ସେହିପରି ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ । ସ୍ୱଳ୍ପ ଦିବସର ଅଧିବେଶନରେ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଗୃହରେ ଘେରିବା ପାଇଁ ରଣନୀତି କରିଛନ୍ତି ।
ଅନ୍ୟପଟେ ଓଡ଼ିଶା ବିକାଶ, ବିଶ୍ୱ ଓଡ଼ିଆ ସମ୍ମିଳନୀକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଭାଗନେବା ସହ ବିରୋଧୀଙ୍କ ପ୍ରଶ୍ନର ସଠିକ ମୁକାବିଲା କରିବାପାଇଁ ବିଜେଡି ବିଧାୟକ ଦଳ ବୈଠକରେ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତକାଲି ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ପ୍ରଥମ ଅଭିଭାଷଣ ରଖିଥିଲେ । ଏକ ଘଣ୍ଟା ୫୫ ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ନୂଆ ଓ’ କାର୍ଯ୍ୟକ୍ରମ ଯାଏଁ ସବୁଥିରେ ରାଜ୍ୟ ବିକାଶ ଆଡ଼କୁ ବଢୁଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।
ସେହିପରି ୨୦୨୭ ସୁଦ୍ଧା ମେଟ୍ରୋ ରେଳ ଆରମ୍ଭ ଓ ୨୦୨୪ ଡିସେମ୍ୱର ସୁଦ୍ଧା ବସ୍ତି ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ତତ୍ପରତାର ସହ କାମ କରୁଥିବା କହିଥିଲେ । ଫାଇଭ ଟି ଓ ମୋ ସରକାର ପ୍ରଶାସନିକ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ସେହିପରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି । ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ କମିଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, କୃଷି ଓ ଜଳସେଚନ ଆଦି କ୍ଷେତ୍ରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟ ଅଗ୍ରଣୀ ଆଡକୁ ଗତି କରୁଛି ବୋଲି ରାଜ୍ୟପାଳ ମତ ରଖିଥିଲେ ।
]]>ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପକୁ ନେଇ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ମା’ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ନୂଆ-ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାର । ଫାଇଭ୍-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ବୋଲି ରାଜ୍ୟପାଳ କହିଛନ୍ତି ।
ଏହା ଛଡ଼ା ରାଜ୍ୟପାଳ ଆହୁରି କହିଛନ୍ତି ଯେ, ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଏଥି ସହିତ ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ରାଜ୍ୟପାଳ କହିଛନ୍ତି ।
ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ କରାଯାଇଛି । ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି । ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ଦିଆଯାଉଥିବା କହିଛନ୍ତି ରାଜ୍ୟପାଳ ।
