ଓଲଟି ପଡ଼ିଥିବା ଟ୍ୟାଙ୍କରରେ ଗ୍ୟାସ୍ ବୋଝେଇ ହୋଇ ରହିଛି। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନାହିଁ। ଟ୍ୟାଙ୍କରଟି ରୋଡ୍ ଡିଭାଇଡର ଭାଙ୍ଗି ପରେ ଓଲଟି ପଡ଼ିଥିଲା। ମଧୁପାଟଣା ଛକ ଓଭରବ୍ରିଜ ପାଖରେ ସ୍ଲୋପ୍ରେ ଏହି ଦୁର୍ଘଟଣା ଘଟିଛି।
ଅଣଓସାରିଆ ରାସ୍ତା ଓ ସ୍ଲୋପ୍ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି। ମାସେ ଭିତରେ ଏଠାରେ ୩ଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।
]]>