ଭାରତ କେବେ ବି ବିଶ୍ୱକପ ମ୍ୟାଚ ଖେଳି ନଥିବା ବେଳେ, ୨୦୨୬ ଖେଳିବାକୁ ଲକ୍ଷ୍ୟ ରଖିଛି । ତେବେ ଏହା ଏତେ ସହଜ ନୁହେଁ । ରାଉଣ୍ତ ୨ ରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିବା ପରେ ତୃତୀୟ ରାଉଣ୍ତରେ ପହଞ୍ଚିବାକୁ ପଡ଼ିବ । ଏଥିରେ ସଫଳ ହେବା ପରେ ହିଁ ଭାରତ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ ।
ତେବେ ଭଲ ଖବର ହେଉଛି, ରାଉଣ୍ତ ୨ ରେ ଭାରତର ପ୍ରଦର୍ଶନ ଭଲ ରହିଛି । ପ୍ରଥମ ମ୍ୟାଚରେ ଏହା କୁଏତକୁ ହରାଇ ଦେଇଛି । ଆଜି ଦ୍ୱିତୀୟ ମ୍ୟାଚରେ କତାର ସହ ମୁକାବିଲା ଅଛି । ଆଜିର ମ୍ୟାଚ ଜିତି ଭାରତ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ । କିନ୍ତୁ ବିଶ୍ୱମାନ୍ୟତାରେ କତାର ଭାରତଠାରୁ ବହୁ ଆଗରେ ରହିଛି ।
ଗ୍ରୁପ ‘ଏ’ ରେ ସ୍ଥାନ ପାଇଥିବା ଭାରତ, କୁଏତକୁ ହରାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବାରୁ ଦଳର ମନୋବଳ ଦୃଢ଼ ରହିଛି । କତାର ଏସିଆନ୍ ଚାମ୍ପିଅନସିପର ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଆଫଗାନିସ୍ତାନକୁ ୮-୦ ଗୋଲରେ ହରାଇଛି । ତେଣୁ ଭାରତକୁ ନିଜ ମାଟିରେ ହରାଇବା ଲାଗି ଆଜି ପ୍ରୟାସ କରିବ କାତାର ।
ଅନ୍ୟପଟେ ପ୍ରଥମ ଥର ପାଇଁ ଫୁଟବଲ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଟିକେଟ ପାଇଁ ଦର୍ଶକ ବ୍ୟାକୁଳ ହେଉଛନ୍ତି । କିନ୍ତୁ ଅଫିସିଆଲ ଭାବେ ଉଭୟ ଅନଲାଇନ ଓ ଅଫଲାଇନର ଟିକେଟ ବିକ୍ରି ସରି ଯାଇଛି । କଳିଙ୍ଗରେ ଅପରାଜେୟ ରହିଛି ଭାରତ । ଗତ ଜୁନରେ ଖେଳାଯାଇଥିବା ଇଣ୍ଟକ କଣ୍ଟିନେଣ୍ଟାଲ ଫୁଟବଲ କପରେ ଅପରଜେୟ ରହିଛି ଭାରତ ।
ଅନ୍ୟପଟେ ଚାପର ବଶବର୍ତ୍ତୀ ନହୋଇ ଭଲ ଫୁଟବଲ ଖେଳିବୁ ବୋଲି ଭାରତୀୟ ଦଳର ପ୍ରଶିକ୍ଷକ ଇଗର ଷ୍ଟିମାକ କହିଛନ୍ତି । କତାରକୁ ହାଲକା ନନେଇ ଆସନ୍ତା ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଦେବ ବୋଲି ସେ କହିଛନ୍ତି । ଘରୋଇ ପଡ଼ିଆରେ ଖେଳୁଥିବାରୁ ଭାରତକୁ ଲାଭ ମିଳିବ ବୋଲି କହିଛନ୍ତି ।
]]>ବାପା ଏବଂ ସମ୍ପର୍କୀୟ ଭାଇଙ୍କ ସହ ମୁମ୍ବାଇ ଯାଇ ଓଡିଶା ଫେରିଛନ୍ତି ଜାନୁୟାରୀ ୧୧ରେ ହେବାକୁ ଥିବା ହକି ବିଶ୍କପ ଉଦଘାଟନୀ ଉତ୍ସବରେ ନମିତାଙ୍କ ଗୀତ ଶୁଣିବାକୁ ମିଳିବ।
ଏନେଇ ନମିତା କହିଛନ୍ତି ଯେ ମୁଁ ଏନେଇ ବହୁତ ଖୁସି। ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ମୋତେ ଏହି ଅଫର୍ ଦିଲ୍ଲିପ ତିର୍କୀ ସାର୍ ଦେଇଥିବା ମୁଁ ଶୁଣିଛି। ସେଥିପାଇଁ ଦିଲ୍ଲିପ ସାର୍ଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏଭଳି ମଞ୍ଚରେ ଗୀତ ଗାଇବି ବୋଲି ସ୍ୱପ୍ନରେ ବି ଭାବିନଥିଲି। ଏହି ଗୀତଟି ଦର୍ଶକ ଓ ଲକ୍ଷ ଲକ୍ଷ ଶ୍ରୋତାଙ୍କ ସରପ୍ରାଇଜ୍ ଅଛି। ସେଥିପାଇଁ ମୁଁ କଣ ଗୀତ ଗାଇଲି ତାହା ମୁଁ କହିପାରୁନି।
]]>ଆର୍ଜେଣ୍ଟିନାକୁ ହିଁ ବାଛିଛି ଏହି କଇଁଛ। ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍, ଚାମ୍ପିୟନ ହେବ ଆର୍ଜେଣ୍ଟିନା। ଏହା ଆଗରୁ ଦୁଇ ଥର ୧୯୭୮ ଓ ୧୯୮୬ରେ ଚାମ୍ପିୟନ ହୋଇଛି ଏହି ଟିମ୍। ଫ୍ରାନ୍ସ ମଧ୍ୟ ଦୁଇ ଥର ଚାମ୍ପିୟନ ହୋଇଛି, ୧୯୯୮ରେ ପ୍ରଥମ ଥର ଓ ୨୦୧୮ରେ ଦ୍ୱିତୀୟ ଥର। ଦେଖାଯାଉ ମେସିଙ୍କୁ ମିଳୁଛି ଟାଇଟଲ ନା ଏମ୍ବାପେ ମାରିବେ ବାଜି। ଏହି କଇଁଛ ତ କହୁଛି ଆର୍ଜେଣ୍ଟିନା ହେବ ଚାମ୍ପିୟନ।
କିଏ ପିନ୍ଧିବ ବିଶ୍ୱକପ୍ ଫୁଟବଲର ତାଜ୍? ରବିବାର ଦୁଇ ପୂର୍ବତନ ଚାମ୍ପିୟନ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟାଇଟଲ ମୁକାବିଲା ହେବାକୁ ଥିବା ବେଳେ, ବଢ଼ିଛି ଫୁଟବଲ ପ୍ରେମୀଙ୍କ ଉତ୍କଣ୍ଠା। ପ୍ରାରମ୍ଭିକ ମ୍ୟାଚ୍ରେ ଆର୍ଜେଣ୍ଟିନା ଦୁର୍ବଳ ସାଉଦି ଆରବ ଠାରୁ ହାରିଯିବା ପରେ ନିରାଶ ହୋଇଥିଲେ ମେସି ଫ୍ୟାନ୍। ମାତ୍ର ପରବର୍ତ୍ତୀ ମ୍ୟାଚ୍ରେ ଦକ୍ଷିଣ ଆମେରିକୀୟ ପାଓ୍ୱାରହାଉସ କମବ୍ୟାକ୍ କରିବା ସହ, ଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି। ଲିଓନେଲ ମେସି ସମ୍ମୁଖରୁ ନେତୃତ୍ୱ ନେବା ସହ ନିଜେ ଗୋଲ ସ୍କୋର କରିବା ସହ ସାଥି ଖେଳାଳିଙ୍କ ଲାଗି ସ୍କୋର କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ଅନ୍ୟପକ୍ଷରେ ଆଲଭରେଜ୍ ଓ ଫର୍ଣ୍ଣାଣ୍ଡେଜ୍ ମଧ୍ୟ ଟପ୍ ଫର୍ମକୁ ଫେରିଥିବାରୁ ଦଳ ଚାମ୍ପିୟନ ହେବା ଲାଗି ହଟ୍ ଫେଭରାଇଟ୍ ରହିଛି।
