ଅଧା ଭଙ୍ଗା ଘର । ଫାଳଫାଳ ହେଲାଣି ଆଜବେଷ୍ଟସ୍ । ଦଲକାଏ ପବନ ଦେଲେ ଘର ଉପରୁ ଛପର ଉଡିଯିବାର ସମ୍ଭାବନା ବି ରହିଛି । ସ୍ଥିତି ଏମିତି ହେଲାଣି ଦିନରେ ସୂର୍ଯ୍ୟ ଓ ରାତିରେ ଦିଶୁଛନ୍ତି ଚନ୍ଦ୍ର । ହେଲେ ସେମାନଙ୍କ ପାଖରେ ଉପାୟ ବି କିଛି ନାହିଁ । ସେଇଥି ଲାଗି ତ କଷ୍ଟେମଷ୍ଟେ ଭଙ୍ଗା ଘରେ ରହୁଛନ୍ତି ଦମ୍ପତି ।
ବାଲେଶ୍ୱର ସିମୁଳିଆ ବ୍ଲକ ବଙ୍ଗାଳପୁର ଗାଁରେ ରହୁଥିବା ଦମ୍ପତି ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ଓ ପଦ୍ମିନୀ । ସେମାନଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ବୟସ ୭୫ ପାର୍ ହେଲାଣି । ଦୁଇ ଝିଅଙ୍କୁ ବାହାଘର କରିବା ପରେ ମୁଣ୍ଡ ଗେଂଜିବାକୁ ଘର ଖଣ୍ଡିଏ କରିଥିଲେ । ହେଲେ ସମୟକ୍ରମେ ଘରର ଅବସ୍ଥା ଏବେ ପୂରା ସଙ୍ଗୀନ ହେଲାଣି । ଢୁ ଢୁ ବର୍ଷା ହେଲେ ଘର ଭିତରେ ହାତେ ଉଚ୍ଚର ପାଣି ଲହରୀ ମାରୁଛି । ଆଉ ତାହାରି ଭିତରେ ବଡ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ସେମାନେ ।
ନିଜେ ଏତେ ଅସହାୟ ଅବସ୍ଥାରେ ରହୁଥିଲେ ବି ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା କେବେ ଭୁଲିନାହାନ୍ତି କି ତାଙ୍କ ଆସ୍ଥାନରେ ସାମାନ୍ୟତମ ଧୂଳି ଲାଗିବାକୁ ଦେଇନାହାନ୍ତି । ବରଂ ପ୍ରତିଦିନ ସକାଳୁ କାଳିଆ ସାଆନ୍ତଙ୍କୁ ପୂଜା କରୁଛନ୍ତି । ଦୁଃଖ ଶୁଣିବାକୁ ଗୁହାରି କରୁଛନ୍ତି । କାଳିଆ ସାଆନ୍ତ ବି ବୋଧହୁଏ ଅଳ୍ପବହୁତେ ସେମାନଙ୍କ ଦୁଃଖ ଶୁଣୁଛି । ସେଇଥି ଲାଗି ତ ବୃଦ୍ଧ ଦମ୍ପତିଙ୍କ ମୁହଁରେ ଆହାର ଦେବାକୁ ଗାଁ ଲୋକଙ୍କୁ ପଠାଇଛି ।
ଯିଏ ଯାହା ପାରିଲା ସାହାଯ୍ୟ କଲା । ଦିନ ହେଉ କି ରାତି...ଗାଁ ଲୋକେ ରୋଷେଇ କରି ଆଣି ଦେଉଛନ୍ତି । ଖୁଆଇ ଦେଉଛନ୍ତି । ୪ ବର୍ଷ ହେଲାଣି ରୋଗରେ ପଡିଲେଣି ପୂର୍ଣ୍ଣଚନ୍ଦ୍ର । ଅନେକ ସମୟରେ ସେ ଚାଲିବୁଲି ବି ପାରୁନାହାନ୍ତି । ତେଣୁ ଟେକାପକା ବି କରୁଛନ୍ତି ଗାଁ ଲୋକେ । ଆଉ ସରକାରୀ ସହାୟତା କହିଲେ ମାସକୁ ହଜାରେ ଟଙ୍କା ଭତ୍ତା...୧୦ କିଲୋ ଚାଉଳ । ଏତିକି ଟଙ୍କା ଔଷଧକୁ ନିଅଣ୍ଟ ହେଉଛି । ଖାଇ ପିଇ ଚଳିବେ କେମିତି? ତେଣୁ ତୁରନ୍ତ ଏମାନଙ୍କୁ ଅନ୍ତଦ୍ୱୟ କାର୍ଡ ଦେବା ସହିତ ଅନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ ।
]]>
ତିନି ତିନିଟି ପୁଅ, ଗୋଟିଏ ଝିଅ ଜନ୍ମ କରିଥିଲେ ସେମାନେ । ଭାବିଥିଲେ ବୟସର ଅପରାହ୍ନରେ ସାହାରା ହେବେ, ରାନ୍ଧି ବାଢି ଖାଇବାକୁ ଦେବେ ଆଉ ସେବା କରିବେ । ହେଲେ ସେହି ଦମ୍ପତିଙ୍କର ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଘରେ ଧନ ସମ୍ପତ୍ତିର କିଛି ଅଭାବ ନାହିଁ । ବାସ୍ ଅଭାବ ଅଛି ତ ପିଲାଙ୍କର ସେବା ଆଉ ଶ୍ରୁଶ୍ରୁଷାର ।
ଗଞ୍ଜାମ ଜଗନ୍ନାଥ ପ୍ରସାଦ କୁଡୁତାଇ ଗାଁର ସୁଦାମ ନାୟକ । ବୟସ ୮୫ ଡେଇଁଲାଣି । ଏ ବୟସରେ ଚାଲିବା ବୁଲିବା ବି ତାଙ୍କ ପକ୍ଷରେ କଷ୍ଟକର । ଯାହା ଯେମିତି ଚାଲୁଥିଲେ ହେଲେ ପାରାଲିସିସ୍ ଆକ୍ରାନ୍ତ ହେବା ପରେ ବିନା ୱାକରରେ ଚାଲିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି । ସେପଟେ ସ୍ତ୍ରୀ କୁମୁଦିନୀ ବି ରୋଗରେ ପଡିଛନ୍ତି । ଏମିତିକି ଦିନ ରାତି ଏଇ ବିଛଣାରେ ସେ ଶୋଇରହିଛନ୍ତି । ବିନା ସାହାରାରେ ସେ କଡ ବି ଲେଉଟାଇପାରନ୍ତି ନାହିଁ । ସୁଦାମ ନିଜେ ନିଜ କାମ କରିବା କଷ୍ଟସାଧ୍ୟ ହେଉଥିବା ବେଳେ ସ୍ତ୍ରୀଙ୍କ ଯତ୍ନ ନେବେ ବା କେମିତି ?
