ଏହାପରେ ମହାବଳର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଖଞ୍ଜାଯାଇଥିଲା କ୍ୟାମେରା ଟ୍ରାପ। ଯେଉଁଥିରୁ ଗଜପତିରେ ମହାବଳ ଘୁରି ବୁଲୁଥିବା ସ୍ପଷ୍ଟ ହୋଇଛି ।
ଏହାପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ବାଘର ଗତିବିଧି ଉପରେ ବି ନଜର ରଖାଯାଇଛି। ଏଣେ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ଘରେ ପଡ଼ୁଛି ତାଟି କବାଟ।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା । ଏବେ ବି ବହୁ ଦୁର୍ଗମ ଗ୍ରାମବାସୀ ଭୂମିହୀନ ଥିବା ବେଳେ ସେମାନଙ୍କ ନିକଟରେ ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ନାହିଁ। ଫଳରେ ସେମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିବ ହେଉଛନ୍ତି । ଏ ପରିକି ସେମାନଙ୍କ ପିଲାମାନେ ମଧ୍ୟ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ।
ତହସିଲରେ ହେଉଥିବା ସମସ୍ତ କାର୍ଯ୍ୟ କେମିତି ସିଧାସଳଖ ଦୁର୍ଗମ ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ୨ ମାସ ପୂର୍ବରୁ ସ୍ଥାନୀୟ ତହସିଲଦାର ହିମାଂଶୁ ଭୂଷଣ ପଲାଇ ପ୍ରୟାସ ଆରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୮ଟି ପଞ୍ଚାୟତର ୮ ଗୋଟି ଗାଁକୁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଭାବରେ ଗଠନ କରିଥିଲେ ତହସିଲଦାର। ପରେ ନିଜେ ରାଜସ୍ଵ କର୍ମଚାରୀମାନଙ୍କୁ ନେଇ ଘଞ୍ଚ ଜଙ୍ଗଲ ରାସ୍ତାରେ ମାଇଲ ମାଇଲ ଦୁର ଅତିକ୍ରମ କରି ଲୋକଙ୍କ ପାଖରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ଆବଶ୍ୟକୀୟ ପ୍ରମାଣ ପାତ୍ର ଯାଞ୍ଚ କରିବା ସହ ମାଗଣାରେ ଅନଲାଇନରେ ଆବେଦନ କରି ଲୋକଙ୍କ ପଟ୍ଟା ସଂଶୋଧନ, ଜମି ଭାଗ ବଣ୍ଟନ, ଆୟ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର ଓ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜମିର ଖଜଣା ବାନ୍ଧିଥିଲେ ।
ତହସିଲ କାର୍ଯ୍ୟାଳୟ ଠାରୁ ମୋହନା ବ୍ଲକର ବହୁ ଦୁର୍ଗମ ଗାଁ କୁ ଯିବାକୁ ହେଲେ ପ୍ରାୟ ୬୦/ ୭୦ କିମି ଅତିକ୍ରମ କରିବାକୁ ପଡେ। ଏବେ ପ୍ରଶାସନ ପକ୍ଷରୁ ମୋ ଆଦର୍ଶ ରାଜସ୍ୱ ଗ୍ରାମ ଅଭିଯାନ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚି ସୁବିଧା ଯୋଗାଇ ଦେଇଥିବାରୁ ଗ୍ରାମବାସୀ ତହସିଲଦାରଙ୍କୁ ବେଶ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ୩ ମାସକୁ ଥରେ ଏହି ଭଳି ଗାଁ ଗୁଡ଼ିକୁ ମୋ ରାଜସ୍ଵ ଆଦର୍ଶ ଗ୍ରାମରେ ସାମିଲ କରି ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ମୋହନା ତହସିଲଦାର ହିମାଂଶୁ ଭୁଷଣ ପଲାଇ କହିଛନ୍ତି ।
]]>]]>
