ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ ଶିକ୍ଷକ/ଅଧ୍ୟାପକ ସଂଘ ମଧ୍ୟରେ ବିସ୍ତୁତ ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ୩ଟି ଦାବି ରଖାଯାଇଥିବା ବେଳେ ଆସନ୍ତା ତିନି ମାସ ଭିତରେ ସେମାନଙ୍କ ଦାବି ପୂରଣ ନେଇ ଚେଷ୍ଟା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ।