ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।
ସୂଚନା ଅନୁସାରେ, ଆଜି ସକାଳ ୭ଟା ୨୫ରେ ଦ୍ୱାରକା ସେକ୍ଟର ୮ ସ୍ଥିତ କ୍ରିଷ୍ଣା ହୋଟେଲରେ ନିଆଁ ଲାଗି ଯିବା ନେଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ୨ଟି ମୃତଦେହ ଉଦ୍ଧାର କରାଯାଇଥିଲା।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଧ୍ୟରାତ୍ରରେ ସର୍ଟ ସର୍କିଟ୍ ହୋଇଥିଲା ଓ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଅଧ ଘଣ୍ଟା ପରେ ବିଦ୍ୟୁତ୍ ପୁଣି ଆସିଥିଲା। ହେଲେ ସକାଳେ ହୋଟେଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ଓ ପରେ ଜଣାପଡ଼ିଥିଲା ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାଉଣ୍ଡ୍ ଫ୍ଲୋର ଓ ରିସେପସନ୍ ଏରିଆରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା।
]]>ଅଗ୍ନିକାଣ୍ଡ ପରେ ହୋଟେଲ୍ରୁ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏକ ପ୍ରାଇଭେଟ୍ ହସ୍ପିଟାଲ୍ ଦ୍ୱାରା ଏହି ହୋଟେଲ୍କୁ କୋଭିଡ୍ କେୟାର୍ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା।
ସୂଚନାଥାଉ କି, ଅଗଷ୍ଟ ୬ରେ ଗୁଜରାଟର ଅହମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।
]]>