ଗଜପତି ଚନ୍ଦ୍ରଗିରି ବନାଞ୍ଚଳ ଚାନ୍ଦିପୁଟ ବନ ପରିସରର ରାଜପୁର ଗାଁ ପାଖରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜଙ୍ଗଲରେ ଭରପୂର ରହିଛି ମୂଲ୍ୟବାନ ଚନ୍ଦନ ଗଛ । ହେଲେ ସେହି ଗଛ ଉପରେ ଏବେ କାଠମାଫିଆଙ୍କ ଆଖି । ଦିନରାତି ଏକ କରି ଗାଁ ଲୋକମାନେ ଜଙ୍ଗଲ ଜଗୁଛନ୍ତି ସତ ହେଲେ ତା’ରି ଭିତରେ ମୌକା ଦେଖି ଜଙ୍ଗଲ ତସ୍କରମାନେ କାଟିନେଉଛନ୍ତି ଗଛ ।
ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ଗାଁରେ ବନସୁରକ୍ଷା ସମିତି ବି ଗଠନ ହୋଇଛି । ଦିନରାତି ସେମାନେ ଜଙ୍ଗଲ ଜଗୁଛନ୍ତି, ଗଛ କଟାଳୀକୁ ଧରୁଛନ୍ତି । କିନ୍ତୁ ଗଛ ଚୋରି ବନ୍ଦ ହେବାର ନା ଧରୁନି । ଏମିତିକି କିଛି ମାସ ପୂର୍ବରୁ କାଠ ମାଫିଆଙ୍କୁ ଧରି ବନ ବିଭାଗ ହାତରେ ଜିମା ଦେଇଥିଲେ ଗାଁ ଲୋକେ । କିନ୍ତୁ ତଥାପି କାଠ ମାଫିଆଙ୍କ ଦୌରାମ୍ୟ ଥମିବାର ନା ନେଉନି । ଜାଣିଆଶ୍ଚର୍ଯ୍ୟ ହେବେ କି, ମାଫିଆଙ୍କୁ ପୋଲିସ ଜିମା ଦେବା ପରେ ବି ପୁଣି ଥରେ ଜଙ୍ଗଲରେ ମାଫିଆ କାଠ ହାଣୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ ।
ଖାଲି ଦେଖିଥିଲେ ତାହା ନୁହେଁ ବରଂ ଗାଁ ଲୋକମାନେ ମାଫିଆଙ୍କଠାରୁ କାଠ, କଟର ମେସିନ ଓ ଗୋଟିଏ ବାଇକ୍ ଜବତ କରିଥିଲେ, ହେଲେ ବନବିଭାଗକୁ ହସ୍ତାନ୍ତର କରିନଥିଲେ । ବରଂ ଗାଁରେ ଏନେଇ ବୈଠକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଗାଁରେ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଥାନାକୁ ଉଠାଇ ନେଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୋଲିସ ସିନା କାଠଚୋରଙ୍କୁ ଉଠାଇ ନେଇଗଲା ହେଲେ ବନବିଭାଗ ଗାଁରେ ପହଞ୍ଚିନଥିଲା । ତେଣୁ ତୁରନ୍ତ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଆଜି କି କାଲି ନୁହେଁ ବରଂ ୫ ବର୍ଷ ହେଲାଣି ଏମିତି ବେଧଡକ ଭାବରେ ଜଙ୍ଗଲରୁ ଗଛ କାଟିନେଉଛନ୍ତି ମାଫିଆ । ଆଉ ଧୀରେ ଧୀରେ ସଫା ହେବାରେ ଲାଗିଛି ମୂଲ୍ୟବାନ ଗଛ । ସେପଟେ ମାଫିଆଙ୍କ ଉତ୍ପାତକୁ ନେଇ ଡିଏଫଓ କହୁଛନ୍ତି ଆଗାମୀ ଦିନରେ ପେଟ୍ରୋଲିଂକୁ ଆହୁରି ଜୋରଦାର କରାଯିବ ।
]]>
ସେପଟେ ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ଝଡ଼ ପବନ, ଲଗାଣ ବର୍ଷା ଓ କୁଆପଥର ମାଡ଼ରେ ବିଶେଷ କ୍ଷୟକ୍ଷତି ହୋଇଛି ।
ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ଗତକାଲି ହଠାତ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି ଧାନ ଫସଲ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ମଧ୍ୟ କାଲିର ବର୍ଷା ଓ ପବନ ପରେ କ୍ଷେତରେ ଶୋଇଯାଇଛି ଫୁଲ ଓ ଫଳ ଧରିଆସିଥିବା ମକା ଫସଲ ।
ଅଞ୍ଚଳରେ ଏକର ଏକର ଜମିରେ ସ୍ଥିତି ସଙ୍ଗୀନ ହୋଇଛି । ସେପଟେ କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡ଼ା ଅଞ୍ଚଳରେ ବାଇଗଣ, ଭେଣ୍ଡି, କଲରା ଓ କାକୁଡ଼ି ଆଦି ବିଭିନ୍ନ କିସମର ପରିବା ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା ।
