ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। କିଛି ଲୋକ ବିକଳ୍ପଭାବେ ଅଧିକ ଟଙ୍କାର କିମ୍ବା ଟ୍ରେଜରୀ ଚାଲଣ କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ, ହେଡ୍ ପୋଷ୍ଟ ମାଷ୍ଟରଙ୍କ କହିବା କଥା, ପାଖାପାଖି ୬ ମାସ ହେବ ୧୦ ଟଙ୍କିଆ ଆଇ.ପି.ଓ. ସପ୍ଲାଏ ହେଉ ନଥିବା ନେଇ ଅବଗତ କରାଇଛି। ଏହାର ବିକଳ୍ପ ଭାବେ ଜଣେ ୧୦ଟି ଟଙ୍କିକିଆ ଆଇ.ପି.ଓ. କିଣି ବ୍ୟବହାର କରିପାରିବେ। ଯେଉଁଥିପାଇଁ ଅଧିକ ୯ ଟଙ୍କା ଲୋକଙ୍କୁ ଚାର୍ଜେସ୍ ଦେବାକୁ ପଡିବ।
]]>
ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ ।
ସେହିଭଳି ପାଢେଲର ପୋଷ୍ଟମାଷ୍ଟର ପୂଜା ମେହେର, ଘସିଏନର ପୋଷ୍ଟମାଷ୍ଟର ରଘୁନାଥ ମେହେରଙ୍କ ବି ପତ୍ତା ମିଳୁନି । ଓଟିଭିରେ ନକଲି ସାର୍ଟିଫିକେଟର ଖବର ପରେ କିଏ କୁଆଡ଼େ ଗଲେ କାହାର ଦର୍ଶନ ମିଳୁନି । ଡାକ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ, ପୂଜା, ଫକିର, ରଘୁନାଥ ଏବଂ କୋକିଳ କିଛିମାସ ତଳେ ଚାକିରି ପାଇଛନ୍ତି । କିନ୍ତୁ ଫକୀର କାର୍ଯ୍ୟରେ ଯୋଗଦେଇନାହାଁନ୍ତି । ଅନ୍ୟ ୪ ଜଣଙ୍କ ସାଟିଫିକେଟକୁ ସନ୍ଦେହ କରି ଦରମା ବନ୍ଦ କରାଯାଇଥିବା ବଲାଙ୍ଗିର ଡାକମଣ୍ଡଳ ଅଧିକ୍ଷକ କହିଛନ୍ତି ।
୨୦୨୨ରେ ବଲାଙ୍ଗିର ଡାକମଣ୍ଡଳ ପାଇଁ ବାହାରିଥିଲା ୮୩ଟି ବ୍ରାଞ୍ଚ ପୋଷ୍ଟର ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ସହ ଡାକସେବା ପଦବୀ । ଆଉ ଆବେଦନକାରୀଙ୍କ ମଧ୍ୟରୁ ୩୭ଜଣ ଥିଲେ ଉତ୍ତରପ୍ରଦେଶରୁ ମାଟ୍ରିକ ସାର୍ଟିଫିକେଟ ଆଣିଥିବା ଆବେଦନକାରୀ । ରୋଚକ କଥା ହେଉଛି, କିଛି ମାଟ୍ରିକ ସାର୍ଟିଫିକେଟରେ ଅନର୍ସ ପାଇଥିବା ଲେଖାଯାଇଛି ।
ତେବେ ଉତ୍ତରପ୍ରଦେଶରୁ ପାଇଥିବା ମାଟ୍ରିକ ସାର୍ଟିଫିକେଟରେ ଓଡ଼ିଆ ବିଷୟରେ ମାର୍କ ମିଳିଲା କେମିତି ? ସତରେ କ’ଣ ସମସ୍ତେ ପ୍ରତ୍ୟେକ ବିଷୟରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ? ଏଭଳି ସନ୍ଦେହ ପରେ ସତ୍ୟାସତ୍ୟ ଜାଣିବାକୁ ବଲାଙ୍ଗିର ଡାକ ବିଭାଗ ସଂପୃକ୍ତ ଅନୁଷ୍ଠାନକୁ ଚିଠି କରିଥିଲା । ଆଉ ଯେଉଁ ଉତ୍ତର ଆସିଲା ତାହା ବି ଥିଲା ନକଲି । କାରଣ ଯାଞ୍ଚ ରିପୋର୍ଟରେ Verified ସହ Genuine ଲେଖାଯାଏ । କିନ୍ତୁ ଲେଖାଯାଇଛି କେବଳ Verified । ଏଭଳି ଅନେକ ସନ୍ଦେହ ହେବାରୁ ସଂପୃକ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯିବା ସହ ବଲାଙ୍ଗିର ଡାକମଣ୍ଡଳ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି।
ଏଭଳି ଘଟଣା ପରେ ଦିନରାତି ପାଠପଢିବା ସହ ସଂଘର୍ଷ କରୁଥିବା ଚାକିରି ଆଶାୟୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ତେବେ ଘଟଣା ସଂପର୍କରେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତର ନିର୍ଦ୍ଦେଶ ଦେଇଥିବା ବଲାଙ୍ଗିର ଏସ୍.ପି ସୂଚନା ଦେଇଛନ୍ତି ।
