ତେବେ ଆମେ ଏଠି ରାଣୀଙ୍କ ରିଅଲ ଲାଇଫ କଥା ନୁହେଁ ବରଂ ରିଲ୍ ଲାଇଫ କଥା କହୁଛୁ। ଆଜି ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି। ଫିଲ୍ମରେ ରାଣୀ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସୁଛନ୍ତି।
ଫିଲ୍ମରେ ରାଣୀଙ୍କ ସହ ହର୍ଷ ମେୟର ଏବଂ ସୁପ୍ରିୟା ପିଲଗାଓଙ୍କର ଅଭିନୟ କରିଛନ୍ତି। ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ମାଲହୋତ୍ରା।
ଶେଷ ଥର ପାଇଁ ରାଣୀ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଦାନୀ’ ରେ ଅଭିନୟ କରିଥିଲେ। ଏହାପରେ ଦୀର୍ଘ ୪ ବର୍ଷ ଧରି ତାଙ୍କୁ ଆଉ କୌଣସି ଫିଲ୍ମରେ ଅଭିନୟ କରିବାର ଦେଖାଯାଇ ନ ଥିଲା। ଏହି ୪ ବର୍ଷ ସେ ପୂରାପୂରି ତାଙ୍କ ପରିବାର ପ୍ରତି ଧ୍ୟାନ ଦେଇଥିଲେ। ଦୀର୍ଘ ୪ ବର୍ଷର ଏକ ଲମ୍ବା ସମୟ ବ୍ୟବଧାନ ପରେ ପୁଣିଥରେ ରାଣୀ ତାଙ୍କ ଆକ୍ଟିଂ କ୍ୟାରିୟରକୁ ଫେରିଛନ୍ତି।
]]>