୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହାକୁ ଜାପାନ ବିରୋଧରେ ବ୍ୟବହାର କରିଥିଲେ ବ୍ରିଟିଶ୍ ସରକାର। ସେତେବେଳେ ଏହାକୁ ତିଆରି କରିବାକୁ ଖର୍ଚ୍ଚ ହୋଇଥିଲା ୩ କୋଟି ଟଙ୍କା।
ଲୋକଲୋଚନଠୁ ବହୁ ଦୂରରେ ଥିବା ଇଂରେଜ୍ ଅମଳର ଏୟାରଷ୍ଟ୍ରିପ୍ ହୁଏତ ଆଜି ବି ବହନ କରୁଥାଇପାରେ ଅନେକ ଇତିହାସର ଗାଥା। ଏହି ବଙ୍କର୍ ହିଁ ତାହାର ମୁକସାକ୍ଷୀ। ଏହା ଭିତରକୁ ୧୫-୨୦ ଫୁଟ୍ ଯିବା ପରେ ଏକ ସିମେଣ୍ଟ୍ କଂକ୍ରିଟ କାନ୍ଥରେ ବଙ୍କର୍କୁ ସିଲ୍ କରାଯାଇଥିବା ଦେଖିବାକୁ ମିଳେ।
କୁହାଯାଏ, ବ୍ରିଟିଶ୍ ସେନା ଏହି ସ୍ଥାନକୁ ଛାଡ଼ିବା ପୂର୍ବରୁ ଏଠାରେ ଗୋଳାବାରୁଦ, ଗାଡ଼ି ଓ ଅନ୍ୟ ସରଞ୍ଜାମ ଛାଡ଼ିଯାଇଥିଲେ ଏବଂ ତାହାକୁ ବଙ୍କର୍ ଭିତରେ ସିଲ୍ କରିଦେଇଥିଲେ। ହୁଏତ ଏହାକୁ ଖୋଳାଗଲେ ସଠିକ୍ ତଥ୍ୟ ସାମ୍ନାକୁ ଆସି ପାରିବ। ତେଣୁ ଏହି ସ୍ଥାନ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ଥିବା ସ୍ଥାନୀୟ ଯୁବପିଢ଼ି ମତ ରଖିଛନ୍ତି।
]]>