ତେବେ ଏହା ମଧ୍ୟରେ ତାଙ୍କ ସ୍ତ୍ରୀ କୁନିଲତା ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆରପାରିକୁ ଚାଲିଗଲେଣି। ପୁଅ ଝିଅ ବାହାହୋଇ ଘର ସଂସାର କଲେଣି। ଏବେ ୭୦ ବର୍ଷ ବୟସରେ ବଂଶୀଧର ଘରକୁ ଫେରିଛନ୍ତି। ବଂଶୀଧର ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖଳିଯାଇଛି।
]]>#WATCH | Gujarat: Rescue operation is underway after a 2.5-year-old girl fell into a borewell in Ran village of Kalyanpur tehsil of Dwarka district. District Collector and other officials are present on the spot. pic.twitter.com/WPhGw5E9ZB
— ANI (@ANI) January 1, 2024
ଦେବଭୂମୀ ଦ୍ୱାରକା ଜିଲ୍ଲାପାଳ ଅଶୋକ ଶର୍ମା କହିଛନ୍ତି, ଝିଅଟି ପ୍ରାୟ ୩୦ ଫୁଟ୍ ଗଭୀରରେ ଫସି ରହିଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବୋରୱେଲରେ ଅକ୍ସିଜେନ୍ ଦେଉଛନ୍ତି। ଏହାସହ ଝିଅଟିକୁ କିପରି ସୁରକ୍ଷିତ ଭାବରେ ବୋରୱେଲ ମଧ୍ୟରୁ ବାହାର କରାଯିବ ସେନେଇ ରେସ୍କ୍ୟୁ ଅପରେସନ୍ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।
]]>
Gujarat welcomed 2024 with a remarkable feat - setting a Guinness World Record for the most people performing Surya Namaskar simultaneously at 108 venues! As we all know, the number 108 holds a special significance in our culture. The venues also include the iconic Modhera Sun… pic.twitter.com/xU8ANLT1aP
— Narendra Modi (@narendramodi) January 1, 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟ ନମସ୍କାରକୁ ନିଜ ଦିନଚର୍ଯ୍ୟାରେ ସାମିଲ ପାଇଁ ଆହ୍ୱାନ କରିଛନ୍ତି । ସୂର୍ଯ୍ୟ ନମସ୍କାର ଆମ ସଂସ୍କୃତିରେ ବିଶେଷ ଗୁରୁତ୍ୱ ବହନ କରୁଛି। ଏହାର ଅନେକ ଫାଇଦା ରହିଛି। ଏଥିସହ ଐତିହାସିକ ମୋଧେରା ମନ୍ଦିର ପରିସରରେ ଏତେ ସଂଖ୍ୟକ ବ୍ୟକ୍ତି ଏକାଠି ହୋଇ ଯୋଗ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ ।
]]>]]>
ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ରବଧୁ ଏବଂ ବଣାସୁରର ଝିଅ ଉଷା ରାସ କେଳିଥିଲେ। ଏହା ପରଠାରୁ ଗୁଜରାଟରେ ଗରବାର ଶୁଭାରମ୍ଭ ହୋଇଥିଲା।
]]>
ସୂଚନା ଅନୁସାରେ ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ । ଆରବ ସାଗରରେ ଘଟିଛି ଏହି ଘଟଣା । ଏଭଳି ଘଟଣା ପରେ ଜାହାଜର ସୁରକ୍ଷା ପାଇଁ ଆଗକୁ ପାଦ ବଢାଇଛି ଭାରତୀୟ ନୌସେନା । କୋଷ୍ଟଗାର୍ଡ ଜାହାଜ I
CGS ବିକ୍ରମକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହି ଜାହାଜଟି ଗୁଜରାଟର ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ରହିଛି । ଜାହାଜରେ ୨୦ ଜଣ ଭାରତୀୟ ନାବିକ ଥିବା ନେଇ ସୂଚନା ମିଳିଛି । ଏମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।
ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, ଏହି ଜାହାଜଟି ଅଶୋଧିତ ତୈଳ ବୋଝେଇ କରି ସାଉଦ ଆରବରୁ କର୍ଣ୍ଣାଟକ ମେଙ୍ଗାଳୁରୁକୁ ଆସୁଥିଲା । ହେଲେ ଜାହାଜରେ ଡ୍ରୋନ ଆକ୍ରମଣ ପରେ ଜାହାଜର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚଳାଚଳରେ ବାଧା ଉପୁଜିଛି ।
]]>ଗୁଜରାଟ ସୁରତ ସହର ନିକଟ ଡ୍ରିମ୍ ସିଟିରେ ଏହି ସୁରତ ଡାଇମଣ୍ଡ ବୋର୍ସ ବା ଏସ୍ଡିବିକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଏହା ନୂଆ ଭାରତର ନୂଆ ଶକ୍ତି ଓ ନୂଆ ସଂକଳ୍ପର ପ୍ରତୀକ । ଏହା ମୋଦିଙ୍କ ଗ୍ୟାରେଣ୍ଟିର ଏକ ଉଦାହରଣ । ଏଣିକି ସୁରତ ହୀରା ଶିଳ୍ପକୁ ଅଧିକ ଦେଢ଼ ଲକ୍ଷ ନିଯୁକ୍ତି ମିଳିବ। ମୋ ତୃତୀୟ ପାଳି ସରକାରରେ ଭାରତ ପୃଥିବୀର ଟପ୍-ଥ୍ରୀ ଅର୍ଥନୀତିରେ ସାମିଲ ହେବ ବୋଲି ପ୍ରଧାନମନ୍ତ୍ରୀ ସୁରତ ମଞ୍ଚରୁ ଦେଶବାଶୀଙ୍କୁ ଭରସା ଦେଇଛନ୍ତି ।
ସୁରତ ଡାଇମଣ୍ଡ ବୋର୍ସରେ ଉଭୟ ପଲିସ୍ଡି ଓ ରଫ୍ ଡାଇମଣ୍ଡ, ଲାବ୍-ଗ୍ରୋନ୍ ଡାଇମଣ୍ଡ୍ ବା କୃତ୍ରିମ ହୀରା ଏବଂ ହୀରା ଗହଣା ବିକ୍ରି ହେବ। ହୀରା ତିଆରି ପାଇଁ ଉପକରଣ, ଡାଇମଣ୍ଡ୍ ପ୍ଲାନିଂ ପାଇଁ ସଫ୍ଟୱେର, ଡାଇମଣ୍ଡ୍ ସାର୍ଟିଫିକେଟ୍ କମ୍ପାନୀ ଉପଲବ୍ଧ ହେବ । ଏଥିସହ ଆମଦାନୀ-ରପ୍ତାନୀ ପାଇଁ ରହିବ ଷ୍ଟେଟ-ଅଫ୍-ଦି ଆର୍ଟ ତଥା ଭାରତର ସବୁଠୁ ବଡ଼ କଷ୍ଟମ୍ କ୍ଲିୟରାନ୍ସ ହାଉସ । ଆଉ ତା ସହ ଇଣ୍ଟରନ୍ୟାସନାଲ୍ ବ୍ୟାଙ୍କିଂ ଓ ସେଫ୍ ଭଲ୍ଟ ସୁବିଧା। SDBରେ ଅଫିସ ଗୁଡ଼ିକର ଆକାର ୩ ଶହରୁ ୭୫ ହଜାର ବର୍ଗଫୁଟ ଯାଏଁ ହୋଇଥିବାରୁ, ଏଠାରେ ସମସ୍ତ ପ୍ରକାର ହୀରା ବ୍ୟବସାୟୀ ନିଜ ଦୋକାନ ଖୋଲିପାରିବେ ।
ତେବେ ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ। ଏଥିସହ ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି । ପଞ୍ଚତତ୍ତ୍ୱ ଥିମ୍ ତଥା ୩ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଗା ଷ୍ଟ୍ରକ୍ଚର ନିର୍ମାଣ କାମ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ।
ଡାଇମଣ୍ଡ ବୋର୍ସ ଉଦଘାଟନ ପୂର୍ବରୁ ସୁରତ ଏୟାରପୋର୍ଟର ନୂଆ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂ ଲୋକାର୍ପିତ କରିଛନ୍ତି ମୋଦି । ୩୫୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ସୁରତ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି ।
]]>
