ବର୍ଷା ପବନରେ କେବଳ ଯେ ଧାନ ଫସଲ ନଷ୍ଟ ହୋଇଛି, ତାହା ନୁହେଁ। ପରିବା ଚାଷର ଅବସ୍ଥା କହିଲେ ନ ସରେ। ରାୟଗଡ଼ା ଅଞ୍ଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ଟମାଟୋ ପୁରା ପଚି ଯାଇଥିବା ବେଳେ ମେଘୁଆ ପାଗ ଯୋଗୁଁ କୋବିରେ ପୋକ। ବାଇଗଣ, ଜହ୍ନି, ଲଙ୍କାର ଅବସ୍ଥା ବି ତଦ୍ରୁପ। ଝୁଡ଼ଙ୍ଗ, ପୋଟଳର ଭାଡ଼ି ଭାଙ୍ଗିବା ସହିତ ଚାଷୀର ଅଣ୍ଟା ବି ଭାଙ୍ଗିଛି। ଠିକ୍ ଫଳିବା ବେଳକୁ ପରିବା ପୁରା ବରବାଦ୍। ଆଉ ପିଆଜ ଚାଷ କଥା ନ କହିବା ଭଲ। ସବୁ ପଚି ଗଲାଣି। କୃଷି ଅଧିକାରୀ କହିଛନ୍ତି, କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ।
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ଯାଇ ନାହିଁ। ବାତ୍ୟା ଯୋଗୁଁ ସାରା ରାଜ୍ୟରେ ହୋଇଥିବା ଲଗାଣ ବର୍ଷା, କେବଳ ଫସଲ ତ ଉଜାଡ଼ି ନାହିଁ, ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଉଜାଡ଼ି ଦେଇଛି। ଏମିତି ତ ଡିସେମ୍ବରରେ ବାତ୍ୟା ପ୍ରାୟତଃ ହୁଏନି, ଏଥର କିନ୍ତୁ ଶୀତ ଦିନେ ବାତ୍ୟା ଆସି ଓଡ଼ିଶାର ଚାଷୀଙ୍କ ଉପରେ ଦାଉ ସାଧିଛି।
]]>ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା କ୍ରମେ ଦୁର୍ବଳ ହୋଇଥିଲା ସତ। କିନ୍ତୁ ଲ୍ୟାଣ୍ଡଫଲ ପରର ପ୍ରଭାବ ପଡ଼ିଥିଲା ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମରେ। କୋଟିଆ ପଂଚାୟତ ମାଡକାର ଗାଁକୁ ଯିବା ରାସ୍ତାରେ ଭୁସ୍ଖଳନ ହେବା ସହ ପାହାଡ଼ ଉପରୁ ପଥର ଖସି ଅବରୋଧ ରହିଥିଲା ରାସ୍ତା। ନବରଙ୍ଗପୁର ଝରିଗାଁରେ ଲଗାଣ ବର୍ଷାର ପ୍ରଭାବରେ ପଲିଥିନ ବି ସୁରକ୍ଷା ଦେଇପାରିଲାନି ଉତ୍ପାଦିତ ଫସଲକୁ। କେବଳ ଝରିଗାଁ କାହିଁକି, ବରଗଡ଼ ଅଞ୍ଚଳରେ ଖୋଲା ଆକାଶ ତଳେ ଥିବା ଅମଳ ଧାନ ଭିଜି ନଷ୍ଟ ହୋଇଯାଇଛି।
ମିଗଜୋମ ପ୍ରଭାବରୁ କେବଳ ଆଭ୍ୟନ୍ତରୀଣ କାହିଁକି, ସହର ବଜାର ବି ବାଦ୍ ପଡ଼ିନଥିଲା। ଗତରାତିରୁ ସାରା ଗଞ୍ଜାମ ଜିଲ୍ଲାରେ ଲାଗିରହିଥିବା ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର। ଜଳାର୍ଣ୍ଣବ ସ୍ଥିତି ସହ ରାସ୍ତା ଉପରେ ପାଣି ଚାଲିବାରୁ କେଉଁଠି ଅଟୋ ଗଳିପଡ଼ିଲା ଏଭଳି ଭାବେ ତ ଆଉ କେଉଁଠି ଠପ୍ ହୋଇଯାଇଥିଲା ଜନଜୀବନ। ଧର୍ମନଗର, ପ୍ରେମ ନଗର, ଗାନ୍ଧିନଗର ଆଦି ଅଞ୍ଚଳରେ ସୁଅ ଛୁଟିଥିଲା ନାଳ ପାଣି। ଏଭଳି ସମସ୍ୟା ପାଇଁ ଜଳ ନିଷ୍କାସନ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ସହରବାସୀ।
ଦୁର୍ବଳ ହୋଇ ବାତ୍ୟା ଫେରିଯିବା ପରେ ଏବେ ସକ୍ରିୟ ସୁଦୃଶଃ ଲଘୁଚାପର ପ୍ରଭାବ ରହିଛି। ଫଳରେ ରାଜ୍ୟରେ କୋହଲା ପାଗ ସହ କିଛି ଜିଲ୍ଲାରେ ଜାରି ରହିଛି ବର୍ଷା। ସମ୍ଭାବ୍ୟ ବର୍ଷାକୁ ଦେଖି କାଲି ସକାଳ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି SRC। ସବୁ ଜିଲ୍ଲାପାଳଙ୍କୁ ଅନୁଧ୍ୟାନ ପାଇଁ ଚିଠି ଲେଖିବା ସହ ରାଜସ୍ୱ ଓ ବିପର୍ଯ୍ୟୟ ମୁକାବିଲା, କୃଷି ବିଭାଗକୁ ମିଳିତ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୨ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଛନ୍ତି SRC। ତେବେ ପୂର୍ବରୁ ବନ୍ୟାଜନିତ ଫସଲ କ୍ଷତି ଅଞ୍ଚଳକୁ ସର୍ଭେରୁ ବାଦ୍ ଦେବାକୁ ପରାମର୍ଶ ଦେଇଛନ୍ତି।
]]>ଭୀଷଣ ବାତ୍ୟା ପ୍ରଭାବରେ ମଛଲିପଟନମ ଏବଂ ନେଲୋର ଅଂଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି । ମାଟିରେ ଲୋଟି ପଡିଛି ବିରାଟକାୟ ଗଛ । ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା କ୍ରମଶ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରଭାବିତ ହୋଇଛି ବିମାନ ଓ ରେଳ ସେବା । ୫୦ରୁ ଅଧିକ ବିମାନ ଏବଂ ୧୦୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ।
ଆହୁରି ୨୪ ଘଂଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନେଲୋର, ପ୍ରକାଶମ, ବାପଟଲା, ତିରୁପତି, କ୍ରିଷ୍ଣା, ପଶ୍ଚିମ ଗୋଦାବରୀ, କୋନାସୀମା ଏବଂ କାକିନାଡାକୁ ରେଡ ଆଲର୍ଟ ଜାରି ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ ହୋଇଛନ୍ତି NDRFର ୨୧ଟି ଟିମ୍ ।
ଏପଟେ ତାମିଲନାଡୁରେ ବାତ୍ୟାର ପ୍ରଭାବରେ ଜଳପ୍ରଳୟ । ପୁରା ରାଜ୍ୟରେ ଦି ଦିନ ହେଲା ଲାଗିରହିଛି ଅବିଶ୍ରାନ୍ତ ବର୍ଷା । ଏଯାଏଁ ପାଖାପାଖି ୫ଶହ ମିଲିମିଟର ବର୍ଷା ରେକର୍ଡ ହେଲାଣି । ଚେନ୍ନାଇ ପାଲମ ଅଂଚଳଏରେ ରାସ୍ତାରେ ଚାଲିଛି ଅଣ୍ଟାଏ ପାଣି । ଆପାର୍ଟମେଣ୍ଟର ତଳ ମହଲା ବୁଡିଯାଇଛି । ପାଣି ଏତେ ଯେ ସାହି ଭିତରେ ଡଙ୍ଗା ଚାଲିଛି । ଅନେକ ଅଂଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଯିଏ ଯେଉଁଠି ଥିଲେ ସେଇଠି ଜଳବନ୍ଦୀ । କ୍ରିଷ୍ଣାନଗରରେ ପାୱାର ବୋଟରେ ବୁଲି ବୁଲି ବିପନ୍ନଙ୍କୁ ଉଦ୍ଧାର କରିବା ସହ ରିଲିଫ୍ ପହଁଚାଉଛି ଏନଡିଆରଏଫ୍ । ସେପଟେ ଚେନ୍ନାଇ ଅଦିୟାର ନଦୀର ବନ୍ୟାଜଳରେ ବୁଡି ରହିଛି ଏକାଧିକ ଗାଁ । ରାସ୍ତାଘାଟ ଓ ଦୋକାନ ବଜାର ଉବୁଟୁବୁ ହେଉଥିବା ବେଳେ, ବହୁ ସ୍ଥାନରେ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ପାଣି ଭିତରେ ଅଟକି ରହିଛି ।
ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତାକାଲି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷାର ପ୍ରଭାବ ଆଗାମୀ ୩୬ ଘଂଟା ଯାଏଁ ରହିବ । ବାତ୍ୟା ‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆସନ୍ତାକାଲି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି ।
]]>ଧାନ ଅମଳବେଳରେ ଚାଷୀଙ୍କୁ ବର୍ଷା ଭୟ। ଇଏ ଗଂଜାମ ଜିଲ୍ଲା ଆସ୍କାର ଚିତ୍ର। ଗଲା ସନ ଧାନ ଧୋଇ ଯାଇଥିଲା, ଆଉ ଏବେ ପାଚିଲା ଧାନକୁ ବର୍ଷା ଦାଉ ସାଧିବା ଡର। ତରତର ହୋଇ ଚାଷୀ ଧାନ କାଟି ନେଉଛନ୍ତି। ସମାନ ଦୃଶ୍ୟ ଖଲ୍ଲିକୋଟ ଅଞ୍ଚଳରେ। ବର୍ଷା ନା ଶୁଣିବା ପରଠୁ ଚାଷୀ ଛାତିରେ ଛନକା ପଶିଛି। ତେଣେ ଅଦିନିଆ ବର୍ଷା ସମ୍ଭାବନାକୁ ଦେଖି ରାଜ୍ୟ କୃଷି ବିଭାଗ ବି ଦେଇଛି ଫସଲ ସୁରକ୍ଷା ପରାମର୍ଶ। କହିଛି- କଟା ଧାନ ଜମିରେ ଶୁଖାନ୍ତୁ ନାହିଁ। କଟା ଧାନ ଅମଳ ସମ୍ଭବ ନହେଲେ ପଲିଥିନ୍ ଘୋଡ଼ାଇ ରଖନ୍ତୁ। ମଣ୍ଡିରେ ଧାନକୁ ସୁରକ୍ଷିତ ଅବସ୍ଥାରେ ରଖନ୍ତୁ।
ଅମଳ ଉପଯୋଗୀ କପା, ମାଣ୍ଡିଆ ଓ ଅନ୍ୟାନ୍ୟ ରବି ଫସଲକୁ ବି ଯଥାସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ପନିପରିବା ଫସଲକୁ ବି ଯଥାସମ୍ଭବ ପଚିବା ସ୍ଥିତିରୁ ବଞ୍ଚାଇ ରଖନ୍ତୁ। ଏଣେ ସମ୍ଭାବ୍ୟ ବର୍ଷା ମୁକାବିଲା ନେଇ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି। ଆଜିଠାରୁ ଆସନ୍ତା ୬ ତାରିଖ ଯାଏଁ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାର ସମସ୍ତ ଫିଲଡ ଅଫିସରଙ୍କ ଛୁଟି ବାତିଲ୍ କରାଯାଇଛି। ଏଣେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ୪୮ ଘଣ୍ଟା ଭିତରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
]]>
ସେପଟେ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, ବର୍ଷା ଯୋଗୁ ନଦୀରେ ପାଣି ଆସିବ। ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି। ହେଲେ ଅଧିକ ହୋଇନି। ହାରାହାରି ୩୭ ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ।
ହୀରାକୁଦକୁ ୧.୩୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମ୍ର ବର୍ତ୍ତମାନ ୧୪ଟି ଗେଟ୍ ଖୋଲା ଅଛି। ଆଜି ସକାଳ ୯ଟା ସୁଦ୍ଧା ଖଇରମାଲ ଠାରେ ୧.୨୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳିରେ ୯୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ଆଜି ରାତି ସୁଦ୍ଧା ଖଇରମାଲରେ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ। ୨୪ ଘଣ୍ଟା ପରେ ମୁଣ୍ଡଳିରେ ମଧ୍ୟ ସେତିକି ପାଣି ପ୍ରବାହିତ ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
]]>ପ୍ରବଳ ବର୍ଷା ଯୋଗୁ ପଶ୍ଚିମରେ ଫ୍ଲାସ ଫ୍ଲଡ୍ ସ୍ଥିତି ଉପୁଜି ପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ତେବେ ବଲାଙ୍ଗିରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ସୁଦୃଶ୍ୟ ଲଘୁଚାପ ଛତିଶଗଡ଼ ଆଡ଼କୁ ଯାଉଥିବାରୁ ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ପାଣି ବଢ଼ିପାରେ ବୋଲି କହିଛି ପାଣିପାଗ ବିଭାଗ । ଉମାଶଙ୍କର ଦାସ କହିଛନ୍ତି, ୩ ଦିନର ବର୍ଷାରେ ୫% ନିଅଣ୍ଟିଆ ବର୍ଷା ଭରଣ ହୋଇଛି ।
ସ୍ୱାଭାବିକ ବର୍ଷା ୧୦୪୪.୯ ମିମି ତୁଳନାରେ ୯୭୫.୨ ମିମି ବର୍ଷା ହୋଇଛି। ୩ ଦିନ ପୂର୍ବରୁ ୧୨% ନିଅଣ୍ଟିଆ ଥିଲା, ଏବେ ୭% ନିଅଣ୍ଟିଆ ଅଛି। 'ଏବେ ମାତ୍ର ୪ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି। 'ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ହେବ, ନିଅଣ୍ଟିଆ ଭରଣା ହୋଇଯିବ ବୋଲି କହିଛନ୍ତି, ଉମାଶଙ୍କର। ୧୬ରେ ବର୍ଷା କମିବ, କିନ୍ତୁ ୧୯ରୁ ପୁଣି ବର୍ଷା ହେବା ସଂଭାବନା ରହିଥିବା ସେ ସୂଚନା ଦେଇଛନ୍ତି।
ସେପଟେ ବଲାଙ୍ଗିର ସହର ଭିତରେ ବର୍ଷାର ତାଣ୍ଡବ । ଗତକାଲି ଠାରୁ ସହର ଭିତରେ ଜାରି ରହିଛି ପ୍ରବଳ ବର୍ଷା । ଯାହାଫଳରେ ସହରର ତଲି ଅଂଚଳ ମାନଙ୍କୁ ପଶୁଛି ବର୍ଷଜଳ । ମାଲପଡା, ଶାସ୍ତ୍ରୀନଗର, ବରପାଲିପଡ଼ା, ହାତୀଶାଳପଡ଼ା, ଶାନ୍ତିପଡାରେ ରାସ୍ତା ଉପରେ ତିନି ଫୁଟ ଉପରେ ପାଣିଥିବ ବେଳେ ଘର ଭିତରକୁ ପଶୁଛି ପାଣି । ଖୋଦ ବଲାଙ୍ଗିର ପୌର କାର୍ଯ୍ୟାଳୟ ମଧ୍ୟ ବର୍ଷା ପାଣିରେ ଉବୁଟୁବୁ । ଅଫିସ ଭିତରେ ଆଣ୍ଠୁଏ ପାଣି । ଚାରିପଟେ ଘେରି ହୋଇରହିଛି ବର୍ଷା ପାଣି । ପାଣି ନିଷ୍କାସନ ହୋଇନପାରି ଚାରିଆଡେ ଜଳାର୍ଣ୍ଣବ ।
ଅନ୍ୟପଟେ ପରିସ୍ଥିତି ସୁଧାରିବା ପାଇଁ ଖୋଦ ପୌରାଧ୍ୟକ୍ଷା ଓ ପ୍ରଶାସନିକ ଅଧିକାରୀ ଫୁଲଦମରେ ପ୍ରୟାସ ଜାରୀ ରଖିଛନ୍ତି । ପ୍ରବଳ ବର୍ଷା ପାଇଁ ଜାରି ହୋଇଥିବା ସତର୍କତାକୁ ଦେଖି ଆଜି ବଲାଙ୍ଗିର ଜିଲ୍ଲାରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।...
]]>ସେହିପରି କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡା ଖସିଛି । ରାସ୍ତା ଉପରେ ଗଛ ଓ ମାଟି ପଡିଯିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଥିଲା । ପରେ ମାଟି ଓ ଗଛ ସଫା କରିବା ପରେ ଚଳାଚଳ ସ୍ୱାଭାବିକ ହୋଇଛି।
ସେପଟେଲମତାପୁଟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ରାସ୍ତା ଉପରେ ପାଣି ଚାଲୁଛି । ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଅନକାଡେଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗିଯାଇଛି । ବିଦ୍ୟାଳୟ ଭିତରେ ଆଣ୍ଠୁଏ ପାଣି ପଶିଯାଇଛି । ...
