ରାଜ୍ୟ ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ଦେଶରେ ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ବି ପିଲାଙ୍କୁ କୁହାଯାଇଥିଲା । ଭାରତୀୟ ହକି ଦଳର ଦୁର୍ଦ୍ଦିନରେ ଓଡିଶା କିଭଳି ସହାୟତାର ହାତ ବଢାଇଥିଲା ଓ ମୁଖ୍ୟ ପ୍ରାୟୋଜକ ସାଜି ଜାତୀୟ ଦଳର ଦାୟିତ୍ୱ ନେଇଥିଲା ସେ ବିଷୟରେ ପିଲାଙ୍କୁ ଅବଗତ କରାଯାଇଥିଲା । ଅନ୍ୟପକ୍ଷରେ ସ୍ୱର୍ଣ୍ଣ ବିଜୟ ଟିମରେ ଏକମାତ୍ର ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଥିଲେ ।
ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ । ଭୋଟ୍ ପାଖେଇ ଆସୁଥିବାରୁ ଆତ୍ମପ୍ରଚାର ଲାଗି ସରକାରଙ୍କର ଏହା ଆଉ ଏକ ଭେଳିକି ବୋଲି କହିଛି କଂଗ୍ରେସ । ଜବାବରେ କ୍ରୀଡା ମନ୍ତ୍ରୀ କହିଛନ୍ତି, କେବଳ ହକିର ପ୍ରଚାରପ୍ରସାର ହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
୨୦୧୮ ଓ ୨୦୨୩ । ରାଜ୍ୟ ସରକାର ଦୁଇ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନିଜେ ସବୁ ଶ୍ରେୟ ନେବାକୁ ଉଦ୍ୟମ କରିଥିବା ବେଳେ କେନ୍ଦ୍ରର ଅବଦାନକୁ ସଂପୂର୍ଣ୍ଣ ଭୁଲି ଯାଇଥିଲେ । ଯାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ । ଏବେ ହକିକୁ ନେଇ ପୁଣି ତୁତୁ-ମେଁମେଁ ଆରମ୍ଭ ହୋଇଛି ।
ଏସିଆଡ୍ ଗେମ୍ସ ହକିରେ ସୁନା ଜିତିଛି ଭାରତ
ପ୍ରାର୍ଥନା ସଭାରେ ଭାରତୀୟ ଟିମ୍ ର ସଫଳତା ଗାଥା ଶୁଣିଲେ ସ୍କୁଲ ପିଲା
ରାଜ୍ୟ ସରକାରଙ୍କ ଆତ୍ମପ୍ରଚାର କହି ଘେରିଲେ ବିଜେପି-କଂଗ୍ରେସ
ବିଜେଡି କହିଲା ଜମାରୁ କରାଯାଉ ନାହିଁ ରାଜନୀତି
#ଦୀପଗ୍ରେସ_ଏକ୍କାଙ୍କୁ_୫୦_ଲକ୍ଷ
— ଓଟିଭି (@otvkhabar) October 8, 2023
· ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା
· ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
· ଏସୀୟ ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ପୁରସ୍କାର ଘୋଷଣା
· ଭାରତୀୟ ହକି ଟିମ୍ର ଓଡ଼ିଆ ଝିଅ ଦୀପଗ୍ରେସ ପାଇବେ ପୁରସ୍କାର#DeepGraceEkka pic.twitter.com/LtGoi99JYg
ସୂଚନା ଅନୁସାରେ ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି।
]]>ଭାରତୀୟ ଦଳରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ତୃତୀୟ ଗୋଲ ସ୍କୋର କରିଥିଲେ । ପୂର୍ବରୁ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏହି ସ୍ୱର୍ଣ୍ଣ ସହ ଏସିଆନ ଗେମସ ହକିରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।
ଅନ୍ୟପଟେ ଏସିଆନ୍ ଗେମସ୍ରେ କ୍ରିକେଟ୍ ଫାଇନାଲରେ ପହଞ୍ଚିଛି ଭାରତ । ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ । ୯୭ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୯.୨ ଓଭରରେ ହାସଲ କରିନେଇଛି । ତିଳକ ବର୍ମାଙ୍କ ମାତ୍ର ୨୫ ବଲରୁ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଫାଇନାଲରେ ପହଞ୍ଚିଛି । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବ ଭାରତ ।
ହାଙ୍ଗଝୌ ଏସିଆନ ଗେମ୍ସର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିସାରିଥିବା ଭାରତ ଖାତାରେ ଆଜି ଆହୁରି ଅନେକ ପଦକ ସାମିଲ ହେବା ସମ୍ଭାବନା ରହିଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ । ସେ ପୁରୀ ବେଳାଭୂମିରେ ୨୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି କରିଥିଲେ । ସେହିଭଳି ମେଡାଲ ଇଭେଣ୍ଟରେ ଆଜି ତୀରନ୍ଦାଜୀ, ଅଶ୍ୱଚାଳନା, ଜୁ-ଜିତସୁ, ବ୍ରିଜଓ କାନୋଇ ଉପରେ ନଜର ରହିବ । ସେପଟେ ଆଜି ଏସିଆନ ଗେମସର ମ୍ୟାଟକୁ ଓହ୍ଲାଇବେ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାମାନେ ।
]]>ଟିମ୍ର ଏହି ସଫଳତା ପଛରେ ଯେଉଁ ଖେଳାଳିଙ୍କ ବଡ଼ ଯୋଗଦାନ ରହିଥିଲା, ସେ ହେଲେ ଅଧିନାୟକ ହରମନପ୍ରୀତ ସିଂହ। ଏହି ଡ୍ରାଗ୍-ଫ୍ଲିକ୍ ବିଶେଷଜ୍ଞ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ନଅ ଗୋଲ୍ ସ୍କୋର୍ କରିଥିଲେ। ସେ ସେମିଫାଇନାଲ୍ ଓ ଫାଇନାଲ୍ରେ ବି ଗୋଲ୍ ଦେଇଥିଲେ। ମାଲେସିଆ ବିପକ୍ଷ ଫାଇନାଲ୍ରେ ସେ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଲ୍ ଦେଇ ଦୁର୍ବଳ ସ୍ଥିତିରେ ଥିବା ଟିମ୍କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶେଷରେ ଭାରତୀୟ ଟିମ୍ ୪-୩ରେ ମ୍ୟାଚ୍ ଜିତିଥିଲା।
ହରମନପ୍ରୀତଙ୍କ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। କେବଳ ଜଣେ ବିଶେଷଜ୍ଞ ଡ୍ରାଗ୍-ଫ୍ଲିକର୍ ଭାବେ ନୁହନ୍ତି, ଭାରତୀୟ ହକିକୁ ଉଚ୍ଚତର ସୋପାନରେ ପହଞ୍ଚାଇଥିବା ଯୋଗୁଁ ଆଜି ସେ ବେଶ୍ ଚର୍ଚ୍ଚିତ।
ବିଶ୍ୱର ସର୍ବଶ୍ରେଷ୍ଠ ଡ୍ରାଗ୍-ଫ୍ଲିକର୍ଙ୍କ ମଧ୍ୟରେ ପରିଗଣିତ ହରମନପ୍ରୀତ ଭାରତୀୟ ହକି ଟିମ୍ର କୀର୍ତ୍ତିସ୍ତମ୍ଭ। ଏହି କାରଣରୁ ଟିମ୍ର ସବୁ ଆଶା ତାଙ୍କ ପ୍ରଦର୍ଶନ ଉପରେ ନିବଦ୍ଧ ଥାଏ। ଜଣେ ଖେଳାଳି ଭାବେ ସେ ସବୁବେଳେ ସକାରାତ୍ମକ ଜଣାପଡ଼ନ୍ତି, ଯାହାକି ତାଙ୍କର ଏକ ବିଶେଷତ୍ୱ।
ହରମନପ୍ରୀତ ଏକମାତ୍ର ଭାରତୀୟ, ଯିଏକି ଦୁଇ ଥର ଏଫ୍ଆଇଏଚ୍ର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ନେଦରଲାଣ୍ଡ୍ସର ତେଅନ୍ ଡି’ ନୁଇଅର୍, ଅଷ୍ଟ୍ରେଲିଆର ଜାମି ଡ୍ୱୟର ଓ ବେଲ୍ଜିୟମ୍ର ଆର୍ଥର ଭାନ୍ ଡୋରେନ୍ଙ୍କ କ୍ଲବ୍ରେ ସାମିଲ୍ ହୋଇଛନ୍ତି। ସେମାନେ ମଧ୍ୟ ଦୁଇ ଥର ଲେଖାଏଁ ଏହି ପୁରସ୍କାର ହାସଲ କରିଛନ୍ତି।
ହରମନପ୍ରୀତ ୨୦୨୧-୨୨ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଓ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦ୍ୱିତୀୟ ଥର ପୁରସ୍କୃତ ହୋଇଥିଲେ। ସେହି ପ୍ରୋ ଲିଗ୍ ସିଜନ୍ରେ ସେ ୧୬ ମ୍ୟାଚ୍ରୁ ୧୮ ଗୋଲ୍ କରିଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନଅ ଗୋଲ୍ ଦେଇ ଭାରତର ରୌପ୍ୟ ପଦକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।
୨୦୨୧ରେ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତ ୪୧ ବର୍ଷ ପରେ କାଂସ୍ୟ ରୂପରେ କୌଣସି ପଦକ ଜିତିବାରେ ସଫଳ ହୋଇଥିଲା। ହରମନପ୍ରୀତଙ୍କ କ୍ୟାରିଅର୍ର ଏହା ବଡ଼ ସଫଳତା ଥିଲା। ଭାରତକୁ ପଦକ ଜିତାଇବାରେ ତାଙ୍କ ଛଅ ଗୋଲ୍ର ବହୁତ ଗୁରୁତ୍ୱ ଥିଲା।
ଭାରତ ଯେତେବେଳେ କାଂସ୍ୟ ପଦକ ପ୍ଲେଅଫ୍ ମ୍ୟାଚ୍ରେ ଜର୍ମାନୀ ଠାରୁ ପଛରେ ଥିଲା, ସେତେବେଳେ ହରମନପ୍ରୀତଙ୍କ ବରାବର ଗୋଲ୍ ସବୁବେଳେ ସ୍ମରଣୀୟ ହୋଇରହିବ। ପରେ ଅବଶ୍ୟ ରୂପିନ୍ଦର ପାଲ୍ ସିଂହ ଓ ସିମରନଜିତ୍ ସିଂହଙ୍କ ଗୋଲ୍ ବଳରେ ଭାରତ ବିଜୟ ହାସଲ କରିଥିଲା। ସେମିଫାଇନାଲ୍ରେ ବି ହରମନପ୍ରୀତ ବେଲ୍ଜିୟମ୍ ବିପକ୍ଷରେ ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ କରିଥିଲେ।
ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ ସିଜନ୍ ହରମନପ୍ରୀତଙ୍କ କ୍ୟାରିଅରକୁ ନୂଆ ସୋପାନରେ ପହଞ୍ଚାଇଥିଲା। ଏହି ସିଜନ୍ରେ ସେ ସର୍ବାଧିକ ୧୮ ଗୋଲ୍ ସ୍କୋର୍ କରିଥିଲେ, ଯାହାଫଳରେ ଭାରତୀୟ ଟିମ୍ ତୃତୀୟ ସ୍ଥାନ ହାସଲ କରିପାରିଥିଲା। ଲିଗ୍ର ୨୦୨୨-୨୩ ସିଜନ୍ରେ ମଧ୍ୟ ସେ ୧୮ ଗୋଲ୍ ଦେଇ ପ୍ରଥମ ସ୍ଥାନରେ ରହିଥିଲେ। ଏଥିରେ ଭାରତୀୟ ଟିମ୍ ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ ତୃତୀୟ ସ୍ଥାନରେ ଥିବା ବେଲ୍ଜିୟମ୍ ସହ ସମାନ ୩୦ ପଏଣ୍ଟ ପାଇଥିଲା; କିନ୍ତୁ ଅଧିକ ଗୋଲ୍ ଖାଇଥିବା ଯୋଗୁଁ ତୃତୀୟ ସ୍ଥାନ ପାଇପାରି ନ ଥିଲା।
ହରମନପ୍ରୀତ ସିଂହଙ୍କୁ ଚଳିତ ବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍ରେ ଭାରତୀୟ ଟିମ୍ର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା। ଆୟୋଜକ ହୋଇଥିବା ଦୃଷ୍ଟିରୁ ଭାରତ ପୋଡିୟମ୍ ଫିନିଶ୍ କରିବ ବୋଲି ଆଶା ଥିଲା। କିନ୍ତୁ ହରମନପ୍ରୀତ ସିଂହ ଫର୍ମରେ ନ ଥିବାରୁ ଟିମ୍କୁ ତା’ର ପରିଣାମ ଭୋଗିବାକୁ ପଡ଼ିଲା ଏବଂ ଭାରତ ନବମ ସ୍ଥାନରେ ରହିଥିଲା।
ହରମନପ୍ରୀତ ଛଅ ମ୍ୟାଚ୍ରୁ ମାତ୍ର ଚାରି ଗୋଲ୍ ଦେଇଥିଲେ। ତାଙ୍କ ପ୍ରଦର୍ଶନ ଟିମ୍ର ମନୋବଳ ଉପରେ ମଧ୍ୟ ପ୍ରଭାବ ପକାଇଥିଲା।
ପ୍ରକୃତପକ୍ଷେ ଦେଖିବାକୁ ଗଲେ, ସେ ଭାରତୀୟ ଟିମ୍ର ଭରସା ପାଲଟି ଯାଇଛନ୍ତି। ଅନେକ ସମୟରେ ସେ ଆଗକୁ ଆସି ନିଜ ଫର୍ୱାର୍ଡମାନଙ୍କୁ ଏତେ ସଠିକ୍ ପାସ୍ ଦିଅନ୍ତି ଯେ ପ୍ରତିପକ୍ଷ ଟିମ୍ ପାଖରେ ଗୋଲ୍ ବଞ୍ଚାଇବାର କୌଣସି ସୁଯୋଗ ରହେ ନାହିଁ। ସେ ତ ଜଣେ ବିଶେଷଜ୍ଞ ଡ୍ରାଗ-ଫ୍ଲିକର୍, ହେଲେ ଗୋଲ୍ ବଞ୍ଚାଇବାରେ ମଧ୍ୟ ସେ ଯୋଗଦାନ ଦିଅନ୍ତି।
ବିଶ୍ୱକପ୍ ବିଫଳତା ସତ୍ତ୍ୱେ ତାଙ୍କ ନେତୃତ୍ୱ-ଦକ୍ଷତା ଉପରେ ଆସ୍ଥା ପ୍ରକଟ କରାଯାଇଥିଲା। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ପୁଣି ନେତୃତ୍ୱ ନେଲେ ଏବଂ ଟିମ୍କୁ ମୁକୁଟ ଜିତାଇଲେ।
ସେପ୍ଟେମ୍ବର ୨୩ରୁ ହାଙ୍ଗ୍ଝୁ ଏସୀୟ କ୍ରୀଡ଼ା ଆରମ୍ଭ ହେବ। ଏଥିରେ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ଜିତିବା ନେଇ ବେଶ୍ ଆଶାବାଦୀ ଅଛନ୍ତି ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍ଟନ୍। ଏସିଆଡ୍ରେ ମଧ୍ୟ ହରମନପ୍ରୀତ ସିଂହ ଟିମ୍ର ନେତୃତ୍ୱ ନେଇପାରନ୍ତି।
ଏସିଆଡ୍ ଇତିହାସରେ ଭାରତୀୟ ପୁରୁଷ ହକି ଟିମ୍ ତିନି ସ୍ୱର୍ଣ୍ଣ ପଦକ (୧୯୬୬, ୧୯୯୮ ଓ ୨୦୧୪) ଜିତିଥିବା ବେଳେ ନଅ ରୌପ୍ୟ ଓ ତିନି କାଂସ୍ୟ ପଦକ ପାଇଛି।
ଏସିଆଡ୍ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ଟିମ୍ଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା ହେଲେହେଁ ଏହାର ଗୁରୁତ୍ୱ ବେଶୀ, କାରଣ ଏହାର ଚାମ୍ପିଅନ୍ ଟିମ୍ ୨୦୨୪ରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ସିଧା ଯୋଗ୍ୟତା ଅର୍ଜନ କରିବ।
ହରମନପ୍ରୀତ ଓ ତାଙ୍କ ଟିମ୍ର ଅନ୍ୟ ଖେଳାଳି ଏସିଆଡ୍ର ଗୁରୁତ୍ୱକୁ ବୁଝନ୍ତି। ସେମାନଙ୍କୁ ଏ କଥା ମନେ ରଖିବାକୁ ହେବ ଯେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଟିମ୍କୁ ମାଲେସିଆ ଓ ଜାପାନ ଠାରୁ ଚାଲେଞ୍ଜ୍ ମିଳିଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଛୁପାରୁସ୍ତମ୍ ସାବ୍ୟସ୍ତ ହୋଇପାରେ। ଏସିଆଡ୍ରେ ପୁଲ୍-ଏ’ରେ ଭାରତ ଛଡ଼ା ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ, ପାକିସ୍ତାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜ୍ବେକିସ୍ତାନ ରହିଛି।
ଏହାଛଡ଼ା ସେଠାରେ ଘରୋଇ ଦର୍ଶକ ନ ଥିବେ, ଟିମ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ। ଏସିଆଡ୍ ପୂର୍ବରୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭାରତୀୟ ଟିମ୍ ପାଇଁ ଏକ ଲିଟ୍ମସ୍ ଟେଷ୍ଟ ଥିଲା। ଭାରତ ସେଥିରେ ଉତ୍ତୀର୍ଣ୍ଣ ହୋଇଛି। କିନ୍ତୁ ଅଧିନାୟକ ହେବା ସ୍ଥଳେ ହରମନ୍ପ୍ରୀତଙ୍କ ନେତୃତ୍ୱ-ଦକ୍ଷତାର ଅସଲି ପରୀକ୍ଷା ହାଙ୍ଗ୍ଝୁରେ ହେବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ଲଗାତାର ଦୁଇ ବର୍ଷ ଧରି ଓଡ଼ିଶା ହକି ବିଶ୍ୱକପ୍ର ଆୟୋଜନ କରିଆସୁଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ୱରେ ରେକର୍ଡ କରିଛି । ୧୫ ମାସରେ ରାଉରକେଲାରେ ଛିଡ଼ା ହୋଇଛି ଏହି ଓ୍ୱାର୍ଲଡ୍ କ୍ଲାସ୍ ଷ୍ଟାଡିୟମ୍ । କମ୍ ସମୟ ମଧ୍ୟରେ ଏଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ତିଆରି କରି ବାଃ ବାଃ ଗୋଟାଉଛନ୍ତି ନବୀନ ସରକାର । ଯାହା ସମ୍ଭବ ହୋଇଛି ପ୍ରଶାସନିକ କଳର ତତ୍ପରତା ଯୋଗୁଁ ।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ଓବିସି ଆୟୋଗ ଅଧିନିୟମ-୧୯୯୩ର ସଂଶୋଧନକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ।
]]>ତୃତୀୟ କ୍ୱାର୍ଟର ସୁଦ୍ଧା ୩-୨ ଗୋଲରେ ଆଗୁଆ ଥିବା ଭାରତ ଏହାକୁ ଡିଫେଣ୍ଡ କରିବାରେ ବିଫଳ ହୋଇଥିଲା । ପୁରା ଟୁର୍ଣ୍ଣାମେଣ୍ଟରେ ସେହି ଗୋଟିଏ ଭୁଲ୍କୁ ବାରମ୍ବାର ଦୋହରାଇଥିଲା ଦଳ । ମିଳୁଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରିବାକୁ ସକ୍ଷମ ହୋଇ ପାରିନଥିଲେ ଭାରତୀୟ ଖେଳାଳି । ଭାରତ ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚରୁ ୨୦ ପେନାଲ୍ଟି କର୍ଣ୍ଣର ପାଇଥିବା ବେଳେ ମାତ୍ର ୩ଟିକୁ ଗୋଲ୍ରେ ପରିଣତ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୧୦ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ହେଲେ ଦଳ ମାତ୍ର ୨ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଥିବା ୨ଟି ଯାକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା । ଶେଷରେ ଫଳାଫଳ ପାଇଁ ସୁଟ୍ ଆଉଟ୍ର ସହାୟତା ନିଆଯାଇଥିଲା, ହେଲେ ସେଥିରେ ଫେଲ ହୋଇଥିଲା ଭାରତ ।
ଭାରତର ଏଭଳି ଦୟନୀୟ ପ୍ରଦର୍ଶନର କାରଣ କଣ ? ହାର୍ଦ୍ଦିକ ସିଂ ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ଭାରି ପଡ଼ିଲା କି ? ଟୋକିଓ ଅଲିମ୍ପିକିସ୍ରେ ବ୍ରୋଞ୍ଜ ଜିତିଥିବା ଦଳର ଅଧା ଖେଳାଳିଙ୍କୁ ବିଶ୍ୱକପ୍ ଟିମ୍ରେ ସାମିଲ ନ କରିବା ଅନ୍ୟତମ କାରଣ ଥିଲା କି ? ଖେଳାଳି ଚୟନ କରିବାରେ ଭୁଲ୍ ରହିଲା କି ? ନା ଘରୋଇ ପରିବେଶର ଚାପକୁ ସହି ନପାରି ଆଶାନୁରୂପ ଖେଳ ପ୍ରଦର୍ଶନ କରିପାରିଲେନି ଖେଳାଳି । ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି ।