ସାଢ଼େ ୩୫ ଏକର ଜାଗାରେ ନିର୍ମିତ ଏହି ହୀରା ବଜାରରେ ୪ହଜାର ୭ଶହରୁ ଅଧିକ ଅଫିସ୍ ରହିଛି । ଏଠାରେ ୬୭ ହଜାର ଲୋକ କାମ କରିପାରିବେ। ଦେଢ଼ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତ ମିଳିବ। ଏହି ୧୬ ମହଲା କୋଠାରେ ୧୩୧ଟି ଲିଫ୍ଟ ସହ କ୍ଲବ୍, କନଫରେନ୍ସ ହଲ, ହେଲ୍ଥ କ୍ଲବ୍, ରେଷ୍ଟୁରାଁ ଓ ବେଙ୍କ୍ୱେଟ୍ ହଲ୍ ଆଦି ଅତ୍ୟାଧୁନିକ ସୁବିଧା ରହିଛି। ପଞ୍ଚତତ୍ୱ ଥିମରେ ନିର୍ମିତ ଏହି ବିଶାଳ କୋଠାର ନିର୍ମାଣ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ, ସୁରତରେ ପ୍ରତିବର୍ଷ ୨ ଲକ୍ଷ କୋଟି ଟଙ୍କାର ହୀରା ବ୍ୟବସାୟ ହୋଇଥାଏ। ଏହି ନୂଆ ହୀରା ବଜାର ଉଦଘାଟିତ ହେଲେ, ସୁରତରେ ହୀରା ବ୍ୟବସାୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ବିଲଡିଂର ଉଦଘାଟନ କରିବେ। ୧୨ଶହ ଘରୋଇ ଯାତ୍ରୀ ଓ ୬ ଶହ ଆନ୍ତର୍ଜାତିକ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି। ପରେ ଏହାକୁ ୩ ହଜାର କ୍ଷମତା ବିଶିଷ୍ଟ କରାଯିବ। ଫଳରେ ଏହାର ଯାତ୍ରୀ ଆଗମନ ସାମର୍ଥ୍ୟ ବାର୍ଷିକ ୫୫ଲକ୍ଷ ଛୁଇଁବାର ଅନୁମାନ କରାଯାଉଛି।
ପୁରୁଣା ଟର୍ମିନାଲ ବିଲଡିଂର ସମ୍ପ୍ରସାରଣ କରି ଏହାକୁ ନିର୍ମାଣ କରାଯାଇଛି । ଏଠାକୁ ଆସୁଥିବା ଲୋକେ କିଭଳି ଭାବେ ଗୁଜରାଟ ସୁରତର ସଂସ୍କୃତି ଏବଂ ପରଂପରା ବିଷୟରେ ଜାଣିବେ ସେଥିଲାଗି ପ୍ରବେଶ ଦ୍ୱାରକୁ ସ୍ଥାନୀୟ ସଂସ୍କୃତି ଆଧାରରେ ଡିଜାଇନ୍ କରାଯାଇଛି। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।
]]>ମିଳିଥିବା ସୂଚନା ଅନୁଯାୟୀ, ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି । ଆଜି ସକାଳେ ଘଟିଛି ଏହି ଅଘଟଣ। ଆଜି ସକାଳେ ମନିଷ ସୋଲାଙ୍କିଙ୍କ ପାଖରେ କାମ କରୁଥିବା କର୍ମଚାରୀ ଫୋନ କରିଥିଲେ। କିନ୍ତୁ ଫୋନ୍ ରିସିଭ୍ ନ କରିବାରୁ ତାଙ୍କ ଘରକୁ ଯାଇଥିଲେ। ତେବେ ଘର ଭିତର ପଟୁ ବନ୍ଦ ଥିଲା ଏବଂ ବାରମ୍ବାର ଡାକିବା ସତ୍ତ୍ୱେ ନ ଶୁଣିବାରୁ ଘର ପଛପଟ ଝରକା ପଟୁ ଭିତରକୁ ଦେଖିଲା ବେଳକୁ ୭ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ କର୍ମଚାରୀ।
ଟଙ୍କା କାରବାରରୁ କୌଣସି ସମସ୍ୟା ଉପୁଜିଥିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆଶଙ୍କା କରାଯାଉଛି। କାରଣ ଘଟଣାସ୍ଥଳରୁ ମିଳିଥିବା ଏକ ହାତଲେଖା କାଗଜରେ ଆର୍ଥିକ କାରବାର କଥା ଉଲ୍ଲେଖ ରହିଛି। ୩୭ ବର୍ଷିୟ ମନୀଷ ସୋଲାଙ୍କି ଜଣେ ଫର୍ଣ୍ଣିଚର ବ୍ୟବସାୟୀ। ତାଙ୍କ ପାଖରେ ୩୫ ଜଣ କାର୍ପେଣ୍ଟର ଏବଂ ଏକାଧିକ ଶ୍ରମିକ କାମ କରୁଥିଲେ। ମନୀଷ ବ୍ୟବସାୟ ପାଇଁ ଧାରକରଜ କରିଥିବା ବି ସୂଚନା ମିଳିଛି । ତେଣୁ ଋଣ ଆଣି ଫେରସ୍ତ କରିବାକୁ ଅକ୍ଷମ ହେବାରୁ ପରିବାର ସହ ଜୀବନ ହାରିଥିବା କଥା ହାତଲେଖା ଏକ ଚିଠିରେ ଉଲ୍ଲେଖ ଥିବା କହିଛି ପୋଲିସ। ମୃତଦେହକୁ ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।
]]>ଗୁଜରାଟ ହାଇକୋର୍ଟରେ ସୋମବାର ଦିନ ଜଷ୍ଟିସ୍ ବିରେନ୍ ବୈଷ୍ଣବ ଓ ଜଷ୍ଟିସ୍ ମୌନା ଭଟ୍ଟ ଏକ ମାମଲାର ଶୁଣାଣି କରୁଥିଲେ । ହେଲେ ହଠାତ୍ କୋର୍ଟ ରୁମ ସରଗରମ ହୋଇ ଉଠିଥିଲା । ଜଷ୍ଟିସ୍ ମୌନା ଭଟ୍ଟ, ଜଷ୍ଟିସ୍ ବିରେନ୍ ବୈଷ୍ଣବଙ୍କ କଥାରେ ଅସହମତି ପ୍ରକାଶ କରିଥିଲେ । ଗୁଣୁଗୁଣୁ ହୋଇ କିଛି କହିଥିଲେ । ଆଉ ଏଥିରେ ରାଗି ଯାଇଥିଲେ ଜଷ୍ଟିସ୍ ବିରେନ ବୈଷ୍ଣବ ।
Heated exchange between Gujarat High Court judges in open court on Monday and the hearing stopped midway! pic.twitter.com/ci9rRUappG
— WorldSoHigh🪷 (@KhataPitaPeople) October 24, 2023
ଉଭୟଙ୍କ ମଧ୍ୟରେ କଳି ଆରମ୍ଭ ହୋଇଯାଇଥିଲା । ଅସହମତି ଯୋଗୁଁ ଉଭୟେ ହିତହିତା ଜ୍ଞାନ ହରାଇ ବସିଥିଲେ । ଜଷ୍ଟିସ ବିରେନ୍ ବୈଷ୍ଣବଙ୍କ କହିଥିଲେ, ଆମେ ପରସ୍ପର ଠାରୁ ଅଲଗା, ତେଣୁ ଆପଣଙ୍କ ମତ ଭିନ୍ନ । ଏହାର ଉତ୍ତରରେ ଜଷ୍ଟିସ ମୌନା ଭଟ୍ଟ କହିଥିଲେ, ଏହା ଭିନ୍ନ ହେବା ପ୍ରଶ୍ନ ନୁହେଁ। ଏହାଶୁଣି ଜଷ୍ଟିସ ବିରେନ୍ ବୈଷ୍ଣବ ଆହୁରି ରାଗି ଯାଇଥିଲେ।
ଜଷ୍ଟିସ ମୌନା ଭଟ୍ଟଙ୍କୁ ସେ କହିଥିଲେ, ମୋ କାନ ପାଖରେ ଅଧିକ ଭଡ଼ ଭଡ଼ ହୁଅ ନାହିଁ। ଅସୁବିଧା ହେଲା ଅଲଗା ରାୟ ପାରିତ କରନ୍ତୁ । ଆମେ ଏ ମାମଲାର ଶୁଣାଣି ହୋଇପାରିବ ନାହିଁ କହି ସେଠାରୁ ଉଠି ଚାଲିଯାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ କୋର୍ଟ ରୁମ୍ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା। ଏଥିସହ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ହୋଇଥିଲା।
ସୂଚନାଯୋଗ୍ୟ ଗୁଜରାଟ ହାଇକୋର୍ଟ ନିଜ ୟୁଟ୍ୟୁବ ଚ୍ୟାନେଲରେ ସମସ୍ତ ବେଞ୍ଚର ଶୁଣାଣିକୁ ଲାଇଭ୍ ଷ୍ଟ୍ରିମିଂ କରିଥାଏ । ସେଥିପାଇଁ ଲାଇଭ୍ ଷ୍ଟ୍ରିମ୍ ସମୟରେ ଘଟିଥିବା ଦୁଇ ଜଜ୍ଙ୍କ ଝଗଡ଼ା ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିଥିଲା । ତେବେ ପରେ ଭିଡିଓକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଥିଲା ।
]]>ଗୃହମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ ।
ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ ରହିଛି । ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ରାଜମାର୍ଗ ପାଇଁ ବହୁ କିଛି କାମ କରିଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ ମୋଦି ସରକାର ବହୁ କାମ କରିଛି । ବିଗତ ୯ ବର୍ଷ ଭିତରେ ନକ୍ସଲବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଖାଲି ସେତିକି ନୁହେଁ, ନକ୍ସଲ ଗତିବିଧି କମିଛି । ଓଡ଼ିଶା ସରକାରକୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ଶାହ । ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଭୁବନେଶ୍ୱର କାର୍ଯ୍ୟକ୍ରମରେ ଶାହ ବିପର୍ଯ୍ୟୟ ମୁକାବିଲା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।
