ନିର୍ଦ୍ଧାରିତ ସମୟରେ ୩-୩ ବରାବର ପରେ ସୁଟ୍ ଆଉଟ୍ର ଫଇସଲା ହୋଇଥିଲା। ଆଉ ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାତି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା। ପ୍ରଥମ ହାଫ୍ରେ ଆର୍ଜେଣ୍ଟିନା ଦମ୍ଦାର୍ ପ୍ରଦର୍ଶନ କରିଥିଲା। ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନା ଷ୍ଟାର ତାରକା ଲିଓନେଲ୍ ମେସି।
Blasting this one at full volume 🔊🇦🇷
— FIFA World Cup (@FIFAWorldCup) December 18, 2022
Make way for the 👑 #FIFAWorldCup #Qatar2022
— FIFA World Cup (@FIFAWorldCup) December 19, 2022
THAT MOMENT when #Messi𓃵 realized the World Cup was his! #LionelMessi𓃵 #Argentina #ArgentinaVsFrance #FIFAWorldCup pic.twitter.com/0TxRbreflm
— Neha Khanna (@nehakhanna_07) December 18, 2022
ଏହାପରେ ମ୍ୟାଚ୍ର ୩୬ତମ ମିନିଟ୍ରେ ଗୋଲ୍ କରି ଅଗ୍ରଣୀ ବଢ଼ାଇଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା। ତେବେ ଫ୍ରାନ୍ସର ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ମ୍ୟାଚ୍ର ୮୦ ଓ ୮୨ତମ ମିନିଟ୍ରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ। ଫଳରେ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଆସିଯାଇଥିଲା। ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏହାସହ ଫିଫା ବିଶ୍ୱକପ୍ରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ୱପ୍ନ ପୂରା କରିଛି। ପୂର୍ବରୁ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିୟନ ହେଇଥିବା ବେଳେ, ୧୯୭୮ ଓ ୧୯୮୬ରେ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା।
A piece of history 🥅 ✂️ #FIFAWorldCup #Qatar2022 pic.twitter.com/R0QsY38xGP
— FIFA World Cup (@FIFAWorldCup) December 19, 2022
ଫିଫା ବିଶ୍ୱକପ୍ରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଗୁଡ଼ିକ ମଧ୍ୟରୁ ଏହା ସ୍ମରଣୀୟ ହୋଇ ରହିବ। ପୁରା ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଦମଦାର ଖେଳ ପ୍ରଦର୍ଶନ କରିଥିଲା। ଭାରତର ଲକ୍ଷ ଲକ୍ଷ ମେସିଙ୍କ ଫ୍ୟାନ୍ ଆର୍ଜେଣ୍ଟିନର ବୃହତ ବିଜୟ ନେଇ ଉତ୍ସାହିତ ଥିବା ମୋଦି କହିଛନ୍ତି। ସେହିପରି ଫ୍ରାନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଶ୍ୱବିଜୟୀ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି।