]]>ନୋରା ଫତେହୀ ଫିଫା ୨୦୨୨ ଫ୍ୟାନ୍ଫେଷ୍ଟରେ ନିଜ କମାଲ ଦେଖେଇଛନ୍ତି। ନୋରାଙ୍କ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରାଯାଉଥିବାବେଳେ ସୋସିଆଲ ମିଡିଆ ରେ ଭାରତର ତ୍ରିରଙ୍ଗା ଉଡୁଛି ଏବଂ ଜୟ ହିନ୍ଦ୍ର ସ୍ୱର ଶୁଭୁଛି।
ଏହି ଭିଡିଓରେ ନିଜର ପରଫରମାନ୍ସ ପରେ ନୋରା ଫତେହୀ ଭାରତୀୟ ତ୍ରିରଙ୍ଗା ବିଷୟରେ କିଛି କହି ଏହାକୁ ହାତରେ ଉଠାଇ ଉଡାଉଥିବା ଦେଖାଯାଏ। ସେ ଚିୟର ବି କଲେ ଆଉ ପ୍ରଶଂସକଙ୍କ ପାଇଁ ଏହି ମୌକା ପୂରା ଖାସ୍ ଥିଲା। ଏହା ପରେ ସେ ଜୟ ହିନ୍ଦ ନାରା ମଧ୍ୟ ଦେଇଛନ୍ତି। ଭିଡ ଭିତରୁ ମଧ୍ୟ ଏହାକୁ ବାର ବାର ଦୋହରାଯାଇଛି। ଏହି ସମୟରେ ଜନସାଧାରଣଙ୍କ ଆଡୁ ଏକ ଶବ୍ଦ ଆସୁଛି ଯେ ‘ଏହା ତ କମାଲ ହେଇଗଲାରେ ଭାଇ’।
ଏହା ପରେ ମଡେଲ ନୋରା କହିଛନ୍ତି ଯେ ଅବଶ୍ୟ ଆମେ ଫିଫା ବିଶ୍ୱକପର ଅଂଶ ନୁହଁ କିନ୍ତୁ ଆମ ଭିତରେ ଉତ୍ସାହ ଅଛି। ଆମର ସଙ୍ଗୀତ ଏବଂ ନୃତ୍ୟ ହେତୁ ଆମେ ଆଜି ଏଠାରେ ପହଞ୍ଚିଛୁ। ନୋରାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଛାଇଗଲାଣି। ତାଙ୍କ ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି।
କେବଳ ଏତିକି ନୁହେଁ, ନୋରାଙ୍କ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଧୁମ୍ ମଚଉଛି। ଏଥିରେ ସେ ‘ସାକି ସାକି’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ତାଙ୍କର ଦମଦାର ଏନର୍ଜି ମଧ୍ୟ ଏହି ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳେ ଏବଂ ଏହି ଫିଫା ଇଭେଣ୍ଟରେ ନାଚିବାବେଳେ ସେ ଖୁବ୍ ଉତ୍ସାହିତ ଥିବା ଦେଖାଯାଏ। ତେବେ ନୋରା ଫତେହୀଙ୍କ ଦମଦାର ଡ୍ୟାନ୍ସ ଯୋଗୁଁ ସାରା ବିଶ୍ୱରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଅଛି।
ନୋରାଙ୍କର ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି ଯେଉଁଥିରେ ଫିଫା ଗ୍ରାଉଣ୍ଡରେ ଯେମିତି ଫିଫା ଆନ୍ଥେମ୍ ବାଜିବା ଆରମ୍ଭ ହୋଇଛି ଏହାକୁ ଶୁଣି ସେ ଆନନ୍ଦରେ ଡେଇଁ ଉଠିଛନ୍ତି। ଷ୍ଟାଡିୟମ ଭିତରେ ନୋରା ନିଜ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହି ଗୀତକୁ ନେଇ ଗର୍ବ ଏବଂ ଖୁସି ତାଙ୍କ ଚେହେରାରେ ସ୍ପଷ୍ଟ ବାରି ହୋଇପଡୁଛି।
]]>
ତେବେ ଆଜି ଜାଣିବା ଏହି ଫୁଟ୍ବଲ ଖେଳ, କିଏ ବା କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା । କେଉଁ ଦେଶରେ ଏହା ପ୍ରଥମେ ଖେଳାଯାଇଥିଲା । ଆମେ ସମସ୍ତେ କ୍ରିକେଟ୍ ଖେଳକୁ ଯେତିକି ଗୁରୁତ୍ୱ ଦେଉଛନ୍ତି ବା ଯେତିକି ଆମେ କ୍ରିକେଟ୍ ବିଷୟରେ ଜାଣିଛନ୍ତି ତାଠାରୁ ଖୁବ୍ କମ୍ ଫୁଟ୍ବଲ୍ ଉପରେ ଋଚି ରଖୁଛନ୍ତି । କ୍ରିକେଟ୍ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । ଆଉ ଇଂଲଣ୍ଡରୁ ହିଁ ଏହି ଖେଳ ଆରମ୍ଭ ହୋଇଥିବା କଥା ବି ପିଲାଠୁ ବୁଢ଼ା ଯାଏ ପ୍ରାୟ ସମସ୍ତେ ଜାଣନ୍ତି । କାରଣ ଆମ ଦେଶରେ କ୍ରିକେଟ୍ ବୋର୍ଡ ବା ବିସିସିଆଇ ସବୁଠୁ ଧନୀ । ଇଂଲଣ୍ଡରୁ ଖେଳ ଆରମ୍ଭ ହୋଇଥିଲେ ବି ଭାରତରେ କ୍ରିକେଟ୍ ପ୍ରେମୀଙ୍କ ସଂଖ୍ୟା ଖୁବ୍ ଅଧିକ ।
ପାଦରେ ବଲ ଖେଳାଯାଉଥିବାରୁ ଏହାକୁ ଫୁଟ୍ବଲ କୁହାଯାଏ । ଖାଲି ଫୁଟ୍ବଲ ନୁହେଁ ଏହାକୁ ସକ୍କର ବି କୁହାଯାଏ । ୧୧ ଜଣିଆ ଦୁଇଟି ଦଳ ମଧ୍ୟରେ ଏହା ଖେଳାଯାଏ । ଆୟତକାର ଘାସ ପଡ଼ିଆରେ ଏହାକୁ ଖେଳାଯାଇଥାଏ । ପଡ଼ିଆର ଦୁଇ ପାଖରେ ଗୋଲ୍ ପୋଷ୍ଟରହିଥାଏ । ଗୋଟିଏ ଦଳର ଖେଳାଳି ଅନ୍ୟ ଦଳକୁ ଗୋଲ୍ ଦେବା ପାଇଁ ପ୍ରାଣପଣେ ଚେଷ୍ଟା କରିବା ହିଁ ଏହି ଖେଳର ମୂଳ ଲକ୍ଷ । ଦୁଇ ଦଳର ୨୨ ଜଣ ଖେଳାଳିଙ୍କ ମଧ୍ୟରୁ କେବଳ ଗୋଲ ପୋଷ୍ଟ ଜଗିଥିବା ଉଭୟ ଦଳର ଗୋଲିଙ୍କୁ ହାତରେ ବଲ୍କୁ ରୋକିବାର ଅନୁମତି ରହିଛି ।
ଅନ୍ୟ ଖେଳାଳିମାନେ ସାଧାରଣତଃ ବଲକୁ ମାରିବା ପାଇଁ ଗୋଡ଼ର ହିଁ ବ୍ୟବହାର କରିଥାନ୍ତି । ବେଳେବେଳେ ଛାତି କିମ୍ବା ମୁଣ୍ଡ ମଧ୍ୟ ବ୍ୟବହାର କରିଥାନ୍ତି ଖେଳାଳି । ଖେଳର ଶେଷ ସୁଦ୍ଧା ଅର୍ଥାତ୍ ୯୦ ମିନିଟ୍ ମଧ୍ୟରେ ଯେଉଁ ଦଳ ଅଧିକ ଗୋଲ କରିଥିବ ସେହି ଦଳ ବିଜୟୀ ଘୋଷିତ ହୋଇଥାଏ । ଯଦି ଖେଳ ଶେଷ ସୁଦ୍ଧା ବା ୯୦ ମିନିଟ୍ ମଧ୍ୟରେ ଉଭୟ ଦଳର ଗୋଲ ସଂଖ୍ୟା ସମାନ ରହିଥାଏ, ତେବେ ମ୍ୟାଚ୍କୁ ଡ୍ର ବୋଲି ଘୋଷଣା କରାଯାଏ । ନଚେତ୍ ମ୍ୟାଚ୍ ରେପରି କିମ୍ବା ଟୁର୍ଣାମେଣ୍ଟ ଅୟୋଜକଙ୍କ ଅନୁସାରେ ସ୍ଥିର କରାଯାଇଥିବା ନିୟମ ଅନୁସାରେ ମ୍ୟାଚ୍ର ଫୈସଲା ନିଆଯାଇଥାଏ ।