]]>କମ୍ପି ଉଠିଲା ଗଗନ ପବନ । ବର୍ଷା ଆଉ ପବନ ମାଡ଼ରେ ଥରହର ଚତୁର୍ଦ୍ଦିଗ । ଘଡ଼ଘଡ଼ିର ଗର୍ଜନରେ ତାବଦା ହୋଇଯାଉଛି କାନ ମୁଣ୍ଡ । ପାତାଳଭେଦୀ ବଜ୍ରପାତରେ ଥରି ଉଠୁଛି ଶରୀରର ସର୍ବାଙ୍ଗ । କେଉଁ ମୁହୁର୍ତ୍ତରେ କିଛି ବି ଘଟିଯିବାର ଭୟ ଭିତରେ ଆଜି ରାଜଧାନୀର ଅପରାହ୍ନ ଥିଲା ଭୟଙ୍କର ।
ସମୟ ଦିନ ପ୍ରାୟ ୨ଟା । ପୂର୍ବ ଦିଗ ପଟୁ ମାଡ଼ି ଆସିଲା କଳା ମଚ୍ ମଚ୍ ମେଘ । ଆଉ ତା’ପରେ ଦେଖୁ ଦେଖୁ ଅଜାଡ଼ି ହୋଇପଡ଼ିଲା ବର୍ଷା । ସ୍ଥିତି ଏମିତି ହେଲା ଯେ, ଜୀବନ ବିକଳରେ କିଏ ଦୋକାନ ଘରେ ଲୁଚିଗଲେ ତ ଆଉ କିଏ ଫ୍ଲାଏ ଓଭର ତଳେ ଛିଡ଼ା ହୋଇ ରହିଲେ । ବଜ୍ରପାତ ଆଉ ବର୍ଷାର ମିଳିତ ତାଣ୍ଡବରେ ପ୍ରାୟ ୨ ଘଣ୍ଟା ଧରି ଠପ୍ ହୋଇଗଲା ଜୀବନଯାତ୍ରା ।
ସବୁଥର ଭଳି ଏଥର ବି ବୁଡ଼ିଲା ଇସ୍କନ ଅଞ୍ଚଳର ସମେତ ବହୁ ଇଲାକା । ନୟାପଲ୍ଲୀରେ ଘରେ ଘରେ ପଶିଲା ପାଣି । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଛୁଟିଲା ଅଣ୍ଟାଏ ପାଣିର ସୁଅ । ବର୍ଷା ଛାଡ଼ିବା ପରେ ସଂଗୀନ ହୋଇଗଲା ଟ୍ରାଫିକ ସମସ୍ୟା । ମୂଷଳଧାରା ବର୍ଷା ମାଡ଼ରେ ଦୁର୍ଦ୍ଦଶାର ଚିତ୍ର ଏତିକି ନଥିଲା । ଭୁବନେଶ୍ୱର ସାଲିଆସାହି ନିକଟ ହାତୀଆଶୁଣିରେ ଭୁଶୁଡ଼ି ପଡ଼ିଲା ଯାତ୍ରା ପେଣ୍ଡାଲ । ମାତ୍ର ଦେଢ ଘଣ୍ଟାରେ ୭୧ ମିଲିମିଟରର ବର୍ଷା ଯୋଗୁ ଭୁବନେଶ୍ୱରର ମୋଟାମୋଟି ଏଭଳି ଅବସ୍ଥା ଥିଲା ।
କେବଳ ଭୁବନେଶ୍ୱର କାହିଁକି, କଟକ ସହରରେ ବି ଅସମ୍ଭାଳ ସ୍ଥିତି । ଅପରାହ୍ନ ୨ଟାରୁ ପ୍ରାୟ ଦେଢ଼ ଘଣ୍ଟାର ତାଣ୍ଡବ ରଚିଛି ବର୍ଷା ସହ ଘଡ଼ଘଡ଼ି । ତା’ପରେ ରାସ୍ତା ଉପରେ ବର୍ଷା ପାଣି, ଦାଣ୍ଡ ଅଗଣା ଉବୁଟୁବୁ । ଚତୁର୍ଦ୍ଦିଗ ଜଳବନ୍ଦୀ । ପଟାପୋଲଠୁ ଆରମ୍ଭ କରି ମେରିଆବଜାର, ସୂତାହାଟ, ଝୋଲାସାହି, ଖଟବିନ୍ ସାହି, ରାଉଷାପାଟଣା ଆଦି ବହୁ ଅଞ୍ଚଳରେ ପାଣି ଜମିଛି । ହୀନସ୍ତା ହେଉଛନ୍ତି କଟକର ଶତାଧିକ ଲୋକ ।
ତେବେ ବର୍ଷା ସିନା ଛାଡ଼ିଗଲା, କିନ୍ତୁ ସବୁଠି ଗୋଟିଏ ଚର୍ଚ୍ଚା, ବଜ୍ରପାତକୁ ନେଇ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଖୋର୍ଦ୍ଧା, କଟକ ସମେତ ଆଖାପାଖ ଜିଲ୍ଲାରେ ଆଜି ଘଣ୍ଟାଏ ଭିତରେ ୪୨ ହଜାର ୨୪୯ ଥର ବଜ୍ରପାତ ହୋଇଛି । କେବଳ ଏହି ସ୍ଥାନ ନୁହଁ, ଅନ୍ୟ ଜିଲ୍ଲାରେ ବି ବଜ୍ରପାତ ଘଟି ପ୍ରାଣହାନୀ ହୋଇଥିବା ଅଭିଯୋଗ ଆସିଛି ।
ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର କୁଟିସିଂହା ଗାଁରେ ଜଣେ ଯୁବକଙ୍କ ଜୀବନ ଯାଇଛି । ସେହିପରି ବାଣପୁର ଥାନା ନୀଳାଦ୍ରିପ୍ରସାଦ ଆରଙ୍ଗ ଗାଁରେ ଜଣେ ଏବଂ ଦାମିଆ ବରବରା କଦମଝୋଲା ଗାଁରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଗତକାଲି ଖୋର୍ଦ୍ଧା ନିରାକାରପୁରରେ ବଜ୍ରପାତରେ ୪ ଛାତ୍ରଛାତ୍ରୀ ଓ ୨ ଟ୍ୟୁସନ୍ ଶିକ୍ଷକ ଅସୁସ୍ଥ ହୋଇପଡ଼ିଥିଲେ । ଏଭଳି ଅସ୍ୱାଭାବିକ ବଜ୍ରପାତ ଏବେ ଚିନ୍ତା ବଢ଼ାଇଛି ସମସ୍ତଙ୍କୁ ।
ସେପଟେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଘଡ଼ଘଡ଼ି ପାଇଁ ୨୨ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ।
]]>ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି । ବୌଦ୍ଧ ଜିଲ୍ଲାରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଉତବାହାଲ ଗାଁରେ ବିଲରେ କାମ କରୁଥିବା ବେଳେ ଅଘଟଣ ଘଟିଛି ।
ସେପଟେ ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ହେବାକୁ ଥିବା ଘୁର୍ଣ୍ଣବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟର ୨୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ....
ଅନ୍ୟପଟେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରି ଅଧିକ ରହୁଛି । ତେଣୁ ଭୟଙ୍କର ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୧.୬ମିମି ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୮୦% କମ୍ ।
]]>ଅନ୍ୟପଟେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତାକାଲି ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିଛି ବର୍ଷାର ପରିମାଣ। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆଜି ମୟୂରଭଂଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗିର, ମୟୂରଭଂଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
]]>ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆଜି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅନ୍ୟପଟେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
]]>ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପକ୍ଷେ, ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି।
Devastated to hear about the loss of 7 precious lives in the tragic cloud burst incident at Village Jadon, Dhawla Sub-Tehsil in Solan District. My heartfelt condolences go out to the grieving families. We share in your pain and sorrow during this difficult time. cont..1
— CMO HIMACHAL (@CMOFFICEHP) August 14, 2023
Himachal Pradesh | A cloud burst reported at Jadon village of Kandaghat sub division in Solan. Two houses and one cowshed washed away. Details awaited.
— ANI (@ANI) August 14, 2023
(Photos : District Disaster Management Authority, Solan) pic.twitter.com/lz4l4khsRS
]]>
ନିଆଳିରେ ଦି ଦିନ ତଳେ ଶୁଖିଲା ପଡିଥିବା ବିଲରେ ଏବେ ଅଣ୍ଟାଏ ପାଣି । ଆଉ ସେହି ପାଣିରେ ବୁଡିଛି ଚାଷୀର ଫସଲ, ଚାଷୀ ରୋଇଥିବା ସ୍ୱପ୍ନ। ଏକର ଏକର ଜମିରେ ମାଡିଯାଇଛି ପାଣି । କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ । ହେକ୍ଟର ହେକ୍ଟର ଧାନ ଫସଲ ଧୋଇବାକୁ ବସିଛି । ତଳି ପକାଇ ବର୍ଷାକୁ ଅନାଇ ରହିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ତୁରିନ୍ତିରା, ପମ୍ଫାଲୋ, କୁରୁଞ୍ଜିପୁର, ରାଜସ ଓ ସୋମଣା ପଂଚାୟତରେ ଧାନ ଗଛ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।