ଅଭିଭାଷଣରେ ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ଚାଉଳ ଦେଉଛି ରାଜ୍ୟ । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି । ରାଜ୍ୟର ୪୦% ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ସମୟ ପୂର୍ବରୁ ଘର ସରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ରାଶି ଦିଆଯାଇଛି । ମଧ୍ୟବିତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ ହୋଇଥିବା ରାଜ୍ୟପାଳ ଆଜି ବିଧାନସଭାରେ କହିଛନ୍ତି ।
]]>ଗାଁର ଜଣେ ଦୃଷ୍ଟବାଧିତା ଅନ୍ନପୂର୍ଣ୍ଣା ପାତ୍ରଙ୍କ ଭଙ୍ଗା ଘରେ ରହୁଥିବା ଦେଖି ଉଭୟ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ତାଗିଦ୍ କରିବା ସହ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଳା ରେମୁଣା ବ୍ଲକ ଗସ୍ତ କରି ରେମୁଣା କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ପରିଦର୍ଶନ କରିଥିଲେ ।
ପରେ ସୁତେଇ ପଞ୍ଚାୟତର ବରଘାଇ ଅଙ୍ଗନବାଡି କେନ୍ଦ୍ର ଗସ୍ତ କରି ପୃଷ୍ଟିକର ଖାଦ୍ୟ କିପରି ସଠିକ୍ ଭାବେ ମାଆ ଓ ଶିଶୁଙ୍କ ପାଖରେ ପହଞ୍ଚିପାରିବ ସେନେଇ ଆଲୋଚନା କରିଥିଲେ । ଅନ୍ୟପଟେ ରାଜ୍ୟପାଳଙ୍କ ମହାନତାକୁ ନେଇ ଚାରିଆଡ଼େ ଏବେ ପ୍ରଶଂସା । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝିଅ ବାହାଘରରେ ଉପସ୍ଥିତ ରହି ଉଦାହରଣ ସୃଷ୍ଟି କରିଛନ୍ତି ରାଜ୍ୟପାଳ ।
ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି, ରାଜ୍ୟପାଳ ରଘୁବର ଦାସଙ୍କ ବଡ଼ପଣକୁ ସାବାସୀ ଜଣାଉଛନ୍ତି । ରାଜଭବନରେ ପାଣି ଯୋଗାଉଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ପତିତ ପାବନ ରାଉତରାୟଙ୍କ ଝିଅ ଅନୁପମାଙ୍କ ବାହାଘରରେ ଉପସ୍ଥିତ ରହିଥିଲେ ରାଜ୍ୟପାଳ ।
ଫୁଲତୋଡ଼ା ଦେଇ ଶୁଭେଛା ଜଣାଇବା ସହ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କାମନା କରିଛନ୍ତି, ତା’ସହ ପରିବାର ସହ ଫଟୋ ଉଠାଇଛନ୍ତି । ରାଜ୍ୟପାଳଙ୍କ ଏଭଳି ବଡ଼ପଣକୁ ପ୍ରଶଂସା କରିଛନ୍ତି ପତିତ ପାବନ ରାଉତରାୟ ।
]]>ଅନ୍ୟପଟେ ସରକାର କହୁଛନ୍ତି ଅନ୍ୟରାଜ୍ୟ ବେପାରୀଙ୍କ ଉପରେ ନଜର ରଖାଯାଇଛି । ଚାଷୀର ବୁକୁ ଫଟା ଅଭିଯୋଗ.. କୋହଭରା କଣ୍ଠରେ ରାଜ୍ୟପାଳଙ୍କୁ ଚାଷୀ କଲା ଅନୁରୋଧ । ଧାନର ଅସଲ ମୂଲ୍ୟ ଦେବାକୁ ଗୁହାରୀ । ସମ୍ବଲପୁର ଗସ୍ତକାଳରେ ଆଜି ରାଜ୍ୟପାଳ ରଘୁବର ଦାସ, ପରମାଣପୁରରେ ଚାଷୀ ଓ ଗ୍ରାମବାସୀଙ୍କଠାରୁ ଅଭିଯୋଗ ଶୁଣିଛନ୍ତି ।
କିଏ ରାଜ୍ୟର ଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ତ ଆଉ କିଏ ଅଭାବୀ ବିକ୍ରିକୁ ନେଇ । ଧାନ ମଣ୍ଡିରେ ଟୋକନ ସମସ୍ୟା, କଟନି ଛଟନି ଓ ଦଲାଲ୍ ରାଜୁତିକୁ ନେଇ ବି ଚାଷୀ ହଇରାଣ ହରକତ ହେଉଛି । ଏଭଳି ମାଳ ମାଳ ଅଭିଯୋଗର ଫର୍ଦ୍ଦ ସମ୍ବଲପୁର ଚାଷୀଙ୍କ ଠାରୁ ପାଇବା ପରେ ରାଜ୍ୟପାଳ ସମସ୍ୟାର ସମାଧାନ ଲାଗି ବି ପ୍ରତିଶ୍ରୁତି ଦେଇଛନ୍ତି ।