ଶାହ କହିଛନ୍ତି କି, ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବହୁ ନୂଆ ପନ୍ଥା ଆପଣାଇଛି । ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡ଼ିଶା । କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ବି ପରାସ୍ତ ହେଉଛି ।
]]>ମହେସାଣା ଜିଲ୍ଲାର କଡ଼ୀ ନଗରୀରେ ରୁହନ୍ତି ପ୍ରେମଚନ୍ଦ ମାଲି ଓ ତାଙ୍କ ସ୍ତ୍ରୀ ସୋନୁ । ପ୍ରେମଚନ୍ଦ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ୨୦୦୧ରେ ଉଭୟଙ୍କ ବିବାହ ହୋଇଥିଲା । ବେଶ୍ କିଛି ଦିନ ହସଖୁସିରେ କଟିଥିଲା ସ୍ୱାମୀସ୍ତ୍ରୀଙ୍କ ଜୀବନ । ହେଲେ ବିବାହର କିଛି ବର୍ଷ ପରେ ତଥା ୨୦୧୪ରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।
ସ୍ୱାମୀ ମାଡ଼ ମାରୁଥିବା କହି ସ୍ତ୍ରୀ ସୋନୁ ୨୦୧୫ ମସିହାରେ ପ୍ରଥମେ ପ୍ରେମଚନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଭରଣ ପୋଷଣ ପାଇଁ ସ୍ତ୍ରୀ’ଙ୍କୁ ମାସକୁ ୨୦୦୦ ଟଙ୍କା ଦେବା ପାଇଁ ପ୍ରେମ୍ଚନ୍ଦଙ୍କୁ ଆଦେଶ ଦେଇଥିଲେ । ହେଲେ ଭରଣପୋଷଣ ବାବଦ ଅର୍ଥ ଦେଇ ନପାରୁଥିବାରୁ ଗିରଫ ହୋଇଥିଲେ । ୫ ମାସ ଜେଲ୍ରେ ରହିବା ପରେ ତାଙ୍କର ନିଜର ବୋଲି କେହି ନଥିବାରୁ ସ୍ତ୍ରୀ ସୋନୁ ଆସି ତାଙ୍କ ପାଇଁ ଜାମିନ ବ୍ୟବସ୍ଥା କରିଥିଲେ ।
ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରେମଚନ୍ଦ ଟଙ୍କା ଯୋଗାଡ଼ କରି ପାରୁନଥିଲେ କି ସ୍ତ୍ରୀକୁ ଦେଇପାରୁ ନଥିଲେ । ଫଳରେ ତାଙ୍କ ନାଁରେ ଥରକୁ ଥର ଜାମିନବିହୀନ ଗିରଫ ପରୱାନା ଜାରି ହେଉଥିଲା ।
ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ୨୦୧୬ରୁ ୧୮ ମସିହା ମଧ୍ୟରେ ସୋନୁ ପ୍ରତି ବର୍ଷ ଗିରଫ ହେଉଥିଲେ । ଆଉ ତାଙ୍କୁ ପ୍ରତିଥର ସୋନୁ ହିଁ ଜାମିନରେ ଆଣୁଥିଲେ । ପରେ ୨୦୧୯ ମସିହାରୁ ୨୦୨୦ ମସିହା ମଧ୍ୟରେ ସ୍ତ୍ରୀକୁ ମାସିକ ଭରଣପୋଷଣ ବାବଦ ଖର୍ଚ୍ଚ ନ ଦେଇପାରିବାରୁ ତାଙ୍କୁ ଆଉ ୨ ଥର ଗିରଫ ହେବାକୁ ପଡ଼ିଥିଲା । ପୁଣି ସୋନୁ ଜାମିନ ବ୍ୟବସ୍ଥା କରି ଜୁଲାଇରେ ପ୍ରେମଚନ୍ଦଙ୍କୁ ମୁକୁଳାଇଥିଲେ । ଏହି ଘଟଣା ପରେ ଉଭୟେ ଘରକୁ ଫେରି ଏକାଠି ରହିବା ଆରମ୍ଭ କରିଥିଲେ ।
ମାତ୍ର ଶେଷ ଥର ପ୍ରେମଚାନ୍ଦଙ୍କ ୱାଲେଟ ଓ ଫୋନ୍ ହଜି ଯାଇଥିବାରୁ ସେଥି ପାଇଁ ସେ ସ୍ତ୍ରୀ ସୋନୁଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହାପରେ ପ୍ରେମଚନ୍ଦ ଘରୁ ବାହାରି ଯାଇ ନିଜ ସ୍ତ୍ରୀ ଓ ପିଲାଙ୍କ ନାଁ କେସ୍ କରିଛନ୍ତି । ଗତ ୭ ତାରିଖରେ ସେ ଉଭୟ ମା’ ପୁଅଙ୍କ ନାଁରେ କେସ୍ କରିଛନ୍ତି ।
]]>ବଣରୁ ଆସି ଛୁଆକୁ ନେଲା
]]>୧୯୯୫ରୁ ୨୦୨୨, ୨୭ ବର୍ଷ ହେଲା ଗୁଜରାଟ କ୍ରିଜ୍ରେ ନଟ୍ ଆଉଟ୍ । ବିଜେପି କେବଳ ନିଜ ଇନିଂସ ଜାରି ରଖିନି ଏଥର ଭାଙ୍ଗି ଦେଇଛି ସବୁ ରେକର୍ଡ । ମୋଦି ଓ ଶାହାଙ୍କ ଛକା ଚୌକା ବର୍ଷଣରେ ସଂପୂର୍ଣ୍ଣ ଧରାଶାୟୀ କଂଗ୍ରେସ । ନୂଆ କରି ପଡିଆକୁ ଓହ୍ଲାଇ ଥିବା ଆପ୍ କିଛି ଚମତ୍କାର କରିବ ବୋଲି ଆଶା କରାଯାଉଥିଲା, ମାତ୍ର ସୀମିତ ରହିଛି ଦଳର ଉପସ୍ଥିତି ।
ବିକାଶ ହିଁ ବିଜୟର ଏକମାତ୍ର ମନ୍ତ୍ର ବୋଲି ବିଜେପି କହିଆସୁଥିବା ବେଳେ ମୋଦିଙ୍କ ଗୁଜରାଟ ମଡେଲକୁ ନେଇ ଅନେକ ବାର ଉଠିଛି ପ୍ରଶ୍ନ । ରାଜ୍ୟରେ ଏବେବି ଶିକ୍ଷା, ସ୍ୱାସ୍ଥ୍ୟ ଓ ପିଇବା ପାଣି ଭଳି ମୌଳିକ ସୁବିଧାର ଘୋର ଅଭାବ ରହିଥିବା ଅଭିଯୋଗ ହେଉଛି । ସେହିପରି ଦରଦାମ ବୃଦ୍ଧି ଓ ବେରୋଜଗାରୀ ମଧ୍ୟ ଅନ୍ୟ ଦୁଇ ପ୍ରମୁଖ ପ୍ରସଙ୍ଗ । ମାତ୍ର ଯଦି ବିଜେପି ପ୍ରତି ଗୁଜରାଟବାସୀଙ୍କ ସମର୍ଥନକୁ ଦେଖିବା ତେବେ ରାଜ୍ୟରେ ଏସବୁ ସମସ୍ୟା ଥିବା ଆଦୌ ଜଣାପଡୁନି ।
ଗୁଜରାଟ ରାଜନୀତିର ଅନ୍ୟ ଦୁଇ ପ୍ରମୁଖ ବିଷୟ ହେଉଛି ସଂପ୍ରଦାୟ ଓ ସଂଖ୍ୟାଲଘୁ । ଖାସ କରି ଦଳିତ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ମୁସଲମାନଙ୍କ ଭୋଟ ରାଜ୍ୟରେ ଯେ କୌଣସି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ସବୁ ସମୀକରଣକୁ ଭୁଲ ପ୍ରମାଣିତ କରି ଦଳ ଯେଭଳି ବିପୁଳ ବିଜୟ ହାସଲ କରିଛି ତାହା ପୁଣି ୨୭ ବର୍ଷ ଶାସନରେ ରହିବା ପରେ, ଏହାଭାରତୀୟ ରାଜନୀତିରେ ବିରଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍, ସବ୍କା ବିକାଶ ଓ ସବକା ବିଶ୍ୱାସ ସ୍ଲୋଗାନକୁ ବିଜେପି ସଫଳତାର ସହ ଗୁଜରାଟରେ ଲାଗୁ କରିବା ସହ ସମସ୍ତଙ୍କ ସମର୍ଥନ ହାସଲ କରିପାରିଥିବା କୁହାଯାଉଛି ।
ତେଣେ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ଦେଶ ଶାସନର ମଙ୍ଗ ଧରିଥିବାରୁ ଗୁଜରାଟ ଗୌରବ ବି ଏକ ପ୍ରମୁଖ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି । ନିଜର ବ୍ୟବସାୟ ସ୍କିଲ ଓ ସ୍ୱାଭିମାନ ପାଇଁ ପରିଚିତ ଗୁଜରାଟବାସୀ ଏକଜୁଟ୍ ହୋଇ ମୋଦିଙ୍କ ପଛରେ ଠିଆ ହୋଇଥିବା କୁହାଯାଉଛି । ମୋଦିଙ୍କ ଅମଳରେ ହିଁ ଦେଶ, ସବୁ କ୍ଷେତ୍ରରେ ବିକାଶ କରୁଥିବା ବେଳେ ବିଶ୍ୱ ରାଜନୀତିରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଗୁଜରାଟବାସୀଙ୍କ ବିଶ୍ୱାସ । ତାସହିତ ଆଗାମୀ ଦିନରେ ମୋଦି ହିଁ ଦେଶର ଭାଗ୍ୟ ଓ ଭବିଷ୍ୟତକୁ ଉଚିତ୍ ଦିଗ ଦେଖାଇପାରିବେ ବୋଲି ସେମାନଙ୍କର ଆଶା । ଚଳିତ ନିର୍ବାଚନ ହିଁ ଗୁଜରାଟ ଅସ୍ମିତାର, ଆଉ ଏକ ନମୁନା ବୋଲି ମତ ପ୍ରକାଶ ପାଉଛି ।
ଗୁଜରାଟରେ ବିଜେପିର ସର୍ବକାଳୀନ ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ୍ । ଆସନ୍ତା ୧୨ ତାରିଖରେ ସରକାର ଶପଥ ନେବାକୁ ଯାଉଛି ଏବଂ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବା ନେଇ ସୂଚନା ଦେଇଛନ୍ତି ନିଜେ ଭୂପେନ୍ଦ୍ର ପଟେଲ ।
]]>ଅପରପକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିଥିବା ଆମ୍ ଆଦ୍ମୀ ପାର୍ଟି ସପକ୍ଷରେ ପଡ଼ିଛି ମାତ୍ର ୫ଟି ଆସନ । ଦିଲ୍ଲୀ ଓ ପଞ୍ଜାବ ପରେ ଆମ୍ ଆଦ୍ମୀ ପାର୍ଟି ଗୁଜରାଟରେ କିଛି କମାଲ କରିବ ବୋଲି ଚର୍ଚ୍ଚା ହେଉଥିଲେ । ବିଧାନସଭା ନିର୍ବାଚନରେ ସେଭଳି କିଛି ହୋଇନି । ସେପଟେ ଆସନ୍ତା ୧୨ ତାରିଖରେ ଦ୍ୱିତୀୟ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।
ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି । ଲୋକେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ବିଜେପି ପ୍ରତି ବଢୁଥିବା ଜନସମର୍ଥନ ପରିବାରବାଦ ବିରୋଧରେ ଆକ୍ରୋଶ ବୋଲି କହିଛନ୍ତି ମୋଦି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ । ଆମ କାମକୁ ନେଇ ଯୁବବର୍ଗ ଆମ ଉପରେ ଭରସା ରଖିଛନ୍ତି । ଯୁବବର୍ଗ ବିଜେପିର ବିକାଶ ରାଜନୀତିକୁ ପସନ୍ଦ କରୁଛନ୍ତି । ବିଜେପିର ମିଶନ ଅଛି ଏବଂ ବିକାଶକୁ ନେଇ ପ୍ରତିବଦ୍ଧତା ବି ଅଛି ବୋଲି ମୋଦି କହିଛନ୍ତି ।
]]>ଗଣତି ହେବା ଆରମ୍ଭରୁ ଟ୍ରେଣ୍ଡକୁ ଦେଖିଲେ ଲାଗୁଥିଲା ଏଠି ଏକଜାଟ୍ ହେବାକୁ ଯାଉଛି ଏକଜିଟ୍ ପୋଲର ଫଳ । ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଭୀଷଣ ବିଜୟ ମୁହାଁ ହେଉଥିଲା ବିଜେପି । ସମୟ ବଢ଼ିବା ସହିତ ଦଳର ବିଜୟ ଗ୍ରାଫ୍ ବଢୁଥିଲା ତ ସାରା ଗୁଜରାଟରେ ବାଜୁଥିଲା ଉତ୍ସବର ବାଜା । ଦିନର ଆକାଶରେ ଫୁଟୁଥିଲା ଆତସବାଜିର ତାରା... ଖୁସିରେ ଝୁମୁଥିଲେ ନେତା, କର୍ମୀ, କର୍ମକର୍ତ୍ତା ।
ଗୁଜରାଟ କହିଲେ ମୋଦି, ମୋଦି କହିଲେ ଗୁଜରାଟ । ଏହାକୁ ପୁଣି ସତ ପ୍ରମାଣିତ କରିଛନ୍ତି ପ୍ରଧାନମନ୍ତ୍ରୀ । କାରଣ ଲଗାତର ସପ୍ତମ ଥର ପାଇଁ ଗୁଜରାଟରେ ବିଜୟ ଖୋଜୁଥିବା ବିଜେପି ପାଇଁ ଆଦୌ ସହଜ ନଥିଲା । ଏ ନିର୍ବାଚନ ଗଲାଥର ଭଲ ଫାଇଟ୍ ଦେଇଥିଲା କଂଗ୍ରେସ । (ବିଜେପିର ୯୯କୁ ୭୭ )ଲଗାତର ୬ ଟର୍ମର ଶାସନକାଳରେ ସ୍ୱାଭାବିକ ଭାବେ ସରକାର ବିରୋଧୀ ହାଓ୍ୱା ଥିଲା ।
ମହଙ୍ଗାଇ, ବେରୋଜଗାରୀ ଆଉ ତା ଭିତରେ ଭୋଟର ଠିକ୍ ପୂର୍ବରୁ ମୋର୍ବି ଟ୍ରାଜେଡି ବି ବଡ଼ ପ୍ରସଙ୍ଗ ଥିଲା । ସେଥିରେ ପୁଣି ଗୁଜରାଟର ଭୋଟ୍ ମୈଦାନରେ ନୂଆ କରି ଆମ୍ ଆଦମି ପାର୍ଟିର ଏଣ୍ଟ୍ରି ବି ଏକ ଅପରିକ୍ଷିତ ଚ୍ୟାଲେଞ୍ଜ୍ ଥିଲା । ହେଲେ ନିଜ ହୋମ୍ ଷ୍ଟେଟରେ ପାର୍ଟି ଷ୍ଟ୍ରାଟେଜିଷ୍ଟ, ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଧରି ଏସବୁକୁ ଯେମିତି ଚୁଟକିରେ ସମ୍ଭାଳି ନେଇଥିଲେ ମୋଦି ।
ହାଓ୍ୱାରେ ରାଜନୀତି ହୁଏ, ହାଓ୍ୱାରେ ଭୋଟ୍ ବି ହୁଏ । ତେଣୁ ସରକାର ବିରୋଧୀ ହାଓ୍ୱାକୁ କେବଳ ଆଉ କେବଳ ମୋଦି ହାଓ୍ୱାରେ ବଦଳାଇବାକୁ ଏକାକି ୩୫ରୁ ଊର୍ଦ୍ଧ୍ୱ ରାଲି କଲେ, ଆଉ ସବୁଠି ଭୋଟରଙ୍କ ସାମ୍ନାକୁ ଆଣିଲେ ଭୂପେନ୍ଦ୍ର-ନରେନ୍ଦ୍ର ଯୋଡ଼ିକୁ । କାମ କଲା ଜବରଦସ୍ତ କାମ କଲା ମୋଦି ମ୍ୟାଜିକ୍...ଖାଟନୁଡିଆ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ବି ରେକର୍ଡ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟରେ ଜିତିଲେ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୧୫୦ରୁ ଅଧିକ ଆସନ ପାଇ ଐତିହାସିକ ବିଜୟ ପାଇଲା ବିଜେପି । ଖୋଦ୍ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୨୦୦୨ ନିର୍ବାଚନର ୧୨୭ ସିଟ୍ରେ ବିଜୟ ରେକର୍ଡ ଭାଙ୍ଗିଲା । ୧୯୮୫ରେ କଂଗ୍ରେସର ୧୪୯ ସିଟର ରେକର୍ଡକୁ ବି ଧୂଳିସାତ୍ କଲା ।
ବିଜେପିର ବିଜୟ ସୁନାମିରେ କଂଗ୍ରେସର ବୁଡ଼ିଗଲା ଭଳି ସ୍ଥିତି ପାଖାପାଖି ମୂଳପୋଛ । ଶେଷଥର ପାଇଁ ୧୯୯୦ରେ ଦଳ ୩୩ ସିଟ୍ ଜିତି ଯେଉଁ ପରାଭବ ପାଇଥିଲା । ଏଥର ତାଠୁ ଆହୁରି ଦୟନୀୟ ପ୍ରଦର୍ଶନ ସହ ୨୦ ତଳକୁ ଖସିଛି । ସେହିପରି ପ୍ରଥମ ଏଣ୍ଟ୍ରିରେ ଗୁଜରାଟ ଦଖଲର ସ୍ୱପ୍ନ ଦେଖୁଥିବା ଆମ୍ ଆଦମି ପାର୍ଟିକୁ ବି ଜୋରଦାର ଝଟକା ଲାଗିଛି । ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇପାରିନି ଆପ୍ । ଦଳର ମୁଖ୍ୟମନ୍ତ୍ରୀ ଚେହେରା ଇସୁଦାନ୍ ଗଡଭି ବି ୨୦ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ।
ଗୁଜରାଟରେ ବିଜେପିର ସର୍ବକାଳୀନ ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ୍ । ଆସନ୍ତା ୧୨ ତାରିଖରେ ସରକାର ଶପଥ ନେବାକୁ ଯାଉଛି ଏବଂ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବା ନେଇ ସୂଚନା ଦେଇଛନ୍ତି ନିଜେ ଭୂପେନ୍ଦ୍ର ।
]]>ଏହାସହ ବିଜୟ ବ୍ୟବଧାନରେ ରେକର୍ଡ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ । ଘାଟଲୋଡିଆ ଆସନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରେକର୍ଡ କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ସେ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଏଠାରେ ଭୂପେନ୍ଦ୍ର ପଟେଲଙ୍କୁ ମିଳିଛି ୨ ଲକ୍ଷ ୧୨ ହଜାରରୁ ଅଧିକ ଭୋଟ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀଙ୍କ ହାତକୁ ଯାଇଛି ମାତ୍ର ୨୧ ହଜାର ଭୋଟ ।
ବିଜେପି ଲଗାତାର ସପ୍ତମ ଥର ପାଇଁ ଗୁଜରାଟରେ ବିଜୟ ହାସଲ କରିବା ମଧ୍ୟ ଏକ ରେକର୍ଡ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳ ଲାଗାତାର ୭ ତର ବିଜୟ ହାସଲ କରିଥିଲା । ଏହି ପ୍ରକାରେ ପୁଣି ଥରେ ବିଜେପି ହାତକୁ ଯାଇଛି ଗୁଜରାଟ ଆସନ ଏବଂ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଗୁଜରାଟରେ ୩୨ ବର୍ଷ ପୂରଣ ହୋଇଯିବ ।
ଆଜି ସକାଳୁ ଗଣତି ଆରମ୍ଭ ହେବା ମାତ୍ରେ ବିଜେପି ପ୍ରାର୍ଥୀମାନେ ବିଭିନ୍ନ ରାଉଣ୍ଡରେ ଆଗୁଆ ରହିଥିଲେ । ଗୁଜରାଟରେ ସରକାର ଗଠନ ପାଇଁ ୯୨ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବିଜେପି ସପକ୍ଷରେ ବହୁମତ ରହିଛି । ତେଣୁ ଗୁଜରାଟରେ ପୁଣିଥରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବିଜେପି ନେତା ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ପ୍ରମୁଖ ଆଗୁଆ ରହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆପ୍ ତୃତୀୟରେ ରହିଛି । ଗତ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ରହିଛି ବିଜେପି ।
