ସୂଚନା ଅନୁସାରେ, ପ୍ରକାସମ ଜିଲ୍ଲାର ୟେରାଗୋଣ୍ଡାପାଲେମ ମଣ୍ଡଳ ଗାଙ୍ଗୁପାଲେ ଗାଁର ଚାଷୀ କେଶନାପାଲ୍ଲୀ ବ୍ରହ୍ମାୟା ଅନେକ ଋଣ କରିଥିଲେ। ଏଥିପାଇଁ ସେ ଚାପଗ୍ରସ୍ତ ଥିଲେ। ତେବେ ଗଞ୍ଜେଇ ଚାଷକୁ ସେ ରୋଜଗାରର ସରଳ ପନ୍ଥା ବୋଲି ଭାବୁଥିଲେ।ଏଥିପାଇଁ ସେ ନିଜ ଜମିରେ ଚାଷ କରିଥିବା ଚଣା ଫସଲ ସହ ଗଞ୍ଜେଇ ଚାଷ କରିଥିଲେ। ଏନେଇ କେହି ବ୍ୟକ୍ତି ଅବକାରୀ ବିଭାଗକୁ ଖବର ଦେଇଥିଲା।
କେଶନାପାଲ୍ଲୀ ପ୍ରଥମେ ଗଞ୍ଜେଇ ମଞ୍ଜି କିଣି ଚଣା କ୍ଷେତରେ ଲଗାଇଥିଲେ। ଏନେଇ ଖବର ପାଇବା ପରେ SEB ଇନ୍ସପେକ୍ଟର ନାଗେଶ୍ୱରା ରାଓଙ୍କ ନେତୃତ୍ୱରେ ଏକ ଟିମ୍ ଚାଷ ଜମିରେ ଚଢାଉ କରିବା ସହ ଯାଞ୍ଚ କରିଥିଲେ। ସେଠାରୁ ପ୍ରାୟ ୬ଫୁଟ୍ ଉଚ୍ଚତା ବିଶିଷ୍ଟ ୨୮୨ଟି ଗଞ୍ଜେଇ ଗଛ ଚିହ୍ନଟ କରିବା ସହ ସେଗୁଡିକୁ ନଷ୍ଟ କରିଥିଲେ। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ। ତେବେ ଏହି ଘଟଣାରେ ଅଭିଯୁକ୍ତ କେଶନାପାଲ୍ଲୀକୁ ଗିରଫ କରାଯାଇଛି।
ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚାଷୀଙ୍କ ପାଖରେ ପ୍ରାୟ ପାଞ୍ଚ ଏକର ଜମି ଅଛି ଯେଉଁଠାରେ ସେ ବର୍ଷସାରା ବିଭିନ୍ନ ଫସଲ ଚାଷ କରନ୍ତି। ମରୁଡି ଏବଂ ଅନ୍ୟାନ୍ୟ କାରଣରୁ ସେ ଅନେକ କ୍ଷତି ସହିଥିଲେ। ତେବେ ସେ ଋଣ କିପରି ଶୁଝିବେ ସେନେଇ ଏକ ଉପାୟ ଚିନ୍ତା କଲେ।ଏଥିପାଇଁ ସେ ଚତୁରତାର ସହ ଗଞ୍ଜେଇ ଚାଷ ଆରମ୍ଭ କରିଥିଲେ। ମାତ୍ର ଏହି ଖବର ଜଣାପଡିବାୱ ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
]]>ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର। ଶେଷରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ସମୟ ସକାଳ ସାଢେ ୫ଟା। ଦଳବଳ ଧରି ଝାରପଡା ସ୍ପେଶାଲ ଜେଲରେ ଏଣ୍ଟ୍ରି ମାରିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଚାଲିଲା ୩ ଘଣ୍ଟାର ନନଷ୍ଟପ୍ ରେଡ୍। ୫ଟି ସ୍ୱତନ୍ତ୍ର ବ୍ଲକ, ୩୫ଟି ପୁରୁଷ କଏଦୀ ୱାର୍ଡ, ୨୧ଟି ସ୍ୱତନ୍ତ୍ର ମହିଳା ୱାର୍ଡ, ରୋଷେଇ ଘର ଆଦି ସ୍ଥାନରେ ପଶି ତନ୍ନ ତନ୍ନ ଯାଞ୍ଚ ପରେ ସାମ୍ନାକୁ ଆସିଛି ନିଶା ଦ୍ରବ୍ୟ। ପୁଳା ପୁଳା ଗଞ୍ଜେଇ, ଚିଲମ ସହ ବ୍ୟାପକ ପରିମାଣର ସିଗାରେଟ, ବିଡି ଆଉ ଖଇନି। ସତ ଚେଷ୍ଟା ପରେ ବି ଆଉ ଲୁଚାଇପାରିଲେ ନାହିଁ ଜେଲ କର୍ତ୍ତୃପକ୍ଷ। ଶେଷରେ ଜେଲ୍ କର୍ତ୍ତୃପକ୍ଷଙ୍କୁ କଡ଼ା ତାଗିଦ୍ କରିଛନ୍ତି ଡିସିପି ପ୍ରତୀକ ସିଂ।
