ପିଲାଙ୍କ ଉପରୁ ହଟିବ ଚାପ। ପରୀକ୍ଷା ହେବ ସରଳ। ସେମିଷ୍ଟର ଆକାରରେ ପିଲେ ଦେବେ ବୋର୍ଡ ପରୀକ୍ଷା। ଉଭୟ ଦଶମ ଓ ଦ୍ବାଦଶ ବୋର୍ଡରେ ଆସିପାରେ ଏଭଳି ସଂସ୍କାର । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପକ୍ଷରୁ ଏନେଇ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି । ଏଭଳି ହେଲେ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନରହିପାରେ । ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି ।
]]>ପିଲାଙ୍କ ଉପରୁ ହଟିବ ଚାପ। ପରୀକ୍ଷା ହେବ ସରଳ। ସେମିଷ୍ଟର ଆକାରରେ ପିଲେ ଦେବେ ବୋର୍ଡ ପରୀକ୍ଷା। ଉଭୟ ଦଶମ ଓ ଦ୍ବାଦଶ ବୋର୍ଡରେ ଆସିପାରେ ଏଭଳି ସଂସ୍କାର । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପକ୍ଷରୁ ଏନେଇ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି । ଏଭଳି ହେଲେ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନରହିପାରେ । ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି ।
ପ୍ରସ୍ତାବ ଅନୁସାରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୮ଟି ସେମିଷ୍ଟାର ପରୀକ୍ଷା ହେବ, କିମ୍ବା ୮ଟି ବୋର୍ଡ ପରୀକ୍ଷା ହେବ । ଅର୍ଥାତ୍ ନବମରୁ ଦ୍ୱାଦଶ ଯାଏଁ ପ୍ରତ୍ୟେକ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ୨ଟି ପରୀକ୍ଷା ଦେବାକୁ ହେବ । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ । କିନ୍ତୁ ଉଭୟ ସେମିଷ୍ଟରର ନମ୍ବରକୁ ମିଶାଇ ଚୁଡାନ୍ତ ଫଳ ପ୍ରକାଶ କରାଯିବ ।
ଜାତୀୟ ଶିକ୍ଷା ନୀତି ୨୦୨୦କୁ ଦୃଷ୍ଟିରେ ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, କଳା, ବାଣିଜ୍ୟ ଓ ବିଜ୍ଞାନ ଭଳି ପାଠ୍ୟକ୍ରମ ନିର୍ଦ୍ଦିଷ୍ଟ ବିଷୟରେ ସୀମିତ ରହିବ ନାହିଁ । ଛାତ୍ରଛାତ୍ରୀ ୩ଟି ଷ୍ଟ୍ରିମ ର ଯେକୌଣସି ବିଷୟ ପଢିପାରିବେ । ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ନାସନାଲ ଷ୍ଟିୟରିଂ କମିଟି ପ୍ରସ୍ତୁତ କରିଛି । ଏହାର ମୁଖ୍ୟ ଅଛନ୍ତି ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ- ଇସ୍ରୋର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନ ।
ଚିଠା ପ୍ରସ୍ତାବ ଜାରି କରି NCERT ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ଲୋଡିଛି । ରାଜ୍ୟ ସରକାରମାନେ ଏଦିଗରେ ମଧ୍ୟ ମତାମତ ରଖିବେ । ବୋର୍ଡ ପରୀକ୍ଷାର ଚାପ କମ୍ କରିବା ପାଇଁ ଆସିଥିବା ଏହି ପ୍ରସ୍ତାବ କେତେ ଶୀଘ୍ର ଲାଗୁ ହେଉଛି ତା ଉପରେ ନଜର ।
ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି
]]>ଚଳିତ ବର୍ଷରୁ ସିବିଏସ୍ଇ ଓଏମ୍ଆର୍ ସିଟ୍ ପରୀକ୍ଷାକୁ ଉଚ୍ଛେଦ କରିଛି। କିନ୍ତୁ ଏଥିପାଇଁ ସିବିଏସ୍ଇ ୨ ବର୍ଷ ତଳୁ ଅର୍ଥାତ ୨୦୧୬ରୁ ସମସ୍ତ ପ୍ରସ୍ତୁତି କରିଥିଲା। ଆଗୁଆ ଏଇ ନିଷ୍ପତ୍ତି ନେଇ ସମସ୍ତ ଅଂଶୀଦାରଙ୍କୁ ଅବଗତ କରାଇବା ଠାରୁ ନେଇ ପାଠ୍ୟଖସଡା ପ୍ରସ୍ତୁତି, ମୁଦ୍ରଣ, ବଜାର ଉପଲବ୍ଧତା ଓ ନମୁନା ପ୍ରଶ୍ନପତ୍ର ତିଆରି ଭଳି ସବୁ ପ୍ରସ୍ତୁତି ସାରିବା ପରେ ନୂଆ ଢାଞ୍ଚାକୁ ଆପଣାଇଥିଲା।
ହେଲେ ବିନା ଆଗୁଆ ପ୍ରସ୍ତୁତିରେ ମାଧ୍ୟମିକ ଶିକ୍ଷା ପରିଷଦର ଏ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ଉପରେ ପ୍ରଭାବ ପକାଇ ପାରେ ବୋଲି ଶିକ୍ଷାବିତ୍ଙ୍କ ଆଶଙ୍କା।
ସେହିପରି ସିବିଏସ୍ଇ ଦଶମଶ୍ରେଣୀ ପରୀକ୍ଷାର୍ଥୀମାନେ ମୋଟ୍ ୧୦୦ ନମ୍ବରରୁ ୨୦ ନମ୍ବରର ଇଣ୍ଟରନାଲ୍ ପରୀକ୍ଷା ଦେଉଛନ୍ତି। ମାତ୍ର ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଲାଗୁ କରିବ ନା ନାହିଁ ତାହା ବି ସ୍ପଷ୍ଟ କରିନି। ଏଭଳି ସ୍ଥିତିରେ ବୋର୍ଡ ସଭାପତିଙ୍କ ନେତୃତ୍ୱରେ ଗଠିତ ହେବାକୁ ଥିବା କମିଟି ନୂଆ ଢାଞ୍ଚାର ରୂପରେଖ ପ୍ରସ୍ତୁତି ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦେଉଛି ତା ଉପରେ ନଜର।
]]>