ଫେସବୁକ୍ ସହିତ ଇନଷ୍ଟା ବି କାମ କରୁନି। ଫେସବୁକ୍ ଇନଷ୍ଟାଗ୍ରାମ କାମ କରୁନଥିବାରୁ ୟୁଜର ହଇରାଣ ହେଉଛନ୍ତି। ଫେସବୁକ ଡାଉନ୍ ଥିବା X ରେ ଟ୍ରେଣ୍ଡ କରୁଛି। ଫେସବୁକ୍ ଇନଷ୍ଟା ଆକାଉଣ୍ଟ ହୋଇଯାଇଥିବା ନେଇ ଲୋକେ ଭୟଭୀତ ହେଲେଣି। ହଠାତ୍ ରାତି ୯ଟା ବେଳକୁ ବିଶ୍ୱର ସମସ୍ତ ମେଟା ୟୁଜର୍ସଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଅଚଳ ହୋଇପଡ଼ିଛି।
ତେବେ କାହିଁକି ଓ କେଉଁଥି ପାଇଁ ଅଚଳ ହୋଇପଡ଼ିଛି, ତାହା ମେଟା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୟୁଜର୍ସ ମୁଣ୍ତ ଗୋଲ୍ ହୋଇପଡ଼ିଛି। ଏବେ ପ୍ରଶ୍ନ ଉଠୁଛି ଆକାଉଣ୍ଟ ହ୍ୟାକ୍ ହୋଇନି ତ ? କିନ୍ତୁ ମେଟାର ହ୍ୱାଟ୍ସଆପ୍ ସଠିକ ଭାବେ ଚାଲୁଛି।
]]>ବଲିଉଡ୍ର ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ସେ ନିଜର ଦମଦାର ଅଭିନୟ ସହିତ ଲୋକଙ୍କ ହୃଦୟରେ ରହିଆସିଛନ୍ତି। ଅମିତାଭଙ୍କୁ ଗତ ଦଶନ୍ଧି ଧରି ସେ ନିଜ ଅଭିନୟ ଚାତୁରୀରେ ଦର୍ଶକଙ୍କୁ ପ୍ରଭାବିତ କରିଆସୁଥିବା ବେଳେ ଆଜି ବି ଲୋକମାନେ ତାଙ୍କ ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।
ଚଳଚ୍ଚିତ୍ର ସହିତ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି ଏବଂ ଲୋକମାନଙ୍କୁ ତାଙ୍କର ଅପଡେଟ୍ ମଧ୍ୟ ପ୍ରଦାନ କରନ୍ତି। ଫେସ୍ବୁକ୍ ଠାରୁ ଇନ୍ଷ୍ଟାଗ୍ରାମ୍ ପର୍ଯ୍ୟନ୍ତ କୋଟି କୋଟି ଲୋକ ଅମିତାଭଙ୍କୁ ଫଲୋ କରନ୍ତି।
କିନ୍ତୁ, ଆପଣ ଜାଣନ୍ତି କି ଅମିତାଭ ଫେସ୍ବୁକରେ କେବଳ ଜଣଙ୍କୁ ହିଁ ଫଲୋ କରନ୍ତି ଏବଂ ସେ ନା କୌଣସି ସେଲିବ୍ରେଟି ନା ସେ କୌଣସି ଏକ ବଡ ନାଁ। ସେ ମଧ୍ୟ ତାଙ୍କର କୌଣସି ସମ୍ପର୍କୀୟ ନୁହଁନ୍ତି। ଯଦି ସେହି ବ୍ୟକ୍ତିଙ୍କର ଅମିତାଭଙ୍କ ସହ କୌଣସି ସମ୍ପର୍କ ଅଛି, ତେବେ ଏହା କେବଳ ହୃଦୟର। ତେବେ, ଆସନ୍ତୁ ଆପଣଙ୍କୁ ସେହି ବ୍ୟକ୍ତିଙ୍କ ବିଷୟରେ କହିବା, ଯାହାଙ୍କୁ ଅମିତାଭ ଫେସବୁକରେ ଫଲୋ କରନ୍ତି।
ଅମିତାଭ ଫେସବୁକରେ ଯାହାକୁ ଫଲୋ କରନ୍ତି ସେ ହେଲେ ଅବନୀ ରାଠୀ। ସେ ଦେଖିପାରନ୍ତି ନାହିଁ ଏବଂ ସେ ରିଆଲିଟି କୁଇଜ୍ ସୋ 'କୌନ ବନେଗା କରୋଡପତି'ର ୧୪ ତମ ସିଜିନ୍ର ସେଟ୍ରେ ଅମିତାଭଙ୍କୁ ଭେଟିଥିଲେ।
ଅବନୀ ରାଠୀ ଜଣେ ଲେଖକ, ଗୀତିକାର ଏବଂ ସଙ୍ଗୀତଜ୍ଞ ମଧ୍ୟ। ଯେତେବେଳେ ଆପଣ ତାଙ୍କ ଫେସ୍ବୁକ୍ ଆକାଉଣ୍ଟକୁ ଯିବେ ସେତେବେଳେ ଆପଣ ତାଙ୍କର ଅନେକ ଭିଡିଓ ଦେଖିବାକୁ ପାଇବେ। ୨୦୨୨ ମସିହାରେ ଅମିତାଭ ଅବନୀଙ୍କୁ ତାଙ୍କ ବ୍ଲଗ୍ରେ ଉଲ୍ଲେଖ କରିଥିଲେ।
ସେ ତାଙ୍କ ବ୍ଲଗ୍ରେ ଲେଖିଥିଲେ ଯେ ସେ ଅବନୀଙ୍କୁ ତାଙ୍କ ହାତରେ ଛୁଇଁଥିଲେ, ତାଙ୍କ ହାତକୁ ଧରିଥିଲେ ଯାହାଫଳରେ ସେ ଅନୁଭବ କରିପାରିବେ ଯେ ଅମିତାଭ ତାଙ୍କ ସହ ଅଛନ୍ତି। ଅବନୀ ସୁପର୍ଷ୍ଟାରଙ୍କୁ କହିଥିଲେ ଯେ ସେ ତାଙ୍କ ଫିଲ୍ମ ବିଷୟରେ ଜାଣିଛନ୍ତି।
ଅମିତାଭ ବ୍ଲଗ୍ରେ ଲେଖିଥିଲେ, “ଅବନୀ ୨୦୧୯ରେ ମୋ ଜନ୍ମଦିନରେ ମୋତେ ଏକ ଚିଠି ଲେଖିଥିଲେ, ଏହାର ଉତ୍ତରରେ ମୁଁ କହିଥିଲି ଯେ ମୁଁ ତୁମର ଚିଠି ପାଇଛି। ସେ ମୋତେ ମଧ୍ୟ କହିଥିଲେ ଯେ ସେ ସୋସିଆଲ ମିଡିଆରେ ମୋତେ ଫଲୋ କରୁଛନ୍ତି। ଏହା ପରେ ମୁଁ ତାଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ମଧ୍ୟ ତାଙ୍କୁ ଫଲୋ କରିବି।” ଏହା ପରେ ଅମିତାଭ ତାଙ୍କୁ ଇନ୍ଷ୍ଟା, ଫେସ୍ବୁକ୍ ଏବଂ ଟ୍ୱିଟର୍ରେ ଫଲୋ କରିଥିଲେ।
ବେଳେବେଳେ ଏସବୁ ଭଲ ଲାଗେ କିନ୍ତୁ ବେଳେବେଳେ ଏହା ଦେଖିବା ମାତ୍ରେ ମନରେ ରାଗ ଆସେ। ଆପଣ ଯଦି ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସମାଧାନ କରିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଗେମ୍ ରିକ୍ୱେଷ୍ଟ୍ ବନ୍ଦ କରିବାର ଉପାୟ।
ଫେସ୍ବୁକ୍ ଲଗ୍ଇନ୍ କରନ୍ତୁ। ଡାହାଣ ପାର୍ଶ୍ୱରେ ଦେଖାଯାଉଥିବା ତିନିଗାର ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ଏହା ପରେ 'Settings and Privacy' କୁ ଯାଆନ୍ତି ଆଉ 'Settings' ଉପରେ କ୍ଲିକ୍ କରନ୍ତୁ। ଏହା ପରେ 'Blocking' ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ 'Manage Blocking' ପୃଷ୍ଠା ଖୋଲିବ। ଏହା ପରେ 'Block Apps' ର ବିକଳ୍ପ ଦେଖାଦେବ। ଏଥିରେ ଯେଉଁ ଗେମ୍ ରିକ୍ୱେଷ୍ଟ୍କୁ ବନ୍ଦ କରିବାକୁ ଚାହାନ୍ତି ସେହି ଗେମ୍ର ନାମ ଲେଖନ୍ତୁ। ବର୍ତ୍ତମାନ ଦେଖାଯାଉଥିବା ନାମ ଉପରେ କ୍ଲିକ୍ କରିବା ମାତ୍ରେ ସେହି ଗେମ୍ ବନ୍ଦ ହୋଇଯିବ।
ଯଦି ଆପଣଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ଏହି ସମସ୍ୟ୍ୟର ସାମ୍ନା କରୁଛନ୍ତି ତେବେ ଉପରୋକ୍ତ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ ଏବଂ ‘Manage Blocking’ ପୃଷ୍ଠାକୁ ଯାଆନ୍ତୁ। 'Block Invites From' ବିକଳ୍ପ ଏହି ପୃଷ୍ଠାର ନିମ୍ନରେ ଦେଖାଯିବ। ବର୍ତ୍ତମାନ ସାମ୍ନାରେ ଦୃଶ୍ୟମାନ ହେଉଥିବା ସର୍ଚ୍ଚ ବାର୍ରେ ସାଙ୍ଗର ନାମ ଲେଖନ୍ତୁ ଏବଂ କ୍ଲିକ୍ କରନ୍ତୁ। ଏହା ପରେ ସେହି ବନ୍ଧୁ ଆପଣଙ୍କୁ ଗେମ୍ ରିକ୍ୱେଷ୍ଟ୍ ପଠାଇବାକୁ ସମର୍ଥ ହେବେ ନାହିଁ।
]]>ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ୩୯ ବର୍ଷିୟ ମାର୍କ ଜୁକରବର୍ଗଙ୍କ ଦୌନନ୍ଦିନ କାର୍ଯ୍ୟ ମଧ୍ୟ କୌଣସି ସାଧାରଣ ବ୍ୟକ୍ତିଙ୍କ ଭଳି । ଫେସବୁକ୍, ମେସେଞ୍ଜର, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ତଥା ମେସେଜିଂ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗ ଫେସବୁକରେ ଏକ ଲାଇଭ୍ ଆସି ନିଜର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ମାର୍କ ପ୍ରାୟତଃ ଫେସବୁକ୍ରେ ଲାଇଭ୍ ଆସନ୍ତି ଓ ତାଙ୍କର ଆଗ୍ରହ ଥିବା ବିଷୟରେ ଆଲୋଚନା କରନ୍ତି ।
ଫେସବୁକର ସିଇଓ ମେଟା ଲାଇଭ୍ରେ କହିଛନ୍ତି ଯେ ସେ ସକାଳ ପ୍ରାୟ ୮ଟାରେ ଉଠନ୍ତି । ସକାଳେ ଉଠିବା ପରେ ସେ କଫି କିମ୍ବା ଚା’ ପିଅନ୍ତି ନାହିଁ । କିନ୍ତୁ ତାଙ୍କ ବିଶ୍ୱସ୍ତ ସାଥୀ ଅର୍ଥାତ୍ ସ୍ମାର୍ଟଫୋନ୍ ଉଠାନ୍ତି । ଏହା ପରେ, ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆସୁଥିବା ମେସେଜ୍ଗୁଡ଼ିକୁ ଦେଖନ୍ତି - ଫେସବୁକ୍, ମେସେଞ୍ଜର ଓ ହ୍ୱାଟ୍ସଆପ୍ ଯାହା ଦ୍ୱାରା ସେ ସାରା ବିଶ୍ୱରେ ଘଟୁଥିବା କାର୍ଯ୍ୟକଳାପ ବିଷୟରେ ଅପଡେଟ୍ ରହିପାରିବେ ।