କେବେ ଗ୍ୟାଙ୍ଗୱାରକୁ ନେଇ ତ କେବେ ଅବାଧ ନିଶାଦ୍ରବ୍ୟ ପ୍ରବେଶକୁ ନେଇ ଚର୍ଚ୍ଚାରେ ରହିଛି ଝାରପଡ଼ା ଜେଲ୍। ଗତ ମାର୍ଚ୍ଚ ୧ ରେ ଡିଷ୍ଟ୍ରିକ୍ଟ ଲିଗାଲ୍ ସର୍ଭିସ ଅଥରିଟି-DLSA ଅଚାନକ ଚଢାଉ କରି ଯାହା ଦେଖିଥିଲେ, ତାଜୁବ ହୋଇଯାଇଥିଲେ। ଜେଲ୍ ଭିତରକୁ ଗଞ୍ଜେଇ ସହ ନିଶାଦ୍ରବ୍ୟର ଅବାଧ ପ୍ରବେଶକୁ ନେଇ ଜେଲ୍ ଡିଜିଙ୍କୁ ଚିଠି ଲେଖିଥିଲେ। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଗ୍ୟାଙ୍ଗୱାର।
ଗତକାଲି ଜେଲ୍ ଭିତରେ ଜଣେ କଏଦୀଙ୍କୁ ଗୋଟିଏ ଅପରାଧୀ ଗୋଷ୍ଠୀଙ୍କ ଆକ୍ରମଣ ପରେ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସିସିଟିଭି ସର୍ଭେଲାନ୍ସରେ ଥିବା ଜେଲ୍ ଭିତରେ କାହା ଛତ୍ରଛାୟାରେ ସଂଗଠିତ ହେଉଛି ଅପରାଧିକ କାର୍ଯ୍ୟକଳାପ ? ଜେଲ୍ ଆଗରେ କଡ଼ା ପହରା ଦିଆଯାଉଛି ସତ, ତେବେ ଜେଲ୍ ଭିତରକୁ କାହା ମାଧ୍ୟମରେ ଯାଉଛି ମାଦକଦ୍ରବ୍ୟ ? ମିଲି ଭଗତରେ କଏଦୀ ଓ ଜେଲ୍ କର୍ତ୍ତୃପକ୍ଷ ଜେଲ୍ ମାନୁଆଲର ଧଜିଆ ଉଡ଼ାଉଛନ୍ତି କି ?
୨୦୨୨ର କଏଦୀ ପରିସଂଖ୍ୟାନ ତଥ୍ୟ କହୁଛି, ରାଜ୍ୟରେ ଏବେ ରହିଛି ୯୨ଟି ଜେଲ୍। କିନ୍ତୁ କୁହାଯାଉଛି, ଖୋର୍ଦ୍ଧା, ବଲାଙ୍ଗୀର, ଟିଟିଲାଗଡ, ଝାରପଡା ଭଳି ଅନେକ ଜେଲ ଏବେ ଅପରାଧୀଙ୍କ ଅପରେଟିଂ ପଏଣ୍ଟ ପାଲଟିଛି। ଯେଉଁଠି ବର୍ଷ ବର୍ଷ ଧରି ରହିବା ସହ ନିଜ ନିଜର ଗ୍ୟାଙ୍ଗ ଅପରେଟ କରୁଥିବା ସାମ୍ନାକୁ ଆସିଛି। ତେବେ ଝାରପଡ଼ା ଜେଲ୍ ସମେତ ରାଜ୍ୟର ଅନ୍ୟ ଜେଲ ଗୁଡ଼ିକରେ ଘଟୁଥିବା ଅଘଟଣକୁ ନେଇ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ଜେଲ୍ ଡିଜି ସୂଚନା ଦେଇ କହିଛନ୍ତି, କୌଣସି ଜେଲରେ ବି ଯେକୌଣସି ଘଟଣା ଘଟୁଛି, ତା’ଉପରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ଝାରପଡ଼ା ଜେଲରେ ଯେଉଁ ଘଟଣା ଘଟିଛି, ତାର ବିଭାଗୀୟ ତଦନ୍ତ କରୁଛୁ। ଯିଏ ଦୋଷୀ ଥିବ ତା ବିରୋଧରେ ଆକ୍ସନ ହେବ।
]]>ଆଜି ଭୋରରୁ ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ଯାଉଥିବା ଖବର ପାଇଥିଲା, ଖପ୍ରାଖୋଲରୁ ରେଙ୍ଗାଲି ରାସ୍ତାରେ ପିଛା କରିବାରୁ ଗାଡିଟି ଚଚରାଭଟା ଗାଁରେ ଥିବା ଏକ ଦୋକାନରେ ପିଟି ହୋଇଥିଲା । ଗାଡିରେ ଥିବା ଲୋକେ ଗାଡି ଛାଡି ଫେରାର ହୋଇଯାଇଛନ୍ତି । କେବଳ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଗାଡି ଓ ଗଞ୍ଜେଇ ଜବତ କରି ତଦନ୍ତ କରୁଛି ଲାଠୋର ପୋଲିସ । ଏଥିରେ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଅନୁମାନ କରାଯାଉଛି । ଯାହାର ଅନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ବଲାଙ୍ଗୀର ଦେଇ ଛତିଶଗଡକୁ ଚାଲାଣ ହେଉଥିବା ସୂଚନା ମିଳିଛି ।