ଚଳିତ ବିଶ୍ୱକପରେ ଭାରତ ଏବେ ନବମରୁ ୧୬ତମ ସ୍ଥାନ ଲାଗି କ୍ଲାସିଫିକେସନ୍ ମ୍ୟାଚ ଖେଳିବ । ଆସନ୍ତା ୨୬ ତାରିଖରେ ରାଉରକେଲାରେ ଦିନ ୨ଟାରେ ଜାପାନକୁ ଭେଟିବ ଭାରତ ।
]]>ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିଏସ୍) ଗୁଡ଼ିକରେ ହକି ପ୍ରତି ପିଲାମାନଙ୍କ ଉତ୍ସୁକତାକୁ ଦୃଷ୍ଟିରେ ରଖି ଭାରତ-ୱେଲ୍ସ ମ୍ୟାଚ ଲାଇଭ୍ ସ୍କ୍ରିନିଂର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପିଲାମାନେ ମୁହଁରେ ରଙ୍ଗ ବୋଳି ଏବଂ ହକି ବିଶ୍ୱକପ୍ ଚିତ୍ରିତ ପୋଷାକ ପିନ୍ଧି ନିଜ ଘରୋଇ ଟିମକୁ ସମର୍ଥନ କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ଭାରତ ମ୍ୟାଚ୍ ଦେଖିବାକୁ ସମସ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ବାରି ହୋଇ ପଡ଼ୁଥିଲା । ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।
ଅନ୍ୟପକ୍ଷରେ, ପିଲାମାନେ ଯେପରିମ୍ୟାଚକୁ ଭଲ ଭାବରେ ଦେଖି ପାରିବେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ଖାଇବା ପିଇବାର ବ୍ୟବସ୍ଥା ସହ ମ୍ୟାଚ୍ ଶେଷରେ ପିଲାମାନଙ୍କୁ ନେଇ ସ୍ୱତନ୍ତ୍ର ଫଟୋ ସେସନର ଆୟୋଜନ କରା ଯାଇଥିଲା । ଛାତ୍ରଛାତ୍ରୀ ମାନେ ହକି ଷ୍ଟିକ୍ ଆକୃତିରେ ଛିଡ଼ା ହୋଇ ଫଟୋ ଉଠାଇବା ସହ ଭାରତୀୟ ହକି ଦଳକୁ ନିଜର ସମର୍ଥନ ଜଣାଇଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇଘରର ଛାତ୍ରଛାତ୍ରୀ ମାନେ ହକି ବିଶ୍ୱକପ୍ ଏବଂ ହକି ଷ୍ଟିକ୍ ଆକୃତିରେ ଛିଡ଼ା ହୋଇ ଭାରତୀୟ ଦଳକୁ ସମର୍ଥନ ଜଣାଇଥିଲେ।
]]>ଏ ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ୫ କଳାବଜାରୀଙ୍କୁ ଗିରଫ କରିଛି। ସେପଟେ କିନ୍ତୁ ପ୍ରକୃତ ହକିପ୍ରେମୀଙ୍କ ପ୍ରଶ୍ନ ଯଦି ସବୁ ଟିକେଟ୍ ବିକ୍ରି ସରିଛି ତେବେ, ଗ୍ୟାଲେରୀରେ ବହୁ ସିଟ୍ ଫାଙ୍କା ପଡୁଛି କେମିତି?
କାଉଣ୍ଟରକୁ ଗଲେ ମଧ୍ୟ ସେଠାରେ ସୋଲଡ୍ ଆଉଟ୍ ନୋଟିସ୍ ଦେଖି ଭାଙ୍ଗିଯାଉଛି ଖେଳପ୍ରେମୀଙ୍କ ମନ। ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମସ୍ଥିତ ଟିକେଟ୍ କାଉଣ୍ଟର ଆଗରେ ଟିକେଟ୍ ଖଣ୍ଡେ ପାଇଁ ସବୁଦିନ ଚକ୍କର କାଟୁଛନ୍ତି କ୍ରୀଡ଼ାପ୍ରେମୀ। କିନ୍ତୁ କେବଳ ନିରାଶ ହୋଇ ଫେରିବା ବ୍ୟତୀତ ଆଉ କିଛି ଉପାୟ ନାହିଁ।
ଭାରତ ତ ଭାରତ, ଅନ୍ୟ ଦେଶର ମ୍ୟାଚ୍ ଲାଗି ବି ନାସ୍ତିବାଣୀ ଶୁଣିବାକୁ ମିଳୁଛି। ଏଣେ ଟିକେଟ୍ର ଅଭାବନୀୟ ସ୍ଥିତିକୁ ଦେଖି ପ୍ରକୃତ ହକିପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ। ସେମାନଙ୍କ ମତରେ ମ୍ୟାଚ୍ ବେଳେ ଗ୍ୟାଲେରୀ ପ୍ରାୟ ଅଧା ଖାଲି ରହୁଛି। ଏପଟେ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ସୋଲଡ୍ ଆଉଟ୍ ଟ୍ୟାଗ୍ ଦେଖାଯାଉଛି। ତାହେଲେ ଟିକେଟ୍ ନେଲା କିଏ, ଆଉ ଦର୍ଶକ ଗଲେ କୁଆଡ଼େ?
ଅନ୍ୟପକ୍ଷରେ ହକିପ୍ରେମୀଙ୍କ ସନ୍ଦେହ, ଅନୁମାନ ଓ ଆଶଙ୍କାକୁ ପ୍ରମାଣିତ କରୁଛି ଏ ଘଟଣା। ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ପାଇଁ ବ୍ୟସ୍ତ କ୍ରୀଡ଼ାପ୍ରେମୀ ଟିକେଟ୍ ଖଣ୍ଡେ ପାଉ ନଥିବା ବେଳେ ସୋସିଆଲ ମିଡିଆରେ ୧୦ ଗୁଣା ଚଢା ଦରରେ ବିକ୍ରି ହେଉଛି ଟିକେଟ୍। ଏମିତିକି କଳାବଜାରୀଙ୍କ ପାଖରେ ମହଜୁଦ୍ ରହିଛି ଭାରତ ଖେଳୁଥିବା ଲିଗ୍ ମ୍ୟାଚର ଟିକେଟ୍।
ଏ ଘଟଣା ସାମ୍ନାକୁ ଆସିବା ପରେ ଟିକେଟ୍ କଳାବଜାରୀ ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି ସହିଦନଗର ପୋଲିସ। କମିଶନରେଟ୍ ପୋଲିସ ଏ ମାମଲାର ତଦନ୍ତ କରୁଥିବା ବେଳେ ସେପଟେ କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରକାଶଥାଉ ଯେ ହକି ବିଶ୍ୱକପ୍ ଲାଗି ଗତ ନଭେମ୍ବର ୨୪ରୁ ଅନ୍ଲାଇନ୍ ଓ ଡିସେମ୍ବର ୧୯ରୁ କାଉଣ୍ଟର୍ରେ ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ତେବେ ବିକ୍ରିର ପ୍ରଥମ ଦିନରୁ ହିଁ କ୍ରୀଡ଼ାପ୍ରେମୀଙ୍କୁ ଟିକେଟ୍ ମିଳି ନଥିବା ଅଭିଯୋଗ ହୋଇ ଆସୁଥିଲା।
ଏଠାରେ ପ୍ରଶ୍ନ ଉଠେ ଯେ ଟିକେଟ୍ ଗଲା କୁଆଡ଼େ, ଆଉ ନେଲା କିଏ? ଯାହାର ସ୍ପଷ୍ଟ ଉତ୍ତର ନା ଭାରତୀୟ ହକି ଫେଡେରେସନ୍ ନା ଆୟୋଜକ ଓଡ଼ିଶା ସରକାର, କାହାରି ପାଖରେ ନାହିଁ।
(ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)
]]>ହରମନପ୍ରୀତ୍ ସିଂଙ୍କଠାରୁ ପାସ୍ ପାଇ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅମିତ । ଏଥିସହ ୧-୦ ଗୋଲରେ ଆଗୁଆ ହୋଇଯାଇଥିଲା ଭାରତ । ବିଶ୍ୱକପ୍ର ଏହି ଗୋଲ୍ ଥିଲା ଭାରତ ପାଇଁ ୨ଶହ ତମ ଗୋଲ୍ । ଏହାପରେ ମ୍ୟାଚ୍ର ସେକେଣ୍ଡ କ୍ୱାର୍ଟରରେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ । ୨-୦ ଗୋଲ୍ରେ ଆଗୁଆ ହୋଇଯାଇଥିଲା ଭାରତ । ଏହାପରେ ମ୍ୟାଚ୍ ସରିବା ଯାଏଁ ସ୍ପେନ୍ ଆଉ ଗୋଲ୍ ଦେଇପାରିନଥିଲା । ଫଳରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି ।
ଚଳିତ ବିଶ୍ୱକପରେ ସ୍ପେନ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିବ ନିଜର ପ୍ରଥମ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଏ ମ୍ୟାଚ୍ ଉପରେ ପୁରା ଦେଶର ନଜର ରହିଛି । ଘରୋଇ ମାଟି ସହ ହୋମ୍ ଗ୍ରାଉଣ୍ଡର ଦୁଇ ଷ୍ଟାର ଅମିତ ରୋହିଦାସ ଓ ନିଲମ୍ ସଂଜୀପ ଖେସଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଦଳ । ମ୍ୟାଚର ଦୁଇ ସପ୍ତାହ ପୂର୍ବରୁ ବ୍ରାଣ୍ଡ ନ୍ୟୁ ର୍ବିସା ମୁଣ୍ଡା ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭ୍ୟାସ କରିଥିବାରୁ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ରଖିଛନ୍ତି ଭାରତୀୟ ଦଳର କ୍ୟାପଟେନ ଓ କୋଚ୍।
ଲଗାତର ଦ୍ୱିତୀୟ ଥର ପାଇଁ ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି ଟିମ୍ ହରପ୍ରୀତ ଆଣ୍ଡ୍ କୋ । ୧୯୭୫ ମସିହା ପରଠାରୁ ଭାରତ ପାଇଁ ସ୍ୱପ୍ନ ହୋଇ ରହିଛି ବିଶ୍ୱକପ ମୁକୁଟ । ଗତ ବିଶ୍ୱକପରେ କ୍ୱାର୍ଟର ଫାଇନାଲରୁ ଆଉଟ୍ ହୋଇ ଷଷ୍ଠ ସ୍ଥାନରେ ରହିଥିଲା ଭାରତ । ଏଥର ଘରୋଇ ଦଳଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି କୋଟି କୋଟି ହକି ପ୍ରେମୀ.. ।
ଭାରତ ମ୍ୟାଚ୍ ଛଡ଼ା ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସଂଧ୍ୟା ୫ଟାରେ ଇଂଲଣ୍ଡ-ୱେଲସ ମଧ୍ୟରେ ହେବ ମୁକାବିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଦିନ ଗୋଟାଏରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଥିବା ବେଳେ ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର ... ।
]]>ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍। ପୁରା ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଦର୍ଶନକୁ ନେଇ ଢେର ଆଶାବାଦୀ ଅଛନ୍ତି କ୍ରୀଡ଼ାପ୍ରେମୀ। କାରଣ ଲଗାତର ଦ୍ୱିତୀୟ ଥର ପାଇଁ ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି ଟିମ୍ ହରପ୍ରୀତ ଆଣ୍ଡ୍ କୋ। କୋଚ୍ ଗ୍ରାହମ୍ ରିଡଙ୍କ ନୂଆ ରଣନୀତିକୁ ବଳ କରି ମଇଦାନକୁ ଓହ୍ଲାଉଛି ଭାରତୀୟ ଦଳ। ୧୯୭୫ ମସିହା ପରଠାରୁ ଭାରତ ପାଇଁ ସ୍ବପ୍ନ ହୋଇ ରହିଛି ବିଶ୍ୱକପ ମୁକୁଟ। ଗତ ବିଶ୍ୱକପ୍ରେ କ୍ୱାର୍ଟର ଫାଇନାଲରୁ ଆଉଟ୍ ହୋଇ ଷଷ୍ଠ ସ୍ଥାନରେ ରହିଥିଲା ଭାରତ। ଏଥର ଘରୋଇ ଦଳଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି କୋଟି କୋଟି ହକି ପ୍ରେମୀ।
ସେପଟେ ଆଜି ବିଶ୍ୱକପ୍ ଟ୍ରଫି ରାଉଲକେଲା ରେ ପହଞ୍ଚିବା ପରେ ସେଠାରେ ସୃଷ୍ଟି ହୋଇଥିଲା ଭବ୍ୟ ପରିବେଶ ଟ୍ରଫିକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ରାଉରକେଲାବାସୀ। ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରିଥିଲା ଟ୍ରଫି। ଏହି ଅବସରରେ ବ୍ରାହ୍ଣଣୀ ବ୍ରିଜ୍ ଉପରେ ୨୫୦ରୁ ଅଧିକ ଓଡ଼ିଶା ନୃତ୍ୟଶିଳ୍ପୀଙ୍କ ସମବେତ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ସହରର ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଆସି ଟ୍ରଫିକୁ ସ୍ୱାଗତ କରିଥିଲେ।
ଚଳିତ ଥର ଭାରତ ସମେତ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ୍, ଜର୍ମାନୀ ଏବଂ ବେଲଜିୟମକୁ ବିଶ୍ୱକପ ଦାବିଦାର କୁହାଯାଉଛି। ନେଦରଲ୍ୟାଣ୍ଡସ ୩ ଥର ବିଶ୍ୱକପ ଟାଇଟଲ ଜିତିଥିବାବେଳେ ୨୦୧୮ରେ ରନର୍ସ ଅପ୍ରେ ସନ୍ତୁଷ୍ଟ ରହିଥିଲା ଅଷ୍ଟ୍ରେଲିଆ ମଧ୍ୟ ୩ ଥର ବିଶ୍ୱକପ୍ ଟ୍ରଫି ହାସଲ କରିଥିବା ବେଳେ ଜର୍ମାନୀ ଓ ଡିଫେଣ୍ଡିଂ ଚାମ୍ପିୟନ୍ ବେଲଜିୟମ୍ ଜବରଦସ୍ତ ଫର୍ମରେ ଅଛନ୍ତି
(ରାଉଲକେଲାରୁ ପବନ ତିଓ୍ୱାରୀ ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)
]]>ରାସ୍ତାର ଦୁଇକଡ଼େ ତ୍ରିରଙ୍ଗା, ବେଲୁନ୍ ଓ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା; ମହିଳାଙ୍କ ହୁଳହୁଳି, ପୁଷ୍ପବୃଷ୍ଟି ଓ ବନ୍ଦାପନା; ଆଉ ତା ସାଙ୍ଗକୁ ଓଡ଼ିଶୀ, ଘୋଡ଼ାନାଚ ଓ ମେଢ଼ନାଚ ଆଦି ଦେଖିବା ଭଳି ଥିଲା । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି କାର୍ଯ୍ୟକର୍ତ୍ତା, ସାଧାରଣ କଟକିଆ ବି ସାମିଲ ହୋଇଥିଲେ ମହାପର୍ବର ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ... ।
ତେବେ ଖାଲି ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ୱର ଅପେକ୍ଷା ଥିଲା ହକି ବିଶ୍ୱକପର ଉଦଘାଟନୀ ସମାରୋହକୁ ମୁଖ୍ୟ ଆକର୍ଷଣ ଥିଲା ଓଲିଉଡ୍-ବଲିଉଡ୍ ତାରକାଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସେଥିପାଇଁ ବାରବାଟୀ ଷ୍ଟାଡିୟମ୍ ଗେଟରେ ଲାଗିଥିଲା ଲମ୍ବା ଲାଇନ୍, ଆଉ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼ ।
ଓଡ଼ିଶାର ବିଭିନ୍ନ ସହର, ଏପରିକି ଗ୍ରାମାଞ୍ଚଳରେ ବି ଦେଖିବାକୁ ମିଳିଛି ହକି ମାନିଆ । କେଉଁଠି ମୁରୁଜ ଆଙ୍କି, ତ ଆଉ କେଉଁଠି ନାଚଗୀତ ଭିତରେ ସେଲିବ୍ରେଟ୍ କରିଛନ୍ତି ଛାତ୍ରଛାତ୍ରୀ । ଆମ ରାଜ୍ୟରେ ଜାତୀୟ କ୍ରୀଡ଼ାର ମହାକୁମ୍ଭ ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହ ଓ ଉଦ୍ଦୀପନା ... ।
ଦିନ ଗୋଟାଏରୁ ସ୍କୁଲ ଛୁଟି ହୋଇଯିବା ପରେ, ହକି ବିଶ୍ୱକପର ଉଧଘାଟନୀ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିସହ ବିଭିନ୍ନ ସହରରେ ଫ୍ୟାନ୍ ପାର୍କ ହେବା ସହିତ, ପ୍ରତି ଓ୍ୱାର୍ଡ଼ ଓ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ସ୍କ୍ରିନିଂର ମଧ୍ୟ ବ୍ୟବସ୍ଥା ହୋଇଛି ।
]]>ସନ୍ଧ୍ୟା ୬ଟାରେ ଗ୍ରାଣ୍ଡ ୱେଲକମ୍ କରାଯିବ । ହକି ୱାର୍ଲଡ କପ୍ ସଂଗୀତ ଓ ବ୍ଲାକ ସ୍ୱାନ ଗ୍ରୁପର ଡାନ୍ସ, ବଲିଉଡ୍ ଅଭିନେତା ରଣବୀର ସିଂ ଓ ଦିଶା ପଟାନୀଙ୍କ ଲାଇଭ ପରଫରମାନ୍ସ ମୁଖ୍ୟ ଆକର୍ଷଣ ରହିବ । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ। ଏହି ମହୋତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି। ଏହି ସମାରୋହର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି। ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି। ଆଜି ହକି ବିଶ୍ୱକପ୍ ମହୋତ୍ସବ ଥିବାବେଳେ ଆସନ୍ତା ୧୩ ତାରିଖରୁ ମ୍ୟାଚ୍ ଆରମ୍ଭ ହେବ।
ଏହି ମହୋତ୍ସବ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକରେ ୨୦୦ ଅଫିସର୍ଙ୍କ ସମେତ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ। ରିଙ୍ଗ୍ ରୋଡ୍ରୁ ବାରବାଟୀ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଖାଦ୍ୟ ପଦାର୍ଥ, ପାଣି ବୋତଲ ସହ ଫୋଫାଡିଲା ଭଳି ଜିନିଷ ଛଡାଯିବନି। ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣି ଷ୍ଟଲ୍ କରାଯାଇଛି।
ଓପନିଂ ସେରିମୋନିରେ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ଦୃଷ୍ଟିର ରଖି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି। ହକି ବିଶ୍ୱକପ୍ ଓପନିଂ ସେରିମୋନି ନେଇ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା ହୋଇଛି।
ସେହିପରି ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ୍ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ, ଓସିଏ ଲନ୍ରେ ପାର୍କିଂ ବ୍ୟବସ୍ଥା ହୋଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ସେହିପରି କଳାକାରଙ୍କ ପାଇଁ କ୍ଲବ ହାଉସ, ଉପର ବାଲିଯାତ୍ରା ଏବଂ ବାସ୍କେଟବଲ୍ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଓପନିଂ ସେରିମୋନି ପାଇଁ ଯେଉଁମାନଙ୍କ ପାଖରେ ଭାଲିଡ୍ ପାସ୍/ଟିକେଟ୍ ଅଛି ସେମାନେ ମାଗଣାରେ ଆଜି ମୋ ବସ୍ରେ ଯାତ୍ରା କରିପାରିବେ।
📢Happy to announce #SpecialMoBusShuttleService has been arranged for citizens on 11/1/2023 for the Celebration event of #FIHOdishaMensHockeyWorldCup23 at Barabati Stadium, Cuttack.