ତିନି ଦିନ ଧରି କୋହଲା ପାଗ ସାଙ୍ଗକୁ କାଲିର କୁଆପଥର ବର୍ଷା ପରେ ପାଣିରେ ଲୋଟୁଛି ଏକର ଏକର ପରିବା କ୍ଷେତ । ସେହିଭଳି ବାଲେଶ୍ୱର ଓ ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବ୍ୟାପକ ପିରମାଣରେ କଖାରୁ, ତରଭୁଜ ଓ ଜହ୍ନି ଭଳି ଲଟା ଫସଲକୁ କ୍ଷତି ପହଞ୍ଚାଇଛି କାଲିର ବର୍ଷା।
ଏପଟେ କାଳବୈଶାଖୀ ବର୍ଷା, ଝଡପବନ ଓ ଘଡ଼ଘଡ଼ି ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧନଜୀବନକୁ ବି କ୍ଷତି ପହଞ୍ଚାଇଛି । ଭଦ୍ରକ ବାସୁଦେବପୁରରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସେହିପରି ବାଲେଶ୍ୱର ସିମୁଳିଆର ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀର ଅକାଳ ବିୟୋଗ ଖବର ଆସିଛି । ସେପଟେ ମାଲକାନଗିରି ପଡିଆ ବ୍ଲକ ମେଟାଗୁଡ଼ା ଗାଁରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ-ବାପା ଗୁରୁତର ଆହତ ହୋଇଛନ୍ତି । ଜିଲ୍ଲାର ଅନେକ ସ୍ଥାନରେ ଚାଳ ଓ ଆଜବେଷ୍ଟ ଛପର ଉଡ଼ିଯିବାରୁ ଲୋକେ ବେସାହାରା ହୋଇଛନ୍ତି ।
ସେହିଭଳି କୋରାପୁଟ ଡିଲ୍ଲାର ଦଶରଥପୁର ଓ ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ଘରର ଆଜବେଷ୍ଟସ ଛପର ଉଡିବା ଗଛ ଉପୁଡ଼ି ଘର ଭାଙ୍ଗିଥିବା ଚିତ୍ର ବି ସାମ୍ନାକୁ ଆସିଛି ।
]]>ଯଦିଓ ଆଜିର ବୈଠକରେ ଭକ୍ତଙ୍କ ଭାବନା ସହ ଜଡ଼ିତ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଏହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଥିଲେ ପ୍ରମୁଖ ସଦସ୍ୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କିନ୍ତୁ ଏହା ଏଜେଣ୍ଡାରେ ନଥିବା କହି ତାଙ୍କ କଥାକୁ ଏଡ଼ାଇ ଦିଆଯାଇଥିଲା । ଯଦ୍ୱାରା ବୈଠକରେ ଗୁରୁଗମ୍ଭୀର ସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ଏଏସ୍ଆଇର କାର୍ଯ୍ୟଧାରା ସମ୍ପର୍କରେ ସୁଦର୍ଶନ ଆପତ୍ତି ଉଠାଇଥିଲେ ବି ତାଙ୍କ କଥା କେହି ଶୁଣିନଥିଲେ ।
ତେବେ ବୈଠକ ସରିବା ପରେ ନିଜେ ସୁଦର୍ଶନ ହୁଅନ୍ତୁ କି ଅନ୍ୟ ପରିଚାଳନା କମିଟି ସଦସ୍ୟ, ସମସ୍ତେ ସାମ୍ବାଦିକଙ୍କ ପ୍ରଶ୍ନରେ ଥ ଥ ମ ମ ହେଉଥିଲେ ବି ଜଣେ ହେଲେ ପଦୁଟିଏ ମୁହଁ ଖୋଲିନଥିଲେ । ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନ ଶୁଣୁ ଶୁଣୁ ଉତ୍ତର ନଦେଇ ପଳାଇଥିଲେ ।
ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ସୁରକ୍ଷା ନେଇ ନିଇତି ହଲ୍ଲାପଟ୍ଟା ଚାଲିଛି । ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ମେମ୍ବର, ସମସ୍ତେ ଏହାକୁ ଗୁରୁତ୍ୱର ସହ ନେବାକୁ ଦାବି କରୁଛନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନ କି ରାଜ୍ୟ ସରକାର, କାହାରି ଏଥିପ୍ରତି ନିଘା ନାହିଁ । ଏମିତିକି ପୂର୍ବରୁ ରତ୍ନଭଣ୍ଡାର ସ୍ଥିତିକୁ ନେଇ ଗଭୀର ଚିନ୍ତାପ୍ରକଟ କରିଥିବା ନିଜେ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଦସ୍ୟ ତଥା ଗଜପତି ମହାରାଜା ବି କାହିଁକି ନିଜ ଅଖଣ୍ଡ କ୍ଷମତା ବ୍ୟବହାର କରି ଏଜେଣ୍ଡାରେ ଏ ପ୍ରସଙ୍ଗକୁ ସ୍ଥାନ ଦେଉନାହାନ୍ତି ବୋଲି ପ୍ରଶ୍ନ ଉଠୁଥିବାବେଳେ, ରତ୍ନଭଣ୍ଡାର ପ୍ରତି ଅଣଦେଖା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ ହେଉଛି । ଯାହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବି ତେଜିଛି ।
