ଜୟପୁରର ଉକ୍ତ ଘରୋଇ ମେଡିକାଲ ଷ୍ଟାଫ୍ମାନଙ୍କ ସହଯୋଗରେ ଅନେକ ଗୁଡ଼ିଏ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ ସ୍ୱାମୀ । ପରେ ସେହି ଡକ୍ୟୁମେଣ୍ଟ ଗୁଡ଼ିକୁ ଦେଇ ସରକାରୀ ଦପ୍ତରରରୁ ବା ମୁନିସିପାଲିଟିରୁ ଓରିଜିନାଲ ଡେଥ୍ ସାର୍ଟିଫିକେଟ୍ ସଂଗ୍ରହ କରିଥିଲେ ।
ସେହି ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍ କରିଥିଲେ ।
ହେଲେ ହଠାତ୍ ଦିନେ ଗ୍ରେଟର ଜୟପୁର ମୁନିସିପାଲିଟିର ରେଜିଷ୍ଟ୍ରାର ପ୍ରଦୀପ ପାରେକଙ୍କୁ ଯୋଗାଯୋଗ କରିଥିଲା ଇନସୁରାନ୍ସ କମ୍ପନୀ । ଉକ୍ତ ମହିଳା ମୃତ ନା ଜୀବିତ ବା ସେହି ଡେଥ୍ ସାର୍ଟିଫିକେଟ୍ର ଯାଞ୍ଚ ପାଇଁ କହିଥିଲା ।
ତେବେ ଏହାର ଉତ୍ତରରେ ପ୍ରଦୀପ ପାରେକ କହିଥିଲେ, ଆମେ ସେତେବେଳେ ଡେଥ୍ ସାର୍ଟିଫିକେଟ୍ ଇସ୍ୟୁ କରୁ ଯେତେବେଳେ ଆମ ପାଖରେ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ପହଞ୍ଚିଥାଏ । ହସ୍ପିଟାଲ ପୋର୍ଟାଲରେ ପରିଚୟ ରେଜିଷ୍ଟ୍ରେସନ୍ ହେବା ପରେ ଆମ ପାଖକୁ ଡକ୍ୟୁମେଣ୍ଟ ଆସିଥାଏ । ଏମିତିକି ଆମେ ଫ୍ୟୁନେରାଲ ରିପୋର୍ଟ ତଥା ଗ୍ରାଉଣ୍ଡରୁ ଶବ ସତ୍କାର ରିପୋର୍ଟକୁ ମଧ୍ୟ ଗ୍ରହଣ କରିଥାଉ । ତାପରେ ଆମେ ସାର୍ଟିପିକେଟ୍ ପ୍ରଦାନ କରିଥାଉ ।
ଅନ୍ୟପଟେ ମିଛ ମୃତ୍ୟୁର ନାଟକ ସେତେବେଳେ ପର୍ଦ୍ଦାଫାସ୍ ହୋଇଥିଲା ଯେତେବେଳେ ଇନସୁରାନ୍ସ କମ୍ପାନୀ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଥିଲା । ଆଉ ମହିଳାଙ୍କୁ ଜୀବତ ଦେଖିଥିଲେ ଯାଞ୍ଚ ଟିମ୍ । ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଆଉ ନିଜ ଘରେ ଆରମ୍ରେ ରହୁଥିଲେ ।
ମିଛ ମୃତ୍ୟୁ ବୋଲି ଜଣାପଡ଼ିବା ପରେ ମୁନିସିପାଲିଟିର ଡେପୁଟି ରେଜିଷ୍ଟ୍ରାର ଲତେଶ ଗୁପ୍ତା ଚଳିତ ସପ୍ତାହରେ ଡେଥ୍ ସାର୍ଟିଫିକେଟ୍କୁ ଖାରଜ କରିଥିଲେ । ଏହାସହ ଏହି ଜାଲିଆତିରେ ଯେଉଁମାନେ ସବୁ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
]]>୪ ଗୁଣା ଟଙ୍କା ଲୋଭରେ ନାରାୟଣ ଚଣ୍ଡିଖୋଲ ପାରାଦୀପ ରୋଡ୍ ଟୋଲ୍ ଗେଟ୍ ପାଖରେ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ଏହା ବଦଳରେ ସେ ଏକ ବାକ୍ସରେ କିଛି ୧୦୦ ଓ ୫୦ ଟଙ୍କିଆ ନୋଟ୍ ଦେଇଥିଲେ। ହେଲେ ଘରକୁ ଆସି ଦେଖିଲା ବେଳେ ତଳେ ଖାଲି ବାଲି ଆଉ ବାଲି ଥିଲା। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।
]]>ସେମିତି ସାଇବର ଲୁଟେରାଙ୍କ ଦ୍ୱାରା ଶିକାର ହୋଇଛନ୍ତି ଜଣେ ଯୁବକ । ତାଙ୍କ ଘର ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରେ । ଯୁବକଙ୍କ ବାପା ବ୍ରେନ ଷ୍ଟୋକରେ ହୋଇଥିଲେ ଆକ୍ରାନ୍ତ। ଚିକିତ୍ସା ପାଇଁ ତାଙ୍କ ବାପାଙ୍କୁ ଭୁବନେଶ୍ୱର ଫାୟରଷ୍ଟେସନ ଛକରେ ଥିବା ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ। କିଛି ଦିନ ପରେ ତାଙ୍କ ବାପାଙ୍କର ମୃତ୍ୟୁ ହେଲା।
ମେଡିକାଲ ଡକ୍ୟୁମେଣ୍ଟ ପାଇଁ ଯୁବକ ଜଣଙ୍କ ହସପିଟାଲକୁ ଫୋନ୍ କରିବାକୁ ଗୁଗୁଲ ସର୍ଚ୍ଚରେ ଫୋନ୍ ନମ୍ୱର୍ ଖୋଜିଥିଲେ। ଆଉ ଗୁଗୁଲରୁ ହସ୍ପିଟାଲ ଫୋନ ନମ୍ବର ପାଇ କଲ୍ କରିଥିଲେ । ଡକ୍ୟୁମେଣ୍ଟ ପାଇବା ପାଇଁ ଯୁବକଙ୍କୁ ୧ ହଜାର ଟଙ୍କା ପଠାଇବାକୁ କୁହାଯାଇଥିଲା । ୟୁପିଆଇ ଜରିଆରେ ଟଙ୍କା ପୈଠ ବେଳେ ଯୁବକଙ୍କ ଆକାଉଣ୍ଟରୁ କଟି ଯାଇଥିଲା ୨୩ ହଜାର ଟଙ୍କା।
ପରେ ଯୁବକ ଜଣଙ୍କ ଜାଣିବାକୁ ପାଇଥିଲେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି । ଏନେଇ ସାଇବର ଥାନାରେ ସେ ଦ୍ୱାରସ୍ତ ହୋଇଛନ୍ତି । ସେପଟେ ହସ୍ପିଟାଲ ରିସେପ୍ସନ ନମ୍ବର ହ୍ୟାକ୍ ହୋଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଅପରପକ୍ଷରେ ଏହି ନମ୍ବରରେ କେହି ଟଙ୍କା ନପଠାଇବା ପାଇଁ ଅନୁରୋଧ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ସାଇବର ଠକଙ୍କ ଜାଲରେ ପଡି ଜଣେ ବିଏସଏଫ ଯବାନ ମଧ୍ୟ ହରାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ଯବାନଙ୍କଠାରୁ ୪ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। କ୍ରେଡିଟ କାର୍ଡ ବନ୍ଦ କରାଇ ଦେବାକୁ କହି ସାଇବର ଠକ ଲୁଟିନେଇଛନ୍ତି ଟଙ୍କା। ଚାଲାକି କରି କ୍ରେଡିଟ୍ କାର୍ଡ ନମ୍ବର ସହ ସିଭିଭି ନମ୍ବର ମାଗି ନେଇ ଲୁଟି ନେଇଛନ୍ତି। ଏନେଇ ସାଇବର ଥାନା ପୋଲିସର ଦ୍ୱାରସ୍ତ ହୋଇଛନ୍ତି ଯବାନ। ସବୁ ସମୟରେ ସବୁ କ୍ଷେତ୍ରରେ ଲୋକଙ୍କୁ ସାଇବର ଠକେଇ ନେଇ ସଚେତନ କରାଯାଉଛି । ହେଲେ ସାଇବର ଠକଙ୍କ ଠକେଇ ଜାଲରୁ ମୁକ୍ତ ହୋଇପାରୁନାହାନ୍ତି ସାଧାରଣ ଲୋକେ ।
]]>ତେବେ ପୁରା ଘଟଣାଟି ହେଲା,୨୦୧୯ରେ ନିଲାମୀ ଦ୍ୱାରା ଜମି ବିକି ବ୍ୟାଙ୍କ୍ ପାଇଥିଲା ୧୩ ଲକ୍ଷ ୩୦ ହଜାର ଏବେ ଗ୍ରାହକଙ୍କୁ ଫେରାଇବ ୭୭ ଲକ୍ଷ ୫୦ ହଜାର ଟଙ୍କା ଜମି ବାବଦ ୫୭ ଲକ୍ଷ, ୨୦ ଲକ୍ଷ କ୍ଷତିପୂରଣ, ୫୦ ହଜାର ଟଙ୍କା ମୋକଦ୍ଦମା ଖର୍ଚ୍ଚ ଜଣେ ଖାଉଟୀଙ୍କୁ ନ୍ୟାୟ ଦେବାକୁ ଯାଇ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ। ଦେଖନ୍ତୁ, ସମ୍ବଲପୁର ଜିଲ୍ଲା ଖାଉଟୀ ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ। ଖାଉଟୀ ଚନ୍ଦନ ଶାହାଙ୍କୁ ଏହି କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ୨୦୧୯ରେ ସମ୍ବଲପୁର ଓରିଏଣ୍ଟାଲ ବ୍ୟାଙ୍କ ଜମି ନିଲାମି ପ୍ରକ୍ରିୟାରେ ସମ୍ବଲପୁରର ଚନ୍ଦନ ସାହାଙ୍କୁ ଏକ ପ୍ଲଟ ବିକ୍ରି କରିଥିଲା। ଦୁର୍ଗାପାଲି ଅଂଚଳର ୩ ହଜାର ୩୩୬ ବର୍ଗ ଫୁଟ ପ୍ଲଟର ମୂଲ୍ୟ ବାବଦକୁ ୧୩ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ ଚନ୍ଦନ। ମାତ୍ର ପରେ ଚନ୍ଦନଙ୍କ ନାଁରେ ଉକ୍ତ ଜମିକୁ ପଞ୍ଜୀକରଣ କରାଇପାରିନଥିଲା ବ୍ୟାଙ୍କ୍। ଘଟଣାର ଖୋଳତାଡ଼ ବେଳେ ଜଣାପଡ଼ିଥିଲା ଧରଣୀଧର ମହାନ୍ତି ନାମକ ଜଣେ ବ୍ୟକ୍ତି ପୂର୍ବରୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ସଂପୃକ୍ତ ଜମିକୁ ଲିଜ୍ ନେଇଥିଲେ।
ନକଲି ଏନଓସି ଦେଇ ଅସଲି ଋଣ। ଆଉ ନିଲାମୀ ଦ୍ୱାରା ଋଣ ଖିଲାପକାରୀଙ୍କ ଜମି ବିକିବା ବି ବ୍ୟାଙ୍କକୁ ପଡ଼ିଲା ଭାରି। ସମ୍ବଲପୁରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଋଣ ଖିଲାପକାରୀଙ୍କ ପାଇଁ ବ୍ୟାଙ୍କ ଏବେ ହଟହଟା ହୋଇଛି।#LoanFraud #Crime #Sambalpur pic.twitter.com/SuaVml7a1v
— ଓଟିଭି (@otvkhabar) February 23, 2024
ମାତ୍ର ନକଲି ଏନଓସି ଦେଇ ବ୍ୟାଙ୍କ ଠାରୁ ଋଣ ନେଇଥିଲେ। ଧରଣୀଧର ଋଣ ସୁଝିବାରେ ବିଫଳ ହେବାରୁ ବ୍ୟାଙ୍କ ଉକ୍ତ ଜମିକୁ ନିଲାମୀ ଡାକିଥିଲା। ଚନ୍ଦନ ଜମି କିଣିବା ପରେ ମଧ୍ୟ ପ୍ଲଟ ପାଇ ପାରୁନ ଥିବାରୁ ଜିଲ୍ଲା ଖାଉଟୀ ଅଦାଲତରେ ଅଭିଯୋଗ କରିଥିଲେ। ପ୍ରେମ ପ୍ରକାଶ ପାଣିଗ୍ରାହୀ, ମାମଲା ଲଢୁଥିବା ଆଇନଜୀବୀ
ତେବେ ନୋ ଅବଜେକ୍ସନ ସାର୍ଟିଫିକେଟଟି ନକଲି ବୋଲି ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇସାରିଥିବା ବେଳେ ପ୍ରକୃତରେ ତାହା ସେହି ଅଫିସର କୌଣସି କର୍ମଚାରୀ ପ୍ରସ୍ତୁତ କରି ଦେଇଛନ୍ତି ନା ଋଣ ଗ୍ରହିତା ନିଜେ ଏଭଳି ଠକେଇ କରିଛନ୍ତି ତାହା ଜଣାପଡିନାହିଁ।
]]>ସେହିଭଳି ଗାଁର ସୁକାନ୍ତି ମଲିକଙ୍କ ଅବସ୍ଥା ଆହୁରି ଦୟନୀୟ । ଆ ତା ଘରେ ବାସନ ମାଜି ବଡ କଷ୍ଟରେ ପରିବାର ଚଳାଉଛନ୍ତି। ସ୍ୱାମୀ ଥିଲା ବେଳେ ସମିତିରେ ୨ ଲକ୍ଷ ଟଙ୍କା ଜମା କରିଥିଲେ। ଏବେ ଯେତେ ଧାଇଁଲେ ବି ନିଜ ଟଙ୍କା ଆଉ ମିଳିପାରୁନି। କେବଳ ଏହି ଦୁଇ ଜଣ ନୁହଁନ୍ତି, ଟଙ୍କା ପାଇଁ କାହାର ଝିଅ ବାହାଘର ଅଟକିଛି ତ କିଏ ଟଙ୍କା ହରେଇବା ଚିନ୍ତାରେ ଆରପାରିକୁ ଚାଲି ଗଲାଣି।
ବର୍ଷ ବର୍ଷ ଧରି ଜମାକାରୀ ଏଦୁଆରରୁ ସେ ଦୁଆର ନେହୁରା ହେଉଥିଲେ ବି କାହାର ଯେମିତି ଏଥିପ୍ରତି ନିଘା ନାହିଁ। ଶେଷରେ ନିଜ ଜମା ଟଙ୍କା ଫେରସ୍ତ ଦାବିରେ ଜମାକାରୀ ପଣପଣା ସେବା ସମିତି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ମଧ୍ୟ ଦେଇଛନ୍ତି।
୨୦୧୭ରେ ପଣପଣା ସେବା ସମବାୟ ସମିତିରେ ହୋଇଥିଲା ହରିଲୁଟ୍। ତତ୍କାଳୀନ ସମିତି ସମ୍ପାଦକ ପ୍ରଦୀପ୍ତ ଦାଶ ଏବଂ କିଛି କର୍ମଚାରୀ, ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା ହୋଇଥିଲା ଅଭିଯୋଗ। ବାଲେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ୪ ହଜାର ୭୫ ଜମାକାରୀଙ୍କ ୪ କୋଟି ୫୬ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡିଥିଲା।
ପରେ ବିଭାଗୀୟ ଅଧିକାରୀ ଏବଂ ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଲୋକଙ୍କୁ ଟଙ୍କା ଫେରସ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏପରିକି କର୍ପସ୍ ଫଣ୍ଡରୁ ଜମାକାରୀଙ୍କୁ ଟଙ୍କା ମିଳିବା ନେଇ ଘୋଷଣା ହୋଇଥିଲା। ହେଲେ ୬ ବର୍ଷ ବିତିଯାଇଥିଲେ ବି ନିଜ କଷ୍ଟ ଉପାର୍ଜିତ ଜମା ଟଙ୍କାକୁ ଅନାଇ ବସିଛନ୍ତି ଜମାକାରୀ।
]]>
ମିଳିଥିବା ସୂଚନା ଅନୁଯାୟୀ, ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଏବଂ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । କଟକର ୭ ଜଣଙ୍କୁ ଏଭଳି ମିଛ ଚୁନା ଲଗାଇଥିଲା ସନ୍ତୋଷ । ଅଭିଯୋଗର ତଦନ୍ତ କରି ପୋଲିସ ସନ୍ତୋଷକୁ ଗିରଫ କରିଛି । ତା’ସହ ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।
କିଛି ମାସ ପୂର୍ବରୁ ସନ୍ତୋଷ କଟକର ଜଣେ ସାଧୁ ବାବାଙ୍କ ସଂସ୍ପର୍ଶରେ ଆସିଥିଲା । ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଏବଂ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାଁରେ ଠକେଇ କରୁଥିଲା ।
]]>
ପ୍ରମୋଦଙ୍କ କହିବା କଥା ତାଙ୍କ ଉପରେ ଟଙ୍କାଟିଏ ବିଦ୍ୟୁତ୍ ଶୁଳ୍କ ବାକି ନାହିଁ, ହେଲେ ବିଲ୍ ଆସିଛି ୨ ଲକ୍ଷ ୨୭ ହଜାର ଟଙ୍କା। କଂପାନୀ କର୍ମଚାରୀ ଲାଇନ୍ କାଟିବାକୁ ଆସିବାବେଳେ ସେ ଦେଖାଇଥିବା ମନି ରିସିପ୍ଟ ଡୁପ୍ଲିକେଟ୍ ବୋଲି ଜାଣି ମୁଣ୍ଡରେ ହାତ ଦେଇ ବସିଛନ୍ତି।
ସେମିତି ସମାନ ଧରଣର ଠକେଇର ଶିକାର ହୋଇଥିବା ଆଉ ଜଣେ ଗ୍ରାହକ ହେଲେ ଚିଙ୍ଗୁଡି ଫାର୍ମ ମାଲିକ ସୁଶିଲ ଭୂୟାଁ । ସେ ମଧ୍ୟ ପ୍ରତି ମାସରେ ୬ରୁ ୭ ହଜାର ଟଙ୍କା ଇଲେକ୍ଟ୍ରି ବିଲ୍ ଭରନ୍ତି ହେଲେ ଟଙ୍କାଟିଏ କଂପାନୀ ଖାତାକୁ ଯାଇନି। ସେକ୍ସନ ଇଂଜିନିୟର ଅରୁଣ ଜେନା ତାଙ୍କୁ ଚୂନ ଲଗାଇଥିବା ଜାଣିବା ପରେ ବଢିଛି ଟେନସନ୍। ଖାଲି ପ୍ରମୋଦ କି ସୁଶିଲ ନୁହଁନ୍ତି, ସାରଗାଁ ବିଦ୍ୟୁତ୍ ସେକସନ ଅଧୀନରେ ତାଙ୍କ ଭଳି ବହୁ ଗ୍ରାହକଙ୍କୁ ଫଲସ ରସିଦ୍ ଦେଇ ଅରୁଣ ଜେନା ଏମିତି ଚୂନା ଲଗାଇଥିବାର ଅଭିଯୋଗ ଲମ୍ବିବାରେ ଲାଗିଛି ।
ଏଣେ ବାଲେଶ୍ୱର ସଦର ଥାନାକୁ ଦୁଇଦିନ ତଳେ ଗିରଫ ହୋଇ ଆସିଥିବା ଇଏ ସେହି ସାରଗାଁ ଗ୍ରାମାଞ୍ଚଳ କମର୍ସିଆଲ ସେକସନ୍ ଅରୁଣ ଜେନା। ଯିଏ ଗ୍ରାହକଙ୍କୁ ଡୁପ୍ଲିକେଟ୍ ବିଲ୍ ଦେଇ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଚଳୁ କରିଥିବା ସାମ୍ନାକୁ ଆସିବା ପରେ ତାଙ୍କୁ ବାନ୍ଧି ଜେଲ୍ ପଠାଇଛି ବାଲେଶ୍ବର ପୋଲିସ୍ । ଗ୍ରାହକଙ୍କ ଅଭିଯୋଗ ଆଧାରରେ ଟାଟା ପାୱାର ପକ୍ଷରୁ ଥାନାରେ ଏତଲା ପରେ ପଦାକୁ ଆସିଥିଲା ବାବୁଙ୍କ ଅସଲ କାରନାମା।