ଲାଇଭ୍ରେ ମାର୍କ ଜୁକରବର୍ଗ କହିଥିଲେ ଯେ, ‘ସେ ତାଙ୍କର ଦିନ ଆରମ୍ଭ କରିବା ପୂର୍ବରୁ ଡିଜିଟାଲ୍ ସହିତ ଲୋକଙ୍କ ସହ ଯୋଡିଥାନ୍ତି । ତେବେ ମାର୍କ ଜୁକରବର୍ଗ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍ ରୁହନ୍ତି ନାହିଁ । ନିକଟରେ ମାର୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଆଉ ଏକ ଆଗ୍ରହ ବିଷୟରେ ପ୍ରକାଶ କରିଥିଲେ । ସେ ମିକ୍ସଡ ମାର୍ଶଲ ଆର୍ଟ (MMA) ରେ ତାଲିମ ନେଉଛନ୍ତି । କେବଳ ଏତିକି ନୁହେଁ, ସେ ପ୍ରତିଦିନ କାମ କରି ୪୦୦୦ କ୍ୟାଲୋରୀ କମାନ୍ତି । ’
ଅବଶ୍ୟ, ଏହି ଲାଇଭ୍ରେ ମାର୍କ ଜୁକରବର୍ଗ ତାଙ୍କର ଅନ୍ୟ କୌଣସି ଅଭ୍ୟାସ ବିଷୟରେ ପ୍ରକାଶ କରିନଥିଲେ । ଲାଇଭ୍ରେ ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତିତ୍ୱ ମାର୍କ ଜୁଗରବର୍ଗ ମଧ୍ୟ ତାଙ୍କ ସୋସିଆଲ ମିଡିଆ କମ୍ପାନୀ ମେଟାର ଭବିଷ୍ୟତ ବିଷୟରେ ସୂଚନା ଦେଇଥିଲେ । ଏହି ଡିଜିଟାଲ୍ ଯୁଗରେ, କେବଳ ଆପଣ ନୁହଁନ୍ତି, ମାର୍କ ଜୁକରବର୍ଗଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ ସକାଳୁ ଉଠିବା ମାତ୍ରେ ନିଜ ସ୍ମାର୍ଟଫୋନ୍କୁ ଦେଖନ୍ତି ଏବଂ ସାରା ବିଶ୍ୱରେ ଘଟୁଥିବା କାର୍ଯ୍ୟକଳାପ ଉପରେ ନଜର ରଖନ୍ତି ଏବଂ ଅପଡେଟ୍ ହୋଇ ରହିଥା’ନ୍ତି ।
]]>ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍ବୁକ୍ ପରି ଆପ୍ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି । ଗୁଗୁଲ ଏବଂ ଫେସବୁକ ପରି ଆପ୍ ପିଲାମାନଙ୍କ ଦ୍ୱାରା ତଥ୍ୟ ଚୋରି କରୁଛି । ଡାଟା ପ୍ରାଇଭେସୀ କମ୍ପାନୀ ଆରକା ଏହି ସୂଚନା ଦେଇଛି ।
କମ୍ପାନୀ କହିଛି ଯେ ପିଲାମାନଙ୍କ ଆପରୁ ସଂଗୃହିତ ତଥ୍ୟ ଗୁଡ଼ିକ ଅଧାରୁ ଅଧିକ ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଳିଥିଲା । ରିସର୍ଚ୍ଚ ଅନୁସାରେ କ୍ରୀଡ଼ା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କୋଡିଂ ଏବଂ ଶିଶୁଙ୍କ ଯତ୍ନ ଭଳି ମୋଟ ୯ଟି ବର୍ଗରେ ୬୦ଟି ପିଲାଙ୍କ ଆଣ୍ଡ୍ରଏଡ୍ ବ୍ୟବହାର ଉପରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ତାଲିକାର ଶୀର୍ଷରେ ରହିଛି । ଏହି ଡାଟା ଚୋରିକୁ ହିସାବକୁ ନେଲେ ଗୁଗଲ ୩୩ ପ୍ରତିଶତ ଓ ଫେସବୁକ୍ ୨୨ ପ୍ରତିଶତ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି ।
ସେହପରି ଅନ୍ୟ କିଛି ଆପ୍ ମଧ୍ୟ ପିଲାମାନଙ୍କ ଡାଟା ଚୋରି କରୁଥିବା ସୂଚନା ଦେଇଛି ଡାଟା ପ୍ରାଇଭେସୀ କମ୍ପାନୀ ଆରକା । ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ୮୫ ପ୍ରତିଶତ ଆପ ଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଚୋରି କରିଥିବା ସୂଚନା ଦିଆଯାଇଛି । ଯାହାକି ପିଲାମାନଙ୍କ କ୍ଷେତ୍ରରେ କ୍ଷତି ଘଟାଇପାରେ ବୋଲି କୁହାଯାଉଛି ।
]]>୨୦୨୦ ଫେବ୍ରୁଆରୀ ୨୮ରେ ଗୁଗଲ ସର୍ଚ୍ଚ ଇଞ୍ଜିନ୍ ଓଡ଼ିଆ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅନୁମତି ଦେଇଥିଲା । ଯେତେବେଳେ ଜଣେ ଉପଭୋକ୍ତା ଗୁଗଲର ଫାଷ୍ଟ୍ ପେଜ୍ ଓପନ୍ କରନ୍ତି, ସେହି ସମୟରେ କିଛି ଭାଷା ସହିତ ଓଡ଼ିଆ ଭାଷାର ଅପ୍ସନ୍ ଦେଖାଇଥାଏ । ହେଲେ ସେବେଠାରୁ ଗୁଗଲ ମଧ୍ୟ ଓଡ଼ିଆ ଭାଷାକୁ ନେଇ ସେମତି କିଛି ବଡ଼ ପଦକ୍ଷେପ ଗ୍ରହଣ କରିନାହିଁ ।
ହେଲେ ବର୍ତ୍ତମାନ ମେଟା ମାଲିକାନା ଥିବା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ଧ୍ୟାନ ଦିଆଯାଇଛି । ଓଡ଼ିଆ ଭାଷା ଅନୁବାଦ ମଧ୍ୟ ହୋଇପାରୁଛି । ହେଲେ ଅନୁବାଦରେ କିଛି ସମସ୍ୟା ଦେଖିବାକୁ ମିଳୁଛି । ସବୁବେଳେ ସଠିକ୍ ଭାବେ ଅନୁବାଦ ହେଉନଥିବା ଅଭିଯୋଗ ହେଉଛି ।
ଯେହେତୁ ଗୁଗୁଲ ଏହି ପ୍ଲାଟଫର୍ମକୁ ତିଆରି କରୁଛି , ତେଣୁ ମେଟାକୁ ମଧ୍ୟ ଓଡ଼ିଆ ଭାଷାର ତାଲିମ ଦେଇଥାଏ ଗୁଗଲ । ସମାନ ବୈଶିଷ୍ଟ୍ୟ କାରଣରୁ ଫେସ୍ବୁକ୍ରେ ମଧ୍ୟ ସବୁବେଳେ ଓଡ଼ିଆ ଭାଷାର ଅନୁବାଦ ସଠିକ୍ ଆସିନଥାଏ ।
ମେଟା ପ୍ଲାଟଫର୍ମ ଗୁଡ଼ିକ ଗୁଗଲ ସହିତ ଲିଙ୍କ୍ରେ ରହିଥାଏ । ତେଣୁ ଯେତେବେଳେ କୌଣସି ଓଡ଼ିଆ ଭାଷାକୁ ସୋସିଆଲ ମିଡିଆରେ ଅନୁବାଦ କରାଯାଏ, ତାହା ପ୍ରାୟତଃ ଭୁଲ ଦେଖାଇଥାଏ । ଅଣ-ଓଡ଼ିଆ ଲୋକମାନେ ମେଟା ମାଲିକାନା ଫେସବୁକ୍ ପ୍ଲାଟଫର୍ମରେ ଅଟୋ-ଟ୍ରାନ୍ସଲେଟ୍ ଅପ୍ସନ୍ ବ୍ୟବହାର କରୁଥିବାରୁ ନାନା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ।
ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଲୋକମାନେ ଏହି ସମସ୍ୟାର ସମାଧାନ ପାଇଁ ମେଟା ମାଲିକାନା ପ୍ଲାଟଫର୍ମ ଗୁଡ଼ିକୁ ଅନୁରୋଧ କରିଛନ୍ତି । ପ୍ଲାଟଫର୍ମଗୁଡିକ ଏହି ସମସ୍ୟାଗୁଡିକର ଅସ୍ଥାୟୀ ଭାବରେ ସଂଶୋଧନ କରିପାରନ୍ତି । ତେବେ ଏହି ସମସ୍ୟା ନୂଆ ଶବ୍ଦ କ୍ଷେତ୍ରରେ ପୁନର୍ବାର ଆସିପାରେ । ଓଡ଼ିଆ ଭାଷା ସମସ୍ୟାକୁ ଦୂର କରିବା ପାଇଁ ଟେକ୍ ଜ୍ୟାଣ୍ଟମାନେ ଡାଟାବେସ୍ ଅପଗ୍ରେଡ୍ କରିବା ଏବଂ AI ପ୍ରୋଗ୍ରାମ ପାଇଁ ଭାଷା ପ୍ରଶିକ୍ଷଣରେ ଉନ୍ନତି ଆଣିବା ଆବଶ୍ୟକ ବୋଲି କହିଛନ୍ତି ।
]]>ବଜାରକୁ ଆସିଲା ନୂଆ ଆପ୍ ଥ୍ରେଡ୍ସ। ଇନଷ୍ଟାଗ୍ରାମ୍ ବେସଡ୍ ଏହି ଆପର ଟ୍ୱିଟର ସହ ବେଶ ସାମଞ୍ଜସ୍ୟ ରହିଛି। ମେଟା ସିଇଓ ମାର୍କ ଜୁକରବର୍ଗ ଭାରତ ସମେତ ଶହେରୁ ଅଧିକ ଦେଶରେ ଏହି ଆପକୁ ଲଞ୍ଚ୍ କରାଇଛନ୍ତି। ଲଞ୍ଚ କରୁକରୁ ବେଶ ଲୋକପ୍ରିୟତା ହାସଲ କରିସାରିଲାଣି ଥ୍ରେଡ୍ସ। ଲଞ୍ଚ ହେବାର ମାତ୍ର ୭ ଘଣ୍ଟା ଭିତରେ ୧ କୋଟି ଲୋକେ ଏଥିରେ ସାଇନ୍ ଅପ୍ କରିସାରିଲେଣି। କୁହାଯାଉଛି ଏହା ଟ୍ୱିଟରକୁ ଦେବ ଟକ୍କର।
ଏଲନ ମସ୍କଙ୍କ ପାଇଁ ଚିନ୍ତା ବଢ଼ାଇଲେ ମାର୍କ ଜୁକରବର୍ଗ। ଟ୍ୱିଟରକୁ ଟକ୍କର ଦେବାକୁ ଲଞ୍ଚ କଲେ ନୂଆ ଆପ୍ ଥ୍ରେଡ୍ସ। ଲଞ୍ଚ୍ କରୁ କରୁ ବେଶ୍ ଲୋକପ୍ରିୟକତା ହାସଲ କରିସାରିଲାଣି ମେଟାର ନୂଆ ଆପ୍ ଥ୍ରେଡ୍ସ। ଭାରତ ସମେତ ଶହେରୁ ଅଧିକ ଦେଶରେ ଏହି ଆପକୁ ଲଞ୍ଚ କରିଛନ୍ତି ମେଟା ସିଇଓ ତଥା ଫେସବୁକ ଓ ଇନଷ୍ଟାଗ୍ରାମ ମୁଖ୍ୟ ମାର୍କ ଜୁକରବର୍ଗ। କୁହାଯାଉଛି ଏହି ଆପ୍ ଟ୍ୱିଟର ପାଇଁ ଅଡୁଆ ବଢ଼ାଇପାରେ। କାହିଁକି ନାଁ ଏହି ଆପ୍ ଲଞ୍ଚ୍ ହେବାର ମାତ୍ର ୪ ଘଣ୍ଟା ଭିତରେ ୫ ମିଲିୟନ ବା ୫୦ ଲକ୍ଷ ଏବଂ ୭ ଘଣ୍ଟା ଭିତରେ ୧ କୋଟି ଲୋକ ସାଇନ୍ ଅପ୍ କରିସାରିଛନ୍ତି।
ମେଟା ସିଇଓ ମାର୍କ ଜୁକରବର୍ଗ ପ୍ରଥମ ପୋଷ୍ଟ କରି କହିଥିଲେ, ଥ୍ରେଡ୍ସ ପ୍ରଥମ ୨ ଘଣ୍ଟାରେ ୨୦ ଲକ୍ଷ ସାଇନ ଅପ୍ ପାଇସାରିଛି। ତେବେ ଥ୍ରେଡ୍ସ ଟ୍ୱିଟର ଠାରୁ ଅଧିକ ବ୍ୟାପକ ହୋଇପାରିବ କି ବୋଲି ପଚାରାଯିବାରୁ ଜୁକରବର୍ଗ କହିଛନ୍ତି, ଏଥିଲାଗି କିଛି ସମୟ ଲାଗିବ। କିନ୍ତୁ ମୋତେ ଲାଗୁଛି ୧ ଆରବ ଲୋକଙ୍କ ସହ ସାର୍ବଜନୀନ କଥାବାର୍ତ୍ତା ଲାଗି ଏକ ଆପ୍ ରହିବା ଆବଶ୍ୟକ। ଟ୍ୱିଟର ପାଖରେ ଏଭଳି କରିବାର ଅବସର ଥିଲା। ମାତ୍ର ଟ୍ୱିଟର ତାହା କରିପାରିନାହିଁ। ଆଶା କରୁଛୁ ଆମେ ତାହା କରି ଦେଖାଇବୁ ବୋଲି ଜୁକରବର୍ଗ କହିଛନ୍ତି।
କଥାବାର୍ତ୍ତା ଲାଗି ଥ୍ରେଡ୍ସକୁ ସଂପୂର୍ଣ୍ଣ ଭାବେ ଖୋଲାଖୋଲି ଏବଂ ବନ୍ଧୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଦର୍ଶାଇଛନ୍ତି ଜୁକରବର୍ଗ। ଇନଷ୍ଟାଗ୍ରାମର ସବୁଠୁ ଭଲ ଅଂଶ ନେଇ ଏକ ନୂଆ ଅନୁଭବ ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ଜୁକରବର୍ଗ କହିଛନ୍ତି। ଏଥିଲାଗି ଦୀର୍ଘ ଦିନ ଧରି ମେଟା କାମ ଚଳାଇଥିଲା। ସେହିପରି ଆପ୍ ଲଞ୍ଚ ପରେ ଜୁକରବର୍ଗ ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ଏହି ସେହି ଭବିଷ୍ୟତ ଅଟେ, ଯାହା ଆପଣ ଦେଖିବାକୁ ଚାହାନ୍ତି, ତେବେ ଆଶା ଅଛି ଆପଣ ଆମ ସହ ଯୋଡ଼ିହେବେ। କାହିଁକିନା ଭବିଷ୍ୟତ ଆପଣଙ୍କ କଳ୍ପନା ବାହାରେ ହେବାକୁ ଯାଉଛି ବୋଲି ଜୁକରବର୍ଗ କହିଛନ୍ତି।
— Mark Zuckerberg (@finkd) July 6, 2023
ଏପଟେ ୧୧ ବର୍ଷ ଧରି ଟ୍ବିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି । ଜୁକରବର୍ଗ ଆଜି ଏକ ଫଟୋ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଦୁଇ ଜଣ ସ୍ପାଇଡର ମ୍ୟାନ୍ ନଜର ଆସୁଛନ୍ତି। ଏଭଳି ଫଟୋ ଜରିଆରେ ସେ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଟ୍ରୋଲ କରିଥିବା କୁହାଯାଉଛି। ଜୁକରବର୍ଗ ୨୦୦୯ ମସିହାରୁ ଟ୍ୱିଟର ଜଏନ କରିଥିଲେ ମଧ୍ୟ ଦୀର୍ଘ ସମୟ ଧରି ସେ ଟ୍ୱିଟରରେ ଆକ୍ଟିଭ୍ ନଥିଲେ। ୧୮ ଜାନୁଆରୀ ୨୦୧୨ରେ ସେ ଶେଷ ଟ୍ୱିଟ୍ କରିଥିଲେ।
ଏହା ପରେ ଆଜି ସେ ଏହି ଟ୍ବିଟ୍ କରିଛନ୍ତି। ଅନ୍ୟପକ୍ଷରେ ମସ୍କ ସିଧାସଳଖ କୌଣସି ପ୍ରତିକ୍ରିୟା ରଖିନଥିଲେ ବି, ଥ୍ରେଡ୍ସ ଆପ୍ ସଂପୂର୍ଣ୍ଣ ଭାବେ କପି କରାଯାଇଛି ବୋଲି ଜଣେ ୟୁଜର ପୋଷ୍ଟ କରିଥିବା ମିମ୍ ତଳେ ଏକ ହସର ଇମୋଜି ରିପ୍ଲାଏ ଦେଇଛନ୍ତି।
]]>ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ । ତେବେ ଜାଣିନିଅନ୍ତରୁ ଏହି ୪ଟି ଟିପ୍ସ ।
୧. ଯଦି ଆପଣ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଫଲୋର୍ସ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟ୍ରେଣ୍ଡ ଅନୁଯାୟୀ ଭିଡିଓ ଏବଂ ରିଲ୍ସ ପ୍ରସ୍ତୁତ କରିବାକୁ ପଡ଼ିବ । ଟ୍ରେଣ୍ଡ ଅନୁସାରେ ଭିଡିଓ କଲେ ଆପଣ ଆପଣଙ୍କ ଫଲୋର୍ସ ବଢ଼ାଇପାରିବେ ।
୨. ଯଦି ଆପଣ ବାରମ୍ବାର ଭିଡିଓ ପୋଷ୍ଟ କରିବା ପରେ ମଧ୍ୟ ଫଲୋର୍ସ ବଢ଼ୁନାହାନ୍ତି ତେବେ ଆପଣ କେବେ ବି ଭିଡିଓ ପୋଷ୍ଟ କରିବା ବନ୍ଦ କରନ୍ତୁନାହିଁ । କାରଣ କେତେବେଳେ ବି ଆପଣଙ୍କ ଫଲୋର୍ସ ବଢ଼ିବାର ସମ୍ଭାବନା ରହିଥାଏ ।
୩. ଆପଣ ପ୍ରସ୍ତୁତ କରୁଥିବା ଭିଡିଓର ହ୍ୟାସଟ୍ୟାଗ ଦିଅନ୍ତୁ । କାରଣ ଭିଡିଓ ହେଉ କି ରିଲ୍ସ ହ୍ୟାସଟ୍ୟାଗ ଦେବା ଜରୁରୀ । ହ୍ୟାସଟ୍ୟାଗ ଦେବା ସମୟରେ ହ୍ୟାସଟ୍ୟାଗଗୁଡ଼ିକ ଟ୍ରେଣ୍ଡ କରୁଛି କି ନାହିଁ ତାହା ମଧ୍ୟ ଦେଖିନେବା ଜରୁରୀ । ଯାହା ଦ୍ୱାରା ଆପଣ ଲାଭ ପାଇପାରିବେ ।
୪. ଇନଷ୍ଟାଗ୍ରାମ ହେଉ କିମ୍ବା ଫେସବୁକରେ ଆପଣ ଲାଇଭ୍ ଯାଇପାରିବେ । ଲାଇଭ୍ରେ ଯାଇ କୌଣସି ବିଷୟବସ୍ତୁ ଉପରେ ଆଲୋଚନା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲାଇଭ୍ରେ ଲୋକମାନେ ଅଂଶଗ୍ରହଣ କରିବେ । ଆଉ ଆପଣଙ୍କ ଆଇଡି ଲୋକଙ୍କ ନିକଟରେ ପହଞ୍ଚିବା ସହ ଫଲୋର୍ସ ବଢ଼ିପାରିବେ ।
]]>ସୂଚନା ମୁତାବକ ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।
ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ହେମାନ୍ତ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ଫଳରେ ଯାହାକୁ ନେଇ ସାନା ଉଦାସୀନତା ରହୁଥିଲେ । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହେଉଥିଲା ।
ହେଲେ ମଙ୍ଗଳବାର ଦିନ ହେମନ୍ତ ସାନାଙ୍କୁ ଡାକି କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ସାନା ଆତ୍ମହତ୍ୟା କରିବା ସହ ଶାଶୁଘର ପରିବାର ଉପରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ସେ କହିଛନ୍ତି, ହେମନ୍ତ ସାନାଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ହଇରାଣ କରାଯାଉଥିଲା ।
ଯାହାକୁ ନେଇ ପୋଲିସ ତଦନ୍ତ କରିବା ସହ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଇପିସି ଧାରା ୩୦୬ ଏବଂ ୪୯୮-ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।
]]>ଗୁଗୁଲ ଭଳି ଫେସ୍ବୁକ୍ରେ ବି ଏମିତି କିଛି ସେଟିଂ ରହିଛି, ଯାହାକି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆପେ ଆପେ ସବୁ କିଛି ଡିଲିଟ୍ ହୋଇଯିବ । ଯେମିତିକି ସବୁ ପୋଷ୍ଟ, ଫଟୋ, ପ୍ରୋଫାଇଲ ଫଟୋ ଏବଂ ଆକାଉଣ୍ଟ ମଧ୍ୟ ଡିଲିଟ୍ ହୋଇଯିବ । ଆପଣଙ୍କ ମୃତ୍ୟୁ ପରେ ଫେସ୍ବୁକ୍ ଆପଣଙ୍କ ସମସ୍ତ ତଥ୍ୟ ଡିଲିଟ୍ କରରିଦେବ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ବ୍ୟକ୍ତିର ମୃତ୍ୟୁ ହେଲା କି ନାହିଁ, ତାହା ଫେସ୍ବୁକ୍ କେମିତି ଜାଣିବ । ତେବେ ଏହାର ଉତ୍ତର ହେଲା, ଯେତେବେଳେ ଆପଣଙ୍କ ବନ୍ଧୁ ବା ସାଙ୍ଗସାଥି ଆପଣଙ୍କ ମୃତ୍ୟୁ ହୋଇଥିବା ନେଇ ଫେସ୍ବୁକ୍ ୱାଲ୍ରେ ଖବର କିମ୍ବା ପୋଷ୍ଟ କରନ୍ତି, ତେବେ ସେଥିରୁ ହିଁ ଫେସ୍ବୁକ୍ ଜାଣିପାରେ ।
ଯଦି କେହି ବ୍ୟକ୍ତି ନିଜ ଫେସ୍ବୁକ୍ ଆକାଉଣ୍ଟକୁ ସବୁଦିନ ପାଇଁ ସ୍ମୃତି ଭାବେ ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଫେସ୍ବୁକ୍ରେ ଭିନ୍ନ ସେଟିଂ ରହିଛି । ଜମିବାଡ଼ି ପାଇଁ ଯେଭଳି ଉତ୍ତରାଧିକାରୀ ଥାନ୍ତି, ଠିକ୍ ସେହିଭଳି ଆପଣଙ୍କ ଫେସ୍ବୁକ୍ ଆକାଉଣ୍ଟର ମଧ୍ୟ ଉତ୍ତରାଧିକାରୀ ରହିପାରିବେ । ଏଭଳି ଏକ ସୁବିଧା ରଖିଛି ଫେସ୍ବୁକ୍ । ସେଟିଂକୁ ଯାଇ ଆପଣ ମେମୋରିଆଲ ମଧ୍ୟ ଅନ୍ କରିପାରିବେ ।
କେମିତି ଅନ୍ କରିବେ ମେମୋରିଆଲ ?
୧. ପ୍ରଥମେ ଆପଣ ଫେସ୍ବୁକ୍ ଆପ୍କୁ ଯାଆନ୍ତୁ ।
୨. ପରେ ଡାହାଣ ପାଖ ଉପରେ ଥିବା ନିଜ ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରନ୍ତୁ ।
୩. ପରେ ସେଟିଂ ଏବଂ ପ୍ରାଇଭେସିକୁ ଯାଇ ସେଟିଂ ଉପରେ କ୍ଲିକ୍ କରନ୍ତୁ ।
୪. ପରେ ଆକ୍ସେସ୍ ଆଣ୍ଡ କଣ୍ଟ୍ରୋଲ ଉପରେ କ୍ଲିକ୍ କରନ୍ତୁ ।
୫. ତାପରେ ମେମୋରାଲାଇଜ୍ ସେଟିଂକୁ ଯାଆନ୍ତୁ ।
୬. ଶେଷରେ Choose Legacy Contacts ସିଲେକ୍ଟ କରି ସମ୍ପୂର୍ଣ୍ଣ ପ୍ରୋସିଜିଓର ଫଲୋ କରନ୍ତୁ ।
ତାପରେ ଫେସ୍ବୁକ୍ ୟୁଜର ଜଣକ ଏଠାରେ ଏମିତି ବ୍ୟକ୍ତିଙ୍କୁ ଆଡ୍ କରିବେ ଯିଏ କି ତାଙ୍କ ପରେ ଏହି ଫେସ୍ବୁକ୍ ମ୍ୟାନେଜ କରିବେ ।
ଆକାଉଣ୍ଟ ଡିଲିଟ୍ ପାଇଁ କ’ଣ କରିବେ ?
ଯଦି ଉପଭୋକ୍ତା ଚାହୁଁ ନାହାଁନ୍ତି ଯେ ତାଙ୍କ ଫେସବୁକ୍ ପେଜ୍ ଏକ ସ୍ମୃତି ଭାବରେ ରହୁ, ତେବେ ସେ ଏହାକୁ ସ୍ଥାୟୀ ଭାବରେ ଡିଲିଟ୍ କରିବାର ବିକଳ୍ପ ମଧ୍ୟ ଚୟନ କରିପାରିବେ । ଫେସବୁକ୍ ସେଟିଂ ଅନୁଯାୟୀ, ଫେସବୁକ୍ ଉପଭୋକ୍ତାଙ୍କର ମୃତ୍ୟୁ ହୋଇଛି ବୋଲି କେହି ବି ଯଦି କିଛି ଏନେଇ ପୋଷ୍ଟ କରନ୍ତି ତେବେ ଆକାଉଣ୍ଟ ଡିଲିଟ୍ ହୋଇଯିବ । ଅର୍ଥାତ୍ କମ୍ପାନୀ ପକ୍ଷରୁ ତୁରନ୍ତ ଉପଭୋକ୍ତାଙ୍କର ଫଟୋ, ପୋଷ୍ଟ, କମେଣ୍ଟ ଆଦି ଡିଲିଟ କରି ଦିଆଯିବ ।
୧. ପ୍ରଥମେ ଆପଣ ଫେସ୍ବୁକ୍ ଆପ୍କୁ ଯାଆନ୍ତୁ ।
୨. ପରେ ଡାହାଣ ପାଖ ଉପରେ ଥିବା ନିଜ ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରନ୍ତୁ ।
୩. ପରେ ସେଟିଂ ଏବଂ ପ୍ରାଇଭେସିକୁ ଯାଇ ସେଟିଂ ଉପରେ କ୍ଲିକ୍ କରନ୍ତୁ ।
୪. ପରେ ଆକ୍ସେସ୍ ଆଣ୍ଡ କଣ୍ଟ୍ରୋଲ ଉପରେ କ୍ଲିକ୍ କରନ୍ତୁ ।
୫. ତାପରେ ମେମୋରାଲାଇଜ୍ ସେଟିଂକୁ ଯାଆନ୍ତୁ ।
୬. ଏହାପରେ Delete after death ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
]]>ଅଙ୍କିତ କୁମାର ଶନିବାର ଦିନ ବିହାରର ଅଯୋଧ୍ୟାପୁରୀ ସ୍ଥିତ ଏକ ଘରେ ନିଜକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଯେଉଁ ପିସ୍ତଲରେ ସେ ନିଜର ପ୍ରେମିକା ନିବେଦିତା ଓରଫ୍ ଖୁସିଙ୍କୁ ଗୁଳି ମାରିଥିଲେ, ସେହି ପିସ୍ତଲ୍ରେ ନିଜ ଉପରକୁ ଗୁଳି ଚଳାଇଛନ୍ତି । ନିବେଦିତାର ହତ୍ୟା ମାମାଲାରେ ଅଭିଯୁକ୍ତ ଅଙ୍କିତ୍କୁ ଗିରଫ କରିବା ପାଇଁ ବିହାରର ନୱାଡା ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ୍ । ହେଲେ ତା’ର କୌଣସି ପତ୍ତା ମିଳିନଥିଲା ।
ଅଙ୍କିତ କୁମାର, ଅରଗୋଡ଼ାରେ ଏକ ଭଡା ଘର ରହୁଥିଲା । ଅଙ୍କିତ ଏବଂ ନିବେଦିତା ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ହେଲେ କ’ଣ ହେଲା କେଜାଣି ନିବେଦିତା ଦୁଇ ମାସ ଧରି ଅଙ୍କିତଙ୍କ ସହ କଥାବାର୍ତ୍ତା ହେଉନଥିଲେ । ଏଥିରେ ରାଗିଯାଇ ଅଙ୍କିତ ଏପରି କାଣ୍ଡ ଘଟାଇଥିଲା ।
ନିବେଦିତା ଅରଗୋଡ଼ା ଥାନା ଅନ୍ତର୍ଗତ ପଟେଲ ଚକ୍ ନିକଟରେ ଏକ ହଷ୍ଟେଲରେ ରହୁଥିଲେ । ତାଙ୍କ ପ୍ରକୃତ ଘର ବିହାରର ନବାଦା ଜିଲ୍ଲାରେ । ସନ୍ଧ୍ୟାରେ ସେ ତାଙ୍କ ସାଙ୍ଗ ସହିତ ଜଳଖିଆ ଖାଇବାକୁ ଯାଇଥି ଫେରୁଥିବା ବେଳେ ଅଧ ରାସ୍ତାରେ ତାଙ୍କୁ ଗୁଳି ମାରିଥିଲା ଅଙ୍କିତ । ଆଉ ସେ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ତାଙ୍କ ସାଙ୍ଗ ମଧ୍ୟ ଗୁରୁତର ଭାବରେ ଆହତ ହୋଇଥିଲେ । ଆଉ ଏବେ ଅଭିଯୁକ୍ତ ପ୍ରେମିକ ମଧ୍ୟ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛି ।
]]>ସୂଚନାଯୋଗ୍ୟ, ଫେସ୍ବୁକ୍ ପକ୍ଷରୁ ଆକାଉଣ୍ଟ ଭାରିଫାଏଡ୍ କରିବା ପାଇଁ ବା ନିଜ ନାଁ ଶେଷରେ ବ୍ଲୁ-ଟିକ୍ ଲଗାଇବା ପାଇଁ ଅନେକ ସୋପାନ ରଖାଯାଇଛି । ସେହି ସବୁ ସୋପାନ ଅତିକ୍ରମ କରିବା ସହ, ଆବଶ୍ୟକ ମୁତାବକ ତଥ୍ୟ ଦେବା ପରେ ବ୍ଲୁ-ଟିକ୍ ହାସଲ ହୋଇଥାଏ । ତେବେ ସବୁଠାରୁ ବଡ଼ କଥା ହେଲା, ଫେସ୍ବୁକ୍ର ଏହି ପ୍ରଣାଳି ଖୁବ୍ ପୁରୁଣା । ଯାହାର ଫାଇଦା ନେଉଛନ୍ତି ଦୁର୍ବୃତ୍ତ । ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍ବୁକ୍ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜାତୀୟ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ସେଥିରେ ସେହିଭଳି ଏକ ଫେକ୍ ଫେସ୍ବୁକ୍ ଆକାଉଣ୍ଟର ଉଦାହରଣ ଦିଆଯାଇଛି । ଆଉ ସେହି ଆକାଉଣ୍ଟଟି କୌଣସି ଯୁବକ କିମ୍ବା ଯୁବତୀଙ୍କ ନାଁରେ ନାହିଁ । କିମ୍ବା କୌଣସି ସେଲିବ୍ରିଟି ବା ନେତା ମନ୍ତ୍ରୀଙ୍କ ନାଁରେ ବି ନାହିଁ । ଏମିତିକି କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ନାଁରେ ସେହି ନକଲି ଫେସ୍ବୁକ୍ ଆକାଉଣ୍ଟ ନାହିଁ ।
ସେହି ନକଲି ଫେସ୍ବୁକ୍ ଆକାଉଣ୍ଟଟି ଖୋଦ୍ ଫେସ୍ବୁକ୍ର ମୂଳ ସଂସ୍ଥା ମେଟା ନାଁରେ ଖୋଲାଯାଇଛି । ଏହି ଆକାଉଣ୍ଟ ହେଉଛି Meta Ads । ଦେଖିବାକୁ ଅବିକଳ ମେଟା ଭଳି । ଏହାର ଲେଖା ଶୈଳି ମଧ୍ୟ ଠିକ୍ ଅଫିସିଆଲ ଆକାଉଣ୍ଟ ଭଳି । ଏଥିରେ ଯେଉଁ ଫଟୋଟି ପୋଷ୍ଟ କରାଯାଇଛି, ତାହା ମଧ୍ୟ ଫେସ୍ବୁକ୍ ବା ମେଟାର ପରିଚୟ ଦେଉଛି ।
ଏହି ନକଲି Meta Ads ଯେଉଁ ପୋଷ୍ଟ କରିଛି ସେଥିରେ ଏକ ଲିଙ୍କ୍ ରହିଛି, ଆଉ ଏଭଳି ଢ଼ଙ୍ଗରେ ଲେଖାଯାଇଛି, ଯେକେହିବି ତାକୁ ସହଜରେ ବିଶ୍ୱାସ କରିବ । ଆଉ ସେହି ଲିଙ୍କ୍ରେ କ୍ଲିକ୍ କରିବ । ସେହି ଲିଙ୍କ୍ରେ କ୍ଲିକ୍ କରିବା ମାତ୍ରେ ଆପଣ ଫସିଯିବେ । ତୁରନ୍ତ ଆପଣଙ୍କ ମୋବାଇଲ କିଛି ସମୟ ପାଇଁ ଅକାମି ହେବ । ଆଉ ତାପରେ ଆପଣଙ୍କୁ ମୋବାଇଲ ଠିକ୍ କରିବାକୁ ଏମିତି କିଛି ମେସେଜ୍ ଆସିବ ଯାହାକୁ ଆପଣ ପୁଣି ବିଶ୍ୱାସ କରିବାକୁ ବାଧ୍ୟ ହେବେ, ଆଉ ସେଥିରେ କ୍ଲିକ୍ କରିବେ । ଏହାପରେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯିବ । ତାପରେ ଆପଣଙ୍କ ମୋବାଇଲରୁ ଚୋରି ହେବ ତଥ୍ୟ ।
ମେଟା ନାଁରେ ଖୋଲାଯାଇଥିବା ଫେସ୍ବୁକ୍ ଆଇଡି କାହାର, ତାହା ଏବେ ସୁଦ୍ଧା ଜଣାପଡ଼ି ନଥିବା ରିପୋର୍ଟରେ କୁହାଯାଇଛି ।
ତେବେ ଯେକୌଣସି ବ୍ୟକ୍ତି ଆବଶ୍ୟକ ତଥ୍ୟ ଦେଇ ଫେସ୍ବୁକ୍ରେ ନିଜ ଆଇଡି ଭେରିଫାଏଡ କରିପାରିବେ, ତାହା ଏବେ ସମସ୍ତ ଜାଣନ୍ତି । ଠିକ୍ ସେମିତି ଜଣେ ହ୍ୟାକର ଭେରିଫାଏଡ୍ ଆକାଉଣ୍ଟ ହ୍ୟାକ କରି ତାକୁ ଚଲାଇପାରିବେ । ଆଉ ଯେକୌଣସି ନାଁରେ ଆଇଡି ଖୋଲି ତାକୁ ଭେରିଫାଏଡ କରିପାରିବେ ।
୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଟ୍ରମ୍ପଙ୍କ ଫେସ୍ବୁକ୍ରେ ୩୪ ମିଲିୟନ ଫଲୋର୍ସ ଓ ୟୁଟ୍ୟୁବରେ ୨.୬ ମିଲିୟନ ସବ୍ସ୍କ୍ରାଇବର୍ସ ଅଛନ୍ତି। ସୂଚନାଥାଉ କି, ୨ ବର୍ଷ ପୂର୍ବେ ଆମେରିକାର କ୍ୟାପିଟାଲ (ଆମେରିକାର ସଂସଦ)ରେ ହୋଇଥିବା ଦଙ୍ଗାକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଫେସ୍ବୁକ୍ ଆକାଉଣ୍ଟ ଉପରେ ବ୍ୟାନ୍ ଲଗାଯାଇଥିଲା।ଡୋନାଲ୍ଡ ଟ୍ରମ୍ପ ଦଙ୍ଗାକୁ ଉତ୍ସାହିତ କରିବା ଭଳି ପୋଷ୍ଟ କରିଥିବା କହିଥିଲା ସୋସିଆଲ ମିଡିଆ କମ୍ପାନୀ।
ସୂଚନାଥାଉ କି, ୨୦୨୧ ମସିହା, ଜାନୁଆରୀ ୬ରେ ଆମେରିକାର ସଂସଦ ପରିସରରେ ହୋଇଥିବା ହିଂସା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଆକାଉଣ୍ଟକୁ ଫେସ୍ବୁକ୍ ବ୍ଲକ୍ କରିଥିଲା। ଜାଣିଶୁଣି ସମର୍ଥକଙ୍କୁ ଉସ୍କାଇବା ଅଭିଯୋଗରେ, ହିଂସା ଉପୁଜିଥିବା ଅଭିଯୋଗ ହୋଇଥିଲା।
]]>
ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ସୂଚନା ଅନୁସାରେ ଦ୍ୱିତୀୟଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି । କମ୍ପାନୀ ପକ୍ଷରୁ ଏମିତି ଘୋଷଣା କରାଯାଇଥିବା ବେଳେ ପ୍ରାୟ ୫ଶହ ଅତିରିକ୍ତ ପଦବୀ ବନ୍ଦ କରାଯିବା ନେଇ କୁହାଯାଇଛି ।
ଛଟେଇକୁ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମେଟା ୧୦ହଜାର କର୍ମଚାରୀ କମାଇବାକୁ ଚାହୁଁଛି । ତାହାସହ ୫ଶହ ଅତିରିକ୍ତ ପଦବୀ ବନ୍ଦ କରିବାକୁ ଇଚ୍ଛୁକ ଅଛି । ଅନେକ ପ୍ରକାରର କାରଣ ଯୋଗୁ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ମାତ୍ର ୪ ମାସ ପୂର୍ବରୁ ମେଟା ତାର କର୍ମଚାରୀଙ୍କୁ ଛଟେଇ କରିଥିଲା । ପ୍ରଥମ ଛଟେଇରେ ପ୍ରାୟ ୧୧ ହଜାର କର୍ମଚାରୀ ଚାକିରି ହରାଇଥିଲେ । ଏବେ ପୁଣି ଥରେ ୧୦ ହଜାର ଛଟେଇ ହେବାକୁ ଯାଉଥିବାରୁ ବଢିଛି ଚିନ୍ତା ।
]]>ମଣ୍ଟୁ ବାବୁ ଲେଖିଛନ୍ତି- ''ଏହି ନାଟକ ସମୟରେ ଗୋପାଳକୁ ଖାଲି ବନ୍ଧୁକ ନଦେଇ ୬ ରାଉଣ୍ଡ ଗୁଳି ଭର୍ତ୍ତି ବନ୍ଧୁକଟିଏ ଦେଇଥିଲେ, ସମଗ୍ର ମନୁଷ୍ୟ ସମାଜ ତଥା ୩୩ କୋଟି ଦେବାଦେବୀ ମଂଚ ଉପରେ ନାଟକ ଦେଖି ଖୁସି ହେଇଥାନ୍ତେ।''
ସେହିପରି ବଳରାମ ସାହୁ ଲେଖିଛନ୍ତି- ''କଣ ଫିଲ୍ମ ସୁଟିଂ ହେଉଛି....ଏହା ବୋଧେ ଅରୁଣ ବୋଥ୍ରାଙ୍କ ଡିରେକ୍ସନରେ ଚାଲିଛି। ଆଉ ଏଥିରେ ନବୀନ ପଟ୍ଟନାୟକ ପ୍ରଡ୍ୟୁସର, ଗୋପାଳ ହିରୋ, ଆଉ ଭିଲେନ୍ ନବ ଦାସ।''
ସେହିପରି ସଂଜିତ ସାମଲ ଛୋଟିଆ କମେଣ୍ଟଟିଏ ଦେଇ ଲେଖିଛନ୍ତି- ''କୋଣାର୍କ ଗଣନାଟ୍ୟ।''
ସତ୍ୟରଂଜନ ଏକ ରୋଚକ କମେଣ୍ଟ ଦେଇ ଲେଖିଛନ୍ତି- ''ଓଡ଼ିଶା ପୋଲିସର ତଦନ୍ତ ଦେଖିଲେ ଆମେ ପିଲାବେଳେ ଗାଁରେ ଯେଉଁ ଚୋର ପୋଲିସ୍ ଖେଳ ଖେଳୁ, ମନେ ପଡ଼ିଯାଉଛି।''
ଜଣେ ଫେସବବୁକ୍ ୟୁଜର୍ସ ଲେଖିଛନ୍ତି- ''ଗୋପାଳକୁ ଆଉଜଣେ ମନ୍ତ୍ରୀଙ୍କୁ ଦିଅ, ଭଲ ଡେମୋ କରି ଦେଖାଇବ।''
ଆଉ ଜଣେ ଲେଖିଛନ୍ତି- ''ଓଃ ଓଡିଶା କ’ଣ ନଦେଖିଲା। ଦିଲ୍ ସେ ସାଲ୍ୟୁଟ ଗୋପାଳ ବାବୁ।''
ଆଉ ଜଣେ ୟୁଜର୍ସ ଲେଖିଛନ୍ତି- ''ଘଟଣାରେ ପ୍ରକୃତରେ ଦୋଷୀ କିଏ ତାହା ଏଯାଏଁ ଜଣାପଡିନି। କିନ୍ତୁ ମିଡିଆରେ ହାଇଲାଇଟ୍ ହେବା ପରେ, ନୂଆ କାହାଣୀ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗୋପାଳ। ପୁଣି ଆଉ ଜଣେ ବିଜେଡି ସରକାରକୁ ଟାର୍ଗେଟ୍ କରି ଲେଖିଛନ୍ତି- କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ।''
ଦର୍ଶକବନ୍ଧୁ, ସୋସିଆଲ୍ ମିଡିଆ ହେଉଛି, ସାଧାରଣ ଲୋକଙ୍କ ଖବର କାଗଜ ଓ ଟିଭି। ଏଠି ସେମାନେ ହେଉଛନ୍ତି ସାମ୍ବାଦିକ, ସେମାନେ ବି ପାଠକ। କୌଣସି ଚର୍ଚ୍ଚିତ ଘଟଣାକୁ ନେଇ ତଳ ସ୍ତରରେ ଥିବା ସାଧାରଣ ଲୋକ କଣ ଭାବୁଛନ୍ତି, ତାହା ଏଇଠୁ ହିଁ ଜଣାପଡ଼ି ଯିବ।
]]>ବିଗତ ୧୮ ବର୍ଷର କମ୍ପାନୀ ଇତିହାସରେ ମେଟା ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଏଇବର୍ଷ ଚାକିରିରୁ ଛଟେଇ କରିବାକୁ ଯାଉଛି । ତେବେ ଏହି ନିଷ୍ପତ୍ତି ଅତି କଠୋର ଏବଂ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା କର୍ମଚାରୀଙ୍କ ପାଇଁ ସେ ଅତ୍ୟନ୍ତ ଦୁଃଖିତ ବୋଲି ତାଙ୍କ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛନ୍ତି ।
ମାର୍କ୍ ଜୁକରବର୍ଗ ଛଟେଇର କାରଣ ସମ୍ପର୍କରେ ଜୁକରବର୍ଗ କହିଛନ୍ତି ଯେ, କୋଭିଡ୍ ମହାମାରୀ ବେଳେ ଇ କମର୍ସ ଓ ୱେବ୍ ଟ୍ରାଫିକରେ ବୃଦ୍ଧି ତାଙ୍କ ବ୍ୟବସାୟ ପରିସରକୁ ଅଧିକ ବଢାଇବ ବୋଲି ଅାକଳନ କରାଯାଉଥିଲା । କିନ୍ତୁ ବଜାରରେ ପ୍ରତିଯୋଗିତା ଓ ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ବିଜ୍ଞାପନ ଆସିବା କମିଯିବା ହେତୁ ଆଶାତୀତ ଭାବେ ରାଜସ୍ୱ ହ୍ରାସ ପାଇଛି । ତେଣୁ ସେ ଏଭଳି ଭୁଲ ନିଷ୍ପତ୍ତି ନେବାକୁ ଯାଉଥିବା ଜୁକରବର୍ଗ ସ୍ପଷ୍ଟୀକରଣ ରଖିଛନ୍ତି ।
]]>ପ୍ରକାଶିତ ରିପୋର୍ଟ ଅନୁସାରେ, ବୁଧବାର ସୁଦ୍ଧା ଛଟେଇ ହୋଇପାରେ। ଚଳିତ ସପ୍ତାହରେ କୌଣସି ଅନ୍ୟାବଶ୍ୟକ ଯାତ୍ରା(Non-essential travel) ନକରିବା ପାଇଁ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁସାରେ, ଏନେଇ ମେଟାର ପ୍ରବକ୍ତା ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।
ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ସେପ୍ଟେମ୍ବରରେ ଛଟେଇ ନେଇ ଯୋଜନା କରିଥିଲେ। ୨ଟି ମୁଖ୍ୟ ପ୍ଲାଟ୍ଫର୍ମ ଫେସ୍ବୁକ୍ ଓ ଇନଷ୍ଟାଗ୍ରାମର ଅଭିବୃଦ୍ଧି ମନ୍ଥର ହେବାପରେ ପୁଣିଥରେ ସଂଗଠନକୁ ମଜବୁତ୍ ଓ କାର୍ଯ୍ୟବଳକୁ ହ୍ରାସ କରିବା ଇତ୍ୟାଦି ଏହି ଯୋଜନାରେ ସାମିଲ ଥିଲା। ସେହି ସମୟରେ ଜୁକରବର୍ଗ କହିଥିଲେ ଯେ, ଚଳିତ ବର୍ଷ ତୁଳନାରେ ୨୦୨୩ରେ ମେଟା ଆହୁରି ଛୋଟ ହୋଇଯିବ। ଯଦି ଏପରି ହୁଏ ତା’ହେଲେ ଟ୍ୱିଟର ଭଳି ଫେସ୍ବୁକ୍ ଓ ଇନଷ୍ଟାଗ୍ରାମରେ ମଧ୍ୟ କର୍ମଚାରୀଙ୍କ ଛଟେଇ ହୋଇପାରେ।
ସାରା ଦୁନିଆରେ ମେଟାର ପ୍ରଡକ୍ଟ ଅଧିକ ବ୍ୟବହାର ହେଉଛି। ଏଥିରେ ଫେସ୍ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ରହିଛି। କିନ୍ତୁ ଇଣ୍ଟରନେଟ୍କୁ ଏକ ନୂଆ ସ୍ତରରେ ପହଞ୍ଚାଇବା ପାଇଁ ମେଟାଭର୍ସ ବିଜ୍ନେସ୍ରେ କମ୍ପାନୀକୁ ଅଧିକ ନିବେଶ କରିବାକୁ ପଡ଼ୁଛି। ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ନିବେଶ ହୋଇଛି, ସେହି ଅନୁସାରେ ରିଟର୍ଣ୍ଣ ମିଳି ନାହିଁ। ତେଣୁ ଏଭଳି ସ୍ଥିତିରେ କମ୍ପାନୀ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂଘର୍ଷ କରୁଛି। ଅନ୍ୟପକ୍ଷେ, ଆମେରିକା ଶେୟାର ବଜାରରେ ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁ ଫେସ୍ବୁକ୍ର ଶେୟାର ମଧ୍ୟ ହ୍ରାସ ପାଇଛି। ଚଳିତ ବର୍ଷ କମ୍ପାନୀର ଶେୟାର ପାଖାପାଖି ୭୩% ହ୍ରାସ ପାଇଛି। ମାର୍କ ଜୁକରବର୍ଗଙ୍କ ଆୟ ମଧ୍ୟ କମିଛି।
ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍ ଏଲନ୍ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।ଏଲନ୍ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ୍ଙ୍କ ସମେତ ବଡ଼ ବଡ଼ ଅଧିକାରୀମାନଙ୍କୁ କମ୍ପାନୀରୁ ବିଦା କରିବା ପରେ ବ୍ଲୁ ଟିକ୍ ଥିବା ଆକାଉଣ୍ଟଧାରୀଙ୍କଠୁ ଫି’ ଚାର୍ଜ ନେଇ ଘୋଷଣା କରିଥିଲେ। ଏହାପରେ ଟ୍ୱିଟର କର୍ମଚାରୀଙ୍କ ଛଟେଇ ହୋଇଥିଲା।
]]>ଜୁକରବର୍ଗ ଏବେ ବିଶ୍ୱର ୨୩ତମ ଧନୀ ବ୍ୟକ୍ତି ଯାହାଙ୍କ ସମ୍ପତି ୪୮.୯ ବିଲିୟନ ଡଲାର। ଏହା ପୂର୍ବରୁ ଅର୍ଥାତ ୨୦୨୦ ଅଗଷ୍ଟରେ ତାଙ୍କର ସମ୍ପତ୍ତିର ନେଟ ମୂଲ୍ୟ ଥିଲା ୧୦୨ ବିଲିୟନ ଏବଂ ସେ ଥିଲେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି। ବୁଧବାର ୧୦୫.୨୦ ଡଲାରରେ ଟ୍ରେଡିଂ ଆରମ୍ଭ ହେବାର ୧ ଘଣ୍ଟା ପରେ ମେଟା ୧୯ ପ୍ରତିଶତରେ ଥିଲା। ୨୦୨୨ ଜୁଲାଇରୁ ସେପ୍ଟେମ୍ବରରେ ମେଟାର ମୂଲ୍ୟ ୫୨ ପ୍ରତିଶତ ହ୍ରାସ ପାଇ ୪.୪ ବିଲିୟନ ଲାଭରେ ଥିଲା।
ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ‘ଆମେ ଏବେ ବି ପଛରେ ଅଛୁ ଏବଂ ମୁଁ ଭାବୁଛି ଆମେ ରହିବା ଉଚିତ। କିନ୍ତୁ ଆସନ୍ତା ବର୍ଷ ଆମର ସ୍ଥିତିରେ ସୁଧାର ଆସିବ ଏବଂ ରେଭିନ୍ୟୁ ଗ୍ରୋଥ ହେବ। ଦ୍ରୁତ ପ୍ରତିଯୋଗିତା ତଥା ବିଜ୍ଞାପନ ଅଭାବ ଏବଂ ଦୀର୍ଘକାଳୀନ ପୁଞ୍ଜି ନିବେଶ ଆମ ପାଇଁ ଏକ ଚାଲେଞ୍ଜ । ତଥାପି ଆମ ପ୍ରଡକ୍ଟ ଭଲ ଟ୍ରେଣ୍ଡ କରୁଛି। ’
