ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।
ସେପଟେ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ହିଟ୍ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ହିଟ୍ ୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ସମୟରେ କ’ଣ କରିବା ଉଚିତ ଏବଂ କ’ଣ ନକରିବା ଉଚିତ, ତାହା ସାଧାରଣ ଲୋକଙ୍କୁ ବୁଝାଇବାକୁ କୁହାଯାଇଛି । ଏଥିସହ ପାଣି ସମସ୍ୟା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି SRC ।
]]>ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ , କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ବାୟୁ ମଣ୍ଡଳରେ ଜଳୀୟବାଷ୍ପ ବୃଦ୍ଧି ପାଉଥିବାରୁ ସକାଳ ସମୟରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ସେପଟେ କୁହୁଡି ପାଇଁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଗତକାଲି ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦେଖାଦେଇଥିଲା । କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଲାଗି ରହିବା କାରଣରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା । ୧୦୦ ମିଟର ଆଗକୁ କିଛି ଦୃଶ୍ୟମାନ ହେଉନଥିଲା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର।
]]>ସେହିପରି କଟକ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସାଢ଼େ ୨ ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ ହୋଇଛି ।
ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ହୀରାକୁଦରେ ୪୨.୨, କେନ୍ଦୁଝର ୩୯, ଚାନ୍ଦବାଲି ୩୬.୮ ଡିଗ୍ରୀ ରେକର୍ଡ ହୋଇଛି । ୭୮% ଆର୍ଦ୍ରତା ଯୋଗୁଁ ପୁରୀରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏହାସହ ରାଜ୍ୟର ଅଧିକାଂଶ ସହରରେ ଭୀଷଣ ଖରା ଓ ଗୁଳୁଗୁଳି ହେଉଛି । ...
ସେପଟେ ଆସନ୍ତା ୨୧ରୁ ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇପାରେ । ୨୨ରେ ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।...
]]>ଶନିବାର ଦିନ ପାଟନାରେ ସର୍ବାଧିକ ୪୪.୭ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଥିଲା। ଶେଖପୁରାରେ ସବୁଠାରୁ ଉତ୍ତପ୍ତ ରାଜ୍ୟ ଥିଲା ଓ ଏଠାରେ ତାପମାତ୍ରା ୪୫.୧ ଡିଗ୍ରୀ ସେଲ୍ସିୟସ କରାଯାଇଥିଲା। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଶନିବାର ଦିନ ସାସାରାମ ରେଲ୍ୱେ ଷ୍ଟେସନରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରବଳ ଗରମ ଯୋଗୁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ଲାଟ୍ଫର୍ମ ନମ୍ବର ୭ରେ ଜଣେ ବ୍ୟକ୍ତି ଟ୍ରେନ୍କୁ ଅପେକ୍ଷା କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାତ୍ରୀଙ୍କ ରେଲ୍ୱେ ଷ୍ଟେସନର ପ୍ରବେଶ ପଥ ନିକଟରେ ଜୀବନ ଚାଲି ଯାଇଛି।
ସେପଟେ ପ୍ରବଳ ପ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍ ଜୁନ୍ ୨୪ ଯାଏ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି।
]]>ଏଥିସହିତ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି ।
ଅନ୍ୟପଟେ ରାଜ୍ୟରେ ଆଗାମୀ ୩ ଦିନ ଭୀଷଣ ତାତି ଅନୁଭୂତ ହେବ ବୋଲି କୁହାଯାଇଛି । ଆଗାମୀ ୩ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠୁ ୫ରୁ ୭ ଡିଗ୍ରୀ ଅଧିକ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବ ବୋଲି ସୂଚନା ରହିଛି । ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିଲା ।
]]>ସେହିପରି ୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୭ ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିର ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।
ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି । ସକାଳ ୮ଟା ନହେଉଣୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।