ଆଠଗଡ଼ରେ ବେକେ ପାଣିରେ ବୁଡି ରହିଛି ପରିବା ଫସଲ । ଆଠଗଡ଼ର ପରିବା ଅଂଚଳ ଭାବେ ପରିଚିତ ବାଲି ସାହି ଗାଁରେ ପଶିଛି ମହାନଦୀର ପଛୁଆ ଜଳ ଓ ସାପୁଆ ନଈର ବନ୍ୟାଜଳ । ଧାର କରଜ କରି ଚାଷୀ ଲଗାଇଥିବା ପରିବା ଫସଲକୁ ଉଜାଡ଼ି ଦେଇଛି ବନ୍ୟା ପାଣି। ପୋଟଳ, ଭେଣ୍ଡି, ଜହ୍ନି, କଲରା, ବାଇଗଣ, ଝୁଡଙ୍ଗ ଭଳି ପରିବା ଚାଷ ନଷ୍ଟ ହୋଇଯାଇଛି । ଏସବୁ ପରିବାକୁ ଆହୁରି ଦେଢ ଦୁଇ ମାସ ପରେ ତୋଳିଥାନ୍ତା ଚାଷୀ, ଭଲ ଲାଭ ମିଳିଥାନ୍ତା । ଏବେ କ୍ଷତି ହେଲେ ବି ବଢିପାଣିକୁ ଦେଖି ତରତର ହୋଇ ଆଗୁଆ ତୋଳିଦେଇଛି ।
କଟକ ଜିଲ୍ଲା ବଡମ୍ବା ବ୍ଳକର କଣ୍ଢା, ବିଶୋନାଥପୁର ଓ ବାଙ୍ଗେରିସିଂହା ଭଳି ନଦୀ କୂଳିଆ ଗାଁରେ ମହାନଦୀର ବନ୍ୟାଜଳ ମାଡି ଯାଇଛି । ଫଳରେ ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।
ମହାନଦୀର ବନ୍ୟାଜଳରେ ଉବୁଟୁବୁ ବାଙ୍କୀର ବିଭିନ୍ନ ଅଂଚଳରେ ବି ଉଜୁଡି ଯାଇଛି ପରିବା ଫସଲ । ହଠାତ୍ ରାତି ଭିତରେ ପାଣି ଆସି ସବୁ ବୁଡାଇ ଦେଇଛି । ସୋସାଇଟିରୁ ଲୋନ୍ ଆଣି ଫସଲ ଫଳାଇଥିବା ଚାଷୀକୁ ଏବେ ଘାରିଛି ଋଣ ସୁଝିବା ଚିନ୍ତା । ସେପଟେ ନୀଳଗିରିରେ ଚାଷୀଙ୍କ ଆଶା ଉଜାଡିଦେଇଛି ସୋନ୍ ନଇର ବନ୍ୟାପାଣି । ଏକର ଏକର ବିଲରେ ହୋଇଥିବା ଭେଣ୍ଡି, ଜହ୍ନି, ପୋଟଳ, କାକୁଡି ଓ କଖାରୁ ପାଣିରେ ବୁଡି ପଚିବାକୁ ବସିଛି ।
କଣାସରେ ବେକେ ପାଣିରେ ବୁଡିଛି ପରିବା ଚାଷ । ଚାଲି ଚାଲି ଯାଉଥିବା ବିଲକୁ ଡଙ୍ଗାରେ ଯିବାକୁ ପଡୁଛି ଚାଷୀକୁ । ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ପାକଳ ହୋଇନଥିବା ପରିବାକୁ ତୋଳି ଆଣୁଛି । ରାଜୁଆ ନଦୀର ବନ୍ୟାଜଳ ପୁରୀ ଜିଲ୍ଲା କଣାସ ଅଂଚଳରେ ପଶିଥିବା ବେଳେ ବଡାଶ ଓ ଦୋକନ୍ଦା ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ତାରି ଭିତରେ ବୁଡି ରହି ନଷ୍ଟ ହେବାକୁ ବସିଛି ସବୁଜ ପନିପରିବା ।
ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷକୁ ଧୋଇ ନେଇଛି । ଆଉ ଉଜୁଡା ଫସଲକୁ ଧରି ସରକାରୀ ସହାୟତାକୁ ଅନାଇ ବସିଛି ଚାଷୀ ।
]]>ଶନିବାରରୁ ବୁଧବାର ସକାଳ ସୁଦ୍ଧା ବେଜିଂରେ ୭୪୪.୮ ମିମି ବର୍ଷା ରେକର୍ଡ କରାଯାଇଥିବା ‘ବେଜିଙ୍ଗ୍ ମେଟେଓରୋଲୋଜିକାଲ୍ ବ୍ୟୁରୋ’ ପକ୍ଷରୁ ଜଣାପଡ଼ିଛି । ଏହା ପୂର୍ବରୁ ୧୮୮୩ ମସିହାରେ ବେଜିଂରେ ୬୦୯ ମିଲିଲିଟର୍ ବର୍ଷା ହୋଇଥିବା ରେକର୍ଡ ରହିଛି ।
ଗତ କିଛି ବର୍ଷ ମଧ୍ୟରେ ଚୀନ୍ରେ ଟାଇଫୁନ୍ ଡୋକସୁରି ଭଳି ବଡ଼ ବାତ୍ୟା ଦେଖିବାକୁ ମିଳି ନଥିଲା । ଏହାର ପ୍ରଭାବରେ ଅନେକ ନଦୀରେ ଜଳସ୍ତର ବିପଜ୍ଜନକଭାବେ ବୃଦ୍ଧି ପାଇବା ପରେ, ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୟୋଙ୍ଗଡିଙ୍ଗ ନଦୀରେ ଅନେକ ଘର ଭାସି ଯାଇଥିବା ସୂଚନା ମିଳିଛି ।
ଏଥିପାଇଁ ବର୍ତ୍ତମାନ ୪୦ହଜାରରୁ ଅଧିକ ନିର୍ମାଣ କାମ ବନ୍ଦ ରହିଛି । ୨୦ ହଜାର ବିଲଡିଂ କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ଦେଖି ରାଜଧାନୀ ବେଜିଂରେ ବନ୍ୟା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଚୀନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।
ସେପଟେ ଚୀନ୍କୁ ପୁଣି ଆଉ ଏକ ବାତ୍ୟା ଆସୁଥିବା ଖବର ମିଳିଛି । ଟାଇଫୁନ୍ ଡୋକସୁରି ପ୍ରଭାବରେ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ସପ୍ତାହରେ ଆସୁଛି ଆଉ ଏକ ଟାଇଫୁନ୍ ଖାନୁନ୍ । ଏହାର ରୂପରେଖ କଣ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଡୋକସୁରି ପ୍ରଭାବରେ ଚୀନ୍ ଏବେ ପୂରାପୂରି ଘାଇଲା ହୋଇସାରିଥିବା ବେଳେ, ପୁଣି ଆଉ ଏକ ଟାଇଫୁନ୍ ସ୍ଥିତିକୁ ଅଧିକ ବିଗାଡ଼ିଦେବ ବୋଲି ଆଶଙ୍କା କରାଯାଉଛି।...
ଚୀନରେ ଚଳିତବର୍ଷ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ତାପମାତ୍ରା ଉଦବେଗଜନକ ଭାବେ ବୃଦ୍ଧି ପାଇଛି ।
]]>ସେପଟେ ବଙ୍ଗୋପ ସାଗରର ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଥିବାରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଏହା ଧୀରେ ଧୀରେ ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବା ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।
ଏପରିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର ଓ ସମ୍ବଲପୁରର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ବା ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ବି ହୋଇପାରେ। ଏହା ଫଳରେ ଫ୍ଲାସ୍ ଫ୍ଲଡ, ତଳିଆ ଅଞ୍ଚଳରେ ପାଣି ଜମା ହୋଇପାରେ। କେତେକ ସ୍ଥାନରେ ମାଟି ଧସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଚ୍ଛା ଘରର କାନ୍ଥ ଭାଙ୍ଗିବାର ଆଶଙ୍କା ବି ଅଛି। ଏହା ସହିତ ଢେଙ୍କାନାଳ, ମୟୂରଭଂଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
]]>ସେହିପରି ଧାମନଗର ବ୍ଲକର ୫ଟି ଏସକେପ ଦେଇ ୧୦ଟି ପଞ୍ଚାୟତ ଵନ୍ୟା ଜଳ ପ୍ରବେଶ କରୁଛି। ଦୋଵଲ, ସୋହଡା, ଖଡିପଦା, ଆନନ୍ଦପୁର, ଖଡିପଦା, କରଦା, ପଧାନୀ, ଅର୍ଜ୍ଜୁନପର ପଞ୍ଚାୟତ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇସାରିଛି। ଗତକାଲି ରାତିରୁ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇଛି। ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ଯାଜପୁର ଯୋଗାଯୋଗ ବିଛିନ୍ନ ହୋଇସାରିଛି।...
ସେପଟେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଆହୁରି ଫୁଲିବାର ଆଶଙ୍କା ଅଛି। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶଙ୍କା ଘାରିଛି। ବୈତରଣୀର ପାଣି ଘେରରେ ରହିଛନ୍ତି ସମଣା ପଞ୍ଚାୟତର ଗୋବିନ୍ଦପୁର, ଚାପୁଣ୍ଡିଆ, ସମଣା, କଦମଡିହି । କାରଣ ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବାହାରିପୁରରେ ୫ ଫୁଟର ପାଣି ଚାଲୁଛି।
ସେହିପରି ଗେଡ଼ମା-ଆଇତିପୁର ରାସ୍ତାର ରାଘବପୁର ନିକଟରେ ୪ ଫୁଟର ପାଣି ଚାଲୁଛି। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ରାଘବପୁର, ଆଇତିପୁର, ନୂଆଁଗାଁ, ଅମୃତପୁର । ଗୋବିନ୍ଦପୁର ଓ ବାହାରିପୁରର କିଛି ଲୋକ ଛେଳି ଚରାଇବାକୁ ଯାଇ ପାଣି ଘେରରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି।
କେନ୍ଦୁଝରର ସାହାରାପଡ଼ାରେ ସର୍ବାଧିକ ୨୭୬. ୮ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷାରେ ଏହି ଜିଲ୍ଲାରୁ ଜଣକର ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି। ୨୦୮ଟି ଘର ଭାଙ୍ଗିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷାରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ୭୨ଟି ପଞ୍ଚାୟତ ଓ ୫ଟି ମ୍ୟୁନସିପାଲଟିର ୨୫ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛନ୍ତି।...
