ଜାଲ୍ ନୋଟ୍ କାରବାର ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।
ଏପଟେ ଗତକାଲି ଜାଲନୋଟ୍ ମିଳିଥିବା ସୋନପୁର ଉଲୁଣ୍ଡା ଥାନା ମାଟଖାଇ ନୂଆବସ୍ତିରେ ଆଜି ଖୋଳତାଡ଼ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ୍ ଟିମ୍ । ଜାଲ୍ ନୋଟ୍ କାରବାରରେ ଗିରଫ ଦୀପକ ମେହେରର ପରିବାର ସଦସ୍ୟଙ୍କୁ ପଚରାଉଚରା ହୋଇଛି । ଜାଲ୍ ନୋଟ୍ ଏଠାରେ ତିଆରି ହେଉଥିଲା କି ? ଯଦି ହେଉନଥିଲା ତେବେ କିଏ, କେବେ ଏବଂ କାହିଁକି ଏହି ନକଲି ନୋଟ୍ ଦେଇଥିଲା ? ଜାଲ୍ ନୋଟ୍ କାରବାରରେ ଆଉ କିଏ କିଏ ସଂପୃକ୍ତ ? ଏନେଇ ଘଂଟାଚକଟା କରିଛି ଏସଟିଏଫ୍ । ପରେ ଟିମ୍ ଜାଲ୍ ନୋଟ୍ କାରବାରର ଲିଙ୍କ ଖୋଜିବାକୁ ଛତିଶଗଡ ଯାଇଥିବା ସୂଚନା ମିଳିଛି ।
ଗତକାଲି ସୋନପୁରରେ ଚଢାଉ ବେଳେ କ୍ରାଇମବ୍ରାଂଚ୍ STF ହାତରେ ଲାଗିଥିଲା ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ନୋଟ୍ । ଜବତ ହୋଇଥିବା ଜାଲ୍ ନୋଟ୍ ଛତିଶଗଡରୁ ପଶ୍ଚିମ ଓଡିଶାର ବିଭିନ୍ନ ସୀମାବର୍ତ୍ତୀ ଜିଲ୍ଲା ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ବେଳେ ୧ ଲକ୍ଷର ଫେକ୍ ନୋଟ୍ ପାଇଁ ୧୦ରୁ ୨୫ ହଜାର ଟଙ୍କା ଯାଏଁ ଡିଲ୍ ହେଉଥିବା STF ସୂଚନା ଦେଇଛି।
କ୍ରାଇମବ୍ରାଂଚ୍ ଏସଟିଏଫ୍ ଏଯାଏଁ ୧ କୋଟି ୧୯ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି । ତାମଧ୍ୟରୁ ଗତ ଫେବ୍ରୁଆରୀରେ ଟିଟଲାଗଡରୁ ୩୧ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଥିଲା। ଏହା ପୂର୍ବରୁ ବରଗଡର ବରପାଲି, ରାଉରକେଲା ଏବଂ ସମ୍ବଲପୁରର ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ ହୋଇଥିଲା।
]]>
]]>ନୀଳଗିରି ପୋଲିସକୁ ବଡ଼ ସଫଳତା। ଧରାପଡ଼ିଲେ ଜାଲ ନୋଟ କାରବାରର ଦୁଇ ଅଭିଯୁକ୍ତ। ଏମାନଙ୍କ ଠାରୁ ଜବତ ହେଲା ୩୨ ହଜାର ୭ ଶହ ଟଙ୍କାର ଜାଲ ନୋଟ। ସେଥି ମଧ୍ୟରୁ କିଛି ୫ ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ନୋଟ ରହିଛି ।#FakeNote #FakeCurrency pic.twitter.com/uQ22LKPIYr
— ଓଟିଭି (@otvkhabar) August 27, 2023
ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ ପାଇଛି ପୋଲିସ।
]]>
ଗତ କିଛିଦିନ ତଳେ ତାଙ୍କ ଘରୁ କିଛି ରତ୍ନ ପଥର ସହ ନଗଦ ଟଙ୍କା ଚୋରି ହୋଇଯାଇଥିଲା । ଏନେଇ ଜ୍ୟୋତିଷ ମୂରଲୀକୃଷ୍ଣ ଏଲ୍.ବି.ନଗର ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖୋଳତାଡ଼ କରିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାସହ ରତ୍ନପଥର ଏବଂ ନଗଦ ଟଙ୍କା ବି ଜବତ ହୋଇଥିଲା ।
ତେବେ ତଦନ୍ତ ଭିତରେ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ସୁରାକ୍ ପାଇଥିଲା ଯେ, ଜ୍ୟୋତିଷ ଜଣକ ନକଲି ଟଙ୍କା ରଖିଛନ୍ତି । ଏହାପରେ ପୋଲିସ ଜ୍ୟୋତିଷଙ୍କ ଘରେ ଚଢ଼ାଉ କରିବା ସହ ନଗଦ ୧୮ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନକଲି ନୋଟ୍ ଜବତ କରିଥିଲା ।
ତାହାରି ଭିତରେ ୬ ଲକ୍ଷ ଅସଲି ନୋଟ୍ ସହ କିଛି ରତ୍ନ ପଥର ବି ଥିଲା । ତେବେ କେଉଁଠୁ ଆସିଲା ଏହି ନକଲି ନୋଟ୍ ? ଏହା ପଛର କାରଣ କଣ ? ତେଲେଙ୍ଗାନାରେ ଜାରି ରହିଥିବା ଏଭଳି ନକଲି ଟଙ୍କା କାରବାର ପଛରେ କୌଣସି ବଡ ଗ୍ୟାଙ୍ଗର ହାତ ରହିଛି ନା ନାହିଁ ? ଜ୍ୟୋତିଷଙ୍କୁ ଧରି ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
]]>