ଧାନମଣ୍ଡିରେ ଅନ୍ୟପଟେ ପରିଶ୍ରମର ଠିକ୍ ମୂଲ୍ୟ ନମିଳିବା ନେଇ ରାଜ୍ୟପାଳଙ୍କୁ ଗୁହାରି କରି ଚାଷୀ ମନ ଟିକେ ଆଶ୍ବସ୍ତ । କାରଣ ପୂର୍ବରୁ ଏଭଳି କୌଣସି ରାଜ୍ୟପାଳଙ୍କୁ ସିଧାସଳଖ ଅଭିଯୋଗ ଶୁଣାଇ ପାରୁନଥିଲେ ଚାଷୀ । ସେପଟେ ମଣ୍ଡିରେ ସମସ୍ୟା ପାଇଁ ଶୀତ ରାତିରେ ଧାନକୁ ଜଗି ବସି ରହିବାକୁ ବାଧ୍ୟ ହେଉଛି ।
ଧାନମଣ୍ଡି ସମସ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ବିଜେପି ମଣ୍ଡି ସମସ୍ୟାକୁ ରାଜ୍ୟ ସରକାର ଅଣଦେଖା କରୁଥିବା କହିଛି । ଦଳର ଅଭିଯୋଗ ମଣ୍ଡିରେ ଆଜି ବି ବସ୍ତା ପ୍ରତି ୨ ରୁ ୪ କିଲୋ ଧାନ କଟନି ଛଟନି ହେଉଛି । କିନ୍ତୁ ସମବାୟ ମନ୍ତ୍ରୀଙ୍କ ଉତ୍ତର ଏଯାଏଁ ମଣ୍ଡିରେ ଧାନ ସଂଗ୍ରହରେ କୌଣସି ସମସ୍ୟା ଉପୁଜି ନାହିଁ ।
ରାଜ୍ୟ ବାହାର ବେପାରୀଙ୍କ ଉପରେ ନଜର ରଖାଯାଇଛି । ବିଶେଷ କରି ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ର ସୀମାକୁ ଲାଗିଥିବା ଜିଲ୍ଲାଗୁଡିକରେ ସିଲ୍ ପଏଣ୍ଟ କରି ଚେକିଂ କଡା କଡି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ ସ୍ବଚ୍ଛତାର ନାରା ଆଉ ଅନ୍ୟପଟେ ରାଜ୍ୟପାଳଙ୍କ ଅଭିଯୋଗ ଶୁଣାଣିରୁ ଜନସାଧାରଣଙ୍କ ଅସୁମାରୀ ପ୍ରତିକ୍ରିୟା ।
ଏହାରି ଭିତରେ ରାଜ୍ୟପାଳଙ୍କ ପ୍ରତିଶ୍ରୁତି ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।
]]>ପରେ ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ପରେ ତାଦାମା ପଞ୍ଚାୟତ ଚିନ୍ତାଲିଗୁଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଆବାସ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଦର୍ଶ ବିଦ୍ୟାଳୟକୁ ଯାଇ ପିଲାଙ୍କ ସହିତ ଆଲୋଚନା ମଧ୍ୟ କରିଥଲେ ।
ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ରାଜ୍ୟର ପଛୁଆ ଜିଲ୍ଲା ମାଲକାନଗିରି ଓ କୋରାପୁଟ ଗସ୍ତ କରି ସିଧାସଳଖ ଲୋକଙ୍କ ସହ ମିଶିଥିଲେ ରଘୁବର ଦାସ । ମହିଳା ସଶକ୍ତିକରଣ ସହ ଦାରିଦ୍ର୍ୟ ଦୂରୀକରଣ ମାନସିକତାଠାରୁ ଉର୍ଦ୍ଧ୍ୱରେ ରହିବାର ମନ୍ତ୍ର ବି ଦେଇଥିଲେ ଗଭର୍ଣ୍ଣର ।
]]>ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅର୍ଥାଭାବ ଯୋଗୁଁ କିଭଳି ଆଇଏଏସ୍ ବନିବାର ସ୍ୱପ୍ନ ଅଧାରେ ରହିଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ଜଣେ ଛାତ୍ରୀ । ଏହାପରେ ରାଜ୍ୟପାଳ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସଂପୃକ୍ତ ଛାତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।