— Capital Region Urban Transport (@CRUT_BBSR) January 10, 2023
Commuters with valid pass/ticket for the event may travel in #MoBusShuttle routes free of cost. pic.twitter.com/16qnl2dNsS
ହକି ବିଶ୍ୱକପ୍ ଓପନିଂ ସେରିମୋନିର ଷ୍ଟାର୍ ଆଟ୍ରାକସନ୍ ହେଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନି। ଗତକାଲି ଉଭୟ ସେଲିବ୍ରେଟି ଭୁବନେଶ୍ୱର ରେ ପହଞ୍ଚି ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଥିଲେ। ନବୀନ ନିବାସ ଯାଇ ରଣବୀର ସିଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ। ସେହିପରି ଅଭିନେତ୍ରୀ ଦିଶା ପଟ୍ଟାନି ଏବଂ ବଲିଉଡ୍ର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପୂର୍ବରୁ ବାରବାଟୀ ଷ୍ଟାଡିୟମ୍ ଯାଇ ରଣବୀର ଓ ଅନ୍ୟ କଳାକାର ଅଭ୍ୟାସ କରିଥିଲେ।
]]>ସରକାରୀ ଉଦାସୀନତାର ମାଳ ମାଳ ଉଦାହରଣ ଭିତରୁ ଗୋଟିଏ ହେଲା କୁଆଁରମୁଣ୍ଡା ମେଡିକାଲ କଲେଜ୍ ୨୦୦୩ରେ ସୁନ୍ଦରଗଡ଼ କୁଆଁରମୁଣ୍ଡାଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଜେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଜମି ଚିହ୍ନଟ ମଧ୍ୟ ହୋଇଥିଲା । କିନ୍ତୁ ୟା ଭିତରେ ସେହି ଜମି ଏବେ ଏକ ଘରୋଇ କମ୍ପାନି ହାତରେ । ପ୍ରକଳ୍ପର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।
ସେହିପରି ୨୦୧୪ ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ କୋଏଲ୍ ନଦୀ ଉପରେ ବ୍ୟାରେଜ୍ ଓ ରିଙ୍ଗ୍ ରୋଡ୍ ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ବି ୯ ବର୍ଷ ବିତିଲାଣି ରିଂ ରୋଡ୍ ଏବେ ଖାଲି ଫଳକରେ । ସେପଟେ ବ୍ୟାରେଜ କାମ ୧୦ ବର୍ଷ ଭିତରେ ସେମିତି ଆଖିଦୃଶିଆ ଅଗ୍ରଗତି ହୋଇନି । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।
ପୂର୍ବରୁ ଘୋଷଣା ହୋଇଥିବା ଏପରି ଅନେକ ଯୋଜନାକୁ ନେଇ ତେଜିଛି ରାଜନୀତି । ୧୫ ମାସରେ ଯଦି ଷ୍ଟାଡିୟମ ନିର୍ମାଣ ହୋଇପାରୁଛି ତେବେ ଦୀର୍ଘ ଦିନରୁ ପଡିରହିଥିବା ମେଡିକାଲ୍ କଲେଜ ପ୍ରତିଶ୍ରୁତି କଥା କଣ ହେଲା ବୋଲି ପ୍ରଶ୍ନ କରିଛି ବିଜେପି । ବ୍ୟାରେଜ୍ ଓ ରିଂ ରୋଡ୍ କଥା ମଧ୍ୟ ସରକାର ଘୋଷଣା କରିଥିଲେ କିନ୍ତୁ ହେଲା ନାହିଁ । କାମ ନକରି ଲୋକଙ୍କୁ ମିଛ କହୁଥିବା ଅଭିଯୋଗ କରିଛି ବିଜେପି । ଜବାବରେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାକୁ ଅନେକ କିଛି ଦେଇଛନ୍ତି । କୋଏଲ୍ ବ୍ୟାରେଜ କାମ ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଶେଷ ହେବ ।
ରାଉରକେଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ବର୍ଷ ବର୍ଷ ଧରି ପୂରଣ ହେଉନଥିବାରୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ କିଛି ଦିନ ତଳେ ଭୁବନେଶ୍ୱର ଆସି ପ୍ରତିବାଦ କରିଥିଲେ । ନବୀନ ନିବାସ ନିକଟରେ ଏକ ହୋର୍ଡିଂ ଉପରେ ଚଢ଼ିଯାଇ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ ମୁକ୍ତିକାନ୍ତ ।
]]>ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ମ୍ୟୁଜିକ୍ ଡିରେକ୍ଟର୍ ପ୍ରୀତମ୍, ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ୍ ସ୍ୱାନ୍ ଗ୍ରୁପ୍ ହେବେ ମୁଖ୍ୟ ଆକର୍ଷଣ। ଏଥିପାଇଁ ୪୦ ହଜାରରୁ ଅଧିକ ଦର୍ଶକଙ୍କ ହେବ ସମାଗମ।
ଏନେଇ ଆସନ୍ତାକାଲି ଅପରାହ୍ନ ଗୋଟାଏ ପରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଅଧିକରୁ ଅଧିକ ଲୋକେ କଟକରେ ଯେପରି ଏହାର ମଜା ଉଠାଇ ପାରିବେ ସେଥିପାଇଁ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ୧୬ଟି ସ୍ଥାନରେ ହୋଇଛି ଫ୍ୟାନ୍ ପାର୍କ। ତା’ସହ କଟକର ବିଭିନ୍ନ ୱାର୍ଡରେ ବି ଲାଗିବ ଏଲ୍ଇଡି।
ଆସନ୍ତାକାଲି ବାରବାଟୀର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବେ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛ॥ ୨୦୦ ଅଫିସର୍ ସହ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ।
ରିଙ୍ଗ୍ ରୋଡ୍ଠାରୁ ବାରବାଟୀ ଯାଏଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା। ଖାଲି କଟକ ନୁହେଁ ରାଜଧାନୀ ଭୁବନେଶ୍ୱର ରେ ବି ଭିଡ଼ ହେବ। ଖେଳାଳି ଓ ଅତିଥି ଥିବାରୁ ଅଧିକ ଯତ୍ନବାନ ହୋଇଛି କମିଶନରେଟ୍ ପୋଲିସ୍। ଭୁବନେଶ୍ୱରର ୧୪୭ଟି ସ୍ଥାନରେ ଲାଗିଛି ସିସିଟିଭି। ପ୍ରତିଟି ଘଟଣାକୁ ମନିଟରିଂ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।
ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବ ସେଦିନ ଏଠିକୁ ଯେକୌଣସି ଲୋକ ଯାଇପାରିବେ। ଭୁବନେଶ୍ୱର ଭଳି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ ଓ ପୁରୀ ବେଳାଭୂମିରେ ବି ହୋଇଛି ଆୟୋଜନ। ତେବେ ରାଉରକେଲା ଓ ପୁରୀରେ ୧୩ ତାରିଖରୁ ଖୋଲିବ ଓଲି ଲ୍ୟାଣ୍ଡ୍।
ଆସନ୍ତାକାଲିଠୁ ସେଲିବ୍ରେସନ୍ ଆରମ୍ଭ ହେଉଥିବା ବେଳେ ୧୩ ତାରିଖରୁ ପଡିଆରେ ହେବ ଅସଲ ମୁକାବିଲା। ସେହିଦିନ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ସ୍ପେନ୍କୁ ଟକ୍କର ଦେବ ଟିମ୍ ଇଣ୍ଡିଅ।
(କଟକରୁ ଦେବାଶିଷ ମହାନ୍ତି, ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)
]]>ପ୍ରଥମେ ଆଜି ସକାଳୁ କଟକ ରେ ଅଧାଦିନ ସ୍କୁଲ ଛୁଟି ବୋଲି ଘୋଷଣା କରାଯାଇଥିଲା । କେବଳ କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଫଳରେ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ ବୋଲି କୁହାଯାଇଥିଲା । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଥିଲେ ।
ସେପଟେ ହକି ବିଶ୍ୱକପ୍ ପୂର୍ବରୁ ସିଲଭର ସିଟି କଟକ ଏବେ ନୂଆ ରୂପ, ନୂଆ ଢଙ୍ଗରେ ସଜେଇ ହୋଇଛି । ରିଙ୍ଗ ରୋଡରୁ ଆରମ୍ଭ କରି ସାହି ଗଳି କନ୍ଦିରେ ଏବେ ସମସ୍ତେ ହକି ପାଇଁ ଦିୱାନା ହୋଇ ଉଠିଛନ୍ତି । ଦିନକ ପରେ ବାରବାଟୀ ଷ୍ଟାଡିୟମରେ ହେବ ଗ୍ରାଣ୍ଡ ଉଦଘାଟନ, ଆଉ ୧୩ରୁ ହେବ ଅସଲ ମୁକାବିଲା ।
ସେହିପରି ହକି ବିଶ୍ୱକପକୁ ନେଇ କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳକାୟ ବାଲୁକା କଳା ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୧୦୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି ପାଇଁ ୫ ହଜାର ବଲ୍ ବ୍ୟବହାର କରାଯାଇଛି ।
ଅନ୍ୟପଟେ ବିଶ୍ୱକପ୍ ହକିକୁ ଦେଖି ରାଉରକେଲା ଓ ଭୁବନେଶ୍ୱର ରେ କୋଭିଡ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରାଯିବା ସହିତ ଇମରଜେନ୍ସି ଆମ୍ବୁଲାନ୍ସ ସେବା କରାଯାଇଛି । ହକି ବିଶ୍ୱ କପ୍ ପାଇଁ ଝାରସୁଗୁଡ଼ା ରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ନବ ଦାସ ।
]]>୨୦୧୮ରେ ମଧ୍ୟ ଭୁବନେଶ୍ୱରର ହକି ବିଶ୍ୱକପ୍ ହୋଇଥିଲା । ମାତ୍ର ସେତେବେଳେ ଏ ଧରଣର ପ୍ରଚାରପ୍ରସାର ହୋଇନଥିଲା କି ବାହାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ତେଣୁ ଏଥର ଚାଲିଥିବା ପ୍ରଚାରପ୍ରସାର ପଛର ଷ୍ଟ୍ରାଟେଜୀକୁ ନେଇ ଖାଲି ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ବି ଚର୍ଚ୍ଚା । ପ୍ରକୃତରେ କେବଳ ହକି ପାଇଁ ମାହୋଲ ତିଆରି କରିବାକୁ ଏହି ଉଦ୍ୟମ ନା ଜାତୀୟ ରାଜନୀତିରେ ଦବଦବା ଜାହିର କରିବାକୁ କସରତ ? ବିଜେପି କହିଛି ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଜାତୀୟସ୍ତରରେ ନବୀନଙ୍କ ଇମେଜ୍ ମଳିନ ପଡିଥିବାରୁ ତାକୁ କ୍ଲିନ କରିବାକୁ ଉଦ୍ୟମ କରାଯାଉଛି । ଅନ୍ୟପକ୍ଷରେ ଖେଳ ଆଳରେ ରାଜନୀତି ଠିକ ନୁହେଁ ବୋଲି ମତ ଦେଇଛି କଂଗ୍ରେସ । ହେଲେ ବିଜେଡିର ଯୁକ୍ତି ଜାତୀୟସ୍ତରରେ ନବୀନଙ୍କ ଇମେଜ ଏବେ ବି କ୍ଲିନ ।
ରାଜନୈତିକ ସମୀକ୍ଷକଙ୍କ ମତରେ ଇମେଜ ବିଲ୍ଡିଂ ଏବଂ ଚର୍ଚ୍ଚାରେ ରହିବାକୁ ଏହା ନବୀନଙ୍କ ପ୍ରୟାସ । ୨୪ ନିର୍ବାଚନ ପୂର୍ବରୁ ଥାର୍ଡ ଫ୍ରଣ୍ଟ ଗଠନ ଚର୍ଚ୍ଚା ହେଉଥିବାରୁ ହକି ଆଳରେ ଅନ୍ୟ ଦଳର ନେତାଙ୍କ ସହ ନବୀନଙ୍କ ଭେଟଘାଟ କାର୍ଯ୍ୟକ୍ରମ ପଛରେ ଭିନ୍ନ କିଛି ରାଜନୀତିର ଗନ୍ଧ ବାରୁଛନ୍ତି ସମୀକ୍ଷକ ।
ହକି ବିଶ୍ୱକପର ଆୟୋଜନକୁ ନେଇ ଯେତିକି ଚର୍ଚ୍ଚା, ବ୍ରାଣ୍ଡ ନବୀନର ପ୍ରମୋସନକୁ ନେଇ ତାଠାରୁ ବି ଅଧିକ ଆଲୋଚନା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନବୀନଙ୍କ ଇମେଜ ବିଲଡିଂ ଷ୍ଟ୍ରାଟେଜୀ କେତେ ଫାଇଦା ଦେଉଛି ତାହା ଦେଖିବା କଥା ।
]]>ଅନ୍ୟପଟେ ରାଉରକେଲା ରେ ହକି ବିଶ୍ୱକପ୍ ଫିଭର । ବିଶ୍ୱକପ୍ ପାଇଁ ରାଉରକେଲାରେ ଭାରତୀୟ ଟିମ୍ ପହଞ୍ଚି ସାରିଥିବା ବେଳେ ନୂଆ ଟର୍ଫରେ କରିବେ ଅଭ୍ୟାସ । ଗତକାଲି ଖେଳାଳିମାନେ ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ରାସ୍ତାରେ ହକିପ୍ରେମୀମାନେ ଏକାଠି ହୋଇ ଚକ୍ ଦେ ଇଣ୍ଡିଆ ନାରା ଦେବା ସହ ହକି ଖେଳାଳିଙ୍କୁ ସ୍ୱାଗତ କରିଥିଲେ ।
ଆସନ୍ତା ଜାନୁଆରୀ ୧୩ରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ପେନ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିବ । ଅଧିନାୟକ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ୧୮ଜଣ ଖେଳାଳି ଆସିଛନ୍ତି । ଆସନ୍ତା ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆରମ୍ଭ ହେବ ।
ତେବେ ବିଶ୍ୱକପ୍ ହକି ବେଳେ ଟ୍ରାଫିକ୍ ବ୍ୟବସ୍ଥା ଶୃଙ୍ଖଳିତ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ନଥିବାରୁ ପୋଲିସକୁ ହଟହଟା ହେବାକୁ ପଡ଼ିପାରେ । ଏହାକୁ ନଜରରେ ରଖି କେତେକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି ପୋଲିସ । ଆମ୍ବୁଲାନସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ବେଆଇନ ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଏଥିଲାଗି ୧୫ରୁ ୨୦ ପ୍ଲାଟୁନ୍ ଫୋର୍ସ ନିଯୋଜିତ କରାଯାଉଛି । ସହରର ୩୨ଟି ପଏଣ୍ଟରେ ୨୦୦ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ତା’ଉପରେ କଡ଼ା ନଜର ରହିବ ।