]]>ମେହସାଣା ପୋଲିସ୍ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ ଠକେଇ, ବେଟିଂ ଲଗାଇବା ସମେତ ଅନ୍ୟ ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି । ଆଉ ଜଣେ ଅଭିଯୁକ୍ତ ନିଖୋଜ ଅଛନ୍ତି । ଯିଏକି ରୁଷ୍ରେ ରହି ସେଠାରୁ ପୁରା ଗେମ୍ ଅପରେଟ୍ କରୁଥିଲେ ।
ମିଳିଥିବା ସୂଚନା ଅନୁସାରେ, ଭଡନଗରର ମାଲିପୁର ଗାଁରେ କିଛି ଲୋକ ଏକ ଫାର୍ମ କିଣିଥିଲେ। ଏହାକୁ ସେମାନେ କ୍ରିକେଟ ପଡ଼ିଆରେ ପରିଣତ କରିଥିଲେ। ଫ୍ଲଡ୍ ଲାଇଟ୍ ଲଗାଯିବା ସହ ପିଚ୍ ମଧ୍ୟ କରାଯାଇଥିଲା। ମଲ୍ଟି କ୍ୟାମ୍ ସେଟ୍ଅପ୍, କମେଣ୍ଟ୍ରି ବକ୍ସ ସମେତ ଅନେକ ବ୍ୟବସ୍ଥା କରାଯାଇଥିଲା। ଯେମିତିକି ଏହା IPL ମ୍ୟାଚ୍ ଖେଳା ଯାଉଥିବା ଭଳି ଦେଖାଯିବ।
ଖାଲି ଏତିକି ନୁହେଁ ଏକ ମୋବାଇଲ୍ ଆପ୍ରେ ମ୍ୟାଚ୍ର ଲାଇଭ ମଧ୍ୟ ହେଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟକଥା, ଗାଁ ଯୁବକମାନଙ୍କୁ ଏଥିପାଇଁ ଟଙ୍କା ଦିଆଯାଉଥିଲା । ପ୍ରତ୍ୟେକ ମ୍ୟାଚ୍ରେ ଜଣକୁ ୪୦୦ ଟଙ୍କା ମିଳୁଥିଲା ଓ ପୁରା ମ୍ୟାଚ୍ ଖେଳା ଯାଉଥିଲା ।
ପୋଲିସ୍ ସୂଚନା ଅନୁସାରେ, ରୁଷ୍ରେ ବସି ପ୍ଲାନିଂ କରୁଥିବା ବ୍ୟକ୍ତି ଜଣକ ଇଶାରାରେ ହିଁ ସବୁକିଛି ଚାଲୁଥିଲା । ବେଟିଂ ହିସାବଠୁ ଆରମ୍ଭ କରି ଗାଁଲୋକ (ନକଲି କ୍ରିକେଟର) ସବୁକିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ଇଶାରାରେ ହିଁ ଚାଲୁଥିଲା । କେତେବେଳେ ନକଲି କ୍ରିକେଟର ଚୌକା ମାରିବେ କେତେବେଳେ ଆଉଟ୍ ହେବେ ସବୁକିଛି ପ୍ଲାନିଂରେ ହେଉଥିଲା । ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ କ୍ରିକେଟ ଟିକେଟ୍, ସ୍ପିକର, ଲାଇଟ୍, ମଲ୍ଟି କ୍ୟାମେରା ସେଟ୍ଅପ୍ ସମେତ ଅନେକ ଜିନିଷ ଜବତ କରିଛି ।
]]>ହରିଆଣାର ଅମ୍ବାଲା ପୋଲିସ ଅମ୍ବାଲା ଜିଲ୍ଲା ଶାହଜାଦପୁର ଥାନାରେ ଗଛିତ ରଖାଯାଇଥିବା ପ୍ରାୟ ୪୦ ହଜାର ଲିଟର ମଦକୁ ନଷ୍ଟ କରିଦେଇଛି । ଏହି ମଦର ମୂଲ୍ୟ ପାଖାପାଖି ଏକ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗତ ୨୪ ତାରିଖରେ ଥାନା ପାଖରେ ସମସ୍ତ ମଦ ବୋତଲକୁ ଏକାଠି କରାଯାଇଥିଲା । ପରେ ସେଥିରେ ରୋଲର ଚଢ଼ାଇ ନଷ୍ଟ କରିଦିଆଯାଇଥିଲା ।
ଅମ୍ବାଲା ଏସ୍ପିଙ୍କ ସୂଚନା ଅନୁସାରେ ଏହି ମଦ ବୋତଲ ସବୁ ୨୦୧୭ରୁ ୨୦୨୧ ମଧ୍ୟରେ ବିଭିନ୍ନ ସ୍ଥାନରୁ ଜବତ କରାଯାଇଥିଲା । ୩ ବର୍ଷ ମଧ୍ୟରେ ପ୍ରାୟ କୋଟିଏ ଟଙ୍କାର ୪୦ ହଜାର ଲିଟର ମଦ ଜବତ ହୋଇଥିଲା । ଏଥିରେ ପ୍ରାୟ ୩୪ ହଜାର ଲିଟର ବିଦେଶୀ ଓ ୬ ହଜାର ଲିଟର ଦେଶୀ ମଦ ରହିଥିଲା । ଦୀର୍ଘଦିନ ଧରି ଥାନାରେ ଗଛିତ ରହିଥିବା ମଦକୁ ନଷ୍ଟ କରିବା ଲାଗି ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶ ମିଳିବା ପରେ ଗୋଟିଏ କମିଟି ଗଠନ ହୋଇଥିଲା । କମିଟିର ସୁପାରିଶ ଅନୁସାରେ ଏହି ମଦଗୁଡ଼ିକୁ ନଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିଲା । ଆଉ ଶେଷରେ ମଦ ବୋତଲଗୁଡ଼ିକୁ ରୋଲର ଚଢ଼ାଇ ନଷ୍ଟ କରିଦିଆଯାଇଛି ।
ମଦକୁ ନଷ୍ଟ କରିବାକୁ ରୋଲର ଚକା ତଳେ ଚାପି ଦିଆଯାଉଛି... #Roller #Wine #OTV pic.twitter.com/1siOr2vJSM
— ଓଟିଭି (@otvkhabar) May 26, 2022
ସେହିପରି ଗୁଜରାଟର ବରୋଦାରେ ମଧ୍ୟ ସମାନ ଢ଼ଙ୍ଗରେ ପୋଲିସ ମଦ ନଷ୍ଟ କରିଛି । ବରୋଦାରେ ପୋଲିସ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମଦକୁ ନଷ୍ଟ କରିଛି । ଏହି ମଦ ସବୁକୁ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ୪ଟି ଥାନା ଅଞ୍ଚଳରୁ ଜବତ କରାଯାଇଥିଲା । ପାଖାପାଖି ୬୦ ହଜାର ବୋତଲ ଏବଂ କ୍ୟାନକୁ ନଷ୍ଟ କରାଯାଇଛି । ସୂଚନାଯୋଗ୍ୟ, ଗୁଜରାଟରେ ମଦକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏଠାରେ ମଦ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ୍ । ମଦ ବିକ୍ରି କଲେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ସରକାର ।
]]>ସୂଚନା ଅନୁସାରେ, ଏହି ଡ୍ରଗ୍ସ ପାକିସ୍ତାନରୁ ଆସୁଥିଲା ତେବେ ଏହି ଡ୍ରଗ୍ସ କାହା ପାଖକୁ ଆସୁଥିଲା ଏନ୍ସିବି ତାହାର ତଦନ୍ତ କରୁଛି । ବଡ଼ ବଡ଼ ଅଖାରେ ପ୍ୟାକିଂ ହୋଇଥିବା ଏହି ଡ୍ରଗ୍ସକୁ ଗୁଜୁରାଟର ପୋରବନ୍ଦରକୁ ଅଣାଯାଇଛି ତେବ ଜବତ ଡ୍ରଗ୍ସ ସଂପର୍କରେ ଏନ୍ସିବି ଅଧିକ ତଦନ୍ତ ଜାରି ରଖିଛି ।
ଡ୍ରଗ୍ସ ବିରୋଧରେ ଏନ୍ସିବିର ଅଭିଯାନରେ ଏହା ଅନ୍ୟତମ ବଡ଼ ସଫଳତା ନୋସେନାର ଜାହାଜରେ ସମୁଦ୍ର ମଝିରେ ୪ ଦିନ ଧରି ଜଗି ରହିବା ପରେ ଏତେବଡ଼ ଡ୍ରଗ୍ସ ଚାଲାଣକୁ ଧରାଯାଇପାରିଛି ବୋଲି ଏନ୍ସିବି ମହାନିର୍ଦ୍ଦେଶକ ଏସ୍. ଏନ୍. ପ୍ରଧାନ ସୂଚନା ଦେଇଛନ୍ତି ।
ଡ୍ରଗ୍ସ ନେଇ ଆସୁଥିବା ବୋଟ୍ଟି ଭାରତୀୟ ସାମୁଦ୍ରିକ ସୀମା ଭିତରେ ପ୍ରବେଶ କରିବା କ୍ଷଣି ଚଢ଼ଉ କରାଯାଇଥିଲା । ସବଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏନ୍ସିବି ଓ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ବୋଟ୍ଟିକୁ ବୁଡ଼ାଇ ଦେବାକୁ ଚେଷ୍ଟା କରାଯାଇଥିଲା ହେଲେ ନୌସେନା ଟିମ୍ ତତକ୍ଷଣାତ ଏଥିରୁ ଡ୍ରଗ୍ସ ଉଦ୍ଧାର କରିପାରିଥିଲେ ବୋଲି ଏନ୍ସିବି ପକ୍ଷରୁ ସୂଚନା ଦିଆଯାଇଛି ।
]]>ସୂଚନା ଅନୁସାରେ, ଗ୍ରାମ୍ୟ ରକ୍ଷକ ଟିମ୍ରେ ନିଯୁକ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗୁଜରାଟ ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇଁ ୬୦୦ ପଦବୀ ବାହାରିଥିଲା ଓ ଆଜି ଇଣ୍ଟରଭ୍ୟୁ ଥିଲା। ତେବେ ୬୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ହଜାର ହଜାର ସଂଖ୍ୟକ ଆଶାୟୀ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ଲାଗି ପହଞ୍ଚିଥିଲେ।
