ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (DRG), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ର କର୍ମଚାରୀମାନେ ସମ୍ପୃକ୍ତ ଥିଲେ । ଗୁଳି ବର୍ଷଣ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି ।
ଅନ୍ୟପଟେ ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ରହିଛି । ଏହି ଅଞ୍ଚଳରେ ଆସନ୍ତା ଏପ୍ରିଲ ୧୯ ରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ ।
]]>Chhattisgarh | Bodies of six naxals recovered following encounter between security forces and naxals in the forest area near Chikurbatti-Pusbaka in Bijapur district. DRG, CRPF 229, CoBRA teams were involved in the operation https://t.co/iw9zKzTCfS pic.twitter.com/sRzrQKIztN
— ANI MP/CG/Rajasthan (@ANI_MP_CG_RJ) March 27, 2024
ପୋଲିସ କହିବା ଅନୁସାରେ ସମ୍ବଲପୁର ସଦରଥାନା ଜୟନ୍ତପୁରରେ ହୋଇଥିବା ଡକାୟତିରେ ଏମାନେ ସଂପୃକ୍ତ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ରେଡ୍ କରିବା ବେଳେ କେନ୍ ଘାଟି ନିକଟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଡକାୟତମାନେ। ପୋଲିସର ପାଲଟା ଗୁଳିରେ ଜଣେ ଆହତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ କୋରାପୁଟ, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର। ସେମାନେ ଟ୍ରେନରେ ଆସି ପ୍ରଥମେ ରେକି କରନ୍ତି,ପରେ ଡକାୟତି କରନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି।
]]>ଗତ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିଲେ । ସେନାର ଦୁଇଟି ଗାଡି ଯାଉଥିବା ବେଳେ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ । ଏହାପରେ ପୁରା ଏରିଆକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା ।
ଗତ ମାସରେ ମଧ୍ୟ ର.ଜୌରୀରେ ସେନାକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା । ଏଥିରେ ଦୁଇ କ୍ୟାପଟେନଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାସ୍ ଖୋଲା ଥିବାରୁ ଆତଙ୍କବାଦୀ କାର୍ଯ୍ୟ କଳାପ ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।
ସେପଟେ କନ୍ଧମାଳରେ ପୁଣି ଲାଲ ହିଂସା ଦେଖାଦେଇଛି । ପୂର୍ବରୁ ଖଞ୍ଜିଥିଲେ ଆଇଇଡି, ଆଜି କୁମ୍ବିଂ ବେଳେ ବିସ୍ଫୋରଣ । ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲରେ ଏସଓଜି ଯବାନ କୁମ୍ବିଂ କରୁଥିବା ବେଳେ ହଠାତ୍ ହୋଇଥିଲା ବିସ୍ଫୋରଣ । ଏଥିରେ ୨ ଯବାନ ଅମିୟ ଦାସ ଓ ପ୍ରଶାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି । ଅମିୟଙ୍କ ବାମ ଆଖିରେ ଆଘାତ ଲାଗିଥିବା ବେଳେ ପ୍ରଶାନ୍ତଙ୍କ ଛାତି ଓ ଜଂଘରେ ଲାଗିଛି ଆଘାତ । ଅମିୟଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
]]>ପୋଲିସ ଗାଡ଼ି ଦେଖି ସୁଶାନ୍ତ ପ୍ରଥମେ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା । ଜବାବରେ ପୋଲିସ ଫାୟାରିଂ କରିଥିଲା । ସୁଶାନ୍ତର ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ସୁଶାନ୍ତର ସହଯୋଗୀ ଫେରାର ହୋଇଯାଇଛି । ବିଭିନ୍ନ ଥାନାରେ ସୁଶାନ୍ତ ନାଁରେ ୫୪ଟି ମାମଲା ରହିଛି । ସୁଶାନ୍ତ ଠାରୁ ବନ୍ଧୁକ, ମୋବାଇଲ ଫୋନ ଜବତ ହୋଇଛି ।
]]>କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚଅପରେସନ୍ କରିଥିଲେ । ସେହି ସମୟରେ ଉଭୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
#WATCH | J&K | Joint operation by security forces against terrorists continues for the second day at Samnoo area of Kulgam. Army's 34 Rashtriya Riffles, 9 Para (elite special forces unit), Police and CRPF are carrying out the operation.
— ANI (@ANI) November 17, 2023
(Visuals deferred by unspecified time) pic.twitter.com/2gymTKFMA2
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଘଟଣାସ୍ଥଳରେ ୫ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । କୁଲଗାମରେ ଆହୁରି ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି । ତେଣୁ ଏବେ ବି ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଆପରେସନ ଜାରି ରୋଖିଛନ୍ତି ।
]]>ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବା ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଥିଲେ। ତେବେ ଏହି ସମୟରେ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ।
ତେବେ ଏହି ଅପରେସନରେ ଟପ୍ କ୍ୟାଡର ମାଓବାଦୀ ଜଣେ ସେଠୁ ଖସି ପଳାଇଥିବା ଜଣାପଡ଼ିଛିା ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ସେପଟେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ପୁରା ଜଙ୍ଗଲରେ ଏବେ ସର୍ଚ୍ଚ ଅପରେସନ୍ ସହ କମ୍ବିଂକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଦାନ୍ତେୱାଡ଼ା SP ଗୌରବ ରାୟ।
]]>ଏନେଇ ଜମ୍ମୁ ଓ କାଶ୍ମୀର ପୋଲିସ୍ ସୂଚନା ଦେଇଛି, ଉରି, ହଥଲଙ୍ଗା ଅଞ୍ଚଳରେ ଭାରତୀୟ ସେନା, ଓ ବାରାମୂଳା ପୋଲିସ୍ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ ଆରମ୍ଭ ହୋଇଛି। ଏହାପରେ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିହତ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା। ଆଉ ଏବେ ଏହି ଆତଙ୍କବାଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି।
#WATCH | J&K: Encounter broke out between terrorists and Army & Baramulla Police in the forward area of Uri, Hathlanga in Baramulla district. Two terrorists were killed in the encounter.
— ANI (@ANI) September 16, 2023
(Visuals deferred by unspecified time) pic.twitter.com/0cRpZJDY8Q
ସୂଚନାଥାଉ କି, ଜମ୍ମୁ ଓ କାଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ଓ ସୁରକ୍ଷା ବଳ ସହିତ ଗୁଳି ବିନିମୟ ବେଳେ ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ପରିଚୟ ମିଳିଛି। କାଶ୍ମୀର ଜୋନ୍ ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରମୂଳା ଜିଲ୍ଲାର ହାଥ୍ଲାଙ୍ଗ୍ ଉରିର ‘ଫର୍ୱାର୍ଡ’ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ- ମିର୍ ସାହିବ ବାରମୂଳାର ଜାଇଦ୍ ହସନ୍ ମଲ୍ଲା ଏବଂ ଷ୍ଟାଡିୟମ୍ କଲୋନିର ମହମ୍ମଦ ଆରିଫ୍ ଚନ୍ନା। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବାକୁ ଲାଗି ‘ଡ୍ରୋନ୍ ସର୍ଭିଲେନ୍ସି’ କରାଯାଉଛି।
ଅନ୍ୟପକ୍ଷେ, ଅନନ୍ତନାଗ ଜିଲ୍ଲାର କୋକରନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚତୁର୍ଥ ଦିନରେ ପହଞ୍ଚିଛି। ପାହାଡିଆ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଲାଗି ହେଲିକପ୍ଟର ଓ ଡ୍ରୋନ୍ର ସହାୟତା ନିଆଯାଇଛି।
]]>ସୂଚନା ଅନୁସାରେ, ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ କାଶ୍ମୀରର ଏଲ୍ଓସି ନିକଟ ଜୁମାଗୁଣ୍ଡରେ ସର୍ଚ୍ଚ ଅପରେସନ୍ କରିଥିଲେ। ଏହାପରେ ଆଜି ଭୋର ସମୟରେ ଏନ୍କାଉଣ୍ଟର କରି ୫ ଆତଙ୍କବାଦୀ ନିପାତ କରିଥିଲେ। ଯାହାକି ସୁରକ୍ଷକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି।
]]>Kupwara encounter | Five foreign terrorists killed in the encounter, search operation underway: ADGP Kashmir, Vijay Kumar https://t.co/MvNPn65jBQ
— ANI (@ANI) June 16, 2023
ସୂଚନା ମୁତାବକ ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା । ଘଞ୍ଚ ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଠାବ କରିଥିଳେ ଯବାନ । ପରେ ପରେ ଉଭୟ ନକ୍ସଲ ଓ ଯବାନମାନେ ମୁହାଁମୁହିଁ ହୋଇଛନ୍ତି ।
ଏବେ ବି ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଯବାନଙ୍କ ଗୁଳିରେ କୌଣସି ନକ୍ସଲ ନିହତ ହୋଇଥିବା ସୂଚନା ଆସିନାହିଁ ।
]]>ଆଜି ଅପରାହ୍ନରେ ମିରଟରେ ହୋଇଥିବା ଏକ ଏନକାଉଣ୍ଟରରେ ଅନିଲ ଦୁଜାନାର ମୃତ୍ୟୁ ଘଟିଛି । ହତ୍ୟା, ଡକାୟତି, ଅପହରଣ ଭଳି ଅନେକ ମାମଲାରେ ଅନିଲ ଦୁଜାନା ଓରଫ୍ ଅନିଲ ନାଗରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପ୍ରାୟ ଏକ ସପ୍ତାହ ପୂର୍ବରୁ ଏକ ହତ୍ୟା ମାମାଲାରେ ବେଲ୍ରେ ବାହାରକୁ ଆସିଥିଲା ଅପରାଧୀ । ଆଉ ଜେଲରୁ ବାହାରିବା ପରେ ସେ ଜଣେ ସାକ୍ଷୀକୁ ମାରିବା ପାଇଁ ଧମକ ଦେଇଥିଲା । ଆଉ ସେହି ବ୍ୟକ୍ତି ଜଣକ ଥାନାରେ ଏନେଇ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ଏକ ପୋଲିସ୍ ଟିମ ଅନିଲକୁ ଖୋଜିବାକୁ ଆରମ୍ଭ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା, ଅନିଲ ମିରଟରେ ଲୁଚି ରହିଛି । ଏହାପରେ ଏସଟିଏଫ ଟିମ ଅନିଲ ଥିବା ସ୍ଥାନରେ ପହଞ୍ଚି ଯାଇଥିଲା । ପୋଲିସ୍କୁ ଦେଖିବା ମାତ୍ରେ ଅନିଲ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲା । ହେଲେ ଏସଟିଏଫ ଟିମ୍ର ଏନକାଉଣ୍ଟରରେ ଅନିଲ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲା।
ସୂଚନାଯୋଗ୍ୟ ଗତ କିଛି ଦିନ ହେବ STF ଏବଂ UP ପୋଲିସ ଅନିଲ ଦୁଜାନାଙ୍କୁ ଖୋଜୁଥିଲେ । ଏହି ଗ୍ୟାଙ୍ଗଷ୍ଟର ବିରୋଧରେ ୧୮ ଟି ହତ୍ୟା, ଲୁଟପାଟ୍, ଡକାୟତି, ଜମି ଜବରଦଖଲ, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ସମେତ ୬୨ ଟି ମାମଲା ରହିଥିଲା । ଅନିଲ ଦୁଜାନା ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟିକୁ AK-47 ରେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।
୨୦୧୨ ଠାରୁ ଅନିଲ ଦୁଜାନା ଜେଲରେ ଥିଲା ଏବଂ ଜାନୁୟାରୀ ୨୦୨୧ରେ ଜାମିନରେ ବାହାରିଥିଲା । ତା’ଉପରେ ବୁଲନ୍ଦଶହର ପୋଲିସ ୨୫ ହଜାର ଏବଂ ନୋଏଡା ପୋଲିସ ୫୦ ହଜାର ପୁରସ୍କାର ରାଶି ରଖିଥିଲା । ଅନେକ ମାମଲାରେ ହାଜର ହୋଇନଥିବାରୁ ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା ।
ପଶ୍ଚିମ ୟୁପିରେ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଗ୍ୟାଙ୍ଗୱାର ବହୁ ଚର୍ଚ୍ଚିତ ଥିଲା । ନରେଶ ଭାଟି ଏବଂ ସୁନ୍ଦର ଭାଟି ଗ୍ୟାଙ୍ଗ୍ର ସଦସ୍ୟ ମଧ୍ୟରେ ଶତ୍ରୁତା ରହିଥିଲା । କିନ୍ତୁ ୨୦୦୪ରା ନରେଶ ଭାଟିକୁ ସୁନ୍ଦର ଭାଟିର ଗ୍ୟାଙ୍ଗ୍ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ନରେଶର ଭାଇ ରଣଦୀପ ଏବଂ ଜ୍ୱାଇଁ ଅମିତ କାସାନା ଅନିଲ ଦୁଜାନାକୁ ନିଜ ଗ୍ୟାଙ୍ଗ୍ରେ ମିଶାଇଥିଲେ । ଆଉ ନଭେମ୍ବର ୨୦୧୧ରେ ସୁନ୍ଦର ଭାଟିଙ୍କୁ ହତ୍ୟା କରିବା ପାଇଁ ତିନି ଜଣ ସୁନ୍ଦର ଭାଟିଙ୍କ ଭଣଜା ବିବାହ ଦିନକୁ ଟାର୍ଗେଟ କରିଥିଲେ । ସମସ୍ତଙ୍କ ସାମ୍ନାରେ ତାକୁ ହତ୍ୟା କରି ଆତଙ୍କ ବିସ୍ତାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ଯୋଜନା ଅନୁସାରେ ରଣଦୀପ, କସନା ଏବଂ ଅନିଲ ଦୁଜାନା ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟି ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ସୁନ୍ଦର ଭାଟି ଖସି ପଳାଇଥିଲା ଏବଂ ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
ଏହି ହତ୍ୟାକାଣ୍ଡ ମାମଲାରେ ୨୦୧୨ରେ ଅନିଲ ଦୁଜାନା ଧରାପଡି ଜେଲ ଯାଇଥିଲା । ଏହା ପରେ ୨୦୧୪ରେ ସୁନ୍ଦର ଭାଟି ପ୍ରତିଶୋଧ ନେଇ ଅନିଲ ଦୁଜାନାର ଭାଇଙ୍କୁ ହତ୍ୟା କରିଥିଲା । ୨୦୨୧ରେ ଜାମିନରେ ସେ ବାହାରକୁ ଆସିଥିଲା । ଏପଟେ ଚଳିତ ବର୍ଷ ଅକ୍ଟୋବରରେ ଅନିଲ ଦୁଜାନା ଅନ୍ୟ ଜଣେ ବ୍ୟବସାୟୀଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିଲା । ଏଥିସହ ଅନ୍ୟ ଏକ ହତ୍ୟା ମାମଲାରେ ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା । ଏହି ସମସ୍ତ ମାମଲା ବ୍ୟତୀତ ଅନିଲ ଦୁଜାନା ଅନ୍ୟ ମାମଲାର ଶୁଣାଣିରେ ଯୋଗ ଦେଇନଥିଲେ, ଯେଉଁ କାରଣରୁ କୋର୍ଟ ତାଙ୍କ ଉପରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ ଏବଂ ୟୁପି ପୋଲିସ ମଧ୍ୟ ୭୫ ହଜାର ଟଙ୍କା ପୁରସ୍କାର ରାଶି ରଖିଥିଲା ।
]]>୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ଦେବାଶିଷ ବିବାହ କରିଥିବାବେଳେ ତାଙ୍କର ୭ ମାସର କନ୍ୟା ସନ୍ତାନ ରହିଛି। ଦିନକ ପରେ ଦେବାଶିଷ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, କିନ୍ତୁ ତା’ ପୂର୍ବରୁ ସେ ସହିଦ ହୋଇଯାଇଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀମାନେ ତାଙ୍କୁ ଝୁରି ଝୁରି କାନ୍ଦୁଛନ୍ତି। ପୁରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦେବାଶିଷ ଥିଲେ ଘରର ବଡ଼ ପୁଅ ।
ଦେଶ ପାଇଁ ଭାଇ ସହିଦ ହେବା ପରେ ସମ୍ପର୍କୀୟ ଭାଇ କାନ୍ଦି କାନ୍ଦି କହିଛନ୍ତି, ‘ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସେ ପିଲା ଥିଲା। ସେ କାହାକୁ କିଛିବି କୁହେ ନାହିଁ। ଆମ ଗାଁ ପାଇଁ ସେ ଗର୍ବ ଥିଲା। ଦଶହରାରେ ଯେତେବେଳେ ଦେବାଶିଷ ଗାଁକୁ ଆସେ ଆମ ସହ ସେ ପାଇକ ଖେଳେ। ସେସବୁ ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି।