This will be remembered as one of the most thrilling Football matches! Congrats to Argentina on becoming #FIFAWorldCup Champions! They’ve played brilliantly through the tournament. Millions of Indian fans of Argentina and Messi rejoice in the magnificent victory! @alferdez
— Narendra Modi (@narendramodi) December 18, 2022
କତାରରେ ସିନା ବିଶ୍ୱକପ୍ ଫାଇନାଲ ଚାଲିଥିଲା, ହେଲେ ଭାରତର ଫୁଟବଲ୍ ଫ୍ୟାନଙ୍କ ଛାତି ଧଡ଼ଧଡ଼ ହେଉଥିଲା। ଆଉ ରୋମାଞ୍ଚକର ମ୍ୟାଚ୍ରେ ଯେତେବେଳ ଫ୍ରାନ୍ସକୁ ହରାଇଥିଲା ଆର୍ଜେଣ୍ଟିନା, ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍। ଆର୍ଜେଣ୍ଟିନା ବିଶ୍ୱବିଜୟୀ ହେବା ପରେ ଆର୍ଜେଣ୍ଟିନା ଦୂତାବାସରେ ହୋଇଥିଲା ସେଲିବ୍ରେସନର ମାହୋଲ। ନିଜ ଦେଶର ବୃହତ ବିଜୟକୁ ଖୁସି ମନରେ ପାଳିଥିଲେ ଆର୍ଜେଣ୍ଟିନାର ନାଗରିକ।
]]>World Champions 🏆🇦🇷#FIFAWorldCup | #Qatar2022 pic.twitter.com/TGLbXxRFLc
— FIFA World Cup (@FIFAWorldCup) December 18, 2022
ବାପା ଏବଂ ସମ୍ପର୍କୀୟ ଭାଇଙ୍କ ସହ ମୁମ୍ବାଇ ଯାଇ ଓଡିଶା ଫେରିଛନ୍ତି ଜାନୁୟାରୀ ୧୧ରେ ହେବାକୁ ଥିବା ହକି ବିଶ୍କପ ଉଦଘାଟନୀ ଉତ୍ସବରେ ନମିତାଙ୍କ ଗୀତ ଶୁଣିବାକୁ ମିଳିବ।
ଏନେଇ ନମିତା କହିଛନ୍ତି ଯେ ମୁଁ ଏନେଇ ବହୁତ ଖୁସି। ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ମୋତେ ଏହି ଅଫର୍ ଦିଲ୍ଲିପ ତିର୍କୀ ସାର୍ ଦେଇଥିବା ମୁଁ ଶୁଣିଛି। ସେଥିପାଇଁ ଦିଲ୍ଲିପ ସାର୍ଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏଭଳି ମଞ୍ଚରେ ଗୀତ ଗାଇବି ବୋଲି ସ୍ୱପ୍ନରେ ବି ଭାବିନଥିଲି। ଏହି ଗୀତଟି ଦର୍ଶକ ଓ ଲକ୍ଷ ଲକ୍ଷ ଶ୍ରୋତାଙ୍କ ସରପ୍ରାଇଜ୍ ଅଛି। ସେଥିପାଇଁ ମୁଁ କଣ ଗୀତ ଗାଇଲି ତାହା ମୁଁ କହିପାରୁନି।
]]>ଆର୍ଜେଣ୍ଟିନାକୁ ହିଁ ବାଛିଛି ଏହି କଇଁଛ। ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍, ଚାମ୍ପିୟନ ହେବ ଆର୍ଜେଣ୍ଟିନା। ଏହା ଆଗରୁ ଦୁଇ ଥର ୧୯୭୮ ଓ ୧୯୮୬ରେ ଚାମ୍ପିୟନ ହୋଇଛି ଏହି ଟିମ୍। ଫ୍ରାନ୍ସ ମଧ୍ୟ ଦୁଇ ଥର ଚାମ୍ପିୟନ ହୋଇଛି, ୧୯୯୮ରେ ପ୍ରଥମ ଥର ଓ ୨୦୧୮ରେ ଦ୍ୱିତୀୟ ଥର। ଦେଖାଯାଉ ମେସିଙ୍କୁ ମିଳୁଛି ଟାଇଟଲ ନା ଏମ୍ବାପେ ମାରିବେ ବାଜି। ଏହି କଇଁଛ ତ କହୁଛି ଆର୍ଜେଣ୍ଟିନା ହେବ ଚାମ୍ପିୟନ।
