• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Flood Water

Cash Damage
ବନ୍ୟା ଜଳରେ ବୁଡ଼ିଗଲା ୪୦୦ କୋଟି ଟଙ୍କା

ବନ୍ୟା ଜଳରେ ବୁଡ଼ିଗଲା କୋଟି କୋଟି ଟଙ୍କା । ହଜାର କି ଲକ୍ଷେ ନୁହେଁ ବରଂ ୪୦୦ କୋଟି ଟଙ୍କା । ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି..

Cash Damage
ମାଡ଼ି ଆସିଲା ବନ୍ୟା ଜଳ; ନଷ୍ଟ ହୋଇଗଲା ୪୦୦ କୋଟି ଟଙ୍କାର ନୋଟ୍‌

ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି ।

Maa Bhattarika
ମନ୍ଦିରରେ ପଶିଲା ପାଣି; ମା’ ଭଟ୍ଟାରିକାଙ୍କ ବିଗ୍ରହ ସ୍ଥାନାନ୍ତର

ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ମା’ଙ୍କ ବିଗ୍ରହ । ଧୀରେ ଧୀରେ ବନ୍ୟା ପାଣି ବଢ଼ିବାରୁ ଏପରି ନିଷ୍କତ୍ତି ନିଆଯାଇଛି ।

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ
ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ପ୍ରତି ସେକେଣ୍ଡରେ ୯୦ ହଜାର କ୍ୟୁସେକ୍‌ ପାଣି ହେଉଛି ନିଷ୍କାସିତ...ଦେଖନ୍ତୁ ଏହି ଭିଡିଓ

Hirakud flood water
ଆସନ୍ତା ୨୩ରେ ଖୋଲିବ ହୀରାକୁଦ

ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ।

Utkalmani Gopabandhu Das
ଦିନେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିଲେ, ଆଜି ସେ ନିଜେ ପାଣି ଘେରରେ

ଯେଉଁ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ ବିଦାରିତ ହୋଇ ଯାଇଥିଲା । ସେହି ଗାଁରେ ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତି । 

Flood Water
ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ; ଚିନ୍ତାରେ ତଳିଆ ଅଞ୍ଚଳ ବାସିନ୍ଦା

ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି ।

Car Washed Away
ବଢ଼ି ପାଣିରେ ଭାସିଗଲେ ଶଳା ଭିଣୋଇ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।

Domestic Animal
ଗୋସଂପଦକୁ ବନ୍ୟା ବିପଦ; ଭୋକରେ ଆଉଟୁ ପାଉଟୁ ଗୃହପାଳିତ ପଶୁ

ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।

Floodwaters have washed away farmland
ଚାଷ ଜମିକୁ ଧୋଇ ଦେଲାଣି ବନ୍ୟାପାଣି

ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।

Flood Water Released From Hirakud Will Reach Mundali Tmorrow
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, କାଲି ମୁଣ୍ଡଳି ଛୁଇଁବ ବନ୍ୟା ଜଳ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳି ଅତିକ୍ରମ କରିବ। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି।

Hirakud Dam
କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ଆଉ ୪ ଗେଟ୍‌

ଜଳସ୍ତର କମିବା ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍। ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି।

Mundali
ମହାନଦୀରେ ଟଳିଲା ବନ୍ୟା ଆଶଙ୍କା

ମହାନଦୀରେ ଟଲିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି।

Baitarani Barrage
ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ଭାସିଗଲେ

ଲୋଭ ହେଲା କାଳ !  ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।

Mundali
‘ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ବନ୍ୟା ଜଳ’

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିଛି।’

Hirakud Dam
ଫୁଲୁଛି ମହାନଦୀ, ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମ୍‌ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସନ ହେଉଛି।