Exercise #Vayushakti24
— Indian Air Force (@IAF_MCC) February 17, 2024
Watch it LIVE, here and on all IAF Official Social Media Handles, starting at 5 pm IST on 17 Feb 24.
भारतीय वायु सेना - सक्षम, सशक्त, आत्मनिर्भर pic.twitter.com/cLw1pMvqRQ
ଏହି ଅଭ୍ୟାସର ଥିମ ଥିଲା ‘Lightning Strike from the Sky’ । ଯୁଦ୍ଧ ଅଭ୍ୟାସରେ ରାଫେଲ, ସୁଖଇ 30 MKI, MIG-29, MIRAGE-2000, ତେଜସ ଓ ହକ୍ ଯୁଦ୍ଧ ବିମାନ ଭାଗ ନେଇଥିଲେ । ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ଦିଗକୁ କିଭଳି ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅଭ୍ୟାସ ବେଳେ ବହୁ ବୋମା ଓ ମିସାଇଲ ବ୍ୟବହାର ହୋଇଥିଲା ।
Exercise #Vayushakti24
— Indian Air Force (@IAF_MCC) February 17, 2024
Watch it LIVE, here and on all IAF Official Social Media Handles, starting at 5 pm IST on 17 Feb 24.
भारतीय वायु सेना - सक्षम, सशक्त, आत्मनिर्भर pic.twitter.com/cLw1pMvqRQ
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ ଯୁଦ୍ଧ ବିମାନ ନିଜ ଯୁଦ୍ଧକଳା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା । C-17 ସୁପର ହରକ୍ୟୁଲେସ ବିମାନ ମଧ୍ୟ ଏହି ଅଭ୍ୟାସରେ ବ୍ୟବହାର କରାଯାଇଥିଲା । ସିଡିଏସ ଜେନେରାଲ ଅନୀଲ ଚୌହାନ ଏହି ଅବସରରେ ଉପସ୍ଥିତ ଥିଲେ ।
]]>Exercise #Vayushakti24.#1DayToGo.
— Indian Air Force (@IAF_MCC) February 16, 2024
Watch it LIVE, here and on all IAF official social media handles.
📸 - Gp Capt KD Beri (Retd),
Sgt Rahul Chand@VelocityTTL pic.twitter.com/q89I7vlTMa
#ବାୟୁ_ସେନାକୁ_ତେଜସ_ଶକ୍ତି
— ଓଟିଭି (@otvkhabar) October 4, 2023
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁ ସେନା । ବାୟୁ ସେନାକୁ ମିଳିଲା ତେଜସ ଶକ୍ତି । #India #Airforce #OTV pic.twitter.com/Lhi5NlVYEZ
HAL ଠାରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ VR ଚୌଧୁରୀ ଏହାକୁ ଗ୍ରହଣ କରିଛନ୍ତି । ଏହି ଯୁଦ୍ଧ ବିମାନରେ ସ୍ୱଦେଶୀ ଇଲେକ୍ଟ୍ରୋନିକାଲି ସ୍କାନ୍ଡ ରାଡର ଖଂଜା ଯାଇଛି । ବିମାନରେ ମିସାଇଲ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯିବା ଭଳି ବ୍ୟବସ୍ଥା ହୋଇଛି। ଆକାଶ ମାର୍ଗରେ ମଧ୍ୟ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇପାରିବ ।
]]>୨୦୨୧ ମସିହାରେ ସ୍ପେନ୍ ଓ ଭାରତ ମଧ୍ୟରେ ଚୁକ୍ତି ଅନୁଯାୟୀ, ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଦେଶକୁ ଅଣାଯାଉଛି । ମୋଟ ୫୬ଟି ଏଭଳି ଏୟାରକ୍ରାଫ୍ଟ ପାଇଁ ଚୁକ୍ତି ହୋଇଥିଲା । ସେହି ଅନୁଯାୟୀ ୧୬ଟି ସ୍ପେନରେ ନିର୍ମାଣ ହୋଇଥିବା ବେଳେ ୪୦ଟି ଗୁଜରାଟ ଭଦୋଦରାରେ ନିର୍ମାଣ କରାଯାଉଛି । ଟାଟା ଏବଂ ଏୟାରବସ୍ ମିଳିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି ।
India today receives the first #C295 MW transport aircraft.
— DD News (@DDNewslive) September 13, 2023
Chief of the Air Staff, Air Chief Marshal VR Choudhari attends the formal handing over ceremony of the first C-295 MW transport aircraft at Seville in #Spain.