ଏହା ଛଡା ଯେତେ ଦୂରରେ ଥିଲେ ବି ସାଙ୍ଗ କି ପରିବାର ନିକଟରେ ଥିବା ଭଳି ଲାଗେ। କାରଣ ଆମେ ପ୍ରତିଦିନ ସେମାନଙ୍କ ସହିତ କଥା ହେଉ। ତେବେ ଏହା ପ୍ରାୟତଃ ଦେଖାଯାଏ ଯେ କଥାବାର୍ତ୍ତା ସମୟରେ ଆମେ ଯେକୌଣସି ଚାଟ୍ର ସ୍କ୍ରିନ୍ସଟ୍ ନେଇଥାଉ। ବେଳେ ବେଳେ ଦେଖାଯାଏ ଯେ ଆମର ସାଙ୍ଗମାନଙ୍କ ସହିତ ଚାଟିଂ କରିବାବେଳେ, ଆମେ ଏପରି କିଛି ଦେଖିଦେଉ, ଯାହା ପରେ ଅସୁବିଧା ସୃଷ୍ଟି କରେ। ଆମର ସାଙ୍ଗମାନେ ଏହାର ଏକ ସ୍କ୍ରିନସଟ୍ ନେଇଯାଆନ୍ତି। ପରେ ଏହାରି ବଳରେ ବ୍ଲେମ୍ କରିବାକୁ ଲାଗନ୍ତି।
ମେଟା ଭର୍ସ ଏବଂ ଫେସ୍ବୁକ୍ର ପ୍ରତିଷ୍ଠାତା ମାର୍କ ଜୁକର୍ବର୍ଗ ଫେସ୍ବୁକ୍ ପାଇଁ ଏକ ନୂଆ ଘୋଷଣା କରିଛନ୍ତି। ଏହାର ନୂଆ ଅପ୍ଡେଟ୍ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଚାଟ୍ର ସ୍କ୍ରିନ୍ସଟ୍ ନେଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ହ୍ୱାଟ୍ସଆପ୍ ପରି, ଫେସବୁକ୍ରେ ମଧ୍ୟ ଏନ୍କ୍ରିପସନ୍ ଶେଷ କରିବାର ଏକ ସୁବିଧା ଉପଲବ୍ଧ ହେବ।
ଯଦି ଜଣେ ବ୍ୟକ୍ତି ସ୍କ୍ରିନ୍ସଟ୍ ନିଅନ୍ତି, ତେବେ ଲୋକମାନେ ଏହା ବିଷୟରେ ସୂଚନା ପାଇଯିବେ। ଏହାର ଅର୍ଥ ହେଉଛି ଯେ ଏହା ପରଠାରୁ ଯଦି କେହି ଆପଣଙ୍କୁ ଏକ ଗୁପ୍ତ ବାର୍ତ୍ତା ପଠାନ୍ତି ଆଉ ସେ ଚାହାଁନ୍ତି ନାହିଁ ଯେ ଏହି ବାର୍ତ୍ତା ଆପଣଙ୍କ ମେସେଜ୍ ବକ୍ସରେ ସବୁବେଳେ ରହୁ ବୋଲି, ତେଣୁ ଏହା ଏହାକୁ ଡିଲିଟ୍ କରିବାକୁ ଚାହାନ୍ତି, କିନ୍ତୁ ଏହା ପୂର୍ବ ଯଦି ଆପଣ ଏହାର ସ୍କ୍ରିନସଟ୍ ନେବାକୁ ଚାହାଁନ୍ତି, ତେବେ ସେ ବ୍ୟକ୍ତି ଏହାର ସୂଚନା ପାଇଯିବେ। ଏହା ବ୍ୟତୀତ ଫେସ୍ବୁକରେ ଆଉ କିଛି ବୈଶିଷ୍ଟ୍ୟ ମଧ୍ୟ ଯୋଡାଯାଇଛି। GIF ପରି, ଷ୍ଟିକର୍ସ ଏବଂ ଏନକ୍ରିପ୍ଟେଡ୍ ଚାଟ୍ ମଧ୍ୟ ରହିଛି। ବ୍ୟବହାରକାରୀମାନେ ଏହାର ଢେର ସାରା ଫାଇଦା ନେଇପାରିବେ।
]]>ସୂଚନା ଅନୁସାରେ, ଫେସ୍ବୁକ୍ ଖୋଲିଲେ ଚାପୁଡ଼ା ମାରିବା ପାଇଁ ଜଣେ ଯୁବତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାସ୍ ଚାପୁଡ଼ା ମାରିବା ପାଇଁ ହିଁ ମନୀଷ ଯୁବତୀଙ୍କୁ ଦରମା ଦେଇ ରଖିଛନ୍ତି । ଯେତେବେଳେ ମନୀଷ ଫେସ୍ବୁକ୍ ଖୋଲନ୍ତି ବା ସେସିଆଲ୍ ମିଡିଆ ବ୍ୟବହାର କରନ୍ତି ସେତେବେଳେ ତାଙ୍କ ଷ୍ଟାଫ୍ କାରା ତାଙ୍କୁ ଚାପୁଡ଼ା ମାରିଥାନ୍ତି । ଏହି କାମ ପାଇଁ କାରା ଘଣ୍ଟା ପ୍ରତି ପାଉଛନ୍ତି ୮ ଡଲାର ନେଉଛନ୍ତି । ମନୀଷ ଉକ୍ତ ମହିଳାଙ୍କୁ ଗତ ୨୦୧୨ରୁ ଚାକିରୀରେ ରଖିଛନ୍ତି ।
ଏନେଇ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ମନୀଷଙ୍କ ଏକ ଭିଡିଓରେ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ଦୁଇଟି ଫାୟାର ଇମୋଜି ଦେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୨ରେ ମନୀଷ ଏକ ବିଜ୍ଞାପନ ଦେଇଥିଲେ ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ, ସେ ଯେବେ ସମୟ ନଷ୍ଟ କରିବେ ସେତେବେଳେ ତାଙ୍କୁ ଗାଳି କରିବା ସହ ଦରକାର ପଡ଼ିଲେ ଚାପୁଡ଼ା ମାରିବାର ଆବଶ୍ୟକତା ରହିଛି । ଏହା ପରେ ସେ କାରାଙ୍କୁ ଏହି କାମ ପାଇଁ ରଖିଥିଲେ ।
ଉକ୍ତ ଉପାୟ ପ୍ରୟୋଗ ଦ୍ୱାରା ମନୀଷଙ୍କ କାମ କରିବାର କ୍ଷମତା ୩୫ରୁ ୪୦ ପ୍ରତିଶତରୁ ୯୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏଭଳି ନିଆରା ଉପାୟ ସୃଷ୍ଟି କରି ମନୀଷ ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ।
]]>ଜୁକରବର୍ଗ କହିଛନ୍ତି ଯେ ଡିଜିଟାଲ୍ ଦୁନିଆ ଆମ ଦ୍ୱାରା ନିର୍ମିତ ହୋଇଛି, ଯେଉଁଥିରେ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ଏବଂ ଏଆଇ ଅନ୍ତର୍ଭୁକ୍ତ ରହିଛି । ମେଟା ମୋବାଇଲ୍ ଇଣ୍ଟରନେଟ୍ର ସ୍ଥାନ ନେବ ବୋଲି ଜୁକରବର୍ଗ ଆଶା କରୁଛନ୍ତି । ମେଟା କମ୍ପାନୀ ସହ ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଓ ଭର୍ଚୁଆଲ ରିଆଲିଟି ଆପ ଓକୁଲସ୍ ଆଦି ସାମିଲ ରହିବ । ମେଟାଭର୍ସ ପ୍ରୋଜିଏକ୍ଟ ନେଇ ଫେସବୁକ୍ ୨୦୨୧ ରେ ୧୦ ବିଲିୟନ ଡଲାର ବିନିଯୋଗ କରିଛି ।
ନାମ ପରିବର୍ତ୍ତନ ସହିତ କମ୍ପାନୀରେ ରୋଜଗାରର ମଧ୍ୟ ବଢିବାକୁ ଯାଉଛି | ମେଟାଭର୍ସ ପାଇଁ ହଜାର ହଜାର ଲୋକଙ୍କର ଆବଶ୍ୟକତା ଥିବା କମ୍ପାନୀ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଇବାକୁ ପ୍ରସ୍ତୁତ ହେଉଛି । ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ସମେତ ‘ଫ୍ୟାମିଲି ଅଫ୍ ଆପ୍ସ’ ଓ ଏଆର୍ ଏବଂ ଭିଆର୍ ସମ୍ବନ୍ଧିତ ହାର୍ଡୱେର ମଧ୍ୟ ରିଆଲିଟି ଆପ୍ସରେ ଅନ୍ତର୍ଭୂକ୍ତ ରହିବ ।
୨୦୦୪ ରେ ଫେସବୁକର ସୃଷ୍ଟିକର୍ତ୍ତା ମାର୍କ ଜୁକରବର୍ଗ କହିଥିଲେ ଯେ ଫେସବୁକର ଭବିଷ୍ୟତ ମେଟାଭର୍ସ୍ କନ୍ସେପ୍ଟରେ ରହିଛି। ମେଟାଭର୍ସର ଅର୍ଥ ହେଉଛି ଏକ ଭର୍ଚୁଆଲ୍-ରିଅଲିଟି ସ୍ପେସ୍, ଯେଉଁଥିରେ ଉପଭୋକ୍ତାମାନେ କମ୍ପ୍ୟୁଟର ଦ୍ୱାରା ସୃଷ୍ଟି ହେଉଥିବା ପରିବେଶରେ ପରସ୍ପର ସହିତ ଜୋଡି ହୋଇପାରିବେ । ମେଟାଭର୍ସ ମାଧ୍ୟମରେ ଉପଭୋକ୍ତା ମାନେ ସମସ୍ତ ସେବା ପାଇପାରେବେ ବୋଲି ମାର୍କ ଜୁକରବର୍ଗ କହିଛନ୍ତି ।
]]>ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଆଦିର ପ୍ୟାରେଣ୍ଟ କମ୍ପାନୀ ହେଉଛି ଫେସବୁକ୍। କମ୍ପାନୀର ନାଁ ବଦଳାଇ ଫେସବୁକ୍ ଏକ ସୋସିଆଲ ମିଡିଆ ଭାବେ ଅନ୍ୟ ଆପ୍ ଭଳି ଏକ ପ୍ୟାରେଣ୍ଟ କମ୍ପାନୀ ଅଣ୍ଡରରେ ଆସିବ। ସେବା କ୍ଷେତ୍ର ପ୍ରଶସ୍ତ କରିବା ଲକ୍ଷ୍ୟରେ ‘ସିଲିକନ୍ ଭେଲି’ରେ କମ୍ପାନିମାନେ ସେମାନଙ୍କର ନାମ ପରିବର୍ତ୍ତନ କରିବା ନୂଆ କଥା ନୁହେଁ। ଅତୀତରେ ଏମିତି ଅନେକ କଂପାନୀ ନିଜର ନାଁ ବଦଳାଇ ସାରିଛନ୍ତି। ଥରେ ନୁହେଁ ଅନେକ ଥର କଂପାନୀ ନାଁ ବଦଳାଇଥିବା ନଜିର ରହିଛି। ତେବେ ଫେସବୁକ୍ ପ୍ରଥମ ଥର ପାଇଁ ନିଜ ନାଁ ବଦଳାଇବାକୁ ଯାଉଛି।
‘ଇନ୍ଷ୍ଟାଗ୍ରାମ୍’, ‘ହ୍ଵାଟ୍ସ୍ଆପ୍’, ‘ଓକ୍ୟୁଲସ୍’ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସବୁ ଯେମିତି ମୂଳ କମ୍ପାନିର ତତ୍ତ୍ୱାବଧାନରେ ରହିଛନ୍ତି, ନାମ ପରିବର୍ତ୍ତନ ପରେ ‘ଫେସ୍ବୁକ୍’ ସେମିତି ରହିବ ବୋଲି ପ୍ରତିଷ୍ଠିତ ଗଣମାଧମ ‘ଦି ଭର୍ଜ’ ଏକ ରିପୋର୍ଟ କରିଛି। ବର୍ତ୍ତମାନ ଫେସବୁକ ଏକ ମେଟାଭର୍ସ କମ୍ପାନୀ ପରିକଳ୍ପନା ନେଇ କାମ କରୁଛି। ମେଟାଭର୍ସ ଏମିତି ଏକ ଭର୍ଚୁଆଲ ପ୍ଲାଟଫର୍ମ ଯେଉଁଠି ଲୋକେ ଶାରୀରିକ ଭାବେ ନ ରହି ଉପସ୍ଥିତ ଜାହିର କରି ପାରିବେ। ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ କମ୍ପାନି ‘ୟୁରୋପିଆନ୍ ୟୁନିୟନ୍’ ୧ ଲକ୍ଷ ଚାକିରି ସୃଷ୍ଟି କରିବ ବୋଲି ଗତ ଜୁଲାଇରେ ମାର୍କ ଜୁକରବର୍ଗ ଜଣାଇଥିଲେ।