ସୂଚନାଥାଉ କି, ଗତକାଲି ପୁଞ୍ଛରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ। ସେମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଓ କୁଲୱନ୍ତ ସିଂ, ସିପାହୀ ହରକ୍ରିଷନ ସିଂ ଓ ସେବକ ସିଂ। ସେନାର White Knight Corps ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି।
(ରିପୋର୍ଟ- ଦ୍ୱିତୀକୃଷ୍ଣ ପଟ୍ଟନାୟକ, ପିପିଲି)
]]>ପୋଲିସ୍ ସୂଚନା ଅନୁସାରେ ଉତ୍ତର ପ୍ରଦେଶ ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ ଟିମ୍ ଉପରକୁ ଦୁହେଁ ପ୍ରଥମେ ଗୁଳି ଚଳାଇଲେ । ତେଣୁ ସ୍ପେସାଲ୍ ଟାସ୍କ୍ ଫୋର୍ସ ଟିମ୍ ପାଲଟା ଗୁଳି ଚଳାଇବାରୁ ୨ ଜଣଯାକ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍ଫୋନ୍ ଏବଂ ସିମ୍ କାର୍ଡ ଉଦ୍ଧାର କରାଯାଇଛି ।
ଉମେଶ ପାଲ୍ ହତ୍ୟା ମାମଲାରେ ଆଜି ଅତିକ ଅହମଦଙ୍କୁ ପ୍ରୟାଗରାଜ ସ୍ଥିତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନକାଉଣ୍ଟରରେ ଅସଦ୍ଙ୍କର ମୃତ୍ୟୁ ଘଟିଛି । ଏନକାଉଣ୍ଟରରେ ପୁଅର ମୃତ୍ୟୁ ଖବର ପାଇ ଅତିକ ଅହମଦ ଭାଙ୍ଗି ପଡ଼ିଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଗତ ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲଙ୍କୁ ପ୍ରୟାଗରାଜ ସ୍ଥିତ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଉମେଶଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହା ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ୨୦୦୫ରେ ବିଏସ୍ପିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାରେ ସାକ୍ଷୀ ଥିଲେ ଉମେଶ ପାଲ । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।
]]>ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟରେ କୁଖ୍ୟାତ ଅପରାଧୀ ଜିତୁ ଏକ କାର୍ରେ ଆସୁଥିବା ଖବର ପାଇ ଖାରବେଳନଗର ଥାନା ଆଇଆଇସି ଓ ତାଙ୍କ ଟିମ୍ ପିଛା କରିଥିଲେ। ସେହି ସମୟରେ ଅପରାଧୀ ଜିତୁ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୋଲିସ ନିଜର ଆତ୍ମରକ୍ଷା ପାଇଁ ଜିତୁକୁ ଏନ୍କାଉଣ୍ଟର କରିଥିଲା।
#ରାଜଧାନୀରେ_ଏନକାଉଣ୍ଟର
— ଓଟିଭି (@otvkhabar) March 26, 2023
ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର । ବାମ ଗୋଡ଼ରେ ବାଜିଛି ଗୁଳି, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଜିତୁ ନାଁରେ ବୋମାମାଡ଼ ଏବଂ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଛି#Bhubaneswar #OTV pic.twitter.com/Ve7LCd5Vxz
ଅପରାଧୀ ଜିତୁ ଦେହରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
]]>କଟକ ଡିସିପିଙ୍କ ସୂଚନା ଅନୁସାରେ, ବିଡାନାସୀ ଭୁଆସୁଣୀ ପଠାରେ ଶଙ୍କର ଲୁଚିଥିବା ନେଇ ସ୍ପେଶାଲ ସ୍କ୍ୱାଡ୍କୁ ଖବର ମିଳିଥିଲା। ବନ୍ଧୁକ ବିକ୍ରି ପାଇଁ ଶଙ୍କର ଡିଲ୍ କରିବାକୁ ଯାଇଥିବା ବେଳେ ସ୍ପେଶାଲ ସ୍କ୍ୱାଡ୍ ଓ ବିଡାନାସୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ ଶଙ୍କର ଫେରାର ହେବାକୁ ଉଦ୍ୟମ ସହ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ୍ ଶଙ୍କର ଉପରକୁ ଫାୟାରିଂ କରିଥିଲା।
#କଟକରେ_ଏନ୍କାଉଣ୍ଟର
— ଓଟିଭି (@otvkhabar) March 3, 2023
ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ଏନ୍କାଉଣ୍ଟର କଲା ପୋଲିସ୍...#Encounter #Cuttack #Odisha pic.twitter.com/tfUOoWIGps
ଶଙ୍କରର ଘର ରାଣୀହାଟ ଗୋପାଳ ସାହିରେ। ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ହତ୍ୟାକାଣ୍ଡ, ଚୋରା ବନ୍ଧୁକ କାରବାର, ବୋମାମାଡ଼, ଆଦି ବହୁ ଅପରାଧରେ ଶଙ୍କର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
]]>ଜଣେ ବ୍ୟକ୍ତି ବଜାର ଉପରେ ଏକ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିଲା । ସମସ୍ତଙ୍କୁ ଧମକ ଚମକ ଦେଉଥିଲା । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲା । ଆଉ ଦୁର୍ବୃତ୍ତଙ୍କୁ ବୁଝାସୁଝା କରି କାବୁ କରିବାକୁ ଚେଷ୍ଟା କଲା । ହେଲେ ବିଫଳ ହେଲା । ପୋଲିସ ଦେଖି ଦୁର୍ବୃତ୍ତ ଜଣକ ଡରିବା ବଦଳରେ ଅଧିକ ଉତ୍ତେଜିତ ହୋଇଥିଲେ । ଆଉ ଚିତ୍କାର କରି ଲୋକଙ୍କ ଆଡ଼କୁ ଭୁଜାଲି ଧରି ମାଡ଼ି ଆସିଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଚଳାଇଥିଲା ଗୁଳି । ଦୁର୍ବୃତ୍ତର ଗୋଡ଼କୁ ଗୁଳି କରିଥିଲା ପୋଲିସ । ଆଉ ସେଇଠି ହିଁ ଚିତ୍କାର କରି ତଳେ ପଡ଼ିଯାଇଥିଲା ଦୁର୍ବୃତ୍ତ ।
ତାପରେ ସେହି ରାସ୍ତା ଉପରେ ଦୁର୍ବୃତ୍ତକୁ ନିର୍ଧୁମ ପିଟିଥିଲା ପୋଲିସ । ଗୋଇଠା ବିଧା ମାରିବା ସହ ଠେଙ୍ଗାରେ ବି ପିଟିଥିଲା । ଶେଷରେ ଅଧାମରା କରି ପୋଲିସ ଗାଡ଼ିରେ ଥାନାକୁ ନେଇଥିଲା । ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ରବିବାର ଏହି ଘଟଣା ଘଟିଥିବା କୁହାଯାଉଛି । ଦୁର୍ବୃତ୍ତ ଜଣକ ଫଜାଲ ଭଗବାନ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
Shootout at #Kalaburagi #Karnataka. A man named Jaffer who was threatening people brandishing knife was shot at his feet and injured by police to over power him. Despite repeated appeals, he didn't listen. He was rushed to nearby hospital. Cops are investigating y he did that. pic.twitter.com/FQitDpXzlI
— Imran Khan (@KeypadGuerilla) February 6, 2023
]]>
ଉଭୟ ପକ୍ଷରୁ ବେଶ୍ କିଛି ସମୟ ଧରି ଚାଲିଥିଲା ଗୁଳିଗୁଳା ବିନିମୟ । ଶେଷରେ ସେନାର ଜବାବରେ ଆତଙ୍କବାଦୀଙ୍କ ଜୀବନ ଯାଇଛି । ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରୁ ଏକେ ସିରିଜର ୩ଟି ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି ।
J&K | We noticed unusual movement of a truck & followed it. Truck was stopped at Sidhra in Jammu where driver managed to flee. When the truck was searched terrorists hiding inside, fired on the personnel. Retaliatory firing was done: ADGP Mukesh Singh pic.twitter.com/u9UmTFc5rt
— ANI (@ANI) December 28, 2022
ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ଖାନତଲାସି ଚାଲିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ଗତକାଲି ମଧ୍ୟ ଉଦାମପୁରରେ ଆତଙ୍କବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୧୫ କେଜି ଓଜନର ଆଇଇଡିକୁ ନିଷ୍କ୍ରିୟ କରାଯାଇଥିଲା ।