]]>ସେପଟେ ଅଜି ବି ରାଜ୍ୟରେ ଜାରି ରହିଛି ଗୁଳୁଗୁଳି ସହ ପ୍ରବଳ ତାତି । ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ୪୨.୪ ଡିଗ୍ରୀ ତାପମାତ୍ରା ରହିଛି ।
ହୀରାକୁଦ ୪୧.୬ ଓ କେନ୍ଦୁଝର ୩୭.୮ ଡିଗ୍ରୀ । ଚାନ୍ଦବାଲି ୩୬.୮, ବାଲେଶ୍ବର ୩୩.୪ ଓ ଗୋପାଳପୁରରେ ୩୩ ଡିଗ୍ରୀ ସେଲସିୟସ ରହିଛି ତାପମାତ୍ରା ।
]]>ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି । ଆଦ୍ରତା ୭୯ ପ୍ରତିଶତ ରହିଥିବାରୁ ତାତି ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି ମଧ୍ୟ ପ୍ରବଳ ତାତି ଅନୁଭୂତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝିଥିଲେ ଲୋକେ ।
ଗତକାଲି ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ ହୋଇଥିଲା । ୪୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ଥିବାବେଳେ ତା’ ତଳକୁ ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ, ତାଳଚେର,, ବଲାଙ୍ଗିର, ଜଗତସିଂହପୁର ଏବଂ ଚାନ୍ଦବାଲିରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା ।
]]>ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି ଆବାସିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ରାତିରେ ଆଲୋକ ବ୍ୟବସ୍ଥା ନଥିବାରୁ ପାଠ ପଢ଼ାରେ ବ୍ୟାଘାତ ହେଉଛି । କୋଟିଆରେ ଆନ୍ଧ୍ର ଏଭଳି ଭାବେ ପ୍ରଥମେ ଲୋକଙ୍କୁ ପ୍ରଲୋଭିତ କରୁଥିବା ଓ ପରେ ନିଜ ଅସଲ ରୂପ ଦେଖାଉଥିବା ପଦାରେ ପଡ଼ିଛି ।
ଅନ୍ୟପଟେ ସ୍କୁଲ ବାବଦରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲୁ । ତେବେ ସେ ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଖୁବଶୀଘ୍ର ସୋଲାର ସିଷ୍ଟମର ବ୍ୟାଟେରୀ ବଦଳାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।
]]>
ଗତକାଲି ଉତ୍ତର-ପଶ୍ଚିମ/ ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିଲା । ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡିଶାରେ ଆଗାମୀ ୨ରୁ ୩ ପର୍ଯ୍ୟନ୍ତ ରହିବ । ଅନ୍ୟପଟେ ଉପକୂଳ ଓଡ଼ିଶାରେ ବି ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି ।
ସେପଟେ ତତଲାଗଡ଼ ଟିଟିଲାଗଡ଼ରେ କଲବଲ କରୁଛି ତାତି । ୪୫ ଡିଗ୍ରୀ ଉପରେ ରହୁଛି ସହରର ତାପମାତ୍ରା । ଦିନ ୧୦ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଗତକାଲି ଏଠି ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି- ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା।
]]>ବରଗଡ ସହରରେ ଖରାର ପ୍ରକୋପ ଅଧିକ ରହୁଥିବାରୁ ଦିନ ୧୦ଟା ପରେ ଦୋକାନ ବଜାର ପ୍ରାୟ ବନ୍ଦ ହୋଇ ଯାଉଛି। ଗରମ ଯୋଗୁ ଲସି, ସରବତ ଓ କୋଲ୍ଡ ଡ୍ରିଙ୍କ ବେପାର ବଢିଯାଇଛି। ତେବେ ପୌର ପରିଷଦ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର ବହୁ ସମୟରେ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି।
ଗତ କିଛିଦିନ ହେବ ବରଗଡ଼ ଜିଲ୍ଲାର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ଯେଉଁଥି ପାଇଁ ବରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାପମାତ୍ରା ହ୍ରାସ ପାଇବା ଆଶଙ୍କା କରାଯାଉଛି ।
ବରଗଡ଼ବାସୀଙ୍କ ଦୀର୍ଘଦିନର ଦାବି ପରେ ଜିଲ୍ଲାରେ ଏକ ତାପ ମାପକ ଯନ୍ତ୍ର ବସାଯାଇଛି। ଫଳରେ ପାଣିପାଗର ସଠିକ ତଥ୍ୟ ଜନସାଧାରଣ ପାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅତି ଜରୁରି ନଥିଲେ ଖରାକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବରଗଡ଼ ଉପ-ଜିଲ୍ଲାପାଳ ।
ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାପମାତ୍ର ଅଧିକ ରହିଛି। ନିୟମ ମାନି ସତର୍କ ରହିଲେ ଅଂଶୁଘାତରୁ ରକ୍ଷା ପାଇ ହେବ।
ବରଗଡରୁ ଦୀପକ ଶର୍ମାଙ୍କ ରିପୋର୍ଟ