ଡ୍ର ରହିବା ପରେ ନିସ୍କର୍ଷ ପାଇଁ ଅଧିକ କିଛି ମିନିଟ୍ ମ୍ୟାଚ୍ ଖେଳିବାକୁ ଦିଆଯାଇଥାଏ । ଏହି କିଛି ମିନିଟ୍ର ଖେଳ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥାଏ । କାରଣ ଏଥିରେ କିଛି ଖେଳାଳିଙ୍କ ପାଇଁ କର ବା ମର ସ୍ଥିତି ଉପୁଜିଥାଏ । ସମସ୍ତେ ଆକ୍ରମଣ ଢ଼ଙ୍ଗରେ ଖେଳିଥାନ୍ତି ।
ଅନ୍ୟଥା ମ୍ୟାଚ୍ ଡ୍ର ରହିଲେ, ପେନାଲ୍ଟି ସୁଟ୍ଆଉଟ୍ରେ ମଧ୍ୟ ଫୈସଲା କରାଯାଏ । ଏଥିରେ ପ୍ରତ୍ୟେକ ଦଳକୁ ୫ଟି ଲେଖାଏଁ ସୁଯୋଗ ମିଳିଥାଏ । ଏହି ସମୟରେ ଯେଉଁ ଦଳ ଅଧିକ ଗୋଲ କରିଥାଏ । ସେହି ଦଳ ବିଜେତା ଘୋଷଣା ହୋଇଥାଏ ।
ତେବେ ଇଂଲଣ୍ଡକୁ ଅଧୁନିକ ଫୁଟବଲର ଜନକ କୁହାଯାଏ । ନବମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଖେଳ ୟୁରୋପର ଅନେକ ଦେଶରେ ଖେଳାଯାଉଥିଲା । ସେତେବେଳେ ଇଂଲଣ୍ଡରେ ବହୁତ ଗୁଡ଼ାଏ ଲୋକ ଏକାଠି ଫୁଟ୍ବଲ ଖେଳୁଥିଲେ । ଏହାକୁ ମବ୍ ଫୁଟ୍ବଲ ବୋଲି କୁହାଯାଉଥିଲା ।
ଇଂଲଣ୍ଡରେ ଦ ପୁଟ୍ବଲ ଆସୋସିଏସନ୍ ଗଠନ ହେବା ପରେ ଆଧୁନିକ ଫୁଟ୍ବଲକୁ ଗୁରୁତ୍ୱ ଦିଆଯାଇଥିଲା । ଏହାପରେ ୧୮୬୩ ମସିହାରେ ଫୁଟ୍ବଲ୍ ଖେଳ ପାଇଁ ନିୟମ ପ୍ରସ୍ତୁତ କରାଗଲା । ସେହି ନିୟମ ଆଧାରରେ ଆଜି ଫୁଟ୍ବଲ୍ ଖେଳାଯାଉଛି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଫୁଟ୍ବଲ୍କୁ ନିୟନ୍ତ୍ରଣ କରୁଛି ଫେଡ୍ରେସନ୍ ଇଣ୍ଟରନାସନାଲ ଦି ଫୁଟ୍ବଲ ଆସୋସିଏସନ୍ବା ଫିଫା ।
ଫୁଟ୍ବଲ୍ର ସବୁଠୁ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ପ୍ରତିଯୋଗୀତା ହେଉଛି ଫିଫା ବିଶ୍ୱକପ୍ । ପ୍ରତି ଚାରି ବର୍ଷରେ ଥରେ ଏହା ଆୟୋଜନ କରାଯାଇଥାଏ । ଏହି ପ୍ରତିଯୋଗୀତା ପୁରା ବିଶ୍ୱରେ ପରିଚିତ । ସାରା ବିଶ୍ୱ ଏହି ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ଚାହିଁ ରହିଥାଏ । ଖରା ଦିନରେ ହେଉଥିବା ଅଲମ୍ପିକ୍ସର ଦର୍ଶକ ଯେତିକି ଥାଆନ୍ତି, ତାର ଦୁଇଗୁଣା ଦର୍ଶକ ଫିଫା ବିଶ୍ୱକପ୍ ଅପେକ୍ଷାରେ ରହିଥାନ୍ତି । ଏକ ଅନୁମାନରୁ ଜଣାଯାଇଛି ଯେ, ୨୦୦୬ରେ ଜର୍ମାନୀରେ ଆୟୋଜିତ ଫିଫାକୁ ଏକକାଳିନ ୭୧ କୋଟି ୫୧ ଲକ୍ଷ ଲୋକ ଦେଖୁଥିବା ଜଣାପଡ଼ିଥିଲା ।
