ମିଳିଥିବା ସୂଚନା ଅନୁଯାୟୀ, ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍କୁ ରୋକିଲେ ଲୋକୋ ପାଇଲଟ ।
ଘଟଣା ସ୍ଥଳରେ ଏବେ ସ୍ଥାନୀୟ ରେଳ ବିଭାଗ ପହଞ୍ଚିଛି । ତେବେ ଏନେଇ ରେଲୱେ ପକ୍ଷରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ମିଳିପାରି ନାହିଁ।....
]]>ସୂଚନା ମୁତାବକ ଗୋଟିଏ ଟ୍ରାକ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ ଆସୁଥିବାବେଳେ ଅନ୍ୟପଟେ ଆଉ ଏକ ମାଲ୍ବାହୀ ଟ୍ରେନ୍ ଆସିଥିଲା । ହେଲେ ଉଭୟ ଟ୍ରେନ୍ ଦୂରରୁ ଏହା ଦେଖିବାପରେ ଟ୍ରେନ୍କୁ ଅଟକାଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।
]]>ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ ୫ଟି ୱାଗନ୍ ଅଚାନକ ଇଞ୍ଜିନରୁ ଖସି ଯାଇଥିଲା। ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ ଅଟକି ରହିଥିଲା।
ବାହାନଗାରୁ ଆଉ ଏକ ରେଳ ଇଞ୍ଜିନ ଯାଇ ଟ୍ରେନ୍ ଲାଇନରେ ଅଟକି ରହିଥିବା ବାକି ୱାଗନ୍କୁ ନେଇ ସମ୍ପୃକ୍ତ ମାଲବାହୀ ଟ୍ରେନରେ ଯୋଡିଥିଲା।
ସୂଚନାଥାଉ କି, ଗତ ୭ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଷ୍ଟେସନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍ ବିହୀନ ହୋଇ ୧୩ କିଲୋମିଟର ପଛକୁ ଗଡିଯିବା ଘଟଣାର କିଛିଦିନ ନପୂରୁଣୁ ପୁଣି ଏଭଳି ଘଟଣା ରେଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
]]>