କିଏ ପିନ୍ଧିବ ବିଶ୍ୱକପ୍ ଫୁଟବଲର ତାଜ୍? ରବିବାର ଦୁଇ ପୂର୍ବତନ ଚାମ୍ପିୟନ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟାଇଟଲ ମୁକାବିଲା ହେବାକୁ ଥିବା ବେଳେ, ବଢ଼ିଛି ଫୁଟବଲ ପ୍ରେମୀଙ୍କ ଉତ୍କଣ୍ଠା। ପ୍ରାରମ୍ଭିକ ମ୍ୟାଚ୍ରେ ଆର୍ଜେଣ୍ଟିନା ଦୁର୍ବଳ ସାଉଦି ଆରବ ଠାରୁ ହାରିଯିବା ପରେ ନିରାଶ ହୋଇଥିଲେ ମେସି ଫ୍ୟାନ୍। ମାତ୍ର ପରବର୍ତ୍ତୀ ମ୍ୟାଚ୍ରେ ଦକ୍ଷିଣ ଆମେରିକୀୟ ପାଓ୍ୱାରହାଉସ କମବ୍ୟାକ୍ କରିବା ସହ, ଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି। ଲିଓନେଲ ମେସି ସମ୍ମୁଖରୁ ନେତୃତ୍ୱ ନେବା ସହ ନିଜେ ଗୋଲ ସ୍କୋର କରିବା ସହ ସାଥି ଖେଳାଳିଙ୍କ ଲାଗି ସ୍କୋର କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ଅନ୍ୟପକ୍ଷରେ ଆଲଭରେଜ୍ ଓ ଫର୍ଣ୍ଣାଣ୍ଡେଜ୍ ମଧ୍ୟ ଟପ୍ ଫର୍ମକୁ ଫେରିଥିବାରୁ ଦଳ ଚାମ୍ପିୟନ ହେବା ଲାଗି ହଟ୍ ଫେଭରାଇଟ୍ ରହିଛି।
]]>If this is how you celebrate a win in the World Cup #Morocco you don't deserve it. Rioting cities to celebrate a win?! What kind of upside down world/mentality do we live in?! #Brussels #Amsterdam #Rotterdam #DenHaag #BELMOR pic.twitter.com/n2OYGhZ81V
— Ericof (@iEricof) November 27, 2022
ଦଙ୍ଗାକୁ ନେଇ ପୋଲିସ୍ କହିଛି ଯେ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ଓ ଉକ୍ତ ଅଞ୍ଚଳ ଗୁଡ଼ିକରେ ସତର୍କତାମୂଳକ ପାଟ୍ରୋଲିଂ କରାଯାଉଛି। ସହରରେ ପୁଣିଥରେ ଅଶାନ୍ତି ପରିବେଶ ସୃଷ୍ଟି ହେବା ଆଶଙ୍କାରେ ପୋଲିସ୍ ଏହା ଉପରେ ନଜର ରଖିବା ସହ ସଜାଗ ରହିଛି। ଦଙ୍ଗାର ପ୍ରକୃତ କାରଣ ଓ ଏହା ପଛରେ କେଉଁମାନଙ୍କ ହାତ ରହିଛି, ତାହା ଜାଣିବା ଲାଗି ପୋଲିସ୍ ଟିମ୍ ଅଟକଙ୍କୁ ପଚରାଉଚରା କରୁଛି।
🇧🇪 Émeutes de colons marocains en #Belgique après le match contre le #Maroc. #BELMAR #Bruxelles pic.twitter.com/MKbS5oeDCn
— Damien Rieu (@DamienRieu) November 27, 2022
ବିଶ୍ୱକପ୍ ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ କରିଛି କାତାର। ବିଶ୍ୱକପ୍ରେ ବିଶ୍ୱର ଶ୍ରେଷ୍ଠ ଟିମ୍ ବଛା ବଛା ୩୨ଟି ଟିମ୍କୁ ଭାଗ କରାଯାଇଛି ୮ ଟି ଗ୍ରୁପ୍ରେ। ୨୦ ନଭେମ୍ବରରୁ ୨ ଡିସେମ୍ବର ଯାଏ ରହିଛି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ। ଏଥିରେ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ। ପ୍ରତି ଗ୍ରୁପ୍ରେ ଟପ୍ ଟୁ ଟିମ୍ ରାଉଣ୍ଡ ଅଫ୍ ସିକ୍ସଟିନ୍କୁ ଯିବେ। ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ ନକ୍ ଆଉଟ୍ ମ୍ୟାଚ୍। ଏହାପରେ କ୍ୱାର୍ଟର ଫାଇନାଲ୍ରୁ ଫାଇନାଲ୍ ଯାଏ ସ୍ଥିର ହେବ ରାସ୍ତା। ଡିସେମ୍ବର ୧୮ ତାରିଖରେ ରହିଛି ଫିଫା ବିଶ୍ୱକପ୍ର ଫାଇନାଲ ଫାଇଟ୍। ୨୯ ଦିନରେ ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ।
]]>ତେବେ ଆଜି ଜାଣିବା ଏହି ଫୁଟ୍ବଲ ଖେଳ, କିଏ ବା କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା । କେଉଁ ଦେଶରେ ଏହା ପ୍ରଥମେ ଖେଳାଯାଇଥିଲା । ଆମେ ସମସ୍ତେ କ୍ରିକେଟ୍ ଖେଳକୁ ଯେତିକି ଗୁରୁତ୍ୱ ଦେଉଛନ୍ତି ବା ଯେତିକି ଆମେ କ୍ରିକେଟ୍ ବିଷୟରେ ଜାଣିଛନ୍ତି ତାଠାରୁ ଖୁବ୍ କମ୍ ଫୁଟ୍ବଲ୍ ଉପରେ ଋଚି ରଖୁଛନ୍ତି । କ୍ରିକେଟ୍ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । ଆଉ ଇଂଲଣ୍ଡରୁ ହିଁ ଏହି ଖେଳ ଆରମ୍ଭ ହୋଇଥିବା କଥା ବି ପିଲାଠୁ ବୁଢ଼ା ଯାଏ ପ୍ରାୟ ସମସ୍ତେ ଜାଣନ୍ତି । କାରଣ ଆମ ଦେଶରେ କ୍ରିକେଟ୍ ବୋର୍ଡ ବା ବିସିସିଆଇ ସବୁଠୁ ଧନୀ । ଇଂଲଣ୍ଡରୁ ଖେଳ ଆରମ୍ଭ ହୋଇଥିଲେ ବି ଭାରତରେ କ୍ରିକେଟ୍ ପ୍ରେମୀଙ୍କ ସଂଖ୍ୟା ଖୁବ୍ ଅଧିକ ।
ପାଦରେ ବଲ ଖେଳାଯାଉଥିବାରୁ ଏହାକୁ ଫୁଟ୍ବଲ କୁହାଯାଏ । ଖାଲି ଫୁଟ୍ବଲ ନୁହେଁ ଏହାକୁ ସକ୍କର ବି କୁହାଯାଏ । ୧୧ ଜଣିଆ ଦୁଇଟି ଦଳ ମଧ୍ୟରେ ଏହା ଖେଳାଯାଏ । ଆୟତକାର ଘାସ ପଡ଼ିଆରେ ଏହାକୁ ଖେଳାଯାଇଥାଏ । ପଡ଼ିଆର ଦୁଇ ପାଖରେ ଗୋଲ୍ ପୋଷ୍ଟରହିଥାଏ । ଗୋଟିଏ ଦଳର ଖେଳାଳି ଅନ୍ୟ ଦଳକୁ ଗୋଲ୍ ଦେବା ପାଇଁ ପ୍ରାଣପଣେ ଚେଷ୍ଟା କରିବା ହିଁ ଏହି ଖେଳର ମୂଳ ଲକ୍ଷ । ଦୁଇ ଦଳର ୨୨ ଜଣ ଖେଳାଳିଙ୍କ ମଧ୍ୟରୁ କେବଳ ଗୋଲ ପୋଷ୍ଟ ଜଗିଥିବା ଉଭୟ ଦଳର ଗୋଲିଙ୍କୁ ହାତରେ ବଲ୍କୁ ରୋକିବାର ଅନୁମତି ରହିଛି ।
ଅନ୍ୟ ଖେଳାଳିମାନେ ସାଧାରଣତଃ ବଲକୁ ମାରିବା ପାଇଁ ଗୋଡ଼ର ହିଁ ବ୍ୟବହାର କରିଥାନ୍ତି । ବେଳେବେଳେ ଛାତି କିମ୍ବା ମୁଣ୍ଡ ମଧ୍ୟ ବ୍ୟବହାର କରିଥାନ୍ତି ଖେଳାଳି । ଖେଳର ଶେଷ ସୁଦ୍ଧା ଅର୍ଥାତ୍ ୯୦ ମିନିଟ୍ ମଧ୍ୟରେ ଯେଉଁ ଦଳ ଅଧିକ ଗୋଲ କରିଥିବ ସେହି ଦଳ ବିଜୟୀ ଘୋଷିତ ହୋଇଥାଏ । ଯଦି ଖେଳ ଶେଷ ସୁଦ୍ଧା ବା ୯୦ ମିନିଟ୍ ମଧ୍ୟରେ ଉଭୟ ଦଳର ଗୋଲ ସଂଖ୍ୟା ସମାନ ରହିଥାଏ, ତେବେ ମ୍ୟାଚ୍କୁ ଡ୍ର ବୋଲି ଘୋଷଣା କରାଯାଏ । ନଚେତ୍ ମ୍ୟାଚ୍ ରେପରି କିମ୍ବା ଟୁର୍ଣାମେଣ୍ଟ ଅୟୋଜକଙ୍କ ଅନୁସାରେ ସ୍ଥିର କରାଯାଇଥିବା ନିୟମ ଅନୁସାରେ ମ୍ୟାଚ୍ର ଫୈସଲା ନିଆଯାଇଥାଏ ।