ଏମିତିକି ୬୦ ହଜାର ଟଙ୍କାର ବିଲକୁ ଅରୁଣ ଜେନା ମନଇଚ୍ଛା ୭୨ ହଜାରକୁ ବଢ଼ାଇ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରିଥିବା ବି ଧରାପଡିଛି। ଯଦିଓ ଟାଟା ପାୱାର ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ, ତେବେ ଅଭିଯୁକ୍ତ ଅରୁଣ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଠକେଇର ପରିମାଣ ଜଣା ପଡ଼ିଯିବ ବୋଲି କହିଛନ୍ତି ବାଲେଶ୍ବର ଏସ୍ ପି ।
ସେପଟେ ଠକେଇର ଶିକାର କମର୍ସିଆଲ୍ ଗ୍ରାହକଙ୍କୁ କଂପାନୀ ବିଲ୍ ଛାଡ଼ କରିବ କି ନାହିଁ ତାର ବି ତର୍ଜମା ଚାଲିଛିବା କହିଛନ୍ତି ଟାଟା ପାୱାର ସିଇଓ।
]]>
ପୁରା କାହାଣୀଟି ହେଲା, ଟଙ୍କା ପାଇଁ ଏଠି ନିଜ ବାପାର ସ୍ତ୍ରୀ ସାଜିଲା ଝିଅ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଝିଅ ଟଙ୍କା ପାଇଁ ବାପାର ସ୍ତ୍ରୀ ଭୂମିକା ନିଭାଇବାକୁ ବି ପଛାଇ ନାହିଁ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା। ବାପା ଚାଲିଯିବା ପରେ ନିଜକୁ ତାଙ୍କ ପତ୍ନୀ ଭାବେ ଦର୍ଶାଇ ୧୦ ବର୍ଷ ଧରି ପେନସନ୍ ଟଙ୍କା ଉଠାଇ ନେଉଛି ଝିଅ ।
ସୂଚନା ଅନୁସାରେ, ମୋହସିନା ପରଭେଜ (୩୬)ଙ୍କ ବାପା ୱାଜାହତ ଉଲ୍ଲା ଖାନଙ୍କର ୨ ଜାନୁୟାରୀ ୨୦୧୩ରେ ମୃତ୍ୟୁ ଘଟିଥିଲା । ସେ ଉତ୍ତର ପ୍ରଦେଶ ସରକାରରେ ରାଜସ୍ୱ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅବସର ମଧ୍ୟ ହୋଇ ସାରିଥିଲା। ଏହାପରେ ମୋହସିନା ପିତାଙ୍କ ପେନସନକୁ କିପରି ଉଠାଣ କରିବେ ସେଥିପାଇଁ ଯୋଜନା କରିଥିଲେ। ସେ ନିଜକୁ ତାଙ୍କ ପିତାଙ୍କ ପତ୍ନୀ ଭାବେ ଦର୍ଶାଇ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଡ଼ କରିଥିଲେ।
ରିପୋର୍ଟ ଅନୁସାରେ, ମୋହସିନା ବର୍ତ୍ତମାନ ପର୍ଯ୍ୟନ୍ତ ମାସିକ ୧୦ ହଜାର ହିସାବରେ ୧୨ ଲକ୍ଷ ଟଙ୍କା ପେନସନ୍ ଆଣି ସାରିଛନ୍ତି। ସେ ୨୦୧୭ରେ ଫାରୁକ୍ ଅଲିଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କରେ ଫାଟ ହୋଇଯିବାରୁ ଦୁହେଁ ଅଲଗା ରହୁଥିଲେ। ଏ ବାବଦରେ ଫାରୁକ୍ ସବୁ ଜାଣିଥିଲେ। ଗତବର୍ଷ ଏନେଇ ଫାରୁକ୍ ଥାନାରେ ଅଭିଯୋଗ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି।
୨୦୨୨ରେ ଫାରୁକ୍ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଥିଲା। ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍ସନ୍ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି। ଜଣେ କିରାଣୀ ଏବଂ ଜଣେ କନଷ୍ଟେବଳଙ୍କ ଦ୍ୱାରା ପ୍ରାମାଣିକୃତ ହୋଇଥିବା ଏହି ଆବେଦନ, ଚୂଡ଼ାନ୍ତ କ୍ଲିୟରାନ୍ସ ପାଇଁ ଜିଲ୍ଲା ରାଜକୋଷକୁ ପଠାଯାଇଛି।
ଆଲିଗଞ୍ଜ ପୋଲିସ୍ ଷ୍ଟେସନରେ ମୋହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
]]>ଅଭିଯୁକ୍ତ ଦେବବ୍ରତ କାହାକୁ କହୁଥିଲା, ୫ ଲକ୍ଷ ଟଙ୍କା ଦେଲେ କନଷ୍ଟେବଳ ତ ଆଉ କାହାକୁ ୧୦ ଲକ୍ଷ ଦେଲେ ମିଳିବ ସବ-ଇନସପେକଟର ଚାକିରି । ଯିଏ ଲୋଭରେ ପଡିଲା ସର୍ବନାଶ । ଠକାମୀର ଶିକାର ଅନୁଗୁଳ ଅଞ୍ଚଳର ରାଜକିଶୋର ପ୍ରଧାନଙ୍କ କହିବା ଅନୁଯାୟୀ, ପୁଅକୁ କନଷ୍ଟେବଳ କରାଇବା ପାଇଁ ଦେବବ୍ରତ କଥାରେ ଭଳି ଯାଇଥିଲେ । ଧାର ଉଦ୍ଧାର କରି ସାଢେ ୩ ଲକ୍ଷ ଟଙ୍କା ଦେଇଥିଲେ ରାଜକିଶୋର ।
ଚାକିରି ତ ମିଳିଲାନି, ଦେଇଥିବା ଟଙ୍କା ମାଗିବାରୁ ମିଳିଲା ଜୀବନରୁ ମାରିଦେବାକୁ ଧମକ। ମଞ୍ଚେଶ୍ୱର ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଏବେ ସୁଦ୍ଧା ଅଭିଯୁକ୍ତ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଜାଣିବାକୁ ପାଇଛି ପୋଲିସ । ତାସହ ସଂପୃକ୍ତ କନସଲଟାନସି ଉପରେ ଚଢାଉ କରି ଶହ ଶହ ବାୟୋଡାଟା, ଚେକ୍ ବୁକ୍, ଆଇକାର୍ଡ, ଲାପଟପ, ହାର୍ଡଡିସ୍କ ଆଦି ଜବତ କରିଛି ପୋଲିସ।
ଏକ ୱେବସାଇଟ୍ କରି ବିଭିନ୍ନ ଚାକିରି ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁତାଉଥିଲା ଅଭିଯୁକ୍ତ । ଆଉ ଠକେଇ ଟଙ୍କାରେ ଚଢୁଥିଲା ୨୦ ଲକ୍ଷର ଟଙ୍କାର ଥାର୍ ଗାଡ଼ି ସହ ଦାମୀ ବାଇକ । ଏମିତିକି ଅଭିଯୁକ୍ତ ନିରୋଳା ମୁହୂର୍ତ୍ତରେ ସୋସିଆଲ ମିଡିଆରେ ବନାଉଥିଲା ରିଲସ । କିନ୍ତୁ ଶେଷରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ।
]]>ସେମାନଙ୍କ ମଧ୍ୟରେ ଲୋନ ଆପ ଠକେଇ ୪ ଜଣ, ଗେମ ଆପରେ ଜଣେ ଏବଂ ଅନ୍ୟାନ ଠକେଇରେ ୫ ଜଣଙ୍କ ସଂପୃକ୍ତି ରହିଛି । ଚାଇନା, ଦୁବାଇ, ହଂକଂ ଓ ମାଲେସିଆରେ ବସି ଏମାନେ, ଭାରତର ବିଭିନ୍ନ ରାଜ୍ୟରେ ଖେଳାଇଥିଲେ ନେଟୱର୍କ l ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ କରିଚାଲିଛନ୍ତି, ହେଲେ କ୍ରାଇମବ୍ରାଞ୍ଚ ହାତ ପାହାନ୍ତାରୁ ବହୁ ଦୂରରେ ବିଦେଶୀ ଠକ ।
ବିଦେଶୀ ଠକଙ୍କୁ ଗିରଫ କରିବାରେ ଅସହାୟ କ୍ରାଇମବ୍ରାଞ୍ଚ EOW, ସିବିଆଇ ଓ ଇଣ୍ଟରପୋଲର ସହାୟତା ଲୋଡିଛି । ଭାରତର ସମସ୍ତ ଏୟାରପୋର୍ଟର ଏମିଗ୍ରେସନ ପଏଣ୍ଟରେ ନଜର ରଖାଯାଇଛି l ଗତ କିଛି ଦିନତଳେ ଏଇଟିନଥ୍ ଫୁଟବଲ ଗେମ ମାଧ୍ୟମରେ ବ୍ରହ୍ମପୁରର ପ୍ରାୟ ୮ଶହ ଜଣ ଠକେଇର ଶିକାର ହୋଇଥିବା ବେଳେ, ଦେଶରେ ମୋଟ ୧୦୦୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅନୁମାନ କରୁଛି କ୍ରାଇମବ୍ରାଞ୍ଚ । ମାମଲାରେ ଦୁବାଇରେ ରହୁଥିବା ମହମ୍ମଦ ସୈଫ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯାଇଛି ।
କ୍ରାଇମବ୍ରାଞ୍ଚ ମାତ୍ର ୧୧ ଜଣଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି । ହେଲେ ଅସଲ କଥା ଯେ, ଏବେବି ମାର୍କେଟ ସକ୍ରିୟ ରହିଛି ଶହ ଶହ ବେଆଇନ ଆପ୍ ।
ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଓମକାରଙ୍କ ସହ ଆଲୋକ ମହାନ୍ତି, ଓଟିଭି
]]>ତେବେ ପୁରା ଘଟଣାଟି ହେଲା, ସ୍କୁଲରେ ଉତ୍ସବ ଚାଲିଥିବା ବେଳେ କାର୍ତ୍ତିକ୍ ନାମକ ଜଣେ ବ୍ୟକ୍ତି ଉକ୍ତ ବ୍ୟବସାୟୀଙ୍କୁ ଭେଟିଥିଲେ । ସେଠାରେ ସେ ତାଙ୍କ ସହ ଲୋନ ବାବଦରେ ଆଲୋଚନା କରିଥିଲେ । ବ୍ୟବସାୟୀଙ୍କ କଥା ଶୁଣି କାର୍ତ୍ତିକ କହିଥିଲେ, ତାଙ୍କର ଜଣେ ବନ୍ଧୁ ବ୍ୟାଙ୍କରେ କାମ କରନ୍ତି । ସେ ତାଙ୍କୁ କହି ଲୋନ କରାଇଦେବେ । କିଛି ଦିନ ଭିତରେ କାର୍ତ୍ତିକ ତାଙ୍କ ବନ୍ଧୁ ମଲ୍ଲିକାର୍ଜୁନଙ୍କୁ ଆଣି ବ୍ୟବସାୟୀଙ୍କ ସହ ଭେଟ କରାଇଲେ । ଖାଲି ସେତିକି ନୁହେଁ ସ୍କୁଲ ମ୍ୟାନେଜ୍ମେଣ୍ଟ ସହ ମଧ୍ୟ ସେ ଲୋନ ବାବଦରେ ଆଲୋଚନା କଲେ । ମଲ୍ଲିକାର୍ଜୁନ୍ ନିଜକୁ ଜଣେ ପ୍ରାଇଭେଟ୍ କମ୍ପାନୀର ଏମ୍ଡି ବୋଲି ପରିଚୟ ଦେଇଥିଲେ । ଆଉ ତାଙ୍କ ବ୍ୟାଙ୍କ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହିଥିବା କହିଥିଲେ ।
ମଲ୍ଲିକାର୍ଜୁନ୍ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍ମେଣ୍ଟକୁ ପ୍ରତିଶ୍ରୁତି ଦେଲେ । ଆଉ କହିଲେ ଏହା ସେତେବେଳେ ହୋଇପାରିବ ଯେତେବେଳେ ଆପଣ ପ୍ରଥମେ ୩୦ ଲକ୍ଷ ଟଙ୍କା ଅଗ୍ରୀମ ଡିପୋଜିଟ୍ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବେ । ସେମାନଙ୍କ କଥାକୁ ବିଶ୍ୱାସ କରି ସ୍କୁଲ ମ୍ୟାନେଜ୍ମେଣ୍ଟ ବା ବ୍ୟବସାୟୀ ରଜାକ୍, ନିର ଦିଗମ୍ବର ଚୌଧରୀ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ପାଇଁ ୩୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ । ଏହାପରେ ୨୪ ଅଗଷ୍ଟ ୨୦୨୧ରେ ମଲ୍ଲିକାର୍ଜୁନ୍ ଏବଂ କାର୍ତ୍ତିକ ଏକ ଫାଇନାନ୍ସ କମ୍ପାନୀ ସହ ରଜାକ୍ଙ୍କର ଚୁକ୍ତି କରାଇଥିଲେ ।
ତେବେ ଏହାପରେ ଦିନ ପରେ ଦିନ ଗଡ଼ି ଚାଲିଲା କିନ୍ତୁ ଲୋନ ହୋଇପାରିଲା ନାହିଁ । ରଜାକ୍ ଯେତେବେଳେ କାର୍ତ୍ତିକ ଏବଂ ମଲ୍ଲିକାର୍ଜୁନଙ୍କୁ ଏନେଇ ପ୍ରଶ୍ନ କଲେ, ସେତେବଳେ ସେ ‘ହଁ ଶୀଘ୍ର ହୋଇଯିବ’ କହି କିଛି ଦିନ ଗଡ଼ାଇଲେ । ତା’ପରେ ଫାଇନାନ୍ସ କମ୍ପାନୀର ଏମ୍ଡିଙ୍କ ସହ ରଜାକ୍ଙ୍କର ମିଟିଂ କରାଇବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ତାହା ବି ହେଲା ନାହିଁ । ଏବେ ସୁଦ୍ଧା ତାଙ୍କୁ ଲୋନ୍ ମିଳିଲା ନାହିଁ କିମ୍ବା ତାଙ୍କ ୩୦ ଲକ୍ଷ ଡିପୋଜିଟ୍ ବି ଫେରିଲା ନାହିଁ ବୋଲି ବ୍ୟବସାୟୀ ରଜାକ୍ ଅଭିଯୋଗ କରିଛନ୍ତି । ତେବେ ଏହି ବଡ଼ ଠକେଇ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଠକେଇର ଶିକାର ହୋଇଥିବା ବ୍ୟସାୟୀଙ୍କ ପୁରା ନାଁ ହେଉଛି ଉମର ଅବ୍ଦୁଲ ରଜାକ୍ । ସେ ଉକ୍ତ ସ୍କୁଲର ସାଧାରଣ ସମ୍ପାଦକ ରହିଛନ୍ତି । ସ୍କୁଲଟି ବେଙ୍ଗାଲୁରୁର ବେନ୍ସନ୍ ଟାଉନ୍ରେ ରହିଛି ।
]]>ତେବେ ଏତେ ବଡ଼ ଚୋରି ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପୁରା ଘଟଣାଟି ହେଲା ଏହି ଚୋରମାନଙ୍କର ଏକ ୫ ଜଣିଆ ଗ୍ୟାଙ୍ଗ ରହିଛି । ସେଥିରେ ଜଣେ ଗ୍ୟାଙ୍ଗ୍ ଲିଡର ବି ରହିଛି । ଏହି ଗ୍ୟାଙ୍ଗ୍ ଲିଡରର ଚିକିତ୍ସା ପାଇଁ ଚୋରି କରିଥିଲେ ୫୦ ରୁ ଅଧିକ ଦାମୀ ଗାଡ଼ି । ଉଦେଶ୍ୟ ଥିଲା ତାର ପାର୍ଟସ ଅଲଗା କରି ବିକ୍ରି କରିବେ । ଆଉ ଯାହା ଟଙ୍କା ମିଳିବ, ସେଥିରେ ଗ୍ୟାଙ୍ଗ ଲିଡରର ଚିକିତ୍ସା ଖର୍ଚ୍ଚ ବହନ କରିବେ । ଗ୍ୟାଙ୍ଗ୍ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।
ଏହି ଚୋରମାନେ ସାଉଥ୍ ଦିଲ୍ଲୀ, ସାଉଥ୍ ୱେଷ୍ଟ ଦିଲ୍ଲୀ ଏବଂ ୱେଷ୍ଟ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ଗାଡ଼ିଗୁଡ଼ିକୁ ଚୋରି କରିଥିବା ପୋଲିସ କହିଛି । ସେମାନେ ବାଛି ବାଛି କେବଳ ଦାମୀ ଗାଡ଼ି ବା ବିଳାସପୂର୍ଣ୍ଣ ଗାଡ଼ି ଚୋରି କରିଛନ୍ତି । ଏହି ଗ୍ୟାଙ୍ଗ୍ର ଏକ ଓୟାର ହାଉସ୍ ବି ରହିଛି । ସେଥିରେ କାମ କରୁଥିବା ୩ ଜଣ କର୍ମଚାରୀ ସଫିକ୍, ମଜିମ୍ ଏବଂ ରାମ ସଜୀବନ୍ ଏହି ଚୋରିରେ ସମ୍ପୃକ୍ତ । ସେମାନଙ୍କ ବ୍ୟତୀତ ଓୟାର ହାଉସ୍ର ମ୍ୟାନେଜର ଲକି ବି ଏଥିରେ ସମ୍ପୃକ୍ତ ବୋଲି ପୋଲିସ କହିଛି । ୪ ଜଣଙ୍କୁ ଗିରଫ କରି ପୋଲିସ ଏବେ ପଚରାଉଚରା କରୁଛି । ଅନ୍ୟପଟେ ଏହି ଚୋରିର ମାଷ୍ଟର ମାଇଣ୍ଡ ଆଶିଷ ଏବେ ମେଡିକାଲରେ ଚିକିତ୍ସିତ ହେଉଛି ।
ଲକି, ବୟସ ୩୬ । ଯିଏ କି ଓୟାର ହାଉସ୍ ସବୁ କଥା ବୁଝାବୁଝି କରେ । ତାର ସମ୍ପର୍କୟ ଭାଇ ହେଉଛି ଆଶିଷ । ସେ ଓୟାର ହାଉସର ବାହାର କଥା ବୁଝା ବୁଝି କରେ । କାର ଗୁଡ଼ିକ ଚୋରି କରିବା ପରେ ସାଉଥ୍ ଦିଲ୍ଲୀରେ ଥିବା ସେମାନଙ୍କ ଓୟାର ହାଉସ୍କୁ ଅଣାଯାଏ । ସେଠାରେ ସଫିକ୍ (୨୧) ଏବଂ ମଜିମ୍ (୨୫) ଗାଡ଼ି ଗୁଡ଼ିକର ପାର୍ଟସ ଖୋଲି ଅଲଗା ଅଲଗା କରିଥାନ୍ତି । ରାମ ସଜୀବନ୍ (୬୦) ଏହି ପାର୍ଟସ ଗୁଡ଼ିକୁ ନେଇ ବଜାରରେ କବାଡ଼ିଆ ଡିଲରକୁ ବିକ୍ରି କରିବାର କାମ କରିଥାଏ ।
ଆଖି ପିଛୁଳାକେ ଗାଡ଼ିର ଚିହ୍ନ ବର୍ଣ୍ଣ ହଜାଇବା ପାଇଁ ବା ଗାଡ଼ିକୁ ମାଟିରେ ମିଶାଇବା ପାଇଁ ସେମାନେ ବ୍ୟବହାର କରୁଥିଲେ ଅତ୍ୟାଧୁନିକ ଯନ୍ତ୍ରପାତି । ଯାହାକୁ ରେଡ୍ ପରେ ପୋଲିସ ଜବତ କରିଛି ।
ଦିଲ୍ଲୀର ଜଣେ ବାସିନ୍ଦାଙ୍କ ଟୋୟୋଟା ଇନୋଭା କ୍ରିଷ୍ଟା ଆନନ୍ଦ ନିକେତନ ଅଞ୍ଚଳର ଚୋରି ହୋଇଥିଲା । ଏନେଇ ସେ ଥାନାରେ ରିପୋର୍ଟ ମଧ୍ୟ ଲେଖିଥିଲେ । ଏହି ମାମଲାର ତଦନ୍ତ ଦାୟିତ୍ୱ AATSକୁ ହସ୍ତାନ୍ତର କରାଯାଇଥିଲା । ବିଭିନ୍ନ ସିସିଟିଭି ଆଧାରରେ ଘଟଣାର ଯାଞ୍ଚ କରି ପୋଲିସ ଏହି ଗ୍ୟାଙ୍ଗ୍ର ଟେର ପାଇଥିଲା । ଆଲିପୁରର ମାଖମେଲପୁର ଗାଁରେ ସେମାନଙ୍କର ଗୋଦାମ ବା ଓୟାର ହାଉସ ରହିଥିଲା ।
ଗତ ୧୭-୧୮ ତାରିଖ ରାତିରେ ପୋଲିସ ସେଠାରେ ଚଢ଼ାଉ କରିଥିଲା । ଏହି ସମୟରେ ସେମାନେ ଚୋରି ଗାଡ଼ି ଗୁଡ଼ିକର ପାର୍ଟସ ଅଲଗା କରୁଥିଲେ । ପୋଳିସ ସେମାନଙ୍କୁ ଗିରଫ କରିବା ସହ ଗାଡ଼ି ଗୁଡ଼ିକୁ ଜବତ କରିଥିଲା ।