ସେହିପରି ଦିନକ ପୂର୍ବରୁ ଜମ୍ମୁ-କଶ୍ମୀର ପୋଲିସ୍ ଓ ଭାରତୀୟ ସେନା ବଡ଼ଧରଣର ଆତଙ୍କୀ ହମଲା ଯୋଜନାକୁ ପଣ୍ଡ କରି ଦେଇଥିଲେ । ଜମ୍ମୁ-କଶ୍ମୀରର ଉଦ୍ଧମପୁରରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବାକୁ ଚାହୁଁଥିବା ବେଳେ ସୁରକ୍ଷାକର୍ମୀ ଏହାକୁ ଭଣ୍ଡୁର କରି ଦେଇଥିଲେ ।
ସିଲିଣ୍ଡର ଆକାରର ଆଇଡି, ୩୦୦ରୁ ୪୦୦ ଗ୍ରାମର ଆରଡିଏକ୍ସ, ୭ଟି ୭.୬୨ ଏମଏମର କ୍ୟାଟ୍ରିଜ୍ ଓ ୫ ଡିଟୋନେଟର ବସନ୍ତଗଡ଼ ଅଞ୍ଚଳରୁ ଠାବ କରି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଥିବା ପୋଲିସ୍ ପକ୍ଷରୁ କୁହାଯାଇଥିଲା ।
]]>ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ପୂର୍ବରୁ ଇନପୁଟ୍ ମିଳିଥିଲା । କେତେକ ଆତଙ୍କବାଦୀ ମୁଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।
Shopian, J&K | Encounter underway between security forces and terrorists, 3 LeT terrorists killed at Munjh Marg area
— ANI (@ANI) December 20, 2022
(Visuals deferred by unspecified time) pic.twitter.com/ky2KqbDNbm
ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନେ କାଶ୍ମୀର ପଣ୍ଡିତ ପୁରାଣ କ୍ରିଷ୍ଣା ଭଟ୍ଟ ଓ ନେପାଳର ତିଲ ବାହାଦୁର ଥାପ୍ପାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ । ଘଟଣା ସ୍ଥଳରୁ ଗୋଟିଏ AK 47 ରାଇଫଲ ଓ ୨ଟି ପିସ୍ତଲ ଜବତ ହୋଇଥିବା କାଶ୍ମୀର ADGP ସୂଚନା ଦେଇଛନ୍ତି ।
#ସେନାର_ଘାତକ_ଅପରେସନ
— ଓଟିଭି (@otvkhabar) December 20, 2022
ଜାମ୍ମୁ ଓ କାଶ୍ମୀରର ସୋପିଆନରେ ସେନାର ଘାତକ ଅପରେସନ, ୩ ଆତଙ୍କୀ ନିପାତ...#ShopianEncounter #OTV pic.twitter.com/L77UMFoJqs
ସୂଚନାଯୋଗ୍ୟ ଘାଟିରୁ ୩୭୦ ହଟିବା ପରେ ପାକିସ୍ତାନ ରକ୍ତଚାଉଳ ଚୋବାଉଛି । କାଶ୍ମୀରରେ ଶାନ୍ତିର ବାତାବରଣ ଯେପରି ପଡ଼ୋଶୀ ଦେଶରେ ଯାଉନାହିଁ । କାଶ୍ମୀରକୁ ଅସ୍ଥିର କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ ଅସଫଳ ପ୍ରୟାସ କରୁଛି ।
]]>ପୋଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ । ତୁରନ୍ତ ଘଟଣାର ତଦନ୍ତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସ୍ କିମ୍ବା ସୁରକ୍ଷାବଳର ପ୍ରତିକ୍ରିୟା ମିଳିପାରିନି । ଗତ ୧୦ ତାରିଖ ରାତିରେ ବୈପାରୀଗୁଡ଼ା ଥାନା ରାମଗିରି ଜଙ୍ଗଲରେ ମାଓ-ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ମେଳି କରିଥିବା ଖବର ପାଇ ଏସଓଜି ଓ ବିଏସଏଫ୍ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଏଥିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁରକ୍ଷାକର୍ମୀ ଦର୍ଶାଇଥିଲେ ।
]]>ପୋଲିସ ଏନ୍କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସୂଚନାନୁସାରେ, ଅଟାରି ଗାଁରେ ୬ରୁ ୭ ଜଣ ଗ୍ୟାଙ୍ଗଷ୍ଟର ଲୁଚି ରହିଥିବା ଏବେ ସନ୍ଦେହ କରାଯାଉଛି । କୁହାଯାଉଛି ଯେ, ଏହି ଗ୍ୟାଙ୍ଗଷ୍ଟରମାନେ ଗାଁର ପୁରୁଣା ବିଲ୍ଡିଂରେ ଲୁଚି ରହିଛନ୍ତି । ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଗ୍ୟାଙ୍ଗଷ୍ଟରମାନେ ଏହି ଗାଁରେ ଲୁଚି ରହିଛନ୍ତି ବୋଲି ପଞ୍ଜାବ ପୋଲିସ ସୂଚନା ପାଇଥିଲା । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ ।
ପୂର୍ବରୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ । କାର୍ ଭିତରେ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ ଧରି ହତ୍ୟାକାରୀମାନେ ଖୁସି ମନାଇଥିଲେ । ଏସମ୍ପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା, ଗୋଟିଏ କାର୍ରେ ୫ ଜଣ ଯୁବକ ବସିଥିବା ବେଳେ କ୍ୟାମେରା ଆଗରେ ସମସ୍ତେ ବନ୍ଧୁକ ଦେଖାଇ ଖୁସି ମନାଉଥିଲେ ।
ସିଦ୍ଧୁଙ୍କୁ ମର୍ଡର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା । ଆକ୍ରମଣକାରୀମାନେ ପାଖାପାଖି ୩୦ ରାଉଣ୍ଡ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ ଗୁଳି ତାଙ୍କ ଶରୀରରେ ବାଜି ଥିଲା । ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା ।
ତେବେ ଆଜି ପୋଲିସ ଏନ୍କାଉଣ୍ଟର ପୂର୍ବରୁ, ଗ୍ୟାଙ୍ଗଷ୍ଟର ଜଗରୁପ ସିଂହ ରୁପା ଏବଂ ତାଙ୍କ ସହଯୋଗୀ ମନପ୍ରିତ ଓରଫ ମନ୍ନୁ କୁସା ସେଠାରେ ଲୁଚି ରହିଥିବା ଖବର ପାଇଥିଲା । ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ଫୋର୍ସ ପୂରା ଅଞ୍ଚଳକୁ ସିଲ୍ କରିଥିଲା । ଏହାପରେ ପୋଲିସ ଏବଂ ଉଭୟ ସୁଟରଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଉଭୟ ଗ୍ୟାଙ୍ଗଷ୍ଟର ସାର୍ପ ସୁଟର୍ ଥିବା ସନ୍ଦେହ କରାଯାଉଛି । ଏହି ଉଭୟ ଅଭିଯୁକ୍ତ ପଞ୍ଜାବର ତରନତାରନର ବାସିନ୍ଦା ବୋଲି କୁହାଯାଉଛି ।
ଏହି ଦୁଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ସାର୍ପ ସୁଟର୍ । ମନପ୍ରିତ ହେଉଛି ସେହି ସୁଟର୍ ଯିଏ ପ୍ରଥମେ ମୁସେୱାଲା ଉପରକୁ ଏକେ-୪୭ରେ ଗୁଳିମାଡ କରିଥିଲା । ସୂତ୍ର ଅନୁଯାୟୀ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର, ମନପ୍ରିତ ହିଁ ପ୍ରଥମେ ମୁସେୱାଲାଙ୍କୁ ଗୁଳିମାଡ କରିବ ବୋଲି ନିର୍ଦ୍ଦେଶ ଦେଇଥିଲା ।
ମନପ୍ରିତ ପଞ୍ଜାବ ଜେଲରେ ବନ୍ଦ ଥିବା ବେଳେ ପଟିଆଲା ଗ୍ୟାଙ୍ଗର ସଦସ୍ୟାମାନେ ଜେଲ୍ ଭିତରେ ତାକୁ ଜୋତା ଚପଲରେ ମାଡ ମାରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଏହି କାରଣରୁ ମନପ୍ରୀତକୁ ଗୋଲ୍ଡି ବ୍ରାର ପଟିଆଲା ଗ୍ୟାଙ୍ଗକୁ ଶିକ୍ଷା ଦେବା ଏବଂ ପ୍ରତିଶୋଧ ନେବାକୁ ପ୍ରଥମ ଗୁଳି ଚଳାଇବାକୁ ଅନୁରୋଧ କରିଥିଲା । ଏହି ଦୁଇଜଣଙ୍କ ବ୍ୟତୀତ ତୃତୀୟ ସୁଟର ଦୀପକ ମୁଣ୍ଡି ଏବେବି ଫେରାର ଅଛି ।
ଏହାପୂର୍ବରୁ ପୋଲିସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସାର୍ପ ସୁଟର୍କୁ ଗିରଫ କରିଥିଲା । ଅଙ୍କିତ ସିରସା ନାମକ ଏହି ସୁଟର୍ ମୁସେୱାଲାଙ୍କୁ ଅତି ନିକଟରୁ ଗୁଳି କରିଥିଲା । ଅଙ୍କିତ ସିର୍ସାଙ୍କ ପୂର୍ବରୁ ପ୍ରିୟବ୍ରତକୁ ପୋଲିସ ଗିରଫ କରିଥିଲା ।
]]>ଗତକାଲି ବିଳମ୍ବିତ ରାତିରେ ଅୱନ୍ତିପୋରାରେ ଏନ୍କାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗତ ୩ ଦିନ ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ଏନ୍କାଉଣ୍ଟରରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି।
ସୂଚନାଥାଉ କି, ବୁଧବାର ଦିନ କଶ୍ମୀର ବଡଗାମ ଜିଲ୍ଲାର ହସ୍ରୋ ଗାଁରେ ୩୫ ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନ୍ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅମରିନ୍ଙ୍କ ୧୦ ବର୍ଷୀୟ ପୁତୁରାଙ୍କୁ ମଧ୍ୟ ଗୁଳି ବାଜିଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଅମରିନ୍ଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
]]>
