କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ ବିକ୍ରି ମଧ୍ୟ ବିଗତ ବର୍ଷ ତୁଳନାରେ ୨.୮୬ ପ୍ରତିଶତ ବଢ଼ିଛି। ଦେଶୀ ମଦ ବିକ୍ରି ବଢ଼ିଛି ୬.୮୫ ପ୍ରତିଶତ। ଗତବର୍ଷ ଦେଶୀ ମଦ ବିକ୍ରି ପୂର୍ବବର୍ଷ ତୁଳନାରେ ୪.୦୫ ପ୍ରତିଶତ ହ୍ରାସ ପାଇଥିଲା।
ରାଜ୍ୟରେ ମଦ ବିରୋଧରେ ବିଭିନ୍ନ ସମୟରେ ମହିଳାଙ୍କ ଦ୍ୱାରା ଆନ୍ଦୋଳନ ହେଉଛି। ଏପରିକି ମହିଳାମାନେ ମଦ ଦୋକାନ ଭଙ୍ଗାରୁଜା କରିବାର ଅନେକ ନଜିର ରହିଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି। ତଥ୍ୟ ମୁତାବକ ମହିଳା ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ଜଗତସିଂହପୁର ଜିଲ୍ଲାରେ ୨ଟି, ମୟୂରଭଞ୍ଜରେ ୧୮ଟି, ଅନୁଗୁଳରେ ୧୧ ଓ ବରଗଡ଼ରେ ୫ଟି ମାମଲା ମହିଳାଙ୍କ ନାମରେ ରୁଜୁ ହୋଇଛି। ଅନ୍ୟ କୌଣସି ଜିଲ୍ଲାରେ ମଦ ଦୋକାନ ଭଙ୍ଗାରୁଜା ସଂକ୍ରାନ୍ତରେ ମହିଳାମାନଙ୍କ ନାଁରେ ମାମଲା ରୁଜୁ ହୋଇ ନ ଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।
]]>