ଗଞ୍ଜେଇ କାରବାର ଉପରେ ରୋକ ଲଗାଇବା ପାଇଁ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ରହିଥିବାବେଳେ ରୀତିମତ ଏହି ଅଞ୍ଚଳରୁ ପୋଲିସକୁ ଚ୍ୟାଲେଞ୍ଚ ଦେଇ ବାହାର ରାଜ୍ୟ ଓ ଜିଲ୍ଲାର କିଛି ଗଞ୍ଜେଇ ମାଫିଆ ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ବିଭିନ୍ନ ଜାଗାରେ ପୋଲିସ ତରଫରୁ ଚଢ଼ାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ତଥାପି ଗଞ୍ଜେଇ କାରବାର ବନ୍ଦ ହେବାର ନା ଧରୁନି ।
]]>ମିଳିଥିବା ସୂଚନା ଅନୁଯାୟୀ, ଆଗୁଆ ସୂଚନା ପାଇ ଦାର୍ଲିପୁଟ ଗାଁ ନିକଟରେ ଏକ କାରକୁ ପୋଲିସ ଅଟକାଇଥିଲା । ଏହି ସମୟରେ କାରକୁ ଛାଡ଼ି ଚମ୍ପଟ ମାରିଥିଲା ଡ୍ରାଇଭର । ବଡ଼ କଥା ହେଉଛି, ଯେଉଁ ଗାଡ଼ିଟି ଧରାପଡ଼ିଛି, ସେହି ଗାଡ଼ିର ନମ୍ବର ପ୍ଲେଟରେ ଲେଖାଯାଇଛି ‘PWD, ଭାରତ ସରକାର’ ବୋଲି ।
ତେବେ ଏହା ବାସ୍ତବରେ ସରକାରୀ ଗାଡ଼ି ନା ଗଂଜେଇ ଚୋରାଚାଲାଣବେଳେ ଧରାନପଡ଼ିବା ପାଇଁ ଫନ୍ଦି କରି ନମ୍ବର ପ୍ଲେଟରେ ‘PWD, ଭାରତ ସରକାର’ ବୋଲି ଲେଖାଯାଇଛି, ସେନେଇ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
]]>ଗଞ୍ଜେଇ ଓ ଆକ୍ରୋଶର ନିଆଁରେ ଥାନା ଜଳିଲା, ମାଲଖାନା ଜଳିଲା। ଆଇନଶୃଙ୍ଖଳା ବ୍ୟବସ୍ଥାର ଧଜିଆ ଉଡ଼ାଇ ଥାନା ଭିତରେ ଗତକାଲି ଆନ୍ଦୋଳନକାରୀଙ୍କ ପାଖାପାଖି ଦେଢ଼ଘଣ୍ଟାର ଉଗ୍ରତାଣ୍ଡବ। ଥାନା ଭିତରେ ଆଉ କିଛି ବାକି ନାହିଁ। ଟେବୁଲ ଚୌକି, ଆସବାବ ପାଖାପାଖି ୮୦ ପ୍ରତିଶତ ଅଙ୍ଗାର। ଯେଉଁ ଗଞ୍ଜେଇ ପାଇଁ ଏତେବଡ଼ କାଣ୍ଡ, ମାଲଖାନାରେ ଜବତ ସେଇ ଗଞ୍ଜେଇରୁ ଆଜି ସକାଳ ଯାଏଁ ବି ଲିଭିନଥିଲା ଧୂଆଁ। ସେ ଭିତରେ ଥାନାକୁ ପୁଣି କାର୍ଯ୍ୟକ୍ଷମ କରାଇବାର ପ୍ରୟାସ ସାଙ୍ଗକୁ କାଲିର ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ନେବା ବି ଆରମ୍ଭ କରିଛି ପୋଲିସ୍।
ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ସେହିପରି ଥାନା ପୋଡ଼ି ମାମଲାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ ସହ ଗଞ୍ଜେଇ ଚାଲାଣ ଅଭିଯୋଗର ବି ତଦନ୍ତ ହେବ ବୋଲି ଏସପି କହିଛନ୍ତି।