ଆହତ ଅବସ୍ଥାରେ ଚକରାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାସହ ଦୁଇ ଜଣ ପୋଲିସ୍ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍କୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।
]]>ମାଓବାଦୀମାନେ ଜଙ୍ଗଲ ଭିତରେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ତେଲେଙ୍ଗାନା ପୋଲିସ୍, ଛତିଶଗଡ଼ ପୋଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ହୋଇଥିଲା।
]]>Six Naxals have been killed in the encounter that took place in the forest area of Kistaram PS limit in the border area of Telangana and Chattisgarh. It's a joint operation of Telangana Police, Chhattisgarh Police and CRPF: Sunil Dutt, SP, Bhadradri Kothagudem district, Telangana
— ANI (@ANI) December 27, 2021
ବର୍ତ୍ତମାନ ଗତ କିଛି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇବା ପର ଠାରୁ ବିଭିନ୍ନ ଅଞ୍ଚଳରେ ଏନକାଉଣ୍ଟର କରୁଛନ୍ତି ସୁରକ୍ଷାକର୍ମୀ । ଆଉ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଛି । ସେହି ଘଟଣା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଜମ୍ମୁର ଅନେକ ଅଞ୍ଚଳରେ ସେନା ଦ୍ୱାରା ସର୍ଚ୍ଚ ଅପରେସନ୍ ଚାଲିଛି ।
ବର୍ତ୍ତମାନ ତ୍ରାଲ୍, ଅୱନ୍ତିପୋରା ଏବଂ ହାର୍ଦୁମିରରେ ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ଏହି ଏନକାଉଣ୍ଟର ବ୍ୟତୀତ ସୁରକ୍ଷା ବାହିନୀକୁ ବଡ ସଫଳତା ମଧ୍ୟ ମିଳିଛି । ଏହି କ୍ରମରେ ଶ୍ରୀନଗରରେ ଜଣେ ସାଧାରଣ ନାଗରିକ ଏବଂ ପୋଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ-କଶ୍ମୀର ପୋଲିସ । ସେମାନଙ୍କୁ ପଚରାଉଚରା କରିବା ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ବଡ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଗତ କିଛି ମାସ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଘଟିଛି । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବାହାର ଶ୍ରମିକ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି । ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ନୂଆ ଅପରେସନ୍ ଆରମ୍ଭ କରି ଦେଇଛନ୍ତି । ଏହି ଅପରେସନ୍ ମାଧ୍ୟମରେ,ବର୍ତ୍ତମାନ ଓଭର ଗ୍ରାଉଣ୍ଡ ୱାର୍କସ (OGW) ଧରିବାକୁ ପ୍ରୟାସ କରାଯାଉଛି । ଏହି ଲୋକମାନେ ଆତଙ୍କବାଦୀଙ୍କୁ ପ୍ରତ୍ୟେକ ଇନପୁଟ୍ ଦିଅନ୍ତି ।
ଏଭଳି ସ୍ଥିତିରେ ସେମାନଙ୍କୁ ଗିରଫ କରିବା ସହ ଆତଙ୍କବାଦୀଙ୍କୁ ଦିଶାହୀନ କରିବା ପାଇଁ ଯୋଜନା ରହିଛି । ଯଦ୍ୱାରା ସେମାନେ ଇନପୁଟ୍ ପାଇପାରିବେ ଓ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇ ପାରିବେ ନାହିଁ ।
]]>ସୂଚନା ଅନୁସାରେ, ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇଥିଲେ ସୁରକ୍ଷା ବାହିନୀ। ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ସୁରକ୍ଷା ବାହିନୀ। ଏତିକି ବେଳେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍ ଅପ୍ କୋଇଲା ବୋଝେଇ ଟ୍ରକ୍ରେ ଘରକୁ ଫେରୁଥିଲେ। କିନ୍ତୁ ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲେ।
ଯେତେବେଳେ ଏହି ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ଗାଁର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଖୋଜିବାକୁ ବାହାରିଥିଲେ। ତା’ପରେ ସେମାନେ ରାସ୍ତା ଉପରେ ସେମାନଙ୍କର ମୃତଦେହ ପଡିଥିବା ପାଇଥିଲେ। ଏହି ଘଟଣା ପରେ ଉତ୍ତଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ସେ ଏସଆଇଟି ଗଠନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ମୋନ ଜିଲ୍ଲାର ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଅତ୍ୟନ୍ତ ନିନ୍ଦନୀୟ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହି ଘଟଣାର ଉଚ୍ଚ ସ୍ତରୀୟ SIT ଦ୍ୱାରା ଅନୁସନ୍ଧାନ କରାଯିବ ଏବଂ ଦେଶର ଆଇନ ଅନୁଯାୟୀ ନ୍ୟାୟ କରାଯିବ, ମୁଁ ଶାନ୍ତି ପାଇଁ ସମାଜର ସମସ୍ତ ବିଭାଗକୁ ନିବେଦନ କରୁଛି।’
The unfortunate incident leading to killing of civilians at Oting, Mon is highly condemnable.Condolences to the bereaved families & speedy recovery of those injured. High level SIT will investigate & justice delivered as per the law of the land.Appeal for peace from all sections
— Neiphiu Rio (@Neiphiu_Rio) December 5, 2021
]]>Anguished over an unfortunate incident in Nagaland’s Oting, Mon. I express my deepest condolences to the families of those who have lost their lives. A high-level SIT constituted by the State govt will thoroughly probe this incident to ensure justice to the bereaved families.
— Amit Shah (@AmitShah) December 5, 2021
ପ୍ରହ୍ଲାଦ ଓ ସୁଶାନ୍ତ ବରପଦାରେ ଥିବା ନେଇ ପୋଲିସ୍କୁ ଖବର ମିଳିଥିଲା। ଏହାପରେ ସେମାନଙ୍କୁ କାବୁ କରିବା ଲାଗି ପୋଲିସ୍ ଚଢ଼ଉ କରିଥିଲା। ଏହି ସମୟରେ ପୋଲିସ୍ ଉପରକୁ ଏହି ୨ ଜଣ ପାଲଟା ଆକ୍ରମଣ କରିଥିଲେ। ଫଳରେ ପୋଲିସ୍ ଏମାନଙ୍କୁ ଏନ୍କାଉଣ୍ଟର କରିଥିଲା। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ କଟକ ରେଫର୍ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍ରେ ଟଙ୍କା ଲୋଡ୍ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏହି ଲୁଟ୍ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏହାସହ ଏହି ମାମଲାରେ ଅନ୍ୟ ୪ ଜଣଙ୍କୁ ଅଟକ ରଖି ଭଦ୍ରକ ପୋଲିସ୍ ପଚାଉଚରା କରୁଛି। ଏମାନଙ୍କ ନିକଟରୁ ୪ଟି ମାଗାଜିନ୍, ୩ଟି ମାଉଜର୍, ମାରଣାସ୍ତ୍ର ଜବତ କରାଯାଇଛି। ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି।
]]>ମିଲିନ୍ଦ ଭୀମା କୋରେଗା କେସ୍ରେ ମଧ୍ୟ ଅଭିଯୁକ୍ତ ଥିବା କୁହାଯାଉଛି। ସେ ସିପିଆଇ- ମାଓବାଦୀର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲେ। ନିହତଙ୍କ ମଧ୍ୟରେ ଥିବା ଅନ୍ୟତମ ହାର୍ଡକୋର ମାଓନେତା ଲୋକେଶ ମଙ୍ଗୁଙ୍କ ନାଁରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି।
ସେହିପରି ନିହତ ମହେଶ ଶିବାଜୀ ରାଓଜୀଙ୍କ ନାଁରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ଓ୍ୱାଲସେ ପାଟିଲ୍ ଏହି ସୂଚନା ଦେଇଛନ୍ତି। ନିହତ ଅନ୍ୟ ମାଓବାଦୀଙ୍କ ଚିହ୍ନଟ ଚାଲିଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ଗତକାଲି ଏହି ଏନ୍କାଉଣ୍ଟରେରେ ନିହତ ୨୬ ନକ୍ସଲଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଓ ୬ ଜଣ ଜଣ ମହିଳା ଅଛନ୍ତି।