ମନରଂଜନ ଯୋଷୀ, ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍, ଓଟିଭି
]]>Economic Timesର ରିପୋର୍ଟ ଅନୁସାରେ, ଡିଜିଟାଲେଇଜେସନକୁ ପ୍ରୋତ୍ସାହନ ଦେବା ଲାଗି ଖୁବ୍ଶୀଘ୍ର ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟସ୍ ବ୍ୟାଙ୍କ ଓ ହ୍ୱାଟ୍ସଆପ୍ ମଧ୍ୟରେ ପାର୍ଟନରଶିପ୍ ହୋଇପାରେ। ଏହାଦ୍ୱାରା India Post Payments Bankର ଗ୍ରାହକ ଉତ୍ତମ ସେବା ପାଇପାରିବେ। ଫଳରେ ଛୋଟ କାମ ପାଇଁ ଗ୍ରାହକଙ୍କୁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡ଼ିବନି। ୟୁଜର୍ସଙ୍କୁ ଆକାଉଣ୍ଟ ବାଲାନ୍ସ ଚେକ୍ କରିବାଠୁ ଆରମ୍ଭ କରି ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସମସ୍ତ ଅପ୍ସନ୍ ମିଳିବ।
୨୦୧୮ ମସିହାରେ India Post Payments Bank ଲଞ୍ଚ୍ ହୋଇଥିଲା। ଏହା ହେଉଛି ପବ୍ଲିକ୍ ଲିମିଟେଡ୍ ବ୍ୟାଙ୍କ, ଯେଉଁଥିରେ କେନ୍ଦ୍ର ସରକାରଙ୍କ ୧୦୦% ଷ୍ଟେକ୍ ରହିଛି। ଏଥିରେ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ୍ ଅନ୍ତର୍ଗତ ପେମେଣ୍ଟ ବ୍ୟାଙ୍କ ଆଧାରରେ ସେଟ୍ଅପ୍ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି, ୬୦ ଦିନ ପର୍ଯ୍ୟନ୍ତ ଏହି ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ। ଏଥିରେ IPPB ସେବା ଭଳି ବାଲାନ୍ସ ଚେକ୍ କରିବା, ନୂଆ ଆକାଉଣ୍ଟ ଖୋଲିବା, ପିନ୍ କିମ୍ବା ପାସ୍ୱର୍ଡ ଚେକ୍ ଇତ୍ୟାଦିକୁ ସାମିଲ କରାଯାଇଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, କିଛି ଗ୍ରାହକଙ୍କୁ ବିଶେଷ ସୁବିଧା ମିଳିବ। ଏହି ସେବାରେ ଟଙ୍କା ଉଠାଣ, ଆଧାରରୁ ଆଧାର ଟ୍ରାନ୍ସଫର୍, ପ୍ୟାନ୍ ନମ୍ବର ଅପଡେଟ୍, ଆଧାର ନମ୍ବର ଓ ଆକାଉଣ୍ଟ ମ୍ୟାନେଜ୍ ଇତ୍ୟାଦି କରିପାରିବେ। ଏବେ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ୍ ବ୍ୟାଙ୍କର ଗ୍ରାହକ ଅନ୍ଲାଇନ୍ ସେବା କିମ୍ବା ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ IPPB ୱେବ୍ସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟରେ access କରିପାରିବେ।
]]>ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।
ଶିକ୍ଷାଗତ ଯୋଗ୍ୟତା: କେନ୍ଦ୍ର ସରକାର/ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଆବେଦନକାରୀ କମ୍ପ୍ୟୁଟର ଶିଖିଥିବା ଦରକାର। ଏକ ମାନ୍ୟତା ପ୍ରାପ୍ତ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ୬୦ ଦିନର କମ୍ପ୍ୟୁଟର ଟ୍ରେନିଂ ସାର୍ଟିଫିକେଟ୍ ଥିବା ଆବଶ୍ୟକ।
ଆବେଦନ ଫି: ଏସସି/ଏସଟି/ପିଏଚ୍/ମହିଳା ଆବେଦନକାରୀଙ୍କ ପାଇଁ ଆବେଦନ ଫି ସମ୍ପୁର୍ଣ୍ଣ ମାଗଣା।
କେମିତି କରିବେ ଆବେଦନ: ଆଗ୍ରହୀ ପ୍ରାର୍ଥୀ ଏହି ଲିଙ୍କକୁ ଯାଇ ଆବେଦନ କରିପାରିବେ। https://indiapost.gov.in orhttp://appost.in/gdsonline
]]>