According to the Indian Air Force, the aircraft was… pic.twitter.com/3T6Npehjd4
]]>
ରାଜସ୍ଥାନ ହନୁମାନଗଡ଼ରେ ଗତ ୮ ତାରିଖରେ MIG-21 କ୍ରାସ୍ ହୋଇ ୩ ଜଣ ସାଧାରଣଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣାର ଏବେ ତଦନ୍ତ ଚାଲିଛି। କିପରି ମିଗ୍ -୨୧ କ୍ରାସ୍ ହେଲା ? ଏହା ପଛର କାରଣ କ’ଣ ଏହାକୁ ଖୋଜିବାକୁ ବାୟୁସେନା ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହାର ସମ୍ପୂର୍ଣ୍ଣ ତଥ୍ୟ ନଆସିବା ଯାଏ ଉଡ଼ାଣ ଉପରେ କଟକଣା ଲଗାଯାଇଛି।
ସୂଚନା ଅନୁସାରେ, ଗତ କିଛି ବର୍ଷ ଧରି ଲଢ଼ୁଆ ବିମାନ ମିଗ୍ର ଦୁର୍ଘଟଣା ବଢ଼ିବାରେ ଲାଗିଛି। ମିଗ୍-୨୧ ଲଢ଼ୁଆ ବିମାନ ଦୀର୍ଘ ବର୍ଷ ଧରି ବାୟୁସେନାର ମୁଖ୍ୟ ଲଢ଼ୁଆ ବିମାନ ଥିଲା। ୧୯୬୦ ଦଶକର ପ୍ରାରମ୍ଭରେ ବାୟୁସେନାରେ ୭୦୦ରୁ ଅଧିକ ମିଗ୍ -୨୧ ଯୁଦ୍ଧ ବିମାନ ଋଷରୁ କିଣାଯାଇଥିଲାା
ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୩ଟି ମିଗ୍ -୨୧ ସ୍କ୍ୱାଡନ୍ ଥିବାବେଳେ ମୋଟ୍ ୫୦ଟି ବିମାନ ରହିଛି। ଅବଶିଷ୍ଟ ମିଗ୍ -୨୧ ଲଢୁଆ ସ୍କ୍ୱାଡନ୍କୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ଗତବର୍ଷ ଭାରତୀୟ ବାୟୁସେନା ତିନି ବର୍ଷର ସମୟ ସୀମା ଚୂଡ଼ାନ୍ତ କରିଥିଲା।
]]>ରାଷ୍ଟ୍ରପତିଙ୍କୁ ତେଜପୁର ଏୟାରଫୋର୍ସ ଷ୍ଟେସନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।
#WATCH | Assam: President Droupadi Murmu takes sortie on the Sukhoi 30 MKI fighter aircraft pic.twitter.com/jtRVsFR2X2
— ANI (@ANI) April 8, 2023
ତିନି ସେନାର ସୁପ୍ରିମ୍ କମାଣ୍ଡର ଥିବା ରାଷ୍ଟ୍ରପତିଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ । ଏହା ଆଗରୁ ରାଷ୍ଟ୍ରପତି ଥିବା ବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ।
]]>ଏହା ଆଗରୁ ରାଷ୍ଟ୍ରପତି ଥିବା ବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ । ଏହି ପୂର୍ବତନ ରାଷ୍ଟ୍ରପତିମାନେ ପୁଣେ ଏୟାର ବେସରୁ ଉଡ଼ାଣ କରିଥିବା ବେଳେ ଦ୍ରୌପଦୀ ର୍ମୁର୍ମୁ ଦେଶର ପୂର୍ବ ଭାଗରେ ଥିବା ଆସାମର ତେଜପୁର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନରେ ବସିବେ। ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ବେଗରେ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।
]]>ଭାରତୀୟ ବାୟୁ ସେନାର କିଛି ନିପୁଣ ବାୟୁବୀରଙ୍କୁ ନେଇ ଗଠିତ ଗରୁଡ଼ କମାଣ୍ଡୋ ଫୋର୍ସ । ଫୋର୍ସର ନାଁ ଯେମିତି, କାମ ବି ସେମିତି । ଉତ୍ତରପ୍ରଦେଶର ଗରୁଡ଼ ରେଜିମେଣ୍ଟ୍ ଟ୍ରେନିଂ ସେଣ୍ଟରେ ନୂତନ ଅସ୍ତ୍ରଶସ୍ତ୍ର ସହିତ ଅଭ୍ୟାସ ଚଳାଛନ୍ତି ଯବାନ । ଖାଲି ରାଇଫଲ୍ ସୁଟିଂ ନୁହେଁ ସୁଉଚ୍ଚ କାନ୍ଥକୁ ବି ଅନାୟାସରେ ଚଢ଼ୁଛନ୍ତି ପୁଣି ଓହ୍ଲାଉଛନ୍ତି । ଏମିତି କଠିନ ଅଭ୍ୟାସ କରୁଛନ୍ତି ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ଗରୁଡ ଫୋର୍ସ ।
ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ଭାରତ-ଚୀନ୍ ସୀମାରେ ଜାଗ୍ରତ ପ୍ରହରୀ ଭାବେ ଭାରତୀୟ ବାୟୁସେନାର ଏହି ଲଢୁଆ ଗରୁଡ ଫୋର୍ସ ଏବେ ଦେଶର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଭିନ୍ନ ଏୟାର୍ ବେସରେ ସୁରକ୍ଷା ସାଙ୍ଗକୁ LACରେ ମଧ୍ୟ ମୁତୟନ ଅଛନ୍ତି । ଗରୁଡ଼ ଫୋର୍ସର ଯବାନ ମାନେ ଦିନକୁ ଦିନ ଚୀନର ଔଦ୍ଧତ୍ୟକୁ ଭାଙ୍ଗିବା ପାଇଁ ଭାରତ ଚୀନ ସୀମାରେ ସଜାଗ ପ୍ରହରୀ ସାଜିଛିନ୍ତି । ୨୦୨୦ ମେରୁ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ LACରେ ଦିନରାତି ପହରା ଦେଉଛନ୍ତି । ଲଦାଖରୁ ସିକିମ୍ ଏବଂ ଅରୁଣାଚଳପ୍ରଦେଶ ଚାଇନା ବର୍ଡରରେ ଦେଶର ସୁରକ୍ଷା ପାଇଁ ଗରୁଡ ଫୋର୍ସ ସବୁବେଳେ ପ୍ରସ୍ତୁତ ହୋଇ ରହିଛି । ଏଭଳିକି କୌଣସି ବି ମୁହୁର୍ତ୍ତରେ ଦରକାର ପଡ଼ିଲେ ଆରମ୍ଭ କରିଦେବେ ଅପରେସନ ।
ବିଭିନ୍ନ ପର୍ଯ୍ୟାୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହିତ ନିଜକୁ ସଜ କରୁଛି । ଗରୁଡ ଫୋର୍ସ AK-47ସାଙ୍ଗକୁ ମେକ୍ ଇନ୍ ଇଣ୍ଡିଆ ସ୍କିମରେ ତିଆରି ହୋଇଥିବା AK-103, AK-203 ଏବଂ ଇସ୍ରାଏଲ୍ ଟାଭୋର ରାଇଫଲ୍ ମଧ୍ୟ ଗରୁଡ ଫୋର୍ସକୁ ପ୍ରଦାନ କରାଯାଇଛି ।
ଭାରତୀୟ ବାୟୁସେନାରେ ଏହି ଲଢୁଆଗରୁଡ ଫୋର୍ସର ପରିକଳ୍ପନାକୁ ଇତି ମଧ୍ୟରେ ଦୁଇ ଦଶନ୍ଧି ପୁରିବାକୁ ବସିଲାଣି । ୨୦୦୦ ମସିହା ବେଳକୁ ଗରୁଡ ଫୋର୍ସ ବୋଲି ସେମିତି କୌଣସି କମାଣ୍ଡୋ ଫୋର୍ସ ସୃଷ୍ଟି ହୋଇ ନ ଥିଲା । ୨୦୦୧ ମସିହାରେ ଜମ୍ମୁ- କାଶ୍ମୀରରେ ଭାରତୀୟ ବାୟୁସେନାର ଦୁଇଟି ପ୍ରମୁଖ ଏୟାର୍ ବେସରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏହାର ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ଗରୁଡ଼ ଫୋର୍ସ ।
୨୦୦୪ ଫେବୃୟାରୀରେ ବିଧିବଦ୍ଧ ଭାବେ ଗରୁଡ଼ ଫୋର୍ସ ଗଠନ ହୋଇଥିବା ବେଳେ ସେହିବର୍ଷ ଅକ୍ଟୋବର ୮ରେ ବାୟୁସେନା ଦିବସରେ ସର୍ବସମ୍ମୁଖକୁ ଆସିଥିଲା । ସେବେଠାରୁ ଏହାରି ଭିତରେ ପ୍ରାୟ ୧୫୦୦ ଯବାନ ଏହି ଗରୁଡ଼ ଫୋର୍ସରେ ସାମିଲ୍ ହୋଇ ସାରିଲେଣି । ପ୍ରାଥମିକ ପର୍ଯ୍ୟାୟରେ ଏହି ଫୋର୍ସର ନାଁ ଟାଇଗର ଫୋର୍ସ ଥିବା ବେଳେ ପରବର୍ତ୍ତୀ ସମୟରେ ଗରୁଡ଼ ଫୋର୍ସ ନାଁରେ ଏହାକୁ ନାମିତ କରାଯାଇଛି ।
]]>ଆଗରେ ଥିଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପରାକ୍ରମ । ପଛକୁ ପଛ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସ୍ର ତେଜ । ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସଭରା ଆକର୍ଷଣୀୟ ସୋ । ବାୟୁସେନା ଦିବସରେ ବିଶାଳ ସୁଖ୍ମା ହ୍ରଦର ସୁନୀଳ ଜଳରାଶି ଉପରେ ବାୟୁସେନାର ଫ୍ଲାଏପାଷ୍ଟ । ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।
ସି-୧୭ ଗ୍ଲୋବ ମାଷ୍ଟର, ହେରକ୍ୟୁଲସ ଓ ଡାକୋଟା ବିମାନ, ସାରା ବିଶ୍ୱକୁ ପରିଚିତ କରାଇଥିଲା ଭାରତୀୟ ବାୟୁସେନା ସହ । ଶତ୍ରୁପକ୍ଷର ନାକତଳେ ଘଂଟାପ୍ରତି ୩୨୦ କିମି ବେଗରେ ଉଡି ସେନାକୁ ବଳ ଯୋଗାଉଥିବା ହେଲିକପ୍ଟର ଚିନୁକର ଚିତାକର୍ଷକ ସୋ ସାଙ୍ଗକୁ ଆପାଚେ, ଧ୍ରୁବ, ଏମଆଇ-୧୭ ଓ ମିରାଜ୍ର ଆଖିଝଲସା ଏୟାର ସୋ, ବାୟୁସେନାର ବୀରତାକୁ ଉପଲବ୍ଧି କରିଥିଲା ସାରା ଭାରତ । ସୂର୍ଯ୍ୟକିରଣ ଏରୋବେଟିକ୍ ସହ ଆକାଶଗଙ୍ଗା ସ୍କାଏଡାଇଭିଂ ଟିମ୍ର ନିପୁଣତା ଚାର୍ ଚାନ୍ଦ ଲଗାଇଦେଇଥିଲା ସୋରେ । ଫ୍ଲାଏପାଷ୍ଟର ସୋ ଷ୍ଟପର ସାଜିଥିଲା ୩୨ ବର୍ଷ ତଳେ ଅବସର ନେଇଥିବା ୟେଲୋ ହାୱାର୍ଡ ଏୟାରକ୍ରାଫ୍ଟ ।
ଏକଲବ୍ୟ, ତ୍ରିଶୁଳ, ମେହର୍, ଶମ୍ଶେର, ବଜ୍ର ଓ ସାରଙ୍ଗ ଫର୍ମେସନ ସହ ଦୁଇ ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ସ୍ମୃତିରେ ପ୍ରଦର୍ଶିତ ହୋଇଥିଲା ଦୁଇଟି ନୂଆ ଫର୍ମେସନ୍ ସେଖୋନ୍ ଓ ଅର୍ଜନ ।