୧୯୩୦ରେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଆୟୋଜନ ହୋଇଥିଲା । ଏହା ପରଠୁ ପ୍ରତି ଚାରିବର୍ଷରେ ଥରେ ଲଗାତାର ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ହେଲେ ଦୁର୍ଭାଗ୍ୟବଶତଃ ଦୁଇ ଥର ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରାଯାଇଛି । ତେବେ ବିଶ୍ୱକପ୍ ବାତିଲ ହେବାର ମୁଖ୍ୟ କାରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏହି ସମୟରେ ଦୁଇ ଥର ଫିଫା ବନ୍ଦ କରାଯାଇଥିଲା । ୧୯୪୨ ଏବଂ ୧୯୪୬ରେ ହେବାକୁ ଥିବା ବିଶ୍ୱକପ୍ ବନ୍ଦ କରାଯାଇଥିଲା ।
ଏବେ ଶେଷ ଥର ପାଇଁ ୨୦୧୮ରେ ଆୟୋଜନ କରାଯାଇଥିଲା ବିଶ୍ୱକପ୍ । ଏଥିରେ ଫ୍ରାନ୍ସ ବିଶ୍ୱ ବିଜୟୀ ହୋଇଥିଲା । ଅନ୍ୟପଟେ ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଥିବା ବେଳେ ଆରମ୍ଭରୁ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟ ସେ ଖେଳିଆସିଛି । ସେହିଭଳି ଜର୍ମାନୀ ୪ ଥର, ଇଟାଲି ୪, ଆର୍ଜେଣ୍ଟିନା ୨, ଫ୍ରାନ୍ସ ୨, ଉରୁଗୁଏ ୨, ସ୍ପେନ୍ ୧, ଇଂଲଣ୍ଡ ଗୋଟିଏ ଥର ଫିଫା ବିଶ୍ୱକପ୍ ବିଜୟୀ ହୋଇଛି ।
]]>ଅଷ୍ଟମଙ୍କ ପରିବାର କହିଲେ ବାପା, ମାଆ ଓ ୫ ଭାଇଭଉଣୀ। ଗାଁରେ କିଛି ଚାଷ ଜମି ରହିଛି। ସେଥିରୁ ଯାହାବି କିଛି ରୋଜଗାର ସେଥିରେ ୭ ପ୍ରାଣୀ ଚଳିବା କଷ୍ଟକର ହୋଇପଡ଼େ। ସେଥିପାଇଁ ଅଷ୍ଟମଙ୍କ ବାପା ଦିନ ମଜୁରିଆ କାମ କରନ୍ତି। ଅଷ୍ଟମଙ୍କ ଜନ୍ମ ଗୁମଲାର ବିଷ୍ଣୁପୁର ବ୍ଲକର ଏକ ନିପଟ ମଫସଲ ଗାଁ ଗୋରା ତୋଳି। ଏହି ଗାଁରେ ନା ଅଛି ମୋବାଇଲ୍ ନା ଇଣ୍ଟନେଟ୍। ତଥାପି ତୁଳସୀ ଦୁଇ ପତ୍ରରୁ ବାସିବା ପରି ଗାଁରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଅଷ୍ଟମଙ୍କୁ ଦମ୍ଦାର ପ୍ରଦର୍ଶନ ଯୋଗୁ ତାଙ୍କୁ ଏକ ଛେଳି ଗିପ୍ଟ କରାଯାଇଥିଲା। ଆଉ ନିଜର ଦୃଢମନା ଓ ଅଦମ୍ୟ ଚେଷ୍ଟା ପାଇଁ ଆଜି ସେ ଭାରତୀୟ କ୍ରିକେଟ୍ ଟିମରେ ସ୍ଥାନ ପାଇଛନ୍ତି।