ଏପଟେ ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପର୍ସ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି- ଆଗାମୀ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟକୁ ମିଟିଂରେ ଗ୍ରହଣ କରାଯାଇଛି । ତାସହ ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ ରେକର୍ଡ ପାଇଁ ନିଷ୍ପତ୍ତି ହୋଇଛି ଓ ଏଥିପାଇଁ ଓରସାକର ସାହାଯ୍ୟ ନିଆଯିବ । ତାଛଡ଼ା ସେବାୟତ ବାସଗୃହ ଯୋଜନା ସହ ଆଦର୍ଶ ଗୁରୁକୁଳ ସ୍ଥାପନ ନେଇ ବି ବୈଠକରେ ଆଲୋଚନା ହୋଇଛି ।
]]>
ସୂଚନାଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଲା, ହେଲେ ପ୍ରସଙ୍ଗକୁ ନେଇ ମୁହଁ ଖୋଳିଲେନି ମୁଖ୍ୟ ପ୍ରଶାସକ । ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡାଇଯାଇଥିଲେ ଗଜପତି ମହାରାଜ । ସେପଟେ ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।
ବୈଠକରେ ୬ ଅଗଷ୍ଟ ୨୦୨୨ର ବିବରଣୀ ଦୃଢ଼ିକରଣ କରାଯାଇଛି । ସେପଟେ ନୀତି ସବ୍ କମିଟି ବୈଠକ ନିଷ୍ପତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟଙ୍କୁ ପରିଚାଳନା କମିଟି ଗ୍ରହଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ORSEC ମାଧ୍ୟମରେ ଜଗନ୍ନାଥ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ କରାଯାଇଛି । ସେହିଭଳି ଆଦର୍ଶ ଗୁରୁକୂଳ ସୋସାଇଟି ରେଜିଷ୍ଟ୍ରସନ ଲାଗି ର୍ବିଲା ସହ MOU ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ । ସେବକ ବାସଗୃହ ପ୍ରୋଜେକ୍ଟ ଉପରେ ଆଲୋଚନା ଏବଂ ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ହେବ ସେବକ ବାସଗୃହ ବୋଲି ସୂଚନା ମିଳିଛି ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ନେଇ ଆଲୋଚନା ହେବାର ଥିଲା । ଶ୍ରୀମନ୍ଦିର ଐତିହ୍ୟ କିର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ କେଉଁ କେଉଁ କାର୍ଯ୍ୟ କରାଯାଇଛି ଏବଂ କେଉଁ ମରାମତି ବାକି ଅଛି, ପୂର୍ବରୁ ତାର ଟିକିନିଖି ଅନୁଧ୍ୟାନ କରିଥିଲେ ଆମିକସ୍କ୍ୟୁରି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରସଙ୍ଗରେ ଆମିକସ୍କ୍ୟୁରି ଏନ୍.