ଭୁବନେଶ୍ୱର ଟ୍ରାଫିକ ଷ୍ଟାଫ୍ ବ୍ୟତୀତ ୫ ଡିଏସ୍ପି, ୧୮ ଏସ୍ଆଇ, ଏଏସ୍ଆଇ ଏବଂ ଅଧିକ କନେ୍ଷ୍ଟବଳଙ୍କୁ ନିଯୋଜିତ କରାଯାଇଛି । ହକି ବିଶ୍ୱକପ୍ ଲାଗି ଏକ ଯୋଜନାବଦ୍ଧ କଣ୍ଟ୍ରୋଲ୍ ରୁମ୍ ଗଠନ କରାଯାଇଛି । ସେଠାରେ ମିଡିଆ ସେଲ ରଖାଯିବା ସହ ସହର ମଧ୍ୟରେ କିଛି ଜାମ୍ ଏବଂ ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ବିଭିନ୍ନ ଥାନାକୁ ସୂଚନା ଦିଆଯିବ । ଏହାଛଡା ଏନ୍ଫୋର୍ସ ଟିମ୍ ମଧ୍ୟ ଗଠନ କରାଯାଇଛି । ଟ୍ରାଫିକ, ବିଏମ୍ସି ଏବଂ ଅନ୍ୟ ବିଭାଗକୁ ନେଇ ମୋବାଇଲ ଟିମ୍ ଗଠନ କରାଯାଇଛି ।
]]>ଅନେକ ଜାତୀୟ ସ୍ତରର ହକି ଖେଳାଳିଙ୍କ ଠିକଣା ବି ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତ ଏହି ଗାଁ । ହେଲେ ହକିର ଅନ୍ତୁଡିଶାଳ କୁହାଯାଉଥିବା ଏହି ଗାଁରେ ନାହିଁ ଭଲ ପଡିଆଟିଏ । ଜଣେ ଲୋକଙ୍କ ଜମିରେ କାଠର ଗୋଲପୋଷ୍ଟ କରି ଦିନକୁ ଦିଥର ପ୍ରାକ୍ଟିସ କରୁଛନ୍ତି, ଭାରତୀୟ ହକି ଟିମ୍ରେ ଖେଳିବାକୁ ଆଶା ରଖିଥିବା ଯୁବ ଖେଳାଳି ।
ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସରକାର ସୁନ୍ଦରଗଡ଼ର ୧୭ଟି ବ୍ଳକ୍ରେ ୧୭ଟି ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି । କାମ ପ୍ରାୟ ସରିବା ଉପରେ । ଅନ୍ତର୍ଜାତୀୟ ହକି ଖେଳାଳି ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କ ଗାଁ ସଉନାମରାରେ ବି ତିଆରି ହେଉଛି ଅତ୍ୟାଧୁନିକ ହକି ଗ୍ରାଉଣ୍ଡ । ହେଲେ ତିନି ତିନି ଜଣ ଅଲିମ୍ପିଆନଙ୍କ ଗାଁ ଲୁଲକିଡିହିରେ ଆଷ୍ଟ୍ରୋ ଟର୍ଫ ତ ଦୂରର କଥା, ଏଯାଏଁ ସାଧାରଣ ପଡିଆଟିଏ ହୋଇପାରିଲାନି । ସେପଟେ ଏନେଇ ଆମେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ ବି ପ୍ରତିକ୍ରିୟା ମିଳିପାରିନାହିଁ ।
ବିଶ୍ୱକପ୍ ହକି ପାଇଁ ସାରା ଓଡ଼ିଶାରେ ଉତ୍ସାହ । ରାଜ୍ୟବାସୀଙ୍କ ମଧ୍ୟରେ ଚଢିଲାଣିି ହକି ଫିଭର । ରାଜଧାନୀ ଭୁବନେଶ୍ୱର ସଜେଇ ହେଉଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ହୋଇଛି ବିଶ୍ୱସ୍ତରୀୟ ବ୍ୟବସ୍ଥା । ରାଉରକେଲାର ବ୍ରାଣ୍ଡ ନଉ ବିର୍ସା ମୁଣ୍ଡା ଷ୍ଟାଡିୟମ ବି ପ୍ରସ୍ତୁତ । ତେବେ ବିଶ୍ୱ ହକିରେ ଭାରତ ପାଇଁ ସୁନାମ ଆଣିଥିବା ଏବଂ ଓଡ଼ିଶାକୁ ପରିଚୟ ଦେଇଥିବା ଖେଳାଳିଙ୍କ ଗାଁରେ ଏଯାଏଁ ସାଧାରଣ ପଡିଆଟିଏ ପାଇଁ ସରକାରଙ୍କ ଦୃଷ୍ଟି ପଡିପାରିଲାନି ।
]]>ଏହା ବାଦ୍ ବିଭିନ୍ନ ଜିଲ୍ଲାରେ ମଧ୍ୟ ଆୟୋଜନ ହେବ ହକି ଫେଷ୍ଟିଭାଲ୍ । ବିଶ୍ୱ କପ ଟ୍ରଫି ମଧ୍ୟ ଜିଲ୍ଲାରୁ ଜିଲ୍ଲା ବୁଲିବ । ତାଛଡ଼ା ବିଭିନ୍ନ ସ୍ଥାନରେ ଏଲ୍ଇଡି ସ୍କ୍ରିନ ଲଗାଇ ଉଦ୍ଘାଟନୀ ଉତ୍ସବ ଦେଖାଇବାର ବ୍ୟବସ୍ଥା କରାଯିବ । କେବଳ ବ୍ରାଣ୍ଡିଂ, ପ୍ରଚାର ପ୍ରସାର, ଭେନ୍ୟୁ ମ୍ୟାନେଜମେଣ୍ଟ ଭଳି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେବ ୭୫ କୋଟି । ଯାହାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଆୟୋଜନ ପଛରେ ବିରୋଧୀ ବାରିଛନ୍ତି ରାଜନୀତିର ଗନ୍ଧ । ତେବେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଯୁବ ଭୋରଟଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି । ହକି ବିଶ୍ୱ କପ ଆଳରେ ବ୍ରାଣ୍ଡ ନବୀନର ପ୍ରମୋସନ ଲାଗି ଫନ୍ଦି କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।
ସେପଟେ ବିଶ୍ୱକପ୍ ହକିରେ ଭାରତ ଖେଳିବାକୁ ଥିବା ମ୍ୟାଚ୍ ପାଇଁ ମିଳୁନି ଟିକଟ୍ । ଅନ୍ଲାଇନ୍ ହେଉ କି ଅଫ୍ଲାଇନ୍ କେଉଁଠି ବି ଟିକଟ୍ ନାହିଁ । ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ୍ ହେଉ କି ରାଉରକେଲାର ବିର୍ଶା ମୁଣ୍ଡା ହକି ଷ୍ଟାଡିୟମ୍, ହକି ପ୍ରେମୀ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଟିକଟ୍ ନପାଇ ନିରାଶରେ ଫେରୁଛନ୍ତି । ଏବେ କେବଳ ଅନ୍ୟ ଦେଶର ଲିଗ୍ ମ୍ୟାଚ୍ ଓ କ୍ରସ୍ ଓଭର୍ ମ୍ୟାଚ୍ ପାଇଁ ଟିକଟ ମିଲୁଛି । ହେଲେ କ୍ୱାର୍ଟର, ସେିମି ଓ ଫାଇନାଲ୍ ମ୍ୟାଚ୍ ଲାଗି ମିଳୁନି ଟିକଟ୍ । ପ୍ରଶ୍ନ ଉଠୁଛି କୁଆଡେ ଗଲା ଭାରତ ଖେଳିବାକୁ ଥିବା ମ୍ୟାଚ୍ର ଟିକଟ୍ ? ସବୁତକ ବିକ୍ରି ହୋଇସାରିଛି, ନା ଭିଭିଆଇପିଙ୍କ ପାଇଁ ଚାପି ଦିଆଯାଇଛି । ଅନ୍ଲାଇନ୍ରେ କେତେ, କାଉଣ୍ଟରରେ କେତେ ଟିକଟ୍ ବିକ୍ରି ହେଲା ସେ ହିସାବ ବି କେହି ଦେଉନାହାନ୍ତି ।
ସେପଟେ ବିଶ୍ୱକପ୍ ପାଇଁ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିବ । ଏଥିରେ ବିଶ୍ୱକପ୍ ଆୟୋଜନର ସବିଶେଷ ତଥ୍ୟ ଦେବା ସହ କିଭଳି ଭାବରେ ଏହି ଟୁର୍ଣ୍ଣାମେଣ୍ଟ ହେବ ତା’ଉପରେ ବିସ୍ତୃତ ଆଲୋଚାନ ହେବ ।
]]>ଖାଲି ସେତିକି ନୁହେଁ, କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଟିକଟ୍ ମଧ୍ୟ ଆଜି ବିକ୍ରି କରାଯାଇନଥିଲା । ଏପରିକି ଫାଇନାଲ୍, ସେମିଫାଇନାଲ୍ ଓ କ୍ୱାର୍ଟର ଫାଇନାଲ୍ ଓ ୧୯ ତାରିଖ ମ୍ୟାଚ୍ ପାଇଁ ଯେଉଁମାନେ ଅନ୍ଲାଇନ୍ରେ ଟିକଟ୍ କରିଥିଲେ ସେମାନଙ୍କୁ ମଧ୍ୟ ଆଜି କାଉଣ୍ଟରରେ ଟିକଟ୍ ଦିଆଯାଇନଥିଲା କି ଏ ସଂପର୍କରେ ପୂର୍ବରୁ ସୂଚନା ଦିଆଯାଇନଥିଲା । ଏମିତି ଅବ୍ୟବସ୍ଥା ଭିତରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ହକି ପ୍ରେମୀ ।
ହକିର ଏନ୍ତୁଡ଼ି ଶାଳ କହୁଯାଉଥିବା ସୁନ୍ଦରଗଡ଼ ରାଉରକେଲାରେ ମଧ୍ୟ ସମାନ ଅବସ୍ଥା । ୨୦ ହଜାର କ୍ଷମତା ବିଶିଷ୍ଟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର ୨ ନମ୍ବର ଏବଂ ୬ ନମ୍ବର ଗେଟ୍ ଆଗରେ ଆଜି ଲାଗିଥିଲା ଲମ୍ବା ଲାଇନ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ମିଳି ନଥିଲା ଟିକେଟ୍ । ରାଉରକେଲାରେ ଜାନୁୟାରୀ ୧୩ ଏବଂ ୧୫ରେ ଭାରତର ମ୍ୟାଚ୍ ରହିଛି । ୧୩ ତାରିଖ ମ୍ୟାଚ୍ ପାଇଁ ହାତ ଗଣତି କିଛି ଲୋକଙ୍କୁ ଟିକଟ୍ ବିକ୍ରି ହେବା ପରେ ତାହା ଶେଷ ହୋଇଯାଇଥିଲା । ସେହିପରି ୧୫ ତାରିଖ ମ୍ୟାଚ୍ ଟିକଟ୍ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସୋଲ୍ଡ ଆଉଟ୍ ଘୋଷଣା କରାଯାଇଥିଲା ।
ଅନ୍ୟପକ୍ଷରେ ଆଜି ମୁଖ୍ୟ ସଚିବ ହକି ଷ୍ଟାଡିୟମ ପ୍ରସ୍ତୁତି ତଦାରଖ ପାଇଁ ରାଉରକେଲା ଯାଇଥିବା ବେଳେ ଟିକେଟ୍ ସମସ୍ୟାକୁ ନେଇ କହିଛନ୍ତି ଅନଲାଇନ୍ରେ ଟିକେଟ୍ ସରିଯାଇଥିବାରୁ ଅଫଲାଇନରେ ଟିକେଟ୍ ମିଳୁନି । ହେଲେ ଉଭୟ ଅନଲାଇନ୍- ଅଫଲାଇନ୍ରେ କେତେ ଲେଖାଏଁ ଟିକେଟ୍ ବିକ୍ରି ପାଇଁ ରଖାଯାଇଥିଲା ସେ ଉତ୍ତର କେହି ଦେବାକୁ ପ୍ରସ୍ତୁତ ନାହାନ୍ତି ।
୨୦୧୮ ହକି ବିଶ୍ୱକପ୍ ବେଳେ ମଧ୍ୟ ଟିକେଟ୍ ବିକ୍ରିକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା । ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବି ଟିକଟ୍ ନମିଳିବା ଓ ଟିକଟ ଉପଲବ୍ଧତା ନେଇ ସଠିକ୍ ସୂଚନା ଦିଆଯାଉନଥିବାରୁ ଅନେକ ପ୍ରଶ୍ନ ଛି଼ଡା ହୋଇଛି ।
]]>ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି । ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା।
ଗତ ୧୮ ତାରିଖରେ ସେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି ନାମାଙ୍କନପତ୍ର ଦାଖଲ କରିବା ପରେ ତିର୍କୀ କହିଥିଲେ। ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି। ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ" ବୋଲି ତିର୍କୀ ଟୁଇଟ କରି କହିଥିଲେ।
୧୯୯୫ରୁ ୨୦୧୦ ଯାଏଁ ଭାରତୀୟ ହକି ଦଳରେ ନିଜ ଚତ୍ମକାର ପ୍ରଦର୍ଶନ ଦେଖାଇଥିଲେ ଦିଲୀପ। ସ୍ୱର୍ଣ୍ଣ, ରୌପ୍ୟ ଭଳି ଏକାଧିକ ମେଡାଲ୍ ସହ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ। ଦେଶର ସବୁଠୁ ଅଧିକ ୪୧୨ ହକି ମ୍ୟାଚ୍ ସେ ଖେଳିଛନ୍ତି। ୨୦୦୩ ଏସିଆନ୍ ଗେମସରେ ଶ୍ରେଷ୍ଠ କ୍ୟାପଟେନ୍ ଭାବେ ତାଙ୍କୁ ମିଳିଛି ସ୍ବର୍ଣ୍ଣ। ହକିରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ୨୦୦୪ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ଖାଲି ଖେଳରେ ନୁହେଁ ରାଜନୀତିରେ ତାଙ୍କର ରହିଛି ପାରଦର୍ଶିତା। ୨୦୧୨ରୁ ୨୦୧୮ ଯାଏଁ ଦିଲିପ ରାଜ୍ୟସଭା ସାଂସଦ ଥିଲେ।
]]>
ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।
କାଗଜପତ୍ରରେ ହକି ଜାତୀୟ କ୍ରୀଡ଼ାର ବିଧିବଦ୍ଧ ମାନ୍ୟତା ପାଇ ନ ଥିଲେ ହେଁ ଅଗଣିତ କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ଏହା କାହିଁ କେତେ ବର୍ଷ ତଳୁ ଏହି ମର୍ଯ୍ୟାଦା ଲାଭ କରିସାରିଛି। କ୍ରିକେଟ୍ର ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ ହକି ନିଜ ଗରିମା ବଜାୟ ରଖିପାରିଛି ଏବଂ ଓଡ଼ିଶା ଭଳି ରାଜ୍ୟର ଅଦମ୍ୟ ପ୍ରୟାସ ବଳରେ ଏହାର ଜନାଦୃତି ବୃଦ୍ଧି ପାଇଛି। ଏବେ ଆନ୍ତର୍ଜାତିକ ସ୍ତରରେ ପୂର୍ବାପେକ୍ଷା ଅଧିକ ହକି ଖେଳ ହେଉଛି। ଦର୍ଶକଙ୍କ ମଧ୍ୟରେ ହକି ପ୍ରତି ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି।
ଏଫ୍ଆଇଏଚ୍ ପ୍ରୋ ଲିଗ୍ ସରିବାର ବେଶୀ ଦିନ ହୋଇନି, ଏବେ ପୁଣି ହକିକୁ ନେଇ ଆଲୋଚନା। ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମ୍ ଠାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨। ଏଥିରେ ହକି ଏକ ପ୍ରମୁଖ ଖେଳ। ଏହାର ଫଳାଫଳ ଉପରେ ହକି ଖେଳୁଥିବା ତମାମ ରାଷ୍ଟ୍ରର ନଜର ଥାଏ।
ଅନ୍ୟ ରାଷ୍ଟ୍ର ଭଳି ଭାରତ ବି ଏଥିରେ ସମ୍ଭାବନା ନେଇ ମଇଦାନକୁ ଓହ୍ଲାଇବ; କିନ୍ତୁ ଭାରତ ଓ ଅନ୍ୟ ରାଷ୍ଟ୍ର ମଧ୍ୟରେ ସମ୍ଭାବନାର ସ୍ତର ସମାନ ନୁହେଁ। ଚାରି ଦଶନ୍ଧି ପରେ ଗତ ବର୍ଷ ଅଲିମ୍ପିକ୍ସରେ ପୁରୁଷ ଟିମ୍ର ପଦକ ବିଜୟ ଏତେ ସମ୍ଭାବନା ଜାତ କରାଇଛି ଯେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆର ଏକଛତ୍ର-ଆଧିପତ୍ୟର ଅନ୍ତ ଘଟାଇପାରେ ବୋଲି ଚର୍ଚ୍ଚା ହେଉଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକି ପଦାର୍ପଣ କରିବା ଦିନଠାରୁ ୨୪ ବର୍ଷ ଧରି ବିଶ୍ୱର ଏକ ନମ୍ବର ଅଷ୍ଟ୍ରେଲିଆ ମୁକୁଟ ଜିତି ଆସୁଛି। କଙ୍ଗାରୁ ଦେଶର ଛଅଟି ସ୍ୱର୍ଣ୍ଣ ପଦକ ବିଜୟର ଧାରା ଏ ଯାବତ କେହି ଭାଙ୍ଗି ନ ଥିଲେ ହେଁ ଏଥର ଯେ ନ ଭାଙ୍ଗିବ, ତାହା କେହି ଦୃଢ଼ତାର ସହ କହିପାରିବେ ନାହିଁ।
