୨୦୨୧-୨୨ର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ରେକର୍ଡ ୨୦.୧%ରେ ପହଞ୍ଚିଥିଲା। ସେହିପରି ଦ୍ୱିତୀୟ ତ୍ରୈମାସରେ ଏହା ୮.୪ ଓ ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୫.୪% ହୋଇଥିଲା।
୨୦୨୧-୨୨ରେ ଆର୍ଥିକ ଅଭିବୃଦ୍ଧି ହାର ୮.୯% ହେବା ନେଇ ପୂର୍ବରୁ ଆକଳନ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ୬.୭୧% ରେ ସୀମିତ ରହିବ। ଏହା ୬.୯% ହେବ ବୋଲି ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଆକଳନ କରିଥିଲା।
୨୦୨୧-୨୨ ଆର୍ଥିକ ବର୍ଷରେ ଭିତ୍ତିଭୂମି, କୋଇଲା, ଅଶୋଧିତ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ବିଶୋଧନ ସାମଗ୍ରୀ, ସାର, ଷ୍ଟିଲ, ସିମେଣ୍ଟ ଓ ବିଦ୍ୟୁତ୍ କ୍ଷେତ୍ର ରେକର୍ଡ ୬୨.୬% ସଂପ୍ରସାରିତ ହୋଇଥିଲା। ମାର୍ଚ୍ଚ ତ୍ରୈମାସରେ କୋର କ୍ଷେତ୍ରର ଅଭିବୃଦ୍ଧି ୪.୯% ରହିଛି।
]]>ଆଜିଠୁ ଡିଜିଟାଲ୍ ରୋଜଗାର ଉପରେ ଦେବାକୁ ପଡ଼ିବ ୩୦ ପ୍ରତିଶତ ଟ୍ୟାକ୍ସ । ଚଳିତ ବର୍ଷ ୨୦୨୨ ବଜେଟ୍ ଉପସ୍ଥାପନ ବେଳେ ଏ ନେଇ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେବଳ ସେତିକି ନୁହେଁ, ଏହା ଛଡ଼ା ଅର୍ଥମନ୍ତ୍ରୀ ୧ ପ୍ରତିଶତ ଟିଡିଏସ୍ ମଧ୍ୟ ଘୋଷଣା କରିଥିଲେ ।
ଏବେ ଇପିଏଫ୍ ଖାତାରେ ଅଢ଼େଇ ଲକ୍ଷ ଜମା ଉପରେ ହିଁ ଟ୍ୟାକ୍ସ ଫ୍ରି ରହିବ ଏହାଠୁ ଅଧିକ ଜମା ରଖିଲେ ତା ଉପରେ ଯେଉଁ ସୁଧ ପାଇବେ ତାହା ଟ୍ୟାକ୍ସ ଫ୍ରି ହେବନାହିଁ ସରକାରୀ କର୍ମଚାରୀଙ୍କ ଜିପିଏଫ୍ ପାଇଁ ଏହି ସୀମା ବାର୍ଷିକ ୫ ଲକ୍ଷ ଟଙ୍କା ରହିଛି ।
ପ୍ରାୟ ୩ ବର୍ଷ ପୂର୍ବର ବଜେଟ୍ ୨୦୧୯ରେ ସେକ୍ସନ ୮୦ ଇଇଏ ଦ୍ୱାରା ଲୋକଙ୍କୁ ଗୃହଋଣ ଉପରେ ଅତିରିକ୍ତ ଟ୍ୟାକ୍ସ ରିହାତି ମିଳୁଥିଲା ପ୍ରଥମ ଥର ପାଇଁ ଘର କିଣୁଥିବା ବ୍ୟକ୍ତିଙ୍କୁ ଗୃହ ଋଣ ସୁଧ ଉପରେ ଦେଢ଼ ଲକ୍ଷ ଟଙ୍କାର ଅତିରିକ୍ତ ଟ୍ୟାକ୍ସ ରିହାତି ସୁବିଧା ମିଳୁଥିଲା ଚଳିତ ବଜେଟ୍ରେ ଏହି ସୁବିଧାକୁ ଆଗକୁ ବଢ଼ାଯାଇନାହିଁ ।