କେ ମହାନ୍ତି କହିଥିଲେ ଯେ, ବୈଠକରେ ନାଟମଣ୍ଡପ ଭିତର, ରୋଷଘର ଓ ଜଗମୋହନ ବାହାରର ମରାମତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ନାଟମଣ୍ଡପର ଦୁଇଟି ପକେଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଥିଲା । ସେସବୁ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ମରାମତି କରାଯିବ । ଅନ୍ୟପକ୍ଷରେ ରୋଷଘରର ଚଟାଣ କାମ ସହ ଜଗମୋହନର ମରାମତି ପାଇଁ ତିନିମାସ ମଧ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ କୋର୍ କମିଟି ଅଧ୍ୟକ୍ଷ ଏନ୍ ସି ପାଲ୍ । ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ASI ସୁପରିଟେଣ୍ଡେଣ୍ଟ୍ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
]]>]]>ଗଜପତିରେ ଆତଙ୍କ! ପିଲା ଖେଳୁଥିବା ବେଳେ ପଡ଼ିଆ ଭିତରକୁ ମାଡ଼ିଆସିଲା ହେଲିକପ୍ଟର, ଆଉ ତା' ପରେ... #Paralakhemundi #Odisha pic.twitter.com/2TXNkaTmUk
— ଓଟିଭି (@otvkhabar) January 8, 2022
ସୂଚନା ଅନୁସାରେ, ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ସାମ୍ନାକୁ ଆସିଥିଲା ମଙ୍ଗଳବାର ଦିନ। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଥିଲା । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା ।
ଏହା ଜଣାପଡିବା ପରେ ରାୟଗଡ ବିଡିଓ ଏବଂ ତହସିଲଦାର ସେଠାକୁ ଯାଇ ସଂପୃକ୍ତ ଅସ୍ଥାୟୀ ଘରକୁ ସିଲ କରିଥିଲେ। ଆଉ ଏହାପରେ ସେହି ଅଂଚଳରେ ଏକ ପ୍ରକାର ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିଲା। ଘଟଣାସ୍ଥଳରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆନ୍ଧ୍ରର ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆସିଥିଲେ। ଗତ ପଂଚାୟତ ର୍ନିବାଚନ ବେଳେ ମଧ୍ୟ ଏହି ଗାଁ ରେ ର୍ନିବାଚନ କରିବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ପ୍ରଶାସନ। ହେଲେ ଗଜପତି ପ୍ରଶାସନ ଏହାକୁ ବିଫଳ କରିଥିଲା। ତେବେ ପୁଣି ଥରେ ଆନ୍ଧ୍ରର ଦାଦାଗିରର ଚିତ୍ର ଏବେ ସାମ୍ନାକୁ ଆସିଛି।
]]>ସେପଟେ କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ। କୋଟିଆ ପଞ୍ଚାୟତ ସୀମାନ୍ତ ନେରେଡିବାଲସାଠାରେ ଆନ୍ଧ୍ର ପୋଲିସ ଅଧିକାରୀ କରିଛନ୍ତି ଜନ ଶୁଣାଣି କାର୍ଯ୍ୟକ୍ରମ। ନେରଡିବାଲସାରେ ଲୋକଙ୍କ ନିକଟରେ ଜନ କଲ୍ୟାଣ ଯୋଜନାକୁ ପହଞ୍ଚାଇବା ପାଇଁ ଆନ୍ଧ୍ର ସରକାର ସ୍ପନ୍ଦନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ସୋମବାର ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଆନ୍ଧ୍ର ପୋଲିସ ପକ୍ଷରୁ ସୂଚନା ମିଳିଛି। ଆନ୍ଧ୍ର ପୋଲିସ କହିବା ଅନୁଯାୟୀ କୋଟିଆ ପଂଚାୟତର ସବୁ ଗ୍ରାମରେ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବ। ଗତକାଲି ସାଲୁରରେ ଥିବା କୋଟିଆ ଥାନାର ଅଧିକାରୀ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଥିଲେ। ଏଥିରେ ସ୍ଥାନୀୟ ଲୋକେ ରାସନ କାର୍ଡ, ଆଧାର କାର୍ଡ ଭଳି ସେମାନଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ତେବେ ଯେତେ ଯାହା କଲେ ବି ନା କୋଟିଆ ମୋହକୁ ଛାଡ଼ିପାରୁଛି ଆନ୍ଧ୍ର, ନା କାଟୁ କରୁଛି ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ। ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ। ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି। ୨୬ ଅଗଷ୍ଟରୁ ୩ ଦିନ ଲଗାତାର ଭାବରେ ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଗାଁକୁ ଯାଇ ଚାରା ବଣ୍ଟନ କରିଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ମୋଟ୍ ଉପରେ ଆନ୍ଧ୍ରର ଦାଦାଗିରି ଏବେ ସୀମାରେ ଅଶାନ୍ତି ସୃଷ୍ଟି କରୁଛି।
]]>ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ। ମିଳିଥିବା ସୂଚନା ଅନୁଯାୟୀ, ଏମାନଙ୍କ ନାଁ ରାମମୂର୍ତ୍ତି ଗମାଙ୍ଗ, କରୁଣାକର ଶବର, ମୋହନ ଶବର, ପାଣ୍ଡବ ଶବର, ମହେନ୍ଦ୍ର ଏବଂ ନବୀନ। ଏମାନଙ୍କ ମଧ୍ୟରୁ ଗୁଣପୁରର ଜଣେ ହୋଇଥିବାବେଳେ ଝୁମ୍ପାପୁରର ଜଣେ, ଫୁଲଫୁଟି ଗାଁର ୩ଜଣ ଥିବା କୁହାଯାଉଛି। ଅନ୍ୟ ଜଣେ ଗଜପତି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର। ମୃତକଙ୍କ ଗାଁରେ ଏହି ଖବର ପହଞ୍ଚିବା ପରେ ପରିବାର ସଦସ୍ୟଙ୍କ ପାଦତଳୁ ମାଟି ଧସିଯାଇଛି । ସତେ ଯେମିତି ଛିଣ୍ଡି ପଡ଼ିଛି ଆକାଶ। କିଏ ପୁଅ ଏବଂ ଭାଇଙ୍କୁ ହରାଇଛନ୍ତି ତ ଆଉ କିଏ ରୋଜଗାରିଆ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି।
ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଦିନ ତମାମ ଖଟଣୀ ପରେ ଖାଇ ସାରି ଏକ ଅସ୍ଥାୟୀ ଘରେ ଶୋଇଯାଇଥିଲେ ୬ ଓଡ଼ିଆ ଶ୍ରମିକ। ପ୍ରବଳ ମଶା ଯୋଗୁ ସବୁଦିନ ଭଳି ଗତ ରାତିରେ ବି ମଶାଧୂପ ଲଗାଇଥିଲେ ଏହି ଆବଦ୍ଧ ଘରେ। କିନ୍ତୁ ରାତିରେ କଣ ଘଟିଲା କେଜାଣି, ରାତି ପାହିଲା ବେଳକୁ ଦେଖିବାକୁ ମିଳିଥିଲା ବୀଭତ୍ସ ଦୃଶ୍ୟ । ଆଉ ପାଖରେ ଥିଲା ବ୍ଲିଚିଂ ପାଉଡର୍ । ତେବେ ନିଆଁ ଲାଗିଲା କେମିତି ? କାଳ ହେଲା ମଶାଧୂପ ନା ବିଦ୍ୟୁତ୍ ସର୍ଟସର୍କିଟରୁ ଲାଗିଲା ନିଆଁ ? କାରଣ ଘଟଣାସ୍ଥଳରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଗୁଣ୍ଟୁର୍ ଏସ୍ପି କହିଛନ୍ତି, ଆକସ୍ମିକ ଅଗ୍ନିକାଣ୍ଡରୁ ଏହି ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ତଥାପି ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରି ରହିଛି । ଏହି ଘଟଣାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ଗୁଣ୍ଟୁର ଏସ୍ପି ॥
ପୋଲିସର କହିବା କଥା, ଓଡ଼ିଆଙ୍କୁ ମିଶାଇ ଏହି ଅସ୍ଥାୟୀ ସେଡରେ ପ୍ରାୟ ୨୫ ଶ୍ରମିକ ଥିଲେ। ତେବେ ହୁତୁହୁତୁ ହୋଇ ୬ ଓଡ଼ିଆ ଶ୍ରମିକ ଜଳିଯାଇଥିଲେ ବି କେହି କେମିତି ଟେର୍ ପାଇଲେନି ? ତାକୁ ନେଇ ନାନା ପ୍ରଶ୍ନ ଛିଡ଼ାହୋଇଛି। ଏଣେ ମୃତକଙ୍କ ପରିବାର ପିଛା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