ସେହିପରି ଆଜି କୋରାପୁଟ ବୋରିଗୁମ୍ମାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଉଜ୍ଜଳା ଯୋଜନାର ତଦାରଖ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ରକୁ ବି ଯାଇଥିଲେ । ପଟାଙ୍ଗି ଏକଲବ୍ୟ ଆଦର୍ଶ ବିଦ୍ୟାଳୟକୁ ଯାଇ ବି ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ ଗଭର୍ଣ୍ଣର ।
ଏଣେ ରାଜ୍ୟପାଳଙ୍କ ଏଭଳି ଘନ ଘନ ଜିଲ୍ଲା ଗସ୍ତ ଓ ଅଭିଯୋଗ ଶୁଣାଣିକୁ ନେଇ ହଲଚଲ୍ ରାଜ୍ୟ ରାଜନୀତି । ଚଳିତ ମାସ ୫ରୁ ୭ ତାରିଖ ଭିତରେ ରାଜ୍ୟପାଳ ରଘୁବର ଦାସ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ କାଳରେ ସ୍କୁଲ୍ ଭିତ୍ତିଭୂମି, ବୃଦ୍ଧାଶ୍ରମ, ହଷ୍ଟେଲ୍, ଏମ୍ସିଏଲ୍ ଯୋଗୁ ପ୍ରଦୂଷଣ, ଭୂତଳ ଜଳସ୍ତର ହ୍ରାସ ଏବଂ ହାତୀ ଉପଦ୍ରବ ପ୍ରସଙ୍ଗରେ ସ୍ଥାନୀୟ ଲୋକଙ୍କଠୁ ଅଭିଯୋଗ ଶୁଣିଥିଲେ । ଯାହାକୁ ଆଧାର କରି ଗତ ୮ତାରିଖରେ ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ ।
ତାପରେ ସରକାରୀ ସ୍ତରରେ ଆରମ୍ଭ ହୋଇଛି ତତ୍ପରତା। ଗୋଟିଏ ପଟେ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଘୋଷଣା କରୁଛନ୍ତି ଆଉ ଅନ୍ୟପଟେ ରାଜ୍ୟପାଳଙ୍କ ଜିଲ୍ଲାଗସ୍ତ ବେଳେ ତାଙ୍କ ଆଗରେ ସାଧାରଣ ଲୋକେ ଅଭିଯୋଗର ମାଳ ମାଳ ଫର୍ଦ୍ଦ ଦାଖଲ କରୁଛନ୍ତି । ତେଣୁ ଏଠି ପ୍ରଶ୍ନ ବାସ୍ତବରେ ସମାଜର ଶେଷ ଧାଡିରେ ଥିବା ଲୋକଙ୍କ ପାଖରେ ବିକାଶ ପହଞ୍ଚୁଛି ତ ? ଯାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।
ସୂଚନା ଅନୁସାରେ ରାଜ୍ୟପାଳ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ । ସମ୍ବିଧାନ ବିଷାରଦ କହିଛନ୍ତି, ପ୍ରଶାସନିକ ବ୍ୟବସ୍ଥାରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ରାଜ୍ୟପାଳ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ।
]]>ଆଜି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଏକ ଅଧ୍ୟାଦେଶ ଆସିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି କୁଳାଧିପତି ଭାବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ କ୍ୟାବିନେଟ ବୈଠକରେ ସହମତି ହୋଇଛନ୍ତି ।
ରାଜ୍ୟପାଳ କୁଳାଧିପତି ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ୧୧ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ । କୁଳପତିମାନଙ୍କ ନିଯୁକ୍ତି ବେଆଇନ ଢଙ୍ଗରେ କରାଯାଇଥିବା ସେ ଦାବି କରି କାହିଁକି ସେମାନଙ୍କୁ ପଦଚ୍ୟୁତ ନ କରାଯିବ, ସେନେଇ ଜବାବ ଦେବାକୁ ରାଜ୍ୟପାଳ ନୋଟିସରେ କହିଥିଲେ ।
ଏହା ବିରୋଧରେ କୁଳପତିମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି କେରଳ ହାଇକୋର୍ଟ ଏହି ମାମଲାର ଶୁଶାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୁଳପତିମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ ।
