏହି ଖେଳାଳି । ୪୧ ବର୍ଷୀୟ ହରଭଜନ ୧୦୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୧୭ ଓ୍ୱିକେଟ୍ ଅକ୍ତିଆର୍ କରିଥିବା ବେଳେ ୨୩୬ଟି ଦିନିକିଆରେ ୨୬୯ ଓ୍ୱିକେଟ୍ ଏବଂ ଟି-ଟ୍ୱେଣ୍ଟିରେ ୨୫ ଓ୍ୱିକେଟ୍ ନେଇଛନ୍ତି ।
ସେ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ । ଶେଷ ଥର ଲାଗି ସେ ୨୦୧୬ରେ ଭାରତ ପାଇଁ ଅର୍ନ୍ତଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ । ଆଇପିଏଲ୍ରେ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଏବଂ କୋଲକତା ନାଇଟ୍ ରାଇଡର୍ସ ପାଇଁ ପ୍ରତିନିଧିତ୍ୱ କରିଥିଲେ ।
]]>ଖେଳାଳି ଜଣକ କରୋନାର ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଯାହାକି ଏବେ ଇଂଲଣ୍ଡରେ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଜଣାପଡ଼ିନାହିଁ। ବିସିସିଆଇ ଖୁବଶୀଘ୍ର ତାଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ମଳିଛି।
ବିସିସିଆଇର ସେକ୍ରେଟାରୀ ଜୟ ଶାହ ଏକ ଇ-ମେଲ ମାଧ୍ୟମରେ ଜନ ଗହଳି ସ୍ଥାନକୁ ନଯିବାକୁ ସମସ୍ତ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳାଯିବ।
ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍ର ୨ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଫଳରେ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ ୧୩ ବଦଳରେ ଜୁଲାଇ ୧୮ରେ ଖେଳାଯିବ। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ୍ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗ୍ରାଣ୍ଟ୍ ଓ ନିରୋଶାନ୍ ଇଂଲଣ୍ଡ ଗସ୍ତରୁ ଫେରିବା ପରେ କରୋନା ଟେଷ୍ଟ କରାଇଥିଲେ ଓ ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ୱ ଶିଖର ଧୱନ ନେଉଥିବା ବେଳେ ରାହୁଲ ଦ୍ରାବିଡ କୋଚ୍ ରହିଛନ୍ତି।
]]>ଏହି ମହିଳା କ୍ରିକେଟର ହାର୍ଲିନ ଦେଓଲ ମଧ୍ୟ ମହିଳା ଏବଂ ପୁରୁଷ କ୍ରିକେଟ୍ ଦଳ ସହିତ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ହାର୍ଲିନ ଇଂଲଣ୍ଡ ବିପକ୍ଷରେ ଭାରତର ମହିଳା ଟି -୨୦ ଦଳରରେ ସାମିଲ ଅଛନ୍ତି । ହାର୍ଲିନଙ୍କ ଏହି କମେଣ୍ଟ ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ସର୍ଚ୍ଚ କରାଯାଇଛି । ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଉପରେ ଫ୍ୟାନମାନେ ପ୍ରବଳ କମେଣ୍ଟ ଦେଉଛନ୍ତି । ଫ୍ୟାନମାନେ କହିଛନ୍ତି ଯେ ସେ ଜଣେ ହିରୋଇନଙ୍କଠାରୁ କମ୍ ନୁହଁନ୍ତି ।
୨୨ ବର୍ଷୀୟ ହାର୍ଲିନ୍ ଦେଓଲ ଏବେ ସୁଦ୍ଧା ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଦିନିକିଆରେ ୨ ରନ୍ ଏବଂ ଟି-୨୦ ରେ ୧୧୦ ରନ୍ କରିଛନ୍ତି । ଅନ୍ୟପଟେ ଟି-୨୦ କ୍ରିକେଟରେ ସେ ୬ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ନିଜର ଏହି ଛୋଟ କ୍ରିକେଟ କ୍ୟାରିୟର ମଧ୍ୟରେ ହାର୍ଲିନ୍ ଭାରତୀୟ ମହିଳା କ୍ରିକେଟ୍ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ।
ହାର୍ଲିନ୍ ଦେଓଲଙ୍କ କ୍ରିକେଟ୍ ଯାତ୍ରା ଏତେ ସହଜ ନଥିଲା । ଏହି ଖେଳାଳି କ୍ରିକେଟରେ କ୍ୟାରିୟର କରିବାକୁ ମାତ୍ର ୧୩ ବର୍ଷ ବୟସରେ ନିଜ ପରିବାର ଏବଂ ଘର ଛାଡିଥିଲେ । କ୍ରିକେଟ୍ ଦୁନିଆରେ ନାମ ବନାଇବା ପାଇଁ ହାର୍ଲିନ୍ ଚଣ୍ଡିଗଡ଼ ଛାଡି ହିମାଚଳ ପ୍ରଦେଶରେ ପହଞ୍ଚିଥିଲେ ।
୨୦୧୯ରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳରେ ମନୋନୀତ ହେବା ପରେ ହାର୍ଲିନ୍ କହିଥିଲେ ଯେ, ମୁଁ ଏଠାରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିଛି । ଜାତୀୟ ଦଳ ପାଇଁ ଖେଳିବା ତାଙ୍କର ଲକ୍ଷ୍ୟ ରହିଥିଲା ।
୧୩ ବର୍ଷ ବୟସରେ ପିତା-ମାତାଙ୍କୁ ଛାଡ଼ି ହାର୍ଲିନ ଦେଓଲଙ୍କ ପାଇଁ ଏକ ନୂଆ ସହରରେ ବସବାସ କରିବା ସହଜ ନଥିଲା । କିନ୍ତୁ ହାର୍ଲିନ ଏହି ଆହ୍ୱାନକୁ ଗ୍ରହଣ କରି ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ଅଣ୍ଡର-୧୯ ଆବାସିକ ଏକାଡେମୀରେ ନାମ ଲେଖାଇଥିଲେ ।
ଯେତେବେଳେ ଭାରତୀୟ କ୍ରିକେଟ୍ ଦଳରେ ପ୍ରଥମ ଥର ପାଇଁ ହାର୍ଲିନ୍ ଦେଓଲ ମନୋନୀତ ହୋଇଥିଲେ । ସେ କହିଥିଲେ ଯେ, ମୋର ଜେଜେମା (ଗୁରୁଦେବ କୌର) ଚାହୁଁଥିଲେ ମୁଁ ଭାରତ ପାଇଁ ଖେଳେ । ହାର୍ଲିନ୍ କହିଛନ୍ତି ଯେ, ସେ ତାଙ୍କ ମା’ ଚରଣଜିତ୍ ଦେଓଲଙ୍କୁ ମଧ୍ୟ ଶ୍ରେୟ ଦେଉଛନ୍ତି, ଯିଏ ତାଙ୍କୁ ପ୍ରତ୍ୟେକ ନିଷ୍ପତ୍ତିରେ ସମର୍ଥନ କରିଥିଲେ ।
]]>