ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାର୍ଯ୍ୟ କରୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ସଙ୍କଟାପନ୍ନ ହେବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା।
ସରସ୍ୱତୀଙ୍କ ପରିବାର ସହ ଯୋଗାଯୋଗ କରିଥିଲେ ମଧ୍ୟ ଲକଡାଉନ ଯୋଗୁ ସେମାନେ ଦିଲ୍ଲୀ ଯିବା କିମ୍ବା ମୃତଦେହକୁ ନିଜ ଗାଁକୁ ପଠାଇବା ସମ୍ଭପର ହୋଇନଥିଲା।
ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ କେନ୍ଦ୍ର ମନ୍ତ୍ରୀ ସରସ୍ୱତୀଙ୍କ ପରିବାର ସହ ଆଲୋଚନା କରିବା ପରେ ଦିଲ୍ଲୀରେ ଗୌତମ ଗମ୍ଭୀର ତାଙ୍କ ଅନ୍ତିମ ସଂସ୍କାର କରିଥିଲେ।
]]>