]]>ଗତକାଲି ସଂଧ୍ୟାରେ ପୁଣି ଦାଦାବଟି ମାଗିବାରୁ ଜିତେନ୍ଦ୍ରଙ୍କ ସହ ଦୁର୍ବୃତ୍ତଙ୍କର ବଚସା ହୋଇଥିଲା । ପରେ ସେମାନେ ପଳାଇଥିଲେ । ରାତିରେ ଆସି ପୁଣି ଦୁର୍ବୃତ୍ତମାନେ କବାଟ ବାଡ଼େଇ ଜିତେନ୍ଦ୍ରଙ୍କୁ ଡାକିଥିଲେ । ଜିତେନ୍ଦ୍ର କବାଟ ଖୋଲିବାରୁ ସେମାନେ ଗୁଳି କରିଥିଲେ । ତେବେ ସ୍ୱାମୀ ଜିତେନ୍ଦ୍ରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଗୁଳିଟି ପତ୍ନୀ ଶକୁନ୍ତଳାଙ୍କ ପଛପଟ ଅଣ୍ଟାରେ ବାଜିଥିଲା । ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । ଅବସ୍ଥା ଗରୁତର ହେବାରୁ ଶକୁନ୍ତଳାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେହିପରି ଦୁର୍ବୃତ୍ତମାନେ ଆଉ ତିନି ଜଣଙ୍କୁ ମଧ୍ୟ ବଟି ମାଗିଛନ୍ତି । ବଟି ନ ଦେବାରୁ ଆକ୍ରମଣ କରିବାରୁ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସେପଟେ ପୁରୀରେ ଆଜି ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନ୍କାଉଣ୍ଟର କରିଛି ପୁରୀ ପୋଲିସ୍ । ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଶ୍ରୀକ୍ଷେତ୍ର ପୁରୀ ନରେନ୍ଦ୍ରକୋଣରେ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜୁ ।
ମଙ୍ଗଳବାର ରାତିରେ ନରେନ୍ଦ୍ରକୋଣରେ ଜଣେ ମହିଳାଙ୍କୁ ଗୁଳି କରିଥିଲା ବିଜୁ । ଗୁଳି ମାଡ଼ ପରେ ଅଭିଯୁକ୍ତ ବିଜୁ ବେହେରା ଚନ୍ଦନପୁର ଥାନା ଅଞ୍ଚଳରେ ଲୁଚି ରହିଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ୍ ଅଚାନକ ଚଢ଼ଉ କରିଥିଲା । ବିଜୁକୁ ଆତ୍ମସମର୍ପଣ କରିବାକୁ ପୋଲିସ୍ କହିଥିଲା । କିନ୍ତୁ ସେ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ପ୍ରତିଜବାବ ଦେଇଥିଲା ପୋଲିସ୍ ।
]]>ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା କନ୍ଦରପୁର ଅଞ୍ଚଳରେ ଥିବା ନେଇ ପୋଲିସ୍କୁ ସୂଚନା ମିଳିଥିଲା। ଖବରପାଇ ପୋଲିସ୍ ଆଜି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ରାକାକୁ ଧରିବାକୁ ପୋଲିସ୍ ଉଦ୍ୟମ କରୁ ଥିବାବେଳେ ପୋଲିସ ଉପରକୁ ସେ ପ୍ରଥମେ ଗୁଳିମାଡ଼ କରିଥିଲା। ଯାହାର ପାଲଟା ଜବାବରେ ପୋଲିସ୍ ରାକା ଉପରକୁ ଫାୟାରିଂ କରିଥିଲା। ଏଥିରେ ସେ ଆହତ ହୋଇଥିଲା ଓ ଗୁରୁତର ଅବସ୍ଥାରେ ତାକୁ କଟକ SCB ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏନେଇ ପୋଲିସ୍ ଛାନ୍ଭିନ୍ ଜାରି ରଖିଛି। ସୂଚନାଥାଉ କି, ଗତ ସେପ୍ଟେମ୍ବର ୮ରେ ବ୍ୟବସାୟୀ କ୍ଷୀରୋଦ ସାହୁ ମାଲଗୋଦାମ ଆସୁଥିବା ବେଳେ ତାଙ୍କ ଉପରକୁ ରାକା ଗୁଳିମାଡ କରିଥିଲା। କିଛି ଦିନ ପୂର୍ବେ କଟକ କନ୍ଦରପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମଧ୍ୟ ରାକାର ସମ୍ପୃକ୍ତି ଥିବା ଜଣାପଡିଛି।
ପାର୍ବଣ ସମୟରେ ଅପରାଧିମାନେ ବିଭିନ୍ନ ପ୍ରକାରର ଅପରାଧ ଘଟାଇ ପାଇଁ ଯୋଜନା କରିଥାନ୍ତି। ହେଲେ ସେମାନଙ୍କର ଏହି କାର୍ଯ୍ୟକଳାପ ଉପରେ ପୋଲିସ୍ ନଜର ରଖିଥାଏ।
]]>୨୪ ଘଣ୍ଟାରେ ସେନାର ତିନି ତିନିଟି ବଡ଼ ଅପରେସନ୍। ଟାର୍ଗେଟ ସଫଳ, ଟଳିଲେ TRFର ତିନି ଆତଙ୍କୀ। ସାଥି ଯବାନଙ୍କ ବଳିଦାନର ବଦଲା ନେଲା ଭାରତୀୟ ସେନା। ଭ୍ୟାଲିରେ ଜୋର ଧରିଲା ଆତଙ୍କୀ ନିପାତ ଅଭିଯାନ। ଭାରତୀୟ ସେନାର ଲକ୍ଡ ଟାର୍ଗେଟରେ ଟଳିଲେ ଲସ୍କର-ଇ-ତାଏବା ସମର୍ଥିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍-TRFର ୩ଜଣ ସଶସ୍ତ୍ର ଆତଙ୍କବାଦୀ। ପୂରଣ ହେଲା ୫ ବୀର ଯବାନ ଓ ୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ। ବୁଲେଟର ବଦଲା ବୁଲେଟରେ ନେଲା ଭାରତୀୟ ସେନା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଭୋରୁ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ସୋପିଆନ ଜିଲ୍ଲାର ତୁଲରାନ୍ ଇମାମସାହେବ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ସେନା ଓ ଆତଙ୍କବାଦୀ। ଢେର୍ ସମୟ ଧରି ଉଭୟପଟୁ ଗୁଳି ବର୍ଷଣ ହୋଇଥିଲା। ଶେଷରେ ସେନାର ଘାତକ କାର୍ଯ୍ୟାନୁଷ୍ଠାନରେ ଟଳିଲେ ଟିଆରଏଫ୍ର ତିନି ଆତଙ୍କବାଦୀ।
ଗତ କିଛି ଦିନ ଧରି କାଶ୍ମୀର ଉପତ୍ୟକାରେ ସଂଗଠିତ ନରହତ୍ୟାରେ ସାମିଲ ଥିଲେ ଏହି ଆତଙ୍କୀ। ନିହତ ତିନି ଟିଆରଏଫ୍ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମୁକ୍ତାର ଶାହା ଭାବେ ଚିହ୍ନଟ ହୋଇଛି। ଗତ ୫ ତାରିଖରେ ଜଣେ ଅଣ କାଶ୍ମୀର ଷ୍ଟ୍ରିଟ୍ ହକର୍ ବିହାରର ବୀରେନ୍ଦ୍ର ପାଶଓ୍ୱାନଙ୍କୁ ହତ୍ୟା କରିଥିଲା ମୁକ୍ତାର ଶାହା। ସେପଟେ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ପରିଚୟ ସନ୍ଧାନ କରୁଛି ସେନା। ନିହତ ଆତଙ୍କବାଦୀଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଗତକାଲି ମଧ୍ୟ ବାନ୍ଦିପୋରରେ ସେନାର ଅପରେସନରେ ଇମ୍ତିଆଜ ଅହମ୍ମଦ ଦର୍ ନାମକ ଲସ୍କର୍ ଆତଙ୍କବାଦୀ ନିହତ ହୋଇଥିଲା । ବାନ୍ଦିପରୋରେ ଜଣେ ଟ୍ୟାକ୍ସି ଡ୍ରାଇଭର ମହମ୍ମଦ ସଫି ଲୋନଙ୍କୁ ସେ ହତ୍ୟା କରିଥିଲା
ଏପଟେ ଦିଲ୍ଲୀରେ ମଧ୍ୟ ଏକ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛି ପୋଲିସର ସ୍ପେଶାଲ୍ ସ୍ୱ୍କାର୍ଡ। ତା ନାଁ ମହମ୍ମଦ ଅସରଫ ବୋଲି ସୂଚନା ମିଳିଛି। ତା ନିକଟରୁ ହ୍ୟାଣ୍ଡ୍ ଗ୍ରେନେଡ, AK 47 ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ନବରାତ୍ରି ପୂଜା ଚାଲିଥିବାବେଳେ ଏହି ସମୟରେ କିଛି ବଡ ଅଘଟଣ ଘଟାଇବାକୁ ଆତଙ୍କବାଦୀଙ୍କ ଯୋଜନା ଥିବା ସୂଚନା ମିଳିଛି।
]]>ପୁଣି ଅଶାନ୍ତ କାଶ୍ମୀର। ଘାଟିର ଉପତ୍ୟକାରେ ଫୁଟୁଛି ଗୁଳି, ଗଡ଼ୁଛି ମୁଣ୍ଡ। ଗତ କିଛି ଦିନ ଭିତରେ ଆତଙ୍କୀ ଗୁଳିରେ ୭ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ, ଆଜି ୪ ଆତଙ୍କୀଙ୍କୁ ନିପାତ କରିଛନ୍ତି ଯବାନ। ସେହିପରି ଗତକାଲି ଜମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟରରେ ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କୀଙ୍କ ଆକ୍ରମଣରେ ଜଣେ JCOଙ୍କ ସମେତ ୫ ଯବାନଙ୍କ ଜୀବନ ଯାଇଛି। ପୁଞ୍ଚର ସୁରାନକୋଟ୍ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀ ଅନୁପ୍ରବେଶ କରି ବିପୁଳ ଅସ୍ତ୍ରଶସ୍ତ୍ର ସହ ଛପି ରହିଥିବା ଖବର ମିଳିଥିଲା। ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ଏହି ସମୟରେ ଆତଙ୍କୀ ଆକ୍ରମଣ କରିବାରୁ ଦୀର୍ଘ ସମୟ ଧରି ଗୁଳି ବିନିୟମ ଚାଲିଥିଲା । ଏଥିରେ ଆହତମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନି।
ସେପଟେ ଆଜି ସକାଳେ ମଧ୍ୟ ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ। ଗତ ୫ ତାରିଖରେ ଏକ କ୍ୟାବ୍ ଡ୍ରାଇଭରକୁ ହତ୍ୟା କରିଥିବା ଏହି ଆତଙ୍କବାଦୀ ଇମତିଆଜ ଅହମ୍ମଦ ଦାର, ଲସ୍କର-ଇ-ତାଏବା ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍ର ସଦସ୍ୟ ବୋଲି ସୂଚନା ମିଳିଛି। ତାର ୪ ସାଥି ପୂର୍ବରୁ ଧରାପଡ଼ିଥିଲେ।