ହେଲେ ସାଧାରଣ ଲୋକେ କିନ୍ତୁ ପୋଲିସ ବିରୋଧରେ ଥିବା ଗଞ୍ଜେଇ ଚାଲାଣ ଅଭିଯୋଗ ପ୍ରତି ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ବର୍ଷିଛନ୍ତି। କାଲିର ଲଙ୍କାକାଣ୍ଡ ପରେ ଆଜି ବଜାର ପୂରା ଶୂନଶାନ୍। ଉତ୍ତେଜନା ପ୍ରଶମିତ ହୋଇଥିଲେ ବି ଭୟ ପାଇଁ ଆଜି ଦୋକାନ ବଜାର ବନ୍ଦ ରଖିଛି ବ୍ୟବସାୟୀ ସଂଘ। ଆଉ ଏପଟେ ଗଣ୍ଡଗୋଳ ଘଟଣାରେ ପୋଲିସ କିଛି ଲୋକଙ୍କୁ ଉଠାଇ ନେବା ପରେ ତାକୁ ନେଇ ବି ଅସନ୍ତୋଷ। ଥାନା ପୋଡ଼ି ଘଟଣାରେ ଦୋଷୀଙ୍କୁ ଛାଡ଼ି ପୋଲିସ ନିର୍ଦ୍ଦୋଷ ପୁଅକୁ ଉଠାଇ ନେଇଥିବା କହି ଥାନା ଆଗରେ ପ୍ରତିବାଦ କରିଛନ୍ତି ଜଣେ ମହିଳା।
ଭାଇରାଲ ହେଉଥିବା ଏ ଭିଡିଓ ପାଇଁ ହିଁ ଘଟିଥିଲା ଏତେବଡ଼ କାଣ୍ଡ। ଅଭିଯୋଗ ଥିଲା ଗତ ତିନି ତାରିଖ ରାତି ପ୍ରାୟ ୩ଟା ବେଳେ ଆଇଆଇସିଙ୍କ ଜାଣନ୍ତରେ ଥାନା ଗାଡ଼ିରେ ଦୁଇ ହୋମଗାର୍ଡ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ଏ ଗାଡ଼ିକୁ ଧରି ଏନେଇ ପୋଲିସ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଅଭିଯୋଗ ପରେ ପ୍ରଥମେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ , ଆଉ ତାପରେ ହଠାତ୍ ଭିଡ଼ ଉଗ୍ର ହୋଇ ଘଟାଇଥିଲା ଏମିତି କାଣ୍ଡ।
କେବଳ ଏତିକିନୁହେଁ, ଗଞ୍ଜେଇ ଚାଲାଣରେ ପୂର୍ବରୁ ଫିରିଙ୍ଗିଆ ପୋଲିସ ସଂପୃକ୍ତିର ରେକର୍ଡ ବି ଭଲ ନୁହେଁ। କାରଣ ୨୦୧୪ରେ ଫିରିଙ୍ଗିଆ ଥାନାର ଦୁଇ ଜଣ ପୋଲିସ୍ ଏଏସ୍ଆଇ, ଦୁଇଜଣ କନେଷ୍ଟବଳ ଗିରଫ ହୋଇଥିଲା ବେଳେ ୨୦୨୦ରେ ମଧ୍ୟ ଅନୁରୂପ ଅଭିଯୋଗରେ ଫିରିଙ୍ଗିଆ ଥାିନାର ୩ଜଣ କନେଷ୍ଟବଳ ଗିରଫ ହୋଇଥିଲେ। ତେଣୁ ଗଞ୍ଜେଇ ଚାଲାଣର ହବ୍ କୁହାଯାଉଥିବା ଏ ଅଞ୍ଚଳରୁ ପୋଲିସ ମାଫିଆଙ୍କଠାରୁ ଜବତ କରୁଥିବା ଗଞ୍ଜେଇକୁ ନିଜେ ବିକ୍ରି କରୁଥିବା ସନ୍ଦେହ ହିଁ ଏଭଳି ଲଙ୍କାକାଣ୍ଡ ପଛର କାରଣ ବୋଲି କୁହାଯାଉଛି।
ତେବେ ଗତକାଲିର ଏ ଘଟଣା ଏତେ ବଡ଼ ରୂପ ନେବା ପଛରେ ଗଞ୍ଜେଇ ମାଫିଆଙ୍କ ହାତ ଥିବା ବି ସନ୍ଦେହ କରାଯାଉଛି। ଏପରିକି ଘଟଣା ପରେ ଦକ୍ଷିଣାଞ୍ଚଳ ପୋଲିସ୍ ଆଇଜି ମଧ୍ୟ, କନ୍ଧମାଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଜବତ ହୋଇଥିବାରୁ ହିଂସା ପଛରେ ପ୍ରତିକ୍ରିୟାଶୀଳ ଗଞ୍ଜେଇ ମାଫିଆଙ୍କ ସଂପୃକ୍ତି ଥିବା କହିଥିଲେ। ଲୋକଙ୍କ ସ୍ବତଃସ୍ଫୃତ ଅସନ୍ତୋଷ ନା ଗଞ୍ଜେଇ ମାଫିଆଙ୍କ ଉସୁକାଣ ?