ପ୍ରଥମଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ପାଳନ କରାଯାଇଛି ବାୟୁସେନା ଦିବସ । ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ବି.ଆର୍. ଚୌଧୁରୀ କହିଛନ୍ତି, ବାୟୁସେନାର ଫୋକସରେ ରହିଛି ଆତ୍ମନିର୍ଭରତା ସ୍ୱଦେଶୀ ଜ୍ଞାନ କୌଶଳ ସହ ଟେକ୍ନୋଲଜିକୁ ବ୍ୟବହାର କରାଯାଉଛି । ୱିପନ୍ ସିଷ୍ଟମ୍ ବ୍ରାଞ୍ଚ୍ ଲାଗୁ ହେବା ପରେ ବାୟୁସେନା ଆହୁରି ସଶକ୍ତ ହୋଇଛି ।
୯୦ ତମ ବାର୍ଷିକୀ ଅବସରରେ ବାୟୁସେନାକୁ ମିଳିଛି ନୂଆ କମ୍ବାଟ୍ ୟୁନିଫର୍ମ । ଯବାନଙ୍କ ପରାକ୍ରମର ପ୍ରତୀକ ଏହି ୟୁନିଫର୍ମ ପୂର୍ବ ଅପେକ୍ଷା ଦମଦାର ଲାଗୁଛି । ବାୟୁସେନା ମୁଖ୍ୟ ଏହାର ଫାଷ୍ଟଲୁକ୍ ଉନ୍ମୋଚନ କରିଛନ୍ତି ।
]]>ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ କଥା ଯଦି କହିବା ତେବେ ଆମେରିକା, ଚୀନ୍, ଋଷ ପରେ ଚତୁର୍ଥ ନମ୍ବରରେ ଆସୁଛି ଭାରତ । ଦିନକୁ ଦିନ ନିଜର ସାମରିକ ଶକ୍ତି ବଢାଉଛି ଭାରତ । କିନ୍ତୁ ବର୍ତ୍ତମାନ ସାଧାରଣରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଠେ କି ଭାରତୀୟ ବାୟୁସେନା ଏବଂ ପାକିସ୍ତାନ ବାୟୁସେନା ମଧ୍ୟରେ ସବୁଠୁ ଅଧିକ ଶକ୍ତିଶାଳୀ କିଏ ? ଆମେ ସମସ୍ତେ ଜାଣନ୍ତି ପାକିସ୍ତାନ ଅପେକ୍ଷା ଭାରତର ଶକ୍ତି ବହୁ ଅଧିକ । ହେଲେ ଚୀନର ଚକ୍ରାନ୍ତରେ ପଡି ଏବେ ନିଜକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି ପାକିସ୍ତାନ । ଆସନ୍ତୁ ଜାଣିବା କାହାର କେତେ ଶକ୍ତି ?
୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଭାରତୀୟ ବାୟୁସେନା ପୂର୍ବରୁ ପାକିସ୍ତାନ୍ ବାୟୁସେନା ପ୍ରତିଷ୍ଠା ହୋଇସାରିଥିଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଯଦି ଆମେ ୱାର୍ଲ୍ଡ ରାଙ୍କିଙ୍ଗ୍ ରିପୋର୍ଟକୁ ଦେଖିବା ତେବେ ପାକିସ୍ତାନ ବାୟୁସେନା ୮ମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବାୟୁସେନା ୪ର୍ଥ ସ୍ଥାନରେ ରହିଛି ।
ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି । ଏହାସହ ଆମ ପାଖରେ ୧୯୨୬ରୁ ଅଧିକ ଏୟାରକ୍ରାପ୍ଟ ରହିଛି । ତେବେ ପାକିସ୍ତାନ ବାୟୁସେନା ପାଖରେ ୭୦ ହଜାର ସକ୍ରିୟ ସୈନ୍ୟ, ୮ ହଜାର ରିଜର୍ଭ ଫୋର୍ସ ୯୭୦ରୁ ଅଧିକ ଏୟାରକ୍ରାପ୍ଟ ରହିଛି ।
ଯଦି ଆମେ ଫାଇଟର୍ ଜେଟ୍ କଥା କହିବା, ଭାରତ ପାଖରେ ଋଷ ନିର୍ମିତ ୨୮୩ଟି ସୁଖୋଇ-୩୦ ଏକେଆଇ ରହିଛି । ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ କଠିନରୁ କଠିନ ପାଣିପାଗରେ ବି ଲଢିବା ପାଇଁ ସକ୍ଷମ । ମଲ୍ଟି ରୋଲ ଫାଇଟର୍ ଜେଟ୍ କଥା ଯଦି କହିବା ତେବେ ଭାରତ ୩୬ଟି ଡାସଲ୍ଟ ରାଫେଲ ଫାଇଟର ଏୟାରକ୍ରାପ୍ଟ, ୬୯ଟି ମିକୋୟାନ୍ ମିଗ୍-୨୯, ୫୯ ମିରାଜ, ୧୨୩ଟି ତେଜସ ଯୁଦ୍ଧ ବିମାନ କିଣିବାକୁ ଅର୍ଡର ଦେଇସାରିଛି । ଏବେ ଭାରତ ପାଖରେ ୫ଟି ତେଜସ୍, ୧୩୯ ସେପରକ୍ୟାଟ୍ ଜାଗୁଆର୍ ଏବଂ ୧୨୫ଟି ମିଗ୍-୨୧ ବାଇସନ୍ ଏୟାରକ୍ରାପ୍ଟ ରହିଛି ।
ସେହିପରି ପାକିସ୍ତାନ୍ ପାଖରେ ଆମେରିକା ତିଆରି ୭୫ଟି ଏଫ୍-୧୬, ୧୩୪ ଚୀନ ନିର୍ମିତ ଜେଏଫ୍-୧୭ ରହିଛି । ଏହାଛଡା ୮୦ଟି ମିରାଜ-୩ ଫାଇଟର ଜେଟ୍, ୯୦ଟି ମିରାଜ୍-୫, ଏବଂ ୧୪୦ଟି ଏଫ୍-୭ ପିଜି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । କିନ୍ତୁ ସେଥିମଧ୍ୟରୁ ଏଫ୍-୧୬ ଏବଂ ଏଫ୍-୧୭କୁ ଛାଡିଦେଲେ ଆଉ କୌଣସି ଯୁଦ୍ଧ ବିମାନ ମଲ୍ଟି ରୋଲ ଫାଇଟର ଜେଟ୍ ନୁହେଁ ।