ଡ୍ର ରହିବା ପରେ ନିସ୍କର୍ଷ ପାଇଁ ଅଧିକ କିଛି ମିନିଟ୍ ମ୍ୟାଚ୍ ଖେଳିବାକୁ ଦିଆଯାଇଥାଏ । ଏହି କିଛି ମିନିଟ୍ର ଖେଳ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥାଏ । କାରଣ ଏଥିରେ କିଛି ଖେଳାଳିଙ୍କ ପାଇଁ କର ବା ମର ସ୍ଥିତି ଉପୁଜିଥାଏ । ସମସ୍ତେ ଆକ୍ରମଣ ଢ଼ଙ୍ଗରେ ଖେଳିଥାନ୍ତି ।
ଅନ୍ୟଥା ମ୍ୟାଚ୍ ଡ୍ର ରହିଲେ, ପେନାଲ୍ଟି ସୁଟ୍ଆଉଟ୍ରେ ମଧ୍ୟ ଫୈସଲା କରାଯାଏ । ଏଥିରେ ପ୍ରତ୍ୟେକ ଦଳକୁ ୫ଟି ଲେଖାଏଁ ସୁଯୋଗ ମିଳିଥାଏ । ଏହି ସମୟରେ ଯେଉଁ ଦଳ ଅଧିକ ଗୋଲ କରିଥାଏ । ସେହି ଦଳ ବିଜେତା ଘୋଷଣା ହୋଇଥାଏ ।
ତେବେ ଇଂଲଣ୍ଡକୁ ଅଧୁନିକ ଫୁଟବଲର ଜନକ କୁହାଯାଏ । ନବମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଖେଳ ୟୁରୋପର ଅନେକ ଦେଶରେ ଖେଳାଯାଉଥିଲା । ସେତେବେଳେ ଇଂଲଣ୍ଡରେ ବହୁତ ଗୁଡ଼ାଏ ଲୋକ ଏକାଠି ଫୁଟ୍ବଲ ଖେଳୁଥିଲେ । ଏହାକୁ ମବ୍ ଫୁଟ୍ବଲ ବୋଲି କୁହାଯାଉଥିଲା ।
ଇଂଲଣ୍ଡରେ ଦ ପୁଟ୍ବଲ ଆସୋସିଏସନ୍ ଗଠନ ହେବା ପରେ ଆଧୁନିକ ଫୁଟ୍ବଲକୁ ଗୁରୁତ୍ୱ ଦିଆଯାଇଥିଲା । ଏହାପରେ ୧୮୬୩ ମସିହାରେ ଫୁଟ୍ବଲ୍ ଖେଳ ପାଇଁ ନିୟମ ପ୍ରସ୍ତୁତ କରାଗଲା । ସେହି ନିୟମ ଆଧାରରେ ଆଜି ଫୁଟ୍ବଲ୍ ଖେଳାଯାଉଛି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଫୁଟ୍ବଲ୍କୁ ନିୟନ୍ତ୍ରଣ କରୁଛି ଫେଡ୍ରେସନ୍ ଇଣ୍ଟରନାସନାଲ ଦି ଫୁଟ୍ବଲ ଆସୋସିଏସନ୍ବା ଫିଫା ।
ଫୁଟ୍ବଲ୍ର ସବୁଠୁ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ପ୍ରତିଯୋଗୀତା ହେଉଛି ଫିଫା ବିଶ୍ୱକପ୍ । ପ୍ରତି ଚାରି ବର୍ଷରେ ଥରେ ଏହା ଆୟୋଜନ କରାଯାଇଥାଏ । ଏହି ପ୍ରତିଯୋଗୀତା ପୁରା ବିଶ୍ୱରେ ପରିଚିତ । ସାରା ବିଶ୍ୱ ଏହି ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ଚାହିଁ ରହିଥାଏ । ଖରା ଦିନରେ ହେଉଥିବା ଅଲମ୍ପିକ୍ସର ଦର୍ଶକ ଯେତିକି ଥାଆନ୍ତି, ତାର ଦୁଇଗୁଣା ଦର୍ଶକ ଫିଫା ବିଶ୍ୱକପ୍ ଅପେକ୍ଷାରେ ରହିଥାନ୍ତି । ଏକ ଅନୁମାନରୁ ଜଣାଯାଇଛି ଯେ, ୨୦୦୬ରେ ଜର୍ମାନୀରେ ଆୟୋଜିତ ଫିଫାକୁ ଏକକାଳିନ ୭୧ କୋଟି ୫୧ ଲକ୍ଷ ଲୋକ ଦେଖୁଥିବା ଜଣାପଡ଼ିଥିଲା ।
୧୯୩୦ରେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଆୟୋଜନ ହୋଇଥିଲା । ଏହା ପରଠୁ ପ୍ରତି ଚାରିବର୍ଷରେ ଥରେ ଲଗାତାର ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ହେଲେ ଦୁର୍ଭାଗ୍ୟବଶତଃ ଦୁଇ ଥର ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରାଯାଇଛି । ତେବେ ବିଶ୍ୱକପ୍ ବାତିଲ ହେବାର ମୁଖ୍ୟ କାରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏହି ସମୟରେ ଦୁଇ ଥର ଫିଫା ବନ୍ଦ କରାଯାଇଥିଲା । ୧୯୪୨ ଏବଂ ୧୯୪୬ରେ ହେବାକୁ ଥିବା ବିଶ୍ୱକପ୍ ବନ୍ଦ କରାଯାଇଥିଲା ।