]]>ସୂଚନାନୁଯାୟୀ ଏହି ବ୍ୟବସାୟରେ ତାଙ୍କ ସ୍ୱାମୀ କିଛି ଦିନ ତଳେ ଗିରଫ ହୋଇଥିଲେ । ତାଙ୍କ ପାଖରୁ ୫ ହଜାର ଗଂଜେଇ ସିଗାରେଟ ଓ ୨୪ କେଜି ଗଂଜେଇ ଜବତ କରାଯାଇଛି । ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ବିକ୍ରି ପାଇଁ କୋଡ୍ ୱାର୍ଡ ମଧ୍ୟ ରହିଥିଲା । ଗ୍ରାହକ ଆସି ‘ବାବା ସିଗାରେଟ୍’ ମାଗିଲେ ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଦିଆଯାଉଥିଲା । ଏବେ ଏହି ରାକେଟ୍ ଧରାପଡ଼ିବା ପରେ ଏଥିରେ ଆଉ କିଏ ସାମିଲ ସେନେଇ ତଦନ୍ତ ଚାଲିଛି ।
ଗଞ୍ଜେଇ କାରବାର ନେଇ ବହୁତ ଦିନ ହେବ ଅବକାରୀ ଟିମ୍ ଏହା ଉପରେ ନଜର ରଖିଥିଲା । ରାଜଧାନୀ ଭୁବନେଶ୍ୱରରେ ଯୁବପିଢ଼ି ଏବେ ଗଞ୍ଜେଇ ନିଶାରେ ମାତିଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଶ୍ରାବଣ ମାସ କାରଣରୁ ଏବେ ଗଞ୍ଜେଇ ବେପାର ବହୁ ପରିମାଣରେ ହେଉଥିବାର ଅବକାରୀ ଟିମ୍ ଖବର ପାଇଥିଲା ।
ପୂର୍ବରୁ ଅବକାରୀ ଟିମ୍ର ଜଣେ ଅଧିକାରୀ କଲେଜ ପଢୁଆ ଛାତ୍ର ଭାବେ ଛଦ୍ମ ବେଶରେ ଗଞ୍ଜେଇ ସିଗାରେଟ୍ କିଣିବାକୁ ଯାଇଥିଲେ । ସେ ମହିଳାଙ୍କୁ କୋଡ୍ ୱାର୍ଡରେ ବାବା ସିଗାରେଟ୍ କହିବା ପରେ ସେ ଗଞ୍ଜେଇ ସିଗାରେଟ୍ ଆଣିକି ଦେଇଥିଲେ । ଏହାପରେ ଅବକାରୀ ବିଭାଗର ଏକ ଦଳ ବିଶ୍ୱେଶ୍ୱର ବସ୍ତିରେ ଚଢ଼ାଉ କରି ୨୪ କେଜି ଗଞ୍ଜେଇ ସମେତ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ସିଗାରେଟ୍ ମଧ୍ୟ ଜବତ କରିଛି ।
]]>ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକ୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ NCB ର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ପ୍ରାୟ ୨୭୩ କେଜି ଗଞ୍ଜେଇ ଏମାନଙ୍କଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ।
]]>ଏମାନଙ୍କ ନିକଟରୁ ୧୦୩ କେଜି ଗଞ୍ଜେଇ ସମେତ ଦୁଇଟି କାର୍, ୩ଟି ଆଇଫୋନ୍, ATM କାର୍ଡ, ପାନକାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛିl ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ମାଲକାନଗିରିରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା କାଲିମେଳା ଥାନା ଅଧିକାରୀ ଦେଇଛନ୍ତି।
୭ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ।
]]>ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ ଗଞ୍ଜେଇ ବ୍ୟବହାର କରାଯାଉଥିଲା ।
]]>ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ପାଇଁ ମାଲକାନଗିରି ଏସ୍ .ଡି.ପି.ଓ ଚଢାଉ କରିଥିଲେ । ଗଂଜେଇ ଜବତ କରି ଶରତକୁ ଗିରଫ କରିବା ପରେ ବୟାନ ରେକର୍ଡ କରିଥିଲେ । ତେବେ ଶରତ ଜବତ ଗଂଜେଇକୁ ମାଲକାନଗିରି ଥାନା ପୋଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଚାଲାଣ ହେଉଥିବା ନେଇ ବୟାନ ଦେଇଥିଲେ । ଏହାପରେ ଏସଡିପିଓ ଘଟଣାର ତଦନ୍ତ କରି କନେଷ୍ଟବଳ ମନୋଜଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ#Ganja #Malkangiri #OTV pic.twitter.com/Pk7RcjJnGV