]]>ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି।
ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ ଭିତରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଗତକାଲି ରାତିରେ ଦୁଇ ଶିଶୁପୁତ୍ରକୁ ନେଇ ବାଣିତ୍ରୀ ସାହୁକାର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ ତାଙ୍କର ୨ଶିଶୁପୁତ୍ର ଗାଧାଉଥିବା ବେଳେ ପାଣିରେ ବୁଡିଯାଉଥିବା ଦେଖି ମା ବାଣିତ୍ରୀ ଉଭୟଙ୍କୁ ଉଦ୍ଧାର କାରିବା ବେଳେ ନିଜେ ମଧ୍ୟ ପୋଖରୀରେ ବୁଡି ଯାଇଥିବା ଅନୁମାନ କରାଯାଉଥିବା କୁହାଯାଉଛି।
]]>ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ ରାଜେନ୍ଦ୍ରଙ୍କ ଘର। ଆଦିବାସୀ ସମ୍ପ୍ରଦାୟର ଯୁବକ ଏଭଳି ସଫଳତା ପାଇଥିବାରୁ ସାରା ଗଜପତିରେ ଖେଳିଯାଇଥିଲା ଆନନ୍ଦ। ନିଜ ସଫଳତା ପରେ ଆଶା କରିଥିଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳିବ। ଯୋଜନାର ଲାଭ ଉଠାଇବା ପାଇଁ ବ୍ୟାଙ୍କ ନିକଟରେ ପହଞ୍ଚିବା ପରେ ସେଭଳି କୌଣସି ସରକାରୀ ସୁବିଧା ନଥିବା କହି ବ୍ୟାଙ୍କ ଫେରାଇ ଦେଇଥିଲା।
ଏବେ ପରିସ୍ଥିତି ଏଭଳି ସେ ନିଜ ପ୍ରଥମ ବର୍ଷ ଆଇଆଇଟି ଶିକ୍ଷା ସରିବା ସତ୍ତ୍ୱେ ଦ୍ୱିତୀୟ ବର୍ଷ ଶିକ୍ଷାଲାଭ ପାଇଁ ପାଖରେ ଅର୍ଥ ନାହିଁ । ତେଣୁ ବାଧ୍ୟ ହୋଇ ଆଇଆଇଟି ପାଠ ଛାଡିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ରାଜେନ୍ଦ୍ର। ଅନ୍ୟପଟେ ରାଜେନ୍ଦ୍ରଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ କିଭଳି ସାହାଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
]]>ଗଜପତି ଜିଲ୍ଲାରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଲୋକ ରେଶମ ଚାଷ କରି ଜୀବିକା ନିର୍ବାହ କରୁଥିଲେ । ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଜିଲ୍ଲାରେ ମାତ୍ର ୩ ଶହ ଚାଷୀ, ଏହି ରେଶମ ଚାଷ ଉପରେ ନିର୍ଭରଶୀଳ । ବିଭିନ୍ନ ରେଶମ କେନ୍ଦ୍ରରୁ ରେଶମ ପୋକ ନେଇ ତାକୁ ଲାଳନପାଳନ କରି ସେଥିରୁ ବାହାରୁଥିବା କୋଷଗୁଡିକୁ କେନ୍ଦ୍ରରେ କିଲୋ ପିଛା ମାତ୍ର ୨ ଶହରୁ ୩ ଶହ ଟଙ୍କାରେ ବିକ୍ରିହୁଏ । ରେଶମ ଚାଷ ପାଇଁ ମାଲବାରୀ ଗଛର ସୁରକ୍ଷା ପାଇଁ ତାରବାଡ଼ କିମ୍ବା ଚାଷ ପାଇଁ ଘର ଯୋଗାଇ ଦିଆଯାଉନାହିଁ । ତେୁଣ ଉନ୍ନତମାନର କୋଷ ଉତ୍ପାଦନ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।
ଗତ ୧୯୮୩ ମସିହାରେ କେନ୍ଦ୍ରୀୟ ରେଶମ ବୋର୍ଡ ପକ୍ଷରୁ ଜିଲ୍ଲାର ଆର.