]]>ସେହିପରି ବୁଡ଼ାପାଲି ଶିବ ମନ୍ଦିରରେ ପ୍ରବେଶ କରିଛି ବର୍ଷା ଜଳ। ବିଜେପୁର-ବୈରଖ ପାଲି ରାସ୍ତା ଉପରେ ଦୁଇ ଫୁଟର ପାଣି ଚାଲିବାରୁ ଯିବା ଆସିବା ଠପ୍ ହୋଇ ଯାଇଥିଲା। ଲାଉମୁଣ୍ଡାରେ ଥିବା ଏକ ପେଟ୍ରୋଲ ପମ୍ପରେ ୩ ଫୁଟ ଉଚ୍ଚର ପାଣି ଜମି ରହିଥିଲା। କଲସାଡେରା ଗାଁରେ କାନ୍ଥ ଭାଙ୍ଗିବାରୁ ୩ ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଆଜି ମଧ୍ୟ ଜୋର୍ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଲଗାଣ ବର୍ଷାରେ ଲୋକେ ହଇରାଣ ହୋଇଛନ୍ତି। ଖଡ଼ିଆଳ ବ୍ଲକରେ ୭୨ ମିମି, ସିନାପାଲି ବ୍ଲକରେ ୭୫ ମିମି, ବୋଡେନ ବ୍ଲକରେ ୬୯ ମିମି ବର୍ଷା ହୋଇଛି । ସିନାପାଲି ବ୍ଲକର ଶିତିଳି ଖଲିଆ ନିକଟ କାଣ୍ଡପଡ଼ା ପୋଲ ଉପରେ ୨ ଫୁଟର ପାଣି ଚାଲୁଥିଲା। ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ ବୋଡେନ ବ୍ଲକର କର୍ଲାକୋଟ ପଞ୍ଚାୟତରେ ପ୍ରବଳ ବର୍ଷା ହେବାରୁ ସର୍ଗିମୁଣ୍ଡା ଓ ଅମେରା ମଝିରେ ଥିବା ନାଳ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିଲା। ତେଣୁ ଅମେରା, ଖଇରା ଓ ବୋଡେନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଖଡ଼ିଆଳ ବ୍ଲକ ଶାଗ ଜୋରପଡ଼ାରୁ ଖଲିଆ ଭଟା ରାସ୍ତା ପୋଲ ଉପରେ ମଧ୍ୟ ପାଣି ଚାଲୁଥିଲା।...
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ କାଲୁସିରିୟାରେ ଥିବା ବ୍ରିଜ ଉପରେ ମଧ୍ୟ ଦୁଇ ଫୁଟର ପାଣି ଚାଲିଥିବାରୁ ପୋଲର ଉଭୟ ପଟେ ବହୁ ଗାଡ଼ି ମଟର ଅଟକି ରହିଥିଲା।...
]]>ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ । ତାହା ସହିତ ସଂପୃକ୍ତ ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ମଧ୍ୟ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସେହିପରି ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକରୁ ବନ୍ଦ ରଖିବାକୁ କୁହାଯାଇଛି । ଏନେଇ ସଂପୃକ୍ତ ଜିଲ୍ଲା ଗୁଡ଼ିକ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଗତ ଦୁଇ ଦିନ ହେଲାଣି ନନଷ୍ଟପ୍ ବର୍ଷାରେ ବେହାଲ୍ ହୋଇଛି ସାରା ରାଜ୍ୟ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ହୋଇଛି । କଣ୍ଟାମାଳ ବ୍ଲକ ମନମୁଣ୍ଡା-ସିନ୍ଧୁଗୋରା ୪୧ନମ୍ବର ରାଜ୍ୟ ରାଜପଥ ବୁଡ଼ିଛି ।
ଘଣ୍ଟାପଡା ପଞ୍ଚାୟତ କେନ୍ଦୁପତ୍ର ବିଭାଗ କାର୍ଯ୍ୟାଳୟ ଛକରୁ ରେକଡୋଲ ଯାଇଥିବା ରାସ୍ତା ଉପରେ ୪ଫୁଟ ପାଣି ଚାଲୁଛି । ଏହି ରାସ୍ତା ଦେଇ ପ୍ରବାହିତ ହେଉଥିବା ସମଲେଶ୍ୱରୀ ନାଳ ଫୁଲିବାରୁ ଏଭଳି ଅବସ୍ଥା । ଘଣ୍ଟାପଡା-କୁଲୁତାଜୋର ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି l
]]>ସେହିପରି ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିଲିମିଟର, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ସେପଟେ ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ପାଣି । ଏହାସହ ୫୫ ନମ୍ବର ଜାତୀୟ ରାଜପଥର ତୁରଙ୍ଗ ଓ କାଣ୍ଡସର ନିକଟରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସେହିଭଳି ଲଗାଣ ବର୍ଷାରେ ଚାରିଆଡେ ପାଣି ଭରିଯିବାରୁ ଲୋକେ ମାଛ ଧରିବାରେ ଲାଗିଛନ୍ତି । ବୌଦ୍ଧ ଜିଲ୍ଲାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲା ମତ୍ସ୍ୟ ବିଭାଗର ୨୫ଟି ପୋଖରୀରେ ପାଣି ଭରି ଯାଇଛି । ପାଣି ଭର୍ତ୍ତି ହୋଇଥିବାରୁ ପୋଖରୀରେ ଥିବା ୨ ଟନ ମାଛ ଭାସିଯାଇଥିବା ସୂଚନା ରହିଛି । ମାଛ ଭାସିଯାଇଥିବାରୁ ଲୋକେ ରାଜରାସ୍ତାରେ ଜାଲ ପକାଇ ମାଛ ଧରୁଛନ୍ତି। ଜାତୀୟ ରାଜପଥରେ ମାଛ ଧରିବାକୁ ଲୋକଙ୍କ ଭିଡ଼ ଲାଗିଛି ।
]]>ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସହର ତଳି ଅଞ୍ଚଳରେ ବର୍ଷା ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ସାଧାରଣ ଯାତାୟତ ଏକ ପ୍ରକାର ଠପ୍ ହୋଇଛି । ଡ୍ରେନେଜ ସମସ୍ୟା ଯୋଗୁଁ ସହରର ବିଭିନ୍ନ ବସ୍ତିରେ ଅପରିଷ୍କାର ପାଣି ଘରେ ପଶି ଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତକାଲି ଦିନ ତମାମ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ ଲଗାଣ ବର୍ଷ ଜାରି ରହିଛି ।
ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଯେଉଁଆଡ଼େ ଦେଖିଲେ ପାଣି ଆଉ ପାଣି । କହିବାକୁ ଗଲେ ଏକ ପ୍ରକାର କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହେଉଥିଲା । ସେପଟେ ଲଗାଣ ବର୍ଷାରେ ଭୁସୁଡ଼ିଲା ମହାନଦୀ ବନ୍ୟା ନିରୋଧକ ପାଚେରୀ । ଫଳରେ ସୃଷ୍ଟି ହୋଇଛି ୪୦ ଫୁଟର ଘାଇ ।
ସେପଟେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRC ସମୀକ୍ଷା କରିଛନ୍ତି। ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।
ଅସରାଏ ବର୍ଷାରେ ବାଲେଶ୍ୱର ସୋରରେ ସ୍ଥିତି ବେହାଲ । ସ୍କୁଲ, ଘର ଓ ଦୋକାନ ବଜାରରେ ପଶିଲା ପାଣି, ଯାହାକୁ ନେଇ ଏବେ ଚିନ୍ତାରେ ସୋରବାସୀ । ସ୍କୁଲ ଓ ଘର ଭିତରେ ପାଣି ପଶିଥିବା ବେଳେ ଅନେକ ଗାଁ ପାଣି ଘେରରେ ରହିଛି । ଗତକାଲି ସନ୍ଧ୍ୟାରୁ ବର୍ଷା ହେଉଥିବାରୁ ପ୍ରବଳ ପାଣି ହୋଇଯାଇଥିଲା । ତେଣୁ ଏପରି ସ୍ଥିତି ଉପୁଜିଛି ।
ଘର ପିଣ୍ଡାକୁ ଲାଗି ପାଣି ଥିବା ବେଳେ ରୋଷେଇ କରିବା ସମ୍ଭବ ହୋଇପାରିନାହିଁ । ଏଭଳି ସ୍ଥିତିରେ ପ୍ରଶାସନ ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ନଥିବା ଲୋକେ ଅଭିଯୋଗ କରିଛନ୍ତି ।..ଖଇରା ବ୍ଲକ ମହତିପୁର ପ୍ରାଥମିକ ବିଦ୍ୟାଳୟ ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ସ୍କୁଲ ଭିତରେ ପାଣି ଭରି ଯାଇଥିବାରୁ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ପାଣି ଭରି ରହିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।
ଲଗାଣ ବର୍ଷା ଯୋଗୁଁ ବରଗଡ଼ ପଦ୍ମପୁରରେ ବନ୍ୟା ସ୍ଥିତି । ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି ଶହ ଶହ ଏକର ଚାଷ ଜମି। ଫଳରେ ଧାନ ତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ପଦ୍ମପୁର ନିକଟସ୍ଥ ଜମାଲା ଗ୍ରାମରୁ ପଦ୍ମପୁର ସଦରମହକୁମାକୁ ଆସିବା ପାଇଁ ଥିବା ରାସ୍ତାରେ ନାଳ ଉପରେ ପ୍ରାୟ ୫ ଫୁଟର ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାୟାତାତ ଠପ୍ ହୋଇଯାଇଛି। ସେହିପରି ବିଜେପୁର-ପଦ୍ମପୁର ଘୋଷାଲି ନଦୀ ପୋଲ ଉପରେ ମଧ୍ୟ ୫ ଫୁଟର ପାଣି ଚାଲୁଛି। ଫଳରେ ବିଜେପୁର-ପଦ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।..