]]>
ପୂର୍ବରୁ ସବ ଇନ୍ସପେକ୍ଟର ପରୀକ୍ଷା ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ କରୁଥିବା ବେଳେ ବିଗତ କିଛି ବର୍ଷ ହେବ କାହିଁକି ଓଡିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ କରୁଛି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ଆନ୍ଦୋଳନକାରୀ । ପୋଲିସ ଡିଜି ଏବଂ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ । ଏନେଇ ପୋଲିସ ଡିଜି କିମ୍ବା ଓପିଆର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
]]>ଧରାପଡିଥିବା ନକଲି ମେଡିସିନର ଚେର କେଉଁଠି ? ନକଲି ମେଡିସିନ କାରବାର ପଛରେ କାହାର ହାତ ? ଏସବୁ ପ୍ରଶ୍ନ ଭିତରେ ସତ ସାମ୍ନାକୁ ଆଣିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । କିଛି ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ନକଲି ମେଡିସିନ୍ କାରବାର ବଢୁଥିବା ସେ ସ୍ପଷ୍ଟ କରିଛନ୍ତି । ମେଡିସିନ୍ ବ୍ୟବସାୟୀଙ୍କ କହିବା ଅନୁସାରେ, ମେଡିସିନ ଡ୍ରିଷ୍ଟିବୁଟର ନିର୍ଦ୍ଦିଷ୍ଟ କଂପାନୀଠାରୁ ସିଧାସଳଖ ମାଲ କିଣି ଷ୍ଟକିଷ୍ଟ ବା ଦୋକାନକୁ ଯୋଗାନ୍ତି । ଏଥିରେ ଦେକାନୀ, ଷ୍ଟକିଷ୍ଟ ଓ ଡିଷ୍ଟ୍ରିବୁଟରଙ୍କର ନିର୍ଦ୍ଦିଷ୍ଟ ଲାଭ ପ୍ରତିଶତ ସ୍ଥିର ରହିଥାଏ । ହେଲେ କିଛି ବ୍ୟବସାୟୀ ଅଧିକ ଲାଭ ଆଶାରେ ସିଧାସଳଖ କଂପାନୀଠାରୁ ମେଡିସିନ ନଆଣି ଥାର୍ଡ ପାର୍ଟି ବା ଅନ୍ୟ ସଂସ୍ଥା ଜରିଆରେ ମେଡିସିନ ଆଣି ବେପାର କରନ୍ତି । ତେଣୁ ସେମାନଙ୍କୁ ନିବେଦନ କରିବା ସହ କଡା ଚେତାବନୀ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।
ସେପଟେ କ୍ଲାଭାମ-୬୨୫ର ଜବତ ହୋଇଥିବା ବ୍ୟାଚ୍ ନକଲି ବୋଲି ସ୍ପଷ୍ଟ ସହ ହିମାଚଳ ପ୍ରଦେଶରୁ ଏହି ମେଡିସିନ ଯୋଗାଣ ହୋଇଛି ବୋଲି ଜଣାପଡିଛି । ତେବେ ହିମାଚଳପ୍ରଦେଶର ଜଣେ ଅଭିଯୁକ୍ତଙ୍କୁ କଟକ ପୋଲିସ ରିମାଣ୍ଡରେ ଆଣି ପଚରାଉଚୁରା କରୁଥିବାରୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
କେମିତି ଜଣେ ସାଧାରଣ ଲୋକ ଜାଣିବ କିଣୁଥିବା ମେଡିସିନ ନକଲି ନା ଅସଲି । କ୍ଲାଭାମ-୬୨୫ର ଏକ ଷ୍ଟ୍ରିପ୍ । ସେଥିରେ ସବୁ ଅସଲି ବ୍ରାଣ୍ଡ, ପ୍ରିଣ୍ଟ, କଲର ଭଳି ଦିଶୁଛି । ହେଲେ ବାର କୋଡ ନକଲି । କ୍ଲାଭାମ-୬୨୫ର ଖୋଳ ଉପରେ ଥିବା ବାରକୋଡ ଦେଖନ୍ତୁ । ଏହାକୁ ସ୍କାନ୍ କରନ୍ତୁ । ଆଉ ଜାଣିପାରିବେ ତାହା ନକଲି ବୋଲି । କାରଣ ତାହା ମିସ୍ମ୍ୟାଚ ହେବ । ଯେତେ ଥର ସ୍କାନ କଲେ ସେତେଥର ବଦଳିବ କୋଡ । ଏଣୁ ମେଡିସିନ କିଣିବା ବେଳେ ଲୋକଟିଏ ସଚେତନ ହୋଇ ବାରକୋଡ ସ୍କାନ କରିବା ଦରକାର । ଅନ୍ୟପଟେ ନକଲି ମେଡିସିନ କାରବାରକୁ ଗୁରୁତର ସହ ସରକାର ନେଇଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ୬ ଜିଲ୍ଲାର ୧୨ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ମାମଲା ହେବା ସହ ଏକାଧିକ ଗିରଫ ମଧ୍ୟ ହୋଇଛନ୍ତି ।
]]>ବହୁଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ନେତା, ମନ୍ତ୍ରୀ ଆଉ କାହାର ରହିଛି ସଂପୃକ୍ତି, ଗୁମର ଖୋଲିଦେବାକୁ ଅର୍ଚ୍ଚନା ମାଗିଥିଲେ ୩୦ ମିନିଟ୍ । ରାଜ୍ୟର ତଦନ୍ତକାରୀ ସଂସ୍ଥା ଉପରୁ ଭରସା ତୁଟାଇ ଇଡ଼ି ଆଗରେ ମୁହଁ ଖୋଲିବାକୁ ବ୍ୟଗ୍ର ଥିଲେ ଅର୍ଚ୍ଚନା । ଗତ ୬ ତାରିଖରେ ନିଜର ଦୃଢ଼ୋକ୍ତି ରଖିଥିଲେ ଅର୍ଚ୍ଚନା । କିନ୍ତୁ ରିମାଣ୍ଡର ଆଜିକୁ ୫ ଦିନ ବିତିଗଲାଣି । ମିଡିଡ଼ିଆ ଆଗରେ ମୁହଁକୁ ଇସ୍ପାତ କରିଥିବା ଅର୍ଚ୍ଚନାଙ୍କୁ ଇଡ଼ି ଆଗରେ ଯେମିତି ସନିିପାତ ହେଉଛି । ୩୦ ମିନିଟ୍ ଦୂରେ ଥାଉ, ୯୬ ଘଣ୍ଟା ବିତିଗଲା, ନା ମୁହଁ ଖୋଲୁଛିି ନା ଓଡ଼ିଶାକୁ ଦୋହଲାଇ ଦେଲା ଭଳି EXCLUSIVE ତଥ୍ୟ ଦେଉଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି । ଅର୍ଚ୍ଚନା ରିମାଣ୍ଡରେ ଗଲା ପରେ ବି ନା କୌଣସି ପ୍ରଭାବଶାଳୀଙ୍କୁ ଇଡ଼ି ଅଫିସରେ ଦେଖିବାକୁ ମିଳୁଛି ନା ଅନ୍ୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇପାରୁଛି । ଅର୍ଥାତ ବଡ଼ ବଡ଼ିଆଙ୍କ ତଥ୍ୟ ଲୁଚାଉଛି କି ଅର୍ଚ୍ଚନା ? ମିଡ଼ିଆ ଆଗରେ ଗୋଟିଏ କଥା, ଇଡ଼ି ଆଗରେ ଆଉ ଗୋଟିଏ କଥା କହୁଥିବା ଅର୍ଚ୍ଚନାର ଏଭଳି ଡୁଆଲ୍ ଗେମ୍ର ରହସ୍ୟ କଣ ? ମିଡିଆରେ ବୟାନ ପରେ ତଥ୍ୟ ନଖୋଲିବାକୁ ଅର୍ଚ୍ଚନା ଉପରେ କୌଣସି ବାହ୍ୟ ଚାପ ପଡୁନି ତ ?
ଅପରପକ୍ଷରେ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ତଦନ୍ତ କରୁଥିବା ଇଡ଼ିକୁ ଆଜି ଅର୍ଚ୍ଚନା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛି ଖଣ୍ଡଗିରି ପୋଲିସ । ସତ୍ୟବିହାର ସ୍ଥିତ ଆଲିସାନ କୋଠାରେ ଚଢ଼ାଉବେଳେ ଓ ମାମଲାର ତଦନ୍ତବେଳେ ମିଳିଥିବା ତଥ୍ୟକୁ, କୋର୍ଟଙ୍କ ଚାପରେ ଆସି ଖଣ୍ଡଗିରି ପୋଲିସ ହସ୍ତାନ୍ତର କରିଛି । କିନ୍ତୁ ଏଯାଏଁ ଇଡ଼ି ପାଖରେ ପହଞ୍ଚିନି ଡିଜିଟାଲ୍ ଏଭିଡେନ୍ସ । ନାଗ-ଚାନ୍ଦଠୁ ଜବତ ମୋବାଇଲ୍, ଲ୍ୟାପଟପ୍, ହାର୍ଡଡିସ୍କ, ସିସିଟିଭିକୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି । ଅଥଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏସବୁର ଡିଜିଟାଲ୍ ଏଭିଡେନ୍ସକୁ ଇଡ଼ିକୁ ହସ୍ତାନ୍ତର କରାଯାଇନାହିଁ ।
ତଦନ୍ତଭାର ନେବାର ଇଡ଼ିକୁ ମାସେ ବିତିଲାଣି । ତଥ୍ୟ ଦେବାରେ ଅବହେଳା କରୁଥିବା ନେଇ ଇଡ଼ି କୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲା । ତେବେ ଏଭଳି ବିଳମ୍ବର କାରଣ କଣ ? ସୁରକ୍ଷିତ ଅଛି ତ ଡିଜିଟାଲ୍ ଏଭିଡେନ୍ସ ? ବଡ଼ବଡ଼ିଆଙ୍କ ଲିଙ୍କ୍ ଥିବାରୁ ପାୱାର କରିଡର୍ର ଚାପରେ ନାହିଁ ତ କମିଶନରେଟ୍ ପୋଲିସ ? ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନିି ।
ଆଉ ମାତ୍ର ୨ ଦିନ ପରେ ଅର୍ଚ୍ଚନାର ୭ ଦିନିଆ ରିମାଣ୍ଡ ଅବଧି ସରିବ । ଏଭଳି ସ୍ଥିତିରେ ଡକରା ସତ୍ତ୍ୱେ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହେଉନଥିବାରୁ ଅର୍ଚ୍ଚନା ସହ ମୁହାଁମୁହିଁ ଜେରା କରାଯାଇପାରୁନି । ଶ୍ରଦ୍ଧାଞ୍ଜଳି ଏବେ କେଉଁଠି ? କାହିଁକି ସାମ୍ନାକୁ ଆସୁନି ସେ ? ତାକୁ ନେଇ ଏବେ ବଢିଛି ସସ୍ପେନ୍ସ ।
(ରିପୋର୍ଚ- ଭୁବନେଶ୍ୱରରୁ ଆଲୋକ ମହାନ୍ତି)
]]>କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି । ବିଜେଡିର ବିଧାୟକ, ନେତା, ମନ୍ତ୍ରୀଙ୍କ ମଧ୍ୟରେ ଛନ୍କା, ବଢୁଛି ବଡ଼ବଡିଆଙ୍କ ହାର୍ଟବିଟ୍ । କାରଣ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଫାସରେ ନେତାଠୁ ଅଫିସର୍ ଅନେକ ଫସିଥିବାରୁ ବଢିଛି ସେମାନଙ୍କ ଚିନ୍ତା । ପୂର୍ବରୁ ଇଡି କମିଶନରେଟ୍ ପୋଲିସଠାରୁ ଅର୍ଚ୍ଚନା ମାମଲାର FIR କପି ମାଗିଥିଲା । ଏ ଭିତରେ ପୋଲିସ୍ ଦୁଇଟି ଏତଲା କପି ଇଡିକୁ ଦେଇସାରିଛି । ଆଉ ବିଭିନ୍ନ ଦିଗ ଉପରେ ଆରମ୍ଭ କରିଛି ତଦନ୍ତ ।
ଠିକ୍ ଏହି ସମୟରେ ସେଣ୍ଟ୍ରାଲ୍ ଏଜେନ୍ସି ତଦନ୍ତ କରିବ, ସବୁ ଧରା ପଡିବେ ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଅନେକଙ୍କ ନିଦ ହଜାଇ ଦେଇଛି । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସମର୍ଥନ କରି ବିଜେପି ନେତା ବାବୁ ସିଂ କହିଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ହେଲେ ସମସ୍ତଙ୍କ ମୁଖା ଖୋଲିଯିବ । ସେପଟେ କଂଗ୍ରେସ କହିଛି ଇଡି ତଦନ୍ତ ରାଜନୈତିକ ଉଦ୍ଦେଶ୍ୟରେ ନହେଉ । ଆଉ ଗୋଟିଏ ଦଳର ନେତାଙ୍କୁ ଫସା ନଯାଉ । ଯେଉଁମାନେ ଏହି ମାମଲାରେ ଜଡ଼ିତ ସେମାନଙ୍କ ମୁଖା ଖୋଲୁ ବୋଲି ଦାବି କରିଛି କଂଗ୍ରେସ୍ । ସେପଟେ ବିଜେଡି କହିଛି ଉପନିର୍ବାଚନ ଶେଷ ମୁହୂର୍ତ୍ତରେ ଏ କଥା ଉଠାଇବା ହତାଶା ଭାବର ପରିଚୟ ।
ସେପଟେ କମିଶନରେଟ୍ ପୋଲିସଠାରୁ ସବୁ ତଥ୍ୟ ପାଇଲା ପରେ ଇଡି, ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ଅର୍ଚ୍ଚନା ନାଗଙ୍କ କଳାଟଙ୍କାର ସାମ୍ରାଜ୍ୟ, ବ୍ଳାକମେଲିଂ କରି ବେଆଇନ୍ ଭାବେ ଆଦାୟ କରିଥିବା କୋଟି କୋଟି ଟଙ୍କାର ଲିଙ୍କ୍ କାଢ଼ିବାକୁ ଚେଷ୍ଟା କରୁଛି । ଖାସ୍ କରି ଅର୍ଚ୍ଚନା ସହ ଜଡିତ ଥିବା ଲୋକଙ୍କଠାରୁ ପ୍ରମାଣ ଯୋଗାଡରେ ଲାଗିଛି ଇଡି । ରାଜ୍ୟର ସବୁଠୁ ବଡ୍ ସେକ୍ସ ସ୍କାଣ୍ଡାଲ କୁହାଯାଉଥିବା ଏହି ମାମଲାରେ ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜବବନ୍ଧୁ ଚାନ୍ଦ ଏବେ ଜେଲ୍ରେ । କିନ୍ତୁ କମିଶନରେଟ୍ ପୋଲିସ୍ ଏ ମାମଲାରେ କେତେ ଦୂର ଆଗେଇଲାଣି, କେଉଁ କେଉଁ ନେତାଙ୍କ ଲିଙ୍କ୍ ରହିଛି ଓ କାହା ସାହାଯ୍ୟରେ ଅର୍ଚ୍ଚନା ଏତେ ବଡ଼ ରାକେଟ୍ ଚଳାଇଥିଲା ସେ ସଂପର୍କରେ ପଦୁଟିଏ ବି କହିନାହିଁ ।
]]>ଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍ଆଇଆର କପି ଇଡି ହାତରେ ଲାଗିଥିଲା । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍ଆଇଆର୍ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ ।
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତ ଯୁବତୀ ଦାଖଲ କରିଥିବା ଏଫ୍ଆଇଆର୍ ମଧ୍ୟ ଇଡି ନିକଟରେ ଦାଖଲ କରିଥିଲା ପୋଲିସ ।
ଏବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ କରି ଓଡ଼ିଶାବାସୀଙ୍କ ସାମ୍ନାରେ ତଥ୍ୟ ରଖିବ ତ ଇଡି ? ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅର୍ଚ୍ଚନାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ ତ ଇଡି ? କେଉଁଠୁ ଆସିଲା ଏତେ ସମ୍ପତ୍ତି ? କିଏ ଏହାର ପ୍ରକୃତ ମାଲିକ ? ବ୍ୟାଙ୍କରେ ହୋଇଥିବା ଏତେ ଟଙ୍କାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।
]]>ସେପଟେ ଅର୍ଚ୍ଚନା ନାଗ ଘଟଣାକୁ ନେଇ ଆସନ୍ତାକାଲି ନବୀନ ନିବାସ ଘେରିବ ବୋଲି ବିଜେପି କହିଛି । ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ । ଆଉ କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ଏନେଇ ମତ ରଖିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ସେ କହିଛନ୍ତି ସମୟ ଆସିଲେ ସତ ପ୍ରମାଣିତ ହୋଇଯିବ ।
ଅନ୍ୟପଟେ ଇଡି ହାତରେ ଲାଗିସାରିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍ଆଇଆର କପି ଏବେ ଇଡି ହାତରେ ଲାଗିଛି । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍ଆଇଆର୍ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଛି । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ ।
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତା ଦାଖଲ କରିଥିବା ଏଫ୍ଆଇଆର୍ ମଧ୍ୟ ପୋଲିସ ଇଡି ନିକଟରେ ଦାଖଲ କରିଛି । ଇଡିକୁ ଏଫ୍ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।
ଏବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ କରିବ କି ଇଡି ? ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅର୍ଚ୍ଚନାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ କି ଇଡି ? କେଉଁଠୁ ଆସିଲା ଏତେ ସମ୍ପତ୍ତି ? କିଏ ଏହାର ପ୍ରକୃତ ମାଲିକ ? ବ୍ୟାଙ୍କରେ ହୋଇଥିବା ଏତେ ଟଙ୍କାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।
