ସ୍ପଟବୟ ସହ କଥାବାର୍ତ୍ତା ବେଳେ ସୋନୁ ସୁଦ କହିଛନ୍ତି ଯେ, ସେ ନିଜକୁ ରାଜନୀତିରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ସୋନୁ ଅନୁଭବ କରନ୍ତି ଯେ, ନେତୃତ୍ୱ ଭଳି ଜିନିଷ ଅନାବଶ୍ୟକ ଭାବରେ ତାଙ୍କ ପ୍ରତିପକ୍ଷଙ୍କୁ ବିରକ୍ତ କରିବ । ବହୁତ ଲୋକ ଅଛନ୍ତି ଯେଉଁମାନେ ବିଲକୁଲ ଚାହାନ୍ତି ନାହିଁ କି ମୁଁ ରାଜନୀତିରେ ପ୍ରବେଶ କରେ । ମୁଁ ସେମାନଙ୍କୁ ଚିନ୍ତାରେ ପକାବାକୁ ମଧ୍ୟ ଚାହେଁ ନାହିଁ । ମୋ ପାଇଁ ଜରୁରୀ ହେଉଛି କେବଳ କାମ କରିବା ଆଉ ଲୋକଙ୍କୁ ସାହାଯ୍ୟ କରିବା । ମୁଁ ଜଣେ ଅଭିନେତା ଭାବରେ ନିଜ କାମକୁ ଉପଭୋଗ କରୁଛି । ମୁଁ ଭାବୁଛି ଆମେ ସମସ୍ତେ ସରକାରଙ୍କ ସହ ମିଶି ନିଜ ନିଜ କାର୍ଯ୍ୟ ସମ୍ପାଦନ କରିପାରିବା ।
ତେବେ କିଛି ଦିନ ପୂର୍ବରୁ ହୁମା କୁରେଶି ବଲିଉଡ ହଙ୍ଗାମା ସହ କଥାବାର୍ତ୍ତା ବେଳେ ନିଜର ମତାମତ ଦେଇଥିଲେ । ହୁମା କହିଥିଲେ ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସୋନୁ ସୁଦଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ୍ । କରୋନା କାଳରେ ସୋନୁ ସୁଦଙ୍କ ସାହାଯ୍ୟକୁ ଦେଖି ଅନେକ ଲୋକ ତାଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ସୋନୁ କେବଳ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି ।
ହୁମା ଏହି ସମୟରେ ଚଳଚ୍ଚିତ୍ର ‘ମହାରାଣୀ’ରେ ନିଜର ଦମଦାର ଭୂମିକା ପାଇଁ ଚର୍ଚ୍ଚାରେ ଅଛନ୍ତି । ରାଜନୀତି ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସେ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି ।
]]>