ଏହି ପ୍ରକଳ୍ପ ମଧ୍ୟରେ ପ୍ରମୁଖ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।
ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର କଚେଗୁଡା-ରାୟଚୁର ଟ୍ରେନ ସେବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲେଙ୍ଗାନା ଦେଇ ଯାଉଛି । ସମସ୍ତ ରାଜ୍ୟକୁ ପୂର୍ବ ଏବଂ ପଶ୍ଚିମ ଉପକୂଳ ସହିତ ଯୋଡିବା ପାଇଁ ଏହା ଏକ ମାଧ୍ୟମ ହେବ ।
]]>ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାମରା ବନ୍ଦର ଯୋଗୁ ରାଜ୍ୟରେ ସାର ସଙ୍କଟ ଦୂରୀଭୂତ ହେବା ସହ କୃଷିର ବିକାଶ ହୋଇଛି ଏବଂ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ମିଳିବ। ଏହାସହ ମୁଖ୍ୟମନ୍ତ୍ରୀ ଭଦ୍ରକରେ ଅଦାନୀ ଡିଏଭି ପବ୍ଲିକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
]]>