ଅନ୍ୟପଟେ ଗତକାଲି ସାମ୍ନାକୁ ଆସିଥିଲା ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । କୋର୍ଟରେ ହାଜର ହୋଇଥିଲା ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା । ଏଥର ଭିସି ନୁହେଁ ବ୍ୟକ୍ତିଗତ ହାଜିରା ଦେଇଥିଲା । ତିନ ସପ୍ତାହ ହେଲା ଯାହାକୁ ନେଇ ଉଠୁଥିଲା ପଡୁଥିଲା ସାରା ଓଡିଶା । ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ସେହି ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗତକାଲି ସାମ୍ନାକୁ ଆସିଥିଲା । ଝାରପଡା ଜେଲରୁ ଭୁବନେଶ୍ୱର କୋର୍ଟ, ଏକଦମ୍ ଟାଇଟ୍ ସିକ୍ୟୁରିଟିରେ ଆସିଥିଲା ଅର୍ଚ୍ଚନା । କୋର୍ଟ ଭ୍ୟାନକୁ ଢାଙ୍କି ଦିଆଯାଇଥିବା ବେଳେ ଘେରି ରହିଥିଲେ ମାଳ ମାଳ ମହିଳା ପୋଲିସ । କଡା ସୁରକ୍ଷା ବଳୟ ଭିତରେ ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା ପୋଲିସ । ଭିଡ ଭିତରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲା, ତଥ୍ୟ ପ୍ରମାଣ ନଥାଇ ମିଛ ଖବର ପ୍ରସାରଣ କରନ୍ତୁନି ।
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିବା ମାମଲାରେ କୋର୍ଟରେ ହାଜର କରାଯାଇଥିଲା ଅର୍ଚ୍ଚନାକୁ । କୋର୍ଟରେ ଅର୍ଚ୍ଚନାର ଓକିଲ କହିଥିଲେ, ଅର୍ଚ୍ଚନା ନିର୍ଦ୍ଦୋଷ । ତାଙ୍କୁ ଜାମିନ ଦିଆଯାଉ । ଏହା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ସରିବା ପରେ ଅର୍ଚ୍ଚନାକୁ ପୁଣି ଝାରପଡ଼ା ଜେଲ୍କୁ ଫେରାଇ ନିଆଯାଇଥିଲା । ଏହି ସମୟରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲେ, ଅପେକ୍ଷା କରନ୍ତୁ, ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ।
]]>ହନିଟ୍ରାପ, ବ୍ଲାକମେଲ୍, ହତ୍ୟା ଧମକ । ସମ୍ପତ୍ତି ଅର୍ଜିବା ପାଇଁ ଯୁବତୀଙ୍କୁ ମୋହରା ସଜାଇ ବଡ଼ବଡ଼ିଆଙ୍କୁ ଚୁନା ଲଗାଇଥିବା ଅର୍ଚ୍ଚନା ନାଗ୍କୁ ବେଲ୍ ନା ପୁଣି ସେହି ଜେଲ୍ ? ଅର୍ଚ୍ଚନା ଓକିଲଙ୍କ ପକ୍ଷରୁ ଯୁକ୍ତିଥିଲା ଯେ, ଅର୍ଚ୍ଚନାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଲାଗିଛି ଏବଂ ଦଫା ଲାଗିଛି ତାହା ପ୍ରଯୁଜ୍ୟ ନୁହେଁ । ସେଥିପାଇଁ ତାଙ୍କୁ ଜାମିନରେ ଛଡ଼ାଯାଉ । ତାସହ ଏହି ମାମଲାର କେସ୍ ଡାଏରୀ ମଗାଯାଉ । କିନ୍ତୁ ସରକାରୀ ଓକିଲଙ୍କ ଯୁକ୍ତି, ଅର୍ଚ୍ଚନା ବିରୋଧରେ ୧୬ଟି ଦଫା ଲାଗିଥିବା ବେଳେ ଆଇପିସି ଧାରା ୩୭୦, ୩୨୮ ଏବଂ ଆଇଟି ଆକ୍ଟ ୬୬-E ଏବଂ ୬୭ ଲାଗିଛି । ତେଣୁ ତାଙ୍କୁ ଜାମିନ୍ ଦିଆନଯାଉ । କୋର୍ଟ ଉଭୟ ପକ୍ଷକୁ ଶୁଣିଲା ପରେ ରାୟକୁ ଭୁବନେଶ୍ୱର SDJMଙ୍କ କୋର୍ଟ ସଂରକ୍ଷିତ ରଖିଛନ୍ତି ।
କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାୟା ବିସ୍ତାର କରିଥିବା ୩୦ ବର୍ଷିୟା ଅର୍ଚ୍ଚନା ସହ ବଡ଼ବଡ଼ିଆଙ୍କ ସଂପୃକ୍ତି ଏବଂ ତାସହ କଳାଧନ୍ଧାର ରହସ୍ୟ ସାମ୍ନାକୁ ଆଣୁନି ପୋଲିସ । ପ୍ରାୟ ସପ୍ତାହେ ହୋଇଗଲା । ଗୁମସୁମ୍ ରହିଛି କମିଶନରେଟ୍ ପୋଲିସର ତଦନ୍ତ ପ୍ରକ୍ରିୟା । ପୋଲିସ ଅର୍ଚ୍ଚନାକୁ ନା ରିମାଣ୍ଡରେ ନେଉଛି ନା କଳାସାମ୍ରାଜ୍ୟ ପଛର କାହାଣୀକୁ ସାର୍ବଜନୀନ କରୁଛି । ଯାହାକୁ ନେଇ ମାମଲା ଏବେ ପହଞ୍ଚିଛି ହାଇକୋର୍ଟରେ । ଘଟଣାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଇଡି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ୍ ଡିଜି, ଖଣ୍ଡଗିରି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛି ପରିଷଦ ।
ଲେଡି ବ୍ଲାକମେଲର ଅର୍ଚ୍ଚନାର ନାଗଫାଶରେ ୧୮ ବିଧାୟକ ଓ ୩ ମନ୍ତ୍ରୀ ଏବଂ ଅନେକ ଅଫିସର ପଡ଼ିଥିବା ଅଭିଯୋଗ ପରେ ପାୱାର କରିଡରେ ହଲଚଲ୍ । ହନିଟ୍ରାପ୍ରେ ଫସିଥିବା ଅଧିକାଂଶ ନେତା ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ସଂପୃକ୍ତ ନେତା ଏବେ ଟେନ୍ସନରେ । ପେନ୍ ଡ୍ରାଇଭ୍, ହାର୍ଡଡିସ୍କ ସମେତ ମୋବାଇଲ ଆଦି ପୋଲିସ ହାତରେ ଥିବାରୁ ବ୍ଲାକ୍ମେଲିଂର ଗନ୍ଧ ବାରିଛନ୍ତି ବିରୋଧୀ । ଭବିଷ୍ୟତରେ ବିଜେଡି ନେତାଙ୍କୁ ବ୍ଲାକମେଲିଂ କରିବା ପାଇଁ ଏହା ଏକ ସୁଯୋଗ ଆଣିଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ।
କଂଗ୍ରେସ ବି କହିଛି, ଲେଡି ବ୍ଲାକମେଲର୍ ଅର୍ଚ୍ଚନା ଭଳି ବିଜେଡି ମଧ୍ୟ ଦଳୀୟ ନେତାଙ୍କ ସମେତ ଅନ୍ୟ ନେତାଙ୍କୁ ବ୍ଲାକମେଲିଂ କରିବ । ବିରୋଧୀଙ୍କ ଏଭଳି ଅଭିଯୋଗ ପରେ ଏହା ସମୟ କହିବ ଏବଂ ସରକାର ଚିନ୍ତା କରିବେ ବୋଲି ସଫେଇ ଦେଇଛି ବିଜେଡି । ତେବେ ଅର୍ଚ୍ଚନାକୁ ନେଇ ଲାଗିରହିିଥିବା ହଟଚମଟ ଭିତରେ ହଲଚଲ ହେଉଥିବା ରାଜନୀତିର ଗତିବିଧି ଏବେ ଚର୍ଚ୍ଚାରେ ଥିବାବେଳେ ଅପେକ୍ଷା ଏହି ମାମଲା ଆଗକୁ କେଉଁ ମୋଡ଼ ନେଉଛି ।
]]>କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଖକୁ କେବେ ଫେରିବ ସେମାନଙ୍କ କଷ୍ଟଲବ୍ଧ ଜମାଟଙ୍କା ? ପାଖାପାଖି ଦଶନ୍ଧି ତଳର ଏ ମହାଠକେଇ ମାମଲାରେ ନିବେଶକଙ୍କୁ ଟଙ୍କା ଫେରାଇବା ଦିଗରେ ଏପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ? କି ପଦକ୍ଷେପ ନେଇଛି ତଦନ୍ତକାରୀ ସଂସ୍ଥା ସିବିଆଇ ? ଏସବୁ ମର୍ମରେ ନୋଟିସ୍ କରି ଉଭୟ ରାଜ୍ୟ ସରକାର ଓ ସିବିଆଇ ଠାରୁ ଉତ୍ତର ଚାହିଁଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ଏ ସଂକ୍ରାନ୍ତରେ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ ଏମ୍ଆର୍ ଶାହା ଏବଂ ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏନେଇ ନୋଟିସ୍ ଜାରି କରିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ଚିଟ୍ଫଣ୍ଡରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ତେବେ ୨୦୧୪ରେ ରାଜ୍ୟରୁ ଠକିଥିବା ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ତଦନ୍ତ ପାଇଁ ସିବିଆଇକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ୍ ଗଠନ କରିଥିଲେ । ବାରମ୍ବାର କାର୍ଯ୍ୟକାଳ ବଢ଼ାଯାଇ ଏବେ କମିଶନ୍ ବନ୍ଦ କରାଯାଇଛି । ଠକ ସଂସ୍ଥାଠାରୁ ବହୁ କୋଟି ଅର୍ଥ ମଧ୍ୟ ଆଦାୟ କରାଯାଇଛି । ତାସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏଯାବତ୍ ଟଙ୍କା ଫେରସ୍ତ ହୋଇନି । ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରି ନଥିବା ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ତେଣୁ ଏହା ଉପରେ ଟଙ୍କା ଫେରାଇବାକୁ କି କି ପଦକ୍ଷେପ ନିଆଯାଇଛି କୋର୍ଟ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ଭୂଷଣ ।
ଚିଟ୍ଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ହୁଲସ୍ତୁଲ ପରେ ଚାପରେ ପଡି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇ ୧୦ରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ସରକାର । ଠକ ସଂସ୍ଥାଙ୍କ ସଂପତ୍ତି ନିଲାମ କରି ବି ଟଙ୍କା ଫେରାଇବାକୁ ବି କହିଥିଲେ । ତେବେ ଏପର୍ଯ୍ୟନ୍ତ କେତେ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି ସେ ହିସାବ କାହା ପାଖରେ ନାହିଁ । ଏପଟେ ଠକେଇର ଶିକାର ଜମାକାରୀ ବି ଆଶା ହରାଇଲେଣି ।
ଏଇ ଯେମିତି ବାଲେଶ୍ୱର ରେମୁଣାର ହରିଶଚନ୍ଦ୍ର ମାହାର୍ଣ୍ଣା ଫର୍ଣ୍ଣିଚର କାମ କରି ରଖିଥିବା ନିଜର ସଂଚିତ ସବୁ ସମ୍ବଳ ୨୦ ଲକ୍ଷ ଟଙ୍କାକୁ ସେ ଚିଟ୍ଫଣ୍ଡରେ ଲଗେଇ ଦେଇଥିଲେ । ସବୁ ବୁଡ଼ିଯିବା ପରେ ସେବେଠୁ ସେ ଖାଲି ସରକାରଙ୍କଠୁ ମଝିରେ ମଝିରେ ଖାଲି ପ୍ରତିଶ୍ରୁତି ଶୁଣୁଛନ୍ତି, କିନ୍ତୁ ଫଳ ଶୂନ୍ ।
ସେପଟେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୧୪ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ତେଣୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ଉପରେ ରାଜ୍ୟ ସରକାର ଓ ସିବିଆଇ କି ଉତ୍ତର ରଖୁଛନ୍ତି ଏବେ ତା ଉପରେ ନଜର ।
]]>ଅର୍ଚ୍ଚନାଙ୍କ ନାଗଫାଶର ଫିଟୁଛି ଗୁମର । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଫିଟାଇଲା ଅର୍ଚ୍ଚନାଙ୍କ କଳାଧନ୍ଦାର କାହାଣୀ । ଅକ୍ଷୟଙ୍କ ଏତଲା ଯେ ଅର୍ଚ୍ଚନାଙ୍କୁ ମହଙ୍ଗା ପଡ଼ିଛି ତା’ ନୁହେଁ, ବଡ଼ବଡ଼ିଆଙ୍କୁ ଫାଶରେ ପକାଇ କେମିତି କୋଟି କୋଟି ଟଙ୍କାର ଡିଲ୍ କରୁଥିଲେ, ତାସହ ଟଙ୍କା ନଦେଲେ କେମିତି ହତ୍ୟାର ଧମକ ଦେଉଥିଲେ, ତାର ପର୍ଦ୍ଦାଫାସ୍ ହୋଇଛି । ହନିଟ୍ରାପ୍, ବ୍ଲାକ୍ମେଲିଂ ଆଉ ଆପତ୍ତିଜନକ ଫଟୋ ଭାଇରାଲ ହେବା ପରେ ୩୦ ସେପ୍ଟେମ୍ବରରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଜଣେ ଯୁବତୀଙ୍କ ଜରିଆରେ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲିଂ କରୁଥିବା ଏତଲାରେ ଦର୍ଶାଇଥିଲେ । ନିଜକୁ ଓକିଲ ବୋଲି ପରିଚୟ ଦେଇ ଧମକ ଦେଇଥିଲେ ଅର୍ଚ୍ଚନା ।
ଭୁବନେଶ୍ୱରର ଏକ ତାରକା ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିବା ସହ ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି ହତ୍ୟା କରିବାକୁ ଅର୍ଚ୍ଚନା ଧମକ ଦେଇଥିଲେ ବୋଲି ଅକ୍ଷୟ ଏତଲାରେ ଦର୍ଶାଇଥିଲେ । ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅର୍ଚ୍ଚନାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ଅର୍ଚ୍ଚନା କେମିତି ବନ୍ଧୁତ୍ୱ ରଖିବା ସହ ଆପତ୍ତିଜନକ ଫଟୋ ରଖି ବ୍ଲାକମେଲ୍ କରିଥିଲେ, ତାହା ସେ ଦର୍ଶାଇଥିଲେ । ଆଉ ସେହି ଏତଲା ଆଧାରରେ ଅର୍ଚ୍ଚନା ନାଗଙ୍କୁ ପୋଲିସ ଗିରଫ କରିଛି । ଏବେ ସେହି ଏତଲାକାରୀ ଯୁବତୀ କେଉଁଠି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଭୁବନେଶ୍ୱର ଡିସିପି ଗତକାଲି କହିଥିଲେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ବିରୋଧରେ ରୁଜୁ ହୋଇଥିବା ୨ଟି ମାମଲା ସମ୍ପର୍କରେ ତଦନ୍ତ ଜାରି ରହିଛି ।
ଏହା ତ ଥିଲା ଅର୍ଚ୍ଚନା, ଅକ୍ଷୟ ଓ ଅଭିଯୋଗକାରିଣୀ ଯୁବତୀର ତ୍ରିକୋଣୀୟ କଳାଧନ୍ଦା । ହେଲେ ଅର୍ଚ୍ଚନାର ଚକ୍ରବ୍ୟୁହରେ ଛନ୍ଦି ହୋଇ ବ୍ଲାକମେଲ୍ର ଶିକାର ହୋଇଥିବା ଅନ୍ୟ ପ୍ରଭାବଶାଳୀ ନେତା, ଠିକାଦାର, ସରକାରୀ ବାବୁ ଗଲେ କୁଆଡ଼େ ? ଅର୍ଚ୍ଚନା ବିରୋଧରେ ଏମାନେ କାହିଁକି ମୁହଁ ଖୋଲୁନାହାଁନ୍ତି ? ଘାରୁଛି କି ଲୋକଲଜ୍ଜାର ଭୟ ? ଅର୍ଚ୍ଚନା ବିରୋଧରେ ଯଦି କେହି ମୁହଁ ନଖୋଲନ୍ତି ତେବେ ମାମଲା ଦୁର୍ବଳ ହୋଇଯିବନି ତ ? ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନିଜ ପ୍ରୋଫାଇଲ୍ରେ ବିଜେଡି ସହ ସଂପୃକ୍ତି ନେଇ ଉଲ୍ଲେଖ କରିଥିବାବେଳେ ଦଳ କାହିଁକି ଏ ନେଇ ସ୍ପଷ୍ଟୀକରଣ ଦେଇନି ? ଏଭଳି ନାନା ପ୍ରଶ୍ନ ଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଭୁବନେଶ୍ୱର SDJMଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି । କାଲି କୋର୍ଟରେ ଅର୍ଚ୍ଚନା ହାଜର ହୋଇପାରନ୍ତି । ତେବେ କଣ ଅର୍ଚ୍ଚନା ଜାମିନ ପାଇବ ନା ପୋଲିସ ତାକୁ ରିମାଣ୍ଡରେ ନେଇ ହନିଟ୍ରାପ୍ର ହାଇପ୍ରୋଫାଇଲ୍ ଲିଙ୍କ୍ କାଢ଼ିବ ?