ତିନିତିନୋଟି ପୁଅ-ଗୋଟିଏ ଝିଅ ଅଛନ୍ତି । ସେମାନେ ବାପା-ମାଆଙ୍କ ସେବା କରୁନାହାନ୍ତି କାହିଁକି ? ହେଲେ ଘଟଣାର ସତ ଜାଣିଲେ ଆଖିରୁ ବୋହିଯିବ ଧାରଧାର ଲୁହ । କାରଣ ୨ ଦିନ ତଳେ ମଝିଆ ପୁଅ ଭୁବନେଶ୍ୱରରୁ ଆଣି ଗାଁରେ ବାପା-ମାଆ ଦୁହିଁଙ୍କୁ ଛାଡିଦେଇ ଚାଲିଗଲା । ଗଲା ବେଳେ କହିଗଲା ମୁଁ ୯ ମାସ ରଖିଲି ଏବେ ବଡ ଓ ସାନ ପୁଅ ପାଖରେ ରୁହ । ଗାଁରେ ସାନ ପୁଅ ରହୁଥିଲେ ବି ବାପା ମାଆକୁ ଦେଖିବାକୁ ଆସୁନି । ଆଉ ଏମିତି ସ୍ଥିତିରେ କେମିତି ରହିବେ ? କଣ ଖାଇବେ ସେଇ ଚିନ୍ତାରେ କାନ୍ଦି କାନ୍ଦି ଦିନ କାଟୁଛନ୍ତି ସୁଦାମ ।
ଜାଣି ଆଶ୍ଚର୍ଯ୍ୟ ହେବେ କି ସୁଦାମ ବନବିଭାଗରେ ଚାକିରି କରିଥିଲେ । ୧୯୯୦ ମସିହାରେ ପୁଅକୁ ଚାକିରି ଦେବାକୁ ନିଜେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଆଉ ପୁଅକୁ ଚାକିରି ଦେଇଥିଲେ । ଭାବିଥିଲେ ବୁଢା ବେଳେ ପୁଅ ଭଲରେ ଦେଖାରେଖା କରିବ, ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଏବେ ପୁଅ ପଚାରିବାର ତ ଦୂରର କଥା ପାଖକୁ ବି ଆସୁନି । ସେପଟେ ସୁଦାମଙ୍କ ଏପରି ଅବସ୍ଥା ଦେଖି ପଡୋଶୀ ଖାଇବାକୁ ଦେଉଛନ୍ତି ସେବା ବି କରୁଛନ୍ତି । ଆଉ କହୁଛନ୍ତି ଏମିତି ପୁଅ ଝିଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ପ୍ରଶାସନ । ସେପଟେ ଏଇ ଘଟଣାରେ ସୁଦାମଙ୍କ ପୁଅ- ଝିଅଙ୍କର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
]]>
ଅଭିଯୋଗ ଅନୁସାରେ, କୁସୁମିଗୁଡା ଗାଁରେ ସୋନୁ ହଳ ତାଙ୍କ ପୁଅକୁ ନଜଣାଇ ବାରିପଟେ ଥିବା ଏକ ବାଉଁଶ ଗଛ କାଟି ଦେଇଥିଲେ। ଏହି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ପୁଅ ବାପମାଆଙ୍କୁ ବାଡେଇବା ସହ ଘରୁ ତଡି ଦେଇଥିଲା।
ଫଳରେ ଉପାୟ ଶୂନ୍ୟ ହୋଇ ବୃଦ୍ଧ ଜଣକ ତାଙ୍କ ସ୍ତ୍ରୀକୁ ଦୁଇ ହାତରେ ଟେକି ଟେକି ଆଣି ପହଞ୍ଚିଥିଲେ ଥାନାରେ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।
]]>ଆହୁରି ପଢ଼ନ୍ତୁ:ଖାଲରେ ପଡ଼ି ଚାଲିଗଲା ୪ ନାବାଳକଙ୍କ ଜୀବନ