ପ୍ରବଳ ବର୍ଷା ଯୋଗୁ ତେଲକୋଇରେ ବନ୍ୟା ସ୍ଥିତି । ସମାକୋଇ ନଦୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବ୍ଲକ ମୁଖ୍ୟାଳୟରୁ ୧୦ଟି ପଞ୍ଚାୟତ ବିଛିନ୍ନ ହେବା ସହିତ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ତେଲକୋଇ ପତ୍ର ଫଡି ପାଖରେ ପ୍ରବାହିତ ହେଉଥିବା ହନୁମନ୍ତିଆ ନାଳ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇ ଠାରୁ ରାଉରକେଲା, ସମ୍ବଲପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ବ୍ଲକ ମୁଖ୍ୟାଳୟ ରୁ ୬ଟି ପଞ୍ଚାୟତ ମଧ୍ୟ ବିଛିନ୍ନ ହୋଇଛି । ବ୍ଲକର ଘୁରୁଡ଼ିଆ, ପିଟାନାଳୀ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କରଦାଙ୍ଗି ପଞ୍ଚାୟତ ବିଛିନ୍ନ ହୋଇଛି । ବର୍ଷାର ପରିମାଣ ବଢୁଛି, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଆଜି ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
]]>ମନ୍ଦିର ପରିଚାଳନା ଦାୟିତ୍ୱରେ ଦେବୋତ୍ତର ବିଭାଗ ଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହା ଫଳରେ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହେଉଛି । ପାଣି ପଶିଯିବାରୁ ମା'ଙ୍କ ନୀତିକାନ୍ତି ବନ୍ଦ ରହିଛି ।
ସେପଟେ ପ୍ରବଳ ବର୍ଷା ଯୋଗୁ ତେଲକୋଇରେ ବନ୍ୟା ସ୍ଥିତି ଦେଖିବା ପାଇଁ ମିଳିଛି । ସମକୋଇ ନଦୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବ୍ଲକ ମୁଖ୍ୟାଳୟରୁ ୧୦ଟି ପଞ୍ଚାୟତ ବିଛିନ୍ନ ହେବା ସହିତ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ତେଲକୋଇ ପତ୍ର ଫଡି ପାଖରେ ପ୍ରବାହିତ ହେଉଥିବା ହନୁମନ୍ତିଆ ନାଳ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।
ଫଳରେ ତେଲକୋଇ ଠାରୁ ରାଉରକେଲା, ସମ୍ବଲପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ବ୍ଲକ ମୁଖ୍ୟାଳୟରୁ ୬ଟି ପଞ୍ଚାୟତ ମଧ୍ୟ ବିଛିନ୍ନ ହୋଇଛି । ବ୍ଲକର ଘୁରୁଡ଼ିଆ, ପିଟାନାଳୀ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କରଦାଙ୍ଗି ପଞ୍ଚାୟତ ବିଛିନ୍ନ ହୋଇଛି । ବର୍ଷାର ପରିମାଣ ବଢୁଛି, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଆଜି ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
]]>ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ବର୍ଷା ସ୍ଥିତିକୁ ଦେଖି ସମ୍ବଲପୁରରେ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।..
ସେପଟେ ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା। ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ନଦୀବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ତେଣୁ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି । ବର୍ଷା ଅଧିକ୍ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।ସେପଟ ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟାବ୍ୟାରେଜ୍ ଠାରେ ୧୭ଟି ଗେଟ ଖୋଲି ପ୍ରଥମ ବନ୍ୟାଜଳ ଛାଡ଼ିଛି।
ବର୍ତ୍ତମାନ ବ୍ୟାରେଜ ଦେଇ ୪୨ ହଜାର ୯୩୭ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ପରିଚାଳନା ଉପରେ ଗଜପତି ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆନ୍ଧ୍ର ପ୍ରଶାସନ ସାଇରନ ମାଧ୍ୟମ ବ୍ୟରେଜରେ ପ୍ରଥମ ବନ୍ୟାଜଳ ଛାଡି ଥିବା ବେଳେ ତଳିଆ ଗାଁ ଗୁଡ଼ିକୁ ଏନେଇ ସତର୍କ ସୂଚନା ଦେଇଛନ୍ତି।...
]]>ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର । ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।
ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।
]]>କଟକରେ ବି ସମାନ ସ୍ଥିତି । ବାଦମବାଡ଼ିଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ଏବେ ପାଣି ପଶିଯିବା ଯୋଗୁଁ ଲୋକଙ୍କ ଜୀବନଯାପନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ସମସ୍ୟା ଭୋଗିଛନ୍ତି ।
ଭୁବନେଶ୍ୱର ଆଇଗିଣିଆରେ ତ୍ ସ୍ଥିତି ଅଧିକ ବିଗିଡ଼ିଛି । ଆଇଗିଣିଆ ଅଞ୍ଚଳରେ ଲୋକଙ୍କ ଘର ଭିତରେ ୩ରୁ ୫ ଫୁଟର ପାଣି ଜମିବା ପରେ ଲୋକଙ୍କୁ ରେସ୍କ୍ୟୁ କରିଛି ଅଗ୍ନିଶମ ବାହିନୀ । ଆଇଗିଣିଆର ରାଜୀବନଗରରେ ଅଗ୍ନିଶମ ବିଭାଗର ରେସ୍କ୍ୟୁ ଟିମ୍ ପହଞ୍ଚି ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏପରିକି ବିଳମ୍ବିତ ରାତି ଯାଏ ରିଲିଫ ସାମଗ୍ରୀ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବଣ୍ଟନ କରାଯାଇଛି।
]]>ସେପଟେ ପ୍ରବଳ ବର୍ଷା ନେଇ ଅନ୍ୟ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ।
ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଲାଗିରହିଛି। ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି ।
ଏଥିପାଇଁ ଆଜି ସକାଳ ଯାଏଁ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହି ଜିଲ୍ଲାର କିଛି ସ୍ଥାନର ତଳି ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ଏବଂ ଗମନାଗମନରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ଭୂସ୍ଖଳ ଭଳି ସମସ୍ୟାର ଆଶଙ୍କା ରହିଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।
]]>ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଂଟା ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି । ୪ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଜପତି, ଗଂଜାମ, ମାଲକାନଗିରି, କୋରାପୁଟକୁ ଅତିପ୍ରବଳ ବର୍ଷା ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଂଜ ଓ କଳାହାଣ୍ଡିକୁ ପ୍ରବଳ ବର୍ଷା ଆଲର୍ଟ ଜାରି ହୋଇଛି ।
ସେପଟେ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ । ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀ ତଳମୁଣ୍ଡକୁ ସେକେଣ୍ଡ ପ୍ରତି ୯୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରରେ ଏବେ ୧୨ଟି ଗେଟ୍ ଖୋଲିଥିବା ବେଳେ, ଆଗକୁ ମୁଣ୍ଡଳୀ ଦେଇ ଅଧିକ ପାଣି ପ୍ରବାହିତ ହେବ ।
]]>ସେପଟେ ଆଉ ଦିନକ ପରେ ହୀରାକୁଦ ବନ୍ୟା ଜଳ ଛଡ଼ାଯିବ । ତାପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସକାଳ ୯ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । କିନ୍ତୁ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଲଘୁଚାପ ଥିବାରୁ ଅନେକ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।
ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।
ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ମହାନଦୀର ଜଳସ୍ତର। ଛତିଶଗଡ଼ର କଲମା ବ୍ୟାରେଜରୁ ୬୬ ଗେଟ୍&zwnj ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି। ଚଳିତ ମୌସୁମୀ ଋତୁରେ ଛତିଶଗଡ଼ କଲମା ବ୍ୟାରେଜ ପ୍ରଥମ କରି ଗତ ଜୁନ୍ ୧୬ରେ ବନ୍ୟା ଜଳ ଛାଡ଼ିଥିଲା। ପ୍ରଥମେ ୫ଟି ଗେଟ୍ ଓ ପରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼।
ଖରା ଦିନେ ଛତିଶଗଡ଼ ପାଣି ନଛାଡ଼ିବାରୁ ମହାନଦୀର ଓଡ଼ିଶା ପାର୍ଶ୍ୱ ଟାଙ୍ଗରା ଭୂଇଁ ପାଲଟିଥିଲା। ଏବେ ପାଣି ଆସିବାରୁ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଲଖନପୁର ବ୍ଲକ ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ପାଣି ପ୍ରବାହିତ ହେଉଛି। କେବଳ କଲମା ବ୍ୟାରେଜ ନୁହେଁ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି।
]]>ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ ଯୋଗୁ ଘଟିଛି ବଡ ଅଘଟଣ । ରାତି ଅଧରେ ଭୂସ୍ଖଳନରେ ଦବିଯାଇଛି ପୂରା ଗାଁ। ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ବର୍ଷା ଲାଗି ରହିଛି । ଏପରି ସମୟରେ ଖାଲାପୁର ତହସିଲରେ ପାହାଡ଼ ଉପରେ ଅବସ୍ଥିତ ଇର୍ଶଲୱାଡି ଗାଁରେ ଭୂସ୍ଖଳନ ଯୋଗୁ ଗାଁର ସବୁ ଘର ମାଟିରେ ମିଶି ଯାଇଛି । ଏହି ପଡ଼ା ଗାଁରେ ୫୦ଟି ପରିବାର ବସବାସ କରନ୍ତି । ଏବେବି କିଛି ଲୋକଙ୍କ ପତ୍ତା ମିଳିନଥିବା କୁହାଯାଉଛି । ତେବେ ଏହି ଅଘଟଣ ପରେ ପ୍ରଶାସନ ପକ୍ଷରୁ ପୂରା ଗାଁ ଖାଲି କରାଯାଇଛି । ଏନ୍ଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ସେହି ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରଯାଇଥିବା ମନ୍ତ୍ରୀ କହିଛନ୍ତି। ଶିବସେନା ୟୁବିଟି ନେତା ଆଦିତ୍ୟ ଥାକରେ ମଧ୍ୟ ରାଇଗଡ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଏପଟେ ମହରାଷ୍ଟ୍ରରେ ଅନ୍ୟ କିଛି ସ୍ଥାନରେ ମଧ୍ୟ ବର୍ଷା ବିତ୍ପାତ ଜାରି ରହିଛି । ମହାରାଷ୍ଟର ୧୦ ଜିଲ୍ଲାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ମୁମ୍ବାଇରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ବିଭିନ୍ନ ସ୍ଥାନରେ ଗତକାଲିଠାରୁ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି । ମୁମ୍ବାଇ ଉପକୂଳରେ ଉଚ୍ଚ ଜୁଆର ଦେଖିବକୁ ମିଳିଛି । ପ୍ରବଳ ବର୍ଷା ପ୍ରଭାବରେ ଉଚ୍ଚ ଜୁଆର ଆସି କୂଳରେ ମାଡ ହେଉଛି ।
ସେପଟେ ପଶ୍ଚିମରେ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ପ୍ରଭାବରେ ବନ୍ୟା ସ୍ଥିତି ଦେଖାଦେଇଛି । ବିଷେଶ କରି ସୌରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ଆଡକୁ ଯାଉଛି । ସୁରତ, ଗିର୍, ଭାଲସାଡ୍, ରାଜକୋଟର ଏନେକ ଅଞ୍ଚଳ ଜଳ ପ୍ଲାବିତ ହୋଇଛି । ରାଜ୍ୟରେ ଆହୁରି ଦୁଇ ଦିନ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।
]]>ତା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ରାୟଗଡ଼ା, ବୌଦ୍ଧ, ସୁବର୍ଣ୍ଣପୁର ଆଦି ୧୩ ଜିଲ୍ଲାକୁ ବର୍ଷା ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ମାଲକାନଗିରି ଓ କୋରାପୁଟରେ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାକୁ ଥିବାରୁ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।...
