ଏଥିରେ ଶୁଭମ କୁମାର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଜାଗୃତି ଅଓ୍ୱସ୍ତି ଦ୍ୱିତୀୟ ଓ ଅଙ୍କିତା ଜୈନ ୩ୟ ସ୍ଥାନ ହାସଲ କରିଛନ୍ତି । ୨୪ ବର୍ଷୀୟା ଜାଗୃତି ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଓ ଭେଲ୍ ସହିତ କାମ କରିଛନ୍ତି । ୟଶ ଜାଲୁକା ଚତୁର୍ଥ ଏବଂ ମମତା ଯାଦବ ପଞ୍ଚମ ସ୍ଥାନରେ ରହିଛନ୍ତି ।
କୃତୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୬ଜଣ ଆଇ୍ଏଫ୍ଏସ୍ ଓ ୨ ଶହ ଜଣଙ୍କୁ ଆଇପିଏସ୍ ଭାବେ ନିଯୁକ୍ତି ମିଳିବ ।
ସେହିପରି ଓଡ଼ିଶାର ଜୁବିନ ମହାପାତ୍ର ୪୬ତମ ରାଙ୍କରେ ଥିବା ବେଳେ ଆଶିଷ କୁମାର ୫୨ତମ ରାଙ୍କରେ, ଶୁଭଙ୍କର ବଳ ୭୯ତମ, ରୀନା ପ୍ରଧାନ ୧୯୪ତମ, ପୂର୍ବି ନନ୍ଦ ୨୪୪, ନଜଜ୍ୟୋତି ମିଶ୍ର ୩୯୫, ବବିତାରାଣୀ ସ୍ୱାଇଁ ୪୬୪, ଅଙ୍କିତ ମିଶ୍ର ୫୨୨, ସୁଧାଂଶୁ ନାୟକ ୬୨୦ ଓ ଜିତେନ୍ଦ୍ର କୁମାର ମିଶ୍ର ୬୫୮ ସ୍ଥାନରେ ରହିଛନ୍ତି।
ଶ୍ରେଷ୍ଠ ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଏବଂ ୧୨ ଜଣ ମହିଳା ରହିଛନ୍ତି । ସିଭିଲ୍ ସର୍ଭିସେସ୍ ୨୦୨୦ ପ୍ରାଥମିକ ପରୀକ୍ଷା ଏବଂ ମୁଖ୍ୟ ପରୀକ୍ଷା ରେଜଲ୍ଟ www.upsc.gov.in ୱେବସାଇଟକୁ ଯାଇ ଦେଖିପାରିବେ ।
]]>ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ ଦେଇଥିଲେ। ରାଜସ୍ଥାନର ବହୁ ବ୍ୟୁରୋକ୍ରାଟ୍ସଙ୍କୁ ମଧ୍ୟ ଏହି ରିସେପ୍ସନ୍ ପାର୍ଟିରେ ଦେଖିବାକୁ ମିଳିଥିଲା। ଉଭୟ ଟୀନା ଓ ଅତହର ରାଜସ୍ଥାନ କ୍ୟାଡ଼ର ଆଇଏଏସ୍ ଅଫିସର।
ଟୀନା ଓ ଅତହର ଗତ ମାସରେ ଜୟପୁରରେ ବିବାହ କରିଥିବା ବେଳେ, ସେମାନଙ୍କ ପରିବାର ଓ ବନ୍ଧୁମାନେ ଏପ୍ରିଲ ୭ ତାରିଖରେ କାଶ୍ମୀରର ପହଲଗାମରେ ହୋଇଥିବା ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ଟ୍ରେନିଂ ନେବା ସମୟରେ ହିଁ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ଉଭୟ ସୋସିଆଲ୍ ମିଡିଆରେ ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଥିଲେ। ଅତହରଙ୍କ ସରଳପଣ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେତେବେଳେ ଟୀନା କହିଥିଲେ।
ସେତବେଳେ ଟୀନା ଓ ଅତହରଙ୍କ ପ୍ରେମକୁ ନେଇ ମଧ୍ୟ କିଛି ଋଢିବାଦୀ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଧର୍ମ ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇ ନଥିଲା। କିନ୍ତୁ ଯାହା କୁହାଯାଏ, ପ୍ରେମ କୌଣସି ଜାତି ଧର୍ମ ମାନେନି ଶେଷରେ ସେୟା ହିଁ ହେଲା। ୩ ବର୍ଷର ପ୍ରେମ ପରେ ଉଭୟ ଜୀବନସାଥୀ ରୂପେ ପରସ୍ପରର ହାତ ଧରିଛନ୍ତି। ପ୍ରଥମ ଦଳିତ ଭାବେ ଟୀନା ୨୦୧୫ରେ ଆଇଏଏସ୍ ଟପ୍ପର ହୋଇଥିଲେ।
]]>