ଉଦୟଗିରି ବ୍ଳକ ତରଳସିଂଠାରେ ରୋଶମ ପୋକ ଓ ଅଣ୍ଡା ପ୍ରସ୍ତୁତି ପାଇଁ ରେଶମ ବିକାଶ କେନ୍ଦ୍ର ଆରମ୍ଭ କରାଯାଇଥିଲା । ଅଞ୍ଚଳର ଶହ ଶହ ଚାଷୀମାନେ ସେଠାରୁ ରେଶମ ପୋକ ନେଇ ଚାଷ କରିବା ପରେ କୋଷ ବିକ୍ରି କରି ଲାଭବାନ ହେଉଥିଲେ । କିନ୍ତୁ ଗତ ୩ ବର୍ଷ ହେଲା ରେଶମ ବିକାଶ କେନ୍ଦ୍ର ବନ୍ଦ ଥିବାରୁ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରେଶମ ବିକାଶ କେନ୍ଦ୍ରଟି ପୁଣି ଥରେ କାର୍ଯ୍ୟକ୍ଷମ ହେଲେ, ଅଞ୍ଚଳରେ ଶହ ଶହ ଚାଷୀ ଉପକୃତ ହେବା ସହ ବହୁ ବେକାରୀ ଯୁବକ ଯୁବତୀମାନେ କର୍ମ ନିଯୁକ୍ତି ପାଇବେ । ଏହି କେନ୍ଦ୍ର ବନ୍ଦ ହେବା ପରେ ଏବେ ବାହ୍ୟ ରାଜ୍ୟରୁ ରେଶମ ପୋକ କିଣି ଆଣି ମାତ୍ର ୩ ଶହ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ତୁରନ୍ତ ଏହି ରେଶମ ବିକାଶ କେନ୍ଦ୍ର ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଖୁବ୍ ଶୀଘ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି ରେଶମ ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୋଜେକ୍ଟ ଦିଆଯାଇଛି ବୋଲି ରେଶମ ଶିଳ୍ପ ସହକାରୀ ନିର୍ଦ୍ଦେଶକ କହିଛନ୍ତି ।
]]>ଏହି ବ୍ୟାରେଜ ପାଇଁ ଓଡିଶା ସରକାର ୧୦୬ ଏକର ଜମି ଅଧିଗ୍ରହଣ କରିବେ । ବିଶେଷକରି ଗୁଣପୁରର ସାରା, ବାଡିଗାଁ, ପାଲସିଂ ଅଂଚଳର ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହେବେ । ଏଥିପାଇଁ ସାରା ଗାଁର ଲୋକମାନେ ଏକାଠି ହୋଇ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଜମି ଅଧିଗ୍ରହଣ ବେଳେ ଉପଯୁକ୍ତ ଦର ସହ ଆଗୁଆ ଥଇଥାନ କରିବାକୁ ସେମାନେ କହିଛନ୍ତି । ଏମିତିକି ଦାବି ପୂରଣ ନହେଲେ ସେମାନେ ଆମରଣ ଅନଶନ କରିବା ସହ ପ୍ରକଳ୍ପ କାମ କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ସେପଟେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଜଳ ଉପରେ ଆନ୍ଧ୍ର ଓ ଓଡ଼ିଶା ଉଭୟ ରାଜ୍ୟର ଅଧିକାର ରହିବ । ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରିବେ । ତେଣୁ ନେରେଡିରେ ବ୍ୟାରେଜ ନିର୍ମାଣ ହେଲେ ଓଡିଶାର ଅନେକ ଅଂଚଳ ଜଳମଗ୍ନ ହେବ । ଏଥିଯୋଗୁଁ ଅନେକ ପରିବାର ବିସ୍ଥାପିତ ହେବେ । ପୁରୁଷ ପୁରୁଷ ଧରି ରହି ଆସିଥିବା ଭିଟାମାଟିକୁ ଛାଡିବାକୁ ପଡିବ । କିନ୍ତୁ ଓଡିଶା ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଉ ନାହିଁ ବୋଲି ପାରଳାଖେମୁଣ୍ଡି ବିଧାୟକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲର ରାୟ ଉପରେ ସରକାର କଣ ବିଚାର କରିବେ, ସେନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ।
ସୂଚନାଯୋଗ୍ୟ, ୨୦୦୬ରେ ଆନ୍ଧ୍ର ସରକାର ବଂଶଧାରା ନଦୀ ଉପରେ ନେରେଡି ଠାରେ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ । ଏହାର ପ୍ରତିବାଦ କରି ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲ ୨୦୧୭ରେ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦେବା ପରେ ଓଡିଶା ସରକାର ଏହା ବିରୋଧରେ ପୁନଃ ଆବେଦନ କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ ପୁଣି ଥରେ ସେହି ପୁରୁଣା ରାୟକୁ କାଏମ ରଖିଛନ୍ତି ।
]]>