ଲେଡି ବ୍ଲାକମେଲର୍ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଯେତିକି ଖୋଳିଲେ ସେତିକି ବାହାରୁଛି । କଳାଟଙ୍କାରେ କେବଳ ଯେ ରାଜପ୍ରସାଦ ଭଳି ଘରେ ରହି କିମ୍ବା ନାମୀଦାମୀ ଗାଡ଼ି ଚଢ଼ି, ମାଳ ମାଳ ସୁନା ଅଳଙ୍କାର ପିନ୍ଧି ସଉକ୍ ମେଣ୍ଟାଉଥିଲେ ତା’ନୁହେଁ, ତାଙ୍କୁ ବ୍ଲାକ୍ମେଲ ଟଙ୍କାରେ ହୋଟେଲ୍, ରେଷ୍ଟୁରାଣ୍ଟର ବିଜନେସ୍ ନିଶା ଘାରିଥିଲା । ଗତ ଜୁନ୍ ୨୯ରେ ଗୋଲ୍ଡେନ୍ ଏମ୍ପ୍ରେସ ପ୍ରାଇଭେଟ୍ ଲିମିଟେଡ୍, ୨୦୨୧ ଜାନୁୟାରୀ ୯ରେ ଆଦିତ୍ୟ ପ୍ରେଷ୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ପ୍ରଡ଼କ୍ସନ ହାଉସ୍ ତିଆରି କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି । ତେବେ ଏଭଳି କଳାଧନ୍ଧାର ସାମ୍ରାଜ୍ୟ ପଛରେ କାହାର ରହିଛି ଅଭୟ ବର ? କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାହା ବଳରେ ବଳିୟାନ୍ ସାଜିଥିଲେ ଅର୍ଚ୍ଚନା ? ଏସବୁର ତଥ୍ୟ ପଦାକୁ ଆଣିବ ତ ପୋଲିସ ? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି ।
]]>
ବ୍ଲାକମେଲିଂ ଅଭିଯୋଗରେ ଯାହାଙ୍କୁ ଗିରଫ କରିଛି ପୋଲିସ, ତାଙ୍କୁ ରାତି ଅଧିଆ କରିଛି କୋର୍ଟ ଫରୱାର୍ଡ । ହେଲେ ଏଯାଏଁ ସ୍ପଷ୍ଟ କରାଯାଇନି, ସେ କିଏ ଏବଂ କାହାକୁ କରିଥିଲେ ବ୍ଲାକମେଲିଂ ? ମିଳିଥିବା ସୂଚନା ଅନୁସାରେ, ଓଲିଉଡ୍ର କିଛି ଜଣାଶୁଣା ପ୍ରଯୋଜକ ଏବଂ କିଛି ରାଜନେତାଙ୍କୁ ବ୍ଲାକମେଲିଂ କରି ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ମହିଳା । ପୋଲିସ ସଂପୃକ୍ତ ମହିଳାଙ୍କଠାରୁ ପେନଡ୍ରାଇଭ୍ ଓ ମୋବାଇଲ୍ ଜବତ କରିଛି । ହେଲେ ମହିଳାଙ୍କ ବ୍ଲାକ୍ମେଲିଂର ଶିକାର ହୋଇଥିବା ରାଜନେତା, ପ୍ରଯୋଜକ ଏବଂ ବିଲଡର କିଏ, ସେନେଇ କିଛି ବି କହୁନି ପୋଲିସ ।
ଉକ୍ତ ମହିଳାଙ୍କ ଘର ଦେଖିଲେ କୌଣସି ଉଆସଠାରୁ କମ୍ ନୁହେଁ । ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର । ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଆଉ ଫର୍ଣ୍ଣିଚର । ସିରିଏଲ୍ ଏବଂ ଫିଲ୍ମ ସୁଟିଂ ପାଇଁ ଏହାକୁ ଭଡାରେ ଦିଆଯାଉଥିଲା । ଖାଲି ଘର ନୁହେଁ, ବିଳାସପୂର୍ଣ୍ଣ ଗାଡି ଚଢିବା ମ୍ୟାଡାମ୍ଙ୍କ ସଉକ୍ ବୋଲି କୁହାଯାଉଛି । ନାମୀଦାମୀ ବ୍ରାଣ୍ଡର ଏକାଧିକ ଲଗଜୁରି କାର୍ ତାଙ୍କ ନିକଟରେ ରହିଛି । ବିଏମଡବ୍ଲୁ,ଫର୍ଡ, ଏଣ୍ଡୋଭର ଓ ମହିନ୍ଦ୍ରା ଥର୍ ଭଳି ଅନେକ କାରର ମାଲିକ ହେଉଛନ୍ତି ସେହି ମହିଳା ବ୍ଲାକ୍ମେଲର । ତାଙ୍କ ପାଖରେ ଦାମୀ ହାର୍ଲେ ଡେଭିଡସନ୍ ବାଇକ୍ ବି ରହିଛି । ମହିଳାଙ୍କ ନିକଟରେ ଘୋଡ଼ା, ନଖରାରେ ଫାର୍ମ ହାଉସ ଏବଂ କାର୍ ସୋରୁମ୍ ବି ରହିିଥିବା ଜଣାପଡିଛି ।
ସୂଚନା ଅନୁସାରେ, ସୋସିଆଲ ମିଡିଆ ରେ ବନ୍ଧୁତା କରି ପ୍ରେମ ଜାଲରେ ଫସାଉଥିଲେ ମହିଳା । ପରେ ଘରକୁ ଡାକି ଗୁପ୍ତ କ୍ୟାମେରାରେ ଅନ୍ତରଂଗ ମୁହୂର୍ତ୍ତର ଭିଡିଓ ସୁଟ୍ କରୁଥିଲେ । ଏହାପରେ ଭିଡିଓ ଦେଖାଇ କରୁଥିଲେ ବ୍ଲାକମେଲିଂ, ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା । ଏବେ ପ୍ରଶ୍ନ, ମହିଳାଙ୍କ ଏହି କଳା ଧନ୍ଦା ପଛରେ ରହିଛି ଆଉ କାହାର ସଂପୃକ୍ତି ? କାହା ସାହାସରେ ସେ ଚଳାଇଥିଲେ ଏହି କାରନାମା ? କାହା କାହାକୁ ବ୍ଲାକମେଲିଂ କରି ବନିଛନ୍ତି କୋଟିପତି ? ତରବରିଆ ଭାବେ ମହିଳାଙ୍କୁ କାହିଁକି ଜେଲ୍ ପଠାଇଲା ପୋଲିସ ? ମହିଳାଙ୍କ ହାଇପ୍ରୋଫାଇଲ କନେକ୍ସନକୁ ଚପାଇ ଦେବାକୁ ହେଉନି ତ ଉଦ୍ୟମ, ତେବେ ଏହାର କୌଣସି ଉତ୍ତର ଦେଉନି ପୋଲିସ ?
]]>ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ । ତାଙ୍କୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରେ ସୁନ୍ଦରୀ ଝିଅ ଯୋଗାଇ ଦେବାକୁ କହି ତାଙ୍କଠାରୁ ୨୭ ହଜାର ଟଙ୍କା ନେଇଥିଲା ସଂସ୍ଥା । ତେବେ ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନଥିବା ଜାଣିବାକୁ ପାଇଥିଲେ । ପରେ ସେ ଠକେଇ ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ପୋଲିସ ଏହି ମାମଲାରେ ମାଷ୍ଟରମାଇଣ୍ଡ ଡେଲାଙ୍ଗ ଅଞ୍ଚଳର ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରହି ଏମାନେ ସିଣ୍ଡିକେଟ୍ ଅପରେଟ୍ କରୁଥିଲେ । ମାଷ୍ଟର ମାଇଣ୍ଡ ସୁଶାନ୍ତର ସ୍ତ୍ରୀ ମଧ୍ୟ ଠକେଇରେ ସକ୍ରିୟ ସଦସ୍ୟ ଥିବା ସହ ଆଉ କିଛି ଯୁବତୀ ମଧ୍ୟ ସାମିଲ ଅଛନ୍ତି ।
ଏମାନଙ୍କୁ ବେଆଇନ୍ ଭାବେ ମୋବାଇଲ୍ ସିମ୍ ଯୋଗାଇ ଦେଉଥିବା ଦୁଇ ଏଜେଣ୍ଟଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ଫେରାର୍ ଥିବା ଅନ୍ୟ ୩ ଜଣଙ୍କୁ ଖୋଜୁଛି । ସେପଟେ ଏମାନଙ୍କ ଫାସରେ ଫଶିଥିବା ୯ଜଣଙ୍କ ସମ୍ପର୍କରେ ସୂଚନା ମିଳିଥିବା ବେଳେ ଏହି ତାଲିକା ଆହୁରି ଲମ୍ବା ହୋଇପାରେ ବୋଲି ଅନୁମାନ କରୁଛି ପୋଲିସ ।
ପୋଲିସ ଏହି ଗ୍ୟାଙ୍ଗଠୁ ୧୧ଟି ମୋବାଇଲ ଫୋନ୍, ୧୦୨ଟି ସିମ୍ କାର୍ଡ, ୧୦ଟି ଏଟିଏମ୍ କାର୍ଡ, ବହୁ କ୍ୟୁଆର କୋଡ୍ ସହ ୮୭ ହଜାର ଟଙ୍କା ଜବତ କରିଛି । ଏମାନଙ୍କ ନାଁରେ ଥିବା ୧୫ଟି ବ୍ୟାଙ୍କ୍ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ୍ କରିଛି ।
(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)
]]>ସାବଧାନ ! ଏବେ ସତର୍କ ରୁହନ୍ତୁ । ଦିନିକୁ ଦିନ ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ ସାରା ଦେଶରେ ବି ସାଇବର ଲୁଟେରାଙ୍କ ଉତ୍ପାତ କହିଲେ ନେସରେ । ତେବେ ଏହାରି ଭିତରେ ଏବେ ସାଇବର ଲୁଟେରା ଏକ ପୁରୁଣା ଫର୍ମୁଲା ଆପଣାଇଛନ୍ତି । ଲୋକଙ୍କୁ ଏସ୍କଟ୍ ସର୍ଭିସ୍ ଦେବେ କହି ଲୁଟ୍ କରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଏକ ବଡ଼ ରାକେଟ ଏଭଳି ଅପାରାଧରେ ଲିପ୍ତ ଥିବା ସନ୍ଦେହ କରାଯାଉଛି । କାରଣ ପୋଲିସ ପାଖରେ ପହଞ୍ଚିଥିବା ଅଭିଯୋଗକୁ ଦେଖଲେ, ଏହି ରାକେଟ୍ ଲୋକଙ୍କୁ ଏସ୍କଟ ସର୍ଭିସ୍ ଦେବ କହି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି ।
ଅଭିଯୋଗ ପାଇବା ପରେ ପୋଲିସ ବିଭନ୍ନ ସ୍ଥାନରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି । ସେଥିରେ ଜଣେ ମହିଳା ଥିବା ମଧ୍ୟ ଜଣାପଡ଼ିଛି । ଇଣ୍ଟରନେଟ୍ରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନଙ୍କର ୨୦ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ସହ ୨୦ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୮୭ ହଜାର ଟଙ୍କା, ୧୦ଟି ATM କାର୍ଡ ଓ ମୋବାଇଲ ଜବତ ହୋଇଛି । ଏନେଇ ଅଧିକ ଛାନ୍ଭିନ୍ ଚଳାଇଛି ପୋଲିସ ।
]]>ଏହି ଘଟଣାରେ କଂପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ । ଏହାସହ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ବି ୩ ବର୍ଷ ଜେଲ୍ । ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ORHDC ଏମ୍ଡି ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମାର । ମେଟ୍ରୋ ବିଲଡର୍ସକୁ ୧୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ORHDC ।
]]>ପ୍ରାଇଭେଟ୍ ଡିଲରଙ୍କୁ ଏତେ ଅନୁକମ୍ପା କାହିଁକି ? ଲାଇସେନ୍ସ ସୀମା ବାରମ୍ବାର ବଢ଼ାଇବା ପଛରେ କି ରହସ୍ୟ ? ନିଜ ନିୟମ କାହିଁକି ନିଜେ ମାନୁନାହାଁନ୍ତି ସରକାର ? ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଲିଛି କି ବଡ଼ଧରଣର ହେରଫେର ? ଘରୋଇ ଡିଲରଙ୍କ ଲାଇସେନ୍ସ ଅବଧି ଆଉ ୬ ମାସ ବଢ଼ାଇବାକୁ ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ପରେ ଉଠିଛି ଏଭଳି ସାଂଘାତିକ ପ୍ରଶ୍ନ ।
ସେପଟେ କ୍ୟାବିନେଟ୍ ନିଷ୍ପତ୍ତି ପରେ ଏଣିକି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପୁଣି ପିଡିଏସ୍ ସାମଗ୍ରୀ ବଣ୍ଟନ କରି ପାରିବେ ପ୍ରାଇଭେଟ ଡିଲର୍ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ୨୦୧୬ ମାର୍ଚ୍ଚ ୧୬ରେ ଓଡିଶା ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ କଣ୍ଟ୍ରୋଲ ଅର୍ଡର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶନର ଦୁଇ ବର୍ଷ ଭିତରେ ପ୍ରାଇଭେଟ୍ ଡିଲର୍ସ ମାନଙ୍କୁ ପରିବର୍ତ୍ତନର ନିୟମ ଥିଲା, କିନ୍ତୁ ତାହା ଅଦ୍ୟାବଧି ପାଳନ ହୋଇନାହିଁ । ଫଳରେ ରାଜ୍ୟରେ ଏବେ ବି ୭୦୬୮ ବେସରକାରୀ ଡିଲର ମାଧ୍ୟମରେ ବଣ୍ଟା ହେଉଛି ଚାଉଳ, ଗହମ ଓ କିରାସିନ୍ ।
ଅନ୍ୟପଟେ ୬୫୬୨ ଡିଲରଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ମିଳି ସାରିଛି । ଯେଉଁମାନେ କି ପଞ୍ଚାୟତ, ପୌର ପରିଷଦ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ସମିତି ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି । ଯଦିଓ ଘରୋଇ ଡିଲର୍ସଙ୍କୁ ଉଚ୍ଛେଦ ପାଇଁ ୭ ବର୍ଷ ତଳୁ ନିୟମ ହେଲାଣି, ତଥାପି କେତେବେଳେ ୬ମାସ ତ କେତେବେଳେ ବର୍ଷେ କରି ସରକାର ସେମାନଙ୍କ ଲାଇସେନ୍ସ ଅବଧି ବଢ଼ାଇ ଚାଲିଛନ୍ତି । ତାସହ ଯୁକ୍ତି ବାଢିଛନ୍ତି ଏହି ଡିଲରମାନଙ୍କ ବିରୋଧରେ ଖାଉଟିଙ୍କର ଗୋଟିଏ ବି ଅଭିଯୋଗ ନାହିଁ । ହେଲେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି ବିରୋଧୀ । ୟା ପଛରେ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି ନେତା ଓ କର୍ମୀ ପ୍ରାଇଭେଟ୍ ଡିଲର୍ ସାଜିଥିବାରୁ ସେମାନଙ୍କୁ ଉଚ୍ଛେଦ କରାଯାଉନଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ।
ସେପଟେ ରାଜ୍ୟରେ ରାସନ୍ ସାମଗ୍ରୀ ବଣ୍ଟନରେ ହେରଫେର ଅଭିଯୋଗ ନୂଆ ନୁହେଁ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ହଳଦିଆ ଗାଁରୁ । ଏଠିକାର ଡିଲର ବସନ୍ତ ପଢିହାରୀ, ଠିକ୍ ସମୟରେ ରାସନ୍ ସାମଗ୍ରୀ ଯୋଗାଇ ନଥିବା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ ହିତାଧିକାରୀ । ଏମିତିକି ତଦନ୍ତ ପରେ ଉକ୍ତ ଡିଲରଙ୍କୁ ପିଡିଏସ୍ ଯୋଗାଣ ବ୍ୟବସ୍ଥାରୁ ସସ୍ପେଣ୍ଡ କରାଯାଇଛି । ଆଉ ତାଙ୍କ ସ୍ଥାନରେ ଏକ SHGକୁ ରାସନ୍ ବାଣ୍ଟିବାକୁ ଅନୁମତି ଦିଆଯାଇଛି । ସେହିପରି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ୍ରୁ ପିଡିଏସ୍ ଚାଉଳ ଓଜନରେ ଠକେଇ ଓ ଠିକ୍ ସମୟରେ ଚାଉଳ ମିଳୁନଥିବା ଅଭିଯୋଗ ଆସିଛି । ଏବେ ପ୍ରଶ୍ନ କେବେ ରାଜ୍ୟରୁ ହଟିବ ଘରୋଇ ଡିଲର ବ୍ୟବସ୍ଥା ଓ କେବେ ଶୃଙ୍ଖଳିତ ହେବ ସାଧାରଣ ବଣ୍ଚନ ବ୍ୟବସ୍ଥା ?