ଏବେ ଶେଷ ଥର ପାଇଁ ୨୦୧୮ରେ ଆୟୋଜନ କରାଯାଇଥିଲା ବିଶ୍ୱକପ୍ । ଏଥିରେ ଫ୍ରାନ୍ସ ବିଶ୍ୱ ବିଜୟୀ ହୋଇଥିଲା । ଅନ୍ୟପଟେ ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଥିବା ବେଳେ ଆରମ୍ଭରୁ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟ ସେ ଖେଳିଆସିଛି । ସେହିଭଳି ଜର୍ମାନୀ ୪ ଥର, ଇଟାଲି ୪, ଆର୍ଜେଣ୍ଟିନା ୨, ଫ୍ରାନ୍ସ ୨, ଉରୁଗୁଏ ୨, ସ୍ପେନ୍ ୧, ଇଂଲଣ୍ଡ ଗୋଟିଏ ଥର ଫିଫା ବିଶ୍ୱକପ୍ ବିଜୟୀ ହୋଇଛି ।
]]>ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ ସସ୍ପେଣ୍ଡ୍ ହେବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି। ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନକୁ FIFA ସସ୍ପେଣ୍ଡ କରିଥିବା ଜଣାପଡ଼ିଛି।
ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଫିଫା ଅବଗତ କରାଇଛି। ସୂଚନାଥାଉ କି, ଅକ୍ଟୋବର ୧୧ରୁ ୩୦ ଯାଏ FIFA ବିଶ୍ୱକପ୍ ଆୟୋଜନ ହେବାର ଥିଲା।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପ୍ରଥମେ ନିର୍ଦେଶ ଦେଇଥିଲା ଋଷ । ଏହାପରେ ୟୁକ୍ରେନ୍ ଉପରେ ବୋମା ବର୍ଷା କରିଥିଲା ଋଷ ସେନା । ଆଜି ଷଷ୍ଠ ଦିନରେ ବି ୟୁକ୍ରେନ୍ ବିରୋଧରେ ଋଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି । ଦୁଇ ଦେଶରେ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ରୁଷ୍ ଘନଘନ ଆକ୍ରମଣ କରୁଛି କିନ୍ତୁ ୟୁକ୍ରେନ ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକ ପ୍ରାଣ ହରାଇଥିବା ଦାବି କରିଛି । ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।
ତେବେ ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା । ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ କରିଛି ।
ଏପଟେ ଉଭୟ ଦେଶ ମଧ୍ୟରେ ୫ ଦିନ ଧରି ମୁହାଁମୁହିଁ ସଂଘର୍ଷ ପରିସ୍ଥିତି ଉପୁଜିବା ପରେ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଏଥିପାଇଁ ବେଲାରୁଷ ସୀମାରେ ଗତକାଲି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି । ପ୍ରାୟ ୫ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । ହେଲେ ଏଥିରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ ଉକ୍ତ ବୈଠକରେ କୌଣସି ସୁଫଳ ମିଳିନାହିଁ । ପୁଣି ଏକ ବୈଠକ ଆୟୋଜନ ହେବା ସହ ଶାନ୍ତି ପାଇଁ ଆଲୋଚନା କରାଯିବ ବୋଲି ସୂଚନା ରହିଛି ।
