ତେବେ ଆସନ୍ତା ମାର୍ଚ୍ଚ ୮ରେ ହୋଲି ପାଳନ ହେବ। ତେଣୁ ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଯଦି ମହଙ୍ଗା ଭତ୍ତା ବୃଦ୍ଧି ହୁଏ, ତା’ହେଲେ ଏହାଦ୍ୱାରା କୋଟି କୋଟି ସରକାରୀ କର୍ମଚାରୀ ଉପକୃତ ହେବେ। ମିଳିଥିବା ସୂଚନା ଅନୁସାରେ, ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ତେଣୁ ବୈଠକରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ସମ୍ବନ୍ଧିତ ଆଲୋଚନା ହୋଇପାରେ। ଯଦି କ୍ୟାବିନେଟ୍ ବୈଠକରେ ଏସମ୍ପର୍କିତ ନିଷ୍ପତ୍ତି ନିଆଯାଏ ତା’ହେଲେ ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ।
]]>କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଅନେକ କର୍ମଚାରୀ ଚିଲ୍ଡ୍ରେନ୍ ଏଲାଉନ୍ସେନ୍ସ ପ୍ଲାନ କରିପାରିନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ୍ ପ୍ରାମଣପତ୍ରର ଆବଶ୍ୟକତା ନଥିବା ସୂଚନା ମିଳିଛି। ସପ୍ତମ ବେତନ କମିଶନ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇଥାଆନ୍ତି। କୋଭିଡ -19 କଟକଣା ଯୋଗୁଁ ବହୁ ସଂଖ୍ୟକ ସରକାରୀ କର୍ମଚାରୀ ଶିକ୍ଷା ଭତ୍ତା ପାଇ ପାରିନଥିଲେ। ତେଣୁ ଏବେ ଏହି ଭତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ପାଖାପାଖି ୨୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ।
ପର୍ସନାଲ ବିଭାଗ (DoPT) ଏହି ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରି କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଇଛି। ଅଫିସ୍ ପକ୍ଷରୁ ମିଳିଥିବା ସ୍ମାରକପତ୍ରରେ ସ୍ପଷ୍ଟକରାଯାଇଛି ଯେ ଏ ସମ୍ପର୍କରେ କର୍ମଚାରୀ ନିୟମ ୨ (ଖ) ଅନୁସାରେ କେନ୍ଦ୍ର ଏହାକୁ ଅନୁମତି ଦେଇଛି। ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହାର କାର୍ଯ୍ୟକାରିତା ରହିଛି। ନିର୍ଦ୍ଧିଷ୍ଟ ପ୍ରାମଣପତ୍ର ଦେଖାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଏହି ଭତ୍ତାର ଲାଭ ଉଠାଇପାରିବେ କର୍ମଚାରୀ। କେନ୍ଦ୍ର ସରକାରୀ କର୍ମଚାରୀମାନେ ୨ ପିଲାଙ୍କ ଶିକ୍ଷା ପାଇଁ ଭତ୍ତା ପାଆନ୍ତି ଏବଂ ଏହି ଭତ୍ତା ପ୍ରତ୍ୟେକ ପିଲାଙ୍କ ପାଇଁ ବର୍ତ୍ତମାନ ସମୟରେ ୨୨୫୦ ଟଙ୍କା ରହିଛି।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, କେନ୍ଦ୍ରୀୟ କର୍ମଚାରୀମାନେ ଏଣିକି ପ୍ରତି ମାସରେ ୪୫୦୦ ଟଙ୍କା ଅଧିକ ଭତ୍ତା ପାଇବେ। ଯଦି କର୍ମଚାରୀମାନେ ୨୦୨୦ ମାର୍ଚ୍ଚରୁ ୨୦୨୧ ପର୍ଯ୍ୟନ୍ତ ଏକାଡ଼େମୀକ୍ ସେକ୍ସନ୍ ଭତ୍ତା ପାଇଁ ଦାବି କରିନାହାନ୍ତି ତେବେ ସେମାନେ ଏବେ ଦାବି କରିପାରିବେ। ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ କରିବା ପରେ ଟଙ୍କା ମିଳିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
]]>୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା ୫ରୁ ବୃଦ୍ଧି ପାଇ ୭ ପ୍ରତିଶତ ହୋଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଛି।
ସଂଶୋଧିତ ହାରରେ ପେନ୍ସନ୍ ପାଉଥିବା ପେନ୍ସନ୍ ଭୋଗୀଙ୍କ ଟିଆଇ ମଧ୍ୟ ବୃଦ୍ଧି ହୋଇଛି। ସଂଶୋଧିତ ହାରର ପେନ୍ସନ୍ ଭୋଗୀଙ୍କ ଟିଆଇ ୨ ପ୍ରତିଶତ ଏବଂ ଅଣସଂଶୋଧିତ ପେନ୍ସନ୍ ଭୋଗୀଙ୍କ ଟିଆଇ ୩ ପ୍ରତିଶତ ବୃଦ୍ଧି କରାଯାଇଛି।
]]>