ସେପଟେ ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ ଦେଖାଦେଇଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଓ ଗଜପତି ଜିଲ୍ଲା । ଏହି ଦୁଇ ଜିଲ୍ଲାର ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି । ପାରଳାଖେମୁଣ୍ଡିରେ ପୋଲ ଭାସି ଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ଲଗାଣ ବର୍ଷା ଯୋଗୁଁ ସବୁଆଡ଼େ ନଈ-ନାଳ ଫୁଲି ଜଳ ପ୍ଲାବନ ସ୍ଥିତି । ଚିତ୍ରକୋଣ୍ଡା ଠାରୁ ସ୍ୱାଭିମାନ ଅଞ୍ଚଳ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି। ମୋଟୁ କନ୍ୟାଶ୍ରମ ପୋଲ ବୁଡ଼ିଯାଇଥିବାରୁ କାଲିମେଳାରୁ ପଡ଼ିଆ ଓ ଏମଭି-୩୭ ପୋଲ ବୁଡ଼ିଥିବାରୁ ମାଲକାନଗିରି-କାଲିମେଳା ପରସ୍ପରଠାରୁ ବିଛିନ୍ନ ହୋଇଛନ୍ତି ।
]]>ସେପଟେ ରାଜସ୍ଥାନ ଆଜମେର ସହରରେ ବର୍ଷାର ତାଣ୍ଡବ । ୩ ଘଣ୍ଟା ଧରି ଲଗାଣ ବର୍ଷା ହେବାଫଳରେ ସହରର ଅନେକ କଲୋନୀରେ ଲହଡ଼ି ଭାଙ୍ଗୁଛି ପାଣି। ସହରର ହନୁମାନ ନଗର କୋପରୱାଡାରେ ଲୋକଙ୍କ ଘରେ ପାଣି ପଶିଯିବା ସହ ଅନେକ ଦୋକାନରେ ପାଣି ପଶିଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜସ୍ଥାନର ଅନେକ ଅଞ୍ଚଳରେ ଦୁଇ ଦିନ ଧରି ପ୍ରବଳ ବର୍ଷିବ । ଅନ୍ୟପଟେ ସହରର ତଳିଆ ଅଞ୍ଚଳରେ ବି ପାଣି ପଶିଯିବାରୁ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ତଳରେ ରଖାଯାଇଛି।
ସେହିଭଳି ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ଦାଉ । ଅଞ୍ଚଳର କାଏସ ଓ ଶେରୱାଗ ଅଞ୍ଚଳରେ ବାଦଲଫଟା ବର୍ଷା ଫଳରେ ଆସିଥିବା ଅଚାନକ ବନ୍ୟା ପାଣିରେ ଭାସି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଯାଇଛି।
ସେହପରି ଗୁରୁତରଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ହିମାଚଳ ପ୍ରଦେଶ ସରକାର । କିଛି ଦିନ ଧରି ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଭାଙ୍ଗିଥିବା ବେଳେ ବନ୍ୟାରେ ବ୍ୟାପକ କ୍ଷତି ହୋଇଛି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ବନ୍ୟା ପୀଡିତଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ରାସନ ଯୋଗାଯାଉଛି।
]]>ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ। ରାହୁଲ କୁମାର। ରାଜସ୍ଥାନର ମୂଳ ବାସିନ୍ଦା ରାହୁଲ, ପୁରୀରେ ବ୍ୟବସାୟ କରୁଥିବା ବାପାଙ୍କ ପାଖକୁ ଆସି, ପରେ କଟକ ଝୋଲାସାହିରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଉ କଟକରେ ସେଇ ବୁଲା ହେଲା ଶେଷ ରାହୁଲଙ୍କ ଶେଷ ବୁଲା।
ଝିପି ଝିପି ବର୍ଷାରେ ଗଳି ଗଳି, ସାହି ସାହିରେ ରାସ୍ତା ବୁଡ଼ି ଘରେ ପାଣି ପଶୁଥିଲା, ତ ସେତିକି ବେଳେ ଡ୍ରେନରୁ କଢ଼ା ଚାଲିଥିଲା ଅଳିଆ ଆବର୍ଜନା। ସମସ୍ୟା ବଢ଼ାଇଥିବା ନିର୍ମାଣାଧୀନ ବକ୍ସ ଡ୍ରେନ୍ ଓ ଛୋଟ ଛୋଟ ନାଳ। ଏଭଳି ସ୍ଥିତିରେ ସହର ବୁଡ଼ିବନି କେମିତି ? ଅଘଟଣ ଘଟିବନି କେମିତି? ତେବେ ମୃତକଙ୍କ ପରିବାରକୁ ଭେଟିବାକୁ ଆସିଥିଲା ବେଳେ ଡ୍ରେନେଜ୍ ସମସ୍ୟାକୁ ନେଇ ସେଇ ଚିରାଚରିତ ଉତ୍ତର ଦେଇଛନ୍ତି ସିଏମସି ମେୟର।
ରାଜ୍ୟର ପ୍ଲାନ୍ଡ ସହର ଭାବେ ପରିଗଣିତ ରାଜଧାନୀ ଭୁବନେଶ୍ୱର ତ ଜଳ ନିଷ୍କାସନ କ୍ଷେତ୍ରରେ ଯେମିତି ପୂରା ଅନ ପ୍ଲାନ୍ଡ। ଏଠି ବି କେମିତି ବାହାଘର ବେଳେ ବାଇଗଣ ରୁଆ ଚାଲିଛି। କାଲିର ବର୍ଷାରେ ଅଧା ଭୁବନେଶ୍ୱର ବୁଡ଼ିବା ପରେ ପାୱାର ହାଉସ ଛକ ଓ ଟ୍ରେଜେରୀ ପଛ ପଟ ରାସ୍ତାରେ ଆଜି ଚାଲିଛି ଡ୍ରେନ୍ କାମ। ଆଉ ମାଉସୀମାକ ନିକଟ ବିବେକାନନ୍ଦ ମାର୍ଗରେ ଏବେ ଚାଲିଛି ଡ୍ରେନରୁ ପଙ୍କ ଉଦ୍ଧାର।
କେବଳ ଏ ଦୁଇଟି ସ୍ଥାନ ନୁହେଁ, କେଉଁଠି ସ୍ୱରେଜ ତ କେଉଁଠି ଡ୍ରେନେଜ୍ କାମ ପାଇଁ ରାଜଧାନୀର ଅନେକ ଅଞ୍ଚଳ ସାମାନ୍ୟ ବି ବର୍ଷାରେ ବୁଡ଼ୁଛି। ସ୍ମାର୍ଟସିଟିରେ ଡ୍ରେନ୍ ପାଣି ଘରେ ପଶୁଛି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ତେଜୁଛି। ସେପଟେ ଭୁବନେଶ୍ବର ମେୟରଙ୍କ କହିବା କଥା, ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି। ଲଗାଣ ବର୍ଷାକୁ ନଜରରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଟୁଇନସିଟିରେ ଜଳବନ୍ଦୀ ସମସ୍ୟା ଦିନକୁ ଦିନ ବଢୁଥିବା ବେଳେ ଯେଉଁ କାମ ଖରାଦିନେ ସରିବା କଥା ସେ କାମ ବର୍ଷା ଦିନକୁ କାହିଁକି ରହୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।
]]>
ସେହିପରି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ବର୍ଷା ଯୋଗୁଁ ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର । ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ।
କଟକ ସହରରେ ତ ସାଂଘାତିକ ସ୍ଥିତି । ଗଳି, ମୁଖ୍ୟ ରାସ୍ତା-ଡ୍ରେନ୍ ସବୁ ଏକାକାର। ବକ୍ସଡ୍ରେନ୍ କାମ ପାଇଁ ପଟ୍ଟାପୋଲ, ରାଉସାପାଟଣା, ମେରିଆବଜାର, ସାଆନ୍ତସାହି, କେଶରପୁର, ସୂତାହାଟ ଭଳି ଅଞ୍ଚଳରେ ସାଂଘାତିକ ଅବସ୍ଥା। ନର୍ଦ୍ଦମା ପାଣି ଉଚ୍ଛୁଳି ଘରେ ଘରେ ପଶିଯାଇଛି । ଆସନ୍ତା ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି ।