ଫିକ୍ସଡ ୱିଂଗ୍ସ ଏୟାରକ୍ରାପ୍ଟ କଥା କୁହାଗଲେ, ଭାରତ ତୁଳନାରେ ପାକିସ୍ତାନ ବହୁତ ପଛରେ ରହିଛି । ଭାରତ ପାଖରେ ମୋଟ ୮୯୭ ଫିକ୍ସଡ ୱିଂଗ୍ସ କମ୍ବାକ୍ଟ ଏୟାରକ୍ରାପ୍ଟ ରହିଛି । ସେହି ତୁଳନାରେ ପାକିସ୍ତାନ ପାଖରେ ୭୫୫ ଫିକ୍ସଡ ୱିଂଗ୍ସ ଲଢୁଆ ଏୟାରକ୍ରାପ୍ଟ ରହିଛି । ଭାରତୀୟ ବାୟୁସେନା ପାଖରେ ୨୨ଟି ଆପାଚେ ଆଟାକ୍ ହେଲିକପ୍ଟର । ୬୮ଟି ଏଚଏଲ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର, ୧୫ ଚିନୁଖ୍ ହେବି ଲିପ୍ଟ ହେଲିକପ୍ଟର, ୧୫୦ଟି ଏମଆଇ-୧୭ବି ରହିଛି । କିନ୍ତୁ ପାକିସ୍ତାନ ପାଖରେ କୌଣସି ଏପରି କମ୍ବାକ୍ଟ ହେଲିକପ୍ଟର ନାହିଁ ।
ତେବେ ମୋଟ୍ ଉପରେ କହିବାକୁ ଗଲେ ଭାରତ ସାମ୍ନାରେ ଲଢେଇ କରିବାକୁ ପାକିସ୍ତାନ ପାଖରେ ବିଶେଷ କିଛି ଅସ୍ତ୍ରଶସ୍ତ୍ର ନାହିଁ । କିନ୍ତୁ ଚୀନର ବଳରେ ବଳିଆନ ହେଉଛି ପାକିସ୍ତାନ। ତେବେ ଆଜି ବାୟୁସେନା ଦିବସରେ ନିଜର ରଣକୌଶଳ ଦେଖାଇଛି ଇଣ୍ଡିଆନ ଏୟାରଫୋର୍ସ ।
]]>ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ପ୍ରଚଣ୍ଡ ସବୁ ପରିସ୍ଥିତିରେ କାମ କରିପାରିବ । ହିନ୍ଦୁସ୍ଥାନ ଏରୋନଟିକାଲ ଦ୍ୱାରା ନିର୍ମିତ ଏହି ହେଲିକପ୍ଟରର ଓଜନ ୫ ଦଶମିକ ୮ ଟନ୍ । ଏଥିରେ ଥିବା କ୍ଷେପଣାସ୍ତ୍ର ଟ୍ୟାଙ୍କ ଓ ଅଳ୍ପ ଉଚ୍ଚତାରେ ଉଡୁଥିବା ଯୁଦ୍ଧ ବିମାନକୁ ଧ୍ୱଂସ କରିପାରିବ । ଏହା ୫ ହଜାର ମିଟର ଉଚ୍ଚତାରେ ଉଡାଣ ଭରିବା ସହ ଯେ କୌଣସି ପରିସ୍ଥିତିରେ ଅବତରଣ କରିପାରିବ । ପ୍ରଚଣ୍ଡର ବିଶେଷତ୍ୱ ହେଲା ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏହା ବଢିଆ କାମ କରିଥାଏ ।
ତେଣୁ ହିମାଳୟ ଅଞ୍ଚଳରେ ଚୀନକୁ ଚେକ୍ ମେଟ୍ ଦେବ ଏହି ଲାଇଟ୍ କମ୍ବାଟ ହେଲିକପ୍ଟର । ଉଚ୍ଚ ପାର୍ବତ୍ୟାଞ୍ଚଳରେ ଶତ୍ରୁ ପକ୍ଷର ଧ୍ୱଂସ କରିବାରେ, ଜଙ୍ଗଲରେ କାଉଣ୍ଟର ଇନ୍ସରଜେନ୍ସି ଅପରେସନ ଏପରିକି ସହରାଞ୍ଚଳରେ ମଧ୍ୟ ଏହା ବହୁତ ଭଲ କାମ କରିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୯୫ଟି ଏଲ୍ସଏଚ୍ ଆର୍ମିକୁ ଦିଆଯିବ ଓ ୬୫ଟି ଏଲ୍ସଏଚ୍ ବାୟୁସେନାକୁ ଦିଆଯିବ । ବାୟୁସେନାର ପ୍ରଚଣ୍ଡକୁ ସାମିଲ କରାଯିବା ଅବସରରେ ନିଜେ ରାଜନାଥ ସିଂହ ଏହି କାଟ ହେଲିକପ୍ଟରରେ ଉଡ଼ିଛନ୍ତି ।
]]>ହାଲ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର୍ର ଓଜନ ୫.୮ ଟନ୍ । ଏହି ଅତ୍ୟାଧୁନିକ ହେଲିକପ୍ଟର ରାତିରେ ମଧ୍ୟ ଆକ୍ରମଣ କରିପାରିବ । ଏହି ଲଢୁଆ ହେଲିକପ୍ଟର ୫ହଜାର ମିଟର ଉଚ୍ଚତାରେ ଉଡାଣ ଭରିବା ସହ ଯେ କୌଣସି ପରିସ୍ଥିତିରେ ଅବତରଣ କରିପାରିବ । ବାୟୁସେନାରେ ସାମିଲ ପୂର୍ବରୁ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ଅନେକ ଥର ଲଦାଖ ଓ ମରୁଭୂମି ଅଂଚଳରେ ପରୀକ୍ଷାମୂଳକ ଉଡାଣ କରାଯାଇଛି ।
ଗତ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ୧୫ଟି ଲଢୁଆ ହେଲିକପ୍ଟର କିଣିବା ପାଇଁ ମଞ୍ଜୁରୀ ଦିଆଯାଇଥିଲା ।
]]>ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ ଟିମ୍ର ରଙ୍ଗାରଙ୍ଗ ଏୟାର ସୋ ଦେଖିବାକୁ ଆଜି ସକାଳୁ ଲୋକରଣ୍ୟ ହୋଇ ଉଠିଥିଲା କୁଆଖାଇ ନଦୀପଠା ଢେର ଆଗରୁ ସୂଚନା ପାଇଥିବାରୁ ହଜାର ହଜାର ଦର୍ଶକ କୁଆଖାଇ ବାଲିଯାତ୍ରା ପଡ଼ିଆ ମୁହାଁ ହୋଇଥିଲେ। ସ୍କୁଲ ପିଲା ଓ ଏନସିସି କ୍ୟାଡେଟ୍ ବି ସୁଯୋଗ ହାତଛଡ଼ା କରିନଥିଲେ। ସାଢ଼େ ୯ଟା ବେଳକୁ ଇଣ୍ଡିଆନ ଏୟାର ଫୋର୍ସର ଏକ ହେଲିକପ୍ଟର ପ୍ରଥମେ ସୁରକ୍ଷା ତଦାରଖ କରି ଗ୍ରୀନ୍ ସିଗନାଲ୍ ଦେବା ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଦୁଃସାହସିକ ଏୟାର ସୋ।
