• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hoshangabad

hoshangabad
ବାହାବେଦୀରେ ବସିଥିଲା ପ୍ରେମିକ : ବାହାରେ ସୋନା, ବାବୁ କହି କହି ବିକଳରେ କାନ୍ଦୁଥିଲା ପ୍ରେମିକା

ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।