ତେବେ ବାରମ୍ବାର କାଶ୍ମୀରରେ ଯବାନଙ୍କୁ ଟାର୍ଗେଟ୍ କରାଯାଉଛି। ଯାହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳ ଏକ ଜରୁରୀ ବୈଠକ ଡାକିବା ନେଇ ସୂଚନା ମିଳିଛି। ପୂର୍ବରୁ ଆତଙ୍କୀମାନେ କେବଳ ସୀମା ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏବେ ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି । ଯାହାକୁ ନେଇ ବେଶି ଆତଙ୍କିତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଂଚଳର ଲୋକେ।
]]>ଗୁଳି ବିନିମୟ ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ମାଲକାନଗିରିରେ ମାଓ ଏନକାଉଣ୍ଟର ନେଇ ପ୍ରେସ୍ମିଟ୍ରେ ଡିଜିପି ଅଭୟ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ତୁଳସୀ ଫରେଷ୍ଟ ରେଞ୍ଜରେ ପ୍ରାୟ ୩୦ରୁ ୪୦ ମାଓବାଦୀ ଥିବାବେଳେ ସେମାନଙ୍କ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ କ୍ୟାଡର ମାଓବାଦୀ ଥିଲେ।ମାଓବାଦୀମାନେ ୨ ଦିନରୁ ଊର୍ଦ୍ଧ୍ୱ ହେବ ସେଠାରେ ଶିବିର କରି ରହିବା ସହ ସ୍ଥାନୀୟ ଲୋକଙ୍କୁ ସଂଗଠନରେ ସାମିଲ କରୁଥିଲେ ବୋଲି ସୂଚନା ମିଳିଥିଲା।
ଆଜି ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
]]>ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିଲେ ହେଁ ସେମାନଙ୍କ ମଧ୍ୟରୁ ଜଣେ କୋଣ୍ଟା ଏରିଆ କମାଣ୍ଡର କଓ୍ୱାସି ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏବେ ବି ସେଠାରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସୁକମା ଏସ୍ପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।
ଅଗଷ୍ଟ ୧୬ ତାରିଖରେ ଛତିଶଗଡ଼ ବିଜାପୁର ଜିଲ୍ଲାରେ ନକ୍ସଲି କମାଣ୍ଡର କୁଞ୍ଜମ ଆତ୍ମସମର୍ପଣ କରିଥିଲେ। ଏହି ଘଟଣା ପରେ ଆଜି ୨ ମାଓବାଦୀଙ୍କ ମୃତ୍ୟୁ ଆଉ ଏକ ଝଟକା ଲାଗିଛି। ଅନ୍ୟପକ୍ଷେ ଗତ ସପ୍ତାହରେ ନାରାୟଣ ପୁର ଜିଲ୍ଲାରେ ମାଓବାଦୀ ଆକ୍ରମଣରେ ଆଇଟିବିପିର ୨ ଜଣ ଯବାନ ସହିଦ ହୋଇଥିଲେ। ମାଓବାଦୀମାନେ କଡେମଟା ଶିବିରଠାରୁ ୬୦୦ ମିଟର ଦୂରରୁ ଜବାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥସିହତ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଏକ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜାକେଟ ଏବଂ ୱାକିଟକି ଲୁଟି ନେଇ ଫରାର ହୋଇ ଯାଇଥିଲେ।
କିଛି ଦିନ ତଳେ ନକ୍ସଲ ପ୍ରଭାବିତ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ୩ ଜଣ ନକ୍ସଲଙ୍କୁ ଗିରଫ କରିଥିଲେ। ଦେଖିବାକୁ ଗଲେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛନ୍ତି।
]]>ତେବେ ଗୋଟିଏ ଦିନ ପରେ ସ୍ୱାଧୀନତା ଦିବସ ରହିଥିବାରୁ ସୀମାପାର୍ କରି ଦେଶରେ ପ୍ରବେଶ କରିପାରନ୍ତି ଆତଙ୍କୀ ବୋଲି ପୂର୍ବରୁ ଗୁଇନ୍ଦା ସୂଚନା ରହିଥିଲା। ତେଣୁ ସୀମାରେ ସୁରକ୍ଷାବାହିନୀ ସଜାଗ ରହିଛନ୍ତି। ଆଉ ଯେଉଁ ସମୟରେ ଆତଙ୍କୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ କଡ଼ା ଜବାବ ଦେଉଛି ଭାରତୀୟ ସେନା। ଏହି ଏନକାଉଣ୍ଟରରେ ୨ ସାଧାରଣ ଲୋକ ଓ ଦୁଇ ଜଣ ସ୍ଥାନୀୟ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।
ଏଠାରେ କହିରଖୁଛୁ, କି ଗତକାଲି ରାତିରେ ବିଏସ୍ଏଫ୍ ଯବାନଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଥିଲେ। କୁଲଗାମର ମାଲପୁରା ଅଂଚଳରେ ଏହି ଆକ୍ରମଣ ହୋଇଥିବା ବେଳେ କୌଣସି ଯୱାନ ଆହତ ହୋଇନଥିବା ଜଣାପଡ଼ିଛି। ତେବେ କେତେ ଆତଙ୍କୀ ଲୁଚିଛନ୍ତି ସେନେଇ ଏବେ ବି କମ୍ବିଂ ଅପରେସନ୍ ଚଳାଇଛି ସେନା।
ସୂଚନା ଅନୁସାରେ, ଗତକାଲି ଜାମ୍ମୁରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଛି। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଆଉ ଆକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳକୁ ତତ୍କ୍ଷଣାତ୍ ପୋଲିସ ନାକାବନ୍ଦୀ କରିଦେଇଛି। ଘଟଣାସ୍ଥଳରେ ପୋଲିସ୍ ଏଡ଼ିଜି ପହଞ୍ଚିଛନ୍ତି। ଆକ୍ରମଣ କେମିତି ହେଲା ଓ କିଏ କଲା ତାହାର ତଦନ୍ତ ଚାଲିଛି। ଏପଟେ ସେନାର ଗୁଳିରେ ୨ ଆତଙ୍କୀ ପ୍ରାଣ ହରାଇଛନ୍ତି।
ଗତକାଲି ଅପରାହ୍ନରେ ମଧ୍ୟ, କମ୍ବିଂ ଅପରେସନ୍ କରୁଥିବାବେଳେ ଅଚାନକ୍ ବିଏସଏଫଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ। ଆଉ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଆତଙ୍କୀ ଉପରେ ପ୍ରବଳ ଗୁଳିବର୍ଷା କରିଥିଲେ ଭାରତୀୟ ଯୱାନ। କୁହଯାଉଛି ଯୱାନଙ୍କ ଆକ୍ରମଣର ସାମ୍ନା ନକରି ପାରି ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ।
ଭାରତକୁ ଆତଙ୍କୀଙ୍କୁ ଅନୁପ୍ରବେଶ ଉଦ୍ୟମ ଚଳାଇଛି ପାକିସ୍ତାନ । ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଲଞ୍ଚିଂ ପ୍ୟାଡରେ ପ୍ରାୟ ଦୁଇ ଶହ ପଚାଶ ଆତଙ୍କବାଦୀ ଜାମ୍ମୁ କାଶ୍ମୀରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି।
]]>ଆଜି ସକାଳେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀରର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା । ଗବରଣ ତାରସର, ଟ୍ରାଲ, ପୁଲୱାମା ଜଙ୍ଗଲରେ କିଛି ଆତଙ୍କବାନୀ ଲୁଚି ରହିଥିବା ସୂଚନା ମିଳିଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଆତଙ୍କବାଦୀମାନେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଆଉ ତା’ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀର ପାଲଟା ଗୁଳିମାଡ଼ରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଜାମ୍ମୁ କାଶ୍ମୀରର ୧୪ଟି ସ୍ଥାନରେ ଏନଆଇଏର ଚଢ଼ଉ
ସେପଟେ ବିଗତ କିଛି ଦିନ ପୂର୍ବରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସୂଚନା ଆଧାରରେ ଆଜି ଏନଆଇ ଜାମ୍ମୁ କାଶ୍ମୀରର ଅନନ୍ତନାଗ, ଶୋପିଆନ୍ ଏବଂ ବାନିହାଲ ସମେତ ୧୪ଟି ସ୍ଥାନ ଉପରେ ଚଢ଼ଉ କରିଛି । ୨୭ ଜୁନରେ ହୋଇଥିବା ଆଇଇଡି ବିସ୍ଫୋରଣ ଓ ଆତଙ୍କବାଦୀଙ୍କୁ ପାଣ୍ଠି ମାମଲାକୁ ନେଇ ଚଢ଼ଉ କରୁଛି ଏନଆଇଏ । ଆଗାମୀ ଦିନରେ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିପାରନ୍ତି ବୋଲି ଏନଆଇଏକୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୮.୩୦ରୁ ୯.୩୦ ମଧ୍ୟରେ ଉଡୁଥିଲା ବୋଲି ଅଧିକାରୀ ସୂଚନା ଦେଇଥିଲେ । ବାରୀ ବ୍ରାହ୍ମଣ, ଚିଲାଧ୍ୟା, ଗଗବାଲ ଇଲାକାରେ ଏହି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ୨ଟି ଡ୍ରୋନ ଆର୍ମି କ୍ୟାମ୍ପ ଏବଂ ଆଇଟିବିପି କ୍ୟାମ୍ପ ପାଖରେ ଦେଖିବାକୁ ମିଳିଥିଲା । ତେବେ ସୁରକ୍ଷାକର୍ମୀଙ୍କ ଫାୟାରିଂ ପରେ ଏହି ଡ୍ରୋନ ସେଠାରୁ ଖସି ପଳାଇଥିଲା