]]>ରାଜସ୍ଥାନ ଚଣ୍ଡିଗଡ଼ରୁ ଦିଲ୍ଲୀ, ଉତ୍ତରପ୍ରଦେଶ ମଧ୍ୟପ୍ରଦେଶରୁ ଓଡ଼ିଶା,ପ୍ରଚଣ୍ଡ ରୌଦ୍ରତାପ କବଳରେ ଭାରତର ପ୍ରାୟ ୭୦ ପ୍ରତିଶତ ଇଲାକା । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗୋଟିକ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ତାତି । ଦୁଇ ଦିନ ପୂର୍ବରୁ ଦିଲ୍ଲୀର ୪୩.୫ ଡିଗ୍ରୀ ତାପମାତ୍ରା ୧୨ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ହରିୟାଣା ଗୁରୁଗ୍ରାମ ୪୫.୬ ଡିଗ୍ରୀ ସହ ୪୩ ବର୍ଷର ରେକର୍ଡ ଭାଙ୍ଗିଛି । ଏପ୍ରିଲ ମାସରେ କେବେ ଏତେ ଉତ୍ତାପ ସହିନଥିଲା ଏହି ୨ ସହର । ତେବେ ଗତକାଲି ଉତ୍ତରପ୍ରଦେଶ ପ୍ରୟାଗରାଜରେ ପାରଦ ଛୁଇଁଛି ଅବିଶ୍ୱସନୀୟ ୪୭ ଡିଗ୍ରୀ ସେଲସିୟସ । ଯାହାକି ଏପ୍ରିଲ ମାସରେ ଗତ ୨୦ ବର୍ଷର ସର୍ବାଧିକ ତାପମାତ୍ରା । ଦେଶର ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ଆହୁରି ୫ ଦିନ ଏବଂ ପୂର୍ବରେ ଆହୁରି ୨ ଦିନ ତାପମାତ୍ରା ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳକୁ ୪ ଦିନ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
ମାର୍ଚ୍ଚ ମାସ ସରୁ ସରୁ ବଢ଼ିବା ଆରମ୍ଭ ହୋଇଥିବା ତାତି ଏପ୍ରିଲ ମାସରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ପ୍ରାୟ ୭୬ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ୪୫ ଡିଗ୍ରୀ ଉପରେ ରହୁଛି ୨୦ ସହରର ତାପମାତ୍ରା । କିନ୍ତୁ କାହିଁକି ଏଭଳି ଅସହ୍ୟ ସ୍ଥିତି? ଏପ୍ରିଲରେ କାହିଁକି ଅସ୍ୱାଭାବିକ ତାତି? ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍.କେ. ଜେନାମଣିଙ୍କ କହିବା ଅନୁସାରେ, ତାତି ବଢ଼ାଉଛି ପଶ୍ଚିମା ପବନ ।
ଆଫଗାନିସ୍ତାନ ଓ ପାକିସ୍ତାନ ଆଡ଼ୁ ରାଜସ୍ଥାନ, ମଧ୍ୟପ୍ରଦେଶ ଦେଇ ଗ୍ରୀଷ୍ମ ପ୍ରବାହ ଓଡ଼ିଶା ଯାଏଁ ଆସୁଛି । ଏଥିସହ କାଳବୈଶାଖୀ ବର୍ଷାରେ ବିଳମ୍ବ ଏବଂ ସ୍ଥାନୀୟ ଭୌଗଳିକ ସ୍ଥିତି ବି ତାପମାତ୍ରା ବୃଦ୍ଧି ପଛର କାରଣ । ତେବେ ଓଡ଼ିଶାରେ ୨ ଦିନ ଭିତରେ ସ୍ଥିତି ସୁଧୁରିବ ବୋଲି ସେ ଆକଳନ କରିଛନ୍ତି ।
]]>
ଏସସିବି ଟ୍ରମାକେୟାର କାଜୁଆଲିଟିରେ ୧୦ ଶଯ୍ୟା ବିଶିଷ୍ଟ ହିଟଷ୍ଟ୍ରୋକ ୱାର୍ଡ ଖୋଲାଯାଇଛି । ଏହି ୱାର୍ଡରେ ଗୁରୁତର ଅଂଶୁଘାତ ରୋଗୀଙ୍କ ଚିକିତ୍ସା କରାଯିବ । ଏହାସହ ଅଂଶୁଘାତ ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ, ଆଇସିୟୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ।
ଏନେଇ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ‘ଅଂଶୁଘାତ ରୋଗୀଙ୍କ ପାଇଁ ଟ୍ରମା କାଜୁଆଲିଟିରେ ୧୦ ଟି ବେଡ୍ ରହିଛି । ଏହା ବ୍ୟତୀତ ମେଡିସିନ୍ ଡିପାର୍ଟମେଣ୍ଟର ନିୟୁ ମେଡିସିନ୍ର 4th ଫ୍ଲୋର ଓ 5th ଫ୍ଲୋରର ୨ଟି ସ୍ଥାନରେ ଫିମେଲ୍ ରୋଗୀଙ୍କ ପାଇଁ ୮ଟି ଓ ମେଲ୍ ରୋଗୀଙ୍କ ପାଇଁ ୮ଟି ବେଡ୍ ରଖିଛୁ’ ।
]]>ଟିଟିଲାଗଡ, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ। ୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ।
ସେପଟେ କାଳବୈଶାଖୀ ବର୍ଷା ଯୋଗୁଁ ଗତକାଲି ସୁନ୍ଦରଗଡ ଜିଲ୍ଲା ହାତୀବାରିରେ ଗଛ ପଡି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ନା ସୁରେନ୍ଦ୍ର ଶୂନ୍ୟନି। ସୂଚନା ଅନୁସାରେ ସୁରେନ୍ଦ୍ର କାର୍ ପାର୍କିଂ କରୁଥିବାବେଳେ ହଠାତ୍ ଏକ ଗଛ ତାଙ୍କ କାର୍ ଉପରେ ପଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ।
]]>ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ୪୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୬ ଡିଗ୍ରୀ ରହିଛି।
]]>ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବ।
ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ପୁନର୍ବାର ୫ ତାରିଖ ପରଠାରୁ ତାପମାତ୍ରା ବଢିବା ନେଇ ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏପଟେ ଗତକାଲି ରାୟଗଡା ଗୁଣୁପୁରରେ କାଳବୈଶାଖୀ ବର୍ଷା ହୋଇଛି। ଫଳରେ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
]]>