]]>
ତେବେ ଏମିତି କେମିତି ହୋଇପାରିବ ? ଖୋଳତାଡ଼ କରୁ କରୁ ତାଙ୍କ ନାଁରେ କୌଣସି ଦଲାଲ ମେସିନ୍ କିଣିବ କହି ଟଙ୍କା ଲୁଟ୍ କରିଛି । ଏଭଳି ସଙ୍ଗୀନ୍ ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଚାଷୀଙ୍କ ମନରେ ଛନକା ପଶିଛି । ଏହା ପରେ ଧିରେ ଧିରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଛି ।
୪ ମାସ ତଳେ ସାର୍ଥକ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏକ ଧାନରୁଆ ମେସିନ କିଣାଯାଇଛି । ଖାଲି କିଣାଯାଇଛି ତାହା ନୁହେଁ ବରଂ ଏଇ ମେସିନ ସହ ତାଙ୍କର ଫଟୋ ଏଡିଟିଂ କରାଯାଇ ଦେଢ ଲକ୍ଷ ରିହାତି ଟଙ୍କା ବି ଲୁଟ୍ କରାଯାଇଛି । ହେଲେ ଏହାର ସାମାନ୍ୟ ତମ ଆଭାସ୍ ବି ପାଇନାହନ୍ତି ସାର୍ଥକ ।
ସାର୍ଥକଙ୍କ କହିବା ଅନୁସାରେ, ଗାଁର ଜଣେ ଯୁବକ ଅନଲାଇନ୍ରେ ଏ ସମ୍ପର୍କରେ ଖବର ପାଇବା ପରେ ତାଙ୍କୁ ଜଣାଇଥିଲେ । ଯେଉଁଥିରେ ଦର୍ଶାଯାଇଥିଲା କି ସାର୍ଥକ ଧାନ କଟା ମେସିନ କିଣିଛନ୍ତି । ମେସିନର ମୂଲ୍ୟ ୨ଲକ୍ଷ ୩୩ ହଜାର ଟଙ୍କା ହୋଇଥିବା ବେଳେ ଦେଢ଼ ଲକ୍ଷ ଟଙ୍କାର ରିହାତି ବ୍ୟାଙ୍କ ଜମା ଖାତାରେ ପ୍ରଦାନ କରାଯାଇଛି ।
ଧାନ ମେସିନ୍ଟି ତାରିଣୀ ଅଟୋ ଏଜେନ୍ସି ଶ୍ରୀମଥ ରଣାଙ୍କଠାରୁ କିଣିଥିବା କାଗଜପତ୍ରରେ ଦର୍ଶାଯାଇଛି । ୨୦୧୯ ଜାନୁଆରୀ ୨୧ ତାରିଖରେ ସାର୍ଥକଙ୍କୁ ମେସିନ ପ୍ରଦାନ କରିଛି ଉକ୍ତ ସଂସ୍ଥା । ଏହି ଘଟଣା ଜାଣିବା ପରେ ସାର୍ଥକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସାର୍ଥକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅର ସାଙ୍ଗ ଜଣେ ସମ୍ପୃକ୍ତ ଦୋକାନରେ କାମ କରିବା ସହ ତାଙ୍କ ଘରକୁ ଯିବା ଆସିବା କରେ । ଏମିତିକି ଆଧାର ଓ ଆକାଉଣ୍ଟ ନମ୍ବର ବି ଥରେ ସେ ନେଇଥିଲା । ହେଲେ ସାର୍ଥକ ପାଠ ପଢିନଥିବା କାରଣରୁ ସେ ଏସବୁ ଜାଣିପାରିନଥିଲେ । ତେଣୁ ଠକାମୀର ଶିକାର ହେଲେ । ଆଉ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି । ତେବେ ଜଣେ ଚାଷୀଙ୍କଠାରୁ ଏମିତି ଠକେଇ ହୋଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।
(ରିପୋର୍ଟ- ଅଜିସ କୁମାର ଦାସ, ଜଳେଶ୍ୱର)
]]>ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ କୋଦଭଟାର ସନସିଂ ମାଝୀଙ୍କ ୨୦୨୦ ମସିହା ଅକ୍ଟୋବର ୯ ତାରିଖରେ ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁ ପରେ ୨୦୨୧ ଓ ୨୦୨୨ ମସିହାରେ ଏକାଧିକ ଥର ସେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଜମା ଟଙ୍କା ଉଠାଇଛନ୍ତି। ସନସିଂଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟରୁ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଜଣାପଡ଼ିଛି। ସନସିଂଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜମା ଟଙ୍କା ଉଠାଇବାକୁ ଯାଇଥିବା ବେଳେ, ଏଭଳି ଦୁର୍ନୀତି ବିଷୟରେ ଜାଣିବାକୁ ପାଇଥିଲେ। ଏପରିକି ତାଙ୍କ ନାଁରେ କେଓ୍ୱାଇସି ଅପଡେଟ୍ ବି ହୋଇଛି।
ସନସିଂ ମାଝୀ ପାପଡ଼ାହାଣ୍ଡି ସ୍ଥିତ କେସିସି ବ୍ୟାଙ୍କରେ ଖାତା ଖୋଲିଥିଲେ । ୨୦୧୬/୧୭ ମସିହାରେ ତାଙ୍କ ଆକାଉଣ୍ଟକୁ ୩ ଲକ୍ଷ ୨୮ ହଜାର ୬୩୮ ଧାନ ବିକ୍ରି ଟଙ୍କା ଆସିଥିଲା। ୨୦୨୦ରେ ତାଙ୍କ ମୃତ୍ୟୁ ପରେ ପୁଅ ନିକୁଞ୍ଜ ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ। ହେଲେ ଏହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ଏକାଧିକ ଥର ସେଲଫ୍ ଚେକ୍ ଜରିଆରେ ଟଙ୍କା ଉଠାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସନସିଂଙ୍କ ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ ଉଠାଇଲା ଟଙ୍କା ? ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଟଙ୍କା ଫେରାଇବାକୁ ସନସିଂଙ୍କ ପୁଅ ଦାବି କରିଛନ୍ତି।
ସୂଚନାଥାଉ କି, କୋଷାଗୁମୁଡ଼ା ବ୍ଲକର ୨୯ରୁ ଅଧିକ ଚାଷୀ ବି ନିଜ ଟଙ୍କା ଉଠାଇବାକୁ ଯାଇ ହଟାହଟା ହୋଇଛନ୍ତି। ଆକାଉଣ୍ଟରେ ଟଙ୍କା ଥାଇ ମଧ୍ୟ KYC ଅପଡେଟ୍ ନଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେଉନାହାନ୍ତି। ଉମରଗାଁର ସମାରୁ ମାଝୀଙ୍କ ଆକାଉଣ୍ଟରେ ୪୯ ହଜାର ଟଙ୍କା ଅଛି। ସାହୁକାରଙ୍କ ଋଣ ସୁଝିବାକୁ ସେ କେତେଥର ବ୍ୟାଙ୍କ ଗଲେଣି। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଟିଏ କଥା ତମର KYC ଅପଡେଟ୍ ନାହିଁ। ବ୍ୟାଙ୍କ କର୍ତ୍ତୃପକ୍ଷ ନିଜେ କେଓ୍ୱାଇସି ଅପଡେଟ କରିବା କଥା, ମାତ୍ର ବିଭିନ୍ନ ଆଳ ଦେଖାଇ ଟଙ୍କା ଉଠାଣ କରୁନାହାନ୍ତି। ଯାହା ବ୍ୟାଙ୍କ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣୁଛି।
(ରିପୋର୍ଟ-ନବଘନ ବିଷୋୟୀ, ନବରଙ୍ଗପୁର)
]]>ତାସହ ଗାଁର କିଛି ଲୋକଙ୍କଠାରୁ ପତ୍ନୀଙ୍କ ମାଧ୍ୟମରେ ଉଚ୍ଚ ସୁଧହାରରେ କରଜ ବି ଆଣିଥିଲେ । ପ୍ରାୟ କୋଡ଼ିଏ ଲକ୍ଷ ଟଙ୍କା ଏକାଠି କରି ଓମ୍ପ୍ରକାଶ ଆକାଉଣ୍ଟକୁ ପଠାଇଥିଲେ ବିନୋଦ । ଗତ ନୂଆଁଖାଇ ବେଳେ ଦିଲ୍ଲୀ ଯାଇ, ଓମ୍ପ୍ରକାଶ ପାଖରୁ ଦେଢ ଲକ୍ଷ ଟଙ୍କାର ଏକ ଚେକ୍ ବି ଆଣିଥିଲେ । ପ୍ରତି ସପ୍ତାହରେ ସମାନ ପରିମାଣର ଚେକ୍ ପଠାଇବେ ବୋଲି କଥା ଦେଇଥିଲେ ଓମ୍ପ୍ରକାଶ । ହେଲେ ଚେକ୍ ବାଉନସ୍ ହୋଇଯିବାରୁ ଆଉ ଫୋନ୍ ଉଠାଇନଥିଲେ । ତେଣୁ ଏକ ବଡ଼ ଧରଣର ଠକାମୀର ଶିକାର ହୋଇଥିବା ଜାଣି ବିଷ ପିଇ ବିନୋଦ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଆଉ ସ୍ୱାମୀଙ୍କ ମୃତ୍ୟୁ ପରେ କେମିତି ଏତେ ଟଙ୍କାର କରଜ ଶୁଝିବେ ତାକୁ ନେଇ ଚିନ୍ତା ।
ବିନୋଦ ଯାଦବଙ୍କ ଘଟଣା ସାମ୍ନାକୁ ଆସିବା ପରେ, ବଲାଙ୍ଗିର ଜିଲ୍ଲାରୁ ଆସିଲାଣି ମାଳମାଳ ଠକାମୀର ଘଟଣା । କିଏ ମୋବାଇଲ ମେସେଜରୁ ଠକାମୀର ଶିକାର ହେଉଛି, ତ କିଏ ଫୋନ କଲ୍ରୁ । ଠିକାଦାରପଡାର ପ୍ରଭାକାନ୍ତ ପ୍ରଧାନ, ଯିଏ କି ନିୟମିତ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି, ତପାପି ଗଲାବର୍ଷ ଏକ ମୋବାଇଲ୍ ମେସେଜରେ ବିଶ୍ୱାସ କରି, ନିର୍ଦ୍ଦିଷ୍ଟ ଏକ କଂପାନୀର ଟ୍ରେଡରେ ଲକ୍ଷେ ଟଙ୍କା ଲଗାଇ ଠକାମୀର ଶିକାର ହୋଇଛନ୍ତି । ସେମିତି ସଦରଥାନା କଗାଁର ରଂଜନ ମିଶ୍ରଙ୍କ ପାଖକୁ ହଠାତ ଦିନେ ଅଜଣା ଝିଅର କଲ୍ ଆସିଲା । ନିଜ ଜାଗାରେ ମୋବାଇଲ୍ ଟାୱାର ବସାଇ ଲାଭ ପାଇବାର ଲୋଭ ଦେଖାଇ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୮୦ ହଜାର ଟଙ୍କା ଠକି ନେଲେ ଲୁଟେରା । ଏନେଇ ବଲାଙ୍ଗିର ସାଇବର ଥାନାରେ ୫ ମାସ ତଳୁ ରଂଜନ ଅଭିଯୋଗ କରିଛନ୍ତି, ହେଲେ ତଦନ୍ତ ଶୁନ୍ ।
ଟଙ୍କା ଦୁଇଗୁଣା ଲୋଭ ଦେଖାଇ ବାରମ୍ବାର ବଢୁଥିବା ଠକେଇ ଘଟଣାକୁ ନେଇ ସତର୍କ କରାଇଛନ୍ତି ବଜାର ବିଶେଷଜ୍ଞ । ମୋବାଇଲ୍ରେ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍କୁ କ୍ଲିକ୍ ନକରିବାକୁ ପରାମର୍ଶ ଦେବା ସହ ଅର୍ଥ ଲଗାଣ ସଂପର୍କିତ ଅଜଣା ଲୋକଙ୍କ ଫୋନ୍ କଲ୍ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ କହିଛନ୍ତି ।
]]>
ଜଣେ ମେଡିକାଲ୍ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ୨୦୧୫ରେ ବିବାଦୀୟ ହୋଇପଡ଼ିଥିଲେ କେନ୍ଦ୍ରାପଡ଼ା ବାରିମୂଳରେ ବିଶାଳ ଆଶ୍ରମ କରିଥିବା ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ପରେ ଆର୍ଥିକ ଅନିୟମିତତା, ଧାର୍ମିକ ଭାବନାକୁ ଆଘାତ, ଯୌନ ଶୋଷଣ ଓ ଠକେଇ ଭଳି ଏକାଧିକ ମାମଲାରେ ଛନ୍ଦି ହୋଇ ୨୦୧୫ରେ ଜେଲ୍ ଯାଇଥିଲେ ଏବଂ ଏହାପରେ ୨୦୧୯ରେ ଜେଲ୍ରୁ ମୁକୁଳିଥିଲେ । କିନ୍ତୁ ଏହା ଭିତରେ ଆର୍ଥିକ ଅନିୟମିତତା ମାମଲାରେ ୨୦୧୯ ଜୁଲାଇ ୨୭ ତାରିଖରେ ଆଶ୍ରମକୁ ନିଜ କବ୍ଜାକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।
ବାରିମୂଳ ଆଶ୍ରମକୁ ଇଡି କବ୍ଜାକୁ ନେବା ପରଠୁୁ ଆଶ୍ରମର ମେନ୍ ଗେଟ୍ରେ ତାଲା ଝୁଲୁଛି । କୁହାଯାଉଛି ସାରଥୀଙ୍କ ଅନୁଗାମୀ ମାନେ ପଛ ଗେଟ୍ ଦେଇ ଭିତରେ ପଶିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଆଶ୍ରମ ଇଡି ହେପାଜତ୍ରେ ଥିବା ବେଳେ ତା ଭିତରେ ଧାର୍ମିକ କାର୍ଯ୍ୟକ୍ରମ କରିବାକୁ ଅନୁଗାମୀ ମାନେ ଗଲେ କେମିତି ? କାହା ପ୍ରୋତ୍ସାହନ ଓ କାହା ସାହସରେ ଗଲେ ? ଆଶ୍ରମ ପରିସରର ସଫାସୁତରା ଦେଖାଯାଉଛି । ଏଠି ବାରମ୍ବାର ଏଭଳି କାର୍ଯ୍ୟକ୍ରମ ହେଉନାହିଁ ତ ?
କାରଣ ୨୦୧୭ରେ ହାଇକୋର୍ଟରୁ ସାରଥୀଙ୍କୁ ମିଳିଥିବା ସର୍ତ୍ତମୂଳକ ଜାମିନ୍ରେ ଯେଉଁ ପ୍ରମୁଖ ୪ଟି ସର୍ତ୍ତ ଥିଲା ସେଥିରୁ ଦୁଇଟି ଥିଲା ସାରଥୀ କେନ୍ଦ୍ରାପଡ଼ା ଯିବେ ନାହିଁ କି ପ୍ରବଚନ ଦେବେ ନାହିଁ । ହେଲେ ପରବର୍ତ୍ତୀ ସମୟରେ ୧୬ ଫେବ୍ରୁଆରୀ ୨୦୨୧ରେ କୋଭିଡ୍ କଟକଣା ଭିତରେ ସେହିବର୍ଷ ଜୁଲାଇ ପହିଲାରୁ ୨ଶହ ଲୋକଙ୍କୁ ନେଇ ସଭା ଓ ସତ୍ସଙ୍ଗ କରିପାରିବେ ବୋଲି ହାଇକୋର୍ଟ ସାରଥୀଙ୍କୁ ଅନୁମତି ଦେଇଥିଲେ ।
ହେଲେ ଏହା ଭିତରେ ସାରଥୀଙ୍କୁ ସେଭଳି ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳୁ ନଥିଲା ବେଳେ ପ୍ରଶ୍ନ ଏୟା ବି ଉଠୁଛି ଅନୁଗାମୀଙ୍କ ଜରିଆରେ ଆଶ୍ରମକୁ ଚଳଚଞ୍ଚଳ କରି ପୁଣି ପୂର୍ବ ମୁଦ୍ରାକୁ ଫେରିବାକୁ ଚାହୁଁନାହାନ୍ତି ତ ସାରଥୀ ? ତେବେ ସାରଥୀଙ୍କ ଓକିଲ କହିଛନ୍ତି ଏଥିରେ ତାଙ୍କର କୌଣସି ଭୂମିକା ନାହିଁ । ତେବେ ଭାଇରାଲ୍ ଭିଡିଓକୁ ନେଇ ସୃଷ୍ଟି ହୋଇଥିବା ପୂରା ପ୍ରକରଣରେ ସ୍ଥାନୀୟ ପୋଲିସ୍ କି ପ୍ରଶାସନ ମୁହଁ ଖୋଲି ନାହାନ୍ତି ।
ଉକ୍ତ ଗ୍ରାହକ ଜଣକ ଅଭିଯୋଗ କରିଥିଲେ ଯେ, ମାତ୍ର ୪-୫ କିଲୋମିଟର ଯାତ୍ରା ପାଇଁ ତାଙ୍କୁ ଓଲା ପକ୍ଷରୁ ୮୬୧ ଟଙ୍କା ଦେୟ ଦେବାକୁ କୁହାଯାଇଥିଲା । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହାର ଦେୟ ୨୦୦ ଟଙ୍କାରୂ ଅଧିକ ହେବା କଥା ନୁହେଁ । କିନ୍ତୁ ତାଙ୍କୁ ୮୬୧ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା ।
ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ । ଯେଉଁ ଗାଡ଼ିକୁ ସେ ଭଡ଼ା ସୂତ୍ରରେ ନେଇଥିଲେ ତାହା ଅତ୍ୟନ୍ତ ଅପରିଷ୍କାର ରହିଥିଲା । ଖାଲି ସେତିକି ନୁହେଁ, ଗାଡ଼ିର ଡ୍ରାଇଭର ଯାତ୍ରା ବେଳେ ଏସି ଲଗାଇବାକୁ ମଧ୍ୟ ମନା କରିଥିଲା । ଏମିତିକି ଗ୍ରାହକଙ୍କ ସହ ଡ୍ରାଇଭର ଜଣକ ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର କରିଥିଲା । ତେଣୁ ମାତ୍ର ୪-୫ କିଲୋମିଟର ଯିବା ପରେ ସାମୁଏଲ, ତାଙ୍କ ପତ୍ନୀ ଓ ସହାୟକ ଗାଡ଼ିରୁ ଓହ୍ଲାଇପଡ଼ିଥିଲେ ।
ଆଉ ସେତିକି ସମୟ ମଧ୍ୟରେ ୮୬୧ ଟଙ୍କାର ବିଲ୍ ଦେଇଥିଲା ଓଲା ଡ୍ରାଇଭର । କିନ୍ତୁ ସାମୁଏଲଙ୍କ ପାଖରେ ଓଲା ମନି କ୍ୟାସ୍ କ୍ରେଡିଟ୍ ସୁବିଧା ଥିବାରୁ ସେତେବେଳେ ଟଙ୍କା ଦେବାକୁ ପଡ଼ିନଥିଲା ।
ସାମୁଏଲ ଏହି ପୁରା ଘଟଣା ନେଇ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ ଯେ, ତାଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ ପଡିଲା ଏବଂ ସେହି ଦିନ ଅନେକ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସେ ହାତଛଡ଼ା କରିବାକୁ ବାଧ୍ୟ ହେଲେ ।
ସାମୁଏଲ କହିଛନ୍ତି ଯେ, ଅତିରିକ୍ତ ବିଲ୍ ସମ୍ପର୍କରେ ସେ ଉକ୍ତ ଓଲା କ୍ୟାବ୍ସ ବିରୋଧରେ ସଂସ୍ଥାକୁ ଅଭିଯୋଗ କରିଥିଲେ । ହେଲେ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବିଫଳ ହେଲେ । ସାମୁଏଲ ଆହୁରି କହିଛନ୍ତି ଯେ, ଓଲା ଅଧିକାରୀମାନେ ବାରମ୍ବାର ଫୋନ୍ କରି ବିଲ୍ ପୈଠ କରିବାକୁ କହିଥିଲେ ।
ଜାନୁଆରୀ ୨୦୨୨ରେ ସେ ଏହି ବିଲ୍ ପୈଠ କରିଥିଲେ ସତ, କିନ୍ତୁ ନ୍ୟାୟ ପାଇଁ କଞ୍ଜୁମୋର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାରମ୍ବାର ନୋଟିସ ଦିଆଯିବା ପରେ ମଧ୍ୟ ଓଲା କ୍ୟାବ୍ସ ପକ୍ଷରୁ କୋର୍ଟରେ ଲଢ଼େଇ ପାଇଁ କେହି ଆସିଲେ ନାହିଁ କିମ୍ବା ହାଜର ହେଲେ ନାହିଁ ।
