ଏବେ ସୁଦ୍ଧା ସେ ୨ଥର ଟ୍ରାନ୍ସପ୍ଲାଣ୍ଟ କରିସାରିଲେଣି। ବର୍ତ୍ତମାନ ମୁହଁର ସଫଳ ଅସ୍ତ୍ରୋପଚାର କରି ୩ଟି ଭିନ୍ନ ଧରଣର ଚେହେରା ପାଇଛନ୍ତି। ଆଉ ଏହାକୁ ନେଇ ଏବେ ସେ ଚର୍ଚ୍ଚାରେ।
ମିଳିଥିବା ତଥ୍ୟ ଅନୁସାରେ, ୨୦୧୦ମସିହାରେ ସେ ପ୍ରଥମେ ମୁହଁରେ ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ। ସେହି ସମୟରେ ସାଧାରଣ ଥଣ୍ଡାରୁ ବର୍ତ୍ତିବା ପାଇଁ ଏକ ଆଣ୍ଟିବାୟୋଟିକ୍ ମେଡିସିନ୍ ଦିଆଯାଉଥିଲା। ମାତ୍ର ୨୦୧୬ମସିହା ପର ଠାରୁ ଜେରୋମ୍ଙ୍କ ମୁହଁର ଟ୍ରାନ୍ସପ୍ଲାଣ୍ଟ ଖରାପ ହେବା ଆରମ୍ଭ ହୋଇଥିଲା। ତେଣୁ ସେ ନୂଆ ଚେହେରାକୁ ହଟାଇବା ପାଇଁ ଆଉଥରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ କରିବାର ନିଷ୍ପତ୍ତି ନେଲେ।
ଆଉ ଏବେ ସେ ମୁହଁରେ ସଫଳ ଅସ୍ତ୍ରୋପଚାର କରି ଏକ ଭିନ୍ନ ଧରଣର ୩ଟି ଚେହେରା ପାଇଛନ୍ତି। ଏହାକୁ ଦେଖି ସମସ୍ତେ ତାଙ୍କୁ ୩ଟିଚେହେରା ଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ବୋଲି କହୁଛନ୍ତି।
]]>