୨୦ ମିନିଟ୍ରୁ ଅଧିକ ସମୟ ଧରି ମଜା ନେଇଥିଲେ ଦର୍ଶକ। ଏତେ ଉଦବୁଦ୍ଧ ହୋଇଯାଇଥିଲେ ଯେ, ଭାରତୀୟ ବାୟୁସେନାକୁ ପ୍ରଶଂସାରେ ପୋତି ପକାଇଥିଲେ। ହାତରେ ତ୍ରିରଙ୍ଗା ସହ ଭାରତ ମାତାର ଜୟଗାନରୁ ଠିକ୍ ଠଉରେଇ ହେଉଥିଲା ଜାତୀୟତା ବୋଧର ଝଲକ୍। ଭୁବନେଶ୍ୱରରେ ଭରପୁର ଦର୍ଶକଙ୍କ ଆଗରେ କୌଶଳ ଦେଖାଇ ବେଶ୍ ଖୁସି ଅନୁଭବ କରିଥିଲେ ସୂର୍ଯ୍ୟକିରଣ ଟିମ୍ ଲିଡର।
ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ। ରାଜଧାନୀବାସୀ ଆଜି ଚିତାକର୍ଷକ କୌଶଳ ଦେଖି ଅବିଭୁତ ହୋଇଥିବାବେଳେ ୧୮ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ରେ କାର୍ଯ୍ୟକ୍ରମ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ସେ ଦିନ ପାଗ ଖରାପ ରହିବାର ଆଶଙ୍କା ଥିବାରୁ ଆସନ୍ତାକାଲି ସୋ ପ୍ରଦର୍ଶନ ହେବ, ପାଗ ଭଲ ରହିଲେ ପୁଣି ଏହାର ପୁନଃପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ।
]]>ଏକ ବଡ଼ ଅଘଟଣ ଟଳି ଯାଇଥିଲା । ସେତେବେଳେ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏଥିପାଇଁ ଦୁଃଖପ୍ରକାଶ କରାଯିବା ସହିତ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏପରି ହୋଇଥିଲା କୁହାଯାଇଥିଲା । ପାକିସ୍ତାନ ମଧ୍ୟ ଜଣାଇଥିଲା ପ୍ରତିବାଦ । ଏହା ପରେ ଏକ କୋର୍ଟ ଅଫ୍ ଇନକ୍ୱାରି ଗଠନ କରିଥିଲା ବାୟୁସେନା । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହି ତ୍ରୁଟି ପାଇଁ ୩ ଅଧିକାରୀଙ୍କୁ ଦାୟୀ କରାଯାଇଛି । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହେବା ପରେ ଦାୟୀ ୩ ବାୟୁସେନା ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି କେନ୍ଦ୍ର ସରକାର ।
]]>ସେଦିନ ନିଜ ଜୀବନ ସହ ଖେଳିଯାଇଥିବା ଏହି ବାହାଦୂର୍ ବାୟୁବୀର, ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ତାମିଲନାଡ଼ୁ ଚପର କୁନ୍ନୁର କ୍ରାସ୍ରେ ଗୁରୁତର ହୋଇ ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଚିରଦିନ ପାଇଁ ଆଖି ବୁଜିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ । ଗତ ୮ ତାରିଖରେ ଦୁର୍ଘଟଣା ସ୍ଥଳରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୁଲୁର୍ ଏୟାର୍ବେସ୍ ଓ ସେଠାରୁ ବେଙ୍ଗଳୁରୁ କମାଣ୍ଡ ହସ୍ପିଟାଲ୍କୁ ଏୟାର୍ଲିଫ୍ଟ କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି ।
ଉତ୍ତରପ୍ରଦେଶ ଦେଓରିୟା ଜିଲ୍ଲା କହ୍ନୌଲିର ବରୁଣ ସିଂଙ୍କ ପୂରା ପରିବାର ସେନା ପାଇଁ ସମର୍ପିତ । ବାପା କର୍ଣ୍ଣେଲ୍ କେ.ପି. ସିଂ ଅବସରପ୍ରାପ୍ତ ସେନାଧିକାରୀ ହୋଇଥିବା ବେଳେ, ସାନଭାଇ ଲେଫ୍ଟେନାଣ୍ଟ କମାଣ୍ଡର୍ ତନୁଜ ସିଂ ନୌସେନାରେ କାର୍ଯ୍ୟରତ । ଘରର ବଡ଼ ପୁଅ ବରୁଣ ଆଜି ଏ ଦୁନିଆରେ ନାହାନ୍ତି ସତ, ହେଲେ ତାଙ୍କ ସ୍ମୃତିକୁ ଉଜ୍ଜିବୀତ ରଖିଛି ଏକ ୪ ପୃଷ୍ଠାର ପ୍ରେରଣାଦାୟକ ଚିଠି ।