ସାମୁଏଲଙ୍କ ଅଭିଯୋଗ ଏବଂ ତାଙ୍କୁ ହୋଇଥିବା ମାନସିକ ପିଡ଼ାକୁ ଦୃଷ୍ଟିରେ ରଖି କୋର୍ଟ ଓଲା କ୍ୟାବ୍ସକୁ ୮୮ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ମାମଲାର ଶୁଣାଣି ସମୟରେ ସାମୁଏଲ ଖର୍ଚ୍ଚ କରିଥିବା ଅର୍ଥ ୭୦୦୦ ଟଙ୍କା ମଧ୍ୟ ସଂସ୍ଥା ତାଙ୍କୁ ଦେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଛଛନ୍ତି ।
ଏହି ଟଙ୍କା ଫୈଠ କରିବା ପାଇଁ କୋର୍ଟ ଉକ୍ତ ସଂସ୍ଥାକୁ ୪୫ ଦିନର ସମୟ ଦେଇଛନ୍ତି । ଯଦି ଏହି ସମୟ ସୀମା ମଧ୍ୟରେ ଟଙ୍କା ପୈଠ କରାନଯାଏ, ତେବେ କମ୍ପାନୀ ଜୋରିମାନା ଅର୍ଥର ସୁଧ ମଧ୍ୟ ଦେବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଲେ ଯେ, ଯେଉଁ ତାରିଖଠାରୁ ସାମୁଏଲଙ୍କଠାରୁ ସଂସ୍ଥା ୮୬୧ ଟଙ୍କା ନେଇଛି, ସେବେଠାରୁ ଏହାର ବାର୍ଷିକ ୧୨ ପ୍ରତିଶତ ସୁଧ ହିସାବରେ କମ୍ପାନୀ ଟଙ୍କା ଫେରାଇବ ।
]]>ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ । ତେବେ ସହର ଭିତରେ ପ୍ରଶାସନର ନାକ ତଳେ ଏଭଳି ଫ୍ରଡ୍ କରିବାକୁ ସେମାନଙ୍କର ସାହସ ଆସିଲା କେଉଁଠୁ ? କିଏ ଏମାନଙ୍କ ପଛରେ ରହିଛି ? କୌଣସି ରାନନୈତିକ ନେତା ନା ବଡ଼ ବଡ଼ିଆ ଏହାକୁ ଅପରେଟ୍ କରୁଥିଲେ ? ସେନେଇ ଏବେ ଖୋଳତାଡ଼ ଚାଲିଛି । କେହି କେହି କହୁଛନ୍ତି, ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ କାମ କରୁଛି । ତେଣୁ ସବୁ ଜାଣି ବି ପ୍ରଶାସନ ଆଖି ବୁଜି ଦେଇଥିଲା ।
ଏହି ନକଲି ପୋଲିସ ଷ୍ଟେସନର ସବୁ ସଦସ୍ୟମାନେ ଅବିକଳ ପୋଲିସ ପୋଷାକ ପିନ୍ଧିବା ସହ ସତସତିକା ବ୍ୟାଚ୍ ଏବଂ ରାଙ୍କ ମେଡାଲ ମଧ୍ୟ ପିନ୍ଧୁଥିଲେ । ଖାଲି ସେତିକି ନୁହେଁ ସେମାନଙ୍କ ପାଖରେ ଅସଲି ବନ୍ଧୁକ ମଧ୍ୟ ରହିଥିଲା । ଏନେଇ ଜଣେ ସ୍ଥାନୀୟ ଅଞ୍ଚଳର ସତସତିକା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସହର ମଝିରେ ପୋଲିସ ମୁଖ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ହୋଟେଲ୍ରେ ଏହି ନକଲି ପୋଲିସ ଷ୍ଟେସନ ଚାଲିଥିଲା ।
ଏହି ପୋଲିସ ଷ୍ଟେସନ ଦେଖିବାକୁ ଅବକଳ ସତ ପୋଲିସ ଷ୍ଟେସନ ଭଳି ସଜା ଯାଇଥିଲା । ଯେକେହି ବି ଦେଖି ଏହାକୁ ଥାନା ବୋଲି ହିଁ ଭାବିବ, ଏମିତିକି ମନରେ ଟିକିଏ ବି ସନ୍ଦେହ ହେବ ନାହଁ । ଏହି ନକଲି ଥାନକୁ ଯେଉଁମାନେ ଅଭିଯୋଗ ଦାଖଲ କରିବାକୁ ଆସୁଥିଲେ ସେମାନଙ୍କଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ମଧ୍ୟ ଗ୍ରହଣ କରୁଥିଲେ ଏହି ନକଲି ଥାନା ଅଧିକାରୀ । ଏଭଳି ଶତାଧିକ ଲୋକଙ୍କଠାରୁ ମିଛ କହି ସେମାନେ ବିପୁଳ ମାତ୍ରାରେ ଟଙ୍କା ଲୁଟ୍ କରିଛନ୍ତି । ଖାଲି ସେତିକି ନୁହେଁ କିଛି ଲୋକଙ୍କଠାରୁ ପୋଲିସରେ ଚାକିରି କରାଇଦେବେ କହି ମଧ୍ୟ ଟଙ୍କା ନେଇଛନ୍ତି ।
ତେବେ ଠକାମୀର ଆଉ ଏକ ସ୍ତର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପାଖ ଗାଁର କିଛି ଲୋକଙ୍କୁ ଏହି ଠକ ମାନେ ଦିନ ମଜୁରି ହିସାବରେ ୫୦୦ ଟଙ୍କା ଦେଇ ଥାନାରେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରାଇଥାନ୍ତି । କେତେବେଳେ କାହାକୁ ଅଭିଯୋଗକାରୀ ଭାବେ ଅଭିନୟ କରାନ୍ତି ତ କେତେବେଳେ ଅଭିଯୁକ୍ତ ଭାବେ ତାଙ୍କୁ ଅଭିନୟ କରିବାକୁ ପଡ଼ିଥାଏ ।
ତେବେ ଏଭଳି କିଛି ଦିନ ଚାଲିବା ପରେ ଜଣେ ସତ ପୋଲିସ ଅଧିକାରୀ ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖି ସନ୍ଦେହ କରିଥିଲେ । ସେମାନେ ବ୍ୟବହାର କରୁଥିବା ବନ୍ଧୁକ ଲୋକାଲ ମେଡ୍ ଥିଲା । ପୋଲିସମାନଙ୍କୁ ସରକାର ଯେଉଁ ବନ୍ଧୁକ ଦେଇଥାନ୍ତି, ତାଠାରୁ ଏହି ୨ ସନ୍ଦିଗ୍ଧ ବ୍ୟକ୍ତି ଧରିଥିବା ବନ୍ଧୁକ ସମ୍ପୂର୍ଣ୍ଣ ଭିନ୍ନ ବା ଲୋକାଲ ମେଡ୍ ଥିଲା ।
ଜଣେ ସତ ପୋଲିସ ଅଧିକାରୀ ଶ୍ରୀ ଶ୍ରୀବାସ୍ତବଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ୬ ଜଣଙ୍କୁ ପୋଲିସ ଗିରଫ କରିଛି । ସେଥିରେ ଦୁଇ ଜଣ ମହିଳା ସଦସ୍ୟ ମଧ୍ୟ ରହିଛନ୍ତି । କିନ୍ତୁ ଏହି ବଡ଼ ପ୍ଲାନ୍ର ରିଙ୍ଗ୍ ମାଷ୍ଟର ଏବେ ବି ଫେରାର ରହିଛି । ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଠକମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୪ଟି ପୋଲିସ ପୋଷାକ, ୫୦୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବେଦନ ଫର୍ମ, ୪୦ ଭୋଟର କାର୍ଡ, ବ୍ୟାଙ୍କ ଚେକ୍ବୁକ୍, ୫ଟି ମୋବାଇଲ ଫୋନ୍, ଜନତା ଦଳର ଜିଲ୍ଲା ସଭାପତି ଅଳକା କୁମାରୀଙ୍କ ଏକ ଷ୍ଟାମ୍ପ, ନକଲି ପରିଚୟ ପତ୍ର ଏବଂ ଅନ୍ୟନ୍ୟା ସାମଗ୍ରୀ ଜବତ ହୋଇଛି ।
]]>ସୂଚନା ଅନୁସାରେ ବ୍ରହ୍ମପୁର ବ୍ରହ୍ମା ନଗର ମୁଖ୍ୟ ରାସ୍ତାରେ ଆପୋଲୋ କ୍ଲିନିକ୍ ରହିଛି। ଏହାର ମାଲିକାନା ସ୍ପେସିମେନ୍ସ ଲିମିଟେଡ୍ ନାଁରେ ଥିବାବେଳେ ସତ୍ତ୍ୱାଧିକାର ସଂଗ୍ରାମ ଓ ରୁଷି ପ୍ରସାଦ ନାହାକଙ୍କ ନାଁରେ ଥିଲା। ପରେ ହସ୍ପିଟାଲ ନ ଚାଲିବାରୁ ତାକୁ ଓମ୍ ଆରୋଗ୍ୟ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ଡାକ୍ତର ରମେଶ ବାରତାଙ୍କୁ ବିକ୍ରି କରିବା ପାଇଁ ଠିକ୍ କରିଥିଲେ।
ତେବେ ବିକ୍ରି ବେଳେ ନିଶି ପ୍ରିୟଦର୍ଶିନୀ ନାମକ ଜଣେ ମହିଳାଙ୍କୁ ସେଥିରେ ନିର୍ଦ୍ଦେଶକ କଲେ ବିକ୍ରି ହେବ ବୋଲି କହିଥିଲେ। ଡାକ୍ତର ବାରତା ଏହାକୁ ମାନି ଆପୋଲୋ କ୍ଲିନିକ୍କୁ ୪ କୋଟି ୬୪ଲକ୍ଷ ଟଙ୍କା ଦେଇ କିଣିଥିଲେ। କିନ୍ତୁ ପରେ ଡାକ୍ତର ବାରତାଙ୍କ ପରାମର୍ଶ ବିନା ନିଶି ପ୍ରିୟଦର୍ଶିନୀ ତାକୁ ନକଲି ଡକ୍ୟୁମେଣ୍ଟ କରି ସ୍ପେସିମେନ୍ସ ଲିମିଟେଡ୍କୁ ଲିଜ୍ ଆକାରରେ ଦେଇଥିଲେ।ଏନେଇ ଡାକ୍ତର ବାରତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
]]>
ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ଅନ୍ୟାନ୍ୟ ସରକାରୀ ବିଭାଗର କେତେ ମହିଳା କର୍ମଚାରୀଙ୍କ ବିରୋଧରେ ଗତ ୫ ବର୍ଷ ଭିତରେ କେତେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି ଏବଂ ଚଢ଼ାଉ ବେଳେ ସେମାନଙ୍କର କେତେ ମୂଲ୍ୟର ସମ୍ପତ୍ତି ଠାବ ହୋଇଛି, ସେନେଇ ଗୃହରେ ଲିଖିତ ପ୍ରଶ୍ନ ଜରିଆରେ ଉତ୍ତର ଚାହିଁଥିଲେ ସୌମ୍ୟରଂଜନ । ତେବେ ପୂର୍ବତନ ଡିଜିପିଙ୍କ ମତ, ଯେହେତୁ ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।
]]>ସି-ସୋର କମ୍ପାନୀଠାରୁ ଏସବୁ ଅର୍ଥ ଆସିଥିବା ଜାଣିବା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ପଦକ୍ଷେପ ନିଆଯାଇଛି । ଇଡି ଦର୍ଶାଇଛି ଯେ, ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଓ ସିବିଆଇ ପକ୍ଷରୁ ଦାଏର ଚାର୍ଜସିଟ୍ ଆଧାରରେ ସଂପତ୍ତି ଆଟାଚ୍ ହୋଇଛି । ଏକ ଅଣ ବ୍ୟାଙ୍କିଂ ସସ୍ଥା ହୋଇ ସି-ସୋର କଂପାନୀ ଲୋକଙ୍କଠାରୁ ବେଆଇନ୍ ଭାବେ ଅର୍ଥ ସଂଗ୍ରହ କରୁଥିଲା ।
କମ୍ପାନୀଠାରୁ ୨୫ଲକ୍ଷ ଟଙ୍କା ପ୍ରଭାତ ବିଶ୍ୱାଳ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲା । ତାସହ ଏକ ଟିଭି ଚ୍ୟାନେଲ୍ ପ୍ରତିଷ୍ଠା କରାଇବା ଉଦ୍ଦେଶ୍ୟରେ ମିଡିଆ ଗୁରୁ ସଂସ୍ଥାକୁ ୪ କୋଟି ଟଙ୍କା ଯାଇଥିଲା । ଏପଟେ ଇଡିର ସଂପତ୍ତି ଆଟାଚ୍ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୋର ୩ କୋଟି ୯୨ ଲକ୍ଷ ଟଙ୍କା ଋଣ ଅଛି । ଘର କରିବାକୁ ୧ କୋଟି ୧୫ ଲକ୍ଷ ଟଙ୍କା ଋଣ ଆଣିଥିଲି । ବୋଧହୁଏ ସେ ଋଣ ଟଙ୍କାରୁ ୨୫ ଲକ୍ଷ ଟଙ୍କା ଆଟାଚ କରିଛି ଇଡି । ତେବେ ଏହା ଏକ ଜମିଜମା ସଂପର୍କିତ ମାମଲା ହୋଇଥିବାରୁ କୋର୍ଟରେ ଏହାକୁ ପ୍ରମାଣ କରିବି । ସେହିପରି ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନି କହିଛନ୍ତି, ଏକ ଜମି କିଣାବିକା ବାବଦରେ ସି-ସୋର କମ୍ପାନୀ ସହ ୨୫ ଲକ୍ଷ ଟଙ୍କାର ନେଣଦେଣ ହୋଇଥିଲା । ବାକି ଟଙ୍କା କଥା ସେ ଜାଣନ୍ତିନି ।
୨୦୧୭ ସେପ୍ଟେମ୍ବର ୧୯ । ସିସୋର ଚିଟଫଣ୍ଡ ଲିଙ୍କରେ ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ତାପୂର୍ବରୁ ୩ ବର୍ଷ ଧରି ବିଭିନ୍ନ ସମୟରେ ପ୍ରଭାତଙ୍କୁ ଚାରି ଚାରି ଥର ମାରାଥନ ଜେରା ବି ହୋଇଥିଲା । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା ।
ଏଗ୍ରିମେଣ୍ଟ ଅନୁସାରେ ଲକ୍ଷ୍ମୀ ବିଳାସୀନୀ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଜମି ବିକିବାକୁ ରାଜି ହୋଇଥିଲେ । ଏ ବାବଦକୁ ୨୦୧୨ ଏପ୍ରିଲରେ ଲକ୍ଷ୍ମୀ ବିଳାସୀନୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ଦେଇଥିଲେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସ । ବାକି ଟଙ୍କା ଜମି ରେଜିଷ୍ଟ୍ରେସନ ବେଳେ ଦେବାକୁ ସ୍ଥିର ହୋଇଥିଲା । ପରେ କିନ୍ତୁ ଜମି ଡିଲରୁ ଓହରି ଯାଇଥିଲେ ପ୍ରଶାନ୍ତ ଦାସ । ସେ ଦେଇଥିବା ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ । ପ୍ରଶାନ୍ତଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ନେଇ ଗଣମାଧ୍ୟମକୁ କହିଥିଲେ ଲକ୍ଷ୍ମୀ ବିଳାସୀନୀ ।
ତେବେ ପ୍ରମାଣ ଦେଖାଇ ପାରିନଥିଲେ । କହିଥିଲେ ପ୍ରଶାନ୍ତ ତାଙ୍କୁ କୌଣସି ରସିଦ ଦେଇ ନଥିଲେ । ପରେ ଟଙ୍କା ଫେରସ୍ତ ନେଇ ଏକ ଏଗ୍ରିମେଣ୍ଟ ପେପର ଦେଖାଇଥିଲେ ଲକ୍ଷ୍ମୀ ବିଳାସିନୀ । ଏହି ଟଙ୍କା କାରବାରରେ ପ୍ରଭାତ ବିଶ୍ୱାଳଙ୍କୁ ଦୋଷୀ ପାଇବା ପରେ ସିବିଆଇ ଶେଷରେ ୨୦୧୭ରେ ତାଙ୍କୁ ଗିରଫ କରିଥିଲା । ୨୦୧୮ ଜୁନ୍ ୨୭ରେ ତାଙ୍କୁ ବେଲ୍ ମିଳିଥିଲା । ଏବେ ସେହି ମାମଲାରେ ପ୍ରଭାତଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଣେ ଇଡି ପକ୍ଷରୁ ସଂପତ୍ତି ଆଟାଚ୍ ପରେ ତେଜିଛି ରାଜନୈତିକ ବୟାନବାଜି ।
]]>ଏଭଳି ଏକ ଘଟଣା ଘଟିଛି, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ରେ । ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି । କୋଡପଦର ଗ୍ରାମର ସୁରେନ୍ଦ୍ର ଖମାରୀ । ମୃତ୍ୟୁ ହେବାର ୩ ମାସ ପରେ ଭୂତ ହୋଇ ଜମି ବିକ୍ରି କଲେ । ଏସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପୋଲିସରେ ଅଭିଯୋଗ କଲେ । ହେଲେ ଜମି ଜାଲିଆତି ଘଟଣାକୁ ତିନି ମାସ ବିତି ଯାଇଥିଲେ ବି କୌଣସି ସୁଫଳ ମିଳୁନି । ଜମି କେବେ ଫେରି ପାଇବେ ତାକୁ ନେଇ ଚିନ୍ତାରେ ମୃତ ସୁରେନ୍ଦ୍ର ଖମାରୀଙ୍କ ପରିବାର । ପୋଲିସ୍ ଠାରୁ ତହସିଲଦାର ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେଣି ସୁରେନ୍ଦ୍ରଙ୍କ ପୁଅ । ହେଲେ ଆଜି ପର୍ଯ୍ୟନ୍ତ କାହାକୁ ବି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ପୋଲିସ ।
ମନମୁଣ୍ଡା ଥାନାରେ ଗତ ଜୁନ ୨୮ ତାରିଖରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଜୁଲାଇ ମାସ ୧୧ ତାରିଖରେ ପୋଲିସ୍ ମାମଲା ରୁଜୁ କଲା । ହେଲେ ତଦନ୍ତର ନାଁ ଧରୁନି ପୋଲିସ । କେବଳ ତଦନ୍ତ ଚାଲିଛି କହି କଥାକୁ ଏଡ଼ାଇ ଦେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍ ସୁରେନ୍ଦ୍ରଙ୍କ ପରିବାର । ମାନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଘଟଣାକୁ ଗୁରୁତ୍ୱର ସହ ନେଉ ନଥିବା ପରିବାର ଅଭିଯୋଗ କରିଛି ।
ଶେଷରେ ପୋଲିସ୍ଠାରୁ ନିରାଶ ହୋଇ ସୁରେନ୍ଦ୍ରଙ୍କ ପୁଅ ବୌଦ୍ଧ ତହସିଲଦାରଙ୍କୁ ଏନେଇ ଅଭିଯୋଗ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଯଥାଶୀଘ୍ର ତାଙ୍କ ଜମି ଫେରାଇବା, ଘଟଣାରେ ସଂପୃକ୍ତ ଥିବା ଜମି ମାଫିଆ ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ ।
ତେବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ କଥା ଦେଇଛନ୍ତି ଯେ, ସୁରେନ୍ଦ୍ରଙ୍କ ଜମି ଯଥାଶୀଘ୍ର ତାଙ୍କ ପରିବାର ଫେରିପାଇବେ । ଏହାସହ ଏଥିରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
]]>ଯୁବତା ଜଣକ କହିଥିଲେ କାଲିଫର୍ଣ୍ଣିଆରେ ରହି ମେଡିକାଲ ପଢୁଛି । ଦିଲ୍ଲୀ ବିମାନବନ୍ଦରରେ ୭୦ ହଜାର ୟୁକେ ପାଉଣ୍ଡ ଆଣି ଫସି ଯାଇଥିବାର ଅଭିନୟ କରିଥିଲା । ସେହି ଯୁବତୀ ଜଣକ ଟଙ୍କା ରିଲିଜ ପାଇଁ ଟଙ୍କା ମାଗିଥିଲେ । ଯୁବକ ଜଣକ ଏବଂ ବିଭିନ୍ନ କିସ୍ତିରେ ୨୪ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି ।
