ଆଜି ଅପରାହ୍ଣରେ ଏହି ବୈଠକ ହୋଇଛି। କୋଭିଡ୍ ବିରୋଧୀ ଯୁଦ୍ଧରେ ଦେଶରେ ଶହେ କୋଟି ଭ୍ୟାକ୍ସିନ ଡୋଜ୍ ସଫଳତାର ସହ ଦିଆଯିବାର ଦିନକ ପରେ ଟିକା ନିର୍ମାତା କଂପାନି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ସୁଧା ମିଳିଥିବା ଉପଲବ୍ଧି ଓ ଆଗକୁ ଆହୁରି ଗବେଷଣା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶରେ ଶହେ କୋଟି ଡୋଜ୍ ଟିକାରୁ ୭୫ ପ୍ରତିଶତ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୩୧ ପ୍ରତିଶତ ଦୁଇ ଡୋଜ୍ ଟିକା ନେଇଛନ୍ତି। ଦେଶରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ। ୯ ମାସ ୫ ଦିନରେ ଭାରତ ଶହେ କୋଟି ଡୋଜ୍ କୋଭିଡ୍ ଟିକାକରଣ କରିଛି।
]]>ପୂର୍ବରୁ ମୁମ୍ବାଇର ଏଇଏମ୍ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ନେଇ କିଛି ଭିଡିଓ ଭାଇରାଲ ହୋଇଥିଲା। ଚିକିତ୍ସାଧିନ ରୋଗୀଙ୍କ ନିକଟରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ ମୃତଦେହ। ଦିଲ୍ଲୀର LNJP ହସ୍ପିଟାଲର ଲବି ଏବଂ ବିଶ୍ରାମକକ୍ଷରେ ମୃତଦେହ ପଡ଼ି ରହିଥିବା ଭିଜୁଆଲକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ କୋଲକାତା ସହରର ଚିତ୍ର ଏସବୁ ଘଟଣାକୁ ବଳିଯାଇଛି।
ଏପଟେ କରୋନା ରୋଗୀଙ୍କ ମୃତଦେହ ପ୍ରତି ଅସମ୍ମାନ ଓ ସେମାନଙ୍କ ଚିକିତ୍ସାରେ ଅବହେଳା ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରୋଗୀଙ୍କ ପାଖରେ ମୃତଦେହ ପଡ଼ି ରହିବା, ରୋଗୀଙ୍କ ମୃତ୍ୟୁ ନେଇ ସମ୍ପର୍କୀୟଙ୍କୁ ସୂଚନା ଦିଆନଯିବା, ମୃତକଙ୍କ ଅନ୍ତ୍ୟେଷ୍ଟିରେ ପରିଜନଙ୍କୁ ସାମିଲ କରାନଯିବା ଭଳି ଅଭିଯୋଗକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତା ସହ କରୋନା ମହାମାରୀରୁ ପରିଚାଳନାକୁ ନେଇ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ସ୍ଥିତି ଅତି ଦୟନୀୟ ବୋଲି କୋର୍ଟ କହିଛନ୍ତି। ସେହିପରି ଦିଲ୍ଲୀରେ କରୋନା ଟେଷ୍ଟ ସଂଖ୍ୟା କମୁଥିବାରୁ ପରୀକ୍ଷା ବଢ଼ାଇବା ଲାଗି କୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
କେବଳ ଦିଲ୍ଲୀ ନୁହେଁ, କୋରନା ରୋଗୀଙ୍କ ଚିକିତ୍ସା ଓ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପ୍ରସଙ୍ଗରେ ପଶ୍ଚିମବଂଗ, ମହାରାଷ୍ଟ୍ର, ଓ ତାମିଲନାଡୁ ସରକାରଙ୍କୁ ବି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସେହିପରି ରୋଗୀଙ୍କ ଚିକିତ୍ସା ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତ ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
]]>ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ସର୍ବାଧିକ ୧୦,୯୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫କୁ ବୃଦ୍ଧି ହୋଇଛି। ଏହାସହ ୩୯୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୮ ହଜାର ୪୯୮ରେ ପହଞ୍ଚିଛି।
ଏବେ ଦେଶରେ ୧ ଲକ୍ଷ ୪୧ ହଜାର ୮୪୨ ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଲକ୍ଷ ୪୭ ହଜାର ୧୯୫ ଆକ୍ରାନ୍ତ।
ଦେଶରେ ମହାରାଷ୍ଟ୍ରର ସ୍ଥିତି ସଙ୍ଗିନ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୯୭ ହଜାର ୬୪୮ ଆକ୍ରାନ୍ତ ହେବା ସହ ୩୫୯୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜରାଟରେ ୧୩୮୫, ଦିଲ୍ଲୀରେ ୧୦୮୫ ଏବଂ ପଶ୍ଚିମବଙ୍ଗରେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ମେ ୨୪ ତାରିଖରେ ଭାରତ ବିଶ୍ୱ ସଂକ୍ରମଣ ତାଲିକାର ଦଶମ ସ୍ଥାନରେ ଥିବା ବେଳେ ମାତ୍ର ୧୮ ଦିନରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଲକ୍ଡାଉନ୍ ପୂର୍ବରୁ ଭାରତରେ ୫ ଶହ ସଂକ୍ରମିତ ଚିହ୍ନଟ ହେବା ସହ ମାତ୍ର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।
]]>ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍ କେସ୍ ୮୦ ହଜାର ୭୨୨ ରହିଛି। ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬୦ ହଜାର ୪୯୧ ଜଣ ବ୍ୟକ୍ତି।
ମହାରାଷ୍ଟ୍ରରେ ସର୍ବାଧିକ ୫୨ ହଜାର ୬୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୧୬୯୫ ଟପିଛି। ସେହିଭଳି ଗୁଜରାଟରେ ୮୮୮ ଜଣ ମଧ୍ୟପ୍ରଦେଶ ୩୦୦, ପଶ୍ଚିମବଙ୍ଗରେ ୨୭୮ ଜଣଙ୍କର ଜୀବନ ନେଇ ସାରିଲାଣି କରୋନା। ଦିଲ୍ଲୀରେ ୨୭୬, ରାଜସ୍ଥାନରେ ୧୬୭, ଉତ୍ତରପ୍ରଦେଶରେ ୧୬୫ ଜଣ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଯାଇଛି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
]]>ମହାରାଷ୍ଟ୍ରରେ ସର୍ବାଧିକ ୫୪ ହଜାର ୭୫୮ ଆକ୍ରାନ୍ତ ଥିବାବେଳେ ୧୭୯୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ସେଇଭଳି ଗୁଜରାଟରେ ୯୧୫, ମଧ୍ୟପ୍ରଦେଶରେ ୩୦୫, ପଶ୍ଚିମବଙ୍ଗରେ ୨୮୩, ଦିଲ୍ଲୀରେ ୨୮୮, ରାଜସ୍ଥାନ ୧୭୦ ଏବଂ ଉତ୍ତରପ୍ରଦେଶରେ ୧୭୦ ଜଣଙ୍କର ମୃତ୍ୟୁ ହେଲାଣି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଗକୁ ଯେ ବିପଦ ବଢୁଛି ଏକଥା ଏହି ସଂଖ୍ୟାରୁ ସ୍ପଷ୍ଟ ହେଉଛି। କାରଣ ମାତ୍ର ୧୦ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଦିନରେ ୧ ଲକ୍ଷରୁ ଦେଢ ଲକ୍ଷରେ ପହଞ୍ଚି ସାରିଲାଣି। ଭାରତରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଜାନୁଆରୀ ୩୦ ତାରିଖରେ। ଫେବୃଆରୀରେ ଏହାର ସଂକ୍ରମଣ ବହୁତ କମ୍ ଥିଲା। ହେଲେ ଏପ୍ରିଲ ୩୦ ତାରିଖକୁ ଏହାର ସଂଖ୍ୟା ୩୪,୮୬୬ରେ ପହଞ୍ଚି ଯାଇଥିଲା। ମେ’ ମାସରେ ଏହାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୨୭ ଦିନରେ ୧,୧୬୯୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏକ ଆକାଳନରୁ ଜଣାଯାଇଛି, ମାତ୍ର ୧୨ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଏକ ଲକ୍ଷରେ ପହଞ୍ଚିଛି। ପରବର୍ତ୍ତୀ ୧୦ ଦିନରୁ କମ୍ ସମୟ ଭିତରେ ୫୦ ହଜାର ବୃଦ୍ଧି ପାଇଲା। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
]]>