ଏଇ ମାସ ୨୮ ତାରିଖରେ ଫେସବୁକର ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଫେସବୁକର ନୂତନ ନାମ ଘୋଷଣା କରିବାର ରହିଛି। ତେବେ ଏନେଇ ଫେସବୁକ୍ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନଥିଲେ ବି ଏମିତି ଚର୍ଚ୍ଚା ଜୋର ଧରିଛି। ଏବେ ଦେଖିବାର କଥା ଫେସବୁକର ନୂଆ ନାଁ କଣ ହେବାକୁ ଯାଉଛି।
]]>]]>
We’re aware that some people are having trouble accessing our apps and products. We’re working to get things back to normal as quickly as possible, and we apologize for any inconvenience.
— Facebook (@Facebook) October 4, 2021
କିନ୍ତୁ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ଅର୍ଥାତ୍ ୫୨,୧୦୦ କୋଟି ଟଙ୍କାର ଝଟ୍କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା। ୨୦୦୮ରେ ଫେସ୍ବୁକ୍ ସର୍ଭରେ ଏକ ଭାଇରସ୍ ପ୍ରବେଶ କରିଥିଲା। ଫଳରେ ସାଇଟ୍ ପୁରା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଚଳ ହୋଇପଡ଼ିଥିଲା। ୟୁଜର୍ସମାନେ ୨୪ ଘଣ୍ଟା ପର୍ଯ୍ୟନ୍ତ ଫେସ୍ବୁକ୍ ବ୍ୟବହାର କରିପାରି ନଥିଲେ। ସେତେବେଳେ ସାରା ବିଶ୍ୱରେ ଫେସବୁକର ବ୍ୟବହାରକାରୀଙ୍କ ସଂଖ୍ୟା ୧୦ କୋଟି ବି ନଥିଲା। ହେଲେ ଏବେ ୧୦୦ କୋଟିରୁ ଅଧିକ ଲୋକ ଫେସ୍ବୁକ୍ ବ୍ୟବହାର କରୁଛନ୍ତି।
ସୋମବାର ସୃଷ୍ଟି ହୋଇଥିବା ଏଭଳି ସମସ୍ୟା ପାଇଁ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ୟୁଜର୍ସଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଫେସ୍ବୁକ୍ ପକ୍ଷରୁ ମଧ୍ୟ ଏକ ବୟାନ ଜାରି କରାଯାଇ ସାରା ବିଶ୍ୱର ଲୋକ ଓ ବ୍ୟବସାୟରେ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି। ସମସ୍ତ ଆପ୍ ଓ ସେବାକୁ ପୁଣିଥରେ ସ୍ୱାଭାବିକ କରିବା ଲାଗି କମ୍ପାନୀ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ତେବେ କେଉଁ ଟେକ୍ନିକାଲ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଲା ସେନେଇ ଫେସ୍ବୁକ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୋମବାର ରାତିରେ ଫେସ୍ବୁକ୍, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍ ଆପ୍ ଖୋଲି ମାତ୍ରେ ସର୍ଭରରେ ତ୍ରୁଟି ନେଇ ଏକ ମେସେଜ ଆସିଥିଲା।
Apologies to everyone who hasn’t been able to use WhatsApp today. We’re starting to slowly and carefully get WhatsApp working again.
— WhatsApp (@WhatsApp) October 4, 2021
Thank you so much for your patience. We will continue to keep you updated when we have more information to share.
ସର୍ଭର ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହ୍ବାଟ୍ସଆପ୍ ଏବଂ ଫେସବୁକ୍ କର୍ତ୍ତୃପକ୍ଷ। ଯେଉଁ ୟୁଜରମାନେ ହ୍ୱାଟସ୍ ଆପ୍ ବ୍ୟବହାର କରିପାରି ନାହାନ୍ତି। ସେମାନଙ୍କୁ କ୍ଷମା ମାଗିଛି ହ୍ୱାଟସଆପ୍। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ବୋଲି ହ୍ୱାଟସ ଆପ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି।
]]>ଏଥିଯୋଗୁଁ ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା।
ସର୍ଭର ସମସ୍ୟାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ହ୍ବାଟ୍ସଆପ୍ ଏବଂ ଫେସବୁକ୍ କର୍ତ୍ତୃପକ୍ଷ। ଯେଉଁ ୟୁଜରମାନେ ହ୍ୱାଟସ୍ ଆପ୍ ବ୍ୟବହାର କରିପାରି ନାହାନ୍ତି। ସେମାନଙ୍କୁ କ୍ଷମା ମାଗିଛି ହ୍ୱାଟସଆପ୍। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ବୋଲି ହ୍ୱାଟସ ଆପ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି।
]]>ଲୋକେ ସୋସିଆଲ ମିଡ଼ିଆରୁ କିଛି ଖବର ପାଉନାହାନ୍ତି। ହ୍ୱାଟ୍ସଆପ୍, ଇନଷ୍ଟା, ଫେସବୁକ୍, ମେସେନ୍ଜର ଏବଂ କୁ ଆପ୍ ଓପନ୍ ହେଉନାହିଁ। ୧୦ ମିନିଟ୍ ହେବ କିଛି ମେସେଜ୍ ମଧ୍ୟ ଯାଉନାହିଁ ଯାହାକୁ ନେଇ ଚିନ୍ତାରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ।
ଖବର ପ୍ରସାରିତ ହେବା ପରେ ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, ଫେସବୁକ୍ ଏକ ବିବୃତ୍ତିରେ କହିଛି, କିଛି ଲୋକେ ଆମ ଆପ୍ସ ଓ ପ୍ରଡକ୍ଟ ବ୍ୟବହାର କରିବାରେ ସମସ୍ୟାର ସାମ୍ନା କରୁଥିବା ଆମେ ଜାଣିବାକୁ ପାଇଲୁ। ଖୁବଶୀଘ୍ର କିପରି ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ, ସେ ନେଇ ଆମେ କାମ ଚଳାଇଛୁ। ବ୍ୟାଘାତ ପହଞ୍ଚିଥିବାରୁ ଆମେ ଦୁଃଖିତ।
ସର୍ଭର ପାଇଁ ସମସ୍ୟା ହୋଇଥିବା ସ୍ୱୀକାର କଲା ହ୍ୱାଟ୍ସଆପ୍, ସବୁକିଛି ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି, ଖୁବ ଶୀଘ୍ର ଅପଡେଟ୍ କରାଯିବା ନେଇ ହ୍ୱାଟ୍ସଆପ ପକ୍ଷରୁ ସୂଚନା ଦିଆଯାଇଛି। ସର୍ଭର ସମସ୍ୟାକୁ ଟ୍ୱିଟ୍ କରି ସ୍ୱୀକାର କଲା ଇନଷ୍ଟାଗ୍ରାମ୍। ଆମ ସହ ରୁହନ୍ତୁ, ସମସ୍ୟାର ସମାଧାନ କରୁଛୁ ବୋଲି ଇନଷ୍ଟାଗ୍ରାମ କହିଛି।
]]>
ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ, ଫେସ୍ବୁକ୍ର ସେୟାର ହୋଲ୍ଡର ଥିବା ଦୁଇ ଗୋଷ୍ଠି କହିଛନ୍ତି ଯେ, ଫେସବୁକର ବୋର୍ଡ ସଦସ୍ୟମାନେ କମ୍ପାନୀର ପ୍ରତିଷ୍ଠାତା ତଥା ସବୁଠାରୁ ବଡ଼ ଅଂଶୀଦାର ଜୁକରବର୍ଗଙ୍କୁ ସୁରକ୍ଷା ଦେବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ସହମତି ପ୍ରକାଶ କରିଛନ୍ତି । ଫେସବୁକର ବୋର୍ଡ ସଦସ୍ୟଙ୍କ ଏଭଳି ଆଭ୍ୟନ୍ତରୀଣ ଆଲୋଚନାକୁ ନେଇ ଗତ ମାସରେ ଡେଲାୱେର୍ କୋର୍ଟ ଅଫ୍ ଚାନ୍ସେରିରେ ଅଭିଯୋଗ ହୋଇଛି ।
ମାମଲାରୁ ଯାହା ଜଣାପଡ଼ୁଛି, ଏବେ ସୁଦ୍ଧା ଫେସବୁକ୍, କେମ୍ବ୍ରିଜ୍ ଆନାଲିଟିକା ଡାଟାଲିକ୍ ଦୁର୍ନୀତି ଅଭିଯୋଗରୁ ମୁକୁଳି ପାରିନାହିଁ । କାରଣ ଫେସ୍ବୁକ୍ ନାଁରେ ରହିଛି ଅନେକ ସଙ୍ଗୀନ ଅଭିଯୋଗ । ଯେମିତିକି ବିଶ୍ୱାସ ଯୋଗ୍ୟ ନୁହେଁ ଫେସ୍ବୁକ୍, ତଥ୍ୟ ଚୋରି ଓ ଅନ୍ୟ କମ୍ପାନୀଗୁଡ଼ିକୁ ସମସ୍ୟାରେ ପକାଇବା । ଏଭଳି ସାଂଘାତିକ ଅଭିଯୋଗର ତଦନ୍ତରେ ଜୁକରବର୍ଗ ଫଶିବାର ଭୟ ରହିଥିବାରୁ ଫେସ୍ବୁକ୍ ପକ୍ଷରୁ ଏଭଳି ଏକ ବଡ଼ ଧରଣର ଟଙ୍କା କାରବାର କରାଯାଉଥିବା ଖବର ସାମ୍ନାକୁ ଆସିଛି ।
ଗତ ଫେବ୍ରୁଆରୀ ୨୦୯୧୯ରେ FTC ପକ୍ଷରୁ ଏକ ଅଭିଯୋଗ ହୋଇଥିଲା, ଯେଉଁଥିରେ ଉଭୟ ଫେସ୍ବୁକ୍ ଓ ଜୁକରବର୍ଗଙ୍କ ନାଁ ଉଲ୍ଲେଖ ଥିଲା ବୋଲି ସେୟାର ହୋଲ୍ଡରମାନେ ସୂଚନା ଦେଇଛନ୍ତି । ଉକ୍ତ ଚିଠିରେ FTC ପକ୍ଷରୁ ଆହୁରି କୁହାଯାଇଥିଲା ଯେ, ଫେସ୍ବୁକ୍ ବିରୋଧରେ ଥିବା ଜରିମାନା ରାଶି ୧୦୬ ମିଲିୟନ୍ ଡଲାର । ତେବେ କମ୍ପାନୀ ଏଥିପାଇଁ ୫ ବିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା ବେଳେ ଜୁକରବର୍ଗ କିମ୍ବା କମ୍ପାନୀର ଚିଫ୍ ଅପରେଟିଂ ଅଫିସର୍ ସେରିଙ୍କ ନାଁ ଯେପରି ମାମଲାରୁ ଦୂରରେ ରହିବ ସେନେଇ ଯୋଜନା କରୁଛି ।