ଜଟଣୀ ଅଞ୍ଚଳର ଜଣେ ଆଇଟି ପ୍ରଫେସନାଲ୍ ବିବାହ ପାଇଁ ମାଟ୍ରିମୋନି ସାଇଟ୍ରେ ରେଜିଷ୍ଟ୍ରେସନ୍ କରିଥିଲେ। ସେଠାରେ ସର୍ଚ୍ଚ କରୁଥିବା ବେଳେ ଠକ ଯୁବତୀଙ୍କ ହାବୁଡ଼ରେ ପଡ଼ିଥିଲେ। ଯୁବତୀ ଜଣକ ନିଜକୁ ବାଲେଶ୍ଵର ଜିଲ୍ଲାର ଝିଅ ବୋଲି ପରିଚୟ ଦେଇଥିଲେ। ନିଜର ନାଁ ପ୍ରିୟା ଗୁପ୍ତା କହିଥିଲେ। ସେ କାଲିଫର୍ନିଆରେ ରହି MBBS କରୁଥିବା କହିଥିଲେ।
ଫ୍ରଡ୍ 'ପ୍ରିୟା ଗୁପ୍ତା' ନେଇଗଲା ୨୪ ଲକ୍ଷ ଟଙ୍କା। କନ୍ୟା ଖୋଜିବାକୁ ଯାଇ ଠକେଇର ଶିକାର...#CyberCrime #cyberfraud #Bhubaneswar #Odisha #OTV pic.twitter.com/pdVXN2YGnU
— ଓଟିଭି (@otvkhabar) July 20, 2022
ଡାକ୍ତର ବୋଲି ଭାବି ବେଶ୍ ଖୁସିରେ ଥିଲେ ଆଇଟି ପ୍ରଫେସନାଲ୍ ଯୁବକ। ତାଙ୍କ ସହିତ ଚାଲିଥିଲା ଚାର୍ଟିଂ ଓ ବାର୍ତ୍ତାଳାପ। ଯୁବକ ଜଣକ ଏକା ଗପୁନଥିଲେ, ପରିବାର ଲୋକ ମଧ୍ୟ ଯୁବତୀଙ୍କ ସହିତ କଥା ହେଉଥିଲେ। ଦୀର୍ଘ ୬ ମାସ ଧରି ଚାଲିଥିଲା ଏମିତି କଥାବାର୍ତ୍ତା। ପ୍ରିୟା ୭୦ ହଜାର UK ଡଲାର ଧରି ଭାରତ ଆସିଥିବା ବେଳେ ଦିଲୀ ବିମାନ ବନ୍ଦରରେ ଫସି ଯାଇଥିବା ଯୁବକଙ୍କୁ କହିଥିଲେ। ସେହି ଡଲାର ମୁକୁଳାଇବା ପାଇଁ ଟଙ୍କା ମାଗିଥିଲେ। ତାଙ୍କ କଥାରେ ପଡ଼ି ଯୁବକ ଜଣକ ଟଙ୍କା ଦେଇଥିଲେ। ଏମିତି ବିଭିନ୍ନ ସମୟରେ ମୋଟ୍ ୨୪ ଲକ୍ଷ ଟଙ୍କା ନେଇ ଠକିଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି।
]]>
ଏଭଳି ଅଭିଯୋଗ ପାଇବା ପରେ ସତ ପରଖିବାକୁ ଆମ ଓଡିଭି ଟିମ୍ ସାଙ୍ଗରେ ଏକ ଡିଜିଟାଲ୍ ଓଜନ ମାପକ ଯନ୍ତ୍ର ନେଇ ପହଞ୍ଚିଥିଲା ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ । ଆଖି ଦେଖା ତଥ୍ୟ ହାସଲ ପାଇଁ ବସ୍ତା ପରେ ବସ୍ତା ଆଣି ଓଜନ କରାଗଲା, ଅଧିକାଂଶ ଥିରେ ଚାଉଳ କମ୍ ଥିବା ଜଣାପଡ଼ିଥିଲା । ଗୋଟିଏ ୫୦ କିଲିଆ ବସ୍ତାରେ ଅଛି ୪୭ କିଲୋ ୫୬୦ ଗ୍ରାମ ସେଥିରେ ପୁଣି ବସ୍ତା ଓଜନ ବି ସାମିଲ ଅର୍ଥାତ୍ ଅଢ଼େଇ କିଲୋ ପାଖାପାଖି ଚାଉଳ ଗାଏବ । ସେମିତି ଆଉ ଏକ ୫୦ କିଲିଆ ବସ୍ତାରେ ୪୮ କିଲୋ ୧୧୦ ଗ୍ରାମ୍ ରହିଥିବା ବେଳେ କେଉଁଥିରେ ୪୭ କିଲୋ ୯୫୦ ଓ ୪୮ କିଲୋ ୧୨୦ ଗ୍ରାମ ବି ରହିଛି । ବୁଝୁ ବୁଝୁ ଜଣାପଡ଼ିଲା ସ୍କୁଲରେ ଓଜନ ମାପ ଯନ୍ତ୍ର ନାହିଁ, ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖି ଗଣତି କରି ରଖୁଛନ୍ତି ।
ସେମିତି ଜୟପୁର ବ୍ଲକ୍ ଅନ୍ତର୍ଗତ ଡିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡଙ୍ଗରଛିଞ୍ଚି ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ସମାନ ସ୍ଥିତି । ସବୁଠି ଶିକ୍ଷକ ଓ ସ୍କୁଲ କମିଟିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପହରରେ ଚାଲିଥିବା ଏ ବାଟମାରଣା ସମ୍ପର୍କରେ କେହି ଅଭିଯୋଗ କରୁନାହାନ୍ତି କାହଁକି ? ପଚାରିବାରେ ଏଣେ କାଗଜପତ୍ରରେ ପିଲାଙ୍କ ମୁଣ୍ଡପିଛା ହିସାବରେ କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ସଠିକ୍ ଓଜନର ଚାଉଳ ଆସୁଛି, କିନ୍ତୁ ବସ୍ତାରେ ସେତିକି ରହୁନି । କହିବାକୁ ଗଲେ ସିଧା ପିଲାଙ୍କ ପେଟକୁ ଗୋଇଠା । ଏମିତି ନୁହେଁ ଯେ, ଏକଥା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଜାଣୁନାହାନ୍ତି, ହେଲେ ଉପରିସ୍ଥ କର୍ମଚାରୀଙ୍କ ନାଲିଆଖି ଯୋଗୁଁ କଥା ବୁଲେଇ ବଙ୍କେଇ କହୁଛନ୍ତି ।
ତାହାଲେ ଏଠି ପ୍ରଶ୍ନ ମଧ୍ୟାହ୍ନ ଭୋଜନ ଚାଉଳର ଏ ମହାଲୁଟ୍ କରୁଛି କିଏ ? ଠିକାଦାର ଓ ଯୋଗାଣ ବିଭାଗର ସଲାସୁତୁରାରେ ଘୋଟାଲା ଚାଲିନି ତ ? ଚାଉଳ ଯୋଗାଣକାରୀ ଠିକାଦାରଙ୍କ ସହ ବ୍ଲକ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ କର୍ମଚାରୀ ସାମିଲ ନାହାନ୍ତି ତ ନା ସ୍କୁଲ କର୍ତ୍ତୃପକ୍ଷଙ୍କ ମିଲି ଭଗତରେ ଏସବୁ ଚାଲିଛି ? ତେଣେ ତଥ୍ୟ କହୁଛି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍କୁ ଦୁଇ ଭାଗରେ ବିଭକ୍ତ କରି ନିର୍ଦ୍ଦିଷ୍ଟ ଦୁଇଟି ଠିକା ସଂସ୍ଥାକୁ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଦାୟିତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ତେବେ କେମିତି ପ୍ରଶାସନର ନାକ ତଳେ ଚାଲିଛି ଏତେବଡ଼ ବ୍ୟବସ୍ଥିତ ଚୋରି । ଜୟପୁର ଉପଜିଲ୍ଲାପାଳ କହିଛନ୍ତି-ଏକଥା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚରାଯିବ, ଦରକାର ପଡ଼ିଲେ ନୋଟିସ୍ କରି ରିପୋର୍ଟ ମଗାଯିବ ।
]]>
କ୍ରାଇମବ୍ରାଞ୍ଚ ଡିଆଇଜି ଶ୍ରୀ ପଙ୍କଜଙ୍କ କହିବା ଅନୁସାରେ ଚୀନ୍ର ଲିଉ ୟୁ ଜିଏ ଓ ତାଙ୍କର ଦୁଇ ସହଯୋଗୀ ୩ ବର୍ଷ ତଳେ ବାଙ୍ଗାଲୁରୁ ଆସିଥିଲେ । ସେଠାରେ ସେ ୮ଟି କମ୍ପାନୀ ଖୋଲିଥିଲେ । ଲିଉ ୟୁ ଜିଏ ନିଜ କର୍ମଚାରୀଙ୍କ ନାଁରେ କମ୍ପାନୀ ଗୁଡ଼ିକ ଖୋଲିଥିଲେ । ପରବର୍ତ୍ତୀ ସମୟରେ ସେହି କମ୍ପାନୀ ନାଁରେ ୧୦ଟି ଲୋନ୍ ଆପ୍ ଖୋଲିଥିଲେ । ଆଉ ସେହି ଆପ୍ ଗୁଡ଼ିକୁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧି କରୁଥିଲେ ।
ସେ ଆହୁରି କହିଛନ୍ତି, ଲୋନ୍ ଆପ୍ ଗୁଡ଼ିକ ଚିନ୍ରେ ପରିଚାଳିତ ହେଉଥିଲା । ଟାର୍ଗେଟରେ ଥିଲେ ମଧ୍ୟବିତ୍ତ ପରିବାର । ବିଭିନ୍ନ ସୋଶାଲ୍ ମିଡିଆ ମାଧ୍ୟମରେ ଋଣ ନେବା ପାଇଁ ଅଫର ଦିଆଯାଉଥିଲା । ଲୋକମାନେ କିଛି ବୁଝି ନପାରି ସଙ୍ଗେ ସଙ୍ଗେ ଋଣ ପାଇବା ପାଇଁ ଆବେଦନ କରୁଥିଲେ । ଋଣ ଆବେଦନର କିଛି ସମୟ ମଧ୍ୟରେ ୨୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା । ଏହାର ସୁଯୋଗ ନେଇ ଚୀନ୍ ଠକମାନେ ଋଣ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍ରୁ ସମସ୍ତ ତଥ୍ୟ ନେଇଯାଉଥିଲେ ବୋଲି ଶ୍ରୀ ପଙ୍କଜ କହିଥିଲେ ।
କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜ ଆହୁରି କହିଛନ୍ତି, ଋଣ ଟଙ୍କା ଟ୍ରାନ୍ସଫର ପାଇଁ ଠକମାନେ ବ୍ୟାଙ୍କ ଆକାଉଣ୍ଟ ନେଇଥିଲେ । ଏଥିସହ ଠିକଣା, ପାନ୍କାର୍ଡ଼ ଓ ଆଧାରକାର୍ଡ଼ ନମ୍ୱର ଏବଂ ମୋବାଇଲ୍ରେ ସବୁ ସାଙ୍ଗଙ୍କ ନମ୍ୱର ନେଇଯାଉଥିଲେ । ଋଣ ନେବାର ୬ରୁ ୭ ଦିନ ପରେ ଲୋନ୍ ଆପ୍ ମାଧ୍ୟମରେ ଫୋନ୍ କଲ କରୁଥିଲେ । ଫୋନ୍ କରିଥିବା ବ୍ୟକ୍ତି ଋଣ ଟଙ୍କାର ଦୁଇରୁ ତିନି ଗୁଣା ସୁଧ ମାଗୁଥିଲା । ଟଙ୍କା ନଦେଲେ ଅସଲ ରୁପ ଦେଖାଇବେ ଚାଇନିଜ୍ ଠକ । ସେମାନେ ଅଭଦ୍ର ଭାଷାରେ ଗାଳି ଦେବା ସହିତ ହ୍ୱାଟ୍ସଆପ୍ରେ ଗ୍ରୁପ୍ କରି ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ଅପପ୍ରଚାର କରୁଥିଲେ । ସବୁ ବେଳେ ବ୍ଲକାମେଲ୍ କରୁଥିଲେ । ଏପରି ଠକାମୀ ନେଇ ଓଡ଼ିଶାରେ ୧୦୦ଟି ପିଟିସନ୍ ଦାଖଲ ହୋଇଥିଲା । ଅଭିଯୋଗକୁ ଆଧାର କରି ୩ ମାସ ଭିତରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏହାର ମାଷ୍ଟରମାଇଁଣ୍ଡ ଲିଉ ୟୁ ଜିଏ ।
CHINIES_MOBILE_APP_FRAUD_PHOTO_AVO_3PM
ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ । ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ୫୦ ଡେସିମିଲ ଜମି ଚଞ୍ଚକତାରେ ବିକ୍ରି ହୋଇଛି । ଯାହାର କ୍ରେତା ହେଉଛନ୍ତି, ସ୍ଥାନୀୟ ଗୋପବନ୍ଧୁ ନଗର ଲାଲଟିକ୍ରା ଗାଁର ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟି । ଖାଲି ସେତିକି ନୁହେଁ, ହର୍ଷଙ୍କ ଅବଶିଷ୍ଟ ଦେଢ଼ ଏକର ଜମିକୁ ଫର୍ଜରି କରି ନିଜ ନାଁରେ ପଟ୍ଟା ବି କରାଇ ନେଇଛନ୍ତି ପୃଷ୍ଟି ଦମ୍ପତ୍ତି । ତେବେ ପ୍ରାୟ ବର୍ଷେ ପରେ ଏ ଜମି ହଡ଼ପ ସମ୍ପର୍କରେ ଜାଣିବା ପରେ ହର୍ଷଙ୍କ ପରିବାର ଲୋକେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନପାଇବାରୁ ଶେଷରେ ଥାନାର ଆଶ୍ରୟ ନେଇଥିଲେ ହର୍ଷଙ୍କ ପରିବାର ।
ଆଜିକାର ଏ ଡିଜିଟାଲ ଯୁଗରେ ବିନା ବିକ୍ରେତାରେ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ହେଲା କେମିତି ? କୁହାଯାଉଛି ବଲାଙ୍ଗିର ତହସିଲଦାରଙ୍କ ଜ୍ଞାତସାରରେ ପ୍ରସ୍ତୁତ ହୋଇଥିଲା ଏ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ଜମିର ଅସଲି ମାଲିକ ଦିନ ମଜୁରିଆ ସ୍ୱର୍ଗତ ହର୍ଷ ଷାଣ୍ଡଙ୍କ ମୃତ୍ୟୁ ପରେ, ତାଙ୍କ ପରିବାରର ଗରିବି ଓ ଅସହାୟତାର ସୁଯୋଗ ନେଇ ତାଙ୍କ ସ୍ଥାନରେ ତହସିଲଦାରଙ୍କ ସାମ୍ନାରେ ଛଦ୍ମ ବିକ୍ରେତା ଭାବେ ଛିଡ଼ା ହୋଇଥିଲେ ଉତ୍ତମ ନାଗ ନାମକ ବ୍ୟକ୍ତି । ହର୍ଷଙ୍କ ସ୍ଥାନରେ ଉତ୍ତମଙ୍କ ଫଟୋ ଲଗାଇ ତାଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ନେଇ ପ୍ରସ୍ତୁତ ହୋଇଥିଲା ଦଲିଲ ।
ମାମଲାରେ ବଲାଙ୍ଗିର ସଦର ଥାନା ପୋଲିସ ପାରିପାର୍ଶ୍ୱିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ସମେତ ଜମି ଦଲାଲ ସିଣ୍ଡିକେଟରେ ସାମିଲ ଥିବା ମୋଟ ୯ ଜଣଙ୍କ ବିରୋଧରେ ୪୨୦ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରିଲେ, ସେ ବାଆଁରେଇ ଉତ୍ତର ଦେଇଥିବା ବେଳେ ମାମଲାର ତଦନ୍ତ ଚାଲିଥିବା କହି ମୁହଁ ଖୋଲିନାହାନ୍ତି ଜିଲ୍ଲାପାଳ କି ଏସପି ।
]]>ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ୍ ମହାବିଦ୍ୟାଳୟର ଆକାଉଣ୍ଟ ବ୍ୟାଙ୍କ ଅଫ ବରୋଦାରେ ରହିଛି। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ଏହି ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। କିଛି ଦିନ ପୂର୍ବେ ମହାବିଦ୍ୟାଳୟ ପକ୍ଷରୁ ଜମାଖାତାକୁ ଅପଡେଟ କରାଯାଇଥିଲା। ଏହି ସମୟରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା କମ୍ ଥିବା ଜଣାପଡ଼ିଥିଲା। ଜାଲ୍ ଚେକ୍ ମାଧ୍ୟରେ ଏହି ଟଙ୍କାକୁ ଏକ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ସୂଚନା ମିଳିଛି। ତେବେ ଉକ୍ତ ଆକାଉଣ୍ଟ କାହାର, କିଏ ଏହି ଟ୍ରାନ୍ସଫର କଲା, ତାହା ଏବେ ରହସ୍ୟ ଘେରରେ ରହିଛି।
ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଏନେଇ ସୋନପୁର ଥାନାରେ ଏକ ମାମଲା ଦାୟର ହୋଇଛି। ଏତେ ଟଙ୍କା କିପରି ଗାଏବ ହୋଇଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କର କିଛି କର୍ମଚାରୀଙ୍କୁ ମଧ୍ୟ ଏସମ୍ପର୍କରେ ପୋଲିସ୍ ପଚରାଉଚରା କରିଛି। ଖୁବ୍ ଶୀଘ୍ର ଏହି ଜାଲିଆତି ଉପରୁ ପରଦା ହଟିବ ଓ ଅଭିଯୁକ୍ତ ଧରାପଡ଼ିବେ ବୋଲି ସୁବର୍ଣ୍ଣପୁର ଏସ୍ପି କହିଛନ୍ତି ।
]]>
ତା’ସହ ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏପଟେ ଏହି ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ୫ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ।
ରିମାଣ୍ଡ ବେଳେ କାରବାର ସମ୍ପର୍କରେ ଅଧତ୍କ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ନିକଟରେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିଲା ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟେଡ୍ ସିମ୍ କାର୍ଡ । ତା’ସହିତ ମିଳିଥିଲା ୪୮ଟି ମୋବାଇଲ ଓ ୧୪ ଲକ୍ଷ ୩୨ ହଜାର ଟଙ୍କା । ଲାପ୍ଟପ୍ ସହ କିଛି ଭୋଟର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି । ଏନେଇ ପ୍ରେସମିଟ୍ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ । ରାଜ୍ୟ ବାହାରେ ଏହି ସିମ୍ କାର୍ଡ ରାକେଟର ଚେର ଲମ୍ବିଥିବା ସୂଚନା ମିଳିଥିଲା ।
ସୂଚନାଯୋଗ୍ୟ, ଗୋଟିଏ ସିମ୍ ବିକ୍ରି କଲେ ମିଳୁଥିଲା ୪ ଶହ ଟଙ୍କା । ସିମ୍ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍ ହୋଇଥିଲା । ଦେଶବ୍ୟାପୀ ଲମ୍ବି ଥିଲା ନେଟ୍ୱର୍କ । କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏଭଳି ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁଙ୍କ ସମେତ ୩ ଜଣଙ୍କୁ ଢେଙ୍କାନାଳରୁ ସାଇବର ଟିମ୍ ଗିରଫ କରିଛି । ସିମ୍ ବିକ୍ରି ନେଇ ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ଟେଲିକମ୍ କମ୍ପାନୀର କର୍ମଚାରୀ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
]]>