— ଓଟିଭି (@otvkhabar) March 20, 2023
ମନୋଜ ପୂର୍ବରୁ ବଡ଼ ବଡ଼ ନେତା ଅଫିସରଙ୍କ ପାଖରେ କାମ କରୁଥିଲେ । ତେଣୁ ତାଙ୍କର ବଡ଼ ବଡ଼ ଅଧିକାରୀଙ୍କ ସହ ଲିଙ୍କ ଥିବା ଜାଣି ଗଞ୍ଜେଇ ବେପାରୀ ଜଣକ ମନୋଜଙ୍କୁ ଧରି ଦୀର୍ଘ ଦିନ ହେବ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ।
ମନୋଜ ସ୍ଥାନୀୟ ଅଞ୍ଚଳର ଯୁବକ ହୋଇଥିବା ବେଳେ ପୋଲିସରେ କାର୍ଯ୍ୟରତ ଥିବାରୁ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଗଞ୍ଜେଇ ବେପାରୀ ନିଜ କାମ କରାଇ ନେଉଥିଲେ । ଏନେଇ ସୂଚନା ପାଇବା ପରେ ମନୋଜଙ୍କ ଉପରେ ନଜର ରଖାଯାଇଥିଲା । ଶେଷରେ ହାବୁଡ଼ରେ ପଡ଼ିଗଲେ କନେଷ୍ଟବଳ ବାବୁ ।
]]>
ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ। ତାହା ପୁଣି ଆମ୍ବୁଲାନ୍ସ ଭିତରେ। କିନ୍ତୁ ଏନେଇ ଅବକାରୀ ବିଭାଗ ପାଖରେ ଥିଲା ପକ୍କା ଖବର । ପୂର୍ବ ପ୍ଲାନ ଅନୁସାରେ ଆମ୍ବୁଲାନ୍ସରେ ଚାଲାଣ ହେଉଥିବା ଚୋରା ଗଂଜେଇକୁ ଧରିବାକୁ ଅଧା ରାସ୍ତାରେ ଗାଡିକୁ ଅଟକାଇଥିଲା ଅବକାରୀ ବିଭାଗ। ବାସ୍ ଗାଡି ଧରିବା ପରେ ଦେଖନ୍ତୁ କଣ ମିଳିଲା? କିଲେ କି ଦୁଇ କିଲୋ ନୁହେଁ ପୂରା ୨୦ କିଲୋ ଗଂଜେଇ ଜବତ କଲା ଅବକାରୀ ବିଭାଗ।
ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଅମ୍ବୁଲାନ୍ସରେ ଗଂଜେଇ ଚାଲାଣ କରାଯାଉଥିଲା । କିନ୍ତୁ ଏନେଇ ଖବର ପାଇ ସୋନପୁର ଅବକାରୀ ବିଭାଗ ପକ୍ଷରୁ କୁଂଜ ଛକରୁ ଆମ୍ବୁଲାନ୍ସକୁ ପିଛାକରି ବ୍ଲକ ଛକରେ କାବୁ କରାଯାଇଥିଲା । ଗାଡିକୁ ଅଟକାଇଲା ପରେ ଡ୍ରାଇଭର ଫେରାର ମାରିବାକୁ ଚେଷ୍ଟାକଲା ପରେ ବି ତାକୁ କାବୁକରି ଅବକାରୀ ବିଭାଗ ଗିରଫ କରିଛି। ଏମିତି ଉପାୟରେ କେବେଠୁ ଗଂଜେଇ ଚାଲାଣ ହେଉଛି ? ଏବଂ ଚାଲାଣରେ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଚାଲିଛି ତଦନ୍ତ...।
]]>ଗତକାଲି ଭୁବନେଶ୍ୱର ତମାଣ୍ଡୋ ଛକରେ ଏକ ଟ୍ରକ୍କୁ STF ଅଟକାଇଥିଲା। ଏଥିରେ ଗଞ୍ଜେଇ ଚୋରା ଚାଲଣ ହେଉଥିବା ଖବର ପାଇ STF ଗାଡ଼ି ଅଟକାଇ ଯାଞ୍ଚ ପରା ପୁରା ଘଟଣା ସାମ୍ନାକୁ ଆସିଥିଲା। ଯାଞ୍ଚ ବେଳେ ଯେପରି କେହି ଧରି ପାରିବେନି ସେନେଇ ବିଶେଷ ଧ୍ୟାନ ରଖିଥିଲେ ସ୍ମଗଲର୍। ହାଇୱା ଟ୍ରକ୍ରେ ସିକ୍ରେଟ୍ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲଣ କରାଯାଉଥିଲା। ଏହି ସିକ୍ରେଟ୍ ଚାମ୍ବରକୁ ଯେକେହିବି ଦେଖିଲେ ପ୍ରଥମେ ଆଶ୍ଚର୍ଯ୍ୟ ହେବେ।
ଯାଞ୍ଚ ବେଳେ ଟ୍ରକ୍ରୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ମିଳିଥିଲା। ଏହାକୁ ଓଡ଼ିଶାରୁ ଛାଡ଼ଖଣ୍ଡ ଓ ବିହାରକୁ ଚାଲାଣ ନେଇ ଯୋଜନା ରଖାଯାଇଥିଲା। ଏହି ଘଟଣାରେ ପୋଲିସ୍ ଅଭିଯୁକ୍ତ ରାଜେଶ ସିଂଙ୍କୁ ପୋଲିସ୍ ଧରିଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମ ‘ପୁଷ୍ପା’ରେ ଅଭିନବ ଉପାୟରେ ଟ୍ରକ୍ରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଷ୍ଟାଇଲ୍କୁ କପି କହି ଅନେକ ଚୋରା ଜିନିଷ ଚାଲାଣ ହେଉଥିବା ନଜର ଆସିଛି।