ଅନ୍ୟଜଣେ ସେୟାର ହୋଲ୍ଡର କହିଛନ୍ତି ଯେ, ଫେସ୍ବୁକ୍ ପକ୍ଷରୁ ଏଭଳି କୌଣସି ଟଙ୍କା କାରବାର କରାଯାଇ ନାହିଁ । ଜୁକରବର୍ଗଙ୍କୁ ସୁରକ୍ଷା ବା ମାମଲା ରଫାଦଫା ପାଇଁ ଏଭଳି କୌଣସି ଡିଲ୍ ହୋଇନାହିଁ ।
]]>ଆହୁରି ପଢନ୍ତୁ : DRDO ସେଣ୍ଟରରୁ ତଥ୍ୟ ଲିକ୍: ପୁଣି ଜଣଙ୍କୁ ଗିରଫ କଲା ପୋଲିସ୍
ଫେସ୍ବୁକ୍ କମ୍ପାନୀର ଦାବି ଅନୁସାରେ ହ୍ୱାଟସ୍ଆପ୍ ମେସେଜ୍, ଫଟୋ ଏବଂ ଭିଡିଓକୁ ଏହାର ସେଣ୍ଡର ଏବଂ ରିସିଭରଙ୍କ ବ୍ୟତୀତ ଅନ୍ୟ କେହି ଦେଖିପାରିବେ ନାହିଁ। ମାତ୍ର ଏହାକୁ ଅନ୍ୟମାନେ ଜାଣି ପାରୁଛନ୍ତି ବୋଲି ପ୍ରୋପବ୍ଲିକ୍ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି ।
ହ୍ୱାଟସ୍ଆପ୍ ଏଣ୍ଡଟୁ ଏଣ୍ଡ ଏନ୍କ୍ରିପସନ୍ର ପ୍ଲାଟଫର୍ମ ପାଇଁ ଜଣାଶୁଣା । ଏଠାରେ ମେସେଜ୍ ପଠାଉଥିବା ବ୍ୟକ୍ତି ଏବଂ ପାଉଥିବା ବ୍ୟକ୍ତି ମେସେଜ୍କୁ ପଢିବା କଥା । ଏଥିରେ ତୃତୀୟ ପକ୍ଷ ଏହାକୁ ପଢି ପାରିବେ ନାହିଁ ବୋଲି କୁହାଯାଉଛି । ମାତ୍ର ରିପୋର୍ଟ ଅନୁସାରେ ଏପରି କିଛି ନୁହେଁ ବୋଲି ଦର୍ଶାଯାଇଛି । କେବଳ କଣ୍ଟେଟ୍ ରିଭ୍ୟୁ କରିବା ପାଇଁ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା କଂପାନୀ ପକ୍ଷରୁ ସଫେଇ ଦିଆଯାଇଛି। ଏହା ବ୍ୟବହାରକାରୀଙ୍କ ଗୋପନୀୟତାକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି।
]]>ରାଉରକେଲା ଅଞ୍ଚଳର ଦୀପକ ଦେହୁରୀ। ସେ ସୋଶାଲ୍ ମିଡ଼ିଆ ଫେସ୍ବୁକ୍ରେ ବଡ଼ମାଲ୍ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ଏପରିକି ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରେମିକଙ୍କଠାରୁ ଏମିତି ପ୍ରତିଶ୍ରୁତି ପାଇବା ପରେ ଯୁବତୀ ଜଣକ ନିଜ ଘର ଛାଡ଼ି ପଳାଇ ଆସିଥିଲେ।
ଏନେଇ ଝାରସୁଗୁଡା sdpo ନିର୍ମଳ ମହାପାତ୍ର କହିଛନ୍ତି, ଗତ ମେ ମାସରେ ଦୀପକ ଦେହୁରୀ ନାମକ ଜଣେ ବିବାହିତ ଯୁବକ ମିଛ କହି ବଡ଼ମାଲ ଥାନା ଅଞ୍ଚଳର ଜଣେ ଝିଅକୁ ପ୍ରେମ ସମ୍ପର୍କ ରଖିଥିଲେ। ଏହାର ଫାଇଦା ଉଠାଇ ସମ୍ପୃକ୍ତ ଯୁବକ ଅପହରଣ କରିଥିଲା। ପୀଡିତାକୁ ରାଉରକେଲା ନେଇ ବିଭିନ୍ନ ସ୍ଥାନରେ ରଖିଥିଲେ।
ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ଏହି ଯୁବକକୁ ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରିଛି। ତା’ ପାଖରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା sdpo ସୂଚନା ଦେଇଛନ୍ତି।
]]>ସୂଚନା ଅନୁସାରେ, ୟୁପିର ବାସିନ୍ଦା ନିଜାମୁଦ୍ଦିନ ସିଦ୍ଦିକ୍ ପୂର୍ତ୍ତ ବିଭାଗ(PWD)ରେ କିରାଣୀ ଭାବେ କାର୍ଯ୍ୟରତ। ଗତ ଅଗଷ୍ଟ ୨୮ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଫେସବୁକ୍ରେ ପୋଷ୍ଟ କରିଥିଲେ। ହେଲେ ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏନେଇ ଯୋଗୀଙ୍କ ସମର୍ଥକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପରେ ଉତ୍ତର ପ୍ରଦେଶର ବାନ୍ଦା ପୋଲିସ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କୁ ଖୋଜିବା ପାଇଁ ପୋଲିସ ଲାଗିପଡିଥିଲା। ଅନେକ ସନ୍ଧାନ ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ପାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଏକ ସରକାରୀ କର୍ମଚାରୀ ହୋଇଥିବାର ପୋଲିସ ଖବର ପାଇଥିଲା । ଅଭିଯୁକ୍ତ ଜଣକ ପୂର୍ତ୍ତ ବିଭାଗରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିବାର ଜାଣିବାକୁ ପାଇଥିଲା। ଶେଷରେ ଅଭିଯୁକ୍ତ ସିଦ୍ଦିକିଙ୍କୁ ଖାଇମପର ଅଞ୍ଚଳରୁ ପୋଲିସ୍ ଗିରଫ କରିଥିଲା।
]]>ଯୁବକଙ୍କ କହିବାନୁଯାୟୀ, ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍ବୁକ୍ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ। ମୁଁ ଦେଇଥିବା ହ୍ୱାଟ୍ସ ଆପ୍ ଫୋନ ନମ୍ବରକୁ ଭିଡିଓ କଲିଂ କରିଥିଲେ। କଲ ଆରମ୍ଭରୁ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ହୋଇପଡ଼ିଲେ। ସେହି ନେକେଡ୍ ଭିଡିଓରେ ମୋତେ କିଛି ସମୟ ରଖିଲେ। ସେହି ଭିଡିଓରେ ମୋ ଫଟୋକୁ ବି ସ୍କ୍ରିନ୍ ସଟ୍ ମାଧ୍ୟମରେ କ୍ୟାପଚର୍ କରିନେଲେ। ସମ୍ପୃକ୍ତ ଭିଡିଓଟି ୩୦ ସେକେଣ୍ଡର ଥିଲା।
ପର ସମୟରେ ସେଇ ଭିଡିଓକୁ ମୋ ପାଖକୁ ପଠାଇ ବ୍ଲାକମେଲିଂ ଆରମ୍ଭ କରିଦେଲେ। ୩୦ ହଜାର ନପଠାଇଲେ ମୁଁ ଭାଇରାଲ କରିଦେବି ବୋଲି ଯୁବତୀ ଜଣକ କହିଥିଲେ। ଏପରିକି ପରିବାର ସମସ୍ତ ଲୋକଙ୍କୁ ଏହି ଭିଡିଓ ପଠାଇବା ସହ ବିଭିନ୍ନ ୱେବସାଇଟ୍ରେ ଅପଲୋଡ୍ କରିବା ପାଇଁ ଧମକ ଦେଇଥିଲେ। ମୋତେ ପ୍ରଥମେ ରାତିରେ କଲ୍ କରି ଧମକ ଦେଇଥିଲେ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମୁଁ ପ୍ରଥମେ ଡରିଗଲି। ପରେ ଥାନାର ଦ୍ୱାରସ୍ଥ ହୋଇଥିଲି। ସେଇ ଭିଡିଓକୁ ମୋ ସାନଭାଇକୁ ପଠାଇ ଦେଇଛନ୍ତି। ଭାଇକୁ କଲ୍ କରିବା ସହ ଟଙ୍କା ପାଠାଇବା ଲାଗି ଧମକ ଦେଇଛନ୍ତି।
]]>ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର। ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ। ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ। ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି।
]]>ଯାହା ନେଇ ଏପ୍ରିଲ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭାରତୀୟ ଗ୍ରାହକଙ୍କ କ’ଣ କ’ଣ ତଥ୍ୟକୁ କମ୍ପାନୀ ହାତେଇଛି ସେ ନେଇ ନୋଟିସ୍ରେ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହଁ ଏସମସ୍ତ ଡାଟାକୁ କେଉଁ ଭଳି ମାଧ୍ୟମରେ ବ୍ୟବହାର ହୋଇଛି ତାକୁ ନେଇ ମଧ୍ୟ ନୋଟିସ୍ରେ ପ୍ରଶ୍ନ ଉଲ୍ଲେଖ ରହିଛି।
ଏହାପୂର୍ବରୁ ଫେସବୁକ୍ରେ ସହଭାଗିତାରେ କାମ କରୁଥିବା କେମ୍ବରିଜ୍ ଆନାଲିଟିକାକୁ ନୋଟିସ୍ କରିଥିଲେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ। ବିଭିନ୍ନ ମାଧ୍ୟମରେ ସୋସିଆଲ ମିଡିଆର ଡାଟାକୁ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଥିଲା।
କେମ୍ବରିଜ୍ ଆନାଲିଟିକା ସଂସ୍ଥା ଏଥିରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲା। ଏହି ସଂସ୍ଥା ସାହାଯ୍ୟରେ ବିଜେପି, କଂଗ୍ରେସ ଏବଂ ଜେଡିୟୁ ଭିନ୍ନ ଭିନ୍ନ ସମୟରେ ଡାଟା ହାତେଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ବେଳେ ଏହି ଡାଟାକୁ ବ୍ୟବହାର କରାଯାଇଥିଲା।
ତେବେ ଏପରି ଅଭିଯୋଗକୁ ସମସ୍ତ ରାଜନୈତିକ ଦଳ ଖାରଜ କରିଥିଲେ। କିନ୍ତୁ ଏହାକୁ ନେଇ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି।
]]>