]]>ସେହି ମ୍ୟାଚରେ ସୁନୀଲ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଛନ୍ତି । ଏହି ସଫଳତା ସହ ଆନ୍ତର୍ଜାତିକ ଫୁଟବଲରେ ସୁନୀଲଙ୍କ ଗୋଲ ସଂଖ୍ୟା ୭୪ରେ ପହଞ୍ଚିଛି । ବିଶ୍ୱରେ ବର୍ତ୍ତମାନ ଖେଳୁଥିବା ଅନେକ ଆନ୍ତର୍ଜାତିକ ଫୁଟବଲରଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଏପରିକି ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ମଧ୍ୟ ତାଙ୍କ ପଛକୁ ରହିଛନ୍ତି ।
ମେସି ଏଯାବତ୍ ୭୨ଟି ଆନ୍ତର୍ଜାତିକ ଗୋଲ ଦେଇଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠ ଦଶ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବାର ମଧ୍ୟ ସୁଯୋଗ ରହିଛି । ଆଉ ଗୋଟିଏ ଗୋଲ ଦେଲେ ସେ ଏହି ବିରଳ ରେକର୍ଡରେ ସାମିଲ ହେବେ । ହଙ୍ଗେରୀର ସାନନ୍ଦୋର କୋସିସ, ଜାପାନର କୁସିଗେ କାମାମାଟୋ ଓ କୁଏତର ବାସର ଅବଦୁଲ୍ଲା ୭୫ଟି ଗୋଲ ସ୍କୋର କରିବା ସହ ଶ୍ରେଷ୍ଠ ୧୦ଜଣ ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି । ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ସୁନୀଲ ଛେତ୍ରୀ ଏବେ ଦଳର କ୍ୟାପଟେନ୍ ଅଛନ୍ତି । ଅନେକ ଶକ୍ତିଶାଳି ଦେଶ ବିପକ୍ଷରେ ନିଜେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଆକର୍ଷଣୀୟ ବିଜୟ ଦେଇଛନ୍ତି ।
ବାଂଲାଦେଶ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସୁନୀଲ ଛେତ୍ରୀ ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସେ ୭୯ତମ ମିନିଟରେ ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ପରେ ଅତିରିକ୍ତ ସମୟରେ ମଧ୍ୟ ସୁନୀଲ ଆଉ ଏକ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ ।
ବର୍ତ୍ତମାନ ଖେଳୁଥିବା ସବୁ ଷ୍ଟ୍ରାଇକରଙ୍କ ଠାରୁ ଉପରେ ରହିଛନ୍ତି ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋ । ସେ ୧୦୩ଟି ଗୋଲ ଦେଇ ଫୁଟବଲରେ ଏକ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି । ତାଙ୍କ ପଛକୁ ଭାରତର ସୁନୀଲ ଛେତ୍ରୀ ୭୪ଟି ଗୋଲ ଦେଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଛେତ୍ରୀଙ୍କ ଏହି ଅନନ୍ୟ ସଫଳତା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।
]]>