ଅଭିଯୁକ୍ତଙ୍କ ଠାରୁ ୪୨୦ କିଲୋ ଗଞ୍ଜେଇ ସହ ୧୦ ହଜାର ଟଙ୍କା, ଗୋଟିଏ ଲାପ୍ଟପ୍, ଗୋଟିଏ କାର୍, ଦୁଇଟି ବାଇକ୍ ଏବଂ ମୋବାଇଲ୍ ଜବତ ହୋଇଛି। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ନେଇ ସୂଚନା ପାଇବା ପରେ ମାଲକାନଗିରି ପୋଲିସ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଚଢ଼ାଉ କରିଥିଲା।
ଜଣେ ପୋଲିସ୍ ଅଧିକାରୀ କିଛି ଗଞ୍ଜେଇ ମାଫିଆଙ୍କ ସହ ମିଶି ଗଞ୍ଜେଇ ବେପାରରେ ମାତିଥିବା ନେଇ ପୋଲିସ୍କୁ ଖବର ମିଳିଥିଲା। ଏହାପରେ ତୁରନ୍ତ ଏକ ସ୍କ୍ୱାଡ୍ ଗଠନ କରାଯାଇ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ଲାଗି ଛାନ୍ଭିନ୍ ଆରମ୍ଭ ହୋଇଥିଲା।
ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲ୍ଲୀ ଆଉଟପୋଷ୍ଟର ଏଏସ୍ଆଇ ଜୟଦାଶ ଖରା ନିଜେ ମାଲକାନଗିରି ଆସି ଗଞ୍ଜେଇ ଚାଲାଣ କରିବା ନେଇ ଗାଡି ଖୋଜୁଥିଲେ।ତାଙ୍କର ୩ ସହଯୋଗୀ ମାଲକାନଗିରି ଗୋଟିଏ ସ୍ଥାନରେ ଗଞ୍ଜେଇ ଲୁଚାଇ ରଖିଥିଲେ ଓ ସେଠାରୁ ସେମାନେ ଗଞ୍ଜେଇକୁ ଛତିଶଗଡ଼ ରାସ୍ତାରେ ପାର୍ କରିବାକୁ ଚାହୁଁଥିଲେ। ଖବର ପାଇ ପୋଲିସ୍ ଏମାନଙ୍କୁ ଧରିବା ପାଇଁ ଏକ ପ୍ଲାନ୍ ପ୍ରସ୍ତୁତ କରିଥିଲା।
]]>ଘରୁ ବାହାରୁଛି ବିଡା ବିଡା ଟଙ୍କ।। ପୋଲିସ କର୍ମଚାରୀ ମଧ୍ୟ ଦେଖିକି ତାଜୁବ। ଯେତେ ଗଣିଲେ ବି ସରୁନି ଟଙ୍କ।। କଟକ ବାଦାମବାଡି ଥାନା ପୋଲିସ ଦ୍ୱାରା ଗଞ୍ଜେଇ ବିକ୍ରି ଅଭିଯୋଗରେ ଗିରଫ ହୋଇଛି ଅଭିଯୁକ୍ତ ନାରାୟଣ ପତି। ଆଉ ଏ ହେଉଛି ତା ଘର ସର୍ଚ୍ଚ ସମୟର ଦୃଶ୍ୟ। ଗିରଫ ପରେ ତା ଘର ସର୍ଚ୍ଚ କରିଥିଲା ପୋଲିସ। ଆଉ ତା ଘରୁ ମିଳିଛି ନଗଦ ୭୫ ଲକ୍ଷ ଟଙ୍କା ସୁନା ଅଳଙ୍କ।ର ସହ ୨୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ। ଏହି ଘଟଣାରେ ନାରାୟଣ ସହ ଅବକାଶ ସ୍ୱାଇଁ ନାମକ ଆଉ ଏକ ଅଭିଯୁକ୍ତକୁ ମଧ୍ୟ ପୋଲିସ ଗିରଫ କରିଛି।
ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନାରାୟଣ ଗଞ୍ଜେଇ ବେପାର କରୁଥିଲା। କଟକ ସହର ସହ ଆଖପାଖ ସ୍ଥାନକୁ ମଧ୍ୟ ଗଞ୍ଜେଇ ପଠାଉଥିଲା। ତେବେ କେହି ସନ୍ଦେହ ନ କରିବେ ବୋଲି ଅତି ଚତୁରତାର ସହ ବାଇକ୍ ଯୋଗେ ଯାଇ ଯୋଗାଉଥିଲା। ସିଗାରେଟ କିଣି ସିଗାରେଟ ଭିତରେ ଗଞ୍ଜେଇ ପୁରାଇ ଏହି ବେଆଇନ କାରବାର ଚଳାଉଥିଲା। ଆଉ ଏଥିରେ ପୁରା ସହଯୋଗ କରୁଥିଲେ ତା ପରିବାର। ନାରାୟଣର ଅନ୍ୟ କିଛି ରୋଜଗାର ନଥିବାରୁ ଏତେ ମୋଟା ଅଙ୍କର ଟଙ୍କ। ବ୍ୟାଙ୍କରେ ରଖିଲେ ସନ୍ଦେହ ହେବ ବୋଲି ଏମିତିକି ବ୍ୟାଙ୍କରେ ଟଙ୍କ। ରଖୁନଥିଲା। ଆଉ ପ୍ରତିଦିନ ବିକ୍ରି କରୁଥିବା ଟଙ୍କ।କୁ ସେ ଆଣି ଘରେ ରଖୁଥିଲା।
