ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର ବସନ୍ତ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱନାଥ ପ୍ରଧାନ, ସୁନିଲ ଭୋଇ ଓ ରୋହିତ ମାଝୀ। ସୋମବାର ଦିନ ବାଗଡିହି ରେଞ୍ଜର ତେଲଡିହି ଫାଟକ ନିକଟରେ ରେଳ ଲାଇନ୍ ପାର ହେବା ବେଳେ ଟ୍ରେନ୍ ଧକ୍କାରେ ୪ଟି ହାତୀର ମୃତ୍ୟୁ ହୋଇଥିଲା।
ଗତକାଲି ଏହି ଘଟଣାରେ ପିସିସିଏଫ୍ ଓ୍ୱାଇଲ୍ଡଲାଇଫ୍ ସନ୍ଦୀପ ତ୍ରିପାଠୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସେହିପରି ଟ୍ରେନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ବନବିଭାଗ ପକ୍ଷରୁ ଝାରସୁଗୁଡା ଷ୍ଟେସନ ମ୍ୟାନେଜର ଓ ଚକ୍ରଧରପୁର ଡିଆରଏମଙ୍କୁ ଚିଠି ଲେଖାଯାଇଥିଲା।
]]>