ପୂରା ଘଟଣାଟି ଏହିପରି -
କ୍ଲିନିକ୍ର ପାଇଖାନାଟି ଜାମ୍ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ ଡାକିଥିଲେ। ସେତିକି ବେଳେ ପ୍ରକୃତ କାରଣ ସାମନାକୁ ଆସିଥିଲା। ପ୍ଲମ୍ବର ଜଣକ ଯେତେବେଳେ ଶୌଚାଳୟର ପାଇଖାନାକୁ ସଫାକରୁଥିଲେ , ସେଥିରେ ଛୋଟ ଶିଶୁର ମୁଣ୍ଡକୁ ଦେଖିବାକୁ ପାଇଲେ।
ପୁଲିସ୍ର ସୂଚନା ଅନୁସାରେ, ଯେତେବେଳେ ପ୍ଲମ୍ବର ଜଣକ ପାଇଖାନାର ବନ୍ଦ ନଳାକୁ ସଫା କରିବାକୁ ଚେଷ୍ଟା କରୁଥଲେ, ସେ ଦେଖିଲେ ଗୋଟେ ବଲ୍ ଭଳି ଜିନିଷଟେ ସେଥିରେ ଲାଗିଛି। ସେ ଟାଣିବାକୁ ଚେଷ୍ଟା କରିବାରୁ ତାହା ନରମ ଲାଗିଲା। ବାହାରକୁ ବାହାର କରି ଦେଖିଲେ ଯେ ଏହା ଏକ ଶିଶୁ କନ୍ୟା।
ଏ ଘଟଣା ପରେ ସଂପୃକ୍ତ କ୍ଲିନିକ୍ରେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଡାକ୍ତର ତୁରନ୍ତ ପୁଲିସ୍କୁ ଡାକି ଘଟଣାର ଅବଗତ କରାଇଲେ। ପୁଲିସ୍ ଏହି ମାମଲାରେ ସବୁ ରୋଗୀଙ୍କର ରେକର୍ଡ ଯାଂଚ କରିଛନ୍ତି। ଶିଶୁଟିର ଏକ ଅପ୍ରାକୃତିକ ମୃତ୍ୟୁ ହୋଇଥିବାର ଏତଲା ଦାଏର କରାଯାଇଛି। ପୁଲିସ୍ ମାମଲାର ଯାଂଚ କାର୍ଯ୍ୟ ଚଳାଇଛି।
ପୋଲିସ୍ର ସନ୍ଦେହ ଦୃଢ଼ ହୋଇଛି ଯେ ଡେଲିଭରି ପରେ କେହି ମା’ ତା ଶିଶୁ କନ୍ୟାକୁ ମାରି ପାଇଖାନାରେ ଫିଙ୍ଗି ଫେରାର ହୋଇଯାଇଛି।
(ଫଟୋ ସୌଜନ୍ୟ : www.ndtv.com)
]]>