ଟୋକିଓ କ୍ରୀଡ଼ାରେ ଭାରତ କାଂସ୍ୟ ପଦକ ଜିତିବ ବୋଲି କେହି ଆଶା କରି ନ ଥିଲେ; କିନ୍ତୁ ଭାରତ କାଂସ୍ୟ ଜିତିଲା ଏବଂ ସେବେଠାରୁ ଏ ଯାବତ ଟିମ୍ ଭିତରେ ସେହି ଉତ୍ସାହ ଭରି ରହିଛି, ଆପାତତଃ ସେହି ଫର୍ମ ବି ବଜାୟ ରହିଛି। ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଗ୍ରାହମ୍ ରୀଡ୍ଙ୍କ ମାର୍ଗଦର୍ଶନ ଟିମ୍ଙ୍କୁ ଉତ୍ତରଣର ଉଚ୍ଚତର ସୋପାନକୁ ନେଇପାରିଛି। ଖେଳାଳିମାନଙ୍କ ମଧ୍ୟରେ ଜିତିବାର ଆତ୍ମବିଶ୍ୱାସ ଜାଗ୍ରତ କରାଇପାରିଛି, ଯେଉଁଥିରୁ ପ୍ରତୀୟମାନ ହେଉଛି ଯେ ଅଷ୍ଟ୍ରେଲିଆର ସ୍ୱର୍ଣ୍ଣାଭିଯାନର ପରିସମାପ୍ତି ଘଟାଇବା ପାଇଁ ଭାରତୀୟ ଟିମ୍ ପାଖରେ ବଡ଼ ସୁଯୋଗ ରହିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଯେ ପଦକ ଜିତି ନାହିଁ, ତା’ ନୁହେଁ; କିନ୍ତୁ କେବେ ସ୍ୱର୍ଣ୍ଣ ଭାଗ୍ୟରେ ଜୁଟିନି। ୨୦୧୦ରେ ହୋଇଥିବା ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୧୪ରେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀରେ ଭାରତୀୟ ପୁରୁଷ ହକି ଟିମ୍ ରନର୍ସଅପ୍ ହୋଇଥିଲା। ୧୯୯୮ରେ କୁଆଲା ଲମ୍ପୁର ଓ ୨୦୧୮ରେ ଗୋଲ୍ଡ କୋଷ୍ଟ ଠାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।
ଫିଟ୍ନେସ୍ ଆଉ ସମସ୍ୟା ନୁହଁ:
ପୂର୍ବ ସଂସ୍କରଣଗୁଡ଼ିକରେ ଭାରତୀୟ ଟିମ୍କୁ ଫିଟ୍ନେସ୍ ସ୍ତରରେ ଦୁର୍ବଳ ବିବେଚନା କରାଯାଉଥିଲା; କିନ୍ତୁ ଏବେ ଭାରତ ବିଶ୍ୱ ହକିରେ ସବୁଠାରୁ ଫିଟ୍ ଟିମ୍ ମଧ୍ୟରେ ପରିଗଣିତ ହେଉଛି। ଉନ୍ନତ ଫିଟ୍ନେସ୍ ଫଳାଫଳରେ ରୂପାନ୍ତରିତ ହୋଇଛି। ଟୋକିଓରେ ଐତିହାସିକ କାଂସ୍ୟ ଜିତିବା ପରେ ଭାରତୀୟ ପୁରୁଷ ଟିମ୍ ଚଳିତ ସିଜନ୍ର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଭାରତୀୟ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟର ସହ ଖେଳନ୍ତି, ତା’ହେଲେ ବର୍ମିଂହାମ୍ରେ ସେମାନଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ଅଟକାଇ ପାରିବେନି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ଅଷ୍ଟ୍ରେଲିଆ ଛଡ଼ା ନ୍ୟୁଜିଲାଣ୍ଡ୍, ଇଂଲଣ୍ଡ, ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ କାନାଡ଼ା ଠାରୁ କଡ଼ା ଆହ୍ୱାନ ମିଳିପାରେ। ଭାରତ ପୁଲ୍-ବି’ରେ ଇଂଲଣ୍ଡ, କାନାଡ଼ା, ୱେଲ୍ସ ଓ ଘାନା ସହିତ ରହିଛି। ପୁଲ୍-ଏ’ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ସ୍କଟ୍ଲାଣ୍ଡ୍ ଟିମ୍କୁ ରଖାଯାଇଛି।
ପେନାଲ୍ଟି କର୍ଣ୍ଣର ମଜଭୁତ ଦିଗ:
ଉପ-ଅଧିନାୟକ ହରମନପ୍ରୀତ ସିଂହ, ଅମିତ ରୋହିଦାସ, ବରୁଣ କୁମାର ଓ ଯୁବ ଖେଳାଳି ଯୁଗରାଜ ସିଂହଙ୍କ ଉପସ୍ଥିତିରେ ପେନାଲ୍ଟି କର୍ଣ୍ଣର ଭାରତର ମଜଭୁତ ଦିଗ। ତେବେ ସେମାନେ ପିସି ରୂପାନ୍ତରଣ ହାର ଉପରେ ଫୋକସ୍ କରିବା ଆବଶ୍ୟକ।
ସେହିପରି ରକ୍ଷଣଭାଗ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ପି.ଆର୍. ଶ୍ରୀଜେଶଙ୍କ ରୂପରେ ଭାରତ ପାଖରେ ବିଶ୍ୱର ସର୍ବଶ୍ରେଷ୍ଠ ଗୋଲ୍କିପର୍ ଅଛନ୍ତି। ତାଙ୍କ ପାଇଁ ଏହା ଶେଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହୋଇପାରେ। ତେଣୁ ସେ ନିଶ୍ଚିତରୂପେ ସ୍ୱର୍ଣ୍ଣ ପଦକ ସହ ବିଦାୟ ନେବାକୁ ଚାହିଁବେ।
ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କ ବିଚାରରେ ଏଥର ଭାରତ ପାଖରେ ସ୍ୱର୍ଣ୍ଣ ଜିତିବାର ବଡ଼ ସୁଯୋଗ ଅଛି। ଅଲିମ୍ପିକ୍ସ ଓ ପ୍ରୋ ଲିଗ୍ ପ୍ରଦର୍ଶନ ପରେ ଟିମ୍ରେ ଆତ୍ମବିଶ୍ୱାସ ଭରି ରହିଛି।
ସେହିପରି ରକ୍ଷଣଭାଗ ଖେଳାଳି ସୁରେନ୍ଦ୍ର କୁମାର କହିଛନ୍ତି ଯେ ସେମାନେ ପ୍ରତି ମ୍ୟାଚ୍ରେ ଦୃଢ଼ତାର ସହ ଓହ୍ଲାଇବେ। ଏବେ ଜୁଲାଇ ୩୧ରେ ଘାନା ବିପକ୍ଷରେ ହେବାକୁ ଥିବା ପ୍ରଥମ ମ୍ୟାଚ୍ ଉପରେ ସେମାନଙ୍କର ଫୋକସ୍ ରହିଛି।
ବର୍ମିଂହାମ୍ରେ ଭାରତୀୟ ଟିମ୍ର ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଗ୍ରାହମ୍ ରୀଡ୍ ବେଶ ଆଶାବାଦୀ ଅଛନ୍ତି। ରୀଡ୍ କହିଛନ୍ତି ଯେ କ’ଣ ଘଟିବ, ତାହାକୁ ନେଇ ଭବିଷ୍ୟବାଣୀ କରିବା ଭାରି କଷ୍ଟକର; ହେଲେ କିଛି ବି ସମ୍ଭବ (ସ୍ୱର୍ଣ୍ଣ ଜିତିବା ନେଇ), କାରଣ ସମ୍ପ୍ରତି ଆନ୍ତର୍ଜାତିକ ହକିରେ ଟିମ୍ଗୁଡ଼ିକ ମଧ୍ୟରେ ବ୍ୟବଧାନ ବେଶୀ ନାହିଁ।
ଦ୍ୱିତୀୟ ସ୍ୱର୍ଣ୍ଣ ଲକ୍ଷ୍ୟରେ ମହିଳା ଟିମ୍:
ଭାରତୀୟ ପୁରୁଷ ଟିମ୍ ଭଳି ମହିଳା ଟିମ୍ ମଧ୍ୟ ବର୍ମିଂହାମ୍ରେ ଏକ ଦାବିଦାର ଭାବେ ମଇଦାନକୁ ଓହ୍ଲାଇବ। ଟୋକିଓରେ ଐତିହାସିକ ଚତୁର୍ଥ ସ୍ଥାନ ଏବଂ ଏହାପରେ ଚଳିତ ସିଜନ୍ରେ ନିଜ ପ୍ରୋ ଲିଗ୍ ପଦାର୍ପଣରେ ତୃତୀୟ ସ୍ଥାନ ହାସଲ ମହିଳା ଟିମ୍ ପାଇଁ ବଡ଼ ସଫଳତା ଥିଲା। ତେବେ ବିଶ୍ୱକପ୍ରେ ଟିମ୍କୁ ନିରାଶ ହେବାକୁ ପଡ଼ିଥିଲା।
ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଥରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ୨୦୦୨ରେ ମାଞ୍ଚେଷ୍ଟର୍ ରାଜ୍ୟଗୋଷ୍ଠୀରେ ମହିଳା ଟିମ୍ ମୁକୁଟ ଜିତିଥିବା ବେଳେ ମେଲ୍ବର୍ଣ୍ଣ ଠାରେ ଏହା ପର ସଂସ୍କରଣରେ ରୌପ୍ୟ ପଦକ ପାଇଥିଲା। ଏତଦ୍ଭିନ୍ନ, ୧୯୯୮ ଓ ୨୦୧୮ରେ ଚତୁର୍ଥ ସ୍ଥାନରେ ରହିଥିଲା।
ରାଜ୍ୟଗୋଷ୍ଠୀ ମହିଳା ହକିରେ ବି ଅଷ୍ଟ୍ରେଲିଆର ଆଧିପତ୍ୟ ରହିଆସିଛି, ଯିଏକି ଚାରିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛି। ଭାରତ ଭଳି ନ୍ୟୁଜିଲାଣ୍ଡ (୨୦୧୮) ବି ଥରେ ବିଜେତା ଟ୍ରଫି ହାସଲ କରିଛି।
ଭାରତକୁ ଗ୍ରୁପ୍-ଏ’ରେ ଇଂଲଣ୍ଡ, କାନାଡ଼ା, ୱେଲ୍ସ ଓ ଘାନା ସହିତ ରଖାଯାଇଥିବା ବେଳେ ପୁଲ୍-ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ସ୍କଟ୍ଲାଣ୍ଡ ଓ କେନିଆ ଟିମ୍ ରହିଛନ୍ତି। ଭାରତୀୟ ଟିମ୍ ଜୁଲାଇ ୨୯ରୁ ଘାନା ବିପକ୍ଷରେ ଅଭିଯାନ ଆରମ୍ଭ କରିବ।
ଭାରତୀୟ ମହିଳା ଟିମ୍ରେ ମଧ୍ୟ ପେନାଲ୍ଟି କର୍ଣ୍ଣର ରୂପାନ୍ତରଣ ବଡ଼ ଚିନ୍ତାର ବିଷୟ। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ରେ ଭାରତ ପେନାଲ୍ଟି କର୍ଣ୍ଣର ସମେତ ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ହେଁ ଅଧିକାଂଶ ପ୍ରୟାସ ନିଷ୍ଫଳ ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିବା ପୂର୍ବରୁ ମୁଖ୍ୟ କୋଚ୍ ଜାନିକ୍ ସୋପ୍ମ୍ୟାନ୍ଙ୍କୁ ଏ ସମସ୍ୟା ଦୂର କରିବାକୁ ହେବ।
ସୋପ୍ମ୍ୟାନ୍ଙ୍କ କହିଛନ୍ତି ଯେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବା ସମସ୍ୟାକୁ ଦୂର କରିବାର ଆବଶ୍ୟକତା ରହିଛି। ବିଶ୍ୱକପ୍ରେ ଛଅଟି ମ୍ୟାଚ୍ରେ ଭାରତ ୪୩ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ମାତ୍ର ଚାରି ଥର ଗୋଲ୍ କରିପାରିଥିଲା। ଗୁରଜିତ୍ କୌର ଡ୍ରାଗ୍-ଫ୍ଲିକ୍ ବିଶେଷଜ୍ଞ, ହେଲେ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଯୋଗଦାନ ଦେବାକୁ ପଡ଼ିବ।
ଏହି ମୁଖ୍ୟ ସମସ୍ୟା ଦୂର ହୋଇଗଲେ ଓ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟର ସହ ଖେଳିଲେ, ମହିଳା ଟିମ୍ ବର୍ମିଂହାମ୍ରେ ପୋଡିୟମ୍ ଫିନିଶ୍ କରିପାରିବ।
ଓଡ଼ିଆ ଖେଳାଳିଙ୍କଠୁ ଆଶା:
ଭାରତର ଉଭୟ ପୁରୁଷ ଓ ମହିଳା ଦଳରେ ଜଣେ ଲେଖାଏଁ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷ ଟିମ୍ରେ ଅମିତ ରୋହିଦାସ ଓ ମହିଳା ଟିମ୍ରେ ଦୀପ ଗ୍ରେସ୍ ଏକ୍କା ରହିଛନ୍ତି।
ଉଭୟ ଅମିତ ଓ ଦୀପ ଗ୍ରେସ୍ଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି। ପ୍ରତିଭାଶାଳୀ ଅମିତ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଟିମ୍ର ସଦସ୍ୟ ଥିଲେ। ଏବେ ତ ସେ ଟିମ୍ର ଅଭିନ୍ନ ଅଙ୍ଗ ହୋଇଗଲେଣି। ଟୋକିଓରେ ଅମିତଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥର ବି ମଇଦାନରେ ତାଙ୍କ ଠାରୁ ଅନୁରୂପ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିପାରେ।
ଅନ୍ୟପଟେ, ଦୀପ ଗ୍ରେସ୍ ମହିଳା ଟିମ୍ର ଉପ-ଅଧିନାୟକ ଅଛନ୍ତି। ସେ ବି ଅଲିମ୍ପିକ୍ ଟିମ୍ର ସଦସ୍ୟା ଥିଲେ ଏବଂ ଦୀର୍ଘ ଦିନ ହେଲା ଟିମ୍ର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି। ଅଭିଜ୍ଞତା ତାଙ୍କ ପାଇଁ ବଡ଼ ପୁଞ୍ଜି ହେବ, ଯାହାକୁ ପାଥେୟ କରି ସେ ଟିମ୍ର ଭରସା ଜିତିପାରିବେ।
ଦୂରଭାଷ: ୯୪୩୮୧୭୯୨୧୯
ଇ-ମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ । ହ୍ୟାଟ୍ରିକ ସହ ସେ ଏକାକୀ ୫ଟି ଗୋଲ ସ୍କୋର କରି ଭାରତକୁ ନକ୍ ଆଉଟ୍ ପର୍ଯ୍ୟାୟରେ ପହଂଚାଇଛନ୍ତି । ଭାରତର ଏହି ବୃହତ ବିଜୟ ପରେ ପାକିସ୍ତାନ ଟପ୍ ୪ରୁ ବିଦା ହୋଇଛି । ପୁଲ ଏ’ରୁ ଭାରତ ଓ ଜାପାନ ଟପ୍ ୪କୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁଲ ବି’ରୁ ମାଲେସିୟା ଓ ଦକ୍ଷିଣ ଆଫ୍ରିକା କ୍ୱାଲିଫାଏ କରିଛନ୍ତି ।
]]>ଅଭିଜ୍ଞ ମିଡ୍ଫିଲଡର ଭାବେ ଦଳର ବିଜୟରେ ଅନେକ ଥର ପ୍ରମୁଖ ଭୂମିକା ନେଇଥିଲେ ଲିଲିମା । ଭାରତ ପାଇଁ ୧୫୬ଟି ମ୍ୟାଚ ଖେଳି ସେ ୧୨ଟି ଗୋଲ୍ ସ୍କୋର କରିଛନ୍ତି । ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ, ୨୦୧୮ ଏସିଆନ୍ ଗେମ୍ସରେ ସିଲଭର ଏବଂ ୨୦୧୯ ହିରୋସୀମା FIH ୱିମେନ୍ସ ସିରିଜ୍ରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ଥିଲେ ଲିଲିମା ।
୨୦୧୬ ମସିହା ରିଓ ଅଲିମ୍ପିକ୍ସ ଖେଳିଥିବା ଐତିହାସିକ ଭାରତୀୟ ମହିଳା ଦଳରେ ମଧ୍ୟ ସେ ସ୍ଥାନ ପାଇଥିଲେ । ୩୬ ବର୍ଷ ପରେ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିଲା ଭାରତୀୟ ମହିଳା ଦଳ । କିଛି ବର୍ଷ ଧରି ଭାରତୀୟ ମହିଳା ହକି ଦଳର ଅଭିନ୍ନ ଅଙ୍ଗ ପାଲଟିଥିଲେ ଲିଲିମା । ୨୦୧୮ରେ ତାଙ୍କୁ ଓଡ଼ିଶାର ସର୍ବୋଚ୍ଚ କ୍ରୀଡା ସମ୍ମାନ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଥିଲା । ତେବେ ମାତ୍ର ୨୮ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି ।
]]>ଫ୍ରାନ୍ସ ଏବଂ ଭାରତ ପୁଲ୍ ବିରେ ସ୍ଥାନ ପାଇଥିଲେ। ସେମିରେ ଭାରତ ଜର୍ମାନୀଠାରୁ ହାରିଥିବା ବେଳେ ଫ୍ରାନ୍ସ ଆର୍ଜେଣ୍ଟିନା ବିପକ୍ଷରେ ପରାସ୍ତ ହୋଇଥିଲା।
ଆସନ୍ତୁ ନଜର ପକାଇବା ଉଭୟ ଦଳର ପ୍ରତି କ୍ୱାର୍ଟରର ପ୍ରଦର୍ଶନ ଉପରେ:
ପ୍ରଥମ କ୍ୱାର୍ଟର-
