ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଡିହଡୋଳ ସେକ୍ସନ ବନ କର୍ମଚାରୀ ପହଞ୍ଚିଛନ୍ତି। ହାତୀ ଆକ୍ରମଣରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସେହିପରି ନୂଆପଡ଼ାରେ ବି ହାତୀ ନେଇଛି ଜୀବନ। କୋମନା ବ୍ଲକର କରଙ୍ଗାଭଟା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। କରଙ୍ଗାଭଟା ଗାଁର ସହଦେବ ପରାଗୁଏ ଆଜି ସକାଳେ ନିଜ କ୍ଷେତକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ।
ସହଦେବଙ୍କୁ ଏକାବେଳେକେ ୭ଟି ହାତୀ ଆକ୍ରମଣ କରିଥିଲେ। ହାତୀପଲ ତାଙ୍କୁ ଶୁଣ୍ଡରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୋମନା ଅଞ୍ଚଳରେ ଗତ କିଛି ଦିନ ହେବ ବଲାଙ୍ଗିରରୁ ବହୁ ଜଙ୍ଗଲୀ ହାତୀ ଚାଲି ଆସିଥିବାରୁ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।
]]>