ଡାକଘରେ ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସେଭିଂ ସ୍କିମ୍ କିମ୍ବା ଡାକଘର ଟର୍ମ ଡିପୋଜିଟ୍ ଉପରେ ସୁଧ ନଗଦ ରାଶି ଭାବେ ମିଳିବନାହିଁ । ଏଥିପାଇଁ ଆପଣଙ୍କୁ ସେଭିଂ ଖାତା ଖୋଲିବାକୁ ହେବ । ଏବଂ ଏହି ଯୋଜନାକୁ ସେଭିଂ ଖାତାରେ ଲିଙ୍କ୍ କରିବାକୁ ପଡ଼ିବ ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ ଜିଏସ୍ଟି ପାଇଁ ଇ-ଚାଲାଣ ନିୟମରେ ପରିବର୍ତ୍ତନ କରିଛି । ଯାହା ଏହି ଆର୍ଥିକ ବର୍ଷଠୁ ଲାଗୁ ହେବ ଇ-ଚାଲାଣ ବାହାର କରିବା ପାଇଁ ଟର୍ଣ୍ଣଓଭର ସୀମା ୫୦ କୋଟିରୁ କମାଇ ୨୦ କୋଟି କରିଦିଆଯାଇଛି ।
ଆଜିଠୁ ବଢ଼ିବ ପ୍ରାୟ ୮ ଶହ ପ୍ରକାରର ଓଷଧର ଦର ନ୍ୟାସନାଲ୍ ଫାର୍ମାସିଟିକାଲ୍ ପ୍ରାଇସିଂ ଅଥରିଟି ବା ଏନ୍ପିପିଏ । ପ୍ରାୟ ୮ ଶହ ପ୍ରକାରର ଔଷଧର ଦରରେ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି । ଫଳରେ ପାରାସିଟାମଲ ସମେତ ୮୦୦ ପ୍ରକାରର ଜରୁରୀ ଔଷଧର ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ବଢ଼ିବା ଆଶଙ୍କା କରାଯାଉଛି ।
ଏକ୍ସିସ୍ ବ୍ୟାଙ୍କ ଗ୍ରାହକମାନେ ଏଣିକି ନିଜ ସେଭିଙ୍ଗ୍ସ ଆକାଉଣ୍ଟରେ ଅତିକମ୍ରେ ୧୦ ହଜାର ବଦଳରେ ୧୨ ହଜାର ଟଙ୍କା ରଖିବାକୁ ପଡ଼ିବ । ଏହାଛଡ଼ା ଟଙ୍କା ଉଠାଣ ସୀମାକୁ ବ୍ୟାଙ୍କ ମାସକୁ ୪ ଥର କିମ୍ବା ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମିତ କରିଦେଇଛି ।
ମ୍ୟୁଚୁଆଲ୍ ଫଣ୍ଡରେ ପେମେଣ୍ଟ ପାଇଁ ଆପଣ ଚେକ୍, ବ୍ୟାଙ୍କ ଡ୍ରାଫ୍ଟ ଦ୍ୱାରା କରିଥିଲେ । ତେବେ ଆଜିଠୁ ଏହା ଆଉ କାମ କରିବନି ମ୍ୟୁଚୁଆଲ୍ ଫଣ୍ଡ ଏଗ୍ରିଗେସନ ପୋର୍ଟାଲ ଏମ୍ଏଫ୍ ୟୁଟିଲିଟିଜ୍ ଏବେ କେବଳ ୟୁପିଆଇ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ ଦ୍ୱାରା ହିଁ ପେମେଣ୍ଟ ଗ୍ରହଣ କରିବ ।
ଅଟୋମୋବାଇଲ୍ କଂପାନି ଟାଟା ମୋଟର୍ସ କମର୍ସିଆଲ୍ ଯାନ ଉପରେ ୨ରୁ ଅଢ଼େଇ ପ୍ରତିଶତ ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଛି । ଏହା ଆଜିଠାରୁ ଲାଗୁ ହେବାକୁ ଯାଉଛି ଏହି ବର୍ଦ୍ଧିତ ମୂଲ୍ୟ ଭିନ୍ନ ଭିନ୍ନ ମଡେଲରେ ଭିନ୍ନ ଭିନ୍ନ ଫିଚର ଆଧାରରେ ଲାଗୁ ହେବ ।
