ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି , ସକାଳ ୬.୩୦ ରୁ ୯ଟା ମଧ୍ୟରେ ଅବତରଣ କରିବାକୁ ଥିବା ଅଧିକାଂଶ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ତେବେ ବର୍ତ୍ତମାନ ବିମାନ ଉଡ଼ାଣ ସ୍ୱାଭାବିକ ସ୍ଥିତିକୁ ଫେରିଛି । ଫଳରେ ୧୩ ଟି ବିମାନ ଜୟପୁରକୁ, ୨ ଟି ଲକ୍ଷ୍ନୌ ଏବଂ ଗୋଟିଏ ବିମାନ ଅମୃତସର, ଅହମ୍ମଦାବାଦ, ମୁମ୍ବାଇ ଏବଂ ଇନ୍ଦୋର ଅଭିମୁଖେ ଉଡ଼ାଣ ଭରିଛି । ହଠାତ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏପରି ହୋଇଥିବା ସେ କହିଛନ୍ତି । ଜୋରରେ ପବନ ବହିଲେ ବିମାନକୁ ଅବତରଣ କରିବା କଷ୍ଟସାଧ୍ୟ ହୋଇଥାଏ । ବିଶେଷ କରି ବଜ୍ରପାତ ସମୟରେ ବିମାନ ଅବତରଣ ବେଶ୍ ବିପଜ୍ଜନକ ।
ତେବେ ପାଣିପାଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ସକାଳ ୬.୨୮ରେ ଏକ ଟ୍ୱିଟ୍ କରି ଯାତ୍ରୀମାନଙ୍କୁ ବିମାନ ଷ୍ଟାଟସ୍ ଯାଞ୍ଚ କରିବାକୁ କୁହାଯାଇଥିଲା । ପାଗ ଅନୁକୂଳ ନଥିବାରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି ବୋଲି ଟ୍ୱିଟରେ ସ୍ପଷ୍ଟ କରାଯାଇଥିଲା । ଏହାସହ ଯାତ୍ରୀମାନଙ୍କୁ ଅପଡେଟ୍ ଉଡ଼ାଣ ବିବରଣୀ ପାଇଁ ସଂପୃକ୍ତ ବିମାନ ସେବା ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
]]>