ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍କାଉଣ୍ଟରରେ ମୋହନର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ମୋହନକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏନ୍କାଉଣ୍ଟର ବେଳେ ଆହତ ହୋଇଛନ୍ତି ସଦର ଥାନା ଆଇଆଇସି ଓ ଏସ୍ଆଇ। ସେପଟେ ଅପରାଧୀ ମୋହନ ନାଁ ରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି।
]]>ସନ୍ତୋଷର ୨ଟି ଆଣ୍ଠୁରେ ବାଜିଛି ଗୁଳି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ପିସ୍ତଲ, ଅଫୁଟା ଗୁଳି, ବାଇକ ଜବତ ହୋଇଛି। ଆଜି ଭୋର ୪ଟାରେ ଏହି ଏନ୍କାଉଣ୍ଟର ହୋଇଛି।
ଧରାପଡିଥିବା ଅପରାଧୀ ସନ୍ତୋଷ ନାଁରେ ୧୬ଟି ମାମଲା ରହିଥିବା ନେଇ ସୂଚନା ମିଳିଛି। ସନ୍ତୋଷର ଘର ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡାଦେଉଳି ଗାଁରେ। ତାର ଆଉ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
]]>