ସବୁବେଳେ ସେ ଅଳ୍ପ ପରିମାଣର ଗଞ୍ଜେଇ ନେଇ ବିକ୍ରି କରୁଥିଲା। କାହିଁକିନା ସେ ଜାଣିଥିଲା ଅଳ୍ପ ପରିମାଣରେ ଗଞ୍ଜେଇ ସହ ଧରାପଡିଲେ ଖୁବ ଶୀଘ୍ର ଜାମିନ୍ ମିଳିବ। ଆଉ ସେ ସେ ବାରମ୍ଭାର ଜେଲ ଯାଇ ମଧ୍ୟ ଜେଲରୁ ମୁକୁଳି ଯାଉଥିଲା। ତେବେ ମିଳିଥିବା ଟଙ୍କ। ସହ ତାର ଆର୍ଥିକ କାରବାର ବାବଦରେ ଇଡି ଏବଂ ଇନକମ ଟ୍ୟାକ୍ସ ବିଭାଗକୁ ତଦନ୍ତ ପାଇଁ ଅବଗତ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ଏହି ଘଟରାରେ ତାର ପରିବାର ସହ କିଛି ସମ୍ପର୍କୀୟଙ୍କ ମଧ୍ୟ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।
]]>ତେବେ ଯାଂଚ ବେଳେ ଟାଟା ମ୍ୟାଜିକ ଗାଡିରୁ ବସ୍ତା ବସ୍ତା ଗଂଜେଇ ଠାବ କରାଯାଇଥିଲା । ଏଥିସହ ଗଂଜେଇ ଚାଲାଣ ଅଭିଯୋଗରେ ଡ୍ରାଇଭରକୁ ଗିରଫ କରାଯାଇଛି । ଜବତ ଗଂଜେଇ ଆନ୍ଧ୍ରପ୍ରଦେଶର ରାଜମନ୍ଦ୍ରୀ ଯାଉଥିଲା ବୋଲି ସୂଚନା ମିଳିଛି । ଗଂଜେଇର ଆନୁମାନିକ ମୂଲ୍ୟ ୪୫,୦୦୦୦୦ ଲକ୍ଷ ବୋଲି ପ୍ରକାଶ କରିଛି ଚିତ୍ରକୋଣ୍ଡା ପୋଲିସ ।
ସେହିପରି ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ । ଗଂଜେଇ ଚାଲାଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ୭୦ଟି ବସ୍ତାରେ ଗଂଜେଇ ଭର୍ତ୍ତି କରି ଏହି ଅଂଚଳରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଏତେ ପରିମାଣର ଗଂଜେଇ ।
]]>ମୋହନାରୁ ଗଞ୍ଜାମ ଜିଲ୍ଲାକୁ ପିକ୍ଅପ୍ ଭ୍ୟାନ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଡ଼ଗଡ଼ ଥାନା ଅଞ୍ଚଳରେ ପୋଲିସ୍ ଧରିଥିଲା। ୩୨୦ କେଜିର ଗଞ୍ଜେଇ ଜବତ ସହ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଲେ ଆର. ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ। ପିକ୍ଅପ ଭ୍ୟାନ୍ ଡ୍ରାଇଭର ପୋଲିସ୍ର ଯାଞ୍ଚ ଦେଖି ଦ୍ରୁତ ଗତିରେ ମାଡ଼ି ଚାଲିଥିଲା। ପୋଲିସ୍ ଗାଡ଼ିକୁ ପିଛା କରି ଗାଡ଼ି ଅଟକାଇ ଗଞ୍ଜେଇ ଜବତ କରିଥିଲା।
ସେହିପରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୩୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ୧୦ ଚକିଆ ଟ୍ରକ୍ର ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ଚାଲାଣ ବେଳେ NCB ଧରିଥିଲା। ସିକ୍ରେଟ ଚ୍ୟାମ୍ବରରେ ୫୨୦ କେଜିର ଗଞ୍ଜେଇ ଚାଲାଣ ହେଉଥିଲା। ଖୋର୍ଦ୍ଧା ଭାୟା ଭୁବନେଶ୍ୱର ଦେଇ ଏହି ଗଞ୍ଜେଇ ଦିଲ୍ଲୀ ଚାଲାଣ ହେବାର ଥିଲା। କଟକ ମଙ୍ଗୁଳି ଛକରେ ଚଢାଉ କରି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ହରିୟଣାର ମୁନା ଲାଲ୍।
]]>ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।
]]>ସେମାନଙ୍କ ଠାରୁ ୧୪କ୍ୱିଣ୍ଟାଲ ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରାଯାଇଛି। ଗଞ୍ଜେଇ ଚାଲାଣକାରୀମାନେ ଏକ ଦାମୀ ଗାଡିରେ ନୀଳବତୀ ଲଗାଇ ପୋଲିସକୁ ଚକ୍ମା ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିସହ ପୋଲିସ ଗୋଟିଏ ଟିପର ଓ ମିନି ଟ୍ରକକୁ ମଧ୍ୟ ଜବତ କରିଛି।
]]>