ନ୍ୟାସନାଲ୍ ପେନ୍ସନ୍ ଯୋଜନା ମାଧ୍ୟମରେ ଏଣିକି ରାଜ୍ୟ ସରକାରୀ କର୍ମଚାରୀମାନେ ନିଜର ବେସିକ୍ ଦରମା ଏବଂ ଡିଏର ୧୪ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ଦେଇପାରିବେ ଏହା ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ସମାନ ହେବ ।
ବ୍ୟାଙ୍କ୍ରେ କେଓ୍ୱାଇସି ଅପ୍ଡେଟ୍ ନଥିଲେ ଆଜିଠୁ ଚାଲିବନି ବ୍ୟାଙ୍କ ଆକାଉଣ୍ଟ କେଓ୍ୱାଇସି ଅପ୍ଡେଟ୍ ନଥିବା ଆକାଉଣ୍ଟରେ ଟଙ୍କା ଜମା ଏବଂ ଉଠାଣରେ ସମସ୍ୟା ଉପୁଜିପାରେ ।
]]>ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା...
ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସାଧାରଣ ବଜେଟ୍ରେ କରିଥିବା ଘୋଷଣା ଅନୁଯାୟୀ, ମହଙ୍ଗା ହେବ ବ୍ରାଣ୍ଡେଡ଼୍ ମୋବାଇଲ୍ ଫୋନ୍। ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ଫଳରେ ବାହାରୁ ଆମଦାନୀ କରାଯାଉଥିବା ବ୍ରାଣ୍ଡେଡ୍ ମୋବାଇଲ୍ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।
ତା ସହିତ ଏଲଇଡି ଟିଭି, ସ୍ମାର୍ଟ ଓ୍ୱାଚ୍ ଏବଂ ସନ୍ ଗ୍ଲାସ ବି ମହଙ୍ଗା ହେବ। ସେହିପରି ହୀରା ଓ ରତ୍ନପଥର ସହିତ ସୁନା ଗହଣା ମହଙ୍ଗା ହେବ। ସିଗାରେଟ ଓ ଲାଇଟର୍ର ଦର ବି ବଢ଼ିବ।
ଅନ୍ୟପକ୍ଷରେ ଶସ୍ତା ହେବ ଆମଦାନୀ କରାଯାଉଥିବା କାଜୁବାଦାମ। କାଜୁ ଉପରେ ସୀମା ଶୁ୍ଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି।
ସେହିପରି ସୌରଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଶସ୍ତା ହେବ।
ସେପଟେ କିନ୍ତୁ ଆୟକର ଦେଉଥିବା ବ୍ୟକ୍ତିଙ୍କୁ ଆୟ ଉପରେ ୩ ପ୍ରତିଶତ ବଦଳରେ ଏଣିକି ୪ ପ୍ରତିଶତ ସେସ୍ ଦେବାକୁ ପଡ଼ିବ। ଆୟକର ସ୍ଳାବ୍ରେ ଏଥର ଯଦିଓ କିଛି ରିହାତି ମିଳିନାହିଁ, ସ୍ୱାସ୍ଥ୍ୟ ଓ ପରିବହନ ରିଇମ୍ବର୍ସମେଣ୍ଟ ବାବଦକୁ ୪୦ ହଜାର ଟଙ୍କା ଛାଡ଼ ମିଳିବ।
]]>