ଅଷ୍ଟମଙ୍କ ପରିବାର ଲୋକ କେବଳ ଭାତ ଖୁଆଇ ହିଁ ତାଙ୍କୁ ମଣିଷ କରିଛନ୍ତି। ଭାତ ଛଡ଼ା ଝିଅକୁ ଅନ୍ୟ ଖାଦ୍ୟ ଦେବାକୁ ଅସମର୍ଥ ବୋଲି କହିଛନ୍ତି ଅଷ୍ଟମଙ୍କ ମାଆ ତାରା ଦେବୀ। ସେ କହିଛନ୍ତି ''ମୋର ଝିଅ ଝାଡ଼ଖଣ୍ଡକୁ ଗର୍ବିତ କରିଥିବାରୁ ମୁଁ ବହୁତ ଖୁସି। ଝିଅର ଏହି ସଫଳତାରେ ଅଷ୍ଟମଙ୍କ ବାପା ହୀରାଲାଲ ଖୁସିରେ ଲୁହ ଚାଲିଆସିଛି। ସେ କହିଛନ୍ତି ଯେ ପିଲାଦିନୁ ହିଁ ଅଷ୍ଟମର ଫୁଟବଲ ପ୍ରତି ଦୁର୍ବଳତା ଥିଲା। ସେ ତାର ସାଙ୍ଗମାନଙ୍କ ସହ ଖେଳପଡ଼ିଆ ଓ ବିଲରେ ଫୁଟବଲ୍ ପ୍ରାକ୍ଟିସ୍ କରେ। ଅନେକ ଲୋକ ଅଷ୍ଟମକୁ ଥଟ୍ଟା କରନ୍ତି ଓ ଝିଅକୁ ଖେଳରୁ ଦୁରେଇ ରହିବାକୁ ମୋତେ କୁହନ୍ତି। କିନ୍ତୁ କୌଣସି କ୍ଷେତ୍ରରୁ ମୁଁ ତାକୁ ମନା କରେନାହିଁ। ତାର ପରିଶ୍ରମ ହିଁ ତାକୁ ଏହି ସ୍ଥାନରେ ପହଞ୍ଚାଇଛି।''
ଅକ୍ଟୋବର ୧୧ରୁ ଫୁଟବଲ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। କେବଳ ସେତିକି ନୁହେଁ, କେବଳ ଝାଡ଼ଖଣ୍ଡରୁ ୬ ଜଣ ଖେଳାଳି ଅଛନ୍ତି। ଝାଡ଼ଖଣ୍ଡରୁ ଯାଇଥିବା ୬ ଖେଳାଳି ହେଲେ ଅଷ୍ଟମ ଓରାଓଁ, ନିତୁ ଲିଣ୍ଡା, ଅଞ୍ଜଳି ମୁଣ୍ଡା, ଅନିତା କୁମାରୀ, ପୁର୍ଣ୍ଣିମା କୁମାରୀ ଏବଂ ସୁଧା ଅଙ୍କିତା ତିର୍କୀ। ଝାଡ଼ଖଣ୍ଡରୁ ଝଣେ ଖେଳାଳି ଆନ୍ତର୍ଜାତିକ ବହୁ ରାଷ୍ଟ୍ର କ୍ରୀଡାରେ ସାମିଲ ହେବା ପ୍ରଥମ ଘଟଣା। ତାଙ୍କର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୁଭେଚ୍ଛା ଜଣାଇଛନ୍ତି।
]]>ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ସର୍ବଭାରତୀୟ ଫୁଟବଲ ମହାସଂଘରେ ତୃତୀୟ ପକ୍ଷର ମାତ୍ରାଧିକ ହସ୍ତକ୍ଷେପ ଦର୍ଶାଇ ସଙ୍ଗଠନ ଉପରେ ନିଲମ୍ବନ ଆଦେଶ ଦେଇଥିଲା ଫିଫା। AIFFର ଦୈନିକ କାର୍ଯ୍ୟକଳାପ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ କମିଟି ଦ୍ୱାରା ପରିଚାଳିତ ହେଉଥିଲା। ଏହା ଫିଫା ନିୟମର ବିରୁଦ୍ଧାଚରଣ ବୋଲି ଦର୍ଶାଇ ସସ୍ପେଣ୍ଡ ଅନିର୍ଦ୍ଦେଶ ଜାରି କରିଥିଲା ଫିଫା।
ତେବେ ଇତିମଧ୍ୟରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ AIFFରେ ନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେମ୍ବର ୨ରେ ନିର୍ବାଚନ ପାଇଁ କୋର୍ଟ ଧାର୍ଯ୍ୟ କରିବାପରେ ନିଲମ୍ବନ ଆଦେଶ ହଟାଇବାପାଇଁ ଫିଫାକୁ ଅନୁରୋଧ କରିଥିଲା AIFF।