]]>ସେପଟେ ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି । ଗୋଟିଏ ପଟେ ମନ୍ତ୍ରୀ ନିଜକୁ ସ୍ୱଚ୍ଛ ବୋଲି ସଫେଇ ଦେଉଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିବାର ରାସ୍ତା ତିଆରି କରୁଛି ।
ତେବେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପୁଣି ସଫେଇ ଦେଇଛନ୍ତି ଯେ, ସେ କୌଣସି ହତ୍ୟା ଘଟଣାରେ ସମ୍ପୃକ୍ତ ନାହାନ୍ତି । ସେ ଜଣେ ଭାରତୀୟ ବାୟୁ ସେନାର ପାଇଲଟ୍ । ତେଣୁ ବେଆଇନ୍ କାର୍ଯ୍ୟ ସେ କେବେ ବି କରିପାରିବେ ନାହିଁ । ତାଙ୍କୁ ଦଣ୍ଡ ଦେବା ପାଇଁ ଯେଉଁ ସବୁ ଷଡ଼ଯନ୍ତ୍ର କରାଯାଉଛି, ସେ ସବୁ ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି ।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି ଆଜି କେବଳ ନିଜ ପକ୍ଷ ରଖିଛନ୍ତି । ମମିତା ହତ୍ୟା ଘଟଣା ସନସାଇନ ପବ୍ଲିକ ସ୍କୁଲରେ ଘଟିଛି । ସେହି ସ୍କୁଲକୁ ସେ କେବେ ବି ଯାଇନାହାନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ସ୍ଥାନୀୟ ବିଧାୟକ ଭାବେ ସେ ମହାଲିଙ୍ଗ କଲେଜର ଗଭର୍ଣ୍ଣିଂ ବଡି ସଭାପତି । ଆଉ ସନସାଇନ ସ୍କୁଲ ମାଲିକ ଗୋବିନ୍ଦ ସାହୁ ହେଉଛନ୍ତି ଗଭର୍ଣ୍ଣିଂ ବଡିର ଜଣେ ସଦସ୍ୟ । ଏହାକୁ ଯୋଡ଼ି ରାଜନୈତିକ ଷଡ଼ଯନ୍ତ୍ର କରାଯିବା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଦିବ୍ୟଶଙ୍କର ।
]]>କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ ଲାଗି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ। ସେପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ। ଏପଟେ ବହୁମତ ପ୍ରମାଣ ସମ୍ପର୍କରେ ଆଲୋଚନା ପାଇଁ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ। ଆଜି ଦିନ ସାଢ଼େ ୧୦ଟାରେ ଏହି ବୈଠକ ବସିବ। ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ରେ ଭୋଟ ହୋଇଥିବା ବେଳେ ବିଜେପି ୧୦୪ଟି ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଛି। ତେବେ ଆଉ ୮ଟି ଆସନ ଲାଗି ମ୍ୟାଜିକ୍ ନମ୍ବର ୧୧୨ ଛୁଇଁପାରିନି ବିଜେପି।
ସେପଟେ କଂଗ୍ରେସ ଓ ଜେଡିଏସ ମେଣ୍ଟ ନିକଟରେ ୧୧୬ ସଦସ୍ୟଙ୍କ ସମର୍ଥନ ଥିବାରୁ ଦଳ ସରକାର ଗଢ଼ିବା ପାଇଁ ଦାବି ଜୋରଦାର କରିଛି। ଏ ନେଇ ଉଭୟ ପକ୍ଷ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ। ତେବେ ରାଜ୍ୟପାଳ ବାଜୁଭାଇ ବାଲା ସରକାର ଗଠନ ଲାଗି ପ୍ରଥମେ କାହାକୁ ଆମନ୍ତ୍ରଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।
]]>ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ରାଜ୍ୟପାଳ ପ୍ରଭୁଙ୍କ ଆଶିଷ ଭିକ୍ଷା କରି ଫେରିଆସିଥିଲେ।
]]>