ବଖାଣୁଛି, ଜୀବନକୁ ନେଇ ସେ ଥିଲେ କେତେ ଆଶାବାଦୀ । ଛାତ୍ରଛାତ୍ରୀଙ୍କ ପାଇଁ ଲେଖିଥିଲେ, ସ୍କୁଲ୍ରେ ମଧ୍ୟମ ଧରଣ ହେଲେ ବି ଠିକ୍ ଅଛି । କାରଣ ତାହା ଆଗାମୀ ଜୀବନର ମାପଦଣ୍ଡ ନୁହେଁ । ମୁଁ ବି ପାଠପଢ଼ା କି ଖେଳକୁଦରେ ସେତେ ଭଲ ନଥିଲି, କିନ୍ତୁ ବିମାନ ଉଡ଼ାଇବା ମୋ ସ୍ୱପ୍ନ ଥିଲା । ତେଣୁ କିଛି ଚମତ୍କାର କରି ଦେଖାଇବାକୁ ଜୀବନ କେତେବେଳେ ବି ନୂଆ ସୁଯୋଗ ଆଣିଦେଇପାରେ । ଶୌର୍ଯ୍ୟଚକ୍ର ପାଇବା ପରେ, ଗତ ସେପ୍ଟେମ୍ବରରେ ଜଣେ ପ୍ରାକ୍ତନ ଛାତ୍ର ଭାବେ ହରିୟାଣା ଆର୍ମି ପବ୍ଲିକ୍ ସ୍କୁଲ୍ ପ୍ରିନ୍ସିପାଲ୍ଙ୍କୁ ସେ ଲେଖିଥିବା ଏହି ଚିଠି ଏବେ ସୋସିଆଲ୍ ମିଡିଆରେ ବାହାବା ସାଉଁଟୁଛି । ସେପଟେ ବରୁଣଙ୍କ ଜନ୍ମମାଟି କିନ୍ତୁ ଶୋକରେ ବୁଡ଼ିଛି ।
ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେପଟେ ବରୁଣ ସୁସ୍ଥ ହେଲେ ଚପର୍ କ୍ରାସ୍ର ପ୍ରକୃତ କାରଣ ଜଣାପଡ଼ିପାରେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ସବୁଦିନ ପାଇଁ ମଉଳିଯାଇଛି । ଏବେ କେବଳ ତଦନ୍ତ ରିପୋର୍ଟକୁ ଅପେକ୍ଷା ।
]]>କିଛି ଘର ଜଳିଯାଇଛି
ବିମାନଟି ଯେଉଁଠାରେ ଦୁର୍ଘଟଣାଗ୍ରସ୍ତ ହେଲା ସେଠାରେ କିଛି ଚାଳ ଘର ଏବଂ କଚ୍ଚା ଘର ରହିଥିଲା । ବିମାନଟି ଖସିପଡିବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିବାରୁ ଏହି ଘରଗୁଡ଼ିକରେ ନିଆଁ ଲାଗିଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ସମୟରେ କୌଣସି ଜୀବନହାନୀ ହୋଇଥିବା ନେଇ ଜଣାପଡ଼ିନାହିଁ । ଗ୍ରାମବାସୀ ଏକାଠି ହୋଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।
ବଡ ଦୁର୍ଘଟଣା ବର୍ତ୍ତିଗଲା
କୁହାଯାଉଛି ଯେ, ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ବାଡ଼ମେରର ଉତ୍ତରଲାଇ ଏୟାରବେସରୁ ଉଡ଼ାଣ ଭରିଥିଲା । ହେଲେ କିଛି ସମୟ ପରେ ହଠାତ୍ ବିମାନଟି ତଳକୁ ଖସିବା ଆରମ୍ଭ କରିଥଲା । ଏହି ସମୟରେ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟିକୁ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରକୁ ନେଇ ଯାଇଥିଲେ । ଏହାସହ ପାଇଲଟ୍ ନିଜକୁ ବିମାନରୁ ବାହାର କରିଦେଲେ, ଯେଉଁଥିପାଇଁ ତାଙ୍କ ଜୀବନ ରକ୍ଷା ପାଇଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ନେଇ ବାୟୁସେନା କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ ।
ବୋମା ଫୁଟିବା ଭଳି ଲାଗିଲା
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆକାଶରେ ପ୍ରବଳ ଘଡ଼ଘଡ଼ିର ଶବ୍ଦ ଶୁଣାଯାଇଥିଲା । ଏହା ପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏମିତି ଲାଗିଲା ଯେମିତି ଏକ ବଡ଼ ବୋମା ବିସ୍ଫୋରଣ ହେଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆକାଶ ଧୁଆଁମୟ ହୋଇଥିଲା ।
]]>ବର୍ଷରୁ ଅଧିକ ସମୟ ଧରି ମୁତୟନ ହେବା ପରେ ସମୁଦ୍ର ପତନ ଠାରୁ ସର୍ବୋଚ୍ଚ ୧୪ ହଜାର ଫୁଟରୁ ୧୭ ହଜାର ଫୁଟ ମଧ୍ୟରେ ନିଜର ଯୁଦ୍ଧାସ୍ତ୍ର ଗୁଡିକର ପ୍ରଭାବଶାଳୀ ଭାବେ ଉପଯୋଗ କରିବା ନେଇ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଭାରତୀୟ ସେନାର ଟି-୯୦ ଭୀଷ୍ମ ଏବଂ ଟି-୭୨ ଅଜୟ ଟ୍ୟାଙ୍କ୍ କୌଶଳ ପ୍ରଦର୍ଶନ କରିଛି । ଏହି ଅଂଚଳରେ ମୁତୟନ ବିଏମ୍ପି ସିରିଜ୍ ଇନଫାଣ୍ଟ୍ରି କମ୍ବାଟ୍ ଭେହିକିଲ୍ ଗୁଡିକର ମଧ୍ୟ ଉଚ୍ଚତମ ସ୍ଥାନରେ ଅଧିକ ମାତ୍ରାରେ ଆଣିବା ଆରମ୍ଭ କରି ଦେଇଛି ଭାରତୀୟ ସେନା । ମାଇନସ୍ ୪୫ ଡିଗ୍ରୀ ତାପମାତ୍ରାରେ ସେନାର ଯବାନ ପୂର୍ବ ଲଦାଖର ଏହି ଅଂଚଳରେ ବର୍ଷେ ଧରି ରହି ଆସୁଛନ୍ତି ।
ମାଇନସ୍ ଡିଗ୍ରୀ ତାପମାତ୍ରାରେ ଯୁଦ୍ଧାସ୍ତ୍ର ଏବଂ ଟ୍ୟାଙ୍କ ଗୁଡିକର କଠିନ ପରିସ୍ଥିତିରେ ପରିଚାଳନା ଲାଗି ଏସଓପି ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଅଜୟ ରାଠୀ କହିଛନ୍ତି, ଏଲ୍ଏସିର ନିକଟତର ହେବା ଯୋଗୁଁ ନ୍ୟୋମା ଲ୍ୟାଣ୍ଡିଂ ଗ୍ରାଉଣ୍ଡର ମହତ୍ତ୍ୱ ରହିଛି । ଚୀନ ସୀମାନ୍ତ ପ୍ୟାଙ୍ଗଗଙ୍ଗ୍ ଏବଂ ଗୋଗରା ଅଂଚଳରେ ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ଲାଗି ଆଲୋଚନା ସତ୍ତ୍ୱେ ଚୀନ ସୀମାରେ ବହୁ ସଂଖ୍ୟାରେ ଯବାନ ମୁତୟନ କରିଛି । ଚୀନ ଉପରେ ସତର୍କ ଦୃଷ୍ଟି ରଖିବାକୁ ଭାରତୀୟ ସେନା ପକ୍ଷରୁ ମଧ୍ୟ ଅଧିକ ସଂଖ୍ୟକ ଯବାନ ମୁତୟନ ସେବା ଅଭ୍ୟାସ ଜାରି ରଖିଛି ।
]]>ମଧ୍ୟପ୍ରଦେଶର ଶିବପୁରୀ, ଗ୍ୱାଲିଅର୍ ଏବଂ ଦତିଆରେ ବନ୍ୟା ପରିସ୍ଥିତିର ଜାରି ରହିଛି । ପାଣି ଘେରରେ ଅନେକ ପରିବାର ଜୀବନ ବିତାଉଛନ୍ତି । ଚାରିଆଡ଼େ ଖାଲି ପାଣି ପାଣି । ବନ୍ୟା ଜଳ ଯୋଗୁଁ ତଳିଆ ଅଞ୍ଚଳର ଲୋକଙ୍କ କଥା କହିଲେ ନସରେ । ଅଗଷ୍ଟ ୨ ରେ ରାଜ୍ୟର ବନ୍ୟା ସମସ୍ୟା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅଗଷ୍ଟ ୪ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌସହଙ୍କ ସହ କଥା ହୋଇଛନ୍ତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଅଗଷ୍ଟ ୩ରେ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଭାରତୀୟ ସେନାଙ୍କୁ ମୁତୟନ କରାଯାଇଛି । ଏଥିସହିତ, ଶିବପୁରୀ, ଦତିଆ ଏବଂ ଶୋପୁରର ବନ୍ୟା ପ୍ରଭାବିତ ଅଞ୍ଚଳରେ SDRF ଦଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏହାରି ମଧ୍ୟରେ ଭାରତୀୟ ବାୟୁସେନା (ଆଇଏଏଫ) ଦତିଆ ଜିଲ୍ଲାର ଏକ ମନ୍ଦିର ଛାତରୁ ୭ ଜଣଙ୍କୁ ଉଦ୍ଧାର କରିଛି । ଅନେକ ସ୍ଥାନରେ ସାଧାରଣ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।
]]>ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି ଦିନ ତଳେ LAC ନିକଟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମକୁ ଅଳ୍ପ ସମୟ ମଧ୍ୟରେ କିପରି ପ୍ରସ୍ତୁତ ହେବାକୁ ପଡ଼ିବ ସେଥିପାଇଁ ସଜାଗ କରାଯାଇଛି। ସୀମାରେ କଠିନ ପରିସ୍ଥିତି ସତ୍ତ୍ୱେ ଭାରତର ସାର୍ବଭୌମତ୍ୟ ଓ ଅଖଣ୍ଡତା ରକ୍ଷା ପାଇଁ ଯବାନ ମାନେ ଅସୀମ ସାହସ, ଧୈର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ସୀମାରେ ଚୀନ ସେନାର କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ହୋଇ ନଥିଲେ ମଧ୍ୟ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଏଥିପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ମଧ୍ୟ ହେଉଛି ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି।
ସେ କହିଛନ୍ତି, " ଆମ ଅଞ୍ଚଳର ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଆମର ସଶସ୍ତ୍ର ବାହିନୀ ସବୁବେଳେ ପ୍ରସ୍ତୁତ ଏବଂ ସଜାଗ ରୁହନ୍ତୁ |ଲଦାଖର ଲାଇନ୍ ଅଫ୍ କଣ୍ଟ୍ରୋଲ୍ରେ ହୋଇଥିବା ଘଟଣା ତାର ଏକ ଛୋଟ ସ୍ନାପସଟ। "
ହାଇଦ୍ରାବାଦ ସ୍ଥିତ ଏୟାର ଫୋର୍ସ ଏକାଡେମୀର ପାସିଂ ଆଉଟ୍ ପରେଡରେ ଯୋଗଦେଇ ବାୟୁସେନା ମୁଖ୍ୟ ଗଲୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହ ଅନ୍ୟ ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ସେମାନଙ୍କ ବଳିଦାନ ବୃଥା ଯିବନି ବୋଲି ସେ କହିଛନ୍ତି। ଏହି ଅବସରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ଏକ୍ରୋବାଟିକ ସୋ ପ୍ରଦର୍ଶନ କରାଯାଇଥିଲା।
]]>