ପ୍ରଥମ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ମୁଡ୍ରେ ପଡିଆକୁ ଓହ୍ଲାଇଥିଲେ । ପ୍ରଥମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲିଟି କର୍ଣ୍ଣରକୁ ହାତ ଛଡା କରିଥିଲା। ୧୪ ମିନିଟ୍ରେ ଫ୍ରାନ୍ସକୁ ମିଳିଥିବା ପେନାଲିଟି କର୍ଣ୍ଣର ବ୍ୟାକ୍ ଟୁ ବ୍ୟାକ୍ ୩ ପେନାଲିଟି କର୍ଣ୍ଣର ମିଳିଲା ପରେ ବି ଭାରତୀୟ ଡିଫେଣ୍ଡର୍ମାନେ ସୁଯୋଗ ଦେଇ ନ ଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଗୋଲ ଶୂନ୍ୟ ରହିଥିଲା।
ଦ୍ଵିତୀୟ କ୍ୱାର୍ଟର-
ଏହି କ୍ୱାର୍ଟରରେ ଫ୍ରାନ୍ସ ଭାରତକୁ ନାକେଦମ କରାଇଥିଲା। ୧୮ ମିନିଟ୍ରେ ଫ୍ରାନ୍ସକୁ ମିଳିଥିଲା ପେନାଲିଟି କର୍ଣ୍ଣର, କିନ୍ତୁ ଭାରତ ଏହି ସୁଯୋଗ ହାତ ଛଡା କରିଥିଲା। ୨୬ ମିନିଟ୍ରେ ମିଳିଥିବା ପେନାଲିଟି କର୍ଣ୍ଣରକୁ ଫ୍ରାନ୍ସ ଗୋଲ୍ରେ ପରିଣତ କରି ଆଗୁଆ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ କ୍ଲେମେଣ୍ଟ୍ ତିମୋଥି ସ୍କୋର୍ କରିଥିଲେ। ହାଫ୍ ଟାଇମ୍ ଶେଷ ସୁଦ୍ଧା ଫ୍ରାନ୍ସ ୧-୦ ଗୋଲ୍ରେ ଆଗୁଆ ରହିଥିଲା।
ତୃତୀୟ କ୍ୱାର୍ଟର-
୩୨ ମିନିଟ୍ରେ ଫ୍ରାନ୍ସକୁ ମିଳିଥିବା ପେନାଲିଟି କର୍ଣ୍ଣର ଟି ବ୍ୟାକ୍ ଟୁ ବ୍ୟାକ୍ ୪ଟି ପେନାଲିଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତୀୟ ଗୋଲ୍ କିପର୍ ପବନ ସୁନ୍ଦରଭାବେ ଏହାକୁ ଅଟକାଇ ଦେଇଥିଲେ। ୩୪ ମିନିଟ୍ରେ ଅଧିନାୟକ କ୍ଲେମେଣ୍ଟ ତିମୋଥି ସ୍କୋର୍ କରିଥିଲେ। କମ୍ବ୍ୟାକ୍ କରିବାକୁ ଉଦ୍ୟମ କରୁଥିବା ଭାରତ ୪୨ ମିନିଟ୍ରେ ଫିଲ୍ଡ ଗୋଲ କରିଥିଲା। ଓଡ଼ିଆ ହକି ତାରକା ସୁଦୀପ ଚିରମାକୋ ଦଳୀୟ ପ୍ରଥମ ଗୋଲ୍ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୨-୧ ଗୋଲରେ ଆଗୁଆ ରହିଥିଲା।
ଚତୁର୍ଥ କ୍ୱାର୍ଟର-
୪୮ ମିନିଟ୍ରେ ପ୍ରାନ୍ସକୁ ମିଳିଥିବା ଏକ ପେନାଲିଟି କର୍ଣ୍ଣରକୁ କ୍ୟାପ୍ଟେନ୍ କ୍ଲେମେଣ୍ଟ ତିମୋଥି ହ୍ୟାଟ୍ରିକ ଗୋଲ୍ ଦେଇ ଦଳକୁ ୩-୧ରେ ଆଗୁଆ ନେଇଥିଲେ। ୪୯ ମିନିଟ୍ରେ ଫ୍ରାନ୍ସକୁ ମିଳିଥିବା ବ୍ୟାକ୍ ଟୁ ବ୍ୟାକ୍ ପିସକୁ ରଖିଥିଲେ ଭାରତୀୟ ଗୋଲ୍ କିପର ପବନ। କିଛି ସେକେଣ୍ଡ ବ୍ୟବଧାନ ପରେ ଫ୍ରାନ୍ସକୁ ଆଉ ଏକ ପେନାଲିଟି କର୍ଣ୍ଣର ମିଳିଥିଲା ତାକୁ ବି ଗୋଲ୍ ଦେବାକୁ ସକ୍ଷମ ହୋଇ ନ ଥିଲା। ୫୧ ମିନିଟ୍ରେ ଭାରତକୁ ମିଳିଥିବା ପେନାଲିଟି କର୍ଣ୍ଣର ବି ହାତ ଛଡା ହୋଇଥିଲା। ଭାରତକୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ବୁଝାମଣା ଅଭାବରୁ ଗୋଲ ହୋଇପାରି ନ ଥିଲା। ଶେଷରେ ଭାରତ ପରାଜୟ ସ୍ୱୀକାର କରି ଭୂମିରେ ଲୋଟି କାନ୍ଦୁଥିବା ବେଳେ ଫ୍ରାନ୍ସ ଖେଳାଳୀ ଷ୍ଟାଡିୟମ ସାରା ବୁଲି ଦର୍ଶକଙ୍କୁ ହାତ ହଲାଇ ବିଜୟ ଉତ୍ସବ ପାଳନ କରିଥିଲେ।
ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ମୁକାବିଲାରେ ହଲାଣ୍ଡ ୬-୪ ଗୋଲ୍ରେ ବିଜୟୀ ହୋଇ ପଞ୍ଚମ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷକରିଛି। ବେଲ୍ଜିୟମକୁ ଷଷ୍ଠରେ ଶାନ୍ତ ରହିବାକୁ ପଡିଛି। ସେହିପରି ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ଲଢେଇରେ ମାଲେସିଆକୁ ୧-୪ ଗୋଲ୍ରେ ହରାଇ ସ୍ପେନ୍ ସପ୍ତମରେ ରହିଥିବା ବେଳେ ମାଲେସିଆ ଅଷ୍ଟମରେ ରହିଲା।
ତେବେ ଜୁନିଅର ହକି ବିଶ୍ୱକପ୍ରେ ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି । ଜର୍ମାନୀକୁ ୪-୨ ଗୋଲ୍ରେ ହରାଇ ଚାମ୍ପିଅନ୍ସିପ୍ ହାତେଇଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନାର ଏହି ବିଜୟ ତାକୁ ଦ୍ୱିତୀୟ ଥର ପାଇଁ ଜୁନିଅର ହକି ବିଶ୍ୱକପ୍ ଟାଇଟଲ୍ ଦେଇଛି ।
]]>2️⃣0️⃣1️⃣ Caps
— Hockey India (@TheHockeyIndia) September 30, 2021
🥉 Olympic Bronze Medallist
A solid defender and one of the most influential Indian Men's Hockey Team figures, the Odisha star has announced his retirement from the Indian national team.
Happy Retirement, Birendra Lakra. 🙌#IndiaKaGame pic.twitter.com/p8m8KkWDb4
ଲାକ୍ରା ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ । ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି । ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ । କିନ୍ତୁ ଆହତ କାରଣରୁ ସେ ମଇଦାନକୁ ଓହ୍ଲାଇ ପାରିନଥିଲେ । ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା । ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ଟୋକିଓରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷର ଅପେକ୍ଷାର ଅନ୍ତଃ ଘଟାଇଥିଲେ ।
ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି।
]]>ସେ କହିଛନ୍ତି, ରାଜ୍ୟ ହକି ସଂଘ ଥାଉ ଥାଉ ସରକାର ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ ନୁହେଁ। ହକି ଓଡ଼ିଶା ହେଉଛି ଓଡ଼ିଶାର ଅର୍ଗାନାଇଜେସନ୍। ଓଡ଼ିଶାର ବିକାଶ ପାଇଁ ହକି ଓଡ଼ିଶା କାମ କରୁଛି। ତେଣୁ ହକି ଓଡ଼ିଶାକୁ ଅଣଦେଖା କରିବା ଅର୍ଥ ହକିକୁ ଅଣଦେଖା କରିବା।ପୂର୍ବରୁ ଲୋଧା କମିଟି ମଧ୍ୟ କହିଛି, କୌଣସି କ୍ରୀଡାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିବ ନାହିଁ। ଅଲିମ୍ପିକ ଗାଇଡଲାଇନରେ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି।’ ମାତ୍ର ସରକାର ସବୁଥିରେ ହସ୍ତକ୍ଷେପ କରୁଥିବା ସଂଘ ଅଭିଯୋଗ ଆଣିଛି। ସରକାର ଯଦି ସବୁ କରିବେ ତେବେ ଆସୋସିଏସନ କଣ ପାଇଁ ରହିବ ବୋଲି ପ୍ରଶ୍ନ କରିଛନ୍ତି ସଂଘର ସଂପାଦକ। ଖବର ଲେଖାଯିବା ସୁଦ୍ଧା ଏସମ୍ପର୍କରେ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପକ୍ଷେ, ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ପ୍ରମୋଦ ଭଗତଙ୍କ ନାଁରେ ହେବ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ। ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।
]]>
ଫଳସ୍ବରୂପ ୨୫ ଓ ୨୬ ମିନିଟରେ ଭାରତକୁ ମିଳିଥିବା ଦୁଇଟି ଯାକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରିି ଖେଳକୁ ସମାନସ୍ତରକୁ ଆଣିଥିଲେ ଡ୍ରାଗ୍ ଫ୍ଲିକର ଗୁରଜିତ କୌର୍। ଖେଳର ୨୯ ମିନିଟ୍ ପରେ ବନ୍ଦନା କଟାରିୟାଙ୍କ ଫିଲ୍ଡ ଗୋଲ୍ ବ୍ରିଟିଶ ଖେଳାଳିଙ୍କୁ ଚକିତ କରିଦେଇଥିଲା। ଫାଷ୍ଟ ହାଫ୍ରେ ଭାରତ ୩-୨ ଗୋଲରେ ଅଗ୍ରଣୀ ଥିବା ବେଳେ ତୃତୀୟ କ୍ୱାର୍ଟରର ୩୫ ମିନଟରେ ବ୍ରିଟେନ୍ ଗୋଲ ପରିଶୋଧ କରିଦେଇଥିଲା। ଆଉ ଚତୁର୍ଥ କ୍ୱାର୍ଟରର ୪୮ ମିନିଟ୍ରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବା ବ୍ରିଟିଶ ଟିମ୍ ପାଇଁ ନିର୍ଣ୍ଣାୟକ ହୋଇଥିଲା। ପ୍ରବଳ ଉଦ୍ୟମ ସତ୍ତ୍ୱେ ଭାରତୀୟ ଟିମ୍ ଗୋଲ ପରିଶୋଧ କରିପାରିନଥିଲା। ହେଲେ ମହିଳା ଖେଳାଳୀଙ୍କ ଲଢୁଆ ଖେଳ ଦେଶର ହକି ପ୍ରେମୀଙ୍କ ମନ ଜିଣିନେଇଛି।
ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ ଭାରତୀୟ ଦଳର ସଦସ୍ୟଙ୍କ ସହ କଥାହେବା ବେଳେ ସେମାନଙ୍କ ପ୍ରଦର୍ଶନର ପ୍ରଶଂସା କରିବା ସହ ନିରୁତ୍ସାହିତ ନହେବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଭିଡିଓ କନ୍ଫରେନସିଂ ଜରିଆରେ ଖେଳାଳିଙ୍କ ସହ କଥା ହୋଇ ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଟିମ୍ର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଅଲିମ୍ପିକ୍ସ ସେମି ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଛି ରାଣୀ ରାମପଲଙ୍କ ନେତୃତ୍ୱାଧୀନ ଟିମ୍।
]]>ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଥିବାବେଳେ ଦଳକୁ ସହାୟତା ଏବଂ ସମର୍ଥନ କରିବାକୁ ୬ ଜଣ କର୍ମଚାରୀ ମଧ୍ୟ ରହିଥିଲେ। ଏହି କର୍ମଚାରୀଙ୍କ ଭିନ୍ନ ଭୂମିକା ଥିଲା । ଯଦିଓ ଏହି ଲୋକମାନେ ବିଭିନ୍ନ ସମୟରେ ଦଳ ସହିତ ଜଡିତ ଥିଲେ, କିନ୍ତୁ ସାମଗ୍ରିକଭାବେ ଗତ ଦୁଇ ବର୍ଷ ଧରି ଦଳ ସେମାନଙ୍କ ସହିତ ଏକ ଭିନ୍ନ ସ୍ତରରେ ସ୍ଥାନ ପାଇଥିଲା।
ମୁଖ୍ୟ କୋଚ୍ - ଗ୍ରାହାମ୍ ରିଡ୍
୨୦୧୯ ମସିହାରେ ମୁଖ୍ୟ ପ୍ରଶିକ୍ଷକଭାବେ ୫୭ ବର୍ଷୀୟ ଗ୍ରାହାମ୍ ରିଡ୍ ଭାରତୀୟ ଦଳ ସହିତ ଜଡିତ ଥିଲେ। ସେ ଅଷ୍ଟ୍ରେଲିଆ ହକି ଦଳର ଜଣେ ଜବରଦସ୍ତ ଡିଫେଣ୍ଡର ଏବଂ ମିଡ୍ଫିଲ୍ଡର ରହିଥିଲେ। ସେ ଅଷ୍ଟ୍ରେଲୀୟ ଦଳର ସଦସ୍ୟ ଥିଲେ ଯିଏ ୧୯୯୨ରେ ବାର୍ସିଲୋନା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ଦୁଇଟି ଅଲିମ୍ପିକ୍ସ ସମେତ ୧୩୦ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ରିଡ୍ଙ୍କର କ୍ରୀଡା ଏବଂ ପରିଚାଳନାଗତ ଦକ୍ଷତା ଉପରେ ଅତୁଳନୀୟ ଅଭିଜ୍ଞତା ରହିଛି।
୨୦୦୯ରେ, ସେ ଅଷ୍ଟ୍ରେଲିଆ ହକି ଦଳର ସହକାରୀ ପ୍ରଶିକ୍ଷକ ହୋଇଥିଲେ, କିନ୍ତୁ ତାଙ୍କର ଭୂମିକା ପ୍ରାୟ ଜଣେ ମୁଖ୍ୟ ପ୍ରଶିକ୍ଷକ ପରି ଥିଲା। ରିକ୍ ଚାର୍ଲସୱର୍ଥଙ୍କ ପରେବ୍ ସେ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ୨୦୧୬ ଅଲିମ୍ପିକ୍ସ ପରେ ସେ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ, ଏପ୍ରିଲ୍ ୨୦୧୯ରେ ସେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
ଆନାଲିଟିକାଲ୍ କୋଚ୍ – ଗ୍ରେଗ୍ କ୍ଲାର୍କ
ଭାରତୀୟ ଜୁନିୟର ହକି ଦଳର ପ୍ରଶିକ୍ଷକ ଥିବା ଗ୍ରେଗ୍ କ୍ଲାର୍କ ଚଳିତ ବର୍ଷ ଜାନୁଆରୀରେ ଭାରତୀୟ ଦଳର ଆନାଲିଟିକାଲ୍ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଅଭିଜ୍ଞତା ବହୁତ ଉପଯୋଗୀ ଥିଲା। ଦକ୍ଷିଣ ଆଫ୍ରିକାର କ୍ଲାର୍କ କାନାଡା ଦଳର ସହକାରୀ ଭାବରେ କାର୍ଯ୍ୟ କରିଛନ୍ତି।
ଲାପ୍ଟପ୍ରେ ଭାରତୀୟ ଦଳର ମ୍ୟାଚ୍-ବାଇ-ମ୍ୟାଚ୍ ବିଶ୍ଳେଷଣ କରି ସେ ସେମାନଙ୍କ ପ୍ରଦର୍ଶନକୁ ସୁଦୃଢ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଭୂମିକା ଅଲିମ୍ପିକ୍ସରେ ଭାରତୀୟ ଦଳକୁ ଅନେକ ଲାଭ ଦେଇଛି। ପ୍ରତ୍ୟେକ ମ୍ୟାଚ୍ ପରେ ସେ ଦଳ ସହିତ ବସି ପ୍ରତ୍ୟେକ ଦିଗ ଏବଂ ତଥ୍ୟ ସହିତ ଆଲୋଚନା କରୁଥିଲେ।
କୋଚ୍ - ଶିବେନ୍ଦ୍ର ସିଂ
ଉତ୍ତରପ୍ରଦେଶର ସୀତାପୁରରେ ଜନ୍ମଗ୍ରହଣ କରିଥିବା ଶିବେନ୍ଦ୍ର ସିଂ ଭାରତୀୟ ହକି ଦଳ ପକ୍ଷରୁ ଏସୀୟ ଖେଳ ସମେତ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ତାଙ୍କୁ ୩୮ ବର୍ଷ ବୟସ। ଦଳ ଯେତେବେଳେ ପଡ଼ିଆରେ ଟ୍ରେନିଂ କରେ, ସେ ସେମାନଙ୍କୁ ସାହାଯ୍ୟ କରନ୍ତି ଏବଂ ସେମାନଙ୍କର ତ୍ରୁଟି ସୁଧାରନ୍ତି।