]]>୭୨ ଘଣ୍ଟା...। କେବେ ଭୋଗିନଥିବା ବନ୍ୟା ଦୁର୍ଦ୍ଦଶାରେ ଛଟପଟ ଦିଲ୍ଲୀ ବାସିନ୍ଦା। ଉଛୁଳା ଯମୁନା ଧୀରେ ଧୀରେ ଶାନ୍ତ ପଡ଼ୁଥିଲେ ବି, କ୍ୟାପିଟାଲ୍ ସିଟିର ଉବୁଟୁବୁ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନି। ସେଣ୍ଟ୍ରାଲ୍ ଦିଲ୍ଲୀ, ଆଇଟିଓ, ରାଜଘାଟ, ହନୁମାନ ମନ୍ଦିର, ଯମୁନା ବଜାର, ଗୀତା କଲୋନି, ସିଭିଲ୍ ଲାଇନ୍, ରିଙ୍ଗରୋଡ୍ ଏପରିକି ସୁପ୍ରିମକୋର୍ଟ ଆଖପାଖ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଜାରି ରହିଛି । ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।
ଯମୁନା ନଦୀରେ ଥିବା ଏହି ବ୍ୟାରେଜରେ ବହୁବର୍ଷ ଧରି ଅଚଳ ପଡ଼ିଥିବା ୫ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ଗତକାଲିଠୁ ଚେଷ୍ଟା ଚାଲିଛି। ଗତକାଲି ଗୋଟିଏ ଗେଟ୍ ଖୋଲିବାରେ ସଫଳତା ମିଳିଥିଲା। ନୌସେନା ବୁଡ଼ାଳି ଦଳ ପଙ୍କୋଦ୍ଧାରରେ ଲାଗିଛନ୍ତି। ୫ଟି ଯାକ ଗେଟ୍ ଖୋଲିଗଲେ, ଦିଲ୍ଲୀର ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଆଶା ରଖାଯାଇଛି।
କେବଳ ଅଚଳ ବ୍ୟାରେଜକୁ କାର୍ଯ୍ୟକ୍ଷମ କରିବା ନୁହେଁ, NDRF ସହ ମିଶି ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଲାଗିଛି ସ୍ଥଳସେନା। ତଳିଆ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନିଆଯାଉଛି । ଯବାନମାନେ ୱଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପୁନଃକାର୍ଯ୍ୟକ୍ଷମ କରିବାରେ ଲାଗିଛନ୍ତି । ଦିଲ୍ଲୀରେ ୩ଟି ଜଳବିଶୋଧନ କାରଖାନା ଜଳାର୍ଣ୍ଣବ ହେବା ଫଳରେ, ପାନୀୟ ଜଳସଂକଟ ଉତ୍କଟ ହୋଇଥିଲା। ରେସ୍କ୍ୟୁ ଅପରେସନରେ ୧୬ଟି NDRF ଟିମ୍ ନିୟୋଜିତ ହୋଇଥିବା ବେଳେ, ଏବେସୁଦ୍ଧା ୨୫ହଜାରରୁ ଅଧିକ ଲୋକ ଏବଂ ବହୁ ସଂଖ୍ୟାରେ ଜୀବଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଉଦ୍ଧାର ଜୀବଜନ୍ତୁଙ୍କ ମଧ୍ୟରେ ସାମିଲ ଅଛି ଭାରତର ନମ୍ବର ୱାନ୍ ଷଣ୍ଢ ପ୍ରୀତମ୍ । ଯାହାର ଦାମ୍ ୧ କୋଟି ଟଙ୍କା ବୋଲି ସୂଚନା ଦେଇଛି NDRF।
ଏଭିତରେ ଚିନ୍ତା ବଢ଼ାଇଛି ପାଣିପାଗ ପୂର୍ବାନୁମାନ । ଦିଲ୍ଲୀରେ ଆହୁରି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି । ତେଣେ ଗତକାଲି ମୁକୁନ୍ଦପୁର ଅଞ୍ଚଳରେ ୩ ଜଣ ନାବାଳକ ବନ୍ୟାପାଣିରେ ମଉଜ କରିବାକୁ ଯାଇ ଭାସିଯାଇଥିଲେ । ଏହାକୁ ଦିଲ୍ଲୀ ବନ୍ୟାର ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ଏସବୁ ଭିତରେ ଦିଲ୍ଲୀ ବନ୍ୟାକୁ ନେଇ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
]]>ଉତ୍ତରାଖଣ୍ଡ ଉତ୍ତରକାଶୀରେ ହୋଇଥିବା ଭୟଙ୍କର ଭୂସ୍ଖଳନର । ପାହାଡ ଉପରୁ ପଥର ଧସି ଚୁରମାର ହୋଇଯାଇଛି ଏକାଧିକ ଗାଡ଼ି । ଗଙ୍ଗୋତ୍ରୀ ଦର୍ଶନ କରିବା ପୂର୍ବରୁ ଚାଲି ଯାଇଛି ୪ ଜୀବନ। ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଡେରାଡୁନର ବିକାଶନଗର ଅଂଚଳରେ ଭୂସ୍ଖଳନ ପରେ ରାଜପଥରେ ଯାତାୟାତ ଠପ୍ । ସେପଟେ ହରିଦ୍ୱାରରେ ଥମିବାର ନାଁ ନେଉନି ଲଗାଣ ବର୍ଷା। ସ୍ଥିତି ଗମ୍ଭୀର ରହିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବାରୁ ଜଳବନ୍ଦୀ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ।
୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା । ଭୂସ୍ଖଳନ ଯୋଗୁଁ ଯାତାୟାତରେ ସୃଷ୍ଟି ହୋଇଛି ଅଚଳାବସ୍ଥା । ବର୍ଷା କମିଥିଲେ ବି ବନ୍ୟା ସ୍ଥିତି ସୃଷ୍ଟି କରିଛି ବ୍ୟାସ୍ ନଦୀର ଜଳସ୍ତର । ଏହାରି ଭିତରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଆଜି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ।
ପଞ୍ଜାବରେ ମଧ୍ୟ ବର୍ଷା ଯୋଗୁ ସ୍ଥିତି ବେହାଲ । ପାଣିରେ ଉବୁଟୁବୁ ଗାଁରୁ ସହର । ଲୋକେ ଜଳବନ୍ଦୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ପଞ୍ଚକୁଲାରେ ଧସି ଯାଇଛି ଫ୍ଲାଏ ଓଭରର ଗୋଟିଏ ପାଖ । ଅମ୍ବାଲାରେ ଘରେ ଘରେ ପାଣି ପଶିଛି । ଲୋକେ ଘରର ଛାତ ଓ ବାଲକୋନୀରେ ଦିନ କାଟୁଛନ୍ତି ।
ଏହାରି ଭିତରେ ପାଣିପାଗ ବିଭାଗର ଆହୁରି ଦୁଇ ତିନି ଦିନ ବର୍ଷା ହେବାର ପୂର୍ବାନୁମାନ ଲୋକଙ୍କୁ ଆତଙ୍କିତ କରିଛି ।
]]>ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ ରହିଛି। ଭୂସ୍ଖଳନ ଯୋଗୁ ଯାତାୟାତ ଠପ୍ ହୋଇଯାଇଛି। ହିମାଚଳ ପ୍ରଦେଶର ମଣ୍ଡିରେ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି କୁଲ୍ଲୁ, ମନାଲି, ମଣ୍ଡି ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପାଣି ମାଡ଼ି ଆସିବାରୁ ଘରଦ୍ୱାର ସବୁ ଭସାଇ ନେଇଛି। ପ୍ରତି ଘଣ୍ଟାରେ ଭୟାନକ ଚିତ୍ର ସାମ୍ନାକୁ ଆସୁଛି। କାର୍, ଟ୍ରକ୍, ଘର ସବୁ କାଗଜ ଭଳି ଭାସି ହୋଇ ନଦୀ ଗର୍ଭରେ ଲୀନ ହୋଇ ଯାଉଛି।
ଉତ୍ତରପ୍ରଦେଶ ସାହାରନପୁରରେ ଲୋକଙ୍କ ଘରେ ପାଣି ପଶିବା ଯୋଗୁ ବାହ୍ୟଜଗତରୁ ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ବୟସ୍କ, ଛୋଟ ପିଲାଙ୍କୁ ରେସ୍କ୍ୟୁ ଟିମ୍ କାନ୍ଧରେ ବୋହି ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ସେପଟେ ପଞ୍ଜାବ ଓ ଉତ୍ତରପ୍ରଦେଶରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ପଞ୍ଜାବର ଅମ୍ବାଲାରେ ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଛି। ଅମ୍ବାଲା-ଦିଲ୍ଲୀ ଜାତୀୟ ରାଜପଥରେ ଏତେ ପାଣି ଯେ ଗାଡ଼ି ଚଳାଚଳ କରିବା ମୁସ୍କିଲ୍ ହୋଇପଡ଼ିଛି।
ପଞ୍ଜାବ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତର ପ୍ରଦେଶରେ ବି ଜଳପ୍ରଳୟ ଦେଖିବାକୁ ମିଳିଛି। ରାଜସ୍ଥାନ ଜୟପୁରରେ ନାଳରେ ୮ ବର୍ଷର ବାଳକ ଭାସି ଯାଇଥିବା ସୂଚନା ମିଳିଛି।
]]>