]]>ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ ରମଦାନ ସମୟରେ ପଣ୍ଡାଚ ଚୌକ୍ ନିକଟରେ ଯେଉଁ ଦୁଇ ବିଏସ୍ଏପ୍ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ ଥିଲେ। ତେବେ ଏନ୍କାଉଣ୍ଟର ପରେ ଉକ୍ତ ସ୍ଥାନରେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ପୁଣିଥରେ ଇଣ୍ଟରନେଟ୍ ସେବା ଆରମ୍ଭ ହେଲା କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ରିପୋର୍ଟ ମିଳିପାରି ନାହିଁ।
ସକାଳେ ଜାମ୍ମୁ-କାଶ୍ମୀର ପୁଲିସ୍ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ ଉଦ୍ୟମରେ ଜଦିବାଲ ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା। ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ସେନା ପହଛିବା ପରେ ଏକ ଘର ଭିତରେ ଲୁଚି ଯାଇ ସେନା ଉପରେ ଗୁଳି ବର୍ଷଣ କରିଥିଲେ ଆତଙ୍କବାଦୀ। ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ବି ସେମାନେ ଶୁଣିନଥିଲେ। ପରେ ସେନାର ପାଲଟା ଯବାବରେ ନିହତ ହୋଇଥିଲେ ରକ୍ତର ହୋଲି ଖେଳୁଥିବା ଏହି ସୈତାନମାନେ।
ସେହିପରି ଗତକାଲି ମଧ୍ୟ ସର୍ଚ୍ଚ ଅପରେସନ କରି ଜାମ୍ମୁ-କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୮ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା। ସେଥିମଧ୍ୟରୁ ୩ ପୁଲୱାମାର ଅୱନ୍ତିପୂରାରେ ଓ ୫ ସୋପିଆନ୍ରେ ଏନ୍କାଉଣ୍ଟର କରାଯାଇଥିଲା।
]]>
ଏନେଇ କଟକ ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କହିଛନ୍ତି ଯେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା। ହାଇଦରକୁ ଜଣେ ଇନ୍ସପେର, ଜଣେ SI, ଏକ ସେକ୍ସନ ଫୋର୍ସ ନେଉଥିଲେ। ବାଲେଶ୍ୱର ସିମୁଳିଆ ନିକଟରେ ପ୍ରାୟ ଅପରାହ୍ନ ୩.୨୦ ସମୟରେ ପରିସ୍ରା ଯିବା ପାଇଁ କହିଥିଲା। ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।
ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟରେ ବାଜିଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ପୂର୍ବତନ ଡିଜି ସଂଜୀବ ମାରିକ୍ କହିଛନ୍ତି ଯେ- ଏହାକୁ ଗୁରୁତର ସହ ନେବା ଆବଶ୍ୟକ। ଜେଲ୍ ସ୍ଥାନାନ୍ତର ବେଳେ ପୋଲିସ୍ ପକ୍ଷରୁ ଠିକ୍ ଭାବେ ଏସଓପି ପାଳନ କରାଯାଇନଥିବ।
ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର, ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା । ବାରିପଦା ଜେଲ୍ ନେବା ବେଳେ ଖସିଯିବାକୁ ଚେଷ୍ଟା କରିବା ବେଳେ ଏନକାଉଣ୍ଟର । କିଛିଦିନ ତଳେ କଟକ ମେଡିକାଲରୁ ଖସି ଯାଇଥିଲା ହାଇଦର । ପରେ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିଲା ।
— ଓଟିଭି (@otvkhabar) July 24, 2021
#Odisha#otv pic.twitter.com/OZgUWYUAvY
ଗତ ଏପ୍ରିଲ ମାସରେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଚକମା ଦେଇ ଖସି ପଳାଇଥିଲା ହାଇଦର। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା। ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ପ୍ରଥମେ ସୂଚନା ମିଳିଥିଲା।
ପରେ ଏହି ଫେରାର ଘଟଣାରେ ନିୟୋଜିତ ହୋଇଥିବା ୬ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଥିଲା।
]]>ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ଅପରେସନ୍ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଡିଭିଜିନାଲ କମିଟି ମେମ୍ବର ସଂଜୀବ ଓ ଏରିଆ କମିଟି ମେମ୍ବର ରାକେଶ। ସଂଜୀବ ନାଁରେ ୫ ଲକ୍ଷ ଓ ରାକେଶ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
ମୃତ ମାଓବାଦୀଙ୍କଠାରୁ ଗୋଟିଏ AK-47 ଓ ଗୋଟିଏ ଇନସାନ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉଭୟେ ବଲାଙ୍ଗୀର-ବରଗଡ଼-ମହସମୁଦ BBM ଡିଭିଜନ୍ର ବଲାଙ୍ଗୀର ପ୍ଳାଟୁନ୍ର ନେତୃତ୍ୱ ନେଉଥିଲେ। ଅପରେସନ୍ରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ୍ ସନ୍ଦେହ କରୁଛି। ଚଳିତ ବର୍ଷ ବିଭିନ୍ନ ଅପରେସନ୍ରେ ୯ଜଣ ମାଓବାଦୀ ପ୍ରାଣ ହରାଇଲେଣି।
]]>ସୂଚନା ଅନୁସାରେ ଡ଼ୁଡ଼ୁକାମାଲ ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇବା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଗୋଟିଏ AK ୪୭ ଏବଂ ଗୋଟିଏ ଇନ୍ସାସ ରାଇଫଲ ଜବତ କରିଛି ପୋଲିସ।
]]>ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ପାଲଟା ଆକ୍ରମଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।
ସିଆରପିଏଫ୍, ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଓ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ଶ୍ରୀନଗରରେ ଏନ୍କାଉଣ୍ଟରରେ ଜଣେ ଲସ୍କର କମାଣ୍ଡରଙ୍କ ସହ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।
]]>ସୂଚନାଥାଉ କି, ଗତକାଲି ପୋଲିସ୍ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା ଆହତ ହୋଇଥିଲେ। ଗୌରୀର ଘର ଭଞ୍ଜନଗର ଥାନା ମୁଦୁଲିପଲିରେ ହୋଇଥିବା ବେଳେ ଶ୍ରୀକାନ୍ତ ଓରଫ ଟେରୁର ଘର ଭୁବନେଶ୍ୱର ଭରତପୁର ଅଞ୍ଚଳର।
ଏମାନଙ୍କ ବିରୋଧରେ ହତ୍ୟା, ଡକାୟତି, ଅପହରଣ, ରାହାଜାନି, ବୋମା ବିସ୍ଫୋରଣ, ବଟି ଆଦାୟ ଓ ଗାଡ଼ି ଚୋରି ଭଳି ମାମଲା ରହିଛି।
]]>ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଆହତ ହୋଇଥିଲେ।
ତେବେ ପୋଲିସ ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ଆହତ ହୋଇଛି। ଆହତ ରବିକୁ ପ୍ରଥମେ ନୟାଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତା' ନିକଟରୁ ଏକ ମାଉଜର୍ ଓ ୫ଟି ଗୁଳି ଜବତ ହୋଇଛି।
]]>ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ। ଅବଦୁର ରେହମାନ୍ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।
ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍କାଉଣ୍ଟର କରିଛି କମିଶନରେଟ୍ ପୋଲିସ। ଏହାପୂର୍ବରୁ ଚାଉଳିଆଗଞ୍ଜରେ ପୋଲିସ ଗୁଳିରେ ଟିଟୋ ଗ୍ୟାଙ୍ଗର ସଦସ୍ୟ କାଲା ବାବୁ ଓ ଅଲେଖ ରାଉତରାୟ ଆହତ ହୋଇଥିଲେ।
]]>ସନ୍ତୋଷର ୨ଟି ଆଣ୍ଠୁରେ ବାଜିଛି ଗୁଳି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ପିସ୍ତଲ, ଅଫୁଟା ଗୁଳି, ବାଇକ ଜବତ ହୋଇଛି। ଆଜି ଭୋର ୪ଟାରେ ଏହି ଏନ୍କାଉଣ୍ଟର ହୋଇଛି।
ଧରାପଡିଥିବା ଅପରାଧୀ ସନ୍ତୋଷ ନାଁରେ ୧୬ଟି ମାମଲା ରହିଥିବା ନେଇ ସୂଚନା ମିଳିଛି। ସନ୍ତୋଷର ଘର ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡାଦେଉଳି ଗାଁରେ। ତାର ଆଉ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
]]>