]]>ସେହି ମ୍ୟାଚରେ ସୁନୀଲ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଛନ୍ତି । ଏହି ସଫଳତା ସହ ଆନ୍ତର୍ଜାତିକ ଫୁଟବଲରେ ସୁନୀଲଙ୍କ ଗୋଲ ସଂଖ୍ୟା ୭୪ରେ ପହଞ୍ଚିଛି । ବିଶ୍ୱରେ ବର୍ତ୍ତମାନ ଖେଳୁଥିବା ଅନେକ ଆନ୍ତର୍ଜାତିକ ଫୁଟବଲରଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଏପରିକି ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ମଧ୍ୟ ତାଙ୍କ ପଛକୁ ରହିଛନ୍ତି ।
ମେସି ଏଯାବତ୍ ୭୨ଟି ଆନ୍ତର୍ଜାତିକ ଗୋଲ ଦେଇଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠ ଦଶ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବାର ମଧ୍ୟ ସୁଯୋଗ ରହିଛି । ଆଉ ଗୋଟିଏ ଗୋଲ ଦେଲେ ସେ ଏହି ବିରଳ ରେକର୍ଡରେ ସାମିଲ ହେବେ । ହଙ୍ଗେରୀର ସାନନ୍ଦୋର କୋସିସ, ଜାପାନର କୁସିଗେ କାମାମାଟୋ ଓ କୁଏତର ବାସର ଅବଦୁଲ୍ଲା ୭୫ଟି ଗୋଲ ସ୍କୋର କରିବା ସହ ଶ୍ରେଷ୍ଠ ୧୦ଜଣ ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି । ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ସୁନୀଲ ଛେତ୍ରୀ ଏବେ ଦଳର କ୍ୟାପଟେନ୍ ଅଛନ୍ତି । ଅନେକ ଶକ୍ତିଶାଳି ଦେଶ ବିପକ୍ଷରେ ନିଜେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଆକର୍ଷଣୀୟ ବିଜୟ ଦେଇଛନ୍ତି ।
ବାଂଲାଦେଶ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସୁନୀଲ ଛେତ୍ରୀ ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସେ ୭୯ତମ ମିନିଟରେ ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ପରେ ଅତିରିକ୍ତ ସମୟରେ ମଧ୍ୟ ସୁନୀଲ ଆଉ ଏକ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ ।
ବର୍ତ୍ତମାନ ଖେଳୁଥିବା ସବୁ ଷ୍ଟ୍ରାଇକରଙ୍କ ଠାରୁ ଉପରେ ରହିଛନ୍ତି ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋ । ସେ ୧୦୩ଟି ଗୋଲ ଦେଇ ଫୁଟବଲରେ ଏକ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି । ତାଙ୍କ ପଛକୁ ଭାରତର ସୁନୀଲ ଛେତ୍ରୀ ୭୪ଟି ଗୋଲ ଦେଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଛେତ୍ରୀଙ୍କ ଏହି ଅନନ୍ୟ ସଫଳତା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।
]]>