ନିଯୁକ୍ତି ପୂର୍ବରୁ ହେବାକୁ ଥିବା ଫିଜିକାଲ୍ ଟେଷ୍ଟ୍ ପାଇଁ ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ପୋଲିସର ବି ନିଦ ଉଡ଼ି ଯାଇଥିଲା। ଘଟଣାସ୍ଥଳରେ ଠେଲାପେଲା ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଶେଷରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍କୁ ଲାଠି ମାଡ଼ କରିବାକୁ ପଡ଼ିଥିଲା।
]]>ମୃତ କଲେଜ ଛାତ୍ରୀଙ୍କ ଘର ଦକ୍ଷିଣ ଗୁଜରାଟର ନଭ୍ସାରିରେ। ସେ ଭଦୋଦରାରେ ରହି ଏକ NGOରେ କାମ କରୁଥିଲେ। ମୃତ ଯୁବତୀଙ୍କ ବ୍ୟାଗ୍ରୁ ଏକ ଡାଏରୀ ମିଳିଛି। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, NGOରେ କାମ ସାରି ହଷ୍ଟେଲ୍ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଛି। ତାଙ୍କ ଆଖିରେ ପଟି ବାନ୍ଧି ଭଦୋଦରାରେ ୨ ଜଣ ଯୁବକ ଅଟୋରିକ୍ସାରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ।
ଯୁବତୀ ଜଣକ ଡାଏରୀରେ ଆହୁରି ଲେଖିଥିଲେ, ସମ୍ପୃକ୍ତ ୨ ଯୁବକ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ। ହେଲେ ସେଠାରେ ଜଣେ ବସ୍ ଡ୍ରାଇଭର ପହଞ୍ଚି ଯିବାରୁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଯୁବତୀ ଜଣକ ସାଙ୍ଗଙ୍କ ଘରେ ପହଞ୍ଚିବା ପାଇଁ ଡ୍ରାଇଭରଙ୍କ ସହାୟତା ଲୋଡ଼ିଥିଲେ।
ତେବେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଛି ନା ନାହିଁ କି ଯୌନ ନିର୍ଯାତନା ଦିଆଯାଇଛି କି ନାହିଁ, ସେ ସମ୍ପର୍କରେ ଯୁବତୀ ଜଣକ ଡାଏରୀରେ କିଛିବି ଉଲ୍ଲେଖ କରି ନାହାନ୍ତି। ହେଲେ ୨ ଜଣ ଯୁବକ କିଭଳି ଭାବରେ ତାଙ୍କୁ ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇଗଲେ ସେସମ୍ପର୍କରେ ସେ ଡାଏରୀରେ ଉଲ୍ଲେଖ କରିଛନ୍ତି। ତେଣୁ ଏଥିରୁ ଜଣାପଡ଼ୁଛି, ତାଙ୍କ ସହ ଗଣଦୁଷ୍କର୍ମ ହୋଇଥାଇପାରେ ବୋଲି ପୋଲିସ୍ କହିଛି। ଏନେଇ ପୋଲିସ୍ ତଦନ୍ତ ଚଳାଇଛି।
ସେପଟେ, ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଯୁବତୀଙ୍କ viscera ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବ।
ଅନ୍ୟପକ୍ଷେ, ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ନା ନାହିଁ ତଦନ୍ତ କରିବାସ ଅଭିଯୁକ୍ତଙ୍କୁ ଧରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ ପାଇଁ ପୃଥକ ପୃଥକ ଭାବେ ପାଖାପାଖି ୨୫ଟି ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍ କଲ୍ ଡାଟା ରେକର୍ଡସ୍, ଇଲେକ୍ଟ୍ରୋନିକ୍ ସର୍ଭେଲାନ୍ସ ଇତ୍ୟାଦି ବ୍ୟବହାର କରି ଛାନ୍ଭିନ୍ କରୁଛି।
]]>କମ୍ପାନୀର ଡାଇରେକ୍ଟର ସୁବାଷ ଡାୱର କହିଛନ୍ତି, ‘ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ପ୍ରଦାନ କରିବା ଲାଗି ଆମେ ନିଷ୍ପତ୍ତି ନେଇଥିଲୁ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।’
ଦୀପାବଳି ଗିଫ୍ଟରେ ଗୁଜରାଟର ବ୍ୟବସାୟୀମାନେ ନଜ କର୍ମଚାରୀଙ୍କୁ ମହଙ୍ଗା ଉପହାର ପ୍ରଦାନ କରିଥାନ୍ତି। ଯାହାକୁ ନେଇ ସେମାନେ ଚର୍ଚ୍ଚାରେ ଥାନ୍ତି। ହୀରା ବ୍ୟବସାୟୀ ସବଜି ଢୋଲାକିଆ ନିଜ କର୍ମଚାରୀଙ୍କୁ ଦୀପାବଳି ଗିଫ୍ଟରେ କାର୍, ଫ୍ଲାଟ୍ ଓ ମୋଟା ଅଙ୍କର ଟଙ୍କା ଦେଇ ଚର୍ଚ୍ଚାକୁ ଆସି ସାରିଛନ୍ତି। ଆଉ ଏବେ ଏହି ତାଲିକାରେ ଲକ୍ଷ୍ମୀଦାସ ଭେକରିୟାଙ୍କ ନାଁ ଯୋଡ଼ି ହୋଇଛି। ଯିଏକି ଚଳିତ ବର୍ଷ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ଦୀପାବଳି ଅବସରରେ ଗିଫ୍ଟ କରିଛନ୍ତି।
Gujarat | On the occasion of #Diwali, a company in Surat has gifted electric scooters to its employees as Diwali gift
— ANI (@ANI) November 4, 2021
"In view of increasing fuel prices and other factors we've decided to gift electric vehicles to our employees," said Subhash Dawar, Director of the company pic.twitter.com/KW7ImBWiCg
କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ପ୍ରଦାନ କରିଥିବା ସୁରତର ଏହି ଜଣାଶୁଣା କମ୍ପାନୀର ନାଁ ‘Alliance Group’। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ଅନ୍ୟ ଘଟଣାକୁ ଦୃଷ୍ଟିରେ ରଖି ନିଜର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ପ୍ରଦାନ କରିବା ଲାଗି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା। ଇଲେକ୍ଟ୍ରିକ୍ ସ୍କୁଟି ବ୍ୟବହାର ଦ୍ୱାରା ପରିବେଶକୁ ମଧ୍ୟ ସୁରକ୍ଷିତ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଗତକାଲି ଦୀପାବଳି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ସ୍କୁଟି ପ୍ରଦାନ କରାଯାଇଥିଲା। କମ୍ପାନୀର ଏଭଳି ନିଷ୍ପତ୍ତିକୁ ନେଇ କର୍ମଚାରୀମାନେ ଖୁସି ବ୍ୟକ୍ତି କରିଛନ୍ତି। ଏହାଦ୍ୱାରା ଆହୁରି ଅଧିକ କାର୍ଯ୍ୟ କରିବା ଲାଗି ଏହା ପ୍ରେରଣା ଯୋଗାଇବ ବୋଲି କର୍ମଚାରୀମାନେ କହିଛନ୍ତି।
]]>ରାଷ୍ଟ୍ରୀୟ ସଂଯୋଜକଙ୍କ ଇଛା ଥିଲା ଗୁଜୁରାଟର ବିଜେପିର କାର୍ଯ୍ୟପନ୍ଥାକୁ ଓଡିଶା ଜାଣିବା ଆବଶ୍ୟକ ରହିଛି। ତେଣୁ ଏହି ୯ ଜଣିଆ ଟିମ ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ଓଡିଶା ଫେରିଛି। ସୁରତ ଗସ୍ତ ବେଳେ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେପଟେ ଏହି ଟିମ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସଭାପତିଙ୍କୁ ଦେବେ। ଖୁବଶୀଘ୍ର ରାଜ୍ୟ ସଭାପତି ଏହି ରିପୋର୍ଟ ଉପରେ ନିଜର ମତ ପ୍ରକାଶ କରିବେ ।ଗୁଜୁରାଟ ମଡେଲକୁ ରାଜ୍ୟ ବିଜେପି ଆପଣାଇବା ପାଇଁ ବିଚାର ବିମର୍ଷ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।
ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସୁରଟ ଅଭିଜ୍ଞତା ବିଷୟରେ ମତ ଦେଇ କହିଛନ୍ତି, ଏଠାରେ ଥିବା ବିଜେପି ନେତା କର୍ମୀଙ୍କ ସହ ଆଲୋଚନା ବୈଠକ ହୋଇହେଲା। ବିଜେପି କର୍ମୀମାନେ ଦାଣ୍ଡି ଯାତ୍ରା କରିଥିଲେ। ଦାଣ୍ଡି ପରିଦର୍ଶନ ପରେ ଗୁଜରାଟ ବିଜେପି ରାଜ୍ୟ ମୁଖ୍ୟ ସିଆର ପାଟିଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେଠାରେ ବିଭିନ୍ନ ପ୍ରସ୍ତୁତିକରଣ ଦେଖିବା ସହ ତା ଉପରେ ଆଲୋଚନା କରିଥିଲେ।
ଅନ୍ୟପକ୍ଷେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟର ବରିଷ୍ଠ ନେତାଙ୍କ ସହ ତୃଣମୂଳ କର୍ମୀଙ୍କ ପର୍ଯ୍ୟନ୍ତ ଅନେକଙ୍କୁ ଭେଟି ଆଲୋଚନା କରିବା ସହ ଅନେକ ବିଷୟ ଉପରେ ଅନୁଶୀଳନ କରାଗଲା। ଏହି ଆଲୋଚନାର ରିପୋର୍ଟ ରାଜ୍ୟ ସଭାପତିଙ୍କ ପାଖରେ ଉପସ୍ଥାପନ କରାଯିବ। ଏହି ରିପୋର୍ଟ ଆଧାରରେ ବିଜେପି ଓଡ଼ିଶାରେ ନିଜ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ତିଆରି ହେବ ଏବଂ ଏହି ବ୍ଲୁ ପ୍ରିଣ୍ଟ ଜରିଆରେ ଦଳ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
ସେହିପରି ଗୁଜରାଟ ଜାମନଗରର ନାଗେସର ଅଂଚଳରେ ଫସି ରହିଥିବା ୬ଜଣ ଲୋକଙ୍କୁ ଉଦ୍ଦାର କରାଯାଇଛି । ଲଗାଣ ବର୍ଷାଯୋଗୁଁ ଦୀର୍ଘ ସମୟ ଧରି ୪ଜଣ ମହିଳା ଓ ୨ ଜଣ ପୁରୁଷ ଫସି ରହିଥିଲେ । ଉଦ୍ଧାର କରିବାକୁ ସେମାନେ ସରକାରଙ୍କୁ ଅପିଲ କରିଥିଲେ । ଏହାପରେ ହେଲିକର ଦ୍ୱାରା ସେମାନଙ୍କୁ ଉଦ୍ଦାର କରାଯାଇଥିଲା ।
ସେପଟେ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ ଲୋକ ଏବେ ବି ମାଟି ତଳେ ଦବି କି ଅଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ।
ଆଜି ଦିଲ୍ଲୀର ଆଜାଦପୁର ପରିବା ବଜାର ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି । ରାତି ପ୍ରାୟ ୧୧.୫୦ ସମୟରେ ସବଜି ମଣ୍ଡି ଅଞ୍ଚଳରୁ ବଜାରରୁ ଏକ ଫୋନ୍ କଲ କରାଯାଇଥିଲା, ସେଠାରେ ଏକ କୋଠା ଭୁଶୁଡି ପଡିଥିବା ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଞ୍ଚଟି ଅଗ୍ନି ଟେଣ୍ଡର ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଏହି କୋଠାଟି ମାଲକାନଗଞ୍ଜ ନିକଟ ଦିଲ୍ଲୀର ରବିନ୍ ସିନେମା ସାମ୍ନାରେ ଅବସ୍ଥିତ ।
]]>ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ ଏହି ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ୁଥିଲେ। ତାଙ୍କ ଘନିଷ୍ଠ କୁହାଯାଉଥିବା ଭୂପେନ୍ଦ୍ର ପଟେଲ ପେସାରେ ଜଣେ ଇଞ୍ଜିନିୟର। ସେ ଅହମ୍ମଦାବାଦ୍ ଡେଭଲପମେଣ୍ଟ ବୋର୍ଡର ସଭାପତି ଥିଲେ। ପଟିଦାର ସମ୍ପଦ୍ରାୟଙ୍କ ମଧ୍ୟରେ ବେଶ ଦବ୍ଦବା ରହିଛି ଭୂପେନ୍ଦ୍ରଙ୍କର। ବିଶେଷ କରି ବ୍ୟବସାୟୀଙ୍କ ମଧ୍ୟରେ ଭୂପେନ୍ଦ୍ରଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି ।ଏକାଧିକ ବ୍ୟବସାୟିକ ସଂଘ ସହ ସେ ସପୃକ୍ତ ଅଛନ୍ତି।
୨୦୧୭ ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବ ଭାଇ ପଟେଲଙ୍କୁ ହରେଇଥିଲେ। ମୁଖ୍ୟମନ୍ତ୍ରୀ ଦୌଡରେ ଅନେକ ନାମ ସାମ୍ନାକୁ ଆସିଥିଲା।
ଏହି ଦୌଡରେ କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାବିୟା, ପୁରୁଷୋତ୍ତମ ରୁପାଲା, ଲକ୍ଷଦ୍ୱୀପ ପ୍ରଶାସକ ପ୍ରଫୁଲ୍ ପଟେଲ୍, ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ୍, ସିଆର୍ ପାଟିଲ୍ ଓ ଗୋରଧନ ଝଡକିଆଙ୍କ ନାମ ସାମିଲ ଥିଲା। କିନ୍ତୁ ବିଜେପି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲା । ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ର ପଟେଲଙ୍କ ନାମରେ ଶେଷ ମୋହର ବାଜିଛି। ଏହା ପୂର୍ବରୁ ଯେତେବେଳେ ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ସେତେବେଳେ ନିତିନ୍ ପଟେଲଙ୍କ ନାମ ଆଗରେ ଚାଲିଥିଲା। କିନ୍ତୁ ପରେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେଲା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୂପାଣୀଙ୍କ ନାମ ଘୋଷଣା କରାଯାଇଥିଲା।
]]>ସୁରଟର ଏହି ଦୁଇ ବାଲ୍ୟବନ୍ଧୁଙ୍କର ବ୍ରେନ୍ଡେଡ୍ ହେବା ପରେ ମୃତ୍ୟୁ ଘଟିଲା। ଦୁଇ ବନ୍ଧୁଙ୍କ ପରିବାର ସୁରଟର ଡୋନେଟ ଲାଇଫ ସଂସ୍ଥା ମାଧ୍ୟମରେ ସେମାନଙ୍କର ଅର୍ଗାନ ଡୋନେଟ କରିଛନ୍ତି। ଏହି ଅର୍ଗାନ ପାଇଁ ଆଜି ବଞ୍ଚିଯାଇଛି ୧୨ ଜଣଙ୍କ ଜୀବନ। ପ୍ରଥମ ଥର ପାଇଁ ସୁରଟର ଏକ ଡାକ୍ତରଖାନାରେ କେହି ୧୩ଟି ଅର୍ଗାନ ଏକକାଳୀନ ଡୋନେଟ କରିଛନ୍ତି।
ବ୍ରେନ ଡେଡ୍ ହେବା ପରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ସୁରଟର ଡୋନେଟ ଲାଇଫ ସଂସ୍ଥାର ନୀଲେଶ ମାଣ୍ଡଲେବାଲା ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ। ଅର୍ଗାନ ଡୋନେଟ କରିବା ପାଇଁ ସେ ପରିବାର ଲୋକଙ୍କୁ ବୁଝାଇଥିଲେ। ଶେଷରେ ପରିବାର ଲୋକେ ତାଙ୍କ କଥାରେ ରାଜି ହୋଇଥିଲେ। ଏହା ପରେ ପରିବାର ଲୋକେ ପିଲାମାନଙ୍କର କିଡ୍ନୀ, ଲିଭର, ହାର୍ଟ, ଲଙ୍ଗସ୍ ଏବଂ ଆଖି ଦାନ କରିଥିଲେ। ଦୁଇ ପିଲାଙ୍କର ଏହି ଅର୍ଗାନ ଦ୍ୱାରା ୧୨ ଜଣଙ୍କୁ ମିଳିଥିଲା ନୂଆ ଜୀବନ।
ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାମ କ୍ରିଶ। କ୍ରିଶ ଗାନ୍ଧି। କ୍ରିଶଙ୍କ ଜନ୍ମଦିନ ଅଗଷ୍ଟ ୨୪ ତାରିଖରେ ଥିଲା। ଜନ୍ମଦିନ ପାଳନ କରିବା ପରେ ରାତିରେ ନିଜ ଗାଡ଼ିରେ ଘରକୁ ଫେରୁଥିଲେ। ବାଟରେ ଜଣେ କାର ଚାଳକ ତାଙ୍କ ମୋପେଡକୁ ଧକ୍କା ଦେଇଥିଲା। ଏହି ଘଟଣାରେ ପୋଲିସ କପଡ଼ା ବ୍ୟବସାୟୀ ଡ୍ରାଇଭର ରିଜବାନ ଶେଖକୁ ଗିରଫ କରିଥିଲା। ମୃତକଙ୍କ ଅର୍ଗାନକୁ ଅହମ୍ମଦାବାଦ ଏବଂ ହ୍ରାଇଦ୍ରାବାଦ୍ରେ ପହଞ୍ଚାଇବା ପାଇଁ ଦୁଇଟି ଅଲଗା ଅଲଗା ଗ୍ରୀନ କରିଡର ତିଆରି କରିଥିଲେ।
