ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନ ପରୀକ୍ଷାରେ agricultural engineering paper ରେ ସାମଗ୍ରିକ ଭାବେ ୯୫୯ମାର୍କ ରଖି ଟପ୍ପର ହୋଇଛନ୍ତି।
ଜ୍ୟୋତିରଞ୍ଜନଙ୍କ ଘର କଟକ ଫୁଲନଖରାରେ। ଆଇଆଇଟି ଖଡ଼ଗପୁରରୁ soil and water conservation engineeringରେ M.Tech କରିବା ପରେ ପିଏଚଡ଼ି କରି ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଜ୍ୟୋତିରଞ୍ଜନ କହିଛନ୍ତି। ଏଥିସହ ଏହି ସଫଳତାର ଶ୍ରେୟକୁ ସେ ତାଙ୍କ ବାପାଙ୍କୁ ଦେବା ସହ ତାଙ୍କ ଭାଇ, ଶିକ୍ଷକମାନେ ଯିଏକି ତାଙ୍କୁ ପାଠପଢ଼ାରେ ଅନେକ ସାହାଯ୍ୟ କରିଥିଲେ ଏନେଇ ଧନ୍ୟବାଦ ଜଣାଇଛନ୍ତି। ଗେଟ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଜ୍ୟୋତିରଞ୍ଜନ। ସେ କହିଛନ୍ତି ପ୍ରଥମେ କନସେପ୍ଟସ କ୍ଲିଅର କରି କିଛିଟା ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଧ୍ୟାନ ଦେଲେ ସଫଳତା ନିଶ୍ଚୟ ମିଳିବ।
ତାଙ୍କର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
Delighted to learn that Odia student from Odisha University of Agriculture and Technology (OUAT) Jyotiranjan Barik has topped the all India Graduate Aptitude Test in Engineering #GATEExam2018. Many congratulations to him and wishing him all success in his career
— Naveen Patnaik (@Naveen_Odisha) March 18, 2018
ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ ଗେଟ୍ ପରୀକ୍ଷାରେ ସାରା ଭାରତରେ ଟପ୍ପର ହୋଇଥିବାରୁ ତାଙ୍କୁ ଅଭିନନ୍ଦନ । ଏହା ଓଡିଆଙ୍କ ପାଇଁ ଗର୍ବ ଓ ଗୌରବ। ଜ୍ୟୋତିରଞ୍ଜନ ଓଡ଼ିଶାର ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ହେବେ। https://t.co/8peNlqpBhu
— Dharmendra Pradhan (@dpradhanbjp) March 18, 2018
ଗେଟ୍ ର ଏହି ସ୍କୋରକୁ ବିଭିନ୍ନ Public Sector Undertakings (PSUs) ସେମାନଙ୍କ ଚୟନ ପ୍ରକ୍ରିୟାରେ ବ୍ୟବହାର କରିଥାନ୍ତି। ଫେବୁଆରୀ ୧୯ରେ ଆଇଆଇଟି ଗୁଆହାଟୀ ଗେଟ୍-୨୦୧୮ ପରୀକ୍ଷାର ଅଫିସିଆଲ ପ୍ରଶ୍ନ ପେପର୍ ଓ ଉତ୍ତର ରିଲିଜ କରିଥିଲା।
ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ଼ ମାର୍ଚ୍ଚ ୨୦ ରୁ ୩୧ ମଧ୍ୟରେ ଅଫିସିଆଲ ୱେବସାଇଟରୁ ଡାଉନଲୋଡ଼୍ କରିପାରିବେ। ସେମାନେ GOAPS portal କୁ ଯାଇ ମଧ୍ୟ ମାର୍ଚ୍ଚରେ ୨୦ରେ ସ୍କୋର କାର୍ଡ଼ ଡାଉନଲୋଡ଼୍ କରିପାରିବେ।
ସୂଚନାଥାଉ କି, ଲକ୍ଷ୍ନୌର ପ୍ରଶାନ୍ତ ଗୁପ୍ତା Chemistry ରେ All India Rank ପ୍ରଥମରେ ରହି ୧୦୦ରୁ ୭୧.୬୭ ପ୍ରତିଶତ ହାସଲ କରିଥିବା ବେଳେ, ଉତ୍ତରାଖଣ୍ଡର ନମିତା କଲ୍ରା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ All India Rank ପ୍ରଥମରେ ଅଛନ୍ତି।
]]>