କୋଚ୍ - ପୀୟୂଷ କୁମାର ଦୁବେ
୩୩ ବର୍ଷୀୟ ପୀୟୁଷ ଦୁବେ ୨୦୧୯ରେ ସହକାରୀ ପ୍ରଶିକ୍ଷକ ଭୂମିକାରେ ଭାରତୀୟ ଦଳରେ ଯୋଗ ଦେଇଥିଲେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ପୀୟୁଷ ମଧ୍ୟ ଭାରତର କ୍ରୀଡ଼ା ପ୍ରାଧିକରଣର ପ୍ରଶିକ୍ଷକ ଅଟନ୍ତି। ତାଙ୍କ କାର୍ଯ୍ୟ ମଧ୍ୟ କ୍ଷେତ୍ର ପ୍ରଶିକ୍ଷଣ ସମୟରେ ଭାରତୀୟ ଦଳକୁ ସାହାଯ୍ୟ କରିଛି।
ଫିଜିଓଥେରାପିଷ୍ଟ - ରତିନାସାମି ବୋଷ କନ୍ନନ
ହକି ହେଉଛି ଏପରି ଏକ ଖେଳ ଯେଉଁଠାରେ ଖେଳାଳିମାନଙ୍କୁ ମାଂସପେଶୀ ଷ୍ଟ୍ରେନ୍ ଏବଂ ଅନ୍ୟାନ୍ୟ ସମସ୍ୟା ବ୍ୟତୀତ କ୍ରମାଗତ ଭାବରେ କ୍ରୀଡା ଆଘାତର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ପରିପ୍ରେକ୍ଷୀରେ, ବୋଷ କନ୍ନନ ଖେଳାଳିଙ୍କ ପାଇଁ ଏକ ଭଲ ଫିଜିଓଥେରାପିଷ୍ଟ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି।
ମାସେଜର୍ - ଅରୂପ ନାସ୍କର
୩୮ବର୍ଷୀୟ ଅରୂପ ନାସ୍କର ଖେଳାଳିଙ୍କୁ ନିୟମିତ ମସାଜ ଦେଇ ସେମାନଙ୍କୁ ଫିଟ୍ ଏବଂ ଫୁର୍ତ୍ତି କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ଏହି ସହଯୋଗ ପାଇଁ ଦଳ ସହିତ ଯାଇଥିଲେ।
]]>ଖେଳର ପ୍ରାରମ୍ଭରେ ଚମତ୍କାର ପ୍ରଦର୍ଶନ କରିଥିଲା ଭାରତ। ୨ୟ କ୍ୱାର୍ଟରରେ ୦-୨ ଗୋଲରେ ପଛିଆ ଥିଲା ଭାରତ। ହେଲେ ଜବରଦସ୍ତ ପ୍ରଦର୍ଶନ କରି ୩-୨ରେ ଆଗକୁ ଯାଇଥିଲା। ତୃତୀୟ କ୍ୱର୍ଟର ପର୍ଯ୍ୟନ୍ତ ୩-୩ ଗୋଲରେ ବରାବର ଥିଲେ ଭାରତ-ବ୍ରିଟେନ। ହେଲେ ୪ର୍ଥ କ୍ୱାର୍ଟରରେ ବ୍ରିଟେନ ୪-୩ରେ ଆଗୁଆ ଥିଲା। ଭାରତ ଡିଫେଣ୍ଡିଂ ବହୁତ ଭଲ ଥିଲା ଏବଂ ୨ଟି ପେନାଲ୍ଟି କର୍ଣ୍ଣରକୁ ବିଫଳ କରି ଦେଇଥିଲା। ହେଲେ ସେକେଣ୍ଡ ହାଫ ଆରମ୍ଭ ହେବା ପରେ ବ୍ରିଟେନ ଏକ ଗୋଲ ଦେଇଥିଲା।
ପୁରୁଷ ଟିମ୍ ଭଳି ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ଏକମାତ୍ର ସୁଯୋଗ ଥିଲା ମହିଳା ଟିମ୍ ହାତରେ। ପଦକ ପାଇଁ ଜୀ-ଜାନ ଲଗାଇ ଖେଳିଥିଲେ ଭାରତୀୟ
ଟିମ୍। ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦମ୍ଦାର ପ୍ରଦର୍ଶନ କରିଥିବା ବନ୍ଦନା କଟରିଆ, କ୍ୟାପଟେନ୍ ରାଣୀ ରାମପଲ, ଗୁରଜିତ୍ କୌରଙ୍କ ସହ ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କା ଶକ୍ତିଶାଳୀ ବ୍ରିଟେନକୁ ରୋକିବେ ବୋଲି ପ୍ରାରମ୍ଭରୁ ଆଶା କରାଯାଉଥିଲା।
ତିନି ଥର ଗୋଲ୍ଡ ଜିତିଥିବା ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ରାଣୀ ରାମପାଲଙ୍କ ଟିମ୍ । ତେବେ ସେମିରେ ଆର୍ଜେଣ୍ଟିନା ସହ ଲଢେଇ କରି ୨-୧ ଗୋଲରେ ହାରିଯାଇଥିଲା ।
ସୂଚନାଥାଉ କି, ଗତକାଲି ୪୧ ବର୍ଷ ପରେ ପୁରୁଷ ହକି ଅଲମ୍ପିକରେ ଐତିହାସିକ ବିଜୟ ହାସଲ କରିଥିଲା । ଏଥି ସହିତ ପୁଣି ଏକ ବ୍ରୋଞ୍ଜ ଯୋଡିଥିଲା ଭାରତ ଖାତାରେ । ଭାରତ ପୁରଷ ହକିରେ ଜର୍ମାନକୁ ୫-୪ ଗୋଲରେ ହରାଇ ଏହି ପଦକ ଛଡ଼ାଇ ନେଇଥିଲା। ଏଥିସହିତ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି।
ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ ମୀରାବାଈ ଚାନୁ। ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ବ୍ୟାଡିମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ମହିଳା ବକ୍ସର ଲଭଲିନା। ୬୯ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହ ପୁରୁଷ ହକି ପୁଣି ଗୋଟିଏ ବ୍ରୋଞ୍ଜ ହାସଲ କରିଥିଲା । ଗତକାଲି ଆଉ ଏକ ସିଲଭର ପଦକ ଭାରତ ଖାତାରେ ପଡିଥିଲା ଆଉ ଏହାକୁ ଦେଇଥିଲେ ରବି ଦହିୟା। ସେ ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧ ଭାରତ ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ସହ ୫ଟି ପଦକ ହାସଲ କରିଛି।
]]>ସେ ଆହୁରି କହିଛନ୍ତି- ପେନାଲଟି କର୍ଣ୍ଣର ରୋକିବା ଉପରେ ଗୁରୁତ୍ୱ ଦେଉଥିଲୁ। ନିଜର ପଦକ ଦେଖାଇ ଦେଶବାସୀଙ୍କୁ ଅମିତ ଧନ୍ୟବାଦ ଦେଇଛନ୍ତି। ସଫଳତା ପାଇଁ ପରିବାର ସଦସ୍ୟଙ୍କ ସମର୍ଥନକୁ ଅମିତ ମନେ ପକାଇଛନ୍ତି। ୨୦୨୪ରେ ସ୍ବର୍ଣ୍ଣ ଆଣିବାର ଆଶା ଅମିତ ଦେଇଛନ୍ତି।
ଭାରତୀୟ ହକି ଦଳର ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସ୍ୱର୍ଣ୍ଣ ପାଇଁ ଆଶା ଓ ପ୍ରସ୍ତୁତି ଥିଲା, ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ୨୦୨୪ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଲାଗି ଆଶା ରଖିଛୁ। ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍ ହକିରେ ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ। ଭାରତୀୟ ହକି ଲାଗି ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ଲାକ୍ରା ପ୍ରଶଂସା କରିଛନ୍ତି।
ଏପଟେ ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ ପ୍ରଶଂସା କରିଛନ୍ତି ମୋଦି। ଅମିତଙ୍କୁ ଏକ ଦୁର୍ଭେଦ୍ୟ ପ୍ରାଚୀରର ଆଖ୍ୟା ଦେଇ ରକ୍ଷଣ ଭାଗରେ ବୀରେନ୍ଦ୍ର ଲାକ୍ରାଙ୍କ ଖେଳକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି। ଅଭିଜ୍ଞତାକୁ ଆଧାର କରି ଲାକ୍ରା ଦଳକୁ ବିଜୟ ଦେଇଛନ୍ତି ବୋଲି ମୋଦି ଟ୍ବିଟ୍ କରି କହିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପରେ ଭାରତୀୟ ହକି ଟିମ୍ର ଗୋଲକିପର୍ ଶ୍ରୀଜେଶଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ। ଆଜି ମ୍ୟାଚ୍ ସରିବାର ୬ ସେକେଣ୍ଡ ପୂର୍ବରୁ ଜର୍ମାନୀକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଭାରତ ପାଇଁ ୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ପଦକ ନିଶ୍ଚିତ କରିଥିଲେ ଏହି ଅଭିଜ୍ଞ ଗୋଲକିପର୍। କେବଳ ଏହା ନୁହଁ ଆଜିର ମ୍ୟାଚରେ ମଧ୍ୟ ଜର୍ମାନୀର ପ୍ରାୟ ୫ଟି ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଦେଇଥିଲେ ୩୫ ବର୍ଷୀୟ ଶ୍ରୀଜେଶ୍। ଆଉ ଏହି ପ୍ରଦର୍ଶନ ପରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ ହେଉଛନ୍ତି ଶ୍ରୀଜେଶ। ସମସ୍ତେ ତାଙ୍କୁ କ୍ରିକେଟର ଦି ଓ୍ୱାଲ୍ ରାହୁଲ୍ ଦ୍ରାଭି଼ଡଙ୍କ ସହ ତୁଳନା କରି ଟୁଇଟ୍ କରିଛନ୍ତି।କେହି କେହି ତାଙ୍କ ଭିନ୍ନ ଭିନ୍ନ ଭଙ୍ଗୀର ଫଟୋକୁ ପୋଷ୍ଟ କରିଛନ୍ତି।
]]>ଭାରତୀୟ ପୁରୁଷ ହକି ଦଳର ଐତିହାସିକ ସଫଳତା ପରେ ମୁହଁରେ ଅଫୁରନ୍ତ ଖୁସି । ଆନନ୍ଦରେ ଉଚ୍ଛୁଳି ଉଠୁଛି ଓଡ଼ିଶାର ହକି ଏନ୍ତୁଡ଼ିଶାଳ ରାଉରକେଲାର ପାନପୋଷ ହଷ୍ଟେଲ ଗ୍ରାଉଣ୍ଡ । ଢୋଲ ବାଦ୍ୟର ତାଳେ ତାଳ ଝୁମି ଉଠିଛନ୍ତି ଜାତୀୟ କ୍ରୀଡ଼ାର ପରବର୍ତ୍ତୀ ଦାୟଦମାନେ ।
ଟୋକିଓ ଅଲିମ୍ପିକ୍ସରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ବ୍ରୋଞ୍ଜ୍ ପଦକ ହାସଲ ପରେ ଅଲିମ୍ପିକ୍ସ ଇତିହାସରେ ପୁଣି ସ୍ୱର୍ଣ୍ଣାକ୍ଷରରେ ନାଁ ଲିପିବଦ୍ଧ କରିଛି ଭାରତ । ଆଉ ଦୀର୍ଘ ୪ ଦଶନ୍ଧି ପରେ ଭାରତକୁ ପଦକ ବିଜୟର ଖୁସି ମିଳିଥିବାରୁ ତାକୁ ଭିନ୍ନ ଢ଼ଙ୍ଗରେ ବାଣ୍ଟିଥିଲେ ପାନପୋଷ୍ଟ କ୍ରୀଡ଼ା ହଷ୍ଟେଲର ଅନ୍ତେବାସୀ ।
ଏପଟେ ମ୍ୟାଚ୍ ଆରମ୍ଭରୁ ଭାବବିହ୍ୱଳ ହୋଇପଡ଼ିଥିଲେ ଭାରତୀୟ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କ ଗାଁ ସୌନାମରା ବାସିନ୍ଦା । ଅମିତଙ୍କ ଘରେ ଲାଗିଥିବା ଟେଲିଭିଜନ୍ ସ୍କ୍ରିନ ଆଗରେ ଭିଡ଼ ଜମାଇଥିଲେ ପିଲାଠୁ ବୁଢା । ଆଉ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଭାରତର ଚିତାକର୍ଷକ ବିଜୟ ପରେ ସୌନାମରା ଗାଁରେ ଆରମ୍ଭ ହୋଇଥିଲା ଦେଶୀ ଷ୍ଟାଇଲ ସେଲିବ୍ରେସନ୍ । ଗାଁ ଦାଣ୍ଡରେ ଉଡ଼ିଥିଲା ମିଠା ଓ ଆଉ ଚକୋଲେଟ ଫୁଆରା ।
ସେହିଭଳି ଟିମ୍ ଇଣ୍ଡିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ନେଇ ମଧ୍ୟ ଖୁସିରେ ଫାଟିପ଼ଡୁଥିଲେ ତାଙ୍କ ପରିବାର ଲୋକ । ବୟସାଧିକ ସମସ୍ୟା ଯୋଗୁଁ ମାଆ ସିନା କଥା କହିପାରୁନଥିଲେ, ହେଲେ ପୁଅର ସଫଳତାରେ ତାଙ୍କ ପାଦ ମାଟିରେ ଲାଗୁନଥିଲା ।
ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ, ଗ୍ରାଣ୍ଡ ସେଲିବ୍ରେସନରେ ମାତି ଯାଇଥିଲେ ହକି ପ୍ରଶିକ୍ଷାର୍ଥୀ । ଚକ୍ ଦେ ଇଣ୍ଡିଆରୁ ବନ୍ଦେ ଉତ୍କଳ ଜନନୀ ଯାଏ ସବୁ ଦେଶାତ୍ମବୋଧକ ଟ୍ରାକ୍ରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ ପରିସର । ନାଚ, ଗୀତ ଓ ଖୁସରେ ମତୁଆଲା ହୋଇ ଉଠିଥିଲେ ସମସ୍ତେ ।
ସେହିଭଳି ଭାରତୀୟ ହକି ଦଳର ଏ ଅଭୂତପୂର୍ବ ସଫଳତାରେ ଖୁସି ସାଉଁଟୁଥିଲା ସମଗ୍ର ଦେଶ । ପଞ୍ଜାବରୁ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରୁ ମଣିପୁର ଯାଏଁ ସବୁଠି ଥିଲା ଆନନ୍ଦ ଓ ଉତ୍ସବ ମୁଖର ପରିବେଶ । ଟିମ୍ ଇଣ୍ଡିଆର କ୍ୟାପଟେନ୍ ମନପ୍ରୀତ ସିଂଙ୍କ ପଞ୍ଜାବ ଜଳନ୍ଧରସ୍ଥିତ ବାସଭନବନରେ ପୁଅର ସଂଘର୍ଷ ଦେଖିବାକୁ ଆଖିରୁ ଯେମିତି ପଲକ ହଟାଉନଥିଲେ ପରିବାର ଲୋକେ ।
ସେହିଭଳି ଆଜିର ମ୍ୟାଚ୍ ବେଳେ ମିନି ଇଣ୍ଡିଆ ପାଲଟିଥିଲା ଗୋଲ୍ କିପର୍ ଶ୍ରୀଜେସ୍ ପିଆର୍ଙ୍କ ଘର । ଟୋକିଓରେ ପୁଅ ଶ୍ରୀଜେସ ପ୍ରତିପକ୍ଷ ଟିମର ଗୋଲକୁ ନିଷ୍ଫଳ କଲାବେଳକୁ ଏପଟେ ଆତ୍ମହରା ହୋଇ ଉଠୁଥିଲେ ସାରା ପାରିବାର ।
]]>ଆବଶ୍ୟକ ସମୟରେ ଜଣେ ମିଡଫିଲ୍ଡର ଭାବରେ ଦ୍ୱିଗୁଣିତ କରିବାରେ ସକ୍ଷମ ଥିବା ଏକ କ୍ଲିନିକାଲ୍ ଫରୱାର୍ଡ, ଭାରତୀୟ ହକି ସୁପରଷ୍ଟାର ରାଣୀ ରାମ୍ପାଲ୍ଙ୍କୁ ବିଶ୍ୱର ଶ୍ରେଷ୍ଠ ମହିଳା ହକି ଖେଳାଳି ଭାବରେ ବିବେଚନା କରାଯାଏ ଏବଂ ତାଙ୍କର ନିର୍ଣ୍ଣାୟକ ଷ୍ଟ୍ରାଇକ୍ ଭଳି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାର ଏକ ନକ୍ସା ଅଛି ଯାହା ଭାରତକୁ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସାହାଯ୍ୟ କରିଛି।
ଭାରତୀୟ ମହିଳା ହକି ଦଳର ଏହି ଅଧିନାୟକ ମଧ୍ୟ ରିଓ ଅଲିମ୍ପିକ୍ ୨୦୧୬ରେ ଭାରତର ପ୍ରତିନିଧିତ୍ୱ କରୁଥିବା ଦଳର ଏକ ଅଂଶ ହୋଇଥିଲେ। ତେବେ ମାତ୍ର ୯ ବର୍ଷ ବୟସରେ ସେ ବିଧିବଦ୍ଧ ଭାବେ ହକି ଖେଳିବାର ସୁଯୋଗ ପାଇଥିଲେ। ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ସେ ୨୦୧୦ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ଥିଲେ। ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ବି ହକି ମ୍ୟାଚ୍ ପାଇଁ ଅଭ୍ୟାସ ହେତୁ ସ୍ନାତକ ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇ ନ ଥିଲେ । ବର୍ତ୍ତମାନ ସୁଦ୍ଧା ରାଣୀ ୨୧୨ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୩୪ ଗୋଲ ସ୍କୋର କରିଛନ୍ତି।
୧୯୯୪ ଡିସେମ୍ବର ୪ ତାରିଖରେ ହରିଆନାର କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ମରକନ୍ଦରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲା ଏହି କିମ୍ବଦନ୍ତୀ ଖେଳାଳିଙ୍କର। ତାଙ୍କ ବାପା ଟ୍ରଲି ଟାଣିଲେ ଘର ଚଳେ। ବହୁ କଷ୍ଟରେ ଘର ଚଳୁଥିବା ବେଳେ ସେତିକିବେଳେ ସେ ଦେଖୁଥିଲେ ହକି ଖେଳାଳିର ସ୍ୱପ୍ନ। ମାତ୍ର ୬ ବର୍ଷ ବୟସରୁ ସେ ହକି ପ୍ରତି ଆକର୍ଷିତ ହୋଇଥିଲେ। ୨୦୦୩ରେ ତାଙ୍କୁ ଯେତେବେଳେ ୯ ବର୍ଷ ସେ ଶାହାବାଦ ହକି ଏକାଡେମୀରେ ଦ୍ରୋଣାଚାର୍ଯ୍ୟ ବିଜେତା କୋଚ୍ ବଲ୍ଦେବ ସିଂହଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ତେବେ ଗ୍ୱାଲିଅର୍ କନିଷ୍ଠ ଜାତୀୟ ଓ ଚଣ୍ଡିଗଡ ସ୍କୁଲ୍ ଜାତୀୟ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ମାତ୍ର ୧୪ ବର୍ଷରେ ସେ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇବାର ସୁଯୋଗ ପାଇଥିଲେ।
ତେବେ ହକି ଖେଳାଳି ହେବା ସ୍ୱପ୍ନରୁ ଆରମ୍ଭ କରି ଆଜିର ଅଧିନାୟକ ପର୍ଯ୍ୟନ୍ତ ରାଣୀ ରାମ୍ପାଲ୍ ଯେଉଁ ଯନ୍ତ୍ରଣାଦାୟକ ଲମ୍ବା ଯାତ୍ରା କରିଛନ୍ତି ତାହା ଜାଣିଲେ ଯେ କେହି ବି ସ୍ତମ୍ଭୀଭୂତ ହୋଇଯିବ। ରାଣୀ କୁହନ୍ତି ଯେ “ଆର୍ଥିକ ଅନଟନ ଯୋଗୁଁ ସବୁଦିନ ଦୁଇ ଓଳି ଖାଇବାକୁ ମିଳୁ ନ ଥିଲା। ଘର ଭିତରେ ନର୍ଦ୍ଦମା ପାଣି ଭାସୁଥିଲା। ବାପା ଟ୍ରଲି ଟାଣି ପରିବାର ପୋଷୁଥିବା ବେଳେ ମା’ ପର ଘରେ କାମ କରୁଥିଲା। ଘର ପାଖରେ ଏକ ହକି ଏକାଡେମୀ ଥିଲା ସତ କିନ୍ତୁ ମୁଁ ସେଠାରେ ଖେଳିବାର ସୁଯୋଗ ପାଉ ନ ଥିଲି। କୋଚ୍ଙ୍କୁ ଅନୁରୋଧ କଲେ ମଧ୍ୟ ଅଭ୍ୟାସ ପୂରା କରିବା ନେଇ ମୋ ପାଖରେ ଶକ୍ତି ନାହିଁ ବୋଲି ସେ କହୁଥିଲେ। ମତେ ଦିନେ ଏକ ଭଙ୍ଗା ହକି ଷ୍ଟିକଟେ ମିଳିଯିବାରୁ ମୁ ସେହିଥିରେ ହିଁ ମୋର ଅଭ୍ୟାସ ଜାରି ରଖିଲି। କିଛି ଦିନ ପରେ ମୁ ଆଉଥରେ କୋଚ୍ଙ୍କୁ ଅନୁରୋଧ କରିବାରୁ ସେ ବହୁ କଷ୍ଟରେ ରାଜି ହେଲେ।”
ରାଣୀଙ୍କ କହିବା କଥା ପ୍ରତିଦିନ ବଡି ଭୋଅରୁ ଅଭ୍ୟାସ ଆରମ୍ଭ ହୁଏ। ସମସ୍ତକୁ ଅଧା ଲିଟର କ୍ଷୀର ନେଇ ଏକାଡେମୀକୁ ଆସିବା ବାଧ୍ୟତାମୂଳକ ଥିଲା। ଆମ ଘରେ ୨୦୦ ଏମ୍ଏଲ୍ ଦେଇପାରୁଥିଲେ। ତେଣୁ ମୁ ତାକୁ ଅଧା ଲିଟର କରିବା ନେଇ ସେଥିରେ ପାଣି ମିଶେଇ ଦେଉଥିଲି। ପରେ ମୋର ଆଗ୍ରହ ଓ ଦକ୍ଷତା ଦେଖି କୋଚ୍ ମୋ ପାଇଁ ହକି ଷ୍ଟିକ୍ ଆଉ ଜୋତା କିଣିଦେଲେ। ମୋତେ ତାଙ୍କ ଘରେ ରଖି ମୋର ସମସ୍ତ ଦାୟିତ୍ୱ ବି ନେଲେ। ମୋର ପରିଶ୍ରମ ମତେ ଆଗକୁ ନେଲା। ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ମତେ ୫୦୦ ଟଙ୍କା ମିଳିଥିଲା। ସେ ଟଙ୍କାକୁ ମୁ ମୋ ବାପାଙ୍କୁ ଦେଇଥିଲି, ସେ ବହୁତ ଖୁସି ହୋଇଯାଇଥିଲେ। ମୁଁ ସେତେବେଳେ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଆମର ବି ଗୋଟିଏ ନୂଆ ଘର ହେବ।”
ରାଣୀ ଆହୁରି କୁହନ୍ତି ଯେ “ମୁଁ ରାଜ୍ୟର ପ୍ରତିନିଧିତ୍ୱ କଲା ପରେ ଓ ବିଭିନ୍ନ ଚାମ୍ପିଅନ୍ସିପ୍ ଖେଳିବା ପରେ ୧୫ ବର୍ଷ ବୟସରେ ମୋତେ ଜାତୀୟ ଦଳ ପାଇଁ ସୁଯୋଗ ଆସିଥିଲା। ପରିବାରର ସମର୍ଥନ ମିଳିଲା। ଦେଶ ପାଇଁ କିଛି କରିବା ମୋର ଏକମାତ୍ର ଲକ୍ଷ ହୋଇଗଲା। ଶେଷରେ ମୋତେ ଭାରତୀୟ ଦଳର ଅଧିନାୟକ ପଦ ମଧ୍ୟ ମିଳିଲା। ୨୦୧୭ରେ ମୁ ମୋ ପ୍ରତିଶ୍ରୁତି ପୂରଣ କରି ମୋ ପରିବାର ପାଇଁ ଏକ ଘର କରିଲି। ଏତିକିରେ ମୋ ପ୍ରତିଶ୍ରୁତି ପୂରଣ ହୋଇନି। ମତେ ନେଇ ମୋ କୋଚ୍ ଓ ମୋ ପରିବାର ବର୍ଷ ବର୍ଷ ଧରି ସ୍ୱପ୍ନ ଦେଖିଛନ୍ତି। ଏ ବର୍ଷ ସେମାନଙ୍କୁ ଟୋକିଓରୁ ସ୍ୱର୍ଣ୍ଣ ପଦକ ଦେଇ ମୁଁ ମୋ ଋଣ ଶୁଝିବାକୁ ପ୍ରତିଜ୍ଞା କରିଛି।”
]]>ବନ୍ଦନା କଟାରିୟା ପ୍ରଥମ କ୍ୱାର୍ଟରରେ ଆରମ୍ଭରୁ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ମିନିଟ୍ରେ ଗୋଲ ଦେଇଥିଲେ। ତେବେ ପ୍ରଥମ କ୍ୱାର୍ଟରର ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ସମାନ ଗୋଲ୍ ହାସଲ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ବନ୍ଦନା ଏକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସ୍କୋର୍କୁ ୨-୧ରେ ପରିଣତ କରିଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ଦ୍ୱିତୀୟ ଥର ପାଇଁ ଭାରତର ଅତି ଦୁର୍ବଳ ଡିଫେନ୍ସ ଲାଇନକୁ ଭେଦ କରିଥିଲା। ପ୍ରଥମାର୍ଦ୍ଧରେ ମ୍ୟାଚ୍ ୨-୨ରେ ରହିଥିଲା। ତୃତୀୟ କ୍ୱାର୍ଟରରେ ନେହା ଗୋଏଲଙ୍କ ଗୋଲ ଦ୍ୱାରା ଭାରତ ପୁଣି ଥରେ ଜବରଦସ୍ତ ଆରମ୍ଭ କରିଥିଲା। ଭାରର ୩-୨ରେ ପହଞ୍ଚିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ତୃତୀୟ ଗୋଲ ସ୍କୋର କରିଥିଲା। ମ୍ୟାଚ୍ର ୪୯ ମିନିଟ୍ରେ କଟାରିୟା ତୃତୀୟ ଗୋଲ୍ ସ୍କୋର୍ କରି ଭାରତକୁ ୪-୩ ଆଗରେ ରଖିଥିଲେ, ଯାହା ନିର୍ଣ୍ଣାୟକ ବୋଲି ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଟ୍ୟାରିନ୍ ଗ୍ଲାସ୍ବୀ, ଅଧିନାୟକ ଏରିନ୍ ହଣ୍ଟର୍ ଓ ମାରିଜେନ୍ ମରାଇସ୍ ଗୋଲ୍ ଦେଇଥିଲେ।
କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳ ରିଓ ଅଲିମ୍ପିକ୍ସରେ ଦ୍ୱାଦଶ ସ୍ଥାନରେ ରହିଥିଲା। ପ୍ରଥମ ତିନୋଟି ମ୍ୟାଚ୍ରେ ଭାରତକୁ ଦୁନିଆର ଏକ ନମ୍ବର ଦଳ ନେଦରଲ୍ୟାଣ୍ଡ୍ ୫-୧ରେ, ଜର୍ମାନୀ ୨-୦ ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ବ୍ରିଟେନ ୪-୧ରେ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚ୍ରେ ନବନୀତ୍ କୌରଙ୍କ ଗୋଲ ଯୋଗୁଁ ଭାରତ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଥିଲା।
ପ୍ରକାଶଥାଉ ଯେ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ପୁଲ୍-ବିରେ ତୃତୀୟ ସ୍ଥାନରେ ଥିବା ବ୍ରିଟେନ୍କୁ ସାମ୍ନା କରିବ। ଶୁକ୍ରବାର ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଭାରତ ଆୟୋଜକ ଦଳ ଜାପାନକୁ ୫-୩ ରେ ପରାସ୍ତ କରିଥିଲା। ଭାରତ ପାଇଁ ସିମରନଜିତ ସିଂ, ଶ୍ୟାମଶେର ସିଂ ଏବଂ ନୀଲକାନ୍ତ ଶର୍ମା ୧-୧ ଗୋଲ ସ୍କୋର କରିଥିଲେ। ସେହିପରି ଗୁରଜନ୍ତ ସିଂ ୨ଟି ଗୋଲ୍ ସ୍କୋର କରିଥିଲେ। ଲିଗ୍ ପର୍ଯ୍ୟାୟରେ ଭାରତ କ୍ରମାଗତ ତୃତୀୟ ବିଜୟ ଏବଂ ସାମଗ୍ରିକ ଭାବେ ଚତୁର୍ଥ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଠାରୁ ପରାସ୍ତ ପରେ ଭାରତୀୟ ଦଳ ସ୍ପେନ୍, ଆର୍ଜେଣ୍ଟିନା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ ଅପରାହ୍ନ ୫.୩୦ରୁ ଗ୍ରେଟ୍ ବ୍ରିଟେନ୍ ସହିତ ମୁହାଁମୁହିଁ ହେବ।
]]>ସେହିପରି ପ୍ରଥମ ଥର ଅଲିମ୍ପିକ୍ସ ଖେଳୁଥିବା ଅମିତ ରୋହିଦାସଙ୍କ ପାଇଁ ମଧ୍ୟ ଆଜିର ଦିନ ବେଶ୍ ସ୍ମରଣୀୟ ହୋଇ ରହିବ । ସେ ଆଜି ନିଜର ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳିଛନ୍ତି । ୨୮ ବର୍ଷୀୟ ରୋହିଦାସ ୨୦୧୩ରେ ପ୍ରଥମ ଥର ଭାରତୀୟ ସିନିୟର ଟିମ ପାଇଁ ଖେଳିଥିଲେ । ତେବେ କିଛି ଦିନ ପରେ ଦଳରୁ ଦୂରେଇ ରହିବା ପରେ ୨୦୧୭ରେ ସେ କମ୍ବ୍ୟାକ୍ କରିଥିଲେ । ଆଉ ଏବେ ସେ ଦଳର ପ୍ରମୁଖ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ।
ସେପଟେ ଅଲିମ୍ପିକ୍ସ ଡେବ୍ୟୁରେ କମାଲ୍ କଲେ ବକ୍ସର୍ ଲଭ୍ଲିନା ବୌରଗୌହେନ୍ । ମହିଳା ୱେଲଟରୱେଟ୍ ଡିଭିଜନ୍ ଇଭେଣ୍ଟରେ ୨୩ ବର୍ଷୀୟା ଲଭଲିନା, ଜର୍ମାନୀର ନାଦିନ୍ ଆପେଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ନିଜର କାଉଣ୍ଟର ପଞ୍ଚ୍ ଜରିଆରେ ଜର୍ମାନୀର ଏହି ଅଭିଜ୍ଞ ବକ୍ସରଙ୍କୁ ମାତ୍ ଦେଇଥିଲେ ଲଭ୍ଲିନା । ଯଦି ସେ କ୍ୱାର୍ଟର ଫାଇନାଲରେ ବିଜୟୀ ହୁଅନ୍ତି, ତେବେ ତାଙ୍କ ପାଇଁ ପଦକ ନିଶ୍ଚିତ ହୋଇଯିବ । ବକ୍ସିଂ ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିଥିବା ପ୍ରତିଯୋଗୀଙ୍କୁ ଅତି କମ୍ରେ ବ୍ରୋଞ୍ଜ ପଦକ ନିଶ୍ଚିତ ଭାବେ ମିଳିଥାଏ ।
]]>ଏହି ମ୍ୟାଚରେ ଭାରତୀୟ ଦଳ ପ୍ରାରମ୍ଭିକ ଭାବେ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟରର ଶେଷ ସମୟରେ ଦଳ ସ୍ପେନ ଉପରେ ଚାପ ପକାଇଥିଲା । ୧୪ ତମ ମିନିଟରେ ଗୋଲ କରି ସିମରନଜିତ ସିଂ ଦଳକୁ ୧-୦ରେ ଦଳକୁ ବିଜୟ ଅଭିମୁଖେ ନେଇଥିଲେ । ତା’ପରେ ୧୫ ତମ ମିନିଟରେ ରୁପିନ୍ଦର ପାଲ ସିଂ ୨-୦ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ସ୍କୋର କରିପାରି ନଥିଲେ । ହାଫ୍ ଟାଇମ୍ ପର୍ଯ୍ୟନ୍ତ ସୁଦ୍ଧା ଭାରତୀୟ ଦଳ ୨-୧ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା ଟିମ୍ ଇଣ୍ଡିଆ ୨-୦ଗୋଲରେ ଆଗୁଆ ରହିଥିବା ବେଳେ ଚତୁର୍ଥ କ୍ୱାଟରରେ ଆଉ ଗୋଟିଏ ଗୋଲ ଦେଇ ମ୍ୟାଚରେ ବିଜୟୀ ହୋଇଥିଲା ।
ସେପଟେ ୧୦ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତରେ ମନୁ ଭାକେର ଓ ସୌରଭ ଚୌଧୁରୀ ଯୋଡି ଦ୍ୱିତୀୟ ରାଉଣ୍ଡରୁ ବାଦ ପଡିଛନ୍ତି । ଆଜି ସକାଳୁ ଏହି ଯୋଡି ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ରାଉଣ୍ଡରେ ହାରି ଯାଇଛନ୍ତି । ଅନ୍ୟପକ୍ଷରେ ଯଶଶ୍ୱିନୀ ଦେସୱାଲ ଓ ଅଭିଶେକ ବର୍ମା ଯୋଡି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ।
ସେହିପରି ସ୍ୱଦେଶ ଫେରିବା ପରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ତାଙ୍କୁ ୨କୋଟି ଟଙ୍କା ସହ ପଦୋନ୍ନତି ଦେବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି । ମୀରାବାଇ ତାଙ୍କର ପ୍ରତିଭା, ନିଷ୍ଠା, କଠିନ ପରିଶ୍ରମ ବଳରେ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଛନ୍ତି ବୋଲି ସେ ଟ୍ୱିଟ୍ କରିଛନ୍ତି । ମୀରବାଇ ଚାନୁ ଟୋକିଓ ଅଲିମ୍ପିକ୍ସର ୪୯ କେଜି ବର୍ଗ ଭାରୋତ୍ତୋଳନରେରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଏ୍ୟତିହାସିକ ସଫଳତା ଆଣିଛନ୍ତି । ଏପଟେ ଅଲିମ୍ପିକ୍ ସଫଳତା ପରେ ମୀରା ବାଇ ଚାନୁଙ୍କୁ ଆଡିସିନାଲ ଏସଅପି ପଦରେ ନିଯୁକ୍ତି ଦେବାକୁ ମଣିପୁର ସରକାର ଘୋଷଣା କରିଛନ୍ତି ।
]]>