ସୁରଟରୁ ହାଇଦ୍ରାବାଦ୍ ୯୨୬ କିମି। ଏହି ରାସ୍ତାକୁ ୧୮୦ ମିନିଟ୍ରେ ପହଞ୍ଚାଇବାର ଲକ୍ଷ୍ୟ ନେଇ କ୍ରିଶଙ୍କର ଲଙ୍ଗସ୍ଙ୍କୁ ନିଆଯାଇଥିଲା ଏବଂ ସିଆରପିଏଫର ପୁଣେ ୟୁନିଟ୍ରେ କାମ କରୁଥିବା ଜଣେ ୫୪ ବର୍ଷୀୟ ଯବାନଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଯବାନ ଜଣକ ଗତ ଦେଢ ବର୍ଷ ହେବ ଅକ୍ସଜେନ ସପୋର୍ଟରେ ଥିଲେ।
ଅନ୍ୟଜଣେ ଅର୍ଗାନ ଡୋନର ହେଉଛନ୍ତି ମିତ୍ ପାଣ୍ଡ୍ୟା। ସୁରଟରୁ ଅହମ୍ମଦାବାଦ୍ ୨୮୮ କିମି ଦୂର ରାସ୍ତାକୁ ୯୦ ମିନିଟ୍ରେ ପହଞ୍ଚାଇବା ଲକ୍ଷ୍ୟ ନେଇ ତାଙ୍କର ହାର୍ଟକୁ ବଡୌଦାରେ ରହୁଥିବା ୨୧ ବର୍ଷୀୟ ଯୁବତୀଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଗଲା। ସେହିପରି କ୍ରିଶଙ୍କ ଲିଭରକୁ ରାଜକୋଟ ନିବାସୀ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ମିତ୍ ପାଣ୍ଡ୍ୟାଙ୍କ ଲିଭର ଜଣେ ୪୭ ବର୍ଷୀୟ ଶିକ୍ଷକଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଗଲା। ଏହି ପରି ଦାନରେ ମିଳିଥିବା ୪ଟି କୀଡ୍ନି ଅନ୍ୟମାନଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଅହମ୍ମଦାବାଦ୍ର Institute of Kidney Diseases and Research Centre ଏହାକୁ ରଖାଯାଇଛି। ଏଠି କହିରଖିବୁ, ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ହାର୍ଟ ଦାନ କରିବା ରୋଗୀଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି।
]]>ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି।
ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା କରିଛି ଗୁଜରାଟ। ତେବେ ୨୦୦୨ରେ ହୋଇଥିବା ଭୂମିକମ୍ପ ସବୁଠାରୁ ବଡ଼ ଥିଲା। ଏହାପୂର୍ବରୁ ୧୯୫୬ ମସିହାରେ ଅଞ୍ଜରରେ ଏବଂ କଚ୍ଛ ଜିଲ୍ଲାର ରନ୍ନ ଠାରେ ୧୯୧୮ରେ ଭୟଙ୍କର ଭୂମିକମ୍ପ ହୋଇଥିଲା।
ରିପୋର୍ଟ ଅନୁସାରେ, ୨୦୦୧ ଜାନୁଆରୀରେ ୨୬ ତାରିଖରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ମାତ୍ର ୧୦୦ ସେକେଣ୍ଡ ପାଇଁ ଗୁଜରାଟ ସମେତ ବାଂଲାଦେଶ, ନେପାଳ ଏବଂ ପାକିସ୍ତାନକୁ ମଧ୍ୟ ଥରାଇ ଦେଇଥିଲା ଏହି ଭୂମିକମ୍ପ।
ସେହିଭଳି ଗତ ତିନିମାସ ମଧ୍ୟରେ ଦେଶର ରାଜଧାନୀରେ ୧୦ ଅଧିକ ଭୂମିକମ୍ପ ହୋଇସାରିଲାଣି। ମେ ୨୬ ତାରିଖରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍ରେ ୪.୫ ରହିଥିବା ବେଳେ ଏନ୍ସିଏସ୍ ଅନୁସାରେ ଏହାର ତୀବ୍ରତା ୪.୬ ରହିଥିଲା। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା।
]]>ସୂଚନା ଅନୁସାରେ, ସୁରତର ସଗରାମପୁର ଅଂଚଳରେ ରହୁଥିବା ଅସଫାକ୍ ଛେଳି ରଖିବାକୁ ପସନ୍ଦ କରନ୍ତି। କେବଳ ରଖନ୍ତି ତାହା ନୁହେଁ ବରଂ ଉପଯୁକ୍ତ ଲାଳନପାଳନ କରି ସେମାନଙ୍କୁ ବିକ୍ରି ମଧ୍ୟ କରନ୍ତି। କିନ୍ତୁ ଏହି ଛେଳିକୁ ସେ ବିକ୍ରି କରିନଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଏହି ଛେଳିକୁ ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ଦେବା ସହ ବିଭିନ୍ନ ପ୍ରକାର ଔଷଧ ଦେଉଥିବା ଅସଫାକ୍ କହିଛନ୍ତି। ବର୍ତ୍ତମାନ ସମୟରେ ଛେଳିର ଓଜନ ୧୯୨ କିଲୋ ରହିଥିବା ବେଳେ ତାହାର ଉଚ୍ଚତା ରହିଛି ୪୬ ଇଞ୍ଚ।
ଏହି ଛେଳିକୁ ନେବା ପାଇଁ ମହୀଶୂରର ଜଣେ ବିଲଡ଼ର ଇଚ୍ଛା ପ୍ରକାଶ କରିଛନ୍ତି। ଛେଳିକୁ ନେବା ପୂର୍ବରୁ ବିଲଡ଼ର ଜଣକ କୁଆଡ଼େ ପୂରା ଘରଠାରୁ ଆରମ୍ଭ କରି ପୂଜା ହେବା ସ୍ଥାନକୁ ବେଶ୍ ଆକର୍ଷଣୀୟ ଭାବରେ ସଜେଇଛନ୍ତି। ସେ ଯାହା ବି ହେଉ, ବକରୀ ଇଦରେ ପରମ୍ପରା ଅନୁସାରେ, ଏକ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁସ୍ଥ ଛେଳିର ଆବଶ୍ୟକତା ରହିଥାଏ। ତେଣୁ ଏହି ଛେଳିର ଚାହିଦା ଅଧିକ ରହିଥିବାରୁ ଏତେ ଦାମ୍ ରହିଛି ବୋଲି ମାଲିକ ଅସଫାକ୍ କହିଛନ୍ତି।
]]>ଦୁଇ ଚିତାବାଘ ମଧ୍ୟରେ ପ୍ରେମ। ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ। ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ। ଯନ୍ତାରୁ ପ୍ରେମିକକୁ ବାହାର କରିବାକୁ ମାଈ ଚିତାବାଘ ବହୁତ ଚେଷ୍ଟା କରୁଛି। ଏପରିକି ଅଣ୍ଡିରା ଚିତାବାଘଟି ମଧ୍ୟ ମୁକୁଳିବାକୁ ବହୁତ ଚେଷ୍ଟା କରିଥିଲା। ଶିକାର କରିବାକୁ ଆସି ଯନ୍ତାରେ ପଡ଼ି ଯାଇଥିଲା ଅଣ୍ଡିରା ଚିତାବାଘ। ନିଜ ପ୍ରେମିକକୁ ମୁକ୍ତ କରିବା ଲାଗି ରାତି ସାରା ମାଈ ଚିତାବାଘଟି ଚେଷ୍ଟା କରିଥିଲା। ସକାଳେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆସିଥିବାରୁ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା ମାଈ ଚିତାବାଘଟି। ଏସବୁ କଏଦ ହୋଇଛି ସିସିଟିଭିରେ।
https://youtu.be/sdjfAdZq1bk
ଅଣ୍ଡିରା ଚିତାବାଘକୁ କାବୁ କରି ପରେ ତାକୁ ଛାଡ଼ି ଦିଆଯାଇଥିଲା ଘଞ୍ଚ ଜଙ୍ଗଲରେ। କିନ୍ତୁ ଆଶ୍ଚର୍ଯ୍ୟର କଥା ନିଜ ପ୍ରେମିକକୁ ଖୋଜି ଖୋଜି ଏହି ସ୍ଥାନକୁ ପୁଣି ଆସିଥିଲା ମାଈ ଚିତାବାଘଟି। ଯନ୍ତା ବସାଯାଇଥିବା ସ୍ଥାନକୁ ବାରମ୍ବାର ଆସିଥିଲା। ବୋଧହୁଏ ସେ ଭାବୁଥିଲା ତାର ପ୍ରେମିକ ହଠାତ ଏଠାରୁ କୁଆଡ଼େ ଗାଏବ ହୋଇଯାଇଛି।
ଏହି ଅଞ୍ଚଳରେ କିଛି ଦିନ ଧରି ଗୋଟିଏ ଯୋଡ଼ା ଚିତାବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ। କୌଣସି ଅଘଟଣ ହେବା ଆଶଙ୍କା କରି ସେମାନେ ଫ୍ରେଣ୍ଡସ୍ ଅଫ୍ ଆନିମଲ୍ ସୋସାଇଟିକୁ ଖବର ଦେଇଥିଲେ। ଚିତାବାଘକୁ ଧରିବାକୁ ଯନ୍ତା ବସା ଯାଇଥିଲା। ୬ ଥର ଚକ୍ମା ଦେବା ପରେ ସପ୍ତମ ଥର ଯନ୍ତାରେ ପଡ଼ି ଯାଇଥିଲା ଅଣ୍ଡିରା ଚିତାବାଘ। ଗନ୍ଧ ବାରି ବାରି ହୁଏତ କିଛି ଦିନ ପରେ ଦୁଇ ଚିତାବାଘ ପରସ୍ପରକୁ ପାଇଯିବେ, କିନ୍ତୁ ଏଇ କିଛି ଦିନ ଯେମିତି ଉଭୟେ ପରସ୍ପରକୁ ଖୋଜିଲେ, ତାହା ପଶୁପ୍ରେମୀଙ୍କୁ ପ୍ରଭାବିତ କରିଛି।
]]>