• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India China Border Fight

China China Deployed 50 Thousand Soldiers On Ladakh Lac Using Drones In Disputed Areas
ଭାରତ ଉପରେ ନଜର ରଖିବା ପାଇଁ ୫୦ ହଜାର ସେନା ମୁତୟନ ସହ ଡ୍ରୋନ୍‌ ଉଡ଼ାଉଛି ଡ୍ରାଗନ

ଭାରତ-ଚୀନ୍‌ ସୀମାରେ ଚୀନ୍‌ ତାର କାର୍ଯ୍ୟକଳାପକୁ ବଢାଇବାରେ ଲାଗିଛି । ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ପ୍ରାୟ ୫୦ ହଜାରରୁ ଅଧିକ ସେନାଙ୍କୁ ନିୟୋଜିତ କରିଛି । ଏହାସହ ଭାରତୀୟ ସୀମା ନିକଟରେ ଡ୍ରୋନ୍ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

trump
ଭାରତ-ଚାଇନା ସୀମା ବିବାଦ: ଉଭୟ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲା ଆମେରିକା

ୱାଶିଂଟନ: ଚାଇନା-ଭାରତ ସୀମା ବିବାଦରେ ଆମେରିକାର ମଧ୍ୟସ୍ଥତା ନେଇ ଭାରତ ଓ ଚାଇନା ବାରମ୍ବାର ମନା କରୁଥିବା ବେଳେ ପୁଣିଥରେ ସାହାଯ୍ୟ କରିବା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ସାମାଧାନ କରିବା ପାଇଁ ଆମେରିକା କଥା ହୋଇଛି। ଏଥିପାଇଁ ସେ ପ୍ରସ୍ତୁତ ଥିବା ଶନିବାର ନିର୍ବାଚନ ରାଲିରେ ଯୋଗ ଦେବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଟ୍ରମ୍ପ। ଟ୍ରମ୍ପ ତାଙ୍କ […]

RKS-Bhadauria
'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି […]

opd
ସହିଦ ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକପ୍ରକାଶ କଲା ଆମେରିକା

ୱାଶିଂଟନ: ଲଦାଖର ଗଲୱାନ ଭ୍ୟାଲିରେ ଚୀନ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଆମେରିକା। ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପିଓ ଏ ନେଇ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, “ ଚାଇନା ସହିତ ସଂଘର୍ଷ କରି ମୂଲ୍ୟବାନ ଜୀବନ ହରାଇଥିବା ଭାରତ ପାଇଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।” ଚୀନ କୁଟନିତୀଜ୍ଞ ୟାଙ୍ଗ ଜେଇଚିଙ୍କ ସହିତ ଆଲୋଚନା ପରେ ଭାରତ […]

India China Border Fight Update
ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ିଲା ଚୀନ !

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷର କିଛିଦିନ ପରେ ଚୀନ ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ି ଦେଇଛି। ଦୁଇ ଦେଶ ମଧ୍ୟରେ ଲଗାତର ତିନିଦିନ ଧରି ଆଲୋଚନା ପରେ ଗୁରୁବାର ସନ୍ଧ୍ୟାରେ ୨ ମେଜରଙ୍କ ସହିତ ମୋଟ ୧୦ ଜଣ ଯବାନଙ୍କୁ ମୁକ୍ତ କରି ଦେଇଛି ଚୀନ। ସମାଚାର ଏଜେନ୍ସି PTI ରେ ଏଭଳି ଖବର ପ୍ରକାଶ ପାଇଛି। ଖବର ଅନୁସାରେ, ଭାରତୀୟ ଯବାନଙ୍କୁ ମୁକୁଳାଇବା ପାଇଁ ଲଗାତର ଭାବେ […]

china
ଚୀନ୍‌କୁ ସାବାଡ୍‌ କରିବାକୁ ୫ ପ୍ଲାନ୍

ପୁରୀ: ଚୀନର ଧୋକାବାଜି ପରେ ସାରା ଦେଶରେ ମେଡ୍-ଇନ୍-ଚାଇନା ସାମଗ୍ରୀ ପ୍ରତି ବିଦ୍ରୋହ ତେଜିବାରେ ଲାଗିଛି। ଦେଶବାସୀ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଣ୍ଟାଭିଡୁଥିବା ବେଳେ, ଚୀନ୍‌କୁ ଉଚିତ ଶିକ୍ଷା ଦେବାକୁ ସରକାରୀ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି କସରତ। ସାରା ଦେଶରେ ଚୀନ୍ ବିରୋଧୀ ତାତି ନାରାବାଜିଠୁ କୁଶପୁତ୍ତଳିକା ଦାହ କରିବା ସହିତ ଚୀନି ସାମଗ୍ରୀ ଭଙ୍ଗା-ଜଳାଠୁ, ହୋର୍ଡିଂରେ କାଳି ବୋଳା ଆଦି ଚାଲିଛି। ବିହାର ପାଟନାରେ ତ ଗଧ ବେକରେ ଝୁଲିଛି ଚୀନ ରାଷ୍ଟ୍ରମୁଖ୍ୟଙ୍କ […]

ajit-doval
ଚୀନର ପଛଘୁଞ୍ଚା ପଛର ମାଷ୍ଟରମାଇଣ୍ଡ କିଏ?

ନୂଆଦିଲ୍ଲୀ: କାମ ଦେଲା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ। ସଫଳ କୂଟନୀତି ଓ ଘେରାବନ୍ଦୀ ଆଗରେ ହାର୍ ମାନିଲା ଡ୍ରାଗନ୍। ଶେଷରେ ଗଲୱାନ୍ ଘାଟିରେ ପଛକୁ ହଟିଛି ଚୀନ୍। ମାସେରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ପରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପଛକୁ ହଟିଛି। ସୋମବାର ପିଏଲଏ ସୈନ୍ୟ ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖର ଗଲୱାନ ଭ୍ୟାଲିର ପାଟ୍ରୋଲ ପଏଣ୍ଟ (ପିପି) ୧୪, ୧୫ ଏବଂ ୧୭-ଏ ଏବଂ ଗୋଗ୍ରା-ହଟସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର […]

pm-modi
'କେହି ଆମକୁ ଆଖି ଦେଖାଇ ପାରିବେନି'

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ନିକଟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ଯାହା ପରେ ଚୀନ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଥିଲେ। ବୈଠକ ପରେ ମୋଦି ଚୀନ୍ ଉପରେ ବର୍ଷିଥିବା ବେଳେ ଭାରତୀୟ ସେନାକୁ ସଲାମ୍ କରିଛନ୍ତି। ମୋଦି କହିଛନ୍ତି, “ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହାରି କବଜାରେ ନାହିଁ। ଆମର ଇଞ୍ଚେ ବି ଜମି ଉପରେ […]

bihar
ସହିଦ ପୁଅ ପାଇଁ କାଲି ପଡ଼ିଥିଲା କାନ୍ଦବୋବାଳି, ହେଲେ ଆଜି..

ଛପରା:ଗତକାଲି ଖବର ମିଳିଥିଲା ପୁଅ ସହିଦ ହୋଇଯାଇଛି।  ଖେଳି ଯାଇଥିଲା ଶୋକର ଲହରି ।  ପରିବାର ଲୋକଙ୍କ କାନ୍ଦରେ ଭିଜୁଥିଲା ଘର ଅଗଣା।  ହେଲେ ଆଜି ସେଇ ଘରେ ଖୁସିର ଜୁଆର। କାରଣ  ଆଜି ସକାଳୁ ଖବର ଆସିଛି ଛପରାର ଲାଲ୍‌ ସୁନିଲ ରାୟ ସୀମାରେ ସହିଦ୍‌ ହୋଇନାହାନ୍ତି। ସେ ଠିକ୍‌ଠାକ୍‌ ଅଛନ୍ତି। ଇଣ୍ଡୋ-ଚୀନ ବର୍ଡରରେ ଉତ୍ତେଜନା ଲାଗି ରହିଛି। ଏଥିରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଛନ୍ତି। ଗତକାଲି ସୁନିଲଙ